ଜାତୀୟ |

ପାକିସ୍ତାନ ଚା’ ଦୋକାନରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ

ପାକିସ୍ତାନ ଚା’ ଦୋକାନରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ

ଇସଲାମାବାଦ/ନୂଆଦିଲ୍ଲୀ,୧୩।୩: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ କେବଳ ଭାରତ ନୁହେଁ ପାକିସ୍ତାନରେ ବି ନିଜର ଛାପ ଛାଡି ଆସିଛନ୍ତି। ନିକଟରେ ପାକିସ୍ତାନର ଏକ ଚା’ ଦୋକାନରେ ଅଭିନନ୍ଦନଙ୍କୁ ଦେଖିବାକୁ ମିଳିଛି। ‘ଖାଁ ଚା’ ଦୋକାନ’ରେ ବୀର ଯବାନ ଅଭିନନ୍ଦନ ଚା’ ପିଉଥିବାର ଏକ ବ୍ୟାନର ଲାଗିଛି। ଆଉ ଏଥିରେ ଲେଖାଯାଇଛି, ‘ଏମିତି ଚା’ ଯାହା ଶତ୍ରୁକୁ ବି ମିତ୍ର କରିପାରେ’। କେବଳ ଏତିକି ନୁହେଁ ଉକ୍ତ ବ୍ୟାନରଟି ଆହୁରି ମଧ୍ୟ କିଛି ବାର୍ତ୍ତା ଦେଉଛି। ତେବେ ଏହା ପାକିସ୍ତାନର କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇନାହିଁ। ହେଲେ ଉମର ଫାରୁକ ନାମକ ଜଣେ ବ୍ୟକ୍ତି ଏହି ଫଟୋଟିକୁ ଟୁଇଟର୍‌ରେ ଶେୟାର କରିବା ପରେ ଘଟଣା ସାମ୍ନାକୁ ଆସିଛି। ତେବେ ଏହା ଫଟୋଶପରେ କରାଯାଇଛି ନା ସତକୁ ସତ ଏମିତି ବ୍ୟାନର ଲାଗିଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏହି ଫଟୋଟି ଦେଖିବା ପରେ ଏବେ ସୋସିଆଲ ମିଡିଆରେ ଆଲୋଚନା ହେଉଛି କି ଯଦି ଜଣେ ଚା’ ଦୋକାନି ଏତିକି ଚିନ୍ତା କରିପାରୁଛନ୍ତି ତେବେ ଏହାଠାରୁ ବଡ କଥା ଆଉ କିଛି ନାହିଁ। 


All Right Reserved By

ଜାତୀୟ |

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଦୁନିଆର ସୁଖୀ ଦେଶ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୬ ଦେଶ ମଧ୍ୟରେ ଫିନ୍‌ଲାଣ୍ଡ୍‌ ପୁଣିଥରେ ପ୍ରଥମ ସ୍ଥାନ ହାସଲ କରିଛି। ଜାତିସଂଘର ସଷ୍ଟେନବୁଲ୍‌ ଡେଭଲପ୍‌ମେଣ୍ଟ୍‌ ସୁଲ୍ୟସନ୍‌ ନେଟ୍‌ଓ୍ବାର୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। 

୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳିକଲେ ଯବାନ

୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳିକଲେ ଯବାନ

ଉଧମପୁର,୨୧।୩: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ଜଣେ ଯବାନ ନିଜର ୩ ସାଥୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

ହୋଲି ଖେଳିବା ହେଲା କାଳ: ୩ ଶିଶୁଙ୍କ ଜୀବନ ଗଲା

ହୋଲି ଖେଳିବା ହେଲା କାଳ: ୩ ଶିଶୁଙ୍କ ଜୀବନ ଗଲା

ଗ୍ରେଟର ନୋଏଡା, ୨୧।୩: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। 

ପୃଥିବୀର ୪ ଶହ କୋଟି ଲୋକଙ୍କୁ ମିଳୁନି ପିଇବା ପାଣି: ଭାରତରେ ଏକ ଚତୁର୍ଥାଂଶ

ପୃଥିବୀର ୪ ଶହ କୋଟି ଲୋକଙ୍କୁ ମିଳୁନି ପିଇବା ପାଣି: ଭାରତରେ ଏକ ଚତୁର୍ଥାଂଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ଯୋଗୁ ପୃଥିବୀ ଏବେ ଜଳ ସଙ୍କଟ ଦେଖାଦେଇଛି। ଲୋକଙ୍କୁ ପିଇବା ପାଣି ମିଳୁନି। ପୃଥିବୀର ୪ ଶହ କୋଟି ଲୋକଙ୍କୁ ପିଇବା ପାଇଁ ପାଣି ମିଳୁ ନ ଥିବା ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି।

ହୋଲି ଖେଳିବେନାହିଁ କେଜରିଓ୍ବାଲ

ହୋଲି ଖେଳିବେନାହିଁ କେଜରିଓ୍ବାଲ

ନୂଆଦିଲ୍ଲୀ,୨୧।୩: ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଚଳିତ ବର୍ଷ ହୋଲି ଖେଳିବେ ନାହିଁ। ପୁଲଓ୍ବାମା ଶଦୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେ ହୋଲି ଖେଳିବେ ନାହିଁ ବୋଲି ଜଣାପଡିଛି। 

ହୋଲି ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ହୋଲି ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୩: ରଙ୍ଗର ପର୍ବ ହୋଲିକୁ ଅପେକ୍ଷା ରଖିଥାଆନ୍ତି ପିଲାଠାରୁ ବୟସ୍କ ସଭିଏଁ। ଗୁରୁବାର କେତେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବା ବେଳେ ଶୁକ୍ରବାର ମଧ୍ୟ ଦେଶର ବିଭିନ୍ନ ଭାଗରେ ପାଳନ କରାଯିବ ହୋଲି।

ଚର୍ଚ୍ଚାରେ ଚୌକିଦାର, ବଂଶବାଦ

ଚର୍ଚ୍ଚାରେ ଚୌକିଦାର, ବଂଶବାଦ

ନୂଆଦିଲ୍ଲୀ,୨୧।୩(ପି.ଟି.):  ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଶାସକ-ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେତିକି ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କ କ୍ୟାବିନେଟ ସହଯୋଗୀ ଓ ଦଳୀୟ ନେତାମାନେ ଟୁଇଟର୍‌ରେ ନିଜକୁ ‘ଚୌକିଦାର’ ବୋଲାଇବା ପରେ ବିରୋଧୀ ନେତାମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି। 

ଆଡଭାନୀଙ୍କୁ ଝୁଲାଇ ରଖିଛି ଭାଜପା

ଆଡଭାନୀଙ୍କୁ ଝୁଲାଇ ରଖିଛି ଭାଜପା

ଅହମଦାବାଦ,୨୧।୩(ପି.ଟି.): ଭାଜପାର ସର୍ବବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଭାନୀ ଲୋକ ସଭା ନିର୍ବାଚନରେ ଏଥର ପ୍ରାର୍ଥୀ ହେବେ କି ନାହିଁ ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ୯୧ ବର୍ଷୀୟ ଆଡଭାନୀ ଗାନ୍ଧୀନଗର ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ୬ ଥର ନିର୍ବାଚିତ ହୋଇଛନ୍ତି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।

ସମଝୌତା ଏକ୍ସପ୍ରେସ୍‌ ବିସ୍ଫୋରଣ ମାମଲା: ଅସୀମାନନ୍ଦ ଦୋଷମୁକ୍ତ

ସମଝୌତା ଏକ୍ସପ୍ରେସ୍‌ ବିସ୍ଫୋରଣ ମାମଲା: ଅସୀମାନନ୍ଦ ଦୋଷମୁକ୍ତ

ପଞ୍ଚକୁଲା (ହରିୟାଣା), ୨୧।୩(ପି.ଟି.): ସମଝୌତା ଏକ୍ସପ୍ରେସ ଟ୍ରେନ ବିସ୍ଫୋରଣ ମାମଲାରେ ଏକ ସ୍ବତନ୍ତ୍ର ଅଦାଲତ ବୁଧବାର ମୁଖ୍ୟ ଅଭିଯୁକ୍ତ ସ୍ବାମୀ ଅସୀମାନନ୍ଦଙ୍କ ସମେତ ଅନ୍ୟ ୩ ଜଣଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଦେଇଛନ୍ତି। 

ନୀରବଙ୍କ ୧୧କାର୍‌, ୧୭୩ ପେଣ୍ଟିଙ୍ଗ ବିକ୍ରି ହେବ;ସ୍ତ୍ରୀଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ନୀରବଙ୍କ ୧୧କାର୍‌, ୧୭୩ ପେଣ୍ଟିଙ୍ଗ ବିକ୍ରି ହେବ;ସ୍ତ୍ରୀଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ନୂଆଦିଲ୍ଲୀ,୨୧-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ମହାଠକେଇ ମାମଲାରେ ଲଣ୍ଡନରେ ଗିରଫ ହୋଇଛନ୍ତି ହୀରା ବ୍ୟବସାୟୀ ନୀରବ ମୋଦି। ଅନ୍ୟପକ୍ଷରେ ଭାରତରେ ଥିବା ତାଙ୍କର ସମ୍ପତ୍ତି ବିକ୍ରି କରିବା ଲାଗି ଏବେ ଉଦ୍ୟମ ଆରମ୍ଭ ହୋଇଛି।

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନ/ନୂଆଦିଲ୍ଲୀ,୨୦।୩: ପିଏନ୍‌ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ନୀରବ ମୋଦୀଙ୍କୁ ବୁଧବାର ଲଣ୍ଡନ ପୋଲିସ ଗିରଫ କରିଛି। ପୋଲିସ ଗିରଫ କରିବା ପରେ ଭାରତୀୟ ସମୟାନୁସାରେ ତାଙ୍କୁ ସନ୍ଧ୍ୟା ସାଢ଼େ ୫ଟାରେ ଓ୍ବେଷ୍ଟମିନ୍ସଷ୍ଟର ମାଜିଷ୍ଟେଟ କୋର୍ଟରେ ହାଜର କରାଯାଇଥିଲା। 

ଶାସ୍ତ୍ରୀଙ୍କ ମୂର୍ତ୍ତିରେ ପ୍ରିୟଙ୍କା ଫୁଲମାଳ ଚଢ଼ାଇବା ପରେ ଶୁଦ୍ଧିକରଣ କଲା ଭାଜପା

ଶାସ୍ତ୍ରୀଙ୍କ ମୂର୍ତ୍ତିରେ ପ୍ରିୟଙ୍କା ଫୁଲମାଳ ଚଢ଼ାଇବା ପରେ ଶୁଦ୍ଧିକରଣ କଲା ଭାଜପା

ବାରାନସୀ, ୨୦।୩: ମୋଦିଙ୍କ ନିର୍ବାଚନ କ୍ଷେତ୍ରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରଣ ହୁଙ୍କାର। ବାରାନସୀରେ ପ୍ରଚାର ପୂର୍ବରୁ ପ୍ରିୟଙ୍କା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା