ଅନ୍ତର୍ଜାତୀୟ |

ପୁଅକୁ ଶିକ୍ଷକ ମାଡ଼ ମାରୁଥିବା ଜାଣି ଏକେ-୪୭ ନେଇ ସ୍କୁଲରେ ପହଞ୍ଚିଲେ ପିତା

ପୁଅକୁ ଶିକ୍ଷକ ମାଡ଼ ମାରୁଥିବା ଜାଣି ଏକେ-୪୭ ନେଇ ସ୍କୁଲରେ ପହଞ୍ଚିଲେ ପିତା

ଓ୍ବାଶିଂଟନ,୧୪।୩: ଫ୍ଲୋରିଡାର ଓ୍ବେଷ୍ଟ ପାମ୍‌ ବିଚରେ ଥିବା ବିଅର ଲେକ୍ସ ମିଡିଲ ସ୍କୁଲରେ ପଢୁଥିବା ଜଣେ ଛାତ୍ରଙ୍କୁ ଶିକ୍ଷକ ମାଡ ମାରିବାରୁ ସେ କାନ୍ଦି କାନ୍ଦି ତାଙ୍କ ପିତାଙ୍କ ପାଖକୁ ଫୋନ୍‌ କରିଥିଲେ। ଏତିକିରେ ଫୋନ୍‌ କଟିଯାଇଥିଲା। ଖ୍ରୀଷ୍ଟୋଫର ଫ୍ରିମ୍ୟାନ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅଙ୍କଠାରୁ ଏମିତି ଏକ ଫୋନ୍‌ ପାଇବା ପରେ ତୁରନ୍ତ ତାଙ୍କ ପୁଅ ପଢୁଥିବା ସ୍କୁଲକୁ ଏକ ଲୋଡେଡ୍‌ ଏକେ-୪୭ ବନ୍ଧୁକ ନେଇ ପହଞ୍ଚିଥିବା ପ୍ରକାଶ କରିଛନ୍ତି। ତେବେ ଫ୍ରିମ୍ୟାନଙ୍କୁ ଏମିତି ଅବସ୍ଥାରେ ଦେଖି ସ୍କୁଲରେ ଥିବା ଶିକ୍ଷକମାନେ ଭୟଭୀତ ହୋଇ ଯାଇଥିଲେ। ସେମାନେ ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ଖବର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫ୍ରିମ୍ୟାନଙ୍କୁ ଗିରଫ କରିବା ସହ ପଚରା ଉଚରା ଆରମ୍ଭ କରିଛି। ତେବେ ଗତ ବର୍ଷେ ହେବ ନିଜ ସୁରକ୍ଷା ପାଇଁ ଫ୍ରିମ୍ୟାନ ସବୁବେଳେ ପାଖରେ ଉକ୍ତ ବନ୍ଧୁକ ରଖିଥିବା କହିଛନ୍ତି। ଆଉ ସେଦିନ ସ୍କୁଲକୁ ଯିବାବେଳେ ତାଙ୍କ ପାଖରେ ବନ୍ଧୁକ ଥିବା କଥା ସେ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ପ୍ରକାଶ କରିଛନ୍ତି। କାହାକୁ ଆଘାତ ପହଞ୍ଚାଇବା ତାଙ୍କର ଉଦ୍ଦେଶ୍ୟ ନ ଥିବା ସେ ସଫେଇ ଦେଇଛନ୍ତି।

All Right Reserved By

ଅନ୍ତର୍ଜାତୀୟ |

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଦୁନିଆର ସୁଖୀ ଦେଶ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୬ ଦେଶ ମଧ୍ୟରେ ଫିନ୍‌ଲାଣ୍ଡ୍‌ ପୁଣିଥରେ ପ୍ରଥମ ସ୍ଥାନ ହାସଲ କରିଛି। ଜାତିସଂଘର ସଷ୍ଟେନବୁଲ୍‌ ଡେଭଲପ୍‌ମେଣ୍ଟ୍‌ ସୁଲ୍ୟସନ୍‌ ନେଟ୍‌ଓ୍ବାର୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। 

ପୃଥିବୀର ୪ ଶହ କୋଟି ଲୋକଙ୍କୁ ମିଳୁନି ପିଇବା ପାଣି: ଭାରତରେ ଏକ ଚତୁର୍ଥାଂଶ

ପୃଥିବୀର ୪ ଶହ କୋଟି ଲୋକଙ୍କୁ ମିଳୁନି ପିଇବା ପାଣି: ଭାରତରେ ଏକ ଚତୁର୍ଥାଂଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ଯୋଗୁ ପୃଥିବୀ ଏବେ ଜଳ ସଙ୍କଟ ଦେଖାଦେଇଛି। ଲୋକଙ୍କୁ ପିଇବା ପାଣି ମିଳୁନି। ପୃଥିବୀର ୪ ଶହ କୋଟି ଲୋକଙ୍କୁ ପିଇବା ପାଇଁ ପାଣି ମିଳୁ ନ ଥିବା ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି।

ବଳାତ୍କାର ବଦଳରେ ବଳାତ୍କାର କରିବାକୁ ଦଣ୍ଡାଦେଶ

ବଳାତ୍କାର ବଦଳରେ ବଳାତ୍କାର କରିବାକୁ ଦଣ୍ଡାଦେଶ

ଇସଲାମାବାଦ୍‌,୨୧।୩: ବଳାତ୍କାର ବଦଳରେ ବଳାତ୍କାର କରିବାକୁ ଦଣ୍ଡାଦେଶ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାକିସ୍ତାନ ପଞ୍ଜାବ ପ୍ରଦେଶରେ। 

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନ,୨୧-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କା ଠକିଥିବା ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ଦୀପକ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। 

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନ/ନୂଆଦିଲ୍ଲୀ,୨୦।୩: ପିଏନ୍‌ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ନୀରବ ମୋଦୀଙ୍କୁ ବୁଧବାର ଲଣ୍ଡନ ପୋଲିସ ଗିରଫ କରିଛି। ପୋଲିସ ଗିରଫ କରିବା ପରେ ଭାରତୀୟ ସମୟାନୁସାରେ ତାଙ୍କୁ ସନ୍ଧ୍ୟା ସାଢ଼େ ୫ଟାରେ ଓ୍ବେଷ୍ଟମିନ୍ସଷ୍ଟର ମାଜିଷ୍ଟେଟ କୋର୍ଟରେ ହାଜର କରାଯାଇଥିଲା। 

ପଳାତକ ନୀରବ ମୋଦି ଲଣ୍ଡନରୁ ଗିରଫ

ପଳାତକ ନୀରବ ମୋଦି ଲଣ୍ଡନରୁ ଗିରଫ

ଲଣ୍ଡନ,୨୦।୩: ପିଏନ୍‌ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ନୀରବ ମୋଦୀଙ୍କୁ ଗିରଫ କଲା ଲଣ୍ଡନ ପୋଲିସ।  

ଥରିଲା ତୁର୍କୀ

ଥରିଲା ତୁର୍କୀ

ଆଙ୍କ୍ରା,୨୦।୩: ତୁର୍କୀରେ ବୁଧବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା ବୋଲି ୟୁରୋପ ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। 

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ନୂଆଦିଲ୍ଲୀ/ବର୍ଲିନ,୨୦।୩: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ଜର୍ମାନୀ। 

୨୦୧୮ରେ ଜାତିସଂଘରେ ୨୫୯ ଯୌନଶୋଷଣ ମାମଲା

୨୦୧୮ରେ ଜାତିସଂଘରେ ୨୫୯ ଯୌନଶୋଷଣ ମାମଲା

ଓ୍ବାଶିଂଟନ, ୧୯।୩: ଜାତିସଂଘରେ ୨୦୧୮ରେ ୨୫୯ଟି ଯୌନଶୋଷଣ ମାମଲା ସମ୍ପର୍କରେ ଅଭିଯୋଗ ହୋଇଛି। ୨୦୧୭ ତୁଳନାରେ ଏଭଳି ଘଟଣାରେ ଶତପ୍ରତିଶତ ବୃଦ୍ଧି ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

୧୩୦ ବର୍ଷ ପରେ ଧରାପଡିଲା ସିରିୟଲ କିଲର: ଦେହଜୀବୀଙ୍କୁ କରୁଥିଲା ଟାର୍ଗେଟ

୧୩୦ ବର୍ଷ ପରେ ଧରାପଡିଲା ସିରିୟଲ କିଲର: ଦେହଜୀବୀଙ୍କୁ କରୁଥିଲା ଟାର୍ଗେଟ

ଲଣ୍ଡନ,୧୯।୩: ୧୮୮୮ରେ ଦେହଜୀବୀଙ୍କୁ ଟାର୍ଗେଟ କରାଯାଇ ହତ୍ୟା କରିବା ସହ ତାଙ୍କ ଶରୀରରୁ ଅଙ୍ଗ କାଢ଼ିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ୧୩୦ ବର୍ଷ ପରେ ସିରିୟଲ କିଲର ‘ଜୈକ ଦ ରିପର’କୁ ଧରିବାର ସଫଳ ହୋଇଛି  ପୋଲିସ।

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ନୂଆଦିଲ୍ଲୀ/କାବୁଲ: ଆଫଗାନିସ୍ତାନର ବାଘଲାନ ଅଞ୍ଚଳରୁ ପ୍ରାୟ ୧୦ମାସ ତଳେ ଅପହୃତ ହୋଇଥିବା ୭ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଭାରତ ଫେରିଥିବା ସୂଚନା ମିଳିଛି। 

ତାଣ୍ଡବ ରଚିଲା ‘ଇଦାଇ’: ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ତାଣ୍ଡବ ରଚିଲା ‘ଇଦାଇ’: ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ମାପୁଟୋ,୧୯।୩: ଦକ୍ଷିଣ ଆଫ୍ରିକାର ମୋଜାମ୍ବିକ୍ୱୁରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ ‘ଇଦାଇ’। ମାଜାମ୍ବିକ୍ୱୁ ରାଷ୍ଟ୍ରପତି ଫିଲିପ୍‌ ନ୍ୟୁଷି କହିଛନ୍ତି ‘ଇଦାଇ’ ପ୍ରଭାବରେ ଅତିକମ୍‌ରେ ହଜାରେ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ନିଖୋଜ ହୋଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା