ବାଣିଜ୍ୟ |

୫୩% ବଢ଼ିଲା ମୁଦ୍ରା ଯୋଜନା ଏନ୍‌ପିଏ

୫୩% ବଢ଼ିଲା ମୁଦ୍ରା ଯୋଜନା ଏନ୍‌ପିଏ

ନୂଆଦିଲ୍ଲୀ,୧୪ା୩: ଅନାଦାୟ ଋଣ (ଏନ୍‌ପିଏ) ସମସ୍ୟା ବ୍ୟାଙ୍କିଙ୍ଗ୍‌ ସେକ୍ଟର ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ନିଯୁକ୍ତି ସୃଷ୍ଟି ଲାଗି ପ୍ରଣୀତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ସେମାନଙ୍କ ଲାଗି ବୋଝ ଉପରେ ନଳିତା ବିଡ଼ା ହେଲାଣି।  ମିଡିଆ ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ର ପ୍ରଥମ ୯ ମାସରେ ମୁଦ୍ରା ଯୋଜନା ଅଧୀନରେ ଏନ୍‌ପିଏ ପରିମାଣ ୫୩% ବୃଦ୍ଧି ପାଇ ୧୪,୯୩୦.୯୮ କୋଟି ଟଙ୍କାରେ ପହଞ୍ଚତ୍ଗଲାଣି। ଯାହାକି ପୂର୍ବବର୍ଷ ୯,୭୬୯.୯୯ କୋଟି ଟଙ୍କା ଥିଲା। 

କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ମାଧ୍ୟମରେ ନିଯୁକ୍ତି ସୃଷ୍ଟି ଲାଗି କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମାଇକ୍ରୋ ୟୁନିଟ୍ସ ଡେଭଲପ୍‌ମେଣ୍ଟ ଆଣ୍ଡ ରିଫାଇନାନ୍ସ ଏଜେନ୍ସି (ମୁଦ୍ରା) ଯୋଜନା। ଅଣ କର୍ପୋରେଟ ଓ ଅଣ କୃଷି କ୍ଷେତ୍ରରେ ଋଣ ପ୍ରଦାନ କରି ଉଦ୍ୟୋଗ ପ୍ରତିଷ୍ଠା କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା। ଏହି ଋଣକୁ ୩ଟି ଶ୍ରେଣୀ ‘ଶିଶୁ’,‘କିଶୋର’ ଓ ‘ତରୁଣ’ରେ ବିଭକ୍ତ କରାଯାଇଛି। ଆର୍‌ଟିଆଇ ତଥ୍ୟ ଅନୁଯାୟୀ, ଏହି  ୩ଟି ଶ୍ରେଣୀରେ ଋଣ ପରିମାଣ ଯଥାକ୍ରମେ ୬୪ ପ୍ରତିଶତ, ୫୨ ପ୍ରତିଶତ ଓ ୪୨ ପ୍ରତିଶତ ହାରରେ ବଢ଼ିଛି। ସେହିପରି ମାର୍ଚ୍ଚ ୩୧, ୨୦୧୮ରେ ଏନ୍‌ପିଏ ଆକାଉଣ୍ଟ ସଂଖ୍ୟା ୧୭.୮୮ ଲକ୍ଷ ଥିବା ବେଳେ ସେହିବର୍ଷ ଡିସେମ୍ବର ୩୧ ସୁଦ୍ଧା ବୃଦ୍ଧି ପାଇ ୨୮.୮୩ ଲକ୍ଷରେ ପହଞ୍ଚତ୍ୟାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଶିଶୁ, କିଶୋର ଓ  ତରୁଣ ଆକାଉଣ୍ଟରେ ଏନ୍‌ପିଏ ହାର ଯଥାକ୍ରମେ ୫୮.୩୩%, ୭୦% ଓ ୪୫% ରହିଛି। ଋଣ ପ୍ରଦାନ ମଧ୍ୟ ଧିମା ଗତିରେ ଚାଲିଛି। ଏପ୍ରିଲରୁ ଫେବୃୟାରୀ ମଧ୍ୟରେ ମାତ୍ର ୨.୧୨ ଲକ୍ଷ କୋଟି ଟଙ୍କା ଋଣ ବଣ୍ଟାଯାଇଥିବା ବେଳେ ୨୦୧୭-୧୮ରେ ୨.୪୬ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଥିଲା। ଏନ୍‌ପିଏ ବୃଦ୍ଧି ସହ ଋଣ ପ୍ରଦାନ ହ୍ରାସ ପାଇବାରୁ ଗୋଟିଏ କଥା ସ୍ପଷ୍ଟ ଯେ, ୨୦୧୭-୧୮ରେ ଗ୍ରସ୍‌ ଏନ୍‌ପିଏ ହାର(ଏନ୍‌ପିଏ ବିଭକ୍ତ ଋଣ ପ୍ରଦାନ) ମଧ୍ୟ ଚଳିତ ବର୍ଷ ବଢ଼ି ୩.୯୬ ପ୍ରତିଶତ ହୋଇଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଶିକ୍ଷିତ ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ସେମାନଙ୍କ ମନରେ ଆମତ୍ବିଶ୍ୱାସ ଉଦ୍ରେକ ସଦୃଶ ଉଦ୍ୟୋଗ ପ୍ରତିଷ୍ଠା ଲାଗି ମୁଦ୍ରା ଯୋଜନାରେ କୌଣସି ସମ୍ପତ୍ତି ବନ୍ଧା ରଖାଯାଏ ନାହିଁ। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ମୁଦ୍ରା ଯୋଜନାର ଏନ୍‌ପିଏ ସରକାରଙ୍କ ପାଇଁ ବଡ଼ ଚିନ୍ତାର କାରଣ ହେବ ବୋଲି କହିଥିଲେ।

All Right Reserved By

ବାଣିଜ୍ୟ |

ନୀରବଙ୍କ ୧୧କାର୍‌, ୧୭୩ ପେଣ୍ଟିଙ୍ଗ ବିକ୍ରି ହେବ;ସ୍ତ୍ରୀଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ନୀରବଙ୍କ ୧୧କାର୍‌, ୧୭୩ ପେଣ୍ଟିଙ୍ଗ ବିକ୍ରି ହେବ;ସ୍ତ୍ରୀଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ନୂଆଦିଲ୍ଲୀ,୨୧-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ମହାଠକେଇ ମାମଲାରେ ଲଣ୍ଡନରେ ଗିରଫ ହୋଇଛନ୍ତି ହୀରା ବ୍ୟବସାୟୀ ନୀରବ ମୋଦି। ଅନ୍ୟପକ୍ଷରେ ଭାରତରେ ଥିବା ତାଙ୍କର ସମ୍ପତ୍ତି ବିକ୍ରି କରିବା ଲାଗି ଏବେ ଉଦ୍ୟମ ଆରମ୍ଭ ହୋଇଛି।

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନ,୨୧-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କା ଠକିଥିବା ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ଦୀପକ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। 

କମ୍ପାନୀଙ୍କୁ ବଞ୍ଚାଇବା ଲାଗି ଏସ୍‌ବିଆଇର ଉଦ୍ୟମ;ବଦଳିପାରେ ଜେଟ ଏୟାରଓ୍ବେଜ ପରିଚାଳନା

କମ୍ପାନୀଙ୍କୁ ବଞ୍ଚାଇବା ଲାଗି ଏସ୍‌ବିଆଇର ଉଦ୍ୟମ;ବଦଳିପାରେ ଜେଟ ଏୟାରଓ୍ବେଜ ପରିଚାଳନା

ନୂଆଦିଲ୍ଲୀ,୨୧-୩: ଋଣ ଭାରରେ ବୁଡି ରହିଥିବା ଜେଟ ଏୟାରଓ୍ବେଜ ବିମାନ କମ୍ପାନୀକୁ ବଞ୍ଚାଇବା ଲାଗି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ନେତୃତ୍ୱାଧୀନ ବ୍ୟାଙ୍କଗୁଡ଼ିକ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି। 

ଚାଷୀଙ୍କୁ ଆର୍ଥିକ ସହାୟତା;ରୁପା ଚାହିଦା ୪ ବର୍ଷରେ ସର୍ବାଧିକ ରହିବ

ଚାଷୀଙ୍କୁ ଆର୍ଥିକ ସହାୟତା;ରୁପା ଚାହିଦା ୪ ବର୍ଷରେ ସର୍ବାଧିକ ରହିବ

ନୂଆଦିଲ୍ଲୀ,୨୧-୩: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଫାଇଦା ହାସଲ କରିବାକୁ ଯାଇ ଗ୍ରାମାଞ୍ଚଳ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଚାଷୀଙ୍କୁ ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। 

ବିମୁଦ୍ରୀକରଣ ବେଳର ୨.୨ ଲକ୍ଷ ଆକାଉଣ୍ଟ ଯାଞ୍ଚ;୨୨୦୦ କୋଟିର ଟିକସ ଆଦାୟ ଲକ୍ଷ୍ୟ

ବିମୁଦ୍ରୀକରଣ ବେଳର ୨.୨ ଲକ୍ଷ ଆକାଉଣ୍ଟ ଯାଞ୍ଚ;୨୨୦୦ କୋଟିର ଟିକସ ଆଦାୟ ଲକ୍ଷ୍ୟ

ଲଣ୍ଡନ,୨୧-୩: ବିମୁଦ୍ରୀକରଣ ବେଳେ ଅଧିକ ଟଙ୍କା ଜମା ହୋଇଥିବା ୨.୨ ଲକ୍ଷ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ ଆରମ୍ଭ କରିଛି ଆୟକର ବିଭାଗ।  ଏହି ଆକାଉଣ୍ଟଧାରୀଙ୍କ ଠାରୁ  କେନ୍ଦ୍ର ସରକାର ଆୟକର ବାବଦରେ ୨୨୦୦ କୋଟି  ଟଙ୍କା ଆଦାୟ କରିବା ଲାଗି ପ୍ରୟାସ ଚଳାଇଛନ୍ତି। 

ଋଣପ୍ରଦାନକାରୀଙ୍କ ବୈଠକ ଡାକିବାକୁ ଏସାର ଷ୍ଟିଲ୍‌କୁ ନିର୍ଦ୍ଦେଶ

ଋଣପ୍ରଦାନକାରୀଙ୍କ ବୈଠକ ଡାକିବାକୁ ଏସାର ଷ୍ଟିଲ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୧-୩: ପାଣ୍ଠି ବଣ୍ଟନ ନେଇ ଋଣପ୍ରଦାନକାରୀଙ୍କ କମିଟି(ସିଓସି)ର ବୈଠକ ଡାକିବାକୁ ରାଷ୍ଟ୍ରୀୟ କମ୍ପାନୀ ବିଧି ଅପିଲୀୟ ପ୍ରାଧିକରଣ(ଏନ୍‌ସିଏଲ୍‌ଏଟି) ଏସାର ଷ୍ଟିଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

୧୦୦ ବିଲିୟନ ଡଲାର କ୍ଳବ୍‌ରେ ବିଲ୍‌ ଗେଟ୍‌ସ

୧୦୦ ବିଲିୟନ ଡଲାର କ୍ଳବ୍‌ରେ ବିଲ୍‌ ଗେଟ୍‌ସ

ଓ୍ବାଶିଂଟନ,୨୧-୩: ଦୀର୍ଘ ଦିନ ଧରି ବିଶ୍ୱର ସର୍ବବୃହତ ଧନୀର ମାନ୍ୟତା ହାସଲ କରିଥିବା ମାଇକ୍ରୋସଫ୍ଟର ପ୍ରମୁଖ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ପୁନର୍ବାର ୧୦୦ ବିଲିୟନ ଡଲାର(୬.୯ ଲକ୍ଷ କୋଟି ଟଙ୍କା) କ୍ଳବରେ ସାମିଲ ହୋଇଛନ୍ତି। 

ଗୁଗୁଲକୁ ୧୭୦ କୋଟି ଡଲାର ଜରିମାନା

ଗୁଗୁଲକୁ ୧୭୦ କୋଟି ଡଲାର ଜରିମାନା

ନୂଆଦିଲ୍ଲୀ,୨୧-୩: ୟୁରୋପୀୟ କମିଶନ ପ୍ରତିଯୋଗିତା ଆଇନ ଉଲ୍ଲଂଘନ ଅଭିଯୋଗରେ ଇଣ୍ଟରନେଟ କମ୍ପାନୀ ଗୁଗୁଲ ଉପରେ ୧.୪୯ ବିଲିୟନ ପାଉଣ୍ଡ(୧୭୦ କୋଟି ଡଲାର) ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛି।

ଅନ୍ତରୀଣ ଲାଭାଂଶ ଦେଲା ଆଇଓସି

ଅନ୍ତରୀଣ ଲାଭାଂଶ ଦେଲା ଆଇଓସି

ନୂଆଦିଲ୍ଲୀ,୨୦-୩: ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି) ମଙ୍ଗଳବାର ସରକାରଙ୍କୁ ଦ୍ୱିତୀୟ ଅନ୍ତରୀଣ ଲାଭାଂଶ ପ୍ରଦାନ ସମ୍ପର୍କରେ ଘୋଷଣା କରିଛି। ଏହି ସମୟରେ କମ୍ପାନୀ ସରକାରଙ୍କୁ ୧୪୧୨ କୋଟି ଟଙ୍କା ଲାଭାଂଶ ଦେଇଥିବା ଜଣାପଡିଛି। 

ଆଞ୍ଜେଲ ଟିକସ ଛାଡ଼ ଆବେଦନ କଲେ ୧୨୭ ଷ୍ଟାର୍ଟଅପ୍ସ

ଆଞ୍ଜେଲ ଟିକସ ଛାଡ଼ ଆବେଦନ କଲେ ୧୨୭ ଷ୍ଟାର୍ଟଅପ୍ସ

ନୂଆଦିଲ୍ଲୀ,୨୦-୩: ଆଞ୍ଜେଲ ଟିକସ ଛାଡ଼ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ପକ୍ଷରୁ ଫେବୃୟାରୀ ୧୯ରେ ବିଜ୍ଞପ୍ତି ପ୍ରକାଶ ପରେ ୧୨୭ ଷ୍ଟାର୍ଟଅପ୍ସ ଫେବୃୟାରୀ ୨୭ରୁ ଏଥିପାଇଁ ଫର୍ମ-୨ ମାଧ୍ୟମରେ ଆବେଦନ କରିଛନ୍ତି।

ସରକାରୀ ଡାଟା ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ: ଅର୍ଥନୀତିଜ୍ଞଙ୍କ ବିରୋଧରେ ମୁହଁ ଖୋଲିଲେ ଜେଟଲି

ସରକାରୀ ଡାଟା ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ: ଅର୍ଥନୀତିଜ୍ଞଙ୍କ ବିରୋଧରେ ମୁହଁ ଖୋଲିଲେ ଜେଟଲି

ନୂଆଦିଲ୍ଲୀ,୨୦-୩: ସରକାରୀ ଡାଟାର ବିଶ୍ୱସନୀୟତା ଉପରେ ଦେଶର ୧୦୮ ଅର୍ଥନୀତିଜ୍ଞ ଗତ ସପ୍ତାହରେ ପ୍ରଶ୍ନବାଚୀ ଲଗାଇଥିବା ବେଳେ ଏହାକୁ ନେଇ ଅର୍ଥମନ୍ତ୍ରୀ ମନ୍ତ୍ରୀ ଅରୁଣ ଜେଟଲୀ ମୁହଁ ଖୋଲଛନ୍ତି। ୭୦ % ଅର୍ଥନୀତିଜ୍ଞ ଅଧିକାଂଶ କ୍ଷେତ୍ରରେ ବିରୋଧିାତ୍ମକ ଆଚରଣ କରୁଥିବା ଜେଟଲୀ କହିଛନ୍ତି। 

ନୀରବଙ୍କ ପ୍ରତ୍ୟର୍ପଣ ନେଇ ସମସ୍ତ ଚେଷ୍ଟା ଚାଲିଛି:ସିବିଆଇ

ନୀରବଙ୍କ ପ୍ରତ୍ୟର୍ପଣ ନେଇ ସମସ୍ତ ଚେଷ୍ଟା ଚାଲିଛି:ସିବିଆଇ

ନୂଆଦିଲ୍ଲୀ,୨୦-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଘୋଟାଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କୁ ଲଣ୍ଡନରୁ ଭାରତକୁ  ପ୍ରତ୍ୟର୍ପଣ ଲାଗି ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଜଣେ ଅଧିକାରୀ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା