ସମ୍ପାଦକୀୟ |

ସତ ହଜିଯାଉଛି

ସତ ହଜିଯାଉଛି

ସହଦେବ ସାହୁ

ଉଦାରୀକରଣ ପରବର୍ତ୍ତୀ କାଳରେ ଆମେ ଆମେରିକାକୁ ଅନୁକରଣ କରିବାରେ ଲାଗିଛୁ। ସେଠାରେ ରାଜନେତାମାନେ ନିଜର ପତିିଆରା ବିକି ପୁଞ୍ଜିନିବେଶକାରୀଙ୍କୁ ସାହାଯ୍ୟ କରିଥାନ୍ତି। ଘର ବ୍ୟବହାର କଲେ ଯେପରି ଆମେ ଭଡ଼ା ଦେଇଥାଉ, ସରକାରୀ କାମ ହାସଲ ଲାଗି କମ୍ପାନୀ ମାଲିକମାନେ ନେତାର ଅନୁକମ୍ପା/ପ୍ରଭାବ ବ୍ୟବହାର କରିବାର ମୂଲ୍ୟ ଦେଇଥାନ୍ତି। ଏ ପ୍ରକାର ଦେବା ବ୍ୟବସ୍ଥାକୁ ଅର୍ଥନୀତିଜ୍ଞମାନେ ରେଣ୍ଟିଂ କହୁଛନ୍ତି। ଅର୍ଥନୀତି ଶାସ୍ତ୍ର ସବୁ କଥା ଲାଭକ୍ଷତିରେ ବିଚାର କରେ, ନୈତିକତା ଉପରେ ନୀରବ। ନିର୍ବାଚନୀ ଚାନ୍ଦା ବା ଅନ୍ୟପ୍ରକାରର ଲାଞ୍ଚ ନେତାମାନଙ୍କ ଅନୁକମ୍ପାର ଭଡ଼ା। ପାଟି କରିପାରୁଥିବା ବିରୋଧୀ ଦଳର ନେତା ଏବଂ ପାଟି କରୁଥିବା ମିଡିଆର ମାଲିକଙ୍କୁ ଚୁପ୍‌ କରିବାକୁ ଦିଆଯାଉଥିବା ଚାନ୍ଦା ବା ଲାଞ୍ଚ ବି ସେମାନଙ୍କ ଅନୁକମ୍ପାର ଭଡ଼ା। ଆମେରିକା ପରି ଏକ ଅଗ୍ରଗଣ୍ୟ ଦେଶର ଉଦାହରଣ ଆମେ କାହିଁକି ଗ୍ରହଣ ନ କରିବା? ଆଗକାଳରେ ଲାଞ୍ଚ ଲୁଚାଛପା ଥିଲା, ଏବେ ରାଜନୈତିକ ଚାନ୍ଦା ନାଁରେ ଖୋଲାଖୋଲି କାରବାର। ଆମ ଦେଶରେ ରେଣ୍ଟିଂ ଏଭଳି ସ୍ତରକୁ ଖସିଆସିଛି ଯେ ଶାସନ ହୁଗୁଳା ହୋଇପଡ଼ିଛି। ଆମେରିକାରେ ଛିଙ୍କ ହେଲେ ସରକାରୀ କଳ ବ୍ୟସ୍ତ ହୋଇପଡୁଛି, କିନ୍ତୁ ଆମ ଦେଶରେ କାଶ ହେଲେ ବି ଚଳିବ ବୋଲି ସରକାର କହୁଛି। ଟାଲ୍‌କମ୍‌ ପାଉଡର୍‌ରେ କର୍କଟକାରୀ ଆଜ୍‌ବେଷ୍ଟସ୍‌ ଗୁଣ୍ଡ ଓ ବେବି ଅଏଲ୍‌ରେ ରୋଗସୃଷ୍ଟିକାରୀ ଫର୍ମାଲଡିହାଇଡ୍‌ ମିଶିଥିବା ଧରାପଡ଼ିବାରୁ ଆମେରିକାରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀ କୋଟି କୋଟି ଡଲାର କ୍ଷତିପୂରଣ ଦେଇଛି ା ଏ ଖବର ଶୁଣି ଭାରତରେ ଚହଳ ପଡ଼ିଗଲା, କିନ୍ତୁ ଆମ ସରକାରୀ ପରୀକ୍ଷାଗାର ସାର୍ଟିଫିକେଟ ଦେଲା ଯେ, ଜେ ଆଣ୍ଡ ଜେ କମ୍ପାନୀର ବେବି ପାଉଡରରେ ଦୂଷିତ ଜିନିଷ ଅସହନୀୟ ମାତ୍ରାରେ ନାହିଁ। ଭାରତୀୟଙ୍କ ପାଇଁ ଜେ ଆଣ୍ଡ ଜେ କମ୍ପାନୀ କ’ଣ ଏତେ ଦରଦୀ! ନା ରେଣ୍ଟିଂର ଫଳ!

ଆମେରିକାରେ ଏବେ ପୋଷ୍ଟ-ଟ୍ରୁଥ୍‌ (ସତ୍ୟ-ପରବର୍ତ୍ତୀ) ଯୁଗ ଚାଲିଛି, ତା’ ଅନୁକରଣରେ ଆମ ଦେଶରେ ସତ୍ୟଯୁଗ ପରବର୍ତ୍ତୀ କଳିଯୁଗ ଆସିଗଲାଣି। ଏ ହେଉଛି ଅସତ୍ୟ ଓ ମିଥ୍ୟାର ରେଣ୍ଟିଂ ଓ ଡୋନେଶନ୍‌ର ଯୁଗ! ଉଦାରୀକରଣ ପରବର୍ତ୍ତୀ କାଳରେ ଆମେ ଆମେରିକାକୁ ଅନୁକରଣ କରିବାରେ ଲାଗିଛୁ। ତା’ ସାଙ୍ଗରେ ଗରିବଙ୍କ ଦୁଃଖ ହରଣ ଆଳରେ ଯେତେ ପ୍ରକାର ସମ୍ଭବ ଯୋଜନା କରୁଛୁ। ତହିଁରେ ଉପକାର ପାଇବା ଲାଗି ବିଭିନ୍ନ ସ୍ତରର ନିର୍ବାଚିତ ପ୍ରତିନିଧିଙ୍କ ସୁପାରିସ ଦରକାର; ଏ ତ ରେଣ୍ଟିଂ ବ୍ୟବସ୍ଥା। ବୋଫର୍ସ, ୱେଷ୍ଟଲାଣ୍ଡ ବା ରାଫାଲର ଲାଞ୍ଚ ଗନ୍ଧରେ ବୁଦ୍ଧିଜୀବୀମାନେ ସିନା ବ୍ୟସ୍ତ, କିନ୍ତୁ ସାଧାରଣ ଲୋକଟିଏ ଯେ ଗରିବୀ ସାର୍ଟିଫିକେଟ ପାଇବା ଲାଗି ଲାଞ୍ଚ ଦେଉଛି ଏବଂ ବିଭିନ୍ନ ସ୍କିମ୍‌ର ଫାଇଦା ପାଇବା ଲାଗି ରେଣ୍ଟିଂର ଶିକାର ହେଉଛି, ସେଥିପାଇଁ କେହି ବ୍ୟସ୍ତ ହେଉନାହାନ୍ତି। ଭୋଟରଙ୍କ ଭିତରୁ ୭୦ ପ୍ରତିଶତ ତ ଗରିବ, ତହିଁରୁ ପୁଣି ଅର୍ଦ୍ଧାଧିକ ଜାତିଆଣ, ସାମ୍ପ୍ରଦାୟିକ, ଧର୍ମୀୟ ତଥା ଭାଷାଭାଷୀ ଆଦି ରୋଗରେ ବିଷାଦଗ୍ରସ୍ତ, ସେମାନଙ୍କୁ ସରକାରୀ ରାଜକୋଷରୁ କିଛି ଟଙ୍କା ଓ ଆଉ କିଛି ମାଗଣା ରସିଦ ବାଣ୍ଟିଦେଲେ ସେମାନେ ଖୁସି, ଦୀର୍ଘସ୍ଥାୟୀ ଚିକିତ୍ସା କ’ଣ ଦରକାର? ଏଠି ତ ୫ ବର୍ଷ ହିଁ ଗୋଟିଏ ଗୋଟିଏ ଯୁଗ। 

ନିର୍ବାଚନ ପାଖେଇ ଆସିଲେ ଏତେ ଘଟଣା ନଜରକୁ ଆସୁଛି, ଏତେ ସ୍କିମ୍‌ ଶାସକ ଦଳ କରୁଛି, ଏତେ ସ୍କିମ୍‌ର ସ୍ବପ୍ନ ବିରୋଧୀ ଦଳ ଦେଖାଉଛନ୍ତି ଯେ, ଲୋକେ ସତ-ମିଛ ଯାଞ୍ଚ କରିବାକୁ ତର ପାଉନାହାନ୍ତି। ଲୋକେ ନେତାଙ୍କ ଭେଳିକି ଧରିପାରୁ ନାହାନ୍ତି। ଜୀବନ ଓ ଜାତିର ସମସ୍ୟା ସମାଧାନ ପାଇଁ ଏକ ଅସ୍ତ୍ର ରୂପେ ସତ୍ୟର ଯେଉଁ ଶକ୍ତି ଥିଲା ତାହା ଏବେ ନିସ୍ତେଜ ହୋଇଯାଉଛି। ‘ମିଛ’ କହିବା ମାନେ ଆମେ ଏକ ‘ସତ୍ୟ’ ଥିଲା ବୋଲି ମାନୁଛୁ, କିନ୍ତୁ ସତ୍ୟକୁ ଖୋଲିବାକୁ କେହି ଚାହୁଁନାହିଁ, ବରଂ ସତ୍ୟ ଉଦ୍‌ଘାଟନ କରିବାକୁ ଉଦ୍ୟମ କରୁଥିବା ଲୋକକୁ ନିର୍ଯାତନା ଦିଆଯାଉଛି, ଦରକାର ହେଲେ ଦୁନିଆରୁ ବିଦା କରିଦିଆଯାଉଛି। ପ୍ରମାଣ ନଷ୍ଟକରିବା ଲାଗି ଭଡ଼ାଟିଆ ନରଘାତକ, ସୁପାରି କିଲର ନିୟୋଜିତ କରାଯାଉଛି। 

ରାଜନୀତିର ମାନେ କୌଣସି ମତେ ନିର୍ବାଚନ ଜିତିବା। ଏ ଏକ ଲଢେଇ, ତା’ର ରଣନୀତିରେ ଅଛି ଅର୍ଥ ପ୍ରଲୋଭନ, ବିରୋଧର ସ୍ବରକୁ ଦବାଇବାରେ ଶାସନକଳର ପ୍ରୟୋଗ ଏବଂ ବଡିମାର ପ୍ରଚାର ଲାଗି କେବଳ ସରକାରୀ ଲୋକସମ୍ପର୍କ ବିଭାଗ ନୁହେଁ, ଘରୋଇ ଲୋକସମ୍ପର୍କ କମ୍ପାନୀ (ପିଆର୍‌ ଫାର୍ମ) ନିଯୁକ୍ତି। ନିଜେ କେତେ ଭଲ ଓ ଅନ୍ୟ ଦଳର ଦଳପତିମାନେ କେତେ ଖରାପ ତାହା ପ୍ରଚାର କରିବାରେ ଦଳର ନେତା ଖୁବ୍‌ ବ୍ୟସ୍ତ। କଳେବଳେ ମିଡିଆର ମାଲିକଙ୍କୁ ରାଜନୈତିକ ପଦବୀ ଦେଇ ବା ପ୍ରଚୁର ବିଜ୍ଞାପନ ଦେଇ ଅକ୍ତିଆର କରାଯାଉଛି, ପିଆର୍‌ ଫାର୍ମ ଲଗାଇ ଇଣ୍ଟରନେଟ ସେବା ଓ ସୋସିଆଲ ମିଡିଆକୁ ସତ୍ୟର ଅପଳାପରେ ନିଜପକ୍ଷରେ ବ୍ୟବହାର କରାଯାଉଛି। ଲୋକେ ଭାବନ୍ତି ନେତା ଜଣକ ଫେସ୍‌ବୁକ, ଟୁଇଟର୍‌ ଆଦିରେ ନିଜେ ଲେଖୁଛନ୍ତି। ସେମାନେ ଜାଣନ୍ତି ନାହିଁ ଯେ ଜଣେ ଅଧିକାରୀ ବା ଏକ ଲୋକସମ୍ପର୍କ କମ୍ପାନୀର ଅଧିକାରୀ ଏହା କରେ, ନେତାଙ୍କ ଇଂଲିଶ ଭାଷା ଏତେ ଅର୍ଥବ୍ୟଞ୍ଜକ ହୋଇପାରିବ କି? ଭଲ ଇଂଲିଶ ଲେଖିବା ପାଇଁ ଚିନ୍ତା କରିବାର ସମୟ ତାଙ୍କ ପାଖରେ ଅଛି କି? ଏହାପରେ ଅଛି ପେଡ୍‌ ନ୍ୟୁଜ୍‌ (କିଣା ଖବର)- ସାମ୍ବାଦିକଙ୍କୁ ପାରିଶ୍ରମିକ ଦେଇ ଖବର ଛପାଇବା, କଳାକାରଙ୍କୁ ପାରିଶ୍ରମିକ ଦେଇ ଶ୍ରାବ୍ୟ-ଦୃଶ୍ୟ ମାଧ୍ୟମରେ ପ୍ରଦର୍ଶନ କରାଇବା ଆଦି ପେଡ୍‌ ନ୍ୟୁଜରେ ଗଣାଯାଏ। ସରକାରୀ ଖର୍ଚ୍ଚରେ ମିଡିଆରେ ଓ ରାସ୍ତାଘାଟରେ ଆଖିଦୃଶିଆ ବିଜ୍ଞାପନ ଏବଂ ସରକାରୀ କଳ ବ୍ୟବହାର କରି ସଭାସମିତିକୁ ଲୋକ ବୋହିବା- ଜନମତକୁ ବିଭ୍ରାନ୍ତ କରିବାର ଅସାଧୁ ଉପାୟ। 

ରାଜନୀତିରେ ଅସାଧୁତା କିଛିି ନୂଆ କଥା ନୁହେଁ। ଏବେ ଚିନ୍ତାର କାରଣ ଅସାଧୁ ଆଚରଣ ଏପରି ମାରାତ୍ମକ ହେବାରେ ଲାଗିଛି ଯେ, ଲୋକେ ସତ କ’ଣ ଜାଣିପାରୁନାହାନ୍ତି। ରାହୁଲ ଗାନ୍ଧୀ ବା ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟରେ କେତେ ସତ କେତେ ମନଗଢ଼ା କାହାଣୀ ସେସବୁକୁ ବିଶ୍ଳେଷଣ କରି ସତ ବାହାର କରିବାର ଲୋକ ମିଳୁନାହାନ୍ତି। ଲୋକପ୍ରତିନିଧିମାନଙ୍କ ଆଚରଣ ଲୋକଛଡ଼ା ହେଉଛି, ନେତାଙ୍କ ମୁଖପାତ୍ର ଭଳି ହେଉଛି। ବିଧାନସଭା କି ଲୋକ ସଭାରେ ଥରୁଟିଏ କଥା ନ କହି ବି ସେମାନେ ଲୋକ ପ୍ରତିନିଧି ବୋଲାଉଛନ୍ତି। ମିଛ ପ୍ରତିଶ୍ରୁତି ଦେଇ ଆସିଥିବା ଲୋକ ଦିନେ ସତକୁ ପୂରାପୂରି ଛାଡି ଦେଇପାରେ। ଗୋଟିଏ ଉଦାହରଣ ଦେଖନ୍ତୁ ଏନ୍‌ଜିିଓ ଶବ୍ଦ ବ୍ୟବହାର କରିବାରେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ବେସରକାରୀ ସ୍ତରରେ ବିକାଶ ଆଣିପାରିବେ ବୋଲି ୧୯୭୦ ଦଶକରେ ଜାତିସଂଘ ତା’ର ସଭ୍ୟ ରାଷ୍ଟ୍ରଗୁଡ଼ିକୁୁ ଏନ୍‌ଜିଓ ଗଢ଼ିବାରେ ପ୍ରୋତ୍ସାହନ ଦିଅନ୍ତୁ ବୋଲି ଘୋଷଣା କରିଥିଲେ। ଉଦ୍ଦେଶ୍ୟ ଥିଲା ଯେ ସରକାରୀ କଳ ବଜେଟର ଶତକଡା ୯୦ ଭାଗ ଦରମାରେ ଖର୍ଚ୍ଚ କରି ମାତ୍ର ୧୦ ଭାଗ କାମ କରୁଥିଲା ବେଳେ ଏନ୍‌ଜିଓମାନେ ବଜେଟର ଶତକଡା ୧୦ ଭାଗ ଦରମାରେ ଖର୍ଚ୍ଚ କରିବେ ବାକି ୯୦ ଭାଗ ଲୋକଙ୍କ ସେବାରେ ଖର୍ଚ୍ଚ କରିବେ। ଆମ ରାଜ୍ୟରେ ସରକାର ବି ଏନ୍‌ଜିଓ କାମ କରୁଛନ୍ତି ବୋଲି ଲୋକଙ୍କୁ ଜଣାଉଛନ୍ତି, ଏକ ଯୁବବାହିନୀ ତିଆରି କରୁଛନ୍ତି, ଖବରକାଗଜରେ ସରକାରୀ ବିଜ୍ଞାପନ ବାହାରୁଛି ‘ସମାବେଶ ସ୍ବେଚ୍ଛାସେବାର ଉତ୍ସବ’। ସରକାରୀ ଦରମା ଏବଂ ସ୍ବେଚ୍ଛାସେବା- ଏ ଦୁଇଟା ତ ପରସ୍ପରବିରୋଧୀ। ‘ଆଲିସ୍‌ ଇନ୍‌ ୱାଣ୍ଡରଲାଣ୍ଡ’ର ଆଲିସ୍‌ କହୁଥିଲା ନା ମୁଁ ଯାହା ମାନେ କରିବି ତାହା ହିଁ ମାନେ, ଆଭିଧାନିକ ଅର୍ଥ ନୁହେଁ। ରାଜନେତାମାନେ ସେମିତି କହୁଛନ୍ତି। ଦେଖନ୍ତୁ କିପରି ବିଭିନ୍ନ ସ୍କିମ୍‌ର ନାଁ ଯାହା ଦିଆଯାଇଛି ତାହା ଉଦ୍ଦେଶ୍ୟ ବୁଝାଉଛି କି? ଗରିବ ବୋଲି କାଗଜପତ୍ର ଯୋଗାଡ କରିପାରୁଥିବା ଲୋକ ହିଁ ଉପଭୋକ୍ତା ହୋଇପାରିବ। ମାଗଣା କିଛି ସାମଗ୍ରୀ କି ସେବା ହେଉ ବା ନଗଦ କୃଷି ଅନୁଦାନ ଟଙ୍କା ସବୁଥିରେ ଦଳର ନେତା ଓ କୁଜିନେତାମାନେ ଯେମିତି କିଛି ମାରି ପାରିବେ ସେଥିଲାଗି ସେମାନଙ୍କ ସୁପାରିସ ଦରକାର ବୋଲି କୁହାଯାଉଛି, ଏ ତ ଖୋଲାଖୋଲି ରେଣ୍ଟିଂ। ମାନବ ସମ୍ବଳ ନ ଥାଇ ସ୍କୁଲ, କଲେଜ କି ହସ୍ପିଟାଲ ଖୋଲିବା ମାନେ କେବଳ ନିର୍ମାଣ କାର୍ଯ୍ୟରୁ ପିସି ଉଠାଇବା। ନୂଆ ନୂଆ ଯୋଜନା ଏପରି ତିଆରି ହେଉଛି ଯେପରି ଦଳର ଲୋକେ ମାଲାମାଲ ହୋଇପାରିବେ। ତେଣୁ ସତ କହିବା ଦରକାର ପଡୁନାହିଁ। ସତ ହେଲା ଭୋଟ କିଣିବା, ଦେଶର ଭବିଷ୍ୟତ ଅଭିବୃଦ୍ଧି ନୁହେଁ। ବର୍ତ୍ତମାନ ବ୍ୟକ୍ତିକୁ ଦୈନିକ କିଛି ଦେଇ ବଶୀଭୂତ କରିବା ଏକମାତ୍ର ସତ୍ୟ, ସମାଜର ହିତ ବା ଦେଶର ଦୀର୍ଘକାଳୀନ ସାମୂହିକ ବିକାଶ ମିଛ। ଯିଏ ଏବେ ସରକାରୀ ଖର୍ଚ୍ଚରେ ବଢୁଛି ସିଏ କେବେ ନିଜେ ରୋଜଗାର କରିବାକୁ କାମ ଖୋଜିବ କି? ଦେଶର ଅଭିବୃଦ୍ଧିରେ ଗଣାହେବା ରୋଜଗାରୀ କାମ ନ କରିବ ତ ଜିଡିପି କେମିତି ବଢ଼ିବ? ଏ ସତ୍ୟର ସାମ୍‌ନା କରିବାକୁ ନେତାମାନେ ପ୍ରସ୍ତୁତ କେବେ ହେବେ?

ଆମ ରାଜ୍ୟରେ ତ ମୋଟରେ ୯୭ ଲକ୍ଷ ପରିବାର! ଗରିବ ସଂଖ୍ୟା ତ ୯୫ ଲକ୍ଷ ପରିବାରରୁ ବେଶି ହେବେନି; ଏହାର ଅର୍ଥ ଗୋଟିଏ ଗୋଟିଏ ପରିବାର ଏକାଧିକ ସୁବିଧା ପାଉଛନ୍ତି, ରେଣ୍ଟିଂ ଦେଇପାରୁ ନ ଥିବା ପରିବାର ଗରିବତର ହେଉଛି। ସରକାର ଯେତେ ସ୍କିମ୍‌ କଲେଣି ଶାସକ ଦଳର ଟାଣୁଆ ନେତାଏ ବି ମନେ ରଖିପାରୁନାହାନ୍ତି। ତହିଁରୁ ପ୍ରତି ସ୍କିମ୍‌ରେ ୨ କି ୫ କି ୨୦ ଲକ୍ଷ ପରିବାର ଲାଭବାନ ହେଉଛନ୍ତି ବୋଲି ବିଜ୍ଞାପନ ବାହାରୁଛି, ସବୁ ମିଶିଲେ ତ ଉପଭୋକ୍ତାଙ୍କ ସଂଖ୍ୟା ଦୁଇ ତିନି କୋଟି ହୋଇଯିବ। ଯେଉଁ ସତ ହଜିଯାଉଛି ତାକୁ ଖୋଜିବାର ବେଳ କେବେ ମିଳିବ?

ଇ-ମେଲ୍‌: sahadevas@yahoo.com

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା