ସମ୍ପାଦକୀୟ |

ତାଙ୍କ କୂଟନୀତି, ଆମ ରାଜନୀତି

 ତାଙ୍କ କୂଟନୀତି, ଆମ ରାଜନୀତି

ବିପିନ ବିହାରୀ ମିଶ୍ର

ପୁଲ୍‌ଓ୍ବାମା ଘଟଣା ପରେ ଦେଶ ଏକ ସଙ୍କଟପୂର୍ଣ୍ଣ ସ୍ଥିତିର ସମ୍ମୁଖୀନ ହେଲା। ପ୍ରଧାନମନ୍ତ୍ରୀ କହିଲେ ଯେ ଆଉ ଆଲୋଚନା ନୁହେଁ, ଉପଯୁକ୍ତ ଜବାବ ଦେବାର ସମୟ ଆସିଛି। ସବୁ ରାଜନୈତିକ ଦଳ ଏକଜୁଟ ହୋଇଗଲେ। ସର୍ବଦଳୀୟ ସଭା ଡକାଗଲା ଓ ସମସ୍ତେ ଘଟଣାର ନିନ୍ଦା କଲେ ଏବଂ ସରକାରଙ୍କୁ ସମର୍ଥନ ଜଣାଇଲେ। ପ୍ରଧାନମନ୍ତ୍ରୀ କହିଲେ, ଆମେ ସୈନ୍ୟବାହିନୀକୁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ସ୍ବାଧୀନତା ଦେଇଛୁ। ଉରିରେ ସନ୍ତ୍ରାସବାଦୀଙ୍କ ଆକ୍ରମଣ ପରେ ସେନା କମାଣ୍ଡୋମାନେ ପାକ୍‌ ଅଧିକୃତ କଶ୍ମୀରରେ ପଶି ଅନେକ ସନ୍ତ୍ରାସବାଦୀ ଘାଟି ନଷ୍ଟ କରିଥିଲେ। ସେ ଘଟଣାର ଭିଡିଓ ମଧ୍ୟ ଅଛି।

କାଳେ ସେଭଳି ଆକ୍ରମଣ ହେବ ଆଶଙ୍କାକରି ପାକିସ୍ତାନ ସୀମାକୁ ଲାଗି ଯେତେ ସନ୍ତ୍ରାସବାଦୀ ଘାଟି ଥିଲା ସବୁ ଭିତରକୁ ନେଇଗଲା। ବୋଧହୁଏ ହିସାବ କରିଥିଲା ଯେ ଏତେ ଭିତରକୁ ପଶିବା ପାଇଁ ଭାରତୀୟ ସେନା କମାଣ୍ଡୋମାନେ ସାହସ କରିବେ ନାହିଁ। ତଥାପି ପାକିସ୍ତାନର ସୈନ୍ୟବାହିନୀ, ଆକାଶବାହିନୀ ସଜାଗ ରହିଲେ। ବହୁ ଦେଶ ଏ ଆକ୍ରମଣକୁ ନିନ୍ଦା କଲେ। ଦେଶରେ ପ୍ରବଳ ଏକତା ଦେଖାଗଲା ଓ ପାକିସ୍ତାନକୁ ଭାରତ ଆକ୍ରମଣ କରୁ ବୋଲି ଗୋଟିଏ ବିଖ୍ୟାତ ଖବରକାଗଜର ଶତକଡା ୩୬ ପ୍ରତିଶତ ପାଠକ ମତ ଦେଲେ। ପୁଲ୍‌ଓ୍ବାମା ଘଟଣାର ଦୁଇଦିନ ପରେ ଭାରତର ଆକାଶବାହିନୀ ଚାରୋଟି ବୋମାବର୍ଷୀ ଯୁଦ୍ଧବିମାନ (ମିରେଜ ୨୦୦୦) ଏବଂ ସେମାନଙ୍କ ସୁରକ୍ଷା ପାଇଁ ସୁଖୋଇ ଉଡାଜାହାଜ ନେଇ ପାକିସ୍ତାନର ବାଲାକୋଟ ଉପରେ ଆକ୍ରମଣ କଲେ। ବାଲାକୋଟ ହେଉଛି ପାକ୍‌ ଅଧିକୃତ କଶ୍ମୀରର ଆହୁରି ଭିତରେ ଥିବା ପାକିସ୍ତାନର ଏକ ଅଞ୍ଚଳ। ପୁଲ୍‌ଓ୍ବାମା ଆକ୍ରମଣ ପରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଗର୍ବର ସହିତ ଘୋଷଣା କରିଥିଲା ଯେ ଆମେ ଏସବୁ କରିଛୁ ଏବଂ ଏଭଳି ବାରମ୍ବାର କରିବୁ। କିନ୍ତୁ ପାକିସ୍ତାନ ସରକାର କହିଲେ ଯେ ଏ ଘଟଣାରେ ଆମ ଦେଶର କୌଣସି ସଂପୃକ୍ତି ନାହିଁ। କଶ୍ମୀରବାସୀ ଭାରତୀୟ ସେନାର ଅତ୍ୟାଚାରରେ ଅତିଷ୍ଠ ହୋଇ ଏଭଳି କାଣ୍ଡ କରିଛନ୍ତି। ପାକିସ୍ତାନ ଦେଶ ହିଂସାରୁ ଜନ୍ମ ହୋଇଛି। ଏହାର ସୈନ୍ୟବାହିନୀ ସର୍ବଦା ଚାହୁଁଛି ଭାରତ ସହିତ ବିବାଦ ଲାଗିରହୁ। କିନ୍ତୁ ସମଗ୍ର ପୃଥିବୀ ଜାଣିଲା ଯେ ଏ ଘଟଣା ପାଇଁ ପାକିସ୍ତାନ ଦାୟୀ। ଏ ଦିଗରେ ଆମ ରାଷ୍ଟ୍ରଦୂତମାନେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।

ଭାରତର ମିରେଜ ଯୁଦ୍ଧବିମାନ ବାଲାକୋଟକୁ ଆଗଉଥିଲା ବେଳେ ପାକିସ୍ତାନର ରାଡାର ଓ କଣ୍ଟ୍ରୋଲ ଟାଓ୍ବାରକୁ ଅଚଳ କରିଥିଲେ। ଆମର ଦୁଇଟି ବିମାନ କରାଚୀ ନିକଟସ୍ଥ ବାହବଳପୁର କ୍ୟାମ୍ପକୁ ଆଗେଇବାରୁ ପାକିସ୍ତାନ ଭ୍ରମରେ ପଡି ସେ ଅଞ୍ଚଳକୁ ଅନେକ ଯୁଦ୍ଧବିମାନ ପଠାଇଲା, କିନ୍ତୁ ଇଆଡେ ମିରେଜ ପ୍ରାୟ ଏକହଜାର କେଜିର ବିସ୍ଫୋରକ ଦ୍ରବ୍ୟ ପକାଇ ବାଲାକୋଟ କ୍ୟାମ୍ପକୁ ଧ୍ୱଂସ କରିଦେଲା। ଏ ଘଟଣା ପ୍ରକାଶିତ ହେବା ପରେ ଦେଶରେ ଆନନ୍ଦର ଲହରି ଖେଳିଲା। କିନ୍ତୁ ଅଭ୍ୟାସଗତ ମିଛୁଆ ପାକିସ୍ତାନ ଘୋଷଣା କଲା ଯେ ତାଙ୍କ ଲଢୁଆ ବାହିନୀର ପ୍ରତିଆକ୍ରମଣରେ ଛାନିଆ ହୋଇ ଭାରତୀୟ ଆକାଶବାହିନୀ ପଳାଇଗଲେ ଓ ଯିବାବେଳେ ଜଙ୍ଗଲରେ କିଛି ବୋମା ପକାଇଦେଇ ଗଲେ। ଅଳ୍ପ କେତୋଟି ଗଛ ଟଳି ପଡିଲା କିନ୍ତୁ କିଛି କ୍ଷୟକ୍ଷତି ହୋଇନାହିଁ। ଆମେ କିନ୍ତୁ ଏହାର ଠିକଣା ଜବାବ ଦେବୁ। ପରେ ପରେ ପାକିସ୍ତାନ ପ୍ରତିଆକ୍ରମଣ କଲା ଓ ଆମର ବୈମାନିକ ଅଭିନନ୍ଦନ ପୁରୁଣା ଯୁଦ୍ଧବିମାନ ମିଗ୍‌-୨୧କୁ ବ୍ୟବହାର କରି ପାକିସ୍ତାନର ଅତ୍ୟାଧୁନିକ ଯୁଦ୍ଧବିମାନ ଏଫ୍‌-୧୬କୁ ନଷ୍ଟ କରିଦେଲେ। ମିଗ୍‌-୨୧ ନଷ୍ଟ ହୋଇଗଲା ଓ ଅଭିନନ୍ଦନ ପାରାଶୁଟରେ ପାକିସ୍ତାନରେ ଓହ୍ଲାଇଯିବାରୁ ଧରାହେଲେ। ଇତିମଧ୍ୟରେ ଜୈଶ-ଇ-ମହମ୍ମଦ ଆମର ଆକ୍ରମଣ ଦ୍ୱାରା ବହୁତ କ୍ଷତି ହୋଇଛି ବୋଲି ସ୍ବୀକାର କଲା।

କୂଟନୈତିକ ଯୁଦ୍ଧ ଘନେଇଲା। ପାକିସ୍ତାନର ଜାତୀୟ ବିଧାନସଭା (ସଂସଦର ଅନୁରୂପ)ରେ ପାକିସ୍ତାନ ଆକାଶ ବାହିନୀର ଅପୂର୍ବ ସାହସିକତାକୁ ପ୍ରଶଂସା କରାଗଲା ଓ ଭାରତକୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ସମସ୍ତେ ଦାବି କଲେ। ଠିକ୍‌ ଏହି ସମୟରେ ମୁସଲମାନ ଦେଶଗୁଡ଼ିକରେ ବାର୍ଷିକ ସମ୍ମିଳନୀ ପାଇଁ ଭାରତର ବୈଦେଶିକ ମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଅତିଥିରୂପେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଆସିଲା। ଏହା ପ୍ରଥମଥର ପାଇଁ ହେଲା। ପାକିସ୍ତାନର ବୈଦେଶିକ ମନ୍ତ୍ରୀ କ୍ୟୁରେସି ଘୋର ପ୍ରତିବାଦ କଲେ। ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ସେ ସଭାକୁ ଗଲେ ମୁଁ ଯିବି ନାହିଁ ବୋଲି ଧମକ ଦେଲେ। କିନ୍ତୁ ସଭାର ଆୟୋଜକ ମିଳିତ ଆରବ ରାଷ୍ଟ୍ର ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ। ସମସ୍ତ ଘଟଣା ପରେ କୌଣସି ଗୋଟିଏ ରାଷ୍ଟ୍ର ପାକିସ୍ତାନକୁ ସମର୍ଥନ କଲେ ନାହିଁ। ପାକିସ୍ତାନର ପରମ ମିତ୍ର ସାଉଦି ଆରବ ଓ ଚାଇନା ନିରପେକ୍ଷ ରହିଲେ। ୧୯୬୫, ୧୯୭୧, ୧୯୭୯, ୧୯୯୯ ଯୁଦ୍ଧରେ ଚାଇନା ପାକିସ୍ତାନକୁ ସମର୍ଥନ କରି ନାହିଁ। ଚାଇନାକୁ ଦରକାର ବିରାଟ ବାଣିଜ୍ୟ ବଜାର, ସେଥିପାଇଁ ସେ ଭାରତ ସହିତ କୌଣସି ସଂଘର୍ଷ କରିବା ପାଇଁ ଚାହୁଁ ନାହିଁ। ୧୯୬୨ ପରେ ଚାଇନା-ଭାରତ ସୀମାରେ କୌଣସି ଗୋଳାବର୍ଷଣ ହୋଇନାହିଁ। ଅଥଚ ପାକିସ୍ତାନ ପ୍ରତି ସପ୍ତାହରେ ଥରେ ଦୁଇଥର ଗୋଳାବର୍ଷଣ କରୁଛି। 

ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର ପାକିସ୍ତାନର ଏକ ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି। ୨୦୦୨ରେ ଆମେରିକାର ଚାପରେ ପଡି ପାକିସ୍ତାନ ଜୈସ-ଇ ମହମ୍ମଦକୁ ଏକ ଅବୈଧ ସଂଗଠନ ବୋଲି ଘୋଷଣା କରିଛିି। ଯଦି ସଂଗଠନ ଅବୈଧ ଏବଂ ସେହି ସଂଗଠନ ପୁଲ୍‌ଓ୍ବାମା କାଣ୍ଡ ଘଟାଇଛି ବୋଲି କହୁଛି, ତେବେ ତା’ର ମୁଖ୍ୟ ଯିଏ ପାକିସ୍ତାନର ସୈନ୍ୟବାହିନୀରେ ନାହାନ୍ତି, ସେ କିପରି ଏକ ସାମରିକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି? ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପାକିସ୍ତାନ ଦାବି କରୁଛି। ବିଭିନ୍ନ ଆତଙ୍କବାଦୀ ସଂଗଠନ ବିଷୟରେ ପାକିସ୍ତାନ ଏଭଳି ବିଭ୍ରାନ୍ତିକର ବିବୃତି ଦେଉଛି। 

୧୯୯୮ ମସିହାରେ ପୂର୍ବ ଆଫ୍ରିକାର ଦୁଇଟି ଦେଶର ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଥିଲା ଏବଂ ଆମେରିକା ସମସ୍ତ ଆତଙ୍କବାଦୀ ସଂସ୍ଥାର ଜନ୍ମଦାତା ଅଲ-କାଏଦାର କେତୋଟି ଆଡ୍ଡାକୁ ରକେଟ ମାରି ଧ୍ୱଂସ କରିଦେଇଥିଲା। ସେ ସମୟରେ ଆମେରିକାର ମୁଖ୍ୟ ତଦନ୍ତ ବିଭାଗ (fbi) ପ୍ରକାଶ କଲା ଯେ ଗଞ୍ଜେଇ, ଅଫିମ ମାଫିଆଙ୍କଠାରୁ ପଇସା ନେଇ ପାକିସ୍ତାନ ସରକାର ବହୁ ଅସ୍ତ୍ରଶସ୍ତ୍ର କିଣୁଛନ୍ତି ଓ କଶ୍ମୀରକୁ ଜିହାଦୀମାନଙ୍କୁ ପଠାଉଛନ୍ତି। ଆଫଗାନିସ୍ତାନର ସୁରକ୍ଷା ମନ୍ତ୍ରୀ ୟୁନୁସ କୁନାନି ୨୦୦୨ ଫେବୃୟାରୀ ୧୩ରେ ଅଭିଯୋଗ କଲେ ଯେ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ ଓ ମୁଲ୍ଲା ଓମାରଙ୍କ ସହିତ ଅନେକ ତାଲିବାନ ଓ ଅଲ-କାଏଦାକୁ ପାକିସ୍ତାନ ଆଶ୍ରୟ ଦେଇଛି। ସେହିମାନେ ଆଫଗାନିସ୍ତାନରେ ବିଭିନ୍ନ ହତ୍ୟାକାଣ୍ଡ କରୁଛନ୍ତି। ୨୦୦୨ ଏପ୍ରିଲ ୨୧ରେ ଆମେରିକାର ବିଖ୍ୟାତ ଖବରକାଗଜ ଓ୍ବାଶିଂଟନ ଟାଇମ୍‌ ଖବର ପରିବେଷଣ କଲା ଯେ ୨୦୦୧ ଡିସେମ୍ବରରେ ଓସାମା ବିନ୍‌ ଲାଡେନ ପାକିସ୍ତାନକୁ ଗଲା। ଏ ସମସ୍ତ ରିପୋର୍ଟ ଓ ଅଭିଯୋଗକୁ ପାକିସ୍ତାନ ଅଗ୍ରାହ୍ୟ କଲା। ପାକିସ୍ତାନ ନିଜେ ସନ୍ତ୍ରାସବାଦ ଦ୍ୱାରା ଆକ୍ରାନ୍ତ ବୋଲି ଅଭିଯୋଗ କଲା। ପରେ ଓସାମା ବିନ୍‌ ଲାଡେନଙ୍କୁ ପାକିସ୍ତାନ ରାଜଧାନୀର କିଛି ଦୂରରେ ଆମେରିକା ମାରିଲା। 

ବାଲାକୋଟ ଘଟଣାକୁ ଅସ୍ବୀକାର କରି ଓ ଭାରତ ବିରୋଧରେ ବାରମ୍ବାର ଅଭିଯୋଗ କରି ପାକିସ୍ତାନ କୌଣସି ଫଳ ପାଉନାହିଁ। କୌଣସି ମୁସଲିମ ରାଷ୍ଟ୍ର (ସାଉଦି ଆରବ, ତୁର୍କୀ) ସାହାଯ୍ୟ କରିବା ତ ଦୂରର କଥା ସମର୍ଥନ ମଧ୍ୟ କରୁନାହାନ୍ତି। ସନ୍ତ୍ରାସବାଦକୁ ପ୍ରତିହତ କରିବା ପାଇଁ ଅର୍ଥନୈତିକ କଟକଣା କରୁଥିବା ଅନୁଷ୍ଠାନ ପାକିସ୍ତାନକୁ ସନ୍ଦେହ ତାଲିକାରେ ରଖି ତା’ର ଚିନ୍ତା ବଢାଇଛି। ତା’ ସତ୍ତ୍ୱେ ସବୁ ଦେଶରେ ପାକିସ୍ତାନ ଭାରତ ବିରୋଧରେ ପ୍ରଚାର କରୁଛି ଓ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂସ୍ଥା ଘୋଷଣା କରିଛନ୍ତି ଯେ ହିନ୍ଦୁ, ଖ୍ରୀଷ୍ଟିୟାନ ଓ ଇହୁଦୀ ଦେଶଗୁଡ଼ିକୁ ଧ୍ୱଂସ କରି ପୃଥିବୀରେ ମୁସଲମାନ ଶାସନ ଚଳାଇବୁ।

ଅନ୍ୟ ରାଷ୍ଟ୍ରମାନେ ପାକିସ୍ତାନକୁ ସମର୍ଥନ ନ କଲେ କ’ଣ ହେଲା, ଆମ ଦେଶରୁ ପାକିସ୍ତାନକୁ ବେଶ୍‌ ସମର୍ଥନ ମିଳୁଛି। କେହି କହୁଛନ୍ତି ଯେ ପ୍ରମାଣ ଦିଅ। ଫଟୋ, ଭିଡିଓ, କାହିଁକି ଦେଇ ପାରୁନାହଁ। ନିର୍ଦ୍ଦିଷ୍ଟ କେତେ ଲୋକ ମଲେ ସେ ସଂଖ୍ୟା କୁହ। ପୁଲ୍‌ଓ୍ବାମା ଘଟଣା ଘଟିବା ଦିନ କାହିଁକି ପ୍ରତିଆକ୍ରମଣ କଲ ନାହିଁ। ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଲେ ଯେ ପୁଲ୍‌ଓ୍ବାମା ଘଟଣା ଏକ ଦୁର୍ଘଟଣା। ତାଙ୍କୁ ସମର୍ଥନ କରି ଆଉ ଜଣେ କହିଲେ ଯେ ସନ୍ତ୍ରାସବାଦ ଏକ ଦୁର୍ଘଟଣା ମାତ୍ର। ଜଣେ ମୁଖ୍ୟମନ୍ତ୍ରୀ କହିଲେ, ପୁଲ୍‌ଓ୍ବାମା ଆକ୍ରମଣ ବଢିଆ ସମୟରେ କରାଯାଇଛି ଯେପରି କି ଏହା କ୍ଷମତାରେ ଥିବା ଦଳକୁ ସାହାଯ୍ୟ କରିବ। ଆନ୍ତର୍ଜାତିକ ଚାପରେ ପାକିସ୍ତାନ ଅଭିନନ୍ଦନଙ୍କୁ ୪୮ ଘଣ୍ଟା ଭିତରେ ଛାଡିଦେଲା ଓ ଆମର ଗୋଟିଏ ପ୍ରଦେଶର ମନ୍ତ୍ରୀ ସେଥିପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭୂରି ଭୂରି ପ୍ରଶଂସା କଲେ। ଯେଉଁମାନେ କେତେ ଲୋକ ମଲେ ତା’ର ହିସାବ ମାଗୁଛନ୍ତି ତାଙ୍କୁ ଏହି ଉତ୍ତର ଦେଇଦେବ ଯେ ଆକାଶରୁ ବୋମା ପଡିଲେ କେତେ ଲୋକ ମଲେ କେମିତି ଜାଣିବା। ଏତିକି କେବଳ କହିହେବ ଯେ ସେ ଅଞ୍ଚଳରେ ୩୦୦ ମୋବାଇଲ ଫୋନ କାମ କରୁଥିଲା। ପଞ୍ଜାବର ମନ୍ତ୍ରୀ କଟାକ୍ଷ କରିଛନ୍ତି ଯେ ଆମ ଆକାଶବାହିନୀ ସନ୍ତ୍ରାସବାଦୀଙ୍କୁ ମାରିଲେ ନା ଗଛ ଉପାଡିଲେ। ନିର୍ବାଚନ ମୁଣ୍ଡ ଉପରେ। ନିର୍ବାଚନ ସରିବା ପର୍ଯ୍ୟନ୍ତ ଏଭଳି ନାଟକ ଚାଲିଥିବ। ଏ ସମସ୍ତ ବିଭ୍ରାନ୍ତକାରୀ ମତକୁ ଉପେକ୍ଷା କରିବା ଉଚିତ।

ପୂର୍ବତନ ଡିଜି, ମୋ-୯୦୪୦୪୧୨୩୭୮


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା