ସମ୍ପାଦକୀୟ |

ବଜେଟ୍‌ ଟିମ୍‌ ପ୍ରସ୍ତୁତ

ବଜେଟ୍‌ ଟିମ୍‌ ପ୍ରସ୍ତୁତ
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ରାଜସ୍ବ ସଚିବ ହସମୁଖ ଆଧିଆଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତି ଦିଆଯିବା ଫଳରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବାର୍ଷିକ ବଜେଟ୍‌ ପ୍ରସ୍ତୁତିର ସେ ମୁଖ୍ୟ ଦାୟିତ୍ୱରେ ରହିବେ। ଅର୍ଥ ମନ୍ତ୍ରଣାଳୟରେ ଆଧିଆ ବରିଷ୍ଠତମ ଅଧିକାରୀ ହୋଇଥିବା ବେଳେ ତାଙ୍କର ସହକର୍ମୀମାନଙ୍କ ମଧ୍ୟରେ ଅଛନ୍ତି ୧୯୮୪ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଅର୍ଥ ସେବା ସଚିବ ରାଜୀବ କୁମାର, ବ୍ୟୟ ସଚିବ ଅଜୟ ନାରାୟଣ ଝା, ଦୀପମ୍‌ ସଚିବ ନୀରଜ କୁମାର ଗୁପ୍ତା ଏବଂ ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ। ଆଧିଆ ରାଜସ୍ବ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିବେ। ଅବଶ୍ୟ ଗତ ଅକ୍ଟୋବରରେ ଅଶୋକ ଲାଭାସାଙ୍କ କାର୍ଯ୍ୟକାଳ ପୂରିଯିବା ପରେ ଆଧିଆଙ୍କୁ ପଦୋନ୍ନତି ମିଳିବ ବୋଲି ଆଶା କରାଯାଉଥିଲା। ବିମୁଦ୍ରୀକରଣ ଏବଂ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ପ୍ରଭୃତି ସରକାରଙ୍କ ବିଭିନ୍ନ ସଂସ୍କାର ନୀତିକୁ କାର୍ଯ୍ୟକାରୀ କରାଇଥିବା ଆଧିଆ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ଖାସ୍‌ ଲୋକ। ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ଥିଲେ ତାଙ୍କର ପ୍ରମୁଖ ସଚିବ। ୨୦୦୧ ଗୁଜରାଟ ଭୂକମ୍ପ ଦୁର୍ଗତଙ୍କୁ ଥଇଥାନ କରାଇବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା, ଯାହାର ସେ ସଫଳ ରୂପାୟନ କରିଛନ୍ତି। ତା’ଛଡ଼ା ମୋଦିଙ୍କ ଅମଳରେ ରାଜ୍ୟରେ ଭାଇବ୍ରାଣ୍ଟ ଗୁଜରାଟ ନିବେଶକ ସମ୍ମିଳନୀ ତାଙ୍କରି ଯୋଗୁ ସଫଳ ହୋଇଥିଲା। ଗତ ଆର୍ଥିକ ବର୍ଷ ଭଳି ୨୦୧୮ ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଦ୍ୱାରା ନୂତନ ବର୍ଷର ବଜେଟ୍‌ ଉପସ୍ଥାପିତ ହୋଇପାରେ। ଯୋଗକୁ ଏହା ହେଉଛି ମୋଦି ସରକାରର ଶେଷ ଓ ପଞ୍ଚମ ପୂର୍ଣ୍ଣାଙ୍ଗ ବଜେଟ୍‌। ଟି ବୋର୍ଡର ଅନିଶ୍ଚିତ ଭବିଷ୍ୟତ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଟି ବୋର୍ଡକୁ ଭାଙ୍ଗିଦେବେ ବୋଲି ଦିଲ୍ଲୀରେ ଜନରବ ଶୁଣିବାକୁ ମିଳୁଛି। କେନ୍ଦ୍ର ସରକାର ଉକ୍ତ ବୋର୍ଡକୁ ଭାଙ୍ଗି ଦୁଇ ବା ତିନୋଟି ସଂସ୍ଥାରେ ପରିଣତ କରିବା ସହ ଏଥିରେ କାର୍ଯ୍ୟରତ ବାବୁମାନଙ୍କୁ ଚା ବ୍ୟବସାୟର ରାଜଧାନୀ କଲିକତାରୁ ଅନ୍ୟତ୍ର ବଦଳି କରିବାକୁ ମସୁଧା କରୁଛନ୍ତି। ବୋର୍ଡର ପ୍ରଥମ ଅଣ-ଆଇଏଏସ୍‌ ଓ ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପ୍ରଭାତ କମଲ ବେଜ୍‌ବଡ଼ୁଆ, ଯେ କି ଏହାର ସମ୍ଭାବ୍ୟ ଶେଷ ମୁଖ୍ୟ, ସେ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଉକ୍ତ ଚା ନିୟାମକ ବୋର୍ଡକୁ ସରକାର ଅନ୍ୟ କୃଷି ବୋର୍ଡ ସହ ମିଶାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପୁଣି ଜନରବ ଶୁଣିବାକୁ ମିଳୁଛି ଯେ, ସରକାର ହୁଏତ ଚା ବୋର୍ଡକୁ କଫି ବୋର୍ଡ ଓ ମସଲା ବୋର୍ଡ ସହ ମିଶାଇ ଏକାକାର କରିଦେଇପାରନ୍ତି। ୨୦୧୬-୧୭ରୁ ଆରମ୍ଭ କରି ତିନିବର୍ଷ ପାଇଁ ମଞ୍ଜୁର ଅର୍ଥକୁ ଅର୍ଥମନ୍ତ୍ରୀ ବ୍ୟାପକଭାବେ ହ୍ରାସ କରିଦେବା ଘଟଣା ସମ୍ଭାବ୍ୟ ପଦକ୍ଷେପର ଏକ ସୂଚକ ବୋଲି କୁହାଯାଇପାରେ। ଚା ବୋର୍ଡ ୮୦୦ କୋଟି ଟଙ୍କା ମାଗିଥିବା ବେଳେ ତାକୁ ମାତ୍ର ୫୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ସ୍ପଷ୍ଟତଃ ଚା ବୋର୍ଡ ପରି ସ୍ବୟଂଶାସିତ ସଂସ୍ଥାର ଗୁରୁତ୍ୱ ହ୍ରାସ ପାଇଛି। ତେବେ ସରକାର ଆଗକୁ କ’ଣ କରୁଛନ୍ତି ଜାଣିବା ପାଇଁ ପାଠକେ ଏହି ସ୍ତମ୍ଭ ଉପରେ ନଜର ରଖିଥାନ୍ତୁ। ଅବସରପ୍ରାପ୍ତ ବାବୁଙ୍କ ଉଦ୍‌ବେଗ କେନ୍ଦ୍ର ସରକାରଙ୍କ ଏକକ ପରିଚୟ ପ୍ରକଳ୍ପ ‘ଆଧାର’ ବିପକ୍ଷରେ ବିଭିନ୍ନ ମହଲରେ ସ୍ବର ଉଠିବାର ଦେଖାଯାଉଛି। ବିଭିନ୍ନ ସେବା କ୍ଷେତ୍ରରେ ଆଧାର ସଂଯୋଗୀକରଣକୁ ବାଧ୍ୟତାମୂଳକ କରିବା ନେଇ ଏପର୍ଯ୍ୟନ୍ତ ସୁପ୍ରିମ୍‌କୋର୍ଟ ତାଙ୍କର ସର୍ବଶେଷ ରାୟ ଶୁଣାଇ ନାହାନ୍ତି। ଏ ଅବସ୍ଥାରେ ଛଅଜଣ ଅବସରପ୍ରାପ୍ତ ବରିଷ୍ଠ ବାବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆଧାର ସମ୍ପର୍କରେ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବରିଷ୍ଠ ଅବସରପ୍ରାପ୍ତ ବାବୁମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜର ମତାମତ ଜଣାଇବାରେ ଏହା ହେଉଛି ବୋଧହୁଏ ଦ୍ୱିତୀୟ ଥର। ଚଳିତବର୍ଷ ପ୍ରାରମ୍ଭରେ ୬୫ ଜଣ ଅବସରପ୍ରାପ୍ତ ବାବୁ ଏହାଦ୍ୱାରା ଏକଚ୍ଛତ୍ରବାଦ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଏଥର ପୁଣି ଅନୁରୂପ ଅଭିଯୋଗ ବାଢ଼ିଥିବା ବାବୁମାନେ ହେଉଛନ୍ତି: ପୂର୍ବତନ ଦିଲ୍ଲୀ ଅର୍ଥ ନିଗମ ଅଧ୍ୟକ୍ଷ ଏମ୍‌.କେ. ବେଜ୍‌ବଡ଼ୁଆ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟ ଶାସନ ସଚିବ ଏସ୍‌.କେ. ଦାସ, ସୂଚନାପ୍ରଯୁକ୍ତି ବିଭାଗର ପୂର୍ବତନ ସଚିବ କେ.କେ. ଜସ୍‌ଓ୍ବାଲ, ଗୁଜରାଟର ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ସି.କେ. କୋଶୀ, ଜାତୀୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏନ୍‌ଆଇଆର୍‌ଡି)ର ପୂର୍ବତନ ମହାନିର୍ଦ୍ଦେଶକ ଲଳିତ ମାଥୁର ଏବଂ ଗୁଜରାଟର ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ଡ. ଭି.ଭି. ରାମସୁବ୍ବା ରାଓ। ସରକାରଙ୍କ ଏକକ ପରିଚୟ ପ୍ରକଳ୍ପରେ ସ୍ବଚ୍ଛତାର ଅଭାବ, ତଥ୍ୟ ଗୋପନୀୟତାର ଅଭାବ ଆଦି ନେଇ ବିଭିନ୍ନ ମହଲରୁ ଅଭିଯୋଗ ଉଠୁଥିବା ବେଳେ ଅବସରପ୍ରାପ୍ତ ବାବୁମାନଙ୍କ ଉକ୍ତ ଚିଠି ଆଧାର ସମ୍ପର୍କରେ ପୁନର୍ବିଚାର କରିବା ପାଇଁ ସରକାରଙ୍କ ଉପରେ କିଛିଟା ଚାପ ପକାଇବ ବୋଲି ଆଶା କରାଯାଏ। Email: dilipcherian@gmail.com
All Right Reserved By

ସମ୍ପାଦକୀୟ |

ଆର୍‌ବିଆଇ ଅଡ଼ୁଆ

ଆର୍‌ବିଆଇ ଅଡ଼ୁଆ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ନିକଟରେ ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ମାଡ଼ ଖାଇଯାଇଥିବା ମୋଦି ସରକାର ଉର୍ଜିତ ପଟେଲ ଯୁଗର ଅବସାନ ଘଟାଇବାକୁ ଉଚିତ ମଣିଛନ୍ତି। ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ପଦରୁ ଉର୍ଜିତ ଇସ୍ତଫା ଦେବାର ଦିନଟିଏ ନ ପୂରୁଣୁ ସରକାର ପୂର୍ବତନ ଅର୍ଥ ସଚିବ ଶକ୍ତିକାନ୍ତ ଦାସଙ୍କୁ ଆର୍‌ବିଆଇର ନୂତନ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ହଠାତ୍‌ ପଟେଲଙ୍କ ଇସ୍ତଫା ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା, ଯଦିଚ କିଛିଦିନ ହେଲା ଆର୍‌ବିଆଇ ସହିତ ନର୍ଥ ବ୍ଲକ୍‌ର ମତପାର୍ଥକ୍ୟ ଓ ମୁହାଁମୁହିଁ ପରିସ୍ଥିତି ବିଷୟରେ ସମସ୍ତେ ଜାଣନ୍ତି। ପଟେଲ ତାଙ୍କ ଇସ୍ତଫା ବିଷୟରେ ସର୍ବସାଧାରଣରେ ଘୋଷଣା କରିବାର ଅବ୍ୟବହିତ ପୂର୍ବରୁ ହିଁ ସରକାର ଏ ବିଷୟରେ ଜାଣିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ବିଶିଷ୍ଟ ଅର୍ଥନୀତିଜ୍ଞ ସୁରଜିତ୍‌ ଭାଲ୍ଲାଙ୍କ ବିଦାୟ ମଧ୍ୟ ସରକାରଙ୍କ ଅଡ଼ୁଆକୁ ବଢ଼ାଇଦେଇଛି। ...

ଇତିହାସର ସେଇ ବିରଳ ଅଧ୍ୟାୟ

ଇତିହାସର ସେଇ ବିରଳ ଅଧ୍ୟାୟ

ଶରତ ଚନ୍ଦ୍ର ମିଶ୍ର

ଭାରତକୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ପରିଚାଳନା କରିବା ନିମନ୍ତେ ୧୯୪୭ ମସିହା ପ୍ରାରମ୍ଭରେ ବ୍ରିଟିଶ ସରକାର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ନିଯୁକ୍ତ କଲେ। ଲଣ୍ଡନସ୍ଥିତ ଭାରତ ଅଫିସ ତାଙ୍କୁ ପରାମର୍ଶ ଦେଇଥିଲା ଯେ, ଚାରିଜଣ ମୁଖ୍ୟ ଭାରତୀୟଙ୍କୁ ସେ ସହମତ କରାଇପାରିଲେ, ଭାରତରେ ତାଙ୍କ ଲକ୍ଷ୍ୟରେ ସଫଳ ହେବେ। ଏହି ଚାରି ବିଶିଷ୍ଟ ଭାରତୀୟମାନେ ହେଲେ ମହାତ୍ମା...

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

କମଳାକାନ୍ତ ଜେନା

ଯେତେବେଳେ ଆକାଶର ରୁପାଜହ୍ନକୁ ଦେଖେଇ ମା’ କହେ- ‘ଆ ଜହ୍ନମାମୁ ସରଗଶଶୀ, ମୋ କାହ୍ନୁ ହାତରେ ପଡରେ ଖସି’ ସେତେବେଳେ ଶିଶୁଟି ଆକାଶକୁ ଅନେଇ ଜହ୍ନକୁ ଛୁଇଁବାର ସ୍ବପ୍ନ ଦେଖେ। ସେଇ ମୁହୂର୍ତ୍ତରୁ ଚନ୍ଦ୍ର ସହିତ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ ଜାରିରହେ। କିଏ ଦେବତା ରୂପରେ ବନ୍ଦନା କରି ଚନ୍ଦ୍ରକୁ ନିଜର କରିବାକୁ ଉଦ୍ୟମ କରେ, କିଏ ପୁଣି ଏହି ଖଗୋଳୀୟ ପିଣ୍ଡକୁ ଉପଗ୍ରହର ମାନ୍ୟତା ଦେଇ ତା’ ନିକଟରେ ପହଞ୍ଚିବା ପାଇଁ ମହାକାଶଯାନ ନିର୍ମାଣ କରେ। ଚନ୍ଦ୍ରକୁ ଛୁଇଁବାରେ ପ୍ରଥମ ସଫଳ ମଣିଷ...

ଏଇ ଭାରତରେ

ଏଇ ଭାରତରେ

ଆମ ସମାଜରେ କିଛି କୁସଂସ୍କାର ତଥା ଅନ୍ଧବିଶ୍ୱାସ ଭରି ରହିଛି। ପ୍ରାଚୀନ ପରମ୍ପରାକୁ ମାନି ଚଳିଲେ ବିପଦରୁ ରକ୍ଷା ମିଳେ ବା ଗ୍ରହ ଶାନ୍ତି ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏମିତି ଏକ ପରମ୍ପରା ମଧ୍ୟରୁ ଗୋଟିଏ ହେଉଛି କୁକୁରକୁ ବିବାହ କରିବାର ପଦ୍ଧତି। ...

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗଭର୍ନର ପଦରୁ ଉର୍ଜିତ ପଟେଲଙ୍କ ଆକସ୍ମିକ ବିଦାୟ ଏବଂ ଅବିଳମ୍ବେ ତାଙ୍କ ସ୍ଥାନରେ ଭୁବନେଶ୍ୱର-ଜନ୍ମିତ ତାମିଲନାଡ଼ୁ କ୍ୟାଡର ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତି ଦିଆଯିବା ଘଟଣା ପଛରେ କିଛି ରହସ୍ୟ ରହିଛି। କାରଣ ଶକ୍ତିକାନ୍ତ ଅତୀତରେ ମୋଦି ସରକାରଙ୍କ ବହୁ ଆସ୍ଫାଳନଭରା ବିମୁଦ୍ରୀକରଣ କାର୍ଯ୍ୟର ତଦାରଖ କରିଥିଲେ। ତୁଙ୍ଗ ଅଧିକାରୀମାନଙ୍କୁ ଆକସ୍ମିକ ଭାବେ ଅଦଳବଦଳ କରିବା ଏ ସରକାରଙ୍କ ପାଇଁ କିଛି ନୂଆ କଥା ନୁହେଁ। ପଟେଲଙ୍କ ପୂର୍ବରୁ ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତଭେଦ ଘଟିବାରୁ ରଘୁରାମ ରାଜନ୍‌ଙ୍କୁ ସରକାରଙ୍କ କ୍ରୋଧର ଶରବ୍ୟ ହେବାକୁ ପଡ଼ିଥିଲା। ତାଙ୍କ ପୂର୍ବରୁ ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ଏବଂ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଇସ୍ତଫା...

ବିରଳ ଗଙ୍ଗାଜଳ

ବିରଳ ଗଙ୍ଗାଜଳ

ଡ. ଗୌରୀଶଙ୍କର ସାହୁ

ଗଙ୍ଗାନଦୀ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ହିନ୍ଦୁ ସମାଜରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।  ଏହା ପାପନାଶିନୀ ଓ ମୋକ୍ଷଦାୟିନୀ ବୋଲି ବିଶ୍ୱାସ ରହିଛି। ଲୋକେ ଗଙ୍ଗାନଦୀ ନୁହେଁ ବରଂ ଗଙ୍ଗାମାତା ବୋଲି କହିଥାନ୍ତି। ଏସବୁ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଯେ ଗଙ୍ଗାଜଳ ବିରଳ ଏ ସମ୍ବନ୍ଧରେ ଆଲୋଚନା ଖୁବ୍‌ କମ୍‌ ହୁଏ। ଗଙ୍ଗାଜଳର ରୋଗପ୍ରତିରୋଧକ କ୍ଷମତା ସମ୍ବନ୍ଧୀୟ ଗବେଷଣାତ୍ମକ ନିଷ୍କର୍ଷ ମଧ୍ୟ ବହୁତ କମ୍‌ ଲୋକ ଜାଣନ୍ତି, ଯଦିଓ ଆମେ ସମସ୍ତେ ଅନୁଭବ କରୁଛେ ଯେ, ଗଙ୍ଗାଜଳ ବାକି ନଦୀର ଜଳଠାରୁ ଭିନ୍ନ। ସାଧାରଣ ନଦୀ, କୂଅ, ପୋଖରୀର ଜଳକୁ ବୋତଲରେ ବନ୍ଦ କରି ରଖିଲେ କିଛିଦିନ ପରେ ସେଥିରୁ ଦୁର୍ଗନ୍ଧ ବାହାରିବ କିନ୍ତୁ ଗଙ୍ଗାଜଳ ବର୍ଷ ବର୍ଷ ଧରି ସତେଜ ରହିଥାଏ। ତେଣୁ ଘରେ ଗଙ୍ଗାଜଳ ରଖି ଆବଶ୍ୟକ ଅନୁସାରେ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଏ, ...

 ପିଲାଙ୍କ ଖେଳ: କାଲି ଓ ଆଜି

ପିଲାଙ୍କ ଖେଳ: କାଲି ଓ ଆଜି

ରୁଦ୍ର ପ୍ରସନ୍ନ ରଥ

ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଖେଳକୁ ନେଇ ପିଲାମାନେ ସବୁବେଳେ ଉତ୍ସାହିତ ଥାଆନ୍ତି। ସୁଯୋଗ ପାଇଲା ମାନେ ଖେଳିବାକୁ ପଳାଇଯାଆନ୍ତି। କେତେବେଳେ ବାଗୁଡ଼ି ତ ଆଉ କେତେବେଳେ ବୋହୂଚୋରି, ପୁଣି କେତେବେଳେ ଡାଳମାଙ୍କୁଡ଼ି। କିଛି ନ ହେଲେ ଡାବଲପୁଆ ଆଉ କାଚବାଟି ମିଳିଗଲେ ପିଲାଙ୍କୁ ରୋକେ କିଏ? ଗାଁ ସଂସ୍କୃତିରେ କ୍ରିକେଟ ପଶିବାର ବହୁ ପୂର୍ବରୁ ଏ ଖେଳ ସବୁ ଆମ ସଭ୍ୟତା ଏବଂ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇ ରହିଥିଲା। ସ୍କୁଲ ଯିବା ପୂର୍ବରୁ ଖେଳ, ସ୍କୁଲରେ ଭୋଜନ ବିରତିରେ ଖେଳ, ସ୍କୁଲରୁ ଫେରିଲା ପରେ ବହିବସ୍ତାନି ଫୋପାଡି ଦେଇ ସାଙ୍ଗମାନଙ୍କ ସହ ମାତିଯାଇ ଖେଳ। ଏମିତି ହିଁ ପିଲାମାନଙ୍କର ପିଲାଦିନ କଟିଯାଉଥିଲା ତୋଟା ଆଉ ନଦୀପଠାରେ। ପୁଣି ରଜ ଆଦି ପର୍ବପର୍ବା...

ଏଇ ଭାରତରେ

ଏଇ ଭାରତରେ

ଦୂରରେ ଥାଇ ଠକେଇ କରିବା ସହଜ। ଏବେ ଅନଲାଇନ୍‌ ଶପିଂ ଦୂରଠକେଇର ଏକ ପ୍ଲାଟଫର୍ମରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଭଳି ଠକେଇ ବିଷୟରେ ପ୍ରାୟତଃ କିଛି ଲୋକ ଅବଗତ ଅଛନ୍ତି। ଏହାଦ୍ୱାରା ଜଣେ ଠକାମିର ଶିକାର ହେଲେ ଆଉଥରେ କୌଣସି ଜିନିଷ ମଗାଇବାକୁ ମନ ବଳା...

ମ୍ୟାଗଟ୍‌ ସଂକ୍ରମଣ

ମ୍ୟାଗଟ୍‌ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପିପୁଲ ଫର୍‌ ଆନିମଲ୍‌ସ, ମହୀଶୂର ଶାଖାର କର୍ମୀମାନେ ଏକ ଘୋଡ଼ା ଉଦ୍ଧାର କରିଥିଲେ, ଯାହାର ମୁଣ୍ଡକୁ ପରଜୀବୀ (ପାରାସାଇଟ୍‌)ମାନଙ୍କ ଦ୍ୱାରା ଅଧା ଖିଆଯାଇ ସାରିଥିଲା। ମୁଁ ତା’ର ପୂର୍ବ ଓ ପର ଅବସ୍ଥାର ଛବି ଏଥିରେ ପ୍ରଦାନ କରୁଛି। ଏହା ଏକ ସଫଳତାର କାହାଣୀ, ମାତ୍ର ଅନେକ ପ୍ରାଣୀଙ୍କ ଦେହରେ ପରଜୀବୀ ପୂରା ଭିତରକୁ ପ୍ରବେଶ କରିସାରିଥିବାରୁ ସେମାନଙ୍କ ବଞ୍ଚିବା ଅସମ୍ଭବ ହୋଇପଡ଼ୁଛି। ଏଭଳି ରୋଗ ସଂକ୍ରମଣ ହେଲେ ମଣିଷଙ୍କଠାରୁ ପ୍ରାଣୀମାନେ ବେଶି କଷ୍ଟ ପାଇଥାନ୍ତି, କାରଣ ସେମାନଙ୍କ ପାଖରେ କିଛି ବିକଳ୍ପ ନ ଥାଏ। ସେମାନଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ନ ଥାନ୍ତି। ରୋଗଗ୍ରସ୍ତ ହୋଇପଡ଼ିଲେ ଅଧିକାଂଶ ମାଲିକ ଏପରି ପ୍ରାଣୀମାନଙ୍କୁ ପରିତ୍ୟାଗ କରିଥାନ୍ତି। ...

ଆର୍ଥିକ ଉପନିବେଶବାଦ ଓ ଭାରତ

ଆର୍ଥିକ ଉପନିବେଶବାଦ ଓ ଭାରତ

ଅରୁଣ କୁମାର ପଣ୍ଡା

ସ୍ବାଧୀନତାକୁ ୭୨ବର୍ଷ ହେବା ପରେ ବି ଭାରତୀୟ ଅର୍ଥ ବ୍ୟବସ୍ଥା ସିଦ୍ଧାନ୍ତ ରୂପରେ ଉପନିବେଶବାଦ ଟ୍ରାକ୍‌ରୁ ଓହ୍ଲାଇ ନୂଆ ମାର୍ଗରେ ଚାଲିବା ପାଇଁ ଏ ପର୍ଯ୍ୟନ୍ତ ସମର୍ଥ ହୋଇପାରିନାହିଁ। ଦୀର୍ଘ ଦିନର ଗୋଲାମି କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ଲମ୍ବା ସମୟ ଧରି ଘୁଷୁଡ଼ି ଘୁଷୁଡି ଏବେ ବିଶ୍ୱର ଷଷ୍ଠ ସବୁଠାରୁ ବଡ଼ ଆର୍ଥିକ ପ୍ରଗତିର ରାଷ୍ଟ୍ରରେ ପରିଣତ ହୋଇଛି। ଏହି ୭୨ବର୍ଷରେ ଦେଶରେ ଅର୍ଥ ବ୍ୟବସ୍ଥାର ବିସ୍ତାର ନିଶ୍ଚିତ ଭାବରେ ହୋଇଛି। ପରନ୍ତୁ ଆମକୁ ଅପେକ୍ଷିତ ସଫଳତା ମିଳିପାରିନାହିଁ।...

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ଡ. ଜ୍ୟୋତିର୍ମୟୀ ମହାନ୍ତି

ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ୱ କାଳରେ ସିଦ୍ଧ ସାଧକ, ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ପଞ୍ଚସଖାଙ୍କର ଆବିର୍ଭାବ ଘଟିଥିଲା। ଯେଉଁମାନେ କି ନିଜ ନିଜର ସାଧନା ବଳରେ ଓଡ଼ିଶାରେ ଆଧ୍ୟାତ୍ମିକ ଚେତନା ଓ ଧାର୍ମିକ ଭାବନାରେ ଆଲୋଡ଼ନ ସୃଷ୍ଟି କରିଥିଲେ। ଏମାନଙ୍କ ମଧ୍ୟରେ ମାନବ ଜୀବନ ଦର୍ଶନ ସମ୍ପର୍କରେ ବିଶ୍ଳେଷଣ କରି ତତ୍କାଳୀନ ସମାଜରେ ଏକ ଯୁଗାନ୍ତକାରୀ ସ୍ବର ତୋଳିଥିବା ସାଧକଶ୍ରେଷ୍ଠ ଶ୍ରୀଯଶୋବନ୍ତ ଗୋସେଇଁ ଅନ୍ୟତମ। ତାଙ୍କର ଜନ୍ମସ୍ଥାନ ଅବିଭକ୍ତ କଟକ ତଥା ବର୍ତ୍ତମାନର ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ଅଢ଼ଙ୍ଗ ଗ୍ରାମ। ଜନ୍ମ ସମୟ ଓ ପିତାଙ୍କ ନାମ ସମ୍ପର୍କରେ ଉଦୟ କାହାଣୀ, ଭକ୍ତି ଚନ୍ଦ୍ରିକା, ଶୂନ୍ୟସଂହିତା ଆଦି ଗ୍ରନ୍ଥରୁ ବିଭିନ୍ନ ପ୍ରକାର ତଥ୍ୟ ମିଳିଥାଏ। ଆଲୋଚକଗଣ ତାଙ୍କ ଜନ୍ମ ସମୟ ୧୪୭୦ରୁ ୧୫୫୦ ଖ୍ରୀଷ୍ଟାବ୍ଦ ...

ଏଇ ଭାରତରେ

ଏଇ ଭାରତରେ


ଦୁର୍ନୀତି, ଶୋଷଣ, ଅରାଜକତା ପାଇଁ ସାଧାରଣତଃ ରାଜନେତା, ଉଚ୍ଚ ପଦବୀରେ ଥିବା ସରକାରୀ ଅଧିକାରୀଙ୍କୁ ଦାୟୀ କରାଯାଏ। ଦୁର୍ନୀତି ପ୍ରମାଣିତ ହେଲେ ସେମାନେ ଦଣ୍ଡିତ ହେବା ଅନେକ ନଜିର ରହିଛି। ହେଲେ ଅନେକଙ୍କ ବିରୋଧରେ ପ୍ରମାଣ ମିଳେନାହିଁ କିମ୍ବା ସେମାନଙ୍କ ବିରୋଧରେ ସ୍ବର ଉଠାଇବାକୁ ଲୋକେ ସାହସ କରନ୍ତି ନାହିଁ। ଏସବୁ ବର୍ତ୍ତମାନ ସମାଜରେ ସାଧାରଣ କଥା ହୋଇଥିଲାବେଳେ ଅନେକ ଲୋକଙ୍କ ମନରେ ରାଜନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ...