ସମ୍ପାଦକୀୟ |

କୁମାରୀ ମାତୃତ୍ୱର ବୋଝ

କୁମାରୀ ମାତୃତ୍ୱର ବୋଝ

ପ୍ରୀତିଛନ୍ଦା ଧଳ

ରାଜ୍ୟରେ ମହିଳା, ନାବାଳିକା ଅସୁରକ୍ଷିତ ଏବଂ କୁମାରୀ ମାତୃତ୍ୱର ହାର ମଧ୍ୟ ବଢ଼ିବାରେ ଲାଗିଛି। ଏ କୁମାରୀ ମାତୃତ୍ୱ କ’ଣ ପାଇଁ ଏତେ ମାତ୍ରାରେ ବଢ଼ିବାରେ ଲାଗିଛି, ଏହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ। କେଉଁଠି ଝିଅଟିଏ ଠକାମିର ଶିକାର ହୋଇ କୁମାରୀ ମାତୃତ୍ୱର ବୋଝ ମୁଣ୍ଡାଉଛି ତ ଆଉ କେଉଁ ଜାଗାରେ ଆଦିବାସୀ ହଷ୍ଟେଲ୍‌ରେ ଝିଅଟିଏ ବଳାତ୍କାରର ଶିକାର ହୋଇ କୁମାରୀ ମାତୃତ୍ୱକୁ ବରଣ କରୁଛି। ସମସ୍ତଙ୍କ ମନରେ ଆଲୋଡନ ସୃଷ୍ଟି କରେ ଏହି ପ୍ରସଙ୍ଗ।

 ଗତ ନିବନ୍ଧରେ ଆମେ ଲେଖିଥିଲୁ, ଅସୁରକ୍ଷିତ ଆଶ୍ରମ ଗୃହ। ସେଥିରେ ଆମେ ଦାୟୀ କରିଥିଲୁ ଜିଲା ଶିଶୁ ମଙ୍ଗଳ ଅଧିକାରୀମାନଙ୍କୁ। କିଛି ଫୋନ୍‌ ମଧ୍ୟ ପାଇଥିଲୁ ଡିସିପିଓମାନଙ୍କଠାରୁ। ସେମାନଙ୍କ ଉତ୍ତର ଥିଲା ଯେ ଆମେ ଆମର ଦାୟିତ୍ୱ ଠିକ୍‌ ଭାବରେ ତୁଲାଉଛୁ। ସେମାନେ ଯଦି ଠିକ୍‌ ଭାବରେ ଦାୟିତ୍ୱ ତୁଲାଉଛନ୍ତି ତା’ହେଲେ ଏପରି ଘଟୁଛି କାର୍ହିକି? ସରକାରୀ ତଥ୍ୟ ଅନୁଯାୟୀ ଗତ ଦୁଇବର୍ଷ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତିର ୪୪୫ ଜଣ ନାବାଳିକା ଓ ମହିଳା ବଳାତ୍କାରର ଶିକାର ହୋଇଛନ୍ତି ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଗତ ଫେବୃୟାରୀ ୬ ତାରିଖରେ ଗୃହରେ ତଥ୍ୟ ରଖିଛନ୍ତି। ୨୦୧୪ ମସିହାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଛାତ୍ରୀ ନିବାସରେ ୧୨ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪ଜଣ ସନ୍ତାନ ଜନ୍ମ କରିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।

ଏ ପ୍ରକାର ଅବ୍ୟବସ୍ଥା ନେଇ ସାଧାରଣ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ସୃଷ୍ଟି ହେବା ସ୍ବାଭାବିକ। ପ୍ରଶ୍ନ ଉଠୁଛି କିଏ ଏହି କୁମାରୀ ମାତୃତ୍ୱ ପାଇଁ ଦାୟୀ? ଝିଅମାନେ ଯେପରି ପଢ଼ିପାରିବେ, ଉଚ୍ଚଶିକ୍ଷିତ ହୋଇପାରିବେ, ସେଥିପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କଲେ। କିନ୍ତୁ ଏହି ଯୋଜନାର ଫାଇଦା ଝିଅମାନେ ଉଠେଇବା ପରିବର୍ତ୍ତେ କିଛି ରୁଗ୍‌ଣ ମାନସିକତାର ଲୋକମାନେ ଏହି ଝିଅମାନଙ୍କୁ ନେଇ ଫାଇଦା ଉଠେଇବାରେ ଲାଗିଲେ। ଫଳସ୍ବରୂପ ଆମେ କିଛି ଦିନ ଧରି ବିଭିନ୍ନ ପ୍ରକାର ଖବରକାଗଜ ଓ ଟେଲିଭିଜନରେ ନାବାଳିକାମାନଙ୍କର ଭୟାବହ ପରିଣାମ ଦେଖୁଛେ। 

ଯେଉଁଠି ନିଜେ ମନ୍ତ୍ରୀ ଏଭଳି ଚିନ୍ତାଜନକ ତଥ୍ୟ ଦେଉଛନ୍ତି ସେଠି ଆମେ ଆଉ କାହାକୁ ପ୍ରଶ୍ନ କରିବା? ଧିକ୍‌ ଆମ ସରକାରୀ ବ୍ୟବସ୍ଥା, ଯେଉଁଠି ଝିଅମାନଙ୍କୁ ଏତେ ଅତ୍ୟାଚାରର ଶିକାର ହେବାକୁ ପଡ଼େ। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କର ପାଠପଢା ବନ୍ଦ ହୋଇଯାଏ। ଛାତ୍ରୀନିବାସ ଓ ଆବାସିକ ବିଦ୍ୟାଳୟଗୁଡ଼ିକରେ ଝିଅମାନେ କିପରି ନିରାପତ୍ତା ଓ ସୁରକ୍ଷା ଭିତରେ ରହି ଅଧ୍ୟୟନ କରିବେ ସେଥିପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏସବୁର ପରିଚାଳନା ପାଇଁ ରାଜ୍ୟରେ ୩ ହଜାର ମାଟ୍ରନ୍‌ଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ୩୩୬ଜଣ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତ କରାଯାଇଛି। ମାସକୁ ଥରେ ଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମଧ୍ୟ ଆମର ଗାଇଡ୍‌ଲାଇନ୍‌ରେ ବ୍ୟବସ୍ଥା ଅଛି। ଏତେସବୁ ରହିଲା ପରେ ମଧ୍ୟ ନାବାଳିକା ଝିଅମାନେ ଗର୍ଭବତୀ ହେଉଛନ୍ତି। ସ୍ବାସ୍ଥ୍ୟ ଯାଞ୍ଚ ହେଲେ ବି ତାହା କେହି ଜାଣିପାରୁନାହାନ୍ତି। ନିରୀହ ଝିଅଟି ଶେଷରେ ସନ୍ତାନ ପ୍ରସବ କରୁଛି। ଏହାଠାରୁ ବଳି ଯନ୍ତ୍ରଣାଦାୟକ ଘଟଣା ଆଉ କ’ଣ ହୋଇପାରେ ଏହି ନାବାଳିକାମାନଙ୍କ ପାଇଁ? 

ଆମର ଯେଉଁ ଗାଇଡ୍‌ଲାଇନ୍‌ ରହିଛି ତାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଗରିବ ମା’ବାପାଙ୍କ ସ୍ବପ୍ନ ସେମିତି ଅଧାରେ ରହିଯାଉଛି। କୁମାରୀ ମାତୃତ୍ୱର ବୋଝକୁ ସହି ନ ପାରି କେତେକ କ୍ଷେତ୍ରରେ ଝିଅମାନେ ଆତ୍ମହତ୍ୟା କରୁଛନ୍ତି। ଏହି ନାବାଳିକାଙ୍କ ଭବିଷ୍ୟତ କିପରି ସୁନ୍ଦର ହେବ ତାହା ଏବେ ଚିନ୍ତାର ବିଷୟ ହୋଇଯାଇଛି। ଏତେ ସୁରକ୍ଷା ବ୍ୟବସ୍ଥା ଆମ ସରକାରଙ୍କ ରହିଛି, ତଥାପି ସବୁକିଛି ଫେଲ୍‌ ମାରୁଛି କାହିଁକି? ସରକାରୀ ସ୍ତରରେ ଏ ଦିଗରେ ଆହୁରି ତପତ୍ରତା ଆସିବା ଦରକାର। ଦୁଃଖର କଥା, ୨୪ ଘଣ୍ଟିଆ ଟୋଲ୍‌ ଫ୍ରି ଓ ୧ ହଜାର ହଟ୍‌ଲାଇନ୍‌ ଫୋନ୍‌ର ସୁରକ୍ଷା ଭିତରେ ଆଜି ବି  ଆମ ଝିଅମାନେ ଅସୁରକ୍ଷିତ। 

ମୋ-୯୯୩୭୭୩୪୪୬୧

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା