ସମ୍ପାଦକୀୟ |

ମାଂସରେ ଡ୍ରଗ୍ସ

ମାଂସରେ ଡ୍ରଗ୍ସ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କୁକୁଡ଼ା କିମ୍ବା ଅନ୍ୟ ମାଂସ ରାନ୍ଧିବା ବେଳେ ଲୋକମାନେ ତାକୁ ଭଲଭାବେ ଧୋଇବା ଓ ଯତ୍ନର ସହ ରାନ୍ଧିବାକୁ ଭୁଲନ୍ତି ନାହିଁ। କିନ୍ତୁ ଦୁର୍ଭଗ୍ୟର ବିଷୟ ହେଲା, ଯେତେ ଭଲଭାବେ ଧୋଇଲେ, ସିଝାଇଲେ ବା ରାନ୍ଧିଲେ କ’ଣ ହେବ, ସେଥିରେ ଥିବା କିଛି ଜିନିଷ ଆଦୌ ସଫା ହୁଏ ନାହିଁ ଏବଂ ତାହା ହେଲା ଡ୍ରଗ୍ସ ବା ଔଷଧ। ମାଂସରେ କିଛି ପରିମାଣର ଡ୍ରଗ୍ସ ରହିଥାଏ, ଯାହା ସଫାସୁତୁରା କରିବା ଓ ରନ୍ଧନର ସବୁ ପ୍ରକ୍ରିୟା ପରେ ବି ସମ୍ପୂର୍ଣ୍ଣରୂପେ ଆପଣଙ୍କ ପେଟକୁ ଯିବାଟା ଥୟ। ସାରା ବିଶ୍ୱରେ ମାଂସ ଉତ୍ପାଦନର ମୁଖ୍ୟ ଅଧାର ହେଉଛି ଡ୍ରଗ୍ସ ଏବଂ ଭାରତୀୟ ଉତ୍ପାଦକମାନେ ମଧ୍ୟ ସେଇ ବିଦେଶୀ ପଦ୍ଧତି ଅବଲମ୍ବନ କରୁଛନ୍ତି, ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ଲାଭ ଅର୍ଜନ- ପ୍ରାଣୀ ବା ମଣିଷର ସ୍ବାସ୍ଥ୍ୟ ନୁହେଁ। ୨୦୧୮ ମସିହାରେ ଭାରତ ୪.୩ ନୟୁତ ଟନ୍‌ ମଇଁଷି ଓ ଗୋରୁ ମାଂସ ଉତ୍ପାଦନ କରିଥିଲା, ଯାହା ୨୦୧୭ ମସିହା ତୁଳନାରେ ୧.୫% ଅଧିକ। କୁକୁଡ଼ା ମାଂସ ୨୦୧୩-୧୪ରେ ୧.୯ ନିୟୁତ ଟନ୍‌ ଉତ୍ପାଦନ ହୋଇଥିବା ବେଳେ ୨୦୧୬-୧୭ରେ ତାହା ୩.୪୬ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ ଛେଳିମାଂସର ପରିମାଣ ୦.୯୭ ନିୟୁତ ଟନ୍‌ରୁ ୧.୪ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି। ସେହିପରି ମେଣ୍ଢାମାଂସ ଉତ୍ପାଦନ ୦.୫ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି। ଆକଳନ ଅନୁସାରେ ୨୦୧୬-୧୭ ମସିହାରେ ମାଂସ ପାଇଁ ୨୩୮ କୋଟି କୁକୁଡ଼ା ଓ ୧.୨ କୋଟି ଘୁଷୁରିଙ୍କୁ ହତ୍ୟା କରାଯାଇଛି। ସର୍ବମୋଟ ୧୦ ନିୟୁତ ଟନ୍‌ ମାଂସ ଉତ୍ପାଦନ ହୋଇଛି। 

ତେବେ କୋଟି କୋଟି ସଂଖ୍ୟାରେ ପ୍ରାଣୀଙ୍କୁ ବିନା ଅତିରିକ୍ତ ଖାଦ୍ୟରେ ଅଳ୍ପ ସମୟ ଭିତରେ ମୋଟାସୋଟା କରି ମାଂସ ପାଇଁ ହଣାହେବାର ଉପଯୁକ୍ତ କରିବା କେବଳ ସମ୍ଭବ ହୋଇପାରୁଛି ବିପୁଳ ପରିମାଣର ଡ୍ରଗ୍ସ ପ୍ରୟୋଗ ଦ୍ୱାରା। ଗୋଟିଏ ମୁଖ୍ୟ ଡ୍ରଗ୍ସ ହେଲା ରାକ୍ଟୋପାମାଇନ୍‌। ଏହି ଔଷଧକୁ ଏଫ୍‌ଡିଏ ୧୬ ବର୍ଷ ତଳେ ୨୦୦୩ରେ ଅନୁମୋଦନ ଦେଇଥିଲା। ଏହା ହେଉଛି ଏକ ବିଟା-ଆଗୋନିଷ୍ଟ ଡ୍ରଗ୍‌। ଏହା ପ୍ରାଣୀଙ୍କ ଚର୍ବି ଓ ମାଂସପେଶୀରେ ବାନ୍ଧି ହୋଇ ଚର୍ବିର ବିପାକକୁ ହ୍ରାସ କରି ମାଂସପେଶୀ ତନ୍ତୁର ଆକାର ବୃଦ୍ଧି କରେ। ଫଳତଃ ପ୍ରାଣୀଟି ଅଧିକ ମାଂସଳ ହୁଏ ଏବଂ ପ୍ରାଣୀ ପିଛା ଲାଭର ପରିମାଣ ବୃଦ୍ଧି ପାଏ। କାରଣ ଅଳ୍ପ ଖାଦ୍ୟ ଦେଇ ମଧ୍ୟ ପ୍ରାଣୀକୁ ଅଧିକ ମୋଟା, ବଡ଼ ଓ ମାଂସଳ କରାଯାଇପାରେ। 

ତେବେ ପ୍ରାଣୀଙ୍କୁ ଯେଉଁ ରାକ୍ଟୋପାମାଇନ୍‌ ଔଷଧ ଦିଆଯାଏ, ତା’ର ୨୦% ତାଙ୍କ ମାଂସରେ ରହିଯାଏ ଯାହା ଆମ ପ୍ଲେଟ୍‌ ପର୍ଯ୍ୟନ୍ତ ପହଞ୍ଚିଯାଏ। ଏହି ଔଷଧର ମାତ୍ରା ମଣିଷ ଦେହରେ ଏତେ ଅଧିକ ପରିମାଣର ରହେ ଯେ, ତାହା ଡୋପ୍‌ ଟେଷ୍ଟରେ ଧରାପଡ଼େ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାଇକେଲ ଚାଳକ ଆଲ୍‌ବର୍ଟୋ କଣ୍ଟାଡର ମାଂସ ଖାଇବା ଯୋଗୁ ତାଙ୍କ ଦେହରେ ଯେଉଁ ଡଗ୍ସ ରହିଥିଲା, ତାହା ୨୦୧୦ରେ ଡୋପ୍‌ ଟେଷ୍ଟରେ ଧରାପଡ଼ିଥିଲା। ରାକ୍ଟୋପାମାଇନ୍‌ ଆମେରିକାରେ ବ୍ୟବହାର ହେଉଥିବା ବେଳେ ଏହା ୟୁରୋପ, ଚାଇନା ଓ ଅନ୍ୟ ୧୬୦ଟି ଦେଶରେ ନିଷିଦ୍ଧ, କାରଣ ଏହା ଉଭୟ ପ୍ରାଣୀ ଓ ମଣିଷଙ୍କ ପାଇଁ କ୍ଷତିକାରକ। ଆମେରିକାରେ ରାକ୍ଟୋପାମାଇନ୍‌ ବ୍ୟବହାର ହେଉଥିବାରୁ ତାଇଓ୍ବାନରେ ଆମେରିକୀୟ ଗୋମାଂସ ନିଷିଦ୍ଧ। ଭାରତରେ ମଧ୍ୟ ଏହି ଔଷଧ ପ୍ରାଣୀମାନଙ୍କୁ ଦିଆଯାଉଛି। ରାକ୍ଟୋପାମାଇନ୍‌ ପ୍ରାଣୀମାନଙ୍କ ପ୍ରଜନନ କ୍ରିୟାରେ ବାଧା ସୃଷ୍ଟି କରିବା ସହ ସେମାନଙ୍କଠାରେ ଅସ୍ଥିରତା, ଅଙ୍ଗଭଙ୍ଗ, ଜନ୍ମବିକୃତି, ହୃଦୟର ଆକାର ବୃଦ୍ଧି, ମାନସିକ ଚାପ, ଛୋଟା ହେବା ଓ ଅକାଳ ମୃତ୍ୟୁ ଆଦିର କାରଣ ହୋଇଥାଏ। ଯେଉଁ ପ୍ରାଣୀ ନିଜେ ଏତେ ରୁଗ୍ଣ, ସେ କିପରି ଆହାରଯୋଗ୍ୟ ଭଲ ମାଂସ ଦେଇପାରିବ? 

ଶ୍ୱାସରୋଗୀମାନେ ବିଟା-ଆଗୋନିଷ୍ଟ ଔଷଧ ଆଘ୍ରାଣ କରିଥାନ୍ତି, ଯାହା ସେମାନଙ୍କ ମାଂସପେଶୀକୁ ଆରାମ ଦେବା ସହ ଶ୍ୱାସ ସମସ୍ୟା ଦୂର କରିଥାଏ। ସଅଳ ଗର୍ଭବେଦନା ଆସିଲେ ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ବିଟା-ଆଗୋନିଷ୍ଟ ଦିଆଯାଏ, ଯାହା ସେମାନଙ୍କ ମାଂସପେଶୀକୁ ଆରାମ ଦେଇ ସଅଳ ପ୍ରସବକୁ ରୋକିଥାଏ। କିନ୍ତୁ ଯଦି ସେମାନେ ମାଂସାହାର ମାଧ୍ୟମରେ ରାକ୍ଟୋପାମାଇନ୍‌ (ଅକ୍ଟାଫ୍ଲେକ୍ସ) ସେବନ କରନ୍ତି, ତେବେ ସେମାନଙ୍କର ହୃତ୍‌ସ୍ପନ୍ଦନ ହାର ବୃଦ୍ଧି ପାଇବା ସହ ଉଚ୍ଚ ରକ୍ତଚାପ, ଗୁଣସୂତ୍ରୀୟ ଅସ୍ବାଭାବିକତା, ଉଦ୍‌ବିଗ୍ନତା, ଉନ୍ମାଦତା, କମ୍ପନ, ମୁଣ୍ଡବିନ୍ଧା, ପେଶୀ ସଂକୋଚନ ଓ ଅନେକ ପ୍ରକାର ସମସ୍ୟା ଦେଖାଯାଏ। ପିଲା ଓ ହୃଦ୍‌ରୋଗୀମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଦ ସୃଷ୍ଟି କରେ। 

ରାକ୍ଟୋପାମାଇନ୍‌ଠାରୁ ଆହୁରି ମାରାତ୍ମକ ହେଲା ପ୍ରାଣୀଙ୍କ ଓଜନ ବୃଦ୍ଧି ପାଇଁ ଦିଆଯାଉଥିବା ଜିଲ୍‌ମାକ୍ସ ବା ଜିଲ୍‌ପାଟେରୋଲ ପରି ବିଟା-ଆଗୋନିଷ୍ଟ ଔଷଧ। ଜିଲ୍‌ପାଟେରୋଲକୁ ଏଫ୍‌ଡିଏ ୨୦୦୬ ମସିହାରେ ଅନୁମୋଦନ ଦେଇଥିଲା। ଗୋରୁ ଓ ଘୁଷୁରି ପାଳକମାନେ ପ୍ରାଣୀମାନଙ୍କ ଓଜନ ବୃଦ୍ଧି ପାଇଁ ସେମାନଙ୍କୁ ଖାଦ୍ୟରେ ଜିଲ୍‌ମାକ୍ସ ଦେଇଥାନ୍ତି। ଏହା ଗୋଟିଏ ଗୋରୁ ବା ମଇଁଷିଠାରେ ଅନେକ ପାଉଣ୍ଡ ଓଜନ ବୃଦ୍ଧି କରିଥାଏ। 

ଏନ୍‌ସାଇକ୍ଲୋପିଡ଼ିଆ ଅଫ୍‌ ମିଟ୍‌ ସାଇନ୍ସ (ଡିକେମାନ ଓ ଡେଭାଇନ୍‌ ୨୦୦୪)ର ରିପୋର୍ଟ ଅନୁସାରେ ଅପ୍ଟାଫ୍ଲେକ୍ସ ବିନା ଅତିରିକ୍ତ ଖାଦ୍ୟରେ ଦୈନିକ ୧୫ରୁ ୨୫% ଓଜନ ବୃଦ୍ଧି କରିଥାଏ। ଜିଲ୍‌ମାକ୍ସର ପ୍ରୟୋଗ ଦ୍ୱାରା ଏହାଠାରୁ ଆଉ କିଛି ଅଧିକ ଫଳ ମିଳିଥାଏ। ପ୍ରାୟ ୭୦୦ ନିୟୁତ ଘୁଷୁରିଙ୍କୁ ବିଟା-ଆଗୋନିଷ୍ଟ ଦିଆଯାଉଛି ଏବଂ ଏହାଦ୍ୱାରା ପ୍ରତ୍ୟେକ ଘୁଷୁରି ଅଧିକ ଛଅ ପାଉଣ୍ଡର ମାଂସ ଦେଇଥାନ୍ତି। କିନ୍ତୁ ଏହାଦ୍ୱାରା ସେମାନେ ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ଭୋଗିବା ସହ ଅକାଳ ମୃତ୍ୟୁ ମଧ୍ୟ ବରଣ କରିଥାନ୍ତି। ୨୦୦୭ରେ ଆମେରିକାରେ ଜିଲ୍‌ମାକ୍ସର ପ୍ରବର୍ତ୍ତନ ହେବା ପରେ ଶହ ଶହ ଗୋରୁ ଅକାଳ ମୃତ୍ୟୁ ଲଭିଛନ୍ତି। ଏହି ଔଷଧ ବ୍ୟବହାରର ମାତ୍ର ଦୁଇବର୍ଷ ଭିତରେ ମାଂସ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ ଗୋରୁଙ୍କୁ ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ନିମନ୍ତେ ମାରିବା ହାର ୧୭୫% ବୃଦ୍ଧି ପାଇଛି। ୨୦୧୩ରେ ଏହି ଔଷଧ ପ୍ରୟୋଗ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା। ରଏଟର୍ସ ସହ ଏକ ସାକ୍ଷାତ୍‌କାରରେ ଡ. ଗ୍ରାଣ୍ଡିନ୍‌ ସୂଚନା ଦେଇଥିଲେ ଯେ, ଏହି ଔଷଧ ପ୍ରୟୋଗ ଦ୍ୱାରା ଗୋରୁଙ୍କଠାରେ କଠିନତା (ଷ୍ଟିଫ୍‌ନେସ୍‌), ପୀଡ଼ା ଏବଂ ହିଟ୍‌ ଷ୍ଟ୍ରେସ୍‌ ଦେଖିବାକୁ ମିଳିଛି। ରାକ୍ଟୋପାମାଇନ୍‌ଠାରୁ ଜିଲ୍‌ମାକ୍ସ ୧୨୫ ଗୁଣ ଅଧିକ କ୍ଷତିକାରକ ବୋଲି ବିବେଚନା କରାଯାଉଛି। ସେଥିପାଇଁ ଜିଲ୍‌ମାକ୍ସ ତୁଳନାରେ ରାକ୍ଟୋପାମାଇନ୍‌ର ପାର୍ଶ୍ୱପ୍ରତିକ୍ରିୟାକୁ ଅଣଦେଖା କରାଯାଉଛି। ଆମେରିକାରେ ୬୦ରୁ ୮୦ ପ୍ରତିଶତ ଗୋରୁଙ୍କୁ ବିଟା-ଆଗୋନିଷ୍ଟ ଦିଆଯାଉଛି। ଗୋଖାଦ୍ୟରୁ ବିଟା-ଆଗୋନିଷ୍ଟକୁ ବାଦ୍‌ ଦେବା ପାଇଁ ଆମେରିକା ଚାହୁଁନାହିଁ। କାରଣ ଏହାଦ୍ୱାରା ପ୍ରତି ଗୋରୁର ଓଜନ ୧୦ରୁ ୧୫ ପ୍ରତିଶତ କମିଯିବ। ଫଳରେ ମାଂସ ଉତ୍ପାଦନ ହ୍ରାସ ପାଇବ। ସମାନ ଓଜନ ହାସଲ ପାଇଁ ଗୋରୁଙ୍କୁ ଅଧିକ ଶସ୍ୟ ଖୁଆଇବାକୁ ପଡ଼ିବ। ଏହାଦ୍ୱାରା ମାଂସର ମୂଲ୍ୟ ବୃଦ୍ଧି ପାଇବ। 

ମାଂସରେ ରହିଥିବା ଆଉ ଏକ ପ୍ରଦୂଷକ ହେଉଛି ଗ୍ଲିଫୋସେଟ୍‌। ଏଥିରେ ଗୋଟିଏ ଉପାଦାନ ଅଛି ଯାହା ଭାରତରେ ତୃଣକମାରୀ ଭାବେ ବ୍ୟବହୃତ ହୁଏ। ଭାରତରେ ୨୦୧୪-୧୫ ମସିହାରେ ୧୪୮ ନିୟୁତ ଟନ୍‌ ଗ୍ଲିଫୋସେଟ୍‌ ବ୍ୟବହାର କରାଯାଇଛି, ଯାହା ଅନ୍ୟ ଯେକୌଣସି ତୃଣକମାରୀଠାରୁ ଅଧିକ। ପ୍ରାଣୀଙ୍କୁ ଏହି ଔଷଧ ଦିଆଯିବା ଯୋଗୁ ତାଙ୍କଠାରେ ରହିଯାଉଥିବା ଅବଶେଷ ମାଂସାହାରୀ ମଣିଷଙ୍କ ଦେହକୁ ଯାଏ। ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହି ଔଷଧ କ୍ୟାନ୍‌ସରଠାରୁ ଆରମ୍ଭ କରି ଜିନୀୟ ବିକୃତି ଏବଂ ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକର ସ୍ବାଭାବିକ କ୍ରିୟାରେ ବାଧା ସୃଷ୍ଟିର କାରଣ ହୋଇଥାଏ। ତେଣୁ ଏହାକୁ ହାଲୁକା ଭାବେ ନିଆଯିବା ଉଚିତ ନୁହେଁ। ଏହିପରି ପେଷ୍ଟିସାଇଡ୍‌ ଯୋଗୁ ୨୦୧୫ରେ ମରିଥିବା ଲୋକଙ୍କ ସଂଖ୍ୟା ୭୦୦୦ ବୋଲି ଆକଳନ କରାଯାଇଛି। ତଥାପି ମାଂସ ମାଧ୍ୟମରେ ଏହି ଔଷଧ ସେବନ କରି କ୍ୟାନ୍‌ସର ହେଉଥିବା ବିଷୟରେ କେହି କହୁନାହାନ୍ତି। ଏହି ଔଷଧକୁ କେବଳ ଚା ଚାଷରେ ବ୍ୟବହାର ପାଇଁ ଅନୁମତି ମିଳିଥିଲା। କିନ୍ତୁ ସାରା ଭାରତରେ ଚା ଚାଷ ହେଉ ନ ଥିବା ଅଞ୍ଚଳରେ ଏହା ବିକ୍ରି ହେଉଛି। ଏହାକୁ ବିଟି କପା ଚାଷରେ ମଧ୍ୟ ବ୍ୟବହାର କରାଯାଉଛି ଏବଂ ଏହାକୁ ଗୋରୁଙ୍କୁ ଖାଇବାକୁ ଦିଆଯାଉଛି। ଲୋକେ ଯଦି ମାଂସ ଖାଇବେ ନାହିଁ, ତା’ହେଲେ ଚାହିଦା କମିବ ଏବଂ ଏଭଳି ମାରାତ୍ମକ ରାସାୟନିକଗୁଡ଼ିକର ବ୍ୟବହାର ମଧ୍ୟ କମିବ।  

Email: gandhim@nic.in

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା