ଜାତୀୟ |

ଜାତିସଂଘରେ ଆଝାରଙ୍କୁ ଆତଙ୍କବାଦୀ ଘୋଷଣା ହେଲାନାହିଁ : ପୁଣି କଣ୍ଟା ସାଜିଲା ଚାଇନା

ଜାତିସଂଘରେ ଆଝାରଙ୍କୁ ଆତଙ୍କବାଦୀ ଘୋଷଣା ହେଲାନାହିଁ : ପୁଣି କଣ୍ଟା ସାଜିଲା ଚାଇନା

ଜାତିସଂଘ/ନୂଆଦିଲ୍ଲୀ,୧୪।୩ (ପି.ଟି./ଆଇଏଏନ୍‌ଏସ୍‌): ଭାରତରେ ଏକାଧିକ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ମୁଖ୍ୟ ମାସୁଦ୍‌ ଆଝାରଙ୍କୁ ପୁଣିଥରେ ସୁରକ୍ଷା ଦେବାକୁ ଆଗେଇ ଆସିଛି ଚାଇନା। ଫଳରେ ଜାତିସଂଘ ଦ୍ୱାରା ଆଝାରଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ଭାରତ ସମେତ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ପକ୍ଷରୁ ଚାଲିଥିବା ଉଦ୍ୟମ ଫସର ଫାଟିଛି। ଏଥିଯୋଗୁ ଭାରତକୁ ଶକ୍ତ ଝଟକା ଲାଗିଛି। ଫେବୃୟାରୀ ୧୪ ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ୪୯ ଯବାନ ଶହୀଦ ହୋଇଥିବା ଏହି ଆକ୍ରମଣ ପାଇଁ ଜେଇଏମ୍‌ ନିଜକୁ ଦାୟୀ କରିଥିଲା। ଏହାକୁ ନେଇ  ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଇତିମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଆଝାରଙ୍କୁ କଳାତାଲିକାଭୁକ୍ତ କରିବା ପାଇଁ ଭାରତ ପୁଣିଥରେ କୂଟନୈତିକ ଉଦ୍ୟମ କରିଥିଲା, ଯାହାକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ସହାୟତା ମିଳିଥିଲା। ୟୁଏନ୍‌ଏସ୍‌ସିର ଏହି ୩ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଗତ ୨୭ ତାରିଖରେ ୧୨୬୭ ଅଲ୍‌ କାଏଦା କଟକଣା କମିଟିରେ ପିଟିଶନ ଦାଏର କରିଥିଲେ। ପ୍ରସ୍ତାବ ବିରୋଧରେ ଆପତ୍ତି ଉଠାଇବା ପାଇଁ ୧୦ ଦିନ ସମୟ ଧାର୍ଯ୍ୟ କରାଯାଇଥିଲା। କୌଣସି  ରାଷ୍ଟ୍ର ଆପତ୍ତି ଉଠାଇ ନ ଥିଲେ ପ୍ରସ୍ତାବକୁ ଜାତିସଂଘ ଗ୍ରହଣ କରିଥାନ୍ତା। ଆଝାରଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ପୂର୍ବରୁ ୩ ଥର ଉଦ୍ୟମ ହୋଇଥିବାବେଳେ ଚାଇନା ଯୋଗୁ ତାହା ଫସର ଫାଟିଯାଇଥିଲା। ତେବେ ପୁଲଓ୍ବାମା ଆକ୍ରମଣ ପରେ ଆଝାର ପ୍ରସଙ୍ଗରେ ପାକିସ୍ତାନର ସବୁଦିନିଆ ବନ୍ଧୁ ଚାଇନାର ଆଭିମୁଖ୍ୟ କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା। ଏହି ୧୦ ଦିନିଆ ଅବଧି ନ୍ୟୁୟର୍କର ସ୍ଥାନୀୟ ସମୟ ବୁଧବାର ଅପରାହ୍ନ ୩ଟା (ଭାରତରେ ରାତି ୧୨ଟା ୩୦)ରେ ଶେଷ ହୋଇଛି। ଶେଷ ମୁହୂର୍ତ୍ତରେ ଅର୍ଥାତ୍‌ ଏହାର କିଛି ସମୟ ପୂର୍ବରୁ ଚାଇନା ଏଥିରେ ପୁଣିଥରେ କଣ୍ଟା ସାଜିଛି। ପ୍ରସ୍ତାବକୁ ନେଇ ଅନୁଧ୍ୟାନ ଓ ଯାଞ୍ଚ କରିବା ଲାଗି ଚାଇନା ଅଧିକ ସମୟ ମାଗିଛି। ଏହାସହ ଆଝାରଙ୍କ ବିରୋଧରେ କିଛି ପ୍ରମାଣ ନ ଥିବା ଦର୍ଶାଇ ୟୁଏନ୍‌ଏସ୍‌ସିରେ ନିଜ ଭିଟୋ କ୍ଷମତା ପ୍ରୟୋଗ କରିଛି। ଚାଇନା ବୈଷୟିକ କାରଣ ଦର୍ଶାଇ ଘୋଷଣାକୁ ଅଟକାଇଦେଇଥିବା ଜାତିସଂଘର ଜଣେ କୂଟନୀତିଜ୍ଞ ସୂଚନା ଦେଇଛନ୍ତି। ଜାତିସଂଘ କଟକଣା କମିଟିରେ ବେଜିଂ ଦାୟିତ୍ୱସମ୍ପନ୍ନ ଭୂମିକା ନେଇ ପକ୍ଷ ରଖିବ ବୋଲି ବୁଧବାର ସନ୍ଧ୍ୟାରେ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଲୁ କାଙ୍ଗ୍‌ କହିଥିଲେ। ଏଥିରୁ ବୁଝାପଡ଼ୁଥିଲା ଚାଇନା ପୁଣି ଥରେ ଏହି ପ୍ରସ୍ତାବକୁ ଅଟକାଇଦେବ ବୋଲି। ଶେଷରେ ତାହା ହିଁ ହୋଇଛି।  ଅନ୍ୟପକ୍ଷରେ ଏହାକୁ ନେଇ ନୂଆଦିଲ୍ଲୀ ଅସନ୍ତୋଷ ବ୍ୟକ୍ତ କରିଛି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଚାଇନାର ଏହି ଉଦ୍ୟମ ଯୋଗୁ ଜାତିସଂଘ କୌଣସି ନିଷ୍ପତ୍ତି ନେଇପାରି ନାହିଁ। ଫଳରେ ଆଝାରଙ୍କ ବିରୋଧରେ  ଅନ୍ତର୍ଜାତୀୟ ସମୁଦାୟ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ। ଏହାକୁ ନେଇ ଭାରତ ମର୍ମାହତ। ତେବେ ଯେଉଁ ରାଷ୍ଟ୍ରଗୁଡ଼ିକ ଏଥିରେ ଭାରତକୁ ସମର୍ଥନ କରିଥିଲେ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଉଛୁ। ଆତଙ୍କବାଦୀଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରାଇବା ପାଇଁ ଭାରତ ଉଦ୍ୟମ ଜାରି ରଖିବ। ପ୍ରକାଶ ଯେ, ୨୦୦୯ରୁ ଅଦ୍ୟାବଧି ଆଝାରଙ୍କ ବିରୋଧରେ ଏଭଳି ୪ ଥର ପ୍ରସ୍ତାବ ଆସିଲାଣି। ହେଲେ ପ୍ରତିଥର ଚାଇନା ତାଙ୍କୁ ସୁରକ୍ଷା ଦେଇଆସିଛି।


All Right Reserved By

ଜାତୀୟ |

୫ ବର୍ଷରେ ୧୫୩ ଏମ୍‌ପିଙ୍କ ସମ୍ପତ୍ତିରେ ୧୪୨ ପ୍ରତିଶତ ବୃଦ୍ଧି ପାଇଥିଲା: ପ୍ରଥମ ସ୍ଥାନରେ ଶତ୍ରୁଘ୍ନ ସିହ୍ନା

୫ ବର୍ଷରେ ୧୫୩ ଏମ୍‌ପିଙ୍କ ସମ୍ପତ୍ତିରେ ୧୪୨ ପ୍ରତିଶତ ବୃଦ୍ଧି ପାଇଥିଲା: ପ୍ରଥମ ସ୍ଥାନରେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ,୨୦।୩: ଆଗକୁ ଲୋକସଭା ନିର୍ବାଚନ। ଇତିମଧ୍ୟରେ  ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌)ପକ୍ଷରୁ ଜାରି ହୋଇଛି ଏକ ରିପୋର୍ଟ। 

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ନୂଆଦିଲ୍ଲୀ/ବର୍ଲିନ,୨୦।୩: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ଜର୍ମାନୀ। 

ହିମାଲୟାନ୍‌ କୁଇନ୍‌ ଏକ୍ସପ୍ରେସ୍‌ର ୪ବଗି ଲାଇନଚ୍ୟୁତ

ହିମାଲୟାନ୍‌ କୁଇନ୍‌ ଏକ୍ସପ୍ରେସ୍‌ର ୪ବଗି ଲାଇନଚ୍ୟୁତ

ଅମ୍ବାଲା,୨୦।୩: ହିମାଲୟାନ୍‌ କୁଇନ୍‌ ଏକ୍ସପ୍ରେସ୍‌ର ୪ବଗି ବୁଧବାର ଲାଇନଚ୍ୟୁତ  ହୋଇଛି।

ଅରୁଣାଚଳ ପ୍ରଦେଶରେ ଭାଜପାକୁ ଝଟ୍‌କା: ୨ ମନ୍ତ୍ରୀଙ୍କ ସମେତ ୧୪ ବିଧାୟକ ବାଡ଼ ଡେଇଁଲେ

ଅରୁଣାଚଳ ପ୍ରଦେଶରେ ଭାଜପାକୁ ଝଟ୍‌କା: ୨ ମନ୍ତ୍ରୀଙ୍କ ସମେତ ୧୪ ବିଧାୟକ ବାଡ଼ ଡେଇଁଲେ

ଇଟାନଗର,୨୦।୩: ଅରୁଣାଚଳ ପ୍ରଦେଶରେ ଶାସକ ଭାଜପାକୁ ଶକ୍ତ ଝଟ୍‌କା ଲାଗିଛି। ଏଠାରେ ଶାସକ ଭାଜପାର ୨ ମନ୍ତ୍ରୀଙ୍କ ସମେତ ୧୪ ବିଧାୟକ ବାଡ଼ ଡେଇଁ ନ୍ୟାସନାଲ ପିପୁଲସ୍‌ ପାର୍ଟି(ଏନ୍‌ପିପି)ରେ ଯୋଗଦେଇଛନ୍ତି।

ଟୁଇଟରରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟା

ଟୁଇଟରରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟା

ମୁମ୍ବାଇ,୨୦।୩: ଟୁଇଟରରେ ଏବେ ଦବଙ୍ଗ ଭାଇଜାନ୍‌ ସଲମାନ୍‌ ଖାଁ ଏବଂ ଚୁଲ୍‌ବୁଲୀ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଏକ ଫଟୋ ନେଇ ଚର୍ଚ୍ଚା ଜାରି ରହିଛି। ଫଟୋରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟାଙ୍କୁ ଦେଖିବାକୁ ମିଳୁଛି। 

ରାଜନୀତି କରିବେ ସନ୍ନି ଲିଓନ୍‌

ରାଜନୀତି କରିବେ ସନ୍ନି ଲିଓନ୍‌

ମୁମ୍ବାଇ,୨୦।୩: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ ରାଜନୀତି କରିବେ। ମାନେ ରିୟଲ ଲାଇଫ୍‌ରେ ନୁହେଁ। ସେ ଏକ ତାମିଲ୍‌ ଫିଲ୍ମରେ ରାଜନେତ୍ରୀ ଭାବେ ଅଭିନୟ କରିବେ।

ଚତୁର୍ଥୀ ରାତିରେ ବରକୁ ଛାଡି କନ୍ୟା ଫେରାର

ଚତୁର୍ଥୀ ରାତିରେ ବରକୁ ଛାଡି କନ୍ୟା ଫେରାର

ଜୟପୁର,୨୦।୩: ରାଜସ୍ଥାନ ଧୋଲପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଚତୁର୍ଥୀ ରାତିରେ ବରକୁ ଏକାଛାଡ଼ି କନ୍ୟା ଫେରାର ହୋଇଯାଇଛି। ବର ଘର ସଦସ୍ୟ ପୋଲିସକୁ ଏନେଇ ଖବର ଦେବା ପରେ କନ୍ୟାକୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି। 

ଫୋନ ନ ଲାଗିବାରୁ ପୁରୁଷ ବନ୍ଧୁଙ୍କ ଉପରେ ଆଣିଲେ ବଳାତ୍କାର ଅଭିଯୋଗ

ଫୋନ ନ ଲାଗିବାରୁ ପୁରୁଷ ବନ୍ଧୁଙ୍କ ଉପରେ ଆଣିଲେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୯।୩: ଖରାପ ନେଟଓ୍ବାର୍କ ଯୋଗୁ ପୁରୁଷ ବନ୍ଧୁଙ୍କ ସହ ହୋଇପାରି ନ ଥିଲା ସମ୍ପର୍କ। ଧୋକା ଆଶଙ୍କାରେ ବନ୍ଧୁଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ।

ମନ୍ଦିରରେ ପ୍ରିୟଙ୍କା ପୂଜା କରୁଥିବା ସମୟରେ ବାହାରେ ଶୁଭୁଥିଲା ‘ହର ହର ମୋଦି’

ମନ୍ଦିରରେ ପ୍ରିୟଙ୍କା ପୂଜା କରୁଥିବା ସମୟରେ ବାହାରେ ଶୁଭୁଥିଲା ‘ହର ହର ମୋଦି’

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପୂର୍ବାଞ୍ଚଳ ଗସ୍ତର ଦ୍ୱିତୀୟ ଦିନରେ ମଙ୍ଗଳବାର ସେ ମିର୍ଜାପୁରର ବିନ୍ଧ୍ୟବାସିନୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। 

ସହଯୋଗ କରୁ ନ ଥିବାରୁ ରବର୍ଟ ଭଦ୍ରାଙ୍କୁ ରିମାଣ୍ଡରେ ନେବାକୁ ଚାହୁଁଛି ଇଡି

ସହଯୋଗ କରୁ ନ ଥିବାରୁ ରବର୍ଟ ଭଦ୍ରାଙ୍କୁ ରିମାଣ୍ଡରେ ନେବାକୁ ଚାହୁଁଛି ଇଡି

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ବଢ଼ୁଛି ବିବାଦ।

ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇବାରୁ ମିଳିଲା ପୁରସ୍କାର

ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇବାରୁ ମିଳିଲା ପୁରସ୍କାର

ସୁରଟ, ୧୯।୩: ଗୁଜୁରାଟର ସୁରଟରେ ଜଣେ ସେଲ୍ସମ୍ୟାନ ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ତାର ମାଲିକଙ୍କୁ ଫେରାଇବାରୁ ତାଙ୍କୁ ପୁରସ୍କୁତ କରାଯାଇଛି। 

୧୪ ବର୍ଷ ବାଳକଙ୍କୁ ସାହସିକତା ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

୧୪ ବର୍ଷ ବାଳକଙ୍କୁ ସାହସିକତା ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୯।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସାହସିକତା ପାଇଁ କେତେଜଣ ଶହୀଦ ଯବାନଙ୍କ ପତ୍ନୀଙ୍କୁ କିର୍ତ୍ତୀ ଚକ୍ର ପ୍ରଦାନ କରିଛନ୍ତି। ତେବେ ସାହସିକତା ପାଇଁ ସେ ଜମ୍ମୁ-କଶ୍ମୀରର ଜଣେ ୧୪ ବର୍ଷ ବାଳକଙ୍କୁ ମଧ୍ୟ ସମ୍ମାନୀତ କରିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା