ସମ୍ପାଦକୀୟ |

ମାନବିକତାର ଆଦିଭୂଇଁ

ମାନବିକତାର ଆଦିଭୂଇଁ

ବିଚିତ୍ର ବିଶ୍ୱାଳ

ସେଦିନ କଥା ହେଉ ହେଉ ମୁନିଗୁଡ଼ା ବ୍ଲକ୍‌ର ଟଭାପଦର ଗାଁର ୬୪ ବର୍ଷୀୟା ତାମ୍ବେ ମା’ କହିଲା, ସେ ଆମ୍ବ ଗଛଟା ସିନା ମୋ ଜାଗାରେ ଅଛି, ହେଲେ ତା’ ଫଳ କ’ଣ କେବଳ ମୋର! ତା’ ଫଳ ପା ଆମ ସମସ୍ତଙ୍କ ପାଇଁ। ଦ୍ୱିତୀୟ ଶ୍ରେଣୀରେ ‘ଗଛ ଲଗାଇବା କାହା ପାଇଁ’ ବିଷୟରେ ଆମେ ପଢ଼ିଥିଲୁ- ଅଜା ବୁଢ଼ାଟି କହୁଛି, ମଁୁ ଆଜି ଗଛ ଲଗାଉଛି, ମଁୁ ସିନା ଫଳ ଖାଇ ପାରିବିନି, କିନ୍ତୁ ମୋ ନାତିନାତୁଣୀମାନେ ତ ଖାଇବେ। କିନ୍ତୁ ଆଦିବାସୀ ଗାଁର ଏହି ବୁଢ଼ୀଟି ଏବେ ୨୦୧୯ ମସିହାରେ କହୁଛି- ଗଛଟା ସିନା ମୋ ଜାଗାରେ ଅଛି, କିନ୍ତୁ ତା’ ଫଳ ସମସ୍ତେ ଖାଇବେ। କେବଳ ସେ ଏତିକି କହିଲାନି, ସେ ଆହୁରି ବି କହିଲା- କେବଳ ମଣିଷ ଖାଇବେନି ଆଜ୍ଞା, ସେ ଫଳକୁ ଚଢ଼େଇ, ଚାଣ୍ଟି (ପିମ୍ପୁଡ଼ି), କେତେ କେତେ ଜୀବଜନ୍ତୁ ଖାଇବେ। ଆମେ ଗଛ ଲଗେଇଛୁ ବୋଲି ଓ ଆମ ଜାଗାରେ ହୋଇଛି ବୋଲି କ’ଣ ଆମେ ଏକା ତାକୁ ଖାଇବୁ? ତାକୁ ସବୁ ଲୋକ ଖାଇବେ। କେତେ ମହାନ ବିଚାର! କେଉଁ ଧର୍ମଗୁରୁ ଭଳି ସେ ପ୍ରବଚନ ଦେଉ ନ ଥିଲା କି ଆମକୁ ଆଦର୍ଶ ଜୀବନ ବିଷୟରେ କହୁ ନ ଥିଲା। ସେ କନ୍ଧ ସମାଜର ପ୍ରଚଳିତ ଜୀବନଶୈଳୀକୁ ତା’ ନିଜ ଭାଷାରେ କହୁଥିଲା, ଯାହା ଏବେ ବି ବଳବତ୍ତର ଅଛି ସେମାନଙ୍କ ସମାଜରେ। କେବଳ ଟଭାପଦର ଗାଁ ନୁହେଁ, ରାୟଗଡ଼ା ବ୍ଲକ୍‌ର ପ୍ରାୟ ସବୁ କନ୍ଧ ଗାଁଗୁଡ଼ିକରେ, ଯେଉଁଠି ଏଯାଏ ବଜାର ସଂସ୍କୃତି ଓ ତଥାକଥିତ ଶିକ୍ଷାର ବିକାଶ ପହଞ୍ଚତ୍ନି, ସେଠି ଏହା ହଁି କନ୍ଧମାନଙ୍କର ଜୀବନଶୈଳୀ। ଏମିତି ଜୀବନଶୈଳୀ ଓ ପରମ୍ପରାକୁ ଆମ ଆଧୁନିକ ମନ ସହଜରେ ବିଶ୍ୱାସ କରିପାରିବ ନାହଁି। ସେହି କନ୍ଧମାନେ ତଥାକଥିତ ସଭ୍ୟ ସମାଜର ମଣିଷମାନଙ୍କ ପରି ଅଧିକ ବହିପାଠ ପଢ଼ି ନ ଥାଇପାରନ୍ତି, ସେମାନଙ୍କ ପାଖରେ ବିଳାସବ୍ୟସନର ସାମଗ୍ରୀ ସବୁ ନ ଥାଇପାରେ, କିନ୍ତୁ ସେମାନଙ୍କ ପାଖରେ ଯେଉଁ ଜୀବନଶୈଳୀ ଅଛି, ତାହା ଆଜିର ମଣିଷ ଜୀବନ ପାଇଁ ବତିଘର ସଦୃଶ। ଆଜି ଯେତେବେଳେ ଆମେ ସମସ୍ତେ ଅଭିଯୋଗ କରୁଛେ ଯେ, ସମାଜରୁ ମାନବିକତା ଲୋପପାଇଗଲାଣି, ମଣିଷର ମଣିଷ ପାଇଁ ଆଉ ସମ୍ବେଦନା ନାହଁି, ମଣିଷ ପ୍ରକୃତିକୁ ଭୀଷଣ ଭାବେ ଲୁଟ୍‌ କରିଚାଲୁଛି, ସାମାଜିକ ଜୀବନର ସତ୍ତା ଆଜି ଆଉ ନାହଁି, ସେହି ସମୟରେ ଆଦିବାସୀ ଗାଁର ଜଣେ ଅଶିକ୍ଷିତ (ଆମ ଭାଷାରେ) ବୁଢ଼ୀ କହୁଛି, ତା’ ନିଜ ଡଙ୍ଗରରେ ଥିବା ଗଛର ଫଳ ସମସ୍ତଙ୍କ ଖାଇବା ପାଇଁ ଉନ୍ମୁକ୍ତ। ଏହି ଶିକ୍ଷା ଆମକୁ କେଉଁ ବହି କିମ୍ବା ବିଶ୍ୱବିଦ୍ୟାଳୟର ଚାରି କାନ୍ଥ ଭିତରୁ ମିଳିବନି। ସବୁଠୁ ବଡ଼ କଥା ହେଲା, ଏବେ ବି ଜୀବିତ ଅଛି ଏହି ମୂଲ୍ୟବୋଧର ଜୀବନଶୈଳୀ। ଆମେ ସମସ୍ତେ ‘ବସୁଧୈବ କୁଟୁମ୍ବକମ୍‌’ କଥା କହୁଛେ। କିନ୍ତୁ କନ୍ଧ ଆଦିବାସୀ ସମାଜ ତାହାକୁ ନିଜ ଚଳଣିରେ ବଞ୍ଚେଇ ରଖିଛନ୍ତି। 

କେବଳ ଏହି ଗୋଟିଏ କଥା ନୁହେଁ, ଆହୁରି ବି ଅନେକ କଥା ଏବେ ବି କନ୍ଧମାନଙ୍କ ଚଳଣିର ଅଂଶ ହୋଇ ରହିଛି, ଯାହାକୁ ସାରା ଦୁନିଆ ଆପଣେଇବାର ଆବଶ୍ୟକତା ଅଛି। ସେମାନେ ଶିକାର କରି ଆଣିଲେ, ତାକୁ ସାରା ଗାଁ ଲୋକେ ଭାଗ ବାଣ୍ଟି ନିଅନ୍ତି ଓ ଖାଆନ୍ତି। ଯିଏ ଶିକାର କଲା, ସେ ଶିକାରଟା ତା’ର ବୋଲି ଗଣତି ହୁଏ ନାହଁି। କନ୍ଧ ଆଦିବାସୀଙ୍କର ଗୋଷ୍ଠୀ ଜୀବନର ନିଦର୍ଶନ ଓ ସାମୁଦାୟିକ ନିଷ୍ପତ୍ତିିର କଥା କହିଲେ ସରିବ ନାହିଁି। ପ୍ରଥମ ବର୍ଷା ପଡ଼ିଲେ, ଚାଷ କାମ ଆରମ୍ଭ ହେଲେ ସେମାନେ ଏକାଠି ବସି ବିଚାର କରନ୍ତି, ଏ ବର୍ଷ କି ଚାଷ କରିବା, ଡଙ୍ଗରରେ କ’ଣ ବୁଣିବା, ଗୁଡ଼ିଆ ଜମିରେ କ’ଣ ବୁଣିବା ଇତ୍ୟାଦି। ଏପରିକି ସେମାନେ କେଉଁ ଡଙ୍ଗର ମାରି ଚାଷ କରିବେ ତାହା ବି ସାମୂହିକ ଭାବେ ନିଷ୍ପତ୍ତି ନିଅନ୍ତି। ଅବଶ୍ୟ ଏବେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ସେମାନଙ୍କର ଏହି ସାମୁଦାୟିକ ନିଷ୍ପତ୍ତି ଅନେକାଂଶରେ ପ୍ରଭାବିତ ହେଉଥିବାର ଦେଖାଯାଉଛି। 

ଯେତେବେଳେ ଆଜି ସାରା ଦେଶରେ ମହିଳାମାନଙ୍କର ମନ୍ଦିର ପ୍ରବେଶକୁ ନେଇ ପ୍ରଶ୍ନ ଉଠୁଛି ଏବଂ ସୁପ୍ରିମ୍‌କୋର୍ଟର ନିଷ୍ପତ୍ତି ପରେ ବି କେତେକ ଲୋକ ତାହାକୁ କାର୍ଯ୍ୟକାରୀ କରେଇ ଦେଉନାହାନ୍ତି, ସେତେବେଳେ ଆମେ ଦେଖିବାକୁ ପାଉ, କନ୍ଧ ସମାଜରେ ଜଣେ ମହିଳା ହଁି ବେଜୁଣୀ (ପୂଜକ)ର ଭୂମିକା ନିର୍ବାହ କରିଥାନ୍ତି। କନ୍ଧ ସମାଜରେ ଯୌତୁକ ପ୍ରଥା ତଥାକଥିତ ସଭ୍ୟ ସମାଜ ପରି ଆଦୌ ନାହଁି କହିଲେ ଚଳେ। କନ୍ଧ ସମାଜରେ ଜଣେ ମହିଳା ପୁରୁଷକୁ ବାହାଘର ବେଳେ ମୋଟା ଅଙ୍କର ଯୌତୁକ ଦେଇ ନ ଥାଏ ବରଂ ଓଲଟା ପୁରୁଷଟି ମହିଳାଙ୍କ ବାପାଙ୍କୁ ସ୍ବଳ୍ପ ପରିମାଣର ଟଙ୍କା ବା ଯେକୌଣସି ସାମଗ୍ରୀ ଯଥା ପୋଢ଼, ଗାଈ ଆଦି ଦେଇଥାଏ, ଯାହାକୁ ଝୋଲା ବାନ୍ଧିବା କୁହାଯାଏ। 

ଆଜି ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ନଷ୍ଟ ଆଦି ଘଟଣାକୁ ଚିନ୍ତିତ ଥିବାବେଳେ କନ୍ଧମାନେ ଜଙ୍ଗଲକୁ ଦେବତା ମାନି ପୂଜା କରନ୍ତି। ଏପରିକି ସେମାନେ ଜଙ୍ଗଲକୁ ନିଜ ବାପା ଓ ମା’ ଭାବେ ମାନ୍ୟ କରନ୍ତି। କାରଣ ସେମାନେ ଜଙ୍ଗଲରୁ ବିଭିନ୍ନ ଫଳମୂଳ ସଂଗ୍ରହ କରି ପେଟ ପୋଷନ୍ତି। କନ୍ଧ ଆଦିବାସୀମାନଙ୍କ ବିଚାରରେ ମାଟି ହେଉଛି ମା’। ମାଟି ମା’ ତଥା ଜାକେରୀ ଦେବତା ବା ଧରଣୀ ଦେବତାର ପୂଜା କରନ୍ତି। ତେଣୁ ଆଦିବାସୀମାନେ ସେମାନଙ୍କ ଚାଷରେ ରାସାୟନିକ ସାର ଓ ବିଷ ପ୍ରୟୋଗ କରନ୍ତି ନାହଁି। ସରକାର ଓ ବଡ ବଡ଼ ବ୍ୟବସାୟୀଙ୍କ ତରଫରୁ ଆଦିବାସୀ ଅଞ୍ଚଳରେ ସାର, ବିଷର ପ୍ରୟୋଗ କରିବା ପାଇଁ ପରୋକ୍ଷ ଚାପ ପ୍ରୟୋଗ ହେବା ପୂର୍ବରୁ ଆଦିବାସୀମାନେ କେବେ ବି ସାର, ବିଷ ପ୍ରୟୋଗ କରୁ ନ ଥିଲେ। 

କନ୍ଧ ଆଦିବାସୀଙ୍କ ପାଇଁ ଆଜି ଦିନଟି ହଁି ସବୁକିଛି। ସେମାନେ ଆବଶ୍ୟକତାଠାରୁ ଅଧିକ ରୋଜଗାର କରିବାକୁ ଭାବନ୍ତି ନାହଁି କି ତାକୁ ସଞ୍ଚୟ କରିବା ଚିନ୍ତାରେ ଆଜିକୁ ବଞ୍ଚତ୍ବାକୁ ଭୁଲି ଯାଆନ୍ତି ନାହଁି। ସମ୍ପ୍ରତି ଦୁନିଆରେ କିଛି ଲୋକ ଭୋକରେ ମରୁଥିବା ବେଳେ ଆଉ କିଛି ଲୋକ ସମ୍ପତ୍ତି ଠୁଳଉଛନ୍ତି, ଯାହା ଧନୀ-ଗରିବ ମଧ୍ୟରେ ବଢ଼ୁଥିବା ତାରତମ୍ୟର ମୁଖ୍ୟ କାରଣ। କନ୍ଧ ସମାଜରେ ଲୋକମାନେ ଆବଶ୍ୟକତାଠାରୁ ଅଧିକ ରୋଜଗାର କରି ସମ୍ପତ୍ତି ଠୁଳେଇବାର ଚିନ୍ତାଧାରାକୁ କେବେ ବି ଆପଣାନ୍ତି ନାହଁି। ସେମାନଙ୍କର ଯେତିକି ଆବଶ୍ୟକ ସେତିକି ଉପତ୍ାଦନ ବା ରୋଜଗାର କରିଥାନ୍ତି। ମାନବିକତାର ଆଦିଭୂଇଁ କନ୍ଧ ସମାଜର ଜୀବନଶୈଳୀ ସାରା ବିଶ୍ୱ ପାଇଁ ଏକ ଉଦାହରଣ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, bichitrabiswal@gmail.com


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା