ସମ୍ପାଦକୀୟ |

ଦିନକର ଘରଣୀ

ଦିନକର ଘରଣୀ

ପ୍ରକାଶ ତ୍ରିପାଠୀ
ଦିନେ ସନ୍ଧ୍ୟାରେ ସମୁଦ୍ର କୂଳରେ ଏକୁଟିଆ ବସିଥାଏ। ମୋର ଅନତି ଦୂରରେ ବସିଥାନ୍ତି ଦୁଇବନ୍ଧୁ। ଉଭୟଙ୍କ ବୟସ ୪୦ ରୁ ୪୫ ଭିତରେ ହେବ। ପିଲାମାନଙ୍କର ପାଠପଢ଼ା, ଗଁ। ରେ ରହୁଥିବା ମା-ବାପା, ଅଫିସ ଓ ସର୍ବୋପରି ସେମାନଙ୍କ ପତ୍ନୀମାନଙ୍କର କଥା ଥିଲା ଉଭୟଙ୍କ କଥୋପକଥନର ପ୍ରସଙ୍ଗ। ସମୁଦ୍ର ଢେଉର ଅବିରତ ଗର୍ଜନ ସତ୍ତ୍ୱେ ସେମାନଙ୍କ କଥାବାର୍ତ୍ତାକୁ ମୁଁ ସ୍ପଷ୍ଟ ଶୁଣିପାରୁଥିଲି। ଯେତେବେଳେ ଆଲୋଚନା ଖିଅ ସେମାନଙ୍କ ପତ୍ନୀମାନଙ୍କ ପାଖରେ ପହଞ୍ଚତ୍ଲା, ମୋର ଶୁଣିବାର ଉତ୍ସୁକତା ବଢ଼ିଲା। ଜଣେ ବନ୍ଧୁ କହିଲେ ଏ ଚାକିରି ଜୀବନ ଭାରି କଷ୍ଟ। କେବଳ ମୋଟା ଅଙ୍କର ଦରମା ମିଳୁଛି ବୋଲି ଏଥିରେ ମାଡ଼ି ମକଚି ହୋଇ ରହିବା କଥା। ସକାଳ ଦଶଟାରୁ ସଂଧ୍ୟା ସାତଟା ପର୍ଯ୍ୟନ୍ତ ଦୀର୍ଘ ୯ ଘଣ୍ଟାର ଖଟଣି ସାଙ୍ଗକୁ ଶାରୀରିକ ଓ ମାନସିକ ଚାପ ଆଉ ସହି ହେଉନାହିଁ। ନାରୀ ଜନ୍ମ ଭାରି ଭଲ। ନା ଅଫିସ ଟେନସନ ଅଛି ନା କାମ କରିବାର କଷ୍ଟ ଅଛି। ଆରାମରେ ଯାହା ଘରେ ରହିବା କଥା। ଟିଭି ସିରିଏଲ ଭଲ ତ ସବୁ ଭଲ। ଆର ବନ୍ଧୁ ଜଣକ ପାଳି ଧରି କହିଲେ-କିଛି କାମ ନ କରି ତ ସେମାନଙ୍କର ଯେଉଁ ଫୁଟାଣି ସେ କଥା କୁହନି। ରୋଷେଇକୁ ଛାଡ଼ିଦେଲେ ସେମାନଙ୍କର ଆଉ କ’ଣ କାମ ଘରେ ଅଛି କହିଲ। ଏମାନେ ହେଲେ ହାଉସ୍‌ଓ୍ବାଇଫ୍‌ ବା ଘରଣୀ। ଘରର ଛୋଟ ମୋଟ କାମ ଯଦି ଏମାନେ ନ କରିବେ, ତେବେ ସବୁ କାମ କ’ଣ ଆମେ କରିବୁ। ଆଜିକାଲି ପିଲା ବୋଲି ତ ଗୋଟିଏ ନ ହେଲେ ଦିଓଟି। ସେମାନଙ୍କର ବା କି କାମ! ଏମିତି କି କାମ ଘରେ କରି ପକାଉଛନ୍ତି ଯେ ଏମାନଙ୍କୁ ଏତେ ବାଧା ହୋଇଯାଉଛି। ଘରେ ବସିବସି ଅଳସୁଆ ହୋଇଗଲେଣି। ଆମ ଭଳି ଗୋଟିଏ ଦିନ ଏମାନେ କାମ କରି ଦେଖାନ୍ତୁ ତ! ସବୁ ଫୁଟାଣି ଭାଙ୍ଗିଯିବ। ଠିକ୍‌ ଏହି ସମୟରେ ମୋ ପତ୍ନୀଙ୍କ ଫୋନ୍‌ ଆସିଲା। ଫେରିବା ବେଳେ ପୁଅକୁ ଟ୍ୟୁଶନ୍‌ରୁ ନେଇ ଆସିବ। ସମୁଦ୍ର କୂଳରେ ବସିବାର ମଜ୍ଜା ମୋର ସେଇଠି ଶେଷ ହେଲା। ଫେରିବା ବେଳେ ସେଇ ଦୁଇ ବନ୍ଧୁଙ୍କ ଆଲୋଚନା ମୋତେ ଆନ୍ଦୋଳିତ କରୁଥାଏ। ପତ୍ନୀମାନେ ଚାକିରି ବାକିରି ନ କରି ହାଉସ୍‌ଓ୍ବାଇଫ୍‌ ହୋଇ ରହିଛନ୍ତି ବୋଲି ସେମାନଙ୍କ ପ୍ରତି ସ୍ବାମୀମାନଙ୍କର ଏପରି ହୀନମନ୍ୟତା କାହିଁକି? କେତେ ହାଲ୍‌କା ଭାବେ ପତ୍ନୀମାନଙ୍କ ଦାୟିତ୍ୱ ଓ ଭୂମିକାକୁ ଏମାନେ ନେଉଛନ୍ତି। ପତ୍ନୀମାନଙ୍କ ଅବଦାନକୁ ସତରେ ଏହି ସ୍ବାମୀମାନେ ହୃଦୟଙ୍ଗମ କରିପାରୁ ନାହାନ୍ତି ନା ସ୍ତ୍ରୀଲୋକଙ୍କୁ ପରିହାସ ଓ ତାଚ୍ଛଲ୍ୟ କରିବା ଏମାନଙ୍କର ଅଭ୍ୟାସ ହୋଇଗଲାଣି। ଏହି ପ୍ରସଙ୍ଗରେ ଶୁଣିଥିବା ଏକ କାହାଣୀ ମନେପଡ଼ିଲା। କାହାଣୀଟି ଏହିପରି- ଚାକିରି କରୁଥିବା ଜଣେ ବ୍ୟକ୍ତିଙ୍କ ଦେହ ଅସୁସ୍ଥ ହେଲା। ତାଙ୍କୁ ମନେ ହେଲା ଯେ ସେ ବହୁତ ପରିଶ୍ରମ କରୁଥିବାରୁ ବୋଧେ ଅସୁସ୍ଥ ହୋଇଗଲେ। ନିଜ ପତ୍ନୀଙ୍କ ସହିତ ନିଜକୁ ସେ ତୁଳନା କରିବାକୁ ଲାଗିଲେ। ପତ୍ନୀ ଘରେ ରହି କିଛି ତ କରୁନାହାନ୍ତି। ବସି ବସି ଆରାମ କରୁଛନ୍ତି। କଷ୍ଟକରି ସେ ରୋଜଗାର କରିବେ, ପତ୍ନୀ ଘରେ ରହି ଆରାମ କରିବେ। ପତ୍ନୀଙ୍କ ପ୍ରତି ତାଙ୍କର ଈର୍ଷା ବଢ଼ିବାକୁ ଲାଗିଲା। ସେ ମନେ ମନେ ଈଶ୍ୱରଙ୍କୁ ପ୍ରାର୍ଥନା କଲେ ପ୍ରଭୁ! ଗୋଟିଏ ଦିନ ମୋତେ ପତ୍ନୀ କରି ଦିଅନ୍ତୁ ଓ ମୋର ପତ୍ନୀଙ୍କୁ ପତି କରି ଦିଅନ୍ତୁ। ମୁଁ ଦିନରାତି କିପରି ପରିଶ୍ରମ କରୁଛି ମୋ ପତ୍ନୀ ଜାଣନ୍ତୁ ଓ ମୁଁ ବି ଜାଣିପାରିବି ମୋ ପତ୍ନୀ ଦିନଯାକ ଘରେ ରହି କ’ଣ ସବୁ କରୁଛନ୍ତି। ଈଶ୍ୱର ବ୍ୟକ୍ତିଙ୍କର ଆକୁଳ ପ୍ରାର୍ଥନା ଶୁଣିଲେ ଓ ତଥାସ୍ତୁ କଲେ।ତା’ ପର ଦିନ ସକାଳ ହେଲା। ବ୍ୟକ୍ତି ଜଣକ ଜାଣିପାରିଲେ ଯେ ସେ ପତ୍ନୀ ରୂପକୁ ରୂପାନ୍ତରିତ ହୋଇଛନ୍ତି ଓ ତାଙ୍କ ପତ୍ନୀ ପତି ହୋଇଯାଇଛନ୍ତି। ପତ୍ନୀ ରୂପରେ ଥିବା ପତିଙ୍କର ନଜର ପଡ଼ିଲା କାନ୍ଥ ଘଣ୍ଟା ଉପରେ। ସମୟ ସକାଳ ୬ଟା ଠିକ୍‌ ସାତଟାରେ ପୁଅର ସ୍କୁଲ୍‌ବସ୍‌ ଆସିବ। ପୁଅ ଏବେ ବି ବାପା ପାଖରେ ଶୋଇଛି। ପୁଅକୁ ଡାକିଲେ। ଉଠିଲାନି। ଜୋର୍‌ କରି ତାକୁ ଉଠାଇଲେ। ବାଥ୍‌ରୁମ୍‌କୁ ନେଇ ସବୁ ନିତ୍ୟକର୍ମ କରାଇଲେ। ପୁଅକୁ ସ୍କୁଲ୍‌ ଡ୍ରେସ୍‌ ପିନ୍ଧାଇଲା ବେଳକୁ ଦେଖିଲେ ଯେ ତାହା ଇସ୍ତ୍ରୀ ହୋଇନାହିଁ। ଚଟାପଟ ଇସ୍ତ୍ରୀ କରି ତାକୁ ପିନ୍ଧାଇଲେ। ରୁଟିନ ଦେଖି ତା’ର ସ୍କୁଲ ବ୍ୟାଗ୍‌ ସଜାଡ଼ିଲେ। ଟିଫିନ୍‌ ବାକ୍ସରେ ଟିଫିନ୍‌ ରଖିଲେ। ଜୋତା ପଲିସି କଲେ। ପୁଅକୁ ଛତୁଆ ଖୁଆଇ ସଙ୍ଗେ ସଙ୍ଗେ ଚାଲିଲେ ବସ୍‌ ଷ୍ଟପକୁ। ପୁଅକୁ ବସ୍‌ରେ ଛାଡ଼ି ଘରେ ପହଞ୍ଚିଲା ବେଳକୁ ପତି ରୂପରେ ଥିବା ପତ୍ନୀ ପୂର୍ବ ପରି ଶୋଇଛନ୍ତି। ସେ ଆଉ ଡେରି ନ କରି କାମରେ ଲାଗିଗଲେ। ଘରଦ୍ୱାର ସବୁ ଓଳାଇଲେ। ରୋଷେଇ ଘରେ ଥିବା ପୂର୍ବ ରାତିର ସବୁ ଅଇଁଠା ବାସନ ମାଜିଲେ। ଠାକୁର ପୂଜା ପାଇଁ ଫୁଲ ତୋଳି ରଖିଲେ। ରୋଷେଇ ପାଇଁ ପରିବା ପତ୍ର କାଟି ସାରି ଚାଲିଲେ ବାଥ୍‌ ରୁମ୍‌କୁ। ବାଥ୍‌ ରୁମ୍‌ରୁ ବାହାରିବା ବେଳକୁ ସକାଳ ୮ଟା। ୧୦ଟା ପୂର୍ବରୁ ରୋଷେଇ ସରିଲେ ପତି ଅଫିସ୍‌ ଯିବେ। ତାଙ୍କ ପାଇଁ ପୁଣି ଟିଫିନ୍‌ ପ୍ରସ୍ତୁତ କରିବାକୁ ପଡ଼ିବ। ରୋଷେଇ ବସେଇ ଦେଇ ଠାକୁର ପୂଜାରେ ଲାଗିଗଲେ। ଠାକୁର ପୂଜା ସରିଲା ବେଳକୁ ପତି ଶଯ୍ୟାତ୍ୟାଗ କଲେ। ନିଜର ଚା ବରାଦ କରି ସିଧା ଚାଲିଲେ ଡ୍ରଇଁ ରୁମକୁ। ଟିଭିରେ ନ୍ୟୁଜ ଦେଖିଲେ। ଗୋଟିଏ ହାତରେ ପେପର। ଆର ହାତରେ ଚା କପ,ଟିଭିରେ ନ୍ୟୁଜ। ପୂରା ରାଜକୀୟ ଠାଣିରେ ପତି ଦେବଙ୍କ ଦିନଚର୍ଯ୍ୟା ଆରମ୍ଭ। ଚା ପିଆ ସରିବା ପରେ ଆରମ୍ଭ ହେଲା ହ୍ବାଟସ୍‌ଆପ୍‌, ଫେସବୁକ୍‌ରେ ବନ୍ଧୁମାନଙ୍କୁ ସମ୍ଭାଷଣ ଓ ଜୋକ୍‌ସର ଆଦାନ ପ୍ରଦାନ। ସେତେବେଳକୁ ଘଣ୍ଟାରେ ୯ଟା ବାଜି ସାରିଥାଏ। ରୋଷେଇ ଘରେ ପତ୍ନୀ ରୂପରେ ପତି ରୋଷେଇରେ ବ୍ୟସ୍ତ। ଠିକ୍‌ ୯ଟା ୩୦ ମିନିଟ୍‌ରେ ପତି ନିଜର ନିତ୍ୟକର୍ମ ସାରି ଡାଇନିଂ ଟେବୁଲରେ ବସି ପଡ଼ିଲେ, ଖାଇବାକୁ ଦେଇସାରି ପତିଙ୍କର ପ୍ୟାଣ୍ଟ୍‌ଶାର୍ଟ ଇସ୍ତ୍ରୀ କରିବାରେ ଲାଗିଗଲେ ପତ୍ନୀ। ଅଫିସ ଯିବା ପୂର୍ବରୁ ତାଙ୍କ ବ୍ୟାଗରେ ପାଣି ବୋତଲ ଓ ଟିଫିନ୍‌ ବକ୍ସ ରଖିସାରିଥିଲେ।ଘଣ୍ଟାରେ ପୂର୍ବାହ୍ଣ ୧୦ଟା, ନିଜ ଖାଇବା କଥା ମନେପଡ଼ିଲା। କପେ ଚା ଓ ଦୁଇଚାରି ପଟ ବିସ୍କୁଟ୍‌ ଧରି ବସିପଡ଼ିଲେ ପତ୍ନୀ। ମନେପଡ଼ିଲା ପୁଅର ସ୍କୁଲ୍‌ ଫି ଡିପୋଜିଟ୍‌ କଥା। ସଙ୍ଗେ ସଙ୍ଗେ ପ୍ରସ୍ତୁତ ହେଲେ ସ୍କୁଲ ଯିବାକୁ। ଫେରିବା ବେଳେ ଇଲେକ୍‌ଟ୍ରିକ୍‌ ବିଲ୍‌ ଡିପୋଜିଟ୍‌ କରିଦେବାକୁ ବି ମନସ୍ଥ କଲେ। ସ୍କୁଲ୍‌ କାଉଣ୍ଟରରେ ଦୀର୍ଘ ଅଧଘଣ୍ଟାଏ କାଳ ଲମ୍ବା ଲାଇନ୍‌ରେ ଠିଆ ହୋଇ ପୁଅର ଫି ଡିପୋଜିଟ୍‌ କଲେ । ଫେରିବାବେଳେ ମନେ ପଡ଼ିଲା ଘରେ କିଛି ସଉଦା ସରିଯାଇଥିବା କଥା, ଗ୍ରୋସରୀ ଦୋକାନରୁ ସଉଦା ଆଣି ଘରେ ପହଞ୍ଚିଲା ବେଳକୁ ଦିନ ଗୋଟାଏ। କୁକୁରଟା ନ ଗାଧୋଇ ଗନ୍ଧ ଛାଡ଼ିଲାଣି। ତାକୁ ଗାଧୋଇଦେଲେ। ତା’ ଖରାବେଳ ଖାଇବା ପାଇଁ ଫ୍ରିଜ୍‌ରୁ କିଛି ମାଂସ କାଢ଼ି ଶିଝାଇଲେ। ପୁଅ ସାଢ଼େ ଗୋଟାଏରେ ଫେରିବ। ତର ତର ହୋଇ ଚାଲିଲେ ବସ୍‌ଷ୍ଟପ୍‌କୁ। ପୁଅକୁ ଘରକୁ ଆଣିବା ପରେ ତାକୁ ଖାଇବାକୁ ଦେଇସାରି ନିଜେ ବି ଖାଇନେଲେ। ବାସନ ଉଠଉ ଉଠଉ କଲିଂ ବେଲ୍‌ ଶୁଭିଲା। କବାଟ ଖୋଲି ଦେଖନ୍ତି ତ ଗ୍ୟାସ୍‌ବାଲା। ଗ୍ୟାସ୍‌ ରଖି ଟିଭି ଖୋଲି ଦେଖିଛନ୍ତି କି ନାହିଁ ମନେ ପଡ଼ିଗଲା ଚାଉଳ ବାଛିବା କଥା। ଆଜିକାଲି ଚାଉଳରେ ଅନେକ ଗୋଡ଼ି, ଚାଉଳରୁ ଗୋଡ଼ି ବାଛିବା ପରେ ସଂଧ୍ୟା ଜଳଖିଆ ପ୍ରସ୍ତୁତିରେ ଲାଗିପଡ଼ିଲେ। ବିରି ଓ ଚାଉଳ ଗ୍ରାଇଣ୍ଡିଂ କରି ଚକୁଳିପିଠା କଲେ। ସଂଧ୍ୟାରେ ପୁଅକୁ ବସାଇ ତା’ର ହୋମ୍‌ଓ୍ବାର୍କ କରାଇଲେ। ରାତି ୮ଟାରେ ପତି ଅଫିସ୍‌ରୁ ଫେରିଲେ। ତାଙ୍କ ପାଇଁ ସଙ୍ଗେ ସଙ୍ଗେ ଚା ପ୍ରସ୍ତୁତ କଲେ। ଚା-ଜଳଖିଆ ଦେଇ ରାତ୍ରିଭୋଜନ ପ୍ରସ୍ତୁତିରେ ଲାଗିଗଲେ। ପତି ଚା-ଜଳଖିଆ ଖାଇ ଟିଭି ଦେଖାରେ ବ୍ୟସ୍ତ ହୋଇଗଲେ। ବାପା ଓ ପୁଅକୁ ଖାଇବାକୁ ଦେଇ ଖଟରେ ଶେଯ ଓ ମଶାରି ପକାଇବା କାମ ସାରିଦେଲେ ପତ୍ନୀ। ବାପ-ପୁଅ ଖାଇସାରି ଶୋଇବାକୁ ଗଲେ। ପତ୍ନୀ ରାତ୍ରି ଭୋଜନସାରି ଅଇଁଠା ବାସନ ରୋଷେଇ ଘରେ ରଖି ଗଲାବେଳକୁ ରାତି ୧୧। ପତିଙ୍କ ସୁଖ ପାଇଁ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ବି କାଟିଲେ ପତ୍ନୀ। ପରଦିନ ସକାଳୁ ଉଠି ଗତ ଦିନରେ ପତ୍ନୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ପତି ଆଣ୍ଠୁ ମାଡ଼ି ଈଶ୍ୱରଙ୍କୁ ପ୍ରାର୍ଥନା କଲେ ପ୍ରଭୁ, ମୁଁ ଏବେ ମୋର ଭୁଲ ବୁଝିପାରିଛି। ପତ୍ନୀଙ୍କ ସମ୍ପର୍କରେ ମୋର ଥିବା ଧାରଣା ସଂପୂର୍ଣ୍ଣ ଭୁଲ୍‌। ତାଙ୍କ ପ୍ରତି ଈର୍ଷାନ୍ବିତ ହୋଇ ମୁଁ ବଡ଼ ଭୁଲ କରିଛି। ଏବେ ମୋତେ ପତି ରୂପକୁ ଓ ତାଙ୍କୁ ପତ୍ନୀ ରୂପକୁ ଫେରାଇ ଆଣନ୍ତୁ। ଈଶ୍ୱର ମୃଦୁ ହସ ହସି ଉତ୍ତର ଦେଲେ ମୁଁ ବୁଝି ପାରୁଛି ତମେ ତମର ଭୁଲ ବୁଝିପାରିଛ। ମୁଁ ତୁମକୁ ପୂର୍ବାବସ୍ଥାକୁ ନିଶ୍ଚିତ ଫେରାଇ ଆଣିବି।ଉପରୋକ୍ତ କାହାଣୀଟି ବର୍ତ୍ତମାନ ସମୟରେ ଆମ ସମାଜ ପାଇଁ ଏକ ବଳିଷ୍ଠ ସନ୍ଦେଶ ବହନ କରୁଛି। ପରିବାରରେ ଜଣେ ପତ୍ନୀର ଭୂମିକାକୁ କଦାପି ଉପେକ୍ଷା କରାଯାଇ ନ ପାରେ। ଆଜି ପର୍ଯ୍ୟନ୍ତ କୌଣସି ପତ୍ନୀ ନିଜ ଘର ପାଇଁ କରୁଥିବା କାମ (ସେବା)ର ମୂଲ୍ୟାୟନ କରିନାହାନ୍ତି। ଏହା ହିଁ ସେମାନଙ୍କ ମହାନତା। ପତିଟିଏ ରୋଜଗାର କରି ଯେତିକି ଅର୍ଥ ଘରକୁ ଆଣେ, ତା’ର କାହିଁ କେତେଗୁଣା ଅର୍ଥ ପତ୍ନୀଟିଏ ନିଜେ ଘରର ସବୁ କାମ କରି ବ୍ୟୟ ବଞ୍ଚାଇଥାଏ। ଏହା ସମଗ୍ର ପତି ସମାଜ ଭଲଭାବେ ବୁଝିବା ଦରକାର।
ମୋ-୯୪୩୩୨୩୨୪୬୩ prakas.tripathy09@gmail.com

All Right Reserved By

Model This Week

ନିକିତା

ସମ୍ପାଦକୀୟ |

ଶିଶୁ ବଳାତ୍କାର: ଦଣ୍ଡ କାହିଁ

ଶିଶୁ ବଳାତ୍କାର: ଦଣ୍ଡ କାହିଁ

୨୦୧୨ ନିର୍ଭୟା ଗଣବଳାତ୍କାର ଘଟଣା ପରେ ଭାରତରେ ମହିଳା ନିର୍ଯାତନା ନିରୋଧୀ ସ୍ବର ଯେଭଳି ସର୍ବୋଚ୍ଚରେ ପହଞ୍ଚତ୍ଥିଲା, ଏବେ ସେଭଳି ପରିସ୍ଥିତିର ପୁନରାବୃତ୍ତି ଘଟିଛି। ନିର୍ଭୟାଙ୍କ ବୟସ ୨୩ ହୋଇଥିବା ବେଳେ ଏବେ ଶିଶୁକନ୍ୟାଙ୍କ ଉପରେ ପାଶବିକ ଅତ୍ୟାଚାର ଯେପରି ଭାବେ ବଢ଼ିଚାଲିଛି ତାକୁ ଦେଖିଲେ ବ୍ୟସ୍ତ ଲାଗୁଛି। ଜମ୍ମୁ-କଶ୍ମୀର କଠୁଆର ୮ ବର୍ଷୀୟା କନ୍ୟା, ଗୁଜରାଟ ସୁରଟର ୧୧ ବର୍ଷୀୟା ଝିଅ, ଓଡ଼ିଶା ନୀଳଗିରିର ୪ ବର୍ଷୀୟା ଶିଶୁକନ୍ୟା, ନିଶ୍ଚିନ୍ତକୋଇଲିର ୬ ବର୍ଷୀୟା ଝିଅଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ ଇନ୍ଦୋରର ୪ ମାସର ଶିଶୁକନ୍ୟାଙ୍କୁ ବଳାତ୍କାର ଓ ହତ୍ୟା ପର୍ଯ୍ୟନ୍ତ ଅସଂଖ୍ୟ ଘଟଣା ଘଟିଗଲାଣି। ସବୁଠାରୁ ଅତ୍ୟନ୍ତ ସମ୍ବେଦନଶୀଳ ଇନ୍ଦୋର ଘଟଣାକୁ ଦେଖିଲେ ଯେ କେହି ବିବ୍ରତ ହେବା ସ୍ବାଭାବିକ। ଇନ୍ଦୋର ଶିଶୁକୁ ବଳାତ୍କାର କରିଥିବା ବ୍ୟକ୍ତି ହେଉଛନ୍ତି ସମ୍ପର୍କୀୟ ମାମୁ। ଦେଖିବାକୁ ଗଲେ ୪ ମାସ ଶିଶୁର ବେକ ଟାଣ ହୋଇ ନ ଥାଏ। ଯିଏ ତା’ ସହ ଏପରି ଜଘନ୍ୟ କାଣ୍ଡ ଘଟାଇଥାଆନ୍ତି ତାଙ୍କ ମାନସିକତା ବୁଝିବା ଅସମ୍ଭବ। ଏଠାରେ ସାମାଜିକ ବିଶ୍ଳେଷଣର ପ୍ରୟୋଜନ ଉଠିଲାଣି। ମନେହେଉଛି, ଯେପରି ଏହା କେବଳ ଘୋର ଯୌନ ଲାଳସାର ପରିଣତି ନୁହେଁ। ସହଜ ଭାଷାରେ କହିବାକୁ ଗଲେ ଏହା ଅତ୍ୟନ୍ତ ଜଘନ୍ୟ ଆପରାଧିକ ମାନସିକତାର ପ୍ରତିଫଳନ।

ରେଭେନ୍‌ସା ଯୁଗର ଅବସାନ

ରେଭେନ୍‌ସା ଯୁଗର ଅବସାନ

ଶରତ ଚନ୍ଦ୍ର ମିଶ୍ର/ରେଭେନ୍‌ସା କଲେଜ ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ। ଦେଢ଼ଶହ ବର୍ଷ (୧୮୬୮) ପୂର୍ବେ ନଅଙ୍କ ଦୁର୍ଭିକ୍ଷର ଦୁଇବର୍ଷ ପରେ ଏ କଲେଜ ସ୍ଥାପିତ ହୋଇଥିଲା। କଟକ କଲେକ୍ଟୋରେଟ୍‌ ପାଖରେ ଏହି ଅନୁଷ୍ଠାନଟି ପଚାଶ ବର୍ଷ ରହିବା ପରେ ଚାଉଳିଆଗଞ୍ଜର ରେସ୍‌କୋର୍ସ ପଡିଆକୁ ଉଠିଆସିଲା ଓ ଗତ ଶହେବର୍ଷ ଧରି ସେହିଠାରେ ଗର୍ବୋନ୍ନତ ଶିର ଉତ୍ତୋଳନ କରି ବିଦ୍ୟମାନ।

ଲୁଣା ଜଙ୍ଗଲ ଓ ଉପକୂଳ ସୁରକ୍ଷା

ଲୁଣା ଜଙ୍ଗଲ ଓ ଉପକୂଳ ସୁରକ୍ଷା

ହିମାଂଶୁ ଶେଖର ଫତେସିଂହ/ପୃଥିବୀର ନିରକ୍ଷୀୟ ଓ ଉପନିରକ୍ଷୀୟ ଅଞ୍ଚଳ ଅନ୍ତର୍ଗତ ୨୪ଂ ଉ.ଅକ୍ଷାଂଶରୁ ୩୮ଂ ଦ.ଅକ୍ଷାଂଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ତଟବର୍ତ୍ତୀ ଜୁଆରିଆ ଆର୍ଦ୍ର, ବାଲିଆ ଭୂମିରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଉଦ୍ଭିଦ ଦେଖାଯାଆନ୍ତି। ଏହି ଅଞ୍ଚଳରେ ୨୬ଂରୁ ୩୫ଂ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ଉଚ୍ଚ ବାୟୁମଣ୍ଡଳୀୟ ତାପମାତ୍ରା, ୧୦୦୦ ମିମିରୁ ୩୦୦୦ ମିମି ବୃଷ୍ଟିପାତ, ଉଚ୍ଚ ଲବଣତା, ଜୁଆରିଆ ଜଳ ପ୍ଳାବନ ସତ୍ତ୍ୱେ ଏହି ଉଦ୍ଭିଦଗୁଡ଼ିକ ଜୀବନ ଧାରଣ କରି ବଂଶବୃଦ୍ଧି କରିଥାନ୍ତି।

ଏଇ ଭାରତରେ

ଏଇ ଭାରତରେ

ଲୋକଙ୍କଠାରୁ ମାନବିକତା କ୍ରମେ ହଜିଯାଉଛି। ଅର୍ଥ ଓ ବସ୍ତୁବାଦୀ ହୋଇପଡୁଥିବା ମଣିଷ ଅନ୍ୟ ପ୍ରତି ସହାନୁଭୂତି, ଦୟା ଆଦି ଗୁଣକୁ ହରାଇବସୁଛି। ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସୁଯୋଗର କିଭଳି ଫାଇଦା ଉଠାଇହେବ ସେଥିପ୍ରତି ଆଗ୍ରହ ଦେଖାଉଛି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ନିକଟବର୍ତ୍ତୀ ଗାଜିଆବାଦରେ ଘଟିଥିବା ଏକ ଘଟଣା ସମ୍ପର୍କରେ ଶୁଣିଲେ ମଣିଷ ନିକଟରୁ ମାନବିକତାର ଗୁଣ କିପରି ହଜିଯାଉଛି ତାହା ସ୍ପଷ୍ଟ ହୁଏ।

ସଂଖ୍ୟାଗୁରୁ ମାନସିକତା

ସଂଖ୍ୟାଗୁରୁ ମାନସିକତା

ଆକାର ପଟେଲ ଭାରତୀୟ ଉପମହାଦେଶର ଉପନିବେଶୀୟ ପର ପରମ୍ପରା ମୁଖ୍ୟତଃ ଧାର୍ମିକ ରହିଆସିଛି ଏବଂ ସଂଖ୍ୟାଗୁରୁ ଧାର୍ମିକ ଗୋଷ୍ଠୀ ସଂଖ୍ୟାଲଘୁମାନଙ୍କ ବିରୋଧୀ ସାଜିଛନ୍ତି। ଶ୍ରୀଲଙ୍କାରେ ସଂଖ୍ୟାଗୁରୁ ବୌଦ୍ଧ ସିଂହଳୀମାନେ ଧର୍ମ ଓ ଭାଷାକୁ ନେଇ ତାମିଲମାନଙ୍କ ବିରୋଧରେ ଲଢ଼େଇ କରିଛନ୍ତି। ଭାରତରେ ବୌଦ୍ଧ ଓ ହିନ୍ଦୁମାନଙ୍କ ଭିତରେ ଘୃଣା ଭାବ ରହିଛି, ଯାହା ସଂଖ୍ୟାଗୁରୁତ୍ୱର ସ୍ବଭାବ। ଶ୍ରୀଲଙ୍କାର ଗୃହଯୁଦ୍ଧ ପ୍ରାୟ ୨୫ ବର୍ଷ ଧରି ଲାଗିରହିଥିଲା, ଯାହା ଫଳରେ ଶ୍ରୀଲଙ୍କାର ଅନେକ ନେତା ଓ ଭାରତର ରାଜୀବ ଗାନ୍ଧୀଙ୍କ ସମେତ ଲକ୍ଷାଧିକ ଲୋକ ମଲେ। ବାଂଲାଦେଶରେ ପ୍ରାଥମିକ ଜାତୀୟତାବାଦ ଭାଷା ଭିତ୍ତିରେ ଗଢ଼ିଉଠିଥିଲା ଏବଂ ଏହା ବଙ୍ଗାଳୀ ମୁସଲମାନ ଓ ହିନ୍ଦୁମାନଙ୍କୁ ପଶ୍ଚିମ ପାକିସ୍ତାନୀଙ୍କ ଦ୍ୱାରା ସେମାନଙ୍କ ଉପରେ ଜୋରଜବରଦସ୍ତ ଉର୍ଦ୍ଦୁଭାଷାକୁ ଲଦିଦିଆଯିବା ବିରୋଧରେ ଏକତ୍ରିତ କରିଥିଲା। ଆଶ୍ଚର୍ଯ୍ୟର କଥା ମହମ୍ମଦ ଅଲି ଜିନ୍ନା ଜଣେ ...

ବୋହୂଯୋଗ୍ୟା କନ୍ୟା

ବୋହୂଯୋଗ୍ୟା କନ୍ୟା

ପ୍ରକାଶ ତ୍ରିପାଠୀ ଗତ ରବିବାର ସାରେ ଆମେ କିଛି ବନ୍ଧୁ ପୁରୀ ବେଳାଭୂମିରେ ବସିଥିଲୁ। କର୍ମମୟ ଜୀବନରୁ କିଛି ମୁହୂର୍ତ୍ତ ବାହାର କରି ବନ୍ଧୁମାନଙ୍କ ସହ ଦୁଃଖସୁଖ ହେବା କେବଳ ଏହି ଛୁଟିଦିନମାନଙ୍କରେ ହିଁ ସମ୍ଭବ ହୋଇଥାଏ। ତାହା ପୁଣି ଅନିୟମିତ। ସେ ଯାହାହେଉ, ମଝିରେ ମଝିରେ ଏପରି ବନ୍ଧୁମିଳନ ମନରେ ପ୍ରସନ୍ନତା ଭରିଦିଏ ଓ ଆଳାପ ଆଲୋଚନା ଦ୍ୱାରା ମନ ବି ହାଲ୍‌କା ହୋଇଯାଏ। ସେଦିନ କଥାପ୍ରସଙ୍ଗରେ ଜଣେ ବନ୍ଧୁ କହିଲେ ଯେ, ଆଜି ତାଙ୍କ ଘରେ ଝିଅ ଓ ତା’ ମାଆ ମଧ୍ୟରେ ଝଗଡା ହୋଇଯାଇଛି। ଆମେ ଜାଣୁ ଯେ ବନ୍ଧୁଙ୍କ ପତ୍ନୀ ଅତି ସରଳ ଓ ଶାନ୍ତ ସ୍ବଭାବର। ...

 ‘ଲେସ୍‌’ର ଲେଖକ

‘ଲେସ୍‌’ର ଲେଖକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ଜର୍ନାଲିଜିମ୍‌, ସାହିତ୍ୟ ଓ ସଙ୍ଗୀତ ସଂଯୋଜନା କ୍ଷେତ୍ରରେ ‘ପୁଲିଜର ପୁରସ୍କାର’ ମର୍ଯ୍ୟାଦାଜନକ ସମ୍ମାନ ଭାବେ ପରିଚିତ। ହଙ୍ଗେରିଜନ୍ମିତ ଆମେରିକୀୟ ଖବରକାଗଜ ପ୍ରକାଶକ ତଥା ସାମ୍ବାଦିକ ଯୋଶେଫ୍‌ ପୁଲିଜରଙ୍କ ନାମାନୁଯାୟୀ ୧୯୧୭ ମସିହାରୁ ଏହି ସମ୍ମାନ ପ୍ରତିବର୍ଷ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଆସୁଛି। ୨୧ଟି କ୍ଷେତ୍ରରେ ଏହି ପୁରସ୍କାର ଦିଆଯାଉଥିବା ବେଳେ ୨୦୧୮ ପାଇଁ କାଳ୍ପନିକ ଲେଖା ସକାଶେ ଆଣ୍ଡ୍ର୍ୟୁ ସିଏନ ଗ୍ରୀର୍‌ ଯୋଗ୍ୟ ବିବେଚିତ ହୋଇଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ପୋଲିସ ପାଖକୁ ଗଲେ ପଇସା ନ ଦେଲେ କୌଣସି କାମ ହୁଏନାହିଁ। ଏହା ବାରମ୍ବାର ପ୍ରମାଣିତ ହୋଇଆସୁଛି। ଖାକି ବର୍ଦ୍ଦି ପିନ୍ଧିଥିବା ଅଧିକାଂଶ ବାବୁ ଅଭିଯୋଗକାରୀଙ୍କ ଆର୍ଥିକ କ୍ଷମତାକୁ ନ ଦେଖି ଅର୍ଥ ଦାବି କରନ୍ତି, ଯାହା ପୈଠ କରିବା କାଠିକର ପାଠ ହୋଇଯାଏ। ନିକଟରେ ବିହାର ବୈଶାଳୀ ଜିଲାର ଜଣେ ଅନାଥ ବାଳକ ଥାନାବାବୁଙ୍କ ଚାହିଦା ପୂରଣ ପାଇଁ ଭିକ୍ଷା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବୈଶାଳୀ ଜିଲା କଟହରାର ଚେହରାକଳା ଗ୍ରାମର ଜଣେ ଅନାଥ ବାଳକ ବିବେକଙ୍କଠାରୁ ସମ୍ପୃକ୍ତ ଅଞ୍ଚଳର ଜଣେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଜୋର୍‌ କରି ଜମି ନେଇଯାଇଥିଲେ। ବିବେକ ଏ ସମ୍ପର୍କରେ ପୋଲିସରେ ଅଭିଯୋଗ କରିବାକୁ ଥାନାକୁ ଗଲେ। ମାତ୍ର ଥାନାବାବୁ ତାଙ୍କୁ ଏଥିପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ। ...

 ଭବିଷ୍ୟତ ଗତିବିଧି

ଭବିଷ୍ୟତ ଗତିବିଧି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରିଷଦ (ସିବିଡିଟି)ର ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରଙ୍କ ଭବିଷ୍ୟତକୁ ନେଇ ଦିଲ୍ଲୀରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଆସନ୍ତା ମେ ଶେଷ ସୁଦ୍ଧା ଚନ୍ଦ୍ର ଅବସର ନେବାକୁ ଥିବାବେଳେ ସରକାର ତାଙ୍କ କାର୍ଯ୍ୟକାଳ ପୁଣିଥରେ ବୃଦ୍ଧି କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଏଠାରେ ସ୍ମରଣଯୋଗ୍ୟ ଯେ, ଗତବର୍ଷ ମେ ମାସରେ ଚନ୍ଦ୍ର ଅବସର ନେବାର ଥିଲା। କିନ୍ତୁ ତାଙ୍କ ଅବସରର କିଛିଦିନ ପୂର୍ବରୁ ମୋଦି ସରକାର ତାଙ୍କୁ ସିବିଡିଟିର ଅଧ୍ୟକ୍ଷ ଭାବେ ପୁନର୍ନିଯୁକ୍ତ କରିଥିଲେ। ସମ୍ପ୍ରତି ସରକାର ସିବିଡିଟିର ଦୁଇଟି ସଦସ୍ୟ ପଦ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଚନ୍ଦ୍ରଙ୍କ ଅବସର ପରେ ଖାଲି ହେବାକୁ ଥିବା ଅଧ୍ୟକ୍ଷ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରି ନ ଥିବାରୁ ଏପରି କଳ୍ପନାଜଳ୍ପନାକୁ ଖୋରାକ ମିଳିଯାଇଛି। ତେବେ ଆଉ କିଛି ଲୋକଙ୍କ ଅନୁମାନ ଅନୁସାରେ ଚନ୍ଦ୍ରଙ୍କୁ ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର କର୍ନଲ ସିଂଙ୍କ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ମୁଖ୍ୟ କରାଯାଇପାରେ।...

ବିଶ୍ୱାସ ନିକିତିରେ ଦେଶର ତଉଲ

ବିଶ୍ୱାସ ନିକିତିରେ ଦେଶର ତଉଲ

ସରଳ କୁମାର ଦାସ ଯେ କୌଣସି ସମାଜର ଉନ୍ନତି ଓ ପ୍ରଗତି ପାଇଁ ଦୃଢ଼ ଭାବେ ସଂସ୍ଥାପିତ, ବିଶ୍ୱସନୀୟ, ଉତ୍ତରଦାୟୀ, ପ୍ରଭାବୀ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ। ଅନୁଷ୍ଠାନଗୁଡ଼ିକ ସମାଜକୁ ତିଆରି କରୁଥିବା ଇଟାଖଣ୍ଡ ସଦୃଶ। ଜନସାଧାରଣଙ୍କର ସଂସ୍ଥା ଓ ବ୍ୟବସ୍ଥା ପ୍ରତି ଆସ୍ଥା ନ ରହିଲେ ଅରାଜକତା ଦେଖାଦେଇ ତାହା ସମାଜ ଓ ଦେଶର ସଂହତି ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ଥାଏ। ଲୋକଙ୍କ ଆସ୍ଥା ବିନା ଗୋଟିଏ ଦେଶ ତିଷ୍ଠି ରହିବା ଅସମ୍ଭବ ବୋଲି ବହୁ ଶତାବ୍ଦୀ ପୂର୍ବରୁ ଚୀନ ଦାର୍ଶନିକ କନ୍‌ଫୁସିଅସ୍‌ କହିଥିଲେ।...

ସାହିତ୍ୟ କାହିଁକି

ସାହିତ୍ୟ କାହିଁକି

ଶିବରାମ ଶତପଥୀ ସହିତ ଶବ୍ଦରେ ୟ ପ୍ରତ୍ୟୟ ଯୋଗ କରି ସାହିତ୍ୟ ଶବ୍ଦ ସୃଷ୍ଟ। ପଣ୍ଡିତମାନେ ବ୍ୟାଖ୍ୟା କରି କହିଛନ୍ତି ଯାହା ଜୀବାତ୍ମାକୁ ପରମାତ୍ମାଙ୍କ ସହିତ ମିଶାଏ ତାହା ସାହିତ୍ୟ। ତେବେ ଯୁଗେ ଯୁଗେ ସାହିତ୍ୟ ସୃଷ୍ଟି କରନ୍ତି ଅଳ୍ପକିଛି ସ୍ଥିତଧୀ ବ୍ୟକ୍ତି ଓ ସେଥିରେ ଆପ୍ୟାୟିତ ହୁଅନ୍ତି ଅସଂଖ୍ୟ ପାଠକଳ୍‌। ଯେପରି ଜଣେ ଭଗୀରଥ ଗଙ୍ଗାଙ୍କୁ ସ୍ବର୍ଗରୁ ଅବତରଣ କରାଇଥିଲେ। କେବଳ ଷାଠିଏ ସହସ୍ର ସଗର ପୁତ୍ର ନୁହନ୍ତି କୋଟି କୋଟି ବ୍ୟକ୍ତି ସେ ଜଳରେ ଅବଗାହନ ଓ ପାନ କରି ଉପକୃତ ହେଉଛନ୍ତି। ସାହିତ୍ୟ ସୃଷ୍ଟି ସେପରି ଶାଶ୍ୱତ ଓ ସାର୍ବଜନୀନ ହେବା ଆବଶ୍ୟକ।...

ଏଇ ଭାରତରେ

ଏଇ ଭାରତରେ

ବିବାହ ପୂର୍ବରୁ କନ୍ୟା ତା’ର ପ୍ରେମିକ ସହ ଫେରାର ହୋଇଯିବା ଫଳରେ ବରକୁ ଶିଶୁପାଳ ହୋଇ ଫେରିବାର ଉଦାହରଣ ଅନେକ ରହିଛି। କିନ୍ତୁ ବର ମଦ୍ୟପାନ କରି ବାହା ହେବାକୁ ଆସିଥିବାରୁ କନ୍ୟା ବିନା ଘରକୁ ଫେରିବା ଘଟଣା ଖୁବ୍‌ କମ୍‌ ଦେଖିବାକୁ ମିଳେ। ଏମିତି ଏକ ଘଟଣା ଗତ ମଙ୍ଗଳବାର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଶେଖପୁର ସରୌୟା ଗ୍ରାମରେ। କନ୍ୟା କୁମ୍‌କୁମ୍‌ ଖୁବ୍‌ ସାହସ ଦେଖାଇ ମଦ୍ୟପ ବରକୁ ଫେରାଇ ଦେଇଛନ୍ତି। କୁମ୍‌କୁମ୍‌ଙ୍କ ପରିବାର ରୁହନ୍ତି ଶେଖପୁର ସରୌୟା ଗ୍ରାମରେ। ତାଙ୍କର ବିବାହ ସ୍ଥିର ହୋଇଥିଲା ସେହି ଜିଲାର ଯଶଓ୍ବନ୍ତନଗର କସ୍‌ବେ ଗ୍ରାମର ଗୁଲ୍‌ଶନ୍‌ ଯାଦବଙ୍କ ସହ। କୁମ୍‌କୁମ୍‌ ଗୋଟିଏ ସର୍ତ୍ତ ରଖିଥିଲେ ଯେ, ବାହାଘରକୁ କେହି ମଦ ପିଇ ଆସିବେ ନାହିଁ। ବରଯାତ୍ରୀମାନଙ୍କୁ ଏଥିସକାଶେ ବାରଣ ମଧ୍ୟ କରାଯାଇଥିଲା। ...