ସମ୍ପାଦକୀୟ |

ପ୍ରଗତିଶୀଳ ଉଦ୍ୟୋଗୀ

 ପ୍ରଗତିଶୀଳ ଉଦ୍ୟୋଗୀ

ନ୍ୟାଶନାଲ ଆସୋସିଏଶନ ଅଫ୍‌ ସଫ୍ଟଓ୍ବେର ଆଣ୍ଡ୍‌ ସର୍ଭିସେସ୍‌ କମ୍ପାନିଜ୍‌ (ନାସ୍‌କମ୍‌) ହେଉଛି ଭାରତୀୟ ପ୍ରଯୁକ୍ତିବିଦ୍ୟା (ଆଇଟି) ଶିଳ୍ପ କ୍ଷେତ୍ରର ଏକ ଅଣ-ଲାଭକାରୀ ସଂଘ। ସଫ୍ଟଓ୍ବେର ବ୍ୟବସାୟକୁ ସହଜସାଧ୍ୟ କରିବା ସହ ସଫ୍ଟଓ୍ବେର ଟେକ୍‌ନୋଲଜି ଗବେଷଣା ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏଭଳି ଏକ ବାଣିଜି୍ୟକ ସଂଘରେ ପ୍ରଥମ ମହିଳା ସଭାପତି ଭାବେ ଦେବଯାନୀ ଘୋଷଙ୍କ ନାମ ଘୋଷଣା ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚା ପରିସରକୁ ଚାଲିଆସିଛି। ୨୦୧୮ ମାର୍ଚ୍ଚରେ ଆର୍‌. ଚନ୍ଦ୍ରଶେଖରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଦେବଯାନୀ ଦାୟିତ୍ୱ ଗ୍ରହଣ କରିବେ।
ହାଇଦ୍ରାବାଦର ଓସ୍‌ମାନିଆ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ଦେବଯାନୀ ବମ୍ବେସ୍ଥିତ ଏସ୍‌.ପି. ଜୈନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ୍‌ ରିସର୍ଚ୍ଚରୁ ଏମ୍‌ବିଏ ଡିଗ୍ରୀ ହାସଲ କରିଥିଲେ। ପଢ଼ା ଶେଷ ପରେ ସେ ‘ଓଗିଲ୍‌ଭି ଆଣ୍ଡ୍‌ ମାଥର୍‌ ଆର୍ଡ୍‌ଭାଟାଜିଂ ଏଜେନ୍ସି’ରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ୧୯୯୬ରେ ସେ ଆଇଟି କମ୍ପାନୀ ‘ଇଣ୍ଟେଲ’ରେ ମାର୍କେଟିଂ କମ୍ୟୁନିକେଶନ ଏକ୍‌ଜିକ୍ୟୁଟିଭ ଭାବେ ଯୋଗ ଦେଇଥିଲେ। ନିଯୁକ୍ତି ସମୟରେ ସେତେବେଳେ ମାତ୍ର ୫ ଜଣ କର୍ମଚାରୀ କମ୍ପାନୀରେ କାର୍ଯ୍ୟ କରୁଥିଲେ। ତେବେ ଦେବଯାନୀଙ୍କ ସମେତ ଅନ୍ୟ ୫ ଜଣ ଯୋଗଦେବା ପରେ କମ୍ପାନୀର ଲୋକବଳ ୧୦କୁ ବୃଦ୍ଧି ପାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ପୁରୁଷପ୍ରଧାନ ଏହି କମ୍ପାନୀରେ ସେ କେବଳ ଜଣେ ମହିଳା ଥିଲେ। କର୍ମମୟ ଜୀବନର ସଂଘର୍ଷ ବର୍ଷଗୁଡ଼ିକ ବିଷୟରେ ସେ ଯେଭଳି ବର୍ଣ୍ଣନା କରିଛନ୍ତି, ତାହା ଯୁବ ମହିଳାଙ୍କ ପାଇଁ ପ୍ରେରଣାଦାୟକ ହୋଇପାରିଛି। ସେ ଲେଖିଛନ୍ତି ଯେ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍‌ (ସିପିୟୁ) କିଭଳି ତିଆରି ହୋଇଛି ତାହା ସେ ଜାଣିବାକୁ ନ ଚାହିଁ ସିପିୟୁ ଲୋକଙ୍କ ପାଇଁ କ’ଣ କରିପାରେ ପ୍ରଥମେ ଭାବିବାକୁ ଲାଗିଥିଲେ। ସେଥିଲାଗି ସେ ଶିକ୍ଷା ପାଇଁ ପ୍ରଯୁକ୍ତିବିଦ୍ୟା (ଟେକ୍‌ନୋଲଜି ଫର୍‌ ଏଜୁକେଶନ) ପ୍ରୋଗ୍ରାମ୍‌କୁ ପ୍ରଥମେ ଗୁରୁତ୍ୱ ଦେଇଥିଲେ। ସେତେବେଳେ କେହି ଶିକ୍ଷା ପାଇଁ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଆଲୋଚନା କରୁ ନ ଥିଲେ। ଫଳରେ ଶିକ୍ଷା ନିମନ୍ତେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ତାଙ୍କ ପାଇଁ ଏକ ବଡ଼ ଅନୁଭୂତି ଆଣିଦେଇଥିଲା। ୧୭ ବର୍ଷ କାଳ କମ୍ପାନୀରେ ନିଷ୍ଠାର ସହ କାର୍ଯ୍ୟ କରି ‘ଇଣ୍ଟେଲ୍‌ ସାଉଥ୍‌ ଏସିଆ’ର ପରିଚାଳନା ନିର୍ଦ୍ଦେଶକ ପଦବୀକୁ ଉନ୍ନୀତ ହୋଇପାରିଥିଲେ। ଏହି ସମୟ ମଧ୍ୟରେ ସେ ଦେଶବିଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରିଛନ୍ତି। ଭ୍ରମଣ ପଛର ଉଦ୍ଦେଶ୍ୟ ଥାଏ କମ୍ପାନୀ ପାଇଁ କିଛି ନୂଆ କରି ଦେଖାଇବାର ଝୁଙ୍କ। ଜଣେ ମହିଳା ଭାବେ ଚାରିଆଡ଼େ ବୁଲିବା ବେଳେ ସେ ଅନେକଙ୍କ ସମାଲୋଚନାର ଶିକାର ହୋଇଛନ୍ତି। ତଥାପି ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇନାହାନ୍ତି। ସେଥିପାଇଁ ସେ ଯୁବ ମହିଳାମାନଙ୍କୁ ଉପଦେଶ ଦେବାକୁ ଯାଇ କହିଛନ୍ତି, ‘ଅନ୍ୟମାନେ କ’ଣ ଭାବୁଛନ୍ତି ସେଥିଲାଗି ଚିନ୍ତିତ ହୁଅ ନାହିଁ, ବରଂ ନିଜେ କ’ଣ ଭାବୁଛ ଓ ନିଜେ କେଉଁଥିରେ ବିଶ୍ୱାସ ରଖିଛ ତାହା ଉପରେ ଗୁରୁତ୍ୱ ଦିଅ’। ବାସ୍ତବିକ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି ଚିନ୍ତାଧାରା ତାଙ୍କୁ ଆଗକୁ ନେବାରେ ବେଶ୍‌ ସହାୟକ ହୋଇଛି। ଗତାନୁଗତିକ ଧାରାରେ ନ ଯାଇ କିଛି ନୂଆ କରି ଦେଖାଇବାରେ ଦେବଯାନୀଙ୍କ ପଦକ୍ଷେପ ଏବେ ତାଙ୍କୁ ନାସ୍‌କମ୍‌ର ସଭାପତି ହେବା ଭଳି ସୁଯୋଗ ସୃଷ୍ଟି କରିପାରିଛି। ସେ ବର୍ତ୍ତମାନ ନାସ୍‌କମ୍‌ ଫାଉଣ୍ଡେଶନ୍‌ର ଜଣେ ଟ୍ରଷ୍ଟି ରହିଛନ୍ତି। ୨୦୧୩ରେ ଫର୍ଚୁନ୍‌ ଇଣ୍ଡିଆର ୨୫ ପ୍ରଭାବଶାଳୀ ଭାରତୀୟ ମହିଳା ତାଲିକାରେ ଦେବଯାନୀ ସ୍ଥାନ ପାଇବା ତାଙ୍କ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛି।
ଦିଲ୍ଲୀରେ ଜନ୍ମିତ ଦେବଯାନୀ ବ୍ୟକ୍ତିଗତ ଜୀବନ କଥା ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି, ପରିବାରରେ ୧୨ ଜଣ ଭାଇଙ୍କ ପରେ ସେ ଭୂମିଷ୍ଠ ହୋଇଥିଲେ। ସେ ବାପାଙ୍କ ଏକମାତ୍ର କନ୍ୟା ହୋଇଥିଲେ ହେଁ ଆଗକୁ ବଢ଼ିବା ପାଇଁ ପରିବାର ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲା। ପୁଅମାନେ ଯାହା କରିପାରିବେ ତାହା ଝିଅ ଚାହିଁଲେ ସମ୍ଭବ ବୋଲି ତାଙ୍କ ବାପାଙ୍କ ବିଶ୍ୱାସ ଥିଲା। ସେ ସେହି ବିଶ୍ୱାସକୁ ନିଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରୟୋଗ କରିଥିବା ପ୍ରମାଣ ଏବେ ମିଳୁଥିବା ସଫଳତାରୁ ବୁଝାପଡ଼ୁଛି।
-ଜିତେନ୍ଦ୍ର

All Right Reserved By

ସମ୍ପାଦକୀୟ |

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ବରୁ ଏହି ସ୍ତମ୍ଭରେ ଶସ୍ୟକ୍ଷେତ୍ରରେ ପଞ୍ଚଗବ୍ୟର ବ୍ୟବହାର ଉପରେ ଏକ ନିବନ୍ଧ ଲେଖିଥିଲି। ବହୁବର୍ଷର ଗବେଷଣା ପରେ ଉକ୍ତ ପୁସ୍ତକ ଲେଖିଥିବା ଡ. କେ. ନଟରାଜନ୍‌ ଏଥିରେ ପ୍ରାଣୀମାନଙ୍କ ଉପରେ ପଞ୍ଚଗବ୍ୟର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଏକ ଅଧ୍ୟାୟ ଲେଖିଛନ୍ତି। ଗଛଲତା ଉପରେ ଅଧ୍ୟୟନ ପରେ ତାଙ୍କ ଗବେଷକ ଦଳ ପ୍ରାଣୀ ଓ ମନୁଷ୍ୟ ଉପରେ ଅଧ୍ୟୟନ ଆରମ୍ଭ କରିଦେଇଥିଲେ। ପୂର୍ବ ନିବନ୍ଧଟି ଯେଉଁମାନେ ପଢ଼ି ନ ଥିବେ ସେମାନଙ୍କ ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଆଉ ଥରେ ଲେଖୁଛି।...

ଅଭାବର ଚିତ୍ରପଟ

ଅଭାବର ଚିତ୍ରପଟ

ଡ. ସୁବାସ ଚନ୍ଦ୍ର ପାତ୍ର ଦାରିଦ୍ର୍ୟର ମାତ୍ରା ତଥା କିସମ ଅଛି। ବିଭିନ୍ନ ପ୍ରକାର ଦାରିଦ୍ର୍ୟରେ ମଣିଷ ହନ୍ତସନ୍ତ କିନ୍ତୁ ଅର୍ଥନୈତିକ ଦାରିଦ୍ର୍ୟ ମଣିଷକୁ ବେଶି ନିପୀଡ଼ିତ କରେ କାରଣ ତା’ର ପ୍ରଭାବ ଦୃଶ୍ୟମାନ। ସବୁ ଦରିଦ୍ରତା ପଛରେ ଥାଏ ଏକ ଅଭାବବୋଧ ଏବଂ ଏହି ଅଭାବ ଯେତେବେଳେ ସର୍ବବ୍ୟାପୀ ଓ ସର୍ବଗ୍ରାସୀ ହୋଇଯାଏ ସେଇଠି ଦାରିଦ୍ର୍ୟ ହୋଇପଡ଼େ ଦୁର୍ବିଷହ।...

ପତିତପାବନ ଯାତ୍ରା

ପତିତପାବନ ଯାତ୍ରା

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୁରୁଷୋତ୍ତମ ଜଗନ୍ନାଥ ଦିବ୍ୟ ନୀଳାଚଳରେ ଅନାଦିକାଳରୁ ଦାରବୀ ଲୀଳା ସଂରଚନା କରିଛନ୍ତି। ତାଙ୍କ ଦିବ୍ୟ ଲୀଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି- ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ସ୍ବରୂପରେ ଐଶ୍ୱର୍ଯ୍ୟଲୀଳା ଏବଂ ରଥଯାତ୍ରାରେ ଅଗଣିତ ଭକ୍ତଙ୍କ ସହିତ ମାଧୁର୍ଯ୍ୟଲୀଳା। ତାଙ୍କର ଏହି ମାଧୁର୍ଯ୍ୟଲୀଳା ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱମାନସକୁ ଉଦ୍‌ବୁଦ୍ଧ କରିଆସିଛି। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆଗମନ କରିଥାନ୍ତି। ଏହି ଯାତ୍ରାରେ ପ୍ରଭୁ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଦିନେ ନା ଦିନେ ସଫଳତା ଆଣି ଦେଇଥାଏ। ଯାହାକି ପୂର୍ବ ବାଙ୍ଗାଲୋରର ଲିଙ୍ଗରାଜପୁରମ୍‌ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସ୍ବାମୀଙ୍କ କ୍ଷଣିକ ରାଗର ଶିକାର ହୋଇ ନିଜର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ହରାଇଥିବା ଅନୀଥା ପାର୍କର ମେରୀ ନାମ୍ନୀ ଜଣେ ମହିଳା ଦୀର୍ଘ ୧୮ବର୍ଷ ଧରି ସଂଘର୍ଷ କରିବା ପରେ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ଅନୀଥା ଏକ ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ର କରି ୧୮ବର୍ଷ ତଳେ ଅନୀଥାଙ୍କ ସ୍ବାମୀ ଏକ ଜଳନ୍ତା ଲଣ୍ଠନକୁ ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏଥିରେ ଅନୀଥାଙ୍କ ମୁହଁ ଓ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସିତ...

ସାମରିକ ପ୍ରଶିକ୍ଷିତ ଯୁବକ

ସାମରିକ ପ୍ରଶିକ୍ଷିତ ଯୁବକ

ସମ୍ପାଦକୀୟ/ତଥାଗତ ସତପଥୀ ଭାରତର ବିରାଟ ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇବା ସକାଶେ କେନ୍ଦ୍ର ସରକାର ଜାତୀୟ ଯୁବ ସଶକ୍ତୀକରଣ ଯୋଜନା (ଏନ୍‌-ଓ୍ବାଇଇଏସ୍‌) ସୃଷ୍ଟି ଲାଗି ଚିନ୍ତା କରିଛନ୍ତି। ଏଥିରେ ପ୍ରତିବର୍ଷ ୧୦ ଲକ୍ଷ ଯୁବତୀଯୁବକ ବିଶେଷକରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାର ବ୍ୟବସ୍ଥା କରାଯାଇପାରେ। ଏମାନଙ୍କୁ ୧୨ ମାସ ପାଇଁ ଷ୍ଟାଇପେଣ୍ଡ୍‌ ଦିଆଯାଇ ସାମରିକ ତାଲିମ ଦିଆଗଲେ ସେମାନେ ପ୍ରତିରକ୍ଷା, ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ବାହିନୀରେ ନିଯୁ....

 ବୋଲକରା ବୋଲ୍‌ ବମ୍‌

ବୋଲକରା ବୋଲ୍‌ ବମ୍‌

ବୈଷ୍ଣବ ଚରଣ ମହାନ୍ତି ‘ବୋଲ୍‌ ବମ୍‌...ହର ହର ବମ୍‌...ଭୋଲା ବାବା ପାର୍‌ କରେଗା...ଜଟିଆ ବାବା ପାର୍‌ କରେଗା...’- ଏ ଡାକ ହେଉଛି କାଉଡ଼ିଆମାନଙ୍କର। ଦିନ ଥିଲା କାଉଡ଼ିଆ ଶବ୍ଦଟାର ଅର୍ଥ କାଢ଼ିବାକୁ ଅଭିଧାନ ଖେଳେଇବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଏ ଶବ୍ଦଟା ଖୁବ୍‌ ସାଧାରଣ ହୋଇଯାଇଛି ଏବଂ ଓଡ଼ିଶାର ଗଁାଗହଳିଠାରୁ ସହର ବଜାର ପର୍ଯ୍ୟନ୍ତ ସବୁଆଡ଼େ ସବୁରି ତୁଣ୍ଡରେ ଆସ୍ଥାନ ଜମେଇ ବସିଛି। ଏଇମାତ୍ର କୋଡ଼ିଏ ପଚିଶ ବର୍ଷ ତଳେ କାଉଡ଼ିଆ କ’ଣ କେହି ଜାଣି ନ ଥିଲେ। ପ୍ରଥମେ ଜଣେ ଦି’ଜଣ ପାଣିଭାର ଧରି ରାସ୍ତାରେ ଯାଉଥିବାର ଦେଖି ଲୋକେ କୌତୂହଳୀ ହେଇ ଚାହଁୁଥିଲେ, ଏବେ ତ ପିମ୍ପୁଡ଼ି ଧାର ପରି ରାସ୍ତାସାରା କାଉଡ଼ିଆଙ୍କ ...

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଡ. ଶରତ ଚନ୍ଦ୍ର ରଥ ହେ ନୀଳାଦ୍ରିନାଥ! ତୁମକୁ ସହସ୍ର ପ୍ରଣାମ। ତୁମେ ଅନନ୍ତ, ତୁମ ମହିମା ଅନନ୍ତ। ତୁମ ମହିମାର ଲଳିତ ସଙ୍ଗୀତ ଝରିପଡେ ବିହଙ୍ଗ ଗାନରେ, ଝରଣାର ଝର୍ଝର ତାନରେ। ତୁମ ଅଙ୍ଗର ସୁବାସ ଫୁଟିପଡେ ଫୁଲର ସୁରଭିରେ, ତୁମ ସ୍ମିତହାସ୍ୟର ମଧୁରିମା ଫିଟିପଡେ ଜୋଛନାର ଲାବଣ୍ୟରେ। ତୁମେ ସର୍ବମୟ କର୍ତ୍ତା, ବିଶ୍ୱବିଧାତା, ତୁମକୁ କଳିବାକୁ ମୁଁ ଶକ୍ତିହୀନ, ତୁମେ ବିଶାଳ ନୀଳସିନ୍ଧୁ, ମୁଁ କ୍ଷୀଣ ଏକ ଜଳାଧାର।...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ପରିବେଶକୁ ବହୁ ଭାବରେ ପ୍ରଦୂଷଣ କରୁଛି ପ୍ଲାଷ୍ଟିକ୍‌। ଏହାଦ୍ୱାରା ଜଳ, ସ୍ଥଳ, ମୃତ୍ତିକା ପ୍ରଦୂଷଣ ହେଉଛି। ପ୍ଲାଷ୍ଟିକ୍‌ ଜରିରେ ବାସିଖାଦ୍ୟ ରଖି ବାହାରେ ଫିଙ୍ଗାଯାଉଥିବାରୁ ଏହାକୁ ଖାଇ ବହୁ ଗୋରୁ, ଛେଳି, କୁକୁର ଅସୁସ୍ଥ ହେଉଛନ୍ତି। ଅନେକ ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି। ସମୁଦ୍ରରେ ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌, ଜରି ପ୍ରଭୃତିର ଭାସମାନ ପାହାଡ଼ ସୃଷ୍ଟି ହେଉଛି। ଏହା ଜଳଜନ୍ତୁଙ୍କ ପାଇଁ ବଇରୀ ସାଜିଛି। ଏଣୁ ସମ୍ପ୍ରତି ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ର ବ୍ୟବହାରକୁ ହ୍ରାସ କରିବା ପାଇଁ ସବୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି...

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ଭାରତରେ ପିଲାମାନଙ୍କୁ ବଡ଼ ହେଲେ କ’ଣ ହେବ ବୋଲି ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ ସର୍ବଦା ପଚରାଯାଇଆସୁଛି। ପ୍ରାୟ ଅଧିକାଂଶଙ୍କଠାରୁ ଉତ୍ତର ମିଳିଆସୁଛି ଡାକ୍ତର ଓ ଇଞ୍ଜିନିୟର ହେବେ। ଯଦିଓ ଛୁଆଟିଏ ଏହି ପାଠ୍ୟକ୍ରମ ସହିତ ଅଭ୍ୟସ୍ତ ନ ଥାଏ, ତଥାପି ମାତାପିତାଙ୍କ ଅଭିଳଷିତ ସ୍ବପ୍ନ ପିଲାଙ୍କ ଉପରେ ଅଜାଡ଼ି ହୋଇଯାଇଥାଏ ବୋଲି କୁହାଯାଏ। ଏବେ ଏହି ଦୁଇ ବୃତ୍ତିରେ ଘରୋଇ କଲେଜରେ ନାମ ଲେଖାଉଥିବା ପିଲାଙ୍କ ବିଷୟରେ ଅନେକ ନକାରାତ୍ମକ ତଥ୍ୟ ସାମ୍ନାକୁ ଆସିବା ଆରମ୍ଭ କଲାଣି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୭ରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ଅନ୍ତର୍ଗତ ଫିଜିକ୍ସ (ପଦାର୍ଥ ବିଜ୍ଞାନ) ଓ କେମିଷ୍ଟ୍ରି (ରସାୟନ ବିଜ୍ଞାନ) ବିଷୟବସ୍ତୁରେ ୫୧୦ ବିଦ୍ୟାର୍ଥୀ ଶୂନ ...

 ବଳାତ୍କାର ଓ ସାମାଜିକ ବିଫଳତା

ବଳାତ୍କାର ଓ ସାମାଜିକ ବିଫଳତା

ସବ୍ୟସାଚୀ ଅମିତାଭ ବଳାତ୍କାର କେବଳ ଦଣ୍ଡନୀୟ ଅପରାଧ ନୁହେଁ ବରଂ ଦେଶ ଓ ସମାଜ ପାଇଁ ଲଜ୍ଜା। ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ୍‌ କ୍ରିମିନାଲ ଲ’ ସଂଶୋଧନ ଅଧ୍ୟାଦେଶ ଆଣିିଛନ୍ତି। ଏଥିରେ ୧୨ ବର୍ଷ ପର୍ଯ୍ୟନ୍ତ ନାବାଳିକା ଓ ଶିଶୁଙ୍କ ସହ ବଳାତ୍କାର କରୁଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଅତୀତରେ ନିର୍ଭୟା କାଣ୍ଡ ସାରା ଦେଶକୁ ବିଚଳିତ କରିଥିଲା। ସେତେବେଳେ ବି ଆଇନରେ ସଂଶୋଧନ ଅଣାଯାଇଥିଲା। ନାବାଳକ ବା କିଶୋରଙ୍କ ଦ୍ୱାରା କରାଯାଉଥିବା ଜଘନ୍ୟ ଅପରାଧରେ ବିଚାର ପାଇଁ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷ ବଦଳରେ ୧୬ ବର୍ଷ କରାଯାଇଥିଲା। ପୋକ୍‌ସୋ ଆଇନକୁ କଡା କରାଯାଇସାରିଛି।...

ଅପରିଣାମଦର୍ଶୀ ମଣିଷ

ଅପରିଣାମଦର୍ଶୀ ମଣିଷ

ବୈକୁଣ୍ଠନାଥ ମିଶ୍ର ଏକଦା ଜଣେ ଆଧୁନିକ ଶିକ୍ଷିତ ଯୁବକ ବନ୍ଧୁମାନଙ୍କ ସହ ଶିକାର ଓ ବଣଭୋଜି ପାଇଁ ଘୋର ଜଙ୍ଗଲ ମଧ୍ୟକୁ ଯାଇ ବାଟବଣା ହୋଇଗଲେ। ଏଣେତେଣେ ବୁଲୁ ବୁଲୁ ଯୁବକ ଦେଖିଲେ ତାଙ୍କୁ ବଣର ସବୁ ପ୍ରାଣୀ ଘେରି ଯାଇଛନ୍ତି। ଯୁବକଙ୍କୁ ଭୟଭୀତ ହେବାର ଦେଖି ପଶୁରାଜ ସିଂହ କହିଲା, ଭୟ କରନାହିଁ ଯୁବକ। ଆଜି ତୁମ ସହ ଆମର ଏକ ଆଲୋଚନା ସଭା ଅନୁଷ୍ଠିତ ହେବ। ଆଲୋଚନାର ପ୍ରସଙ୍ଗ ପଶୁ-ମଣିଷ ସମ୍ପର୍କ। ଏଥିରେ ତୁମେ ତୁମର ଓ ଆମେ ଆମର ବକ୍ତବ୍ୟ ରଖିବୁ। ଆମେ ପରାସ୍ତ ହେଲେ ପୂର୍ବବତ୍‌ ତୁମର ବଶ୍ୟତା ସ୍ବୀକାର କରିବୁ ଏବଂ ତୁମେ ପରାସ୍ତ ହେଲେ ଆମ୍ଭମାନଙ୍କୁ ଶିକାର କରିବ ନାହିଁ କିମ୍ବା ଆମ ବାସସ୍ଥାନ ଉପରେ କର୍ତ୍ତୃତ୍ୱ ଜାହିର କରି ଏହାକୁ ଧ୍ୱଂସ କରିବ ନାହିଁ। ଆମ ଆଲୋଚନାର ସାକ୍ଷୀ ରହିବେ ଏ ବନଭୂମି ଓ ବୃକ୍ଷଲତା।...

ଏଇ ଭାରତରେ

ଏଇ ଭାରତରେ

ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅର୍ଥ ଏବଂ ଯୋଗାଡ଼ଯନ୍ତ୍ର ଅଭାବରୁ ବିବାହ କରିପାରି ନ ଥାନ୍ତି। ସେହି ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଯୁବତୀଯୁବକଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିବା ପାଇଁ ଜାଫ୍ରି କାଉନସିଲ୍‌ ଆଗେଇ ଆସିଛି। ଦୀର୍ଘ ୪ବର୍ଷ ଧରି ଏହି ଅନୁଷ୍ଠାନ ବର୍ଷକୁ ଥରେ ଗଣବିବାହ ଆୟୋଜନ କରିଆସୁଛି। ଚଳିତ ବର୍ଷ ଶ୍ରୀନଗରରେ ଆୟୋଜିତ ଗଣବିବାହ କାର୍ଯ୍ୟକ୍ରମରେ ୧୦୫ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉକ୍ତ ରାଜ୍ୟର ବିଭିନ୍ନ ଜିଲାରୁ ଆର୍ଥତ୍କ ଦୁର୍ବଳ ଶ୍ରେଣୀର କନ୍ୟାବର ସାମିଲ ହୋଇଥିଲେ। ଏହା ଏକ ସରଳ ତଥା ନିରାଡମ୍ବର ବିବାହ ଉତ୍ସବ ଥିଲା। ରବିବାର ଅମରସିଂ କ୍ଲବ୍‌ଠାରେ ଧର୍ମୀୟ ତଥା ସାମାଜିକ ସଂଗଠନ ଜାଫ୍ରି କାଉନସିଲ୍‌ ଦ୍ୱାରା ଏହା ଆୟୋଜିତ ହୋଇଥିଲା। ଉକ୍ତ କାଉନସିଲ୍‌ ପୂର୍ବରୁ ଗଣବିବାହ ଆୟୋଜନ କରାଇଥିଲେ ମଧ୍ୟ ଏଥର ସଂଖ୍ୟା ଥିଲା ସବୁଠୁ ଅଧିକ। ବିବାହ କରିବାକୁ ଥିବା କନ୍ୟାବର ଏହି ସଂଗଠନରେ ପ୍ରଥମେ ନାମ ...

Model This Week

ରୂପେଶ