ସମ୍ପାଦକୀୟ |

ସମ୍ପାଦକୀୟ/ ବିମୁଦ୍ରୀକରଣ ପରେ ବାଲାକୋଟ

ସମ୍ପାଦକୀୟ/ ବିମୁଦ୍ରୀକରଣ ପରେ ବାଲାକୋଟ

ବିମୁଦ୍ରୀକରଣ ଭାରତୀୟ ଅର୍ଥନୀତି ପାଇଁ ଅଭିଶାପ ଥିଲା ନା ଆଶୀର୍ବାଦ, ୨୦୧୬ ନଭେମ୍ବର ୮ ପରଠାରୁ ସେ ସଂକ୍ରାନ୍ତ ଅନେକ ବିତର୍କ ହୋଇଗଲାଣି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କଳା ଧନ ରୋକିବା, ନକଲି ବା ଜାଲ୍‌ ନୋଟ୍‌ର ବ୍ୟବହାରକୁ ବନ୍ଦ କରିବା ଏବଂ ଇଲେକ୍‌ଟ୍ରୋନିକ୍‌ ପେମେଣ୍ଟସ୍‌କୁ ସୁବ୍ୟବସ୍ଥିତ କରିବାରେ ଏହା ସକ୍ଷମ ହେବ। ଅନ୍ୟପକ୍ଷରେ ବିରୋଧୀମାନେ ମୋଦି ସରକାରଙ୍କ ରାଜନୈତିକ ଲକ୍ଷ୍ୟକୁ ବୁଝିପାରି ଏହାକୁ ସମାଲୋଚନା କରିଥିଲେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ଭାଜପା ସରକାର ବିମୁଦ୍ରୀକରଣ ଭଳି ବୃହତ୍‌ ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ କରିବାକୁ ଶ୍ରେୟ ମଣିଥିଲେ। ଫଳରେ ଲକ୍ଷ୍ୟ ପୂରଣ ହେଲା ଓ ଉତ୍ତରପ୍ରଦେଶରେ ଭାଜପା ସରକାର ଗଢ଼ିଲା। କିନ୍ତୁ ଏହାର ପରିଣାମ  ଦେଶବାସୀ ଭୋଗି ଚାଲିଛନ୍ତି। ଏବର ପରିସ୍ଥିତି ଦେଖିଲେ ସାଧାରଣ ନିର୍ବାଚନ ପୂର୍ବରୁ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଓ ତା’ ପରବର୍ତ୍ତୀ ବାଲାକୋଟ ଉପରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ କିଭଳି ବାର୍ତ୍ତା ଦେଉଛି ତାହା ସହଜେ ଅନୁମେୟ। ଗୋଟିଏ ରାଜ୍ୟର ନିର୍ବାଚନ ପୂର୍ବରୁ ବିମୁଦ୍ରୀକରଣ ଏବଂ ସର୍ବବୃହତ୍‌ ନିର୍ବାଚନ ପୂର୍ବରୁ ଯୁଦ୍ଧ ଭଳି ଘଟଣା ଏହି ସରକାରର ଉଦ୍ଦେଶ୍ୟ ନେଇ ସନ୍ଦେହ ସୃଷ୍ଟି କରୁଛି। 

ଏକ ଜାତୀୟ ସ୍ତରୀୟ ଇଂଲିଶ୍‌ ଖବରକାଗଜରେ ପ୍ରକାଶ ପାଇଛି ଯେ, ବିମୁଦ୍ରୀକରଣ ଭାରତୀୟ ଅର୍ଥନୀତିକୁ କ୍ଷତି ପହଞ୍ଚାଇବ ବୋଲି ଦେଶର ସର୍ବୋଚ୍ଚ ବ୍ୟାଙ୍କ ସେତେବେଳେ ଆକଳନ କରିଥିଲା। ସୂଚନା ଅଧିକାର (ଆର୍‌ଟିଆଇ) ମାଧ୍ୟମରେ ମିଳିଥିବା ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାର କଳାଧନ ରୋକିବା ଲାଗି ଯେଉଁ ୫୦୦ ଓ ୧୦୦୦ ଟଙ୍କିଆ ବୃହତ୍‌ ନୋଟ୍‌ ପ୍ରଚଳନକୁ ଅଚାନକ ବନ୍ଦ କରି ଦେବାକୁ ନିଷ୍ପତ୍ତି ନେଇଥିଲେ, ସେଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏକମତ ନ ଥିଲା। ୨୦୧୬ ନଭେମ୍ବର ୮ ଅପରାହ୍ନ ୫.୩୦ ମିନିଟ୍‌ରେ ବ୍ୟାଙ୍କର ସେଣ୍ଟ୍ରାଲ ବୋର୍ଡ ବୈଠକର ମିନ୍ୟୁଟ୍‌ସ ଅନୁଯାୟୀ ନିର୍ଦ୍ଦେଶକମାନେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ଟୀପ୍ପଣି ପ୍ରଣିଧାନଯୋଗ୍ୟ। ସେଥିରେ କୁହାଯାଇଥିଲା ଯେ, ଅଧିକାଂଶ କଳାଧନ ନଗଦ ଭାବେ ରଖାଯାଇ ନ ଥାଏ। ରିୟଲ ସେକ୍ଟର ସମ୍ପତ୍ତି ଯଥା ଜମି, କୋଠାବାଡ଼ି, ସୁନା ଭଳି ଜିନିଷରେ ଏହା ବିଶେଷଭାବେ  ବିନିଯୋଗ ହୋଇଥାଏ। ତେଣୁ  ୫୦୦ କିମ୍ବା ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଲେ ତାହା କଳାଧନ ଉପରେ ସେଭଳି କୌଣସି ପ୍ରଭାବ ପଡ଼ିବ ନାହିଁ। ମାତ୍ର ମୋଦି ସରକାର ନିଜ ଜିଦ୍‌ରେ ଅଟଳ ରହି ଅପର୍ଯ୍ୟାପ୍ତ ଅର୍ଥ ଅଚଳ କରିଦେଲେ, ଯାହାର କୁଫଳ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ଉପରେ ସିଧାସଳଖ ପଡ଼ିଛି। ଆର୍‌ଟିଆଇରେ ମଗାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଆର୍‌ବିଆଇ ମାନିଛି ଯେ, ବିମୁଦ୍ରୀକରଣ ବେଳେ ପେଟ୍ରୋଲ ପମ୍ପ୍‌ ଭଳି ଯେଉଁସବୁ ସ୍ଥାନରେ ଅଚଳ ନୋଟ୍‌କୁ ସଚଳ କରିବା ଲାଗି ଦିଆଯାଇଥିଲା ସେ ସଂକ୍ରାନ୍ତ ତଥ୍ୟ ତା’ ପାଖରେ ନାହିଁ। ଏହି କଥାରୁ ଖିଅ ଟାଣି ଦେଖିଲେ ଗତବର୍ଷ ଅଗଷ୍ଟରେ ଆର୍‌ବିଆଇ ହିସାବ ଦେଇଥିଲା ଯେ ୯୯.୩ ପ୍ରତିଶତ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବ୍ୟାଙ୍କିଙ୍ଗ ପରିସରଭୁକ୍ତ ହୋଇଛି। ଅର୍ଥାତ୍‌ କେବଳ ୦.୭ ପ୍ରତିଶତ ଅଚଳ ନୋଟ୍‌ କେଉଁଠାରେ ରହିଯାଇଛି। ଏତେ କମ୍‌ ମାତ୍ରାର ଅର୍ଥ ସାଧାରଣତଃ ସଚେତନ ନ ଥିବା ଭାରତୀୟଙ୍କ ପାଖରେ ରହିଯାଇଛି କିମ୍ବା ଚିରା ଅବସ୍ଥାରେ ଥାଇପାରେ। ଏପରିକି ନେପାଳ ସମେତ କେତେକ ପଡ଼ୋଶୀ ଦେଶରେ ବହୁ ପରିମାଣର ଅଚଳ ଭାରତୀୟ ମୁଦ୍ରା ରହିଯାଇଥିବା ଜଣାପଡ଼ିଛି। ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଆସିପାରି ନ ଥିବା ଅଚଳ ନୋଟ୍‌କୁ ମିଶାଇ ଦେଲେ ତାହା ୧୦୦ ପ୍ରତିଶତରୁ ଊର୍ଦ୍ଧ୍ୱକୁ ଚାଲିଯାଉଛି। ତେଣୁ ବିମୁଦ୍ରୀକରଣ କଳାଧନ ରୋକିବାରେ ଆଦୌ ସକ୍ଷମ ହୋଇପାରି ନାହିଁ ବୋଲି ବୁଝିବାକୁ ହେବ। ସେହିପରି ନକଲି ନୋଟ୍‌ର ପ୍ରଚଳନ ବିମୁଦ୍ରୀକରଣ ପରେ ମଧ୍ୟ ଚାଲିଥିବା ବିଭିନ୍ନ ସମୟରେ ଜବତ ଅର୍ଥରୁ ଦେଖିବାକୁ ମିଳୁଛି।  

ଆର୍‌ଟିଆଇ ମାଧ୍ୟମରେ ରିଜର୍ଭ ବ୍ୟାଙ୍କକୁ ପଚରାଯିବାରୁ ମିଳିଥିବା ଉତ୍ତରରୁ ଅନେକ ବିସ୍ମୟକର ତଥ୍ୟ ପଦାକୁ ଆସିବାରେ ଲାଗିଲାଣି।  ଏହି କଠୋର ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ ସମୟରେ ଯେଭଳି ସାଧାରଣ ଲୋକଙ୍କୁ ଧନୀଙ୍କ ପାଖରେ ଠୁଳ ଥିବା କଳାଧନ ବିରୋଧରେ ତତେଇ ଦିଆଯାଇଥିଲା, ତାହା ବର୍ତ୍ତମାନ ଭୁଲ ପ୍ରମାଣିତ ହେଉଥିବାରୁ ଦେଶବାସୀ ଭାଜପା ସରକାରଙ୍କ ଉଦ୍ଦେଶ୍ୟ ବୁଝିପାରୁଥିବେ। ନିଜର ରାଜନୈତିକ ଲକ୍ଷ୍ୟ ପୂରଣ ଦିଗରେ ନିଆଯାଇଥିବା ନିଷ୍ପତ୍ତି କେତେ ଭୟଙ୍କର ହୋଇପାରେ ତାହା ପରବର୍ତ୍ତୀ ସମୟରେ ଲୋକଲୋଚନକୁ ଆସୁଛି। ଆର୍‌ବିଆଇ ବିମୁଦ୍ରୀକରଣ ସଂକ୍ରାନ୍ତରେ  ଦେଇଥିବା କ୍ରମାଗତ ତଥ୍ୟରୁ ସ୍ପଷ୍ଟ ହେଉଛି ଯେ, ଯେଉଁ ସମୟରେ ଭୁଲ ନିଷ୍ପତ୍ତି ନିଆଗଲା, ତାହା ଦ୍ୱାରା ସୃଷ୍ଟି ହୋଇଥିବା କ୍ଷତି ଭରଣା କରିବା କଷ୍ଟକର। ଏହି ପ୍ରଚ୍ଛଦପଟରେ ଦେଖିଲେ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରବର୍ତ୍ତୀ ବାଲାକୋଟ କାର୍ଯ୍ୟାନୁଷ୍ଠାନକୁ ଭାଜପା ସାଧାରଣ ନିର୍ବାଚନରେ ପ୍ରସଙ୍ଗ କରିବ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ କହିସାରିଲେଣି। ତାଙ୍କ ପୂର୍ବରୁ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବି.ଏସ୍‌. ୟେଦୁରପ୍ପା କହିଥିଲେ ଯେ, ବାଲାକୋଟ ଆକ୍ରମଣ ରାଜ୍ୟରେ ୨୮ ଲୋକ ସଭା ଆସନରୁ ୨୨ ଆସନ ଦଳକୁ ଦେବାରେ ସକ୍ଷମ ହେବ। ଏଥିରୁ ଭଲ ଭାବେ ବୁଝିହେଉଛି, ଜାଣିଶୁଣି ଭାଜପା ମିଥ୍ୟା ଜାତୀୟତାବାଦ ସୃଷ୍ଟି ଲକ୍ଷ୍ୟରେ ଅଚାନକ ନିଷ୍ପତ୍ତି ନେବାରେ ଧୁରନ୍ଧର। ଦଳ କିମ୍ବା ବ୍ୟକ୍ତିଗତ ସ୍ବାର୍ଥ ଚରିତାର୍ଥ ଲାଗି ଜାତୀୟ ସ୍ବାର୍ଥକୁ ଜଳାଞ୍ଜଳି ଦିଆଗଲେ ତାହା ଦେଶକୁ ରସାତଳକୁ ନେଇଯିବ। ବିମୁଦ୍ରୀକରଣ ଓ ବାଲାକୋଟ   ଜନସାଧାରଣଙ୍କ ମନରେ ଦୀର୍ଘ ବର୍ଷ ତାଜା ରହିଲା ଭଳି ଦୁଇଟି ଦୃଷ୍ଟାନ୍ତ।

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା