ଖେଳ |

ପୁରା ଦିନ ବ୍ୟାଟିଂ କରିଥିଲେ ଡ୍ରାଭିଡ୍‌-ଲକ୍ଷ୍ମଣ

ପୁରା ଦିନ ବ୍ୟାଟିଂ କରିଥିଲେ ଡ୍ରାଭିଡ୍‌-ଲକ୍ଷ୍ମଣ

ନୂଆଦିଲ୍ଲୀ, ୧୪।୩- ଠିକ୍‌ ୧୮ ବର୍ଷ ତଳେ ୧୪ ମାର୍ଚ୍ଚ ୨୦୦୧ ମସିହାରେ ଭାରତର ଦୁଇ ମହାନ କ୍ରିକେଟର ରାହୁଲ ଡ୍ରାଭିଡ୍‌ ଓ ଭିଭିଏସ୍‌ ଲକ୍ଷ୍ମଣ ଅଷ୍ଟ୍ରେଲିଆ ବିପକ୍ଷ ଏକ ଟେଷ୍ଟ ମ୍ୟାଚ୍‌ରେ ପୁରା ଗୋଟିଏ ଦିନ ବ୍ୟାଟିଂ କରିଥିଲେ। ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଅନୁଷ୍ଠିତ ୨ୟ ଟେଷ୍ଟ ମ୍ୟାଚ୍‌ର ୪ର୍ଥ ଦିନସାରା ବ୍ୟାଟିଂ କରି ଡ୍ରାଭିଡ୍‌-ଲକ୍ଷ୍ମଣ ଯୋଡ଼ି ଭାରତକୁ ସ୍ମରଣୀୟ ବିଜୟ ଭେଟି ଦେଇଥିଲେ। ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌କୁ ୧୭୧ ରନର ବୃହତ ବ୍ୟବଧାନରେ ଜିତି ସିରିଜକୁ ୧-୧ ବରାବର୍‌ସ୍ଥିତିକୁ ଆଣିଥିଲା।

  ପ୍ରଥମ ମ୍ୟାଚ୍‌କୁ ୧୦ ଉଇକେଟ୍‌ରେ ହାରିଥିବାରୁ ଭାରତ ଏହି ମ୍ୟାଚ୍‌ରେ ଚାପରେ ରହିଥିଲା। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ଓ୍ବଙ୍କ ୧୧୦ ଓ ମାଥ୍ୟୁ ହେଡେନଙ୍କ ୯୭ ରନ ବଳରେ ୪୪୫ ରନ କରିଥିଲା। ଭାରତ ପକ୍ଷରୁ ହରଭଜନ ସିଂ ୭ଟି ଉଇକେଟ୍‌ ନେଇଥିଲେ। ଜବାବରେ ଭାରତ ଲକ୍ଷ୍ମଣଙ୍କ ୫୯ ରନ ସତ୍ତ୍ୱେ ପ୍ରଥମ ଇନିଂସରେ ୧୭୧ ରନରେ ସୀମିତ ରହିଥିଲା। ଫଳରେ ଫଲୋଅନ୍‌ ହୋଇ ୨ୟ ଇନିଂସ ଆରମ୍ଭ କରିଥିବା ଭାରତ ୩ ଦିବସ ଷ୍ଟମ୍ପ୍ସ ଅପସରଣ ସୁଦ୍ଧା ୪ ଉଇକେଟ୍‌ ହରାଇ ୨୫୪ ରନ କରିଥିଲା। ସେତେବେଳକୁ ଲକ୍ଷ୍ମଣ ୧୦୭ ଓ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଡ୍ରାଭିଡ୍‌ ୭ ରନ କରି ଅପରାଜିତ ରହିଥିଲେ। ଚତୁର୍ଥ ଦିବସରେ ଭାରତକୁ ଶୀଘ୍ର ଅଲ୍‌ଆଉଟ୍‌ କରି ଇନିଂସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ ରହିଥିଲା। କିନ୍ତୁ ଡ୍ରାଭିଡ୍‌ ଓ ଲକ୍ଷ୍ମଣ ସେମାନଙ୍କ କ୍ରିକେଟ୍‌ କ୍ୟାରିୟରର ଏକ ସ୍ମରଣୀୟ ଇନିଂସ ଖେଳିଥିଲେ। ପୁରା ଦିନସାରା ବ୍ୟାଟିଂ କରି ଅଷ୍ଟ୍ରେଲିଆ ବୋଲରଙ୍କୁ ନୟାନ୍ତ କରିଥିଲେ। ସେହିଦିନର ଖେଳ ଶେଷବେଳକୁ ଲକ୍ଷ୍ମଣ ୨୭୫ ଓ ଡ୍ରାଭିଡ୍‌ ୧୫୫ ରନ କରି ଅପରାଜିତ ରହିଥିବାବେଳେ ଭାରତ ସ୍କୋର ୫୮୯/୪ରେ ପହଞ୍ଚତ୍ଥିଲା। ଅବଶ୍ୟ ପରଦିନ ଲକ୍ଷ୍ମଣ ୨୮୧ ଓ ଡ୍ରାଭିଡ୍‌ ୧୮୦ ରନରେ ରନ୍‌ଆଉଟ୍‌ ହୋଇଥିଲେ। ଭାରତ ୭ ଉଇକେଟ୍‌ରେ ୬୫୭ ରନ କରିବା ସହ ୨ୟ ଇନିଂସ ଘୋଷଣା କରିଥିଲା। ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୩୮୪ ରନର ଟାର୍ଗେଟ୍‌ ଧାର୍ଯ୍ୟ ହୋଇଥିଲା। ଅନ୍ତିମ ଦିବସ ହୋଇଥିବାରୁ ମ୍ୟାଚ୍‌ ଡ୍ର’ ରହିବା ସମ୍ଭାବନା ଯଥେଷ୍ଟ ରହିଥିଲା। କିନ୍ତୁ ପ୍ରଥମ ଇନିଂସ ଭଳି ହରଭଜନ ୬ଟି ଉଇକେଟ୍‌ ଅକ୍ତିଆର କରି ଅଷ୍ଟ୍ରେଲିଆକୁ ୨୧୨ ରନରେ ଅଲ୍‌ଆଉଟ୍‌ କରିବା ସହ ଦଳକୁ ବୃହତ ବିଜୟ ଭେଟି ଦେଇଥିଲେ। ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସ ଏହି ମ୍ୟାଚ୍‌ରେ ଖେଳିଥିଲେ। ଉଭୟ ଇନିଂସରେ ସେ ଯଥାକ୍ରମେ ୨୦ ଓ ୩୯ ରନ କରିଥିଲେ।

All Right Reserved By

ଖେଳ |

ଭାରତୀୟ ଦଳରେ ଦୂତୀ, ପୂର୍ଣ୍ଣିମା

ଭାରତୀୟ ଦଳରେ ଦୂତୀ, ପୂର୍ଣ୍ଣିମା

ଭୁବନେଶ୍ୱର, ୨୧।୩(କ୍ରୀଡ଼ା ପ୍ରତିନିଧି)- କାତାରର ଦୋହାଠାରେ ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଏପ୍ରିଲ ୨୧ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଘୋଷିତ ୪୦ ଜଣିଆ ଆଥଲେଟ୍‌ ଦଳ ତାଲିକାରେ ଓଡ଼ିଶାର ଦୂତୀ ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ ସ୍ଥାନ ପାଇଛନ୍ତି। 

ଶାସ୍ତ୍ରୀଙ୍କ ଚୁକ୍ତିର ନବୀକରଣ ନାହିଁ: ବିସିସିଆଇ

ଶାସ୍ତ୍ରୀଙ୍କ ଚୁକ୍ତିର ନବୀକରଣ ନାହିଁ: ବିସିସିଆଇ

ନୂଆଦିଲ୍ଲୀ, ୨୧।୩(ପି.ଟି.)- ପୂର୍ବତନ ଅଲରାଉଣ୍ଡର ରବି ଶାସ୍ତ୍ରୀ କୋଚ୍‌ ହିସାବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଥମ ପସନ୍ଦ ବୋଲି ସମସ୍ତେ ଏକଥା ଜାଣନ୍ତି। ଇଂଲଣ୍ଡରେ ମେ ୩୦ ତାରିଖରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ପରେ ମଧ୍ୟ ଶାସ୍ତ୍ରୀ ଟିମ ଇଣ୍ଡିଆର କୋଚ୍‌ ଦାୟିତ୍ୱରେ ରୁହନ୍ତୁ, ଏକଥା ମଧ୍ୟ ବୋର୍ଡ ଚାହେଁ। 

ଇଣ୍ଡିଆ ଓପନ୍‌ରୁ ଓହରିଲେ ସାଇନା

ଇଣ୍ଡିଆ ଓପନ୍‌ରୁ ଓହରିଲେ ସାଇନା

ନୂଆଦିଲ୍ଲୀ,୨୧।୩ (ପି.ଟି.)- ଭାରତୀୟ ମହିଳା ତାରକା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହ୍ବାଲ ବୁଧବାର ଇଣ୍ଡିଆ ଓପନ୍‌ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର ୫୦୦ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। 

ଟୋକିଓ ଅଲିମ୍ପିକ୍ସ ମଶାଲ ଉନ୍ମୋଚିତ

ଟୋକିଓ ଅଲିମ୍ପିକ୍ସ ମଶାଲ ଉନ୍ମୋଚିତ

ଟୋକିଓ,୨୧।୩ (ପି.ଟି.)- ଟୋକିଓରେ ଆୟୋଜନ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସର ମଶାଲ ବୁଧବାର ଉନ୍ମୋଚନ କରାଯାଇଛି। ଚେରୀ ବ୍ଲୋଜୁମ ଆକାରରେ ନିର୍ମିତ ହୋଇଥିବା ଏହି ମଶାଲ ବେଶ୍‌ ଆକର୍ଷଣୀୟ ହୋଇଛି। 

ବାଙ୍ଗାଲୋର ବିପକ୍ଷରେ ସୁପର୍‌କିଙ୍ଗ୍ସ ଫେଭରାଇଟ୍‌

ବାଙ୍ଗାଲୋର ବିପକ୍ଷରେ ସୁପର୍‌କିଙ୍ଗ୍ସ ଫେଭରାଇଟ୍‌

ନୂଆଦିଲ୍ଲୀ, ୨୧।୩- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ। ଏହାର ଉଦ୍‌ଘାଟନୀ ମୁକାବିଲାରେ ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରସ୍ପରକୁ ଭେଟିବେ।

ପାରାମାଉଣ୍ଟକୁ ହ୍ୟାଟ୍ରିକ ଟାଇଟଲ

ପାରାମାଉଣ୍ଟକୁ ହ୍ୟାଟ୍ରିକ ଟାଇଟଲ

ଭୁବନେଶ୍ୱର, ୨୧।୩(କ୍ରୀଡ଼ା ପ୍ରତିନିଧି)- ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ପାରାମାଉଣ୍ଟ ୧୮୬ ରନର ବୃହତ୍‌ ବ୍ୟବଧାନରେ ପ୍ରଗତି ସ୍ପୋର୍ଟିଂକୁ ହରାଇ ଟାଇଟଲ ବଜାୟ ରଖିଛି। 

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଆହତ ଲୁନ୍‌ଗି

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଆହତ ଲୁନ୍‌ଗି

ଚେନ୍ନାଇ, ୨୧।୩(ପି.ଟି.)- ଆଇପିଏଲ୍‌ ସିଜନ-୧୨ ଆରମ୍ଭ ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସକୁ ଧକ୍କା ଲାଗିଛି। ଆଘାତଜନିତ କାରଣ ଲାଗି ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଲୁନ୍‌ଗି ଏନ୍‌ଗିଡି ପୁରା ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। 

ଏସିଆ ମିକ୍ସଡ୍‌ ଟିମ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନଶିପ୍‌:  ସିଙ୍ଗାପୁରଠାରୁ ହାରିଲା ଭାରତ

ଏସିଆ ମିକ୍ସଡ୍‌ ଟିମ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନଶିପ୍‌: ସିଙ୍ଗାପୁରଠାରୁ ହାରିଲା ଭାରତ

ହଂକଂ, ୨୦।୩(ପି.ଟି.)- ଏଠାରେ ଚାଲିଥିବା ଏସିଆ ମିକ୍ସଡ୍‌ ବ୍ୟାଡମିଣ୍ଟନ୍‌ ଟିମ୍‌ ଚାମ୍ପିୟନଶିପ୍‌ର ଗ୍ରୁପ୍‌-ବି’ର ଏକ ମ୍ୟାଚ୍‌ରେ ଭାରତ ୨-୩ ଗେମ୍‌ରେ ସିଙ୍ଗାପୁର ନିକଟରୁ ପରାସ୍ତ ହୋଇଛି। ଏଚ୍‌.ଏସ୍‌. ପ୍ରଣୟ, ଏମ୍‌.ଆର୍‌. ଅର୍ଜୁନ ଓ ଶ୍ଲୋକ ରାମଚନ୍ଦ୍ରନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଭାରତ ଏହି ମ୍ୟାଚ୍‌ ହାରିଯାଇଛି। ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ୨ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଉଭୟଥିରେ ପରାଜୟ ସାମ୍ନା କରିଥିଲେ।

ପଡିଆରେ ମୃତ୍ୟୁବରଣ କଲେ ଯୁବ କ୍ରିକେଟର

ପଡିଆରେ ମୃତ୍ୟୁବରଣ କଲେ ଯୁବ କ୍ରିକେଟର

କୋଲକାତା,୨୦।୩ (ପି.ଟି.)-ସ୍ଥାନୀୟ ବାଟା କ୍ଲବ୍‌ ଗ୍ରାଉଣ୍ଡରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ପଡିଆରେ ହିଁ ଜଣେ ଯୁବ କ୍ରିକେଟରଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ବୁଧବାର ଏହି ଗ୍ରାଉଣ୍ଡରେ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲର ସେକେଣ୍ଡ ଡିଭିଜନ ଲିଗ୍‌ର ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ଅବସରରେ ବାଲିଗଞ୍ଜ ସ୍ପୋର୍ଟିଂ କ୍ଲବ୍‌ର ୨୨ ବର୍ଷୀୟ ଖେଳାଳି ସୋନୁ ଯାଦବ ମୃତ୍ୟୁବରଣ କରିଛନ୍ତି।

ଶୀଘ୍ର ଯୋଗଦେବେ ଓ୍ବିଲିୟମ୍‌ସନ

ଶୀଘ୍ର ଯୋଗଦେବେ ଓ୍ବିଲିୟମ୍‌ସନ

ନୂଆଦିଲ୍ଲୀ,୨୦।୩(ପିଟି)- ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ ନିକଟରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ ବେଳେ ଆହତ ହୋଇଥିଲେ।

ଆଇପିଏଲ୍‌ରୁ ଆନରିଚ ନର୍ଟଜେ ବାଦ୍‌

ଆଇପିଏଲ୍‌ରୁ ଆନରିଚ ନର୍ଟଜେ ବାଦ୍‌

ନୂଆଦିଲ୍ଲୀ,୨୦।୩(ପି.ଟି.)- ଆଇପିଏଲ ଆରମ୍ଭ ହେବା ଆଗରୁ ଦୁଇଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳକୁ ଶକ୍ତ ଧକ୍କା ଲାଗିଛି। 

ମାଲେସିଆ ଓପନ୍‌ରୁ ଓହରିଲେ ଲି’

ମାଲେସିଆ ଓପନ୍‌ରୁ ଓହରିଲେ ଲି’

କୁଆଲାଲମ୍ପୁର, ୨୦।୩(ଏଏଫ୍‌ପି)- କିମ୍ବଦନ୍ତୀ ବ୍ୟାଡ୍‌ମିଣ୍ଟନ ଖେଳାଳି ଲି ଚୋଙ୍ଗ ଓ୍ବେଇ ଆସନ୍ତା ମାସରେ ଖେଳାଯିବାକୁ ଥିବା ମାଲେସିଆ ଓପନ୍‌ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା