ଫୁରସତ |

ଅଦୃଶ୍ୟ ମଣିଷ

ଅଦୃଶ୍ୟ ମଣିଷ
‘ଅଦୃଶ୍ୟ ମଣିଷ’ ପ୍ରସିଦ୍ଧ କଳ୍ପ ବିଜ୍ଞାନ କଥାଶିଳ୍ପୀ ଏଚ୍‌.ଡି. ଓ୍ବେଭ୍‌ସ୍‌ଙ୍କ ଦ୍ୱାରା ଲିଖିତ ଏକ ଅମର ଉପନ୍ୟାସ। ଏଥିରେ ଏକ ମଣିଷକୁ ବୈଜ୍ଞାନିକ ଉପାୟରେ ଅଦୃଶ୍ୟ କରାଗଲେ ସମାଜରେ ବଞ୍ଚି ରହିବା ପାଇଁ କି ସୁବିଧା ଓ ଅସୁବିଧା ହେବ ସେ ସମ୍ପର୍କରେ ଚାଞ୍ଚଲ୍ୟକର ଅବତାରଣା କରାଯାଇଛି। ଉପନ୍ୟାସର ରଚନାକାଳ ୧୮୯୭। ଗ୍ରିଫିନ୍‌ ନାମକ ଜଣେ ଉତ୍ସାହୀ ତରୁଣ ବୈଜ୍ଞାନିକ ମଣିଷକୁ ବୈଜ୍ଞାନିକ ଉପାୟରେ ଅଦୃଶ୍ୟ କରିବା ପାଇଁ ଗବେଷଣା ଆରମ୍ଭ କରେ। ସେ ଏପରି ଏକ ରାସାୟନିକ ପଦାର୍ଥ ଆବିଷ୍କାର କରେ, ଯାହାକୁ ସେବନ କଲେ ଶରୀରର ପ୍ରତିସରଣାଙ୍କ (Refraction Index) କମି ବାୟୁର ପ୍ରତି ସରଣାଙ୍କ ସଙ୍ଗେ ସମାନ ହୋଇ ଶରୀର ଅଦୃଶ୍ୟ ହୋଇଯାଏ। ସେ ପ୍ରଥମେ ନିଜର ଏହି ଆବିଷ୍କାରକୁ ସଫଳତାର ସହ ଏକ ବିରାଡ଼ି ଉପରେ ପ୍ରୟୋଗ କରେ। ତା’ପରେ ସେ ଏହି ଆବିଷ୍କାରକୁ ନିଜ ଉପରେ ପ୍ରୟୋଗ କରି ନିଜକୁ ସମ୍ପୂର୍ଣ୍ଣ ଅଦୃଶ୍ୟ କରିଦିଏ। ପରେ ସେ ହୃଦୟଙ୍ଗମ କରେ ଯେ ଏକ ଅଦୃଶ୍ୟ ମଣିଷ ପାଇଁ ସମାଜରେ ଚଳିବା ଏକ କଷ୍ଟକର ବ୍ୟାପାର, କାରଣ ସାଧାରଣ ମଣିଷ ଭଳି ତାକୁ ଖାଇବା ପିଇବାକୁ ପଡ଼ିବ ତଥା ଜୀବନର ଅନ୍ୟାନ୍ୟ ମୌଳିକ କ୍ରିୟା ସମ୍ପାଦନ କରିବାକୁ ପଡ଼ିବ। ତେଣୁ ସେ ନିଜକୁ ପୁଣି ଦୃଶ୍ୟ କରିବା ପାଇଁ ଗବେଷଣା ଆରମ୍ଭ କରେ। ଏଥିପାଇଁ ସେ ନିଜର ଶରୀରକୁ କପଡ଼ାରେ ସମ୍ପୂର୍ଣ୍ଣ ଢାଙ୍କି ପଶ୍ଚିମ ସସେକ୍ସ୍‌ର ଆଇପିଙ୍ଗ ନାମକ ଏକ ଗାଁର ପାନ୍ଥଶାଳାରେ ଅବସ୍ଥାନ କରେ। ସେଠାରେ ସେ କାହା ସହିତ ମିଳାମିଶା ନ କରି ନିଭୃତ ଭାବେ କିଛି ବୋତଲ ଓ ରାସାୟନିକ ପଦାର୍ଥ ନେଇ ଗବେଷଣା ଆରମ୍ଭ କରେ। ସମୟକ୍ରମେ, ଗାଁର ଲୋକମାନେ ଏ ବିଚିତ୍ର ଆଗନ୍ତୁକର କାର୍ଯ୍ୟକଳାପ ଉପରେ ଘୋର ସନ୍ଦେହ ପ୍ରକାଶ କରି ତାକୁ ଏକ ଚୋରି ଘଟଣାରେ ଦୋଷୀ ସାବ୍ୟସ୍ତ କରନ୍ତି। ପାନ୍ଥଶାଳାର ମାଲିକାଣୀ ତା’କୁ ପାନ୍ଥଶାଳାର ବାକିଆ ପାଉଣା ପ୍ରଦାନ ପାଇଁ ବାଧ୍ୟକରି ତା’ର ଅସଲ ପରିଚୟ ଦାବି କରେ। ଗାଁ ଲୋକମାନେ ମଧ୍ୟ ତାକୁ ଧରି ପୋଲିସ୍‌ରେ ଜମା ଦେବା ପାଇଁ ଚେଷ୍ଟା କରନ୍ତି। ଏଥିରେ ଗ୍ରିଫିନ୍‌ ନିଜର କପଡ଼ାସବୁ ଖୋଲିଦେଇ ନିଜକୁ ଅଦୃଶ୍ୟ କରି ଖସି ପଳାଇଯାଏ। ମାତ୍ର ସେ ପାନ୍ଥଶାଳାରେ ନିଜ ଗବେଷଣାର ପରିଶ୍ରମ ଲବ୍ଧ ସ୍ବଲିଖିତ କିଛି ଟିପାଖାତା ଛାଡ଼ି ଯାଇଥିବାରୁ ତାକୁ ସଂଗ୍ରହ କରିବା ପାଇଁ ଉଦ୍ୟମ କରେ। ଅଦୃଶ୍ୟ ହୋଇଥିବାରୁ ଗ୍ରିଫିନ୍‌ ସମାଜ ପାଇଁ ଏକ ବଡ଼ ବିପଦ ରୂପେ ମୁଣ୍ଡ ଟେକେ। ସେ ନିକଟସ୍ଥ ଏକ ସହର ପୋର୍ଟ ଷ୍ଟୋଓ୍ବେ ପଳାୟନ କରି ସେଠାରେ ଚୋରି କରିବା ଲୋକଙ୍କୁ ମାର୍‌ଧର କରିବା ଆଦି ଦୁଷ୍କର୍ମରେ ନିଜକୁ ବ୍ୟସ୍ତ ରଖେ। ଶେଷରେ ସେ ଶ୍ରାନ୍ତକ୍ଳାନ୍ତ ହୋଇ ନିଜର ଜଣେ ପୁରୁଣା କଲେଜ ସହପାଠୀ କେମ୍ପର ଘରେ ପହଞ୍ଚି କିଛି ଖାଦ୍ୟ ଓ ପୋଷାକ ପାଇଁ ଅନୁରୋଧ କରେ। ସେ ନିଜର ଅଦୃଶ୍ୟତାର ସୁଯୋଗ ନେଇ ସମାଜରେ ଆତଙ୍କ ଖେଳାଇବାର ଯୋଜନା ପ୍ରକାଶ କରି ସେ ଦିଗରେ କେମ୍ପର ସାହାଯ୍ୟ କାମନା କରେ। ମାତ୍ର ସେଥିରେ କେମ୍ପ ରାଜି ନ ହୋଇ ଅଦୃଶ୍ୟ ମଣିଷକୁ ପୋଲିସରେ ଧରାଇଦେବା ପାଇଁ ଗୁପ୍ତ ଯୋଜନା ପ୍ରସ୍ତୁତ କରେ। ଗ୍ରିଫିନ୍‌ ଏହା ଜାଣିପାରି କେମ୍ପ ଉପରେ ଆକ୍ରମଣ କରେ। ମାତ୍ର ସ୍ଥାନୀୟ ଲୋକେ କେମ୍ପର ସହାୟତା କରି ଅଦୃଶ୍ୟ ମଣିଷ ଆକ୍ରମଣର ମୁକାବିଲା ପୂର୍ବକ ତାକୁ ମାରି ଦିଅନ୍ତି। ମୃତ୍ୟୁ ପରେ ଶରୀରର ଅଦୃଶ୍ୟତା ଧର୍ମ ଲୋପ ପାଏ ଏବଂ ଗ୍ରିଫିନ୍‌ର ସ୍ଥୂଳ ଶରୀର ଦୃଶ୍ୟ ହୁଏ। ଏହିପରି ଭାବରେ ରୋମାଞ୍ଚକର ଉପନ୍ୟାସଟିର ପରିସମାପ୍ତି ଘଟେ। ବୈଜ୍ଞାନିକ ବିଶ୍ଳେଷଣ ଆଲୋକରଶ୍ମି କୌଣସି ଗୋଟିଏ ମାଧ୍ୟମରେ ଗତି କରୁଥିବା ପର୍ଯ୍ୟନ୍ତ ସରଳରେଖାରେ ଯାଉଥାଏ। ମାତ୍ର ଏହା ଗୋଟିଏ ମାଧ୍ୟମରୁ ଯାଇ ଅନ୍ୟ ମାଧ୍ୟମରେ ପ୍ରବେଶ କଲେ ‘ପ୍ରତିସରଣ’ ପ୍ରଭାବ ହେତୁ ମୂଳ ଦିଗରୁ ବଙ୍କେଇଯାଏ। ମାତ୍ର ଉଭୟ ମାଧ୍ୟମର ପ୍ରତିସରଣାଙ୍କ ସମାନ ହେଲେ ଆଲୋକ ନିଜର ସରଳରୈଖିକ ଗତି ଅବ୍ୟାହତ ରଖେ ଏବଂ ମାଧ୍ୟମ ଦ୍ୱୟ ସ୍ଥୂଳ ଭାବରେ ପୃଥକ ହେଲେ ସୁଦ୍ଧା ଆଲୋକ ପାଇଁ ଗୋଟିଏ ମାଧ୍ୟମ ସଦୃଶ ଆଚରଣ କରେ। ଏହି ତତ୍ତ୍ୱକୁ ବୁଝିବା ପାଇଁ ଗୋଟିଏ ପରୀକ୍ଷା କରାଯାଇପାରେ। ଗୋଟିଏ କାଚ ବିକର୍‌ରେ କିଛି ଗ୍ଳିସେରିନ୍‌ ନେଇ ସେଥିରେ କାଚର ଗୋଟିଏ ପ୍ରିଜିମ୍‌ ବୁଡ଼ାନ୍ତୁ। ଦେଖିବେ, ଗ୍ଳିସେରିନ୍‌ ମଧ୍ୟରେ ପ୍ରିଜିମ୍‌ର ଉପସ୍ଥିତି ଆଦୌ ବାରିହେବ ନାହିଁ ଏବଂ ପ୍ରିଜିମ୍‌ଟି ଅଦୃଶ୍ୟ ହେଲା ଭଳି ଜଣାପଡ଼ିବ। ଏଠାରେ ଗ୍ଳିସେରିନ୍‌ର ପ୍ରତିସରଣାଙ୍କ (୧.୪୭) ଏବଂ ପ୍ରିଜିମ୍‌ କାଚ (କ୍ରାଉନ୍‌ ଗ୍ଳାସ୍‌)ର ପ୍ରତିସରଣାଙ୍କ (୧.୫୨) ପାଖାପାଖି ସମାନ ମୂଲ୍ୟର ଥିବାରୁ ଉଭୟ ପଦାର୍ଥ ଆଲୋକ ପାଇଁ ଗୋଟିଏ ମାଧ୍ୟମ ସଦୃଶ ଆଚରଣ କରେ ଏବଂ ଗ୍ଳିସେରିନ୍‌ ମାଧ୍ୟମରେ ପ୍ରିଜିମ୍‌ ଅଦୃଶ୍ୟ ହୋଇଗଲା ପରି ଭ୍ରମଧାରଣା ସୃଷ୍ଟି ହୁଏ। ନିକୁଞ୍ଜ ବିହାରୀ ସାହୁ, ଏଜୁକେଶନ୍‌ ଅଫିସର୍‌ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ
All Right Reserved By

ଫୁରସତ |

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

ସାଧାରଣତଃ ୪ ହାତ ଓ ୪ ଗୋଡ଼ ଥିବା ସନ୍ତାନ ଜନ୍ମ ନେଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାଆନ୍ତି ତ ପୁଣି କିଏ ଏହାକୁ ଶୁଭ ମାନି ଥାଆନ୍ତି। ହେଲେ ଏମିତି କାହିଁକି ହୁଏ, ତାହା ହୁଏତ ଅନେକେ ଜାଣି ନ ଥିବେ। 

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସ୍ବସ୍ତିକ ଚିହ୍ନର ରହିଛି ଅନେକ ଧାର୍ମିକ ମହତ୍ତ୍ୱ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଏହି ଚିହ୍ନର ବ୍ୟବହାର କରାଯାଇଥାଏ। 

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ମନ୍ଦିର ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଗ୍ରୀକ୍‌ରେ  ରହିଛି ଏପରି ଏକ ମନ୍ଦିର। ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। 

ବଡ଼ ବନ୍ଧାକୋବି

ବଡ଼ ବନ୍ଧାକୋବି

ନ୍ୟୁୟର୍କ, ୟୋର୍କଶାୟର୍‌ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ସେ ହେଉଛି ହାରୋଗେଟ୍‌ ଅଟମ୍‌ନ ଫ୍ଲାଓ୍ବାର ଶୋ’। ଏହା ବ୍ରିଟେନ୍‌ର ଏକ ଗର୍ଡେନିଂ ଇଭେଣ୍ଟ, ଯେଉଁଥିରେ ଆଗ୍ରହୀ କୃଷକମାନେ ନିଜ ଝାଳବୁହା ପରିଶ୍ରମରେ ଉତ୍ପାଦନ କରିଥିବା ବିରାଟକାୟ ପନିପରିବାକୁ ପ୍ରଦର୍ଶିତ କରିଥାଆନ୍ତି।

ବାପାଙ୍କ ସେବାରେ କୁନି ଝିଅ

ବାପାଙ୍କ ସେବାରେ କୁନି ଝିଅ

୬ ବର୍ଷର କୁନି ଝିଅ ଜିଆ ଜିଆ। ଯେଉଁ ବୟସରେ ସେ ବାପାଙ୍କ କାନ୍ଧରେ ବସି ଦୁନିଆ ଦେଖିବା କଥା, କଣ୍ଢେଇକୁ ସଜେଇ ଖେଳ ଖେଳିବା କଥା ସେହି ବୟସରେ ସେ ସାଜିଛି ପକ୍ଷାଘାତ ଗ୍ରସ୍ତ ବାପାଙ୍କ ସାହାରା। 

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପାର୍ବଣ ଅବସରରେ ବିଭିନ୍ନ ଶୁଭକାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ଏହା ଦ୍ୱାରା କାର୍ଯ୍ୟରେ କୌଣସି ବିଘ୍ନ ସୃଷ୍ଟି ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ସମୟରେ କିଛି ବାସ୍ତୁ କାର୍ଯ୍ୟ କରିବା ଦ୍ୱାରା ଗୃହ ତଥା ବ୍ୟବସାୟ ଆଦିରେ ଶୁଭଫଳ ପ୍ରାପ୍ତି ହୋଇଥାଏ।  

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସିଂହବାହିନୀ ମା’ ଦୁର୍ଗାଙ୍କ ଆଗମନ ଲାଗି ଗାଁଠାରୁ ସହର ଏବେ ଉତ୍ସବ ମୁଖର। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ପାଇଁ ସମସ୍ତେ ପ୍ରସ୍ତୁତି ଚଳାଇଛନ୍ତି। 

ଝିଅ ନୁହେଁ ହୀରା

ଝିଅ ନୁହେଁ ହୀରା

କମୁନି କନ୍ୟାଭ୍ରୂଣ ହତ୍ୟା। ଆଜି ବି ଅଳିଆ, ଆବର୍ଜନା, ପରିତ୍ୟକ୍ତ ସ୍ଥାନରୁ ଶୁଭୁଛି କଅଁଳ ଶିଶୁକନ୍ୟାର କରୁଣ କ୍ରନ୍ଦନ। ହେଲେ ସେହି ଝିଅ ବାରବାର ପ୍ରମାଣିତ କରିଆସିଛି, ସେ ନୁହେଁ କାହାଠାରୁ କମ୍‌। ସେ ଘର ସମ୍ଭାଳି ପାରେ, ଦେଶ ବି। 

କେମିତି କଟିବ ପୂଜା

କେମିତି କଟିବ ପୂଜା

ପୂଜା ପାର୍ବଣରେ ସମସ୍ତେ ଛୁଟି ମନାନ୍ତି। ପରିବାର ସହ ସମୟ ଅତିବାହିତ କରନ୍ତି। ମାତ୍ର କଳାକାରଙ୍କର ଛୁଟି ନଥାଏ। କାରଣ ମନୋରଞ୍ଜନ କରିବା ସେମାନଙ୍କର ଧର୍ମ। ଜଲିଉଡ୍‌ର କେତେକ ଲୋକପ୍ରିୟ କଳାକାରଙ୍କ ପାର୍ବଣ ଅବସରକୁ ନେଇ ଏଇ ଆଲେଖ୍ୟ...

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ଲେଖିକା ପଙ୍କଜବାସିନୀ ଭଞ୍ଜଦେଓ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ମା’ ସିଂହାସନୀ

ମା’ ସିଂହାସନୀ

ପ୍ରାକୃତିକ ଶୋଭା ସମ୍ପଦରେ ବିମଣ୍ଡିତ ଓଡ଼ିଶାର ଗଞ୍ଜାମ ଜିଲା। ଏଠାରେ ରହିଛି ଅନେକ ଦେବୀପୀଠ। ତେବେ ପୋଲସରାଠାରୁ ପ୍ରାୟ ୨୭ କି.ମି ଦୂର ପାହାଡ଼ ଜଙ୍ଗଲଘେରା ପ୍ରାକୃତିକ ପରିବେଶରେ ଥିବା ମା’ ସିଂହାସନୀଙ୍କ ପୀଠ ଅନ୍ୟତମ।

ଧକ୍କା ମାରି ଟ୍ରେନ୍‌ ଭିତରକୁ ଯାତ୍ରୀଙ୍କୁ ପଶାଇବା ଲାଗି ମାସକୁ ମିଳେ ୨ଲକ୍ଷ

ଧକ୍କା ମାରି ଟ୍ରେନ୍‌ ଭିତରକୁ ଯାତ୍ରୀଙ୍କୁ ପଶାଇବା ଲାଗି ମାସକୁ ମିଳେ ୨ଲକ୍ଷ

ଲୋକଙ୍କୁ ଟ୍ରେନ ଭିତରକୁ ଧକ୍କାଦେବା ଜାପାନ ମେଟ୍ରୋରେ ଏପର ଅନେକ କର୍ମଚାରୀ ରହିଛନ୍ତି। ସେମାନେ ଟ୍ରେନକୁ ଚଢ଼ୁଥିବା ଯାତ୍ରୀମାନଙ୍କୁ ଧକ୍କା ଦେଇ ଭିତରକୁ ଠେଲନ୍ତି।