ସମ୍ପାଦକୀୟ |

ଅନ୍ଧବିଶ୍ୱାସର ଅନ୍ଧଗଳି

ଅନ୍ଧବିଶ୍ୱାସର ଅନ୍ଧଗଳି
ମନ-ମାନଚିତ୍ର/ ଡ. ନରହରି ବେହେରା ନିଃଶ୍ୱାସଠାରୁ ବିଶ୍ୱାସ ବଡ଼। କାରଣ ନିଃଶ୍ୱାସ ଚାଲିଗଲେ ଆମେ ମରିଥାଉ। କିନ୍ତୁ ବିଶ୍ୱାସ ତୁଟିଗଲେ ଆମକୁ ବାରମ୍ବାର ମରଣଠାରୁ ଅଧିକ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। କିନ୍ତୁ ଏ ବିଶ୍ୱାସ ଯେତେବେଳେ ଦିଗହରା ହୋଇଯାଏ, ବାସ୍ତବତାଠାରୁ ଦୂରେଇ ଯାଇ କେବଳ ଗଭୀର ପରମ୍ପରା ରଜ୍ଜୁରେ ଛନ୍ଦି ହୋଇଯାଏ, ବିଚାରବିମର୍ଶ ବିନା ଅନ୍ଧଭାବରେ ଆମେ ଗ୍ରହଣ କରିନେଉ, ତାକୁ କୁହାଯାଏ ଅନ୍ଧବିଶ୍ୱାସ। ଏହି ଅନ୍ଧବିଶ୍ୱାସ ବ୍ୟକ୍ତି ଓ ସମାଜର କ୍ଷତି ହିଁ କରିଥାଏ। ଆଶ୍ଚର୍ଯ୍ୟର ବିଷୟ ସଭ୍ୟ ମଣିଷ ଆଜି ଗ୍ରହ ଗ୍ରହାନ୍ତରକୁ ବିଜୟ ଯାତ୍ରା ଅବ୍ୟାହତ ରଖିଥିବାବେଳେ ଆମ ସମାଜ ଅନ୍ଧବିଶ୍ୱାସର ଅନ୍ଧଗଳିରେ ଅହରହ ଛଟପଟ ହେଉଛି। ବିଜ୍ଞାନର ବାର୍ତ୍ତା, ସଚେତନାର ପ୍ରୟାସ, ଶିକ୍ଷାର ପ୍ରସାର ପ୍ରଭୃତି ଏ ଅନ୍ଧବିଶ୍ୱାସ ନିକଟରେ ସତେଯେମିତି ପରାହତ ହୋଇଛି। ମଣିଷ ଯେତେ ଶିକ୍ଷିତ ହେଲେ ବି ସହଜରେ ଅନ୍ଧବିଶ୍ୱାସଠାରୁ ନିଜକୁ ମୁକୁଳାଇ ପାରୁନି। ସାତଟି କଞ୍ଚାଲଙ୍କା ସହ ଲେମ୍ବୁକୁ ଦ୍ୱାରବନ୍ଧରେ ଟାଙ୍ଗିଦେଲେ ଲକ୍ଷ୍ମୀ ଖୁସି ହୋଇ ଧନ ପ୍ରଦାନ କରିଥାନ୍ତି। ବାଟରେ କଳା ବିରାଡ଼ି ଦେଖିଲେ ଅଶୁଭ ହୁଏ। ସକାଳୁ କାହା ମୁହଁ ଦେଖିଲେ ଶୁଭ କିମ୍ବା ଅଶୁଭ ହୋଇଥାଏ। ଆଇନା ଭାଙ୍ଗିଗଲେ ଅଶୁଭ ବେଳ ଆସିଯାଏ। ପେଚା ରାବିଲେ କାହାରି ନା କାହାରି ମୃତ୍ୟୁ ହୁଏ। ମଥାରେ କଳା ଟିପା ଲଗାଇଲେ ଅନ୍ୟର ଦୁଷ୍ଟ ନଜର କାଟୁ କରେ ନାହିଁ। ଏହିପରି ଅସଂଖ୍ୟ ଅନ୍ଧବିଶ୍ୱାସ ଘେରି ରହିଛି ଆମ ଚାରିପାଖରେ। ଆଇନାଟିଏ କାଚରେ ତିଆରି ପଡ଼ିଲେ ଭାଙ୍ଗିଯିବ, ପେଚା ପକ୍ଷୀଟିଏ କେଉଁଠି ନା କେଉଁଠି ରାବିବ, କଳା ବିରାଡ଼ିଟି କେଉଁଠି ନା କେଉଁଠି ବୁଲିବ- ଏ ସବୁ ସାଧାରଣ ଘଟଣା। ଏମାନଙ୍କର କାହା ସୌଭାଗ୍ୟ ବା ଦୁର୍ଭାଗ୍ୟ ସହ କିଛି ସମ୍ପର୍କ ନାହିଁ। ଏ କଥାକୁ ଅନେକେ ବିଚାର କରନ୍ତି ନାହିଁ। ବିଶ୍ୱକର୍ମା ପୂଜାଦିନ ଗାଡ଼ିରେ ଲେମ୍ବୁ ଓ ଲଙ୍କାର ମାଳ ଟାଙ୍ଗିବା ପାଇଁ ଶିକ୍ଷିତ ଲୋକମାନେ ଯେମିତି ଭିଡ଼ ଜମାଇଥାନ୍ତି ସେଥିରୁ ଏ ବିଶ୍ୱାସ ପ୍ରତି ସେମାନଙ୍କର କେତେ ଆସ୍ଥା ତାହା ଜଣାପଡ଼ିଥାଏ। ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସର ଯୂପକାଠରେ ପୁରୁଷମାନଙ୍କ ଅପେକ୍ଷା ବେଶି ବଳିପଡ଼ନ୍ତି ନାରୀ। ଆମେ ଏମିତି ପରମ୍ପରା ସୃଷ୍ଟି କରିଛୁ ଯେ, ସବୁକଥାର ଉତ୍ତରଦାୟୀ ହେଉଛନ୍ତି ମହିଳା। ନାରୀଙ୍କୁ ନେଇ ଆମ ସାହିତ୍ୟରେ ଅନେକ କାହାଣୀ, ଉପାଖ୍ୟାନ ରହିଛି। ପ୍ରତି କ୍ଷେତ୍ରରେ ଏପରି ଶୃଙ୍ଖଳ ନିର୍ମାଣ କରାଯାଇଛି ଯେ ସେସବୁକୁ ଡେଇଁ ଚାଲିଯିବା ଜଣେ ନାରୀ ପକ୍ଷରେ ସହଜ ନୁହେଁ। ଏହା ପଛରେ ଯେଉଁ କାରଣ ଥାଉନା କାହିଁକି, ପୁରୁଷର ଅହଂକାର ଏବଂ ନାରୀର ଦୁର୍ବଳ ମନସ୍ତତ୍ତ୍ୱ ହିଁ ଏଥିପାଇଁ ଦାୟୀ। ପରିବାରର ମୁଖ୍ୟ ଅଙ୍ଗ ହେଉଛନ୍ତି ନାରୀ। ତାଙ୍କର ମାନସିକତା, ତ୍ୟାଗ, ପରିବାର ପ୍ରତି ଅନୁରକ୍ତି ହିଁ ଗୋଟିଏ ପରିବାରର ସୁଖଶାନ୍ତିର ମୂଳଦୁଆ ପକାଇଥାଏ। ତେଣୁ କୁହାଯାଏ, ‘ଗୃହିଣୀ ଗୃହମୁଚ୍ୟତେ।’ ପରିବାରର କାହାରି ଦେହ ଖରାପ ହେଲେ କିମ୍ବା ଘରର ଆର୍ଥିକ ଅବସ୍ଥା ବିଗିଡ଼ିଗଲେ ପ୍ରଥମେ ଯଦି କିଏ ବେଶି ବ୍ୟସ୍ତ ହୋଇଯାଆନ୍ତି ସେ ହେଉଛନ୍ତି ନାରୀ। ସେ ସମସ୍ୟାର ଆଶୁ ସମାଧାନ ବା ଟିକିଏ ଆଶ୍ୱାସନା ପାଇଁ ବ୍ୟସ୍ତ ହୋଇ ଦୌଡ଼ିଯାଆନ୍ତି କୋଉ ବଇଦ, ଗୁଣିଆ କିମ୍ବା କେଉଁ ମନ୍ଦିରକୁ। ସେହି ଦୁର୍ବଳ ମୁହୂର୍ତ୍ତରେ ଯିଏ ଯାହା ପରାମର୍ଶ ଦିଏ ସେ ତାକୁ ସହଜରେ ଗ୍ରହଣ କରିନିଅନ୍ତି। ଅମୁକ ଦେବତାଙ୍କୁ ଶାନ୍ତ କରିବା ପାଇଁ ଅମୁକ ବିଧିବିଧାନ କରିବା ଉଚିତ, ଅମୁକ ଗୁଣିଆ ବା ଅମୁକ ବାବାଙ୍କର ପରାମର୍ଶ ନେବା ଉଚିତ କିମ୍ବା ଘରର ଅମୁକ କୋଣରେ ଅମୁକ ପ୍ରତିକାର କଲେ ଦଶା କଟିଯିବ ଇତ୍ୟାଦି କଥାକୁ ସେ ଆଗ୍ରହରେ ଗ୍ରହଣ କରିନିଅନ୍ତି। ପରମ୍ପରାକ୍ରମେ ଏହି ପ୍ରଥା ଶାଶୁଠାରୁ ବୋହୂ ପାଖକୁ ଏବଂ ମା’ଠାରୁ ଝିଅ ପାଖକୁ ଗଡ଼ି ଆସି ଏମିତି ଅସ୍ଥିମଜ୍ଜାଗତ ହୋଇଯାଏ ଯେ ସେସବୁକୁ ସହଜରେ ନାରୀମାନେ ଛାଡ଼ିପାରନ୍ତି ନାହିଁ। ଆମ ସମାଜ ନାରୀମାନଙ୍କର ସହନଶୀଳତା ଏବଂ ଦୁର୍ବଳ ମାନସିକତାକୁ ଆଧାର କରି ଅନେକ ଅନ୍ଧବିଶ୍ୱାସର ନିର୍ଯାତନା ଲଦି ଦେଇଛି। ନବବଧୂଟିଏ ଘରେ ପାଦ ଦେବାପରେ କିଛି ଅଘଟଣ ଘଟିଲେ ବୋହୂଟି ହୋଇଯାଏ ଅଲକ୍ଷଣୀ। ସବୁ ଯନ୍ତ୍ରଣା ତା’ ଉପରେ ଅଜାଡ଼ି ଦିଆଯାଏ। ସ୍ବାମୀ ମଦୁଆ ହେଲେ ବୋହୂର ଦୋଷ, ପୁଅଝିଅ ଅବାଟରେ ଗଲେ ମା’ର ଦୋଷ। ସତେଯେମିତି ଦୋଷର ପାହାଡ଼ ଉପରେ ବସିଛି ନାରୀ। ଯଦି ପିଲାଟିଏ କୋଳମଣ୍ଡନ ନ କଲା କିମ୍ବା ପୁତ୍ର ସନ୍ତାନଟିଏ ନ ହୋଇ କେବଳ ଝିଅ ଜନ୍ମ ହେଲା, ତା’ହେଲେ ସବୁ ଦୋଷ ଚାଲିଯାଏ ବୋହୂ ମୁଣ୍ଡକୁ। ସ୍ବାମୀର କିଛି ଦୋଷ ଧରାଯାଏ ନାହିଁ। ନାରୀଙ୍କୁ ନିର୍ଯାତନା ଦେବା ପାଇଁ ବାଟଟିଏ ଖୋଜି ପଣ୍ଡିତେ କହି ଯାଇଛନ୍ତି- ‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା।’ ଏହାକୁ ଆୟୁଧ କରି ପୁତ୍ରପ୍ରାପ୍ତି ପାଇଁ କେହି କେହି ପ୍ରଥମ ପନତ୍ୀଙ୍କୁ ନିର୍ଯାତନା ଦେବା ସହିତ ଦ୍ୱିତୀୟ ବିବାହ କରୁଛନ୍ତି। ନାରୀମାନଙ୍କୁ ଶୃଙ୍ଖଳାବଦ୍ଧ କରିବା ପାଇଁ ଆମ ପଣ୍ଡିତମାନେ ମଧ୍ୟ କିଛି କମ୍‌ ବ୍ୟବସ୍ଥା କରିନାହାନ୍ତି। ସଂସ୍କୃତ ଶ୍ଳୋକମାନ ପ୍ରକ୍ଷିପ୍ତ କରି ଜନମାନସକୁ ବିଭ୍ରାନ୍ତ କରି ରଖିଛନ୍ତି। ବେହେଡ଼ା ଦାନ୍ତୀ କିମ୍ବା ପିଙ୍ଗଳବର୍ଣ୍ଣର ଆଖି ଥିବା ନାରୀ ରାଜକନ୍ୟା ହେଲେ ମଧ୍ୟ ବିବାହଯୋଗ୍ୟା ନୁହନ୍ତି ବୋଲି ଦର୍ଶାଇ ପଣ୍ଡିତ କହିଲେ- ‘ନଷ୍ଟା କୁଦନ୍ତୀ ଯଦି ପିଙ୍ଗଳାକ୍ଷୀ ନ ସା ବିବାହ୍ୟା ଯଦି ରାଜକନ୍ୟା।’ ଦେହର ଆକୃତି ସହିତ ଜୀବନର ସୁଖଦୁଃଖର କି ସମ୍ପର୍କ ଅଛି ତାହା ବୁଝିବା କଷ୍ଟ। କିନ୍ତୁ ଆମ ସମାଜ ସେହି ତତ୍ତ୍ୱକୁ ଗଣ୍ଠିଧନ କରି ଧରି ରଖିଛି। ଏବେ ଦେଖାଯାଉଛି, ଏହି ଶାରୀରିକ ଆକୃତିର ନାରୀମାନେ ବହୁ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରି ସୁଖରେ ଅଛନ୍ତି। ନିଜକୁ ସୁନ୍ଦରୀ ବୋଲି ପ୍ରତିପାଦିତ କରିବା ପାଇଁ ଆଧୁନିକ ମହିଳାମାନେ ଆଖିରେ ଲେନ୍‌ସ ଲଗାଇ ଆଖିକୁ ପିଙ୍ଗଳବର୍ଣ୍ଣ କରୁଛନ୍ତି। ଏଥିରେ କିଛି ଅଘଟଣ ଘଟିଛି କି? ସତୀ ଏବଂ ଡାହାଣୀ- ଏହି ଦୁଇଟି ଶବ୍ଦରେ ନାରୀମାନଙ୍କୁ ବହୁ ପ୍ରାଚୀନ କାଳରୁ ବାନ୍ଧି ଦିଆଯାଇଛି। ସତୀତ୍ୱ ନାଁରେ ସେମାନଙ୍କୁ ଅନେକ ନିର୍ଯାତନା ମଧ୍ୟ ଦିଆଯାଇଛି। କିନ୍ତୁ ପୁରୁଷମାନଙ୍କୁ ସାତଖୁଣ୍‌ ମାଫ୍‌। ରାମାୟଣରେ ମା’ ସୀତାଙ୍କୁ ଏଥିପାଇଁ ଅଗ୍ନିପରୀକ୍ଷା ଦେବାକୁ ପଡ଼ିଛି। ମହାଭାରତରେ ଦ୍ରୌପଦୀଙ୍କ ମନଗହନକୁ ପରୀକ୍ଷା କରିବା ପାଇଁ ତାଙ୍କୁ ସତ ଆମ୍ବର ପରୀକ୍ଷା ଦେବାକୁ ପଡ଼ିଛି, ମାତ୍ର ଅର୍ଜୁନଙ୍କୁ କିମ୍ବା ଭୀମଙ୍କୁ ବହୁପନତ୍ୀ ସମ୍ପର୍କରେ ପ୍ରଶ୍ନ କରାଯାଇ ନାହିଁ କି ତାଙ୍କ ପ୍ରେମର ଗଭୀରତାକୁ ପରୀକ୍ଷା କରାଯାଇ ନାହିଁ। ଜମଦଗ୍ନିଙ୍କ ପନତ୍ୀ ରେଣୁକା ଗନ୍ଧର୍ବଙ୍କୁ ଚାହିଁଦେବାରୁ ତାଙ୍କୁ ହତ୍ୟା କରାଯାଇଛି। ଏହି ‘ସତୀ’ ଶବ୍ଦଟି ଏତେ ଶକ୍ତିଶାଳୀ ଥିଲା ଯେ ମଧ୍ୟଯୁଗୀୟ ଭାରତରେ ତା’ର କଳାବାଦଲ ଘେରି ରହିଥିଲା। ପରବର୍ତ୍ତୀ ସମୟରେ ଏହା ବନ୍ଦ କରାଯାଇଥିଲେ ମଧ୍ୟ ଏବେ ବି ତା’ର ଗନ୍ଧ କୋଉଠି ନା କୋଉଠି ବାରି ହୋଇପଡ଼ୁଛି। ରାଜସ୍ଥାନରେ ୧୯୮୭ ମସିହାରେ ରୂପ କନୱାରଙ୍କୁ ସତୀପ୍ରଥାର ଅନୁସରଣରେ ଦଗ୍ଧ କରାଯିବା ଘଟଣା ତା’ର ଏକ ଉଦାହରଣ। ୧୮ବର୍ଷୀୟା ଏହି କିଶୋରୀ ମାତ୍ର ସାତ ମାସ ପୂର୍ବରୁ ବିବାହ କରିଥିବା ସ୍ବାମୀଙ୍କର ଅକାଳ ବିୟୋଗ ହେବାରୁ ନିଷ୍ଠୁର ଭାବେ ତାଙ୍କୁ ସ୍ବାମୀଙ୍କ ଚିତାଗ୍ନିରେ ଜଳାଇ ଦିଆଯାଇଥିଲା। ସତୀ ପ୍ରଥା ପରି ଏବେ ‘ଡାହାଣୀ’ର କୁସଂସ୍କାର ଆମ ସମାଜକୁ କବଳିତ କରିଛି। ଡାହାଣୀ ସନ୍ଦେହରେ ଉଲଗ୍ନ କରି ରାସ୍ତାରେ ନିର୍ଯାତନା ଦେବା, ଗଛରେ ବାନ୍ଧି ପିଟିବା, ଜବରଦସ୍ତ ବିଷ୍ଠା ଖୁଆଇବା, ଲଣ୍ଡା କରି ଚୂନକଳା ବୋଳିବା ପରି ଅତ୍ୟନ୍ତ ଅମାନୁଷିକ କାର୍ଯ୍ୟ କରିବାରେ ଆମ ବିବେକ ଟିକିଏ ବି ବାଧା ଦେଉନାହିଁ। ଅତ୍ୟନ୍ତ ଦୁଃଖର ବିଷୟ ଏପରି ନିର୍ଯାତନା ଦେଉଥିବା ଲୋକଙ୍କ ଭିତରେ ଅନେକ ମହିଳା ସାମିଲ ହୋଇଥାନ୍ତି। ଜଣେ ମହିଳା ଆଉ ଜଣେ ମହିଳାଙ୍କର ଦୁଃଖ ଓ ଯନ୍ତ୍ରଣାକୁ ଉପଲବ୍ଧି ନ କରିପାରିବା କେବଳ ଦୁଃଖର ବିଷୟ ନୁହେଁ, ନାରୀ ସମାଜର ଅଧୋଗତିର ମଧ୍ୟ ଏକ କାରଣ। ପ୍ରଥମେ ନାରୀ ହିଁ ସଚେତନ ହେବା ଆବଶ୍ୟକ। ନାରୀ ଗୋଟିଏ ଶକ୍ତି, ଗୋଟିଏ ପରିବାରର ପ୍ରାଣକେନ୍ଦ୍ର ଓ ସମାଜର ଆଦ୍ୟଭୂମି। ସେ ଯେପର୍ଯ୍ୟନ୍ତ ଏପରି ଅନ୍ଧବିଶ୍ୱାସରେ ନିର୍ଯାତିତା ହେଉଥିବେ ସେପର୍ଯ୍ୟନ୍ତ ଆମେ ସ୍ବାଧୀନ ସଭ୍ୟ ମଣିଷ ବୋଲି ନିଜକୁ ବିଚାର କରିବା ଏକ ଆମତ୍ପ୍ରବଞ୍ଚନା ମାତ୍ର। ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ୍‌, ଭଦ୍ରକ, ମୋ: ୯୪୩୮୪୬୫୪୭୮
All Right Reserved By

ସମ୍ପାଦକୀୟ |

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...