ରାଜ୍ୟ |

ନିର୍ବାଚନୀ ପ୍ରଚାର ଉପରେ କଟକଣା : କମିଶନରେଟ ପୋଲିସ ପକ୍ଷରୁ ଆଡ୍‌ଭାଇଜରି ଜାରି

ନିର୍ବାଚନୀ ପ୍ରଚାର ଉପରେ କଟକଣା : କମିଶନରେଟ ପୋଲିସ ପକ୍ଷରୁ ଆଡ୍‌ଭାଇଜରି ଜାରି

ଭୁବନେଶ୍ୱର,୧୪।୩  (ବୁରୋ) : ନିର୍ବାଚନ ତାରିଖ ଘୋଷଣା ପରଠୁ ବଢ଼ି ଚାଲିଛି ରାଜନୈତିକ ଉଷ୍ମତା। ଆଉ କିଛିଦିନ ପରେ  ଆରମ୍ଭ ହୋଇଯିବ ଜୋର୍‌ଦାର ପ୍ରଚାର। ରୋଡ୍‌ ଶୋ ଓ ସଭାରେ କମ୍ପି ଉଠିବ ଗାଁଠୁ ସହର। ରାଜ୍ୟର ରାଜନୈତିକ ପ୍ରାଣକେନ୍ଦ୍ର କୁହାଯାଉଥିବା ଭୁବନେଶ୍ୱର ଓ କଟକରେ ଏବେଠୁ ବିଭିନ୍ନ ଦଳ ସଜବାଜ ଆରମ୍ଭ କରିଦେଇଥିବାବେଳେ କମିଶନରେଟ୍‌ ପୋଲିସ ବୁଧବାର ଆଡ୍‌ଭାଇଜରି ଜାରି କରିଛି। ନିର୍ବାଚନ ପ୍ରଚାର ସମୟରେ ଦଳଗୁଡିକ କେଉଁ ନିୟମ ପାଳନ କରିବେ, କ’ଣ କରିବେନି ସେ ସମ୍ପର୍କରେ ଆଡଭାଇଜରିରେ ଟିକିନିଖି  ଉଲ୍ଲେଖ ରହିଛି। ଏହାକୁ ସମସ୍ତେ ପାଳନ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନାରେ ସହଯୋଗ କରିବାକୁୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ପରାମର୍ଶ ଦେଇଛନ୍ତି।

ଜାରି ଆଡ୍‌ଭାଇଜରି ଅନୁସାରେ, ସାଧାରଣ ସଭା, ରୋଡ୍‌ଶୋ ଏବଂ ରାଲି ପାଇଁ ଦଳଗୁଡିକ ଡିସିପି ଅଫିସରେ ଅନୁମୋଦନ ପାଇଁ ଆବେଦନ କରିବେ। ଅନୁମତି ମିଳିଥିବା ସ୍ଥାନ ବ୍ୟତୀତ ଅନ୍ୟ କେଉଁଠି ନିର୍ବାଚନୀ କାର୍ଯ୍ୟକ୍ରମ କରିପାରିବେ ନାହିଁ। ବେସରକାରୀ ଜମି ଉପରେ ସଭା କରିବାକୁ ହେଲେ ଉକ୍ତ  ଜମି ମାଲିକଙ୍କଠାରୁ ଅନୁମତି ଆଣିବାକୁ ପଡିବ। ଯଦି ଗୋଟିଏ ସ୍ଥାନ ପାଇଁ ଏକାଧିକ ରାଜନୈତିକ ଦଳ  ଆବେଦନ କରିଥିବେ, ପ୍ରଥମ ଆବେଦନକୁ ଅନୁମତି ମିଳିବ। ଏ ସମସ୍ତ ଘଟଣା ବିଷୟରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଅବଗତ କରାଯିବ। ସେହିଭଳି ଶୋଭାଯାତ୍ରାରେ କେତେ ଲୋକ ଓ କେତେ ଗାଡ଼ି ବ୍ୟବହାର କରାଯିବ ସେ ନେଇ ପୋଲିସକୁ ଆଗୁଆ ସୂଚନା ଦେବାକୁ ପଡିବ। ଏହାସହ ୧୦ରୁ ଅଧିକ ଚାରି ଚକିଆ ଯାନ ପ୍ରାର୍ଥୀମାନେ ରାଲିରେ ବ୍ୟବହାର କରିପାରିବେ ନାହିଁ। ଯଦି ବ୍ୟବହାର କରିବେ ୧୦୦ ମିଟର ବ୍ୟବଧାନରେ ଗାଡ଼ି ରଖାଯିବା ବାଧ୍ୟତାମୂଳକ। ରାସ୍ତାରେ ରାଲି ଯିବାବେଳେ ଅଧାଭାଗ ସାଧାରଣ ଲୋକଙ୍କ ପାଇଁ ଛଡାଯିବ। ରାଲିଗୁଡିକ ରାସ୍ତାର ଅଧାରୁ ଅଧିକ ସ୍ଥାନ ନେଇପାରିବ ନାହିଁ। ସେହିପରି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଶୋଭାଯାତ୍ରାରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା କରାଯିବା ସହ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଲାଇଟ୍‌ ସ୍ପିକର ବ୍ୟବହାର କରିବେ। ରୋଡ୍‌ ଶୋରେ ନାବାଳିକା ନାବାଳକଙ୍କୁ ବନ୍ଦ କରାଯାଇଛି। ବିଶେଷକରି ୟୁନିଫର୍ମରେ ଥିବା ସ୍କୁଲ ପିଲାଙ୍କୁ ବ୍ୟବହାର କରାଯାଇ ପାରିବ ନାହିଁ। ସର୍ବାଧିକ ୬ଫୁଟ ଚଉଡା ଓ ୪ ଫୁଟର ବ୍ୟାନର ବ୍ୟବହାର କରାଯାଇ ପାରିବ। ଏହାସହ ରାଲିରେ ବ୍ୟବହାର କରାଯାଉଥିବା ଗାଡିରେ ୧ଫୁଟ ଲମ୍ବର ଦଳୀୟ ପତାକା ବ୍ୟବହାର କରାଯିବ। ଶୋଭାଯାତ୍ରାବେଳେ କୌଣସି ପ୍ରକାର ମାରଣାସ୍ତ୍ର, ବାଡି ଓ ଲାଠି ବ୍ୟବହାର କରିବେନି ଦଳୀୟ କର୍ମୀ। ଅନୁମତି ମିଳିଥିବା ରୁଟ୍‌ରେ ହିଁ  ପ୍ରାର୍ଥୀଙ୍କ ଗାଡି ଯିବାଆସିବା କରିବା ବାଧ୍ୟତାମୂଳକ। ଏହାର ଉଲ୍ଲଂଘନ ହେଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ମହାନ୍ତି କହିଛନ୍ତି।


All Right Reserved By

ରାଜ୍ୟ |

ଦେଶ ମେଲଣରେ ୧୬୦ ବିମାନ

ଦେଶ ମେଲଣରେ ୧୬୦ ବିମାନ

ଚାନ୍ଦବାଲି,୨୧।୩(ଡି.ଏନ.ଏ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପ୍ରସିଦ୍ଧ ଦେଶ ମେଲଣ ଗୁରୁବାର ଅନୁଷ୍ଠିତ ହୋଇଛି। ମତୋ ଠାରେ ଅନୁଷ୍ଠିତ ହୋଇଥିବା ଏହି ମେଲଣରେ ଚଳିତ ବର୍ଷ ୧୬୦ଟି ସୁସଜ୍ଜିତ ବିମାନରେ ଠାକୁର ମେଲଣ ପଡିଆକୁ ଆସିଥିଲେ। 

ପରଲୋକରେ ଦାମଙ୍କ ସ୍ତ୍ରୀ ସ୍ନେହଲତା

ପରଲୋକରେ ଦାମଙ୍କ ସ୍ତ୍ରୀ ସ୍ନେହଲତା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ବରିଷ୍ଠ ଭାଜପା ନେତା ଦାମୋଦର ରାଉତଙ୍କ ସ୍ତ୍ରୀ ସ୍ନେହଲତା ମହାପାତ୍ରଙ୍କ ଗୁରୁବାର ସକାଳେ ପରଲୋକ ଘଟିଛି। ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ନେହଲତା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।  

କାର-ବାଇକ୍‌ ମୁହଁ।ମୁହିଁ, ଜଣେ ଗୁରୁତର

କାର-ବାଇକ୍‌ ମୁହଁ।ମୁହିଁ, ଜଣେ ଗୁରୁତର

ଭଞ୍ଜନଗର,୨୧।୩(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସୂର୍ଯ୍ୟ ମନ୍ଦିର ନିକଟରେ ବୁଧବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଶିବ ମନ୍ଦିର ରୁ ଚୋରି

ଶିବ ମନ୍ଦିର ରୁ ଚୋରି

ରୂପସା,୨୧।୩(ଡି.ଏନ.ଏ.): ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ କସିପଦା ଶିବମନ୍ଦିରରୁ ବୁଧବାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି।

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଖୋର୍ଦ୍ଧା ଅଫିସ/ବୋଲଗଡ,୨୧ା୩ (ଡି.ଏନ୍‌.ଏ.): ଭୁବନେଶ୍ୱର ଲୋକ ସଭା ଆସନ ଅଧୀନରେ ଖୋର୍ଦ୍ଧା ଜିଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ବେଗୁନିଆ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଆସନରୁ ୨ ଥର ନିର୍ବାଚିତ ହୋଇଛନ୍ତି।

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

କଟକ ଅଫିସ/କଣ୍ଟାପଡ଼ା,୨୧।୩(ଡି.ଏନ୍‌.ଏ.):୨୦୦୯ ନିର୍ବାଚନମଣ୍ଡଳୀ ସୀମା ପୁନର୍ଗଠନ ପରେ କଟକ ଜିଲାର ଗୋବିନ୍ଦପୁର ବିଧାନସଭା କ୍ଷେତ୍ର ରାଜନୈତିକ ମାନଚିତ୍ରରୁ ଅପସରି ଯାଇଥିଲା।

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା, ୨୧।୩:ଏପ୍ରିଲ ୨୩ରେ ଅନୁଗୋଳ ଜିଲାରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଲଲହଡ଼ା ବିଧାନସଭା ଆସନକୁ ନେଇ ସାଧାରଣରେ ସର୍ବାଧିକ ଚର୍ଚ୍ଚା ହେଉଛି। କାରଣ ପାଲଲହଡ଼ା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନମଣ୍ଡଳୀ। 

ବିଜେଡି ଦୁର୍ଗ ଉପରେ  ଭାଜପା ନଜର

ବିଜେଡି ଦୁର୍ଗ ଉପରେ ଭାଜପା ନଜର

ପରଜଙ୍ଗ, ୨୧।୩: ଢେଙ୍କାନାଳ ଜିଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ପରଜଙ୍ଗ। ସୀମା ପୁନଃନିର୍ଦ୍ଧାରଣ ପରେ ଏହି ବିଧାନସଭା ଆସନ ବିଜୁ ଜନତା ଦଳ (ବିଜେଡି) କବ୍‌ଜାରେ ରହିଛି। 

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ଧାମନଗର, ୨୧।୩ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବିଧାନସଭା ଆସନରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପୁରୀ ଅଫିସ,୨୧ା୩: ପୁରୀ ଜିଲାର ୬ ବିଧାନସଭା କ୍ଷେତ୍ର ମଧ୍ୟରୁ ପିପିଲି ଅନ୍ୟତମ। ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ। ଆସନ୍ତା ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ରାଜନୈତିକ ଅଙ୍କ ରୋଚକ ସ୍ଥିତିରେ ପହଞ୍ଚତ୍ଥିବା କୁହାଯାଉଛି।

ଆଜି ମହାପ୍ରଭୁଙ୍କ ସୁନାବେଶ

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୨୧ା୩:ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବୁଧବାର ମହାପ୍ରଭୁଙ୍କ ଅଗ୍ନି ଉତ୍ସବ ନୀତି ସମ୍ପନ୍ନ ହୋଇଛି। ଏହି ଉତ୍ସବକୁ ମେଣ୍ଢାପୋଡ଼ି ନୀତି କୁହାଯାଏ। 

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ନିର୍ବାଚନ ଯେତିକି ପାଖଉଛି ନେତାମାନଙ୍କ ଦଳ ଡିଅଁା ସେତିକି ବଢୁଛି। ବିଜେଡି ଯେଉଁସବୁ ପ୍ରତିଶ୍ରୁତି ଦେଇ ବିରୋଧୀ ଦଳ ନେତାଙ୍କୁ ଆଣିଥିଲା ତାହା ପୂରଣ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା