ସମ୍ପାଦକୀୟ |

ହୁସିଆର, ବାଘ ମାତିଛି

 ହୁସିଆର, ବାଘ ମାତିଛି

ଡ. ଗୌରହରି ରାଉତ 

ହୁସିଆର ନଗ୍ରଜନେ! ବାଘ ମାତିଛି। ଭୂଇଁରେ ଲାଞ୍ଜ ପିଟି  ହେଣ୍ଟାଳ ଛାଡୁଛି। ଖୋଜୁଛି ଶିକାର- ମଣିଷ ଶିକାର। ତମେ ତାକୁ ଦେଖିଛ ପାଖରେ, ପାଚେରି ଉପରେ, ବାଡିବାଗାନାରେ। ହେଣ୍ଟାଳ ଛାଡି କୁଦିପଡୁଛି ଏ ପାଖରୁ ସେ ପାଖକୁ- ତୁମ ଆଖିରୁ ନିଦ ହଜେଇ ନିଡରରେ ବୁଲୁଛି ନିଶାର୍ଦ୍ଧରେ ତୁମ ଏ ନଗରରେ। କେତେଥର ଦେଖିଛ ସିସିଟିଭିରେ। କାତର ହୋଇ କେତେ ଯୋଜନା କରିଛ ତାକୁ ଧରିବାକୁ। କାବୁ କରିବାକୁ ବିଶେଷଜ୍ଞ, ବନବିଭାଗ ତତ୍ପର। ଶେଷରେ ବାଘ ଧରାପଡିଲା ଯନ୍ତାରେ। ଆଉ ତୁମେ ଏଇ ସଫଳତାରେ ନିଜ ବାହାଦୁରିର ବିଜୟ ବୈଜୟନ୍ତ ଉଡ଼େଇ ଦେଖାଉଛ ପୁରୁଷପଣିଆ। କହୁଛ- ଦେଖ, ମଣିଷ ଶିକାର ଖୋଜୁଥିବା ବାଘ ଏବେ ଆମ ଅକ୍ତିଆରରେ।

ହୁସିଆର ନଗ୍ରଜନେ! ବାଘ ମାତିଛି। ଏ ବାଘ ବୁଲୁଛନ୍ତି ରାତିରେ, ଦିନରେ ନଗରରେ। ଯୌନଲିପ୍‌ସୁ ଏମାନେ ଖୋଜି ଚାଲିଛନ୍ତି ଶିକାର- ନାରୀ ଦେହର ଶିକାର। ଏଇ ବାଘପଲ ଶିକାର ପାଇଁ ଧରୁଛନ୍ତି ବିଭିନ୍ନ ବେଶ। କେବେ ଶିକାର କରୁଛନ୍ତି ଏକା ଏକା- କେବେ ସାଥୀ ସହୋଦର ସହ ମିଳିତଭାବେ। ରକ୍ତରଞ୍ଜିତ କରି ଖିନ୍‌ଭିନ୍‌ କରୁଛନ୍ତି ନିରୋଳା ତୋଟାରେ, ନଈପଠା, ଶୂନ୍‌ଶାନ୍‌ ପରିତ୍ୟକ୍ତ କୋଠା-ମଠରେ, ହାଟରେ, ଗୋଠରେ- ସବୁ ଜାଗାରେ। ତମେ ସେମାନଙ୍କ ପାଇଁ ଯେତେ ସିସିଟିଭି ଲଗାଅ-ଯେତେ ଯନ୍ତା ଅଥବା ଫାଶ ବସାଅ, ସବୁ ଫେଲ୍‌ ମାରୁଛି। ଏଠି ଯଦି ଅକସ୍ମାତ୍‌ ଗୋଟିଏ ଧରପଡିଲା ତ ସେଠି ହେଣ୍ଟାଳ ଛାଡି ଭୂଇଁରେ ଲାଞ୍ଜ ପିଟୁଛି ଆଉ ଏକ ମାଂସଲୋଭୀ ବାଘ। ରାତିରେ, ଦିନରେ ଶିଶୁକନ୍ୟା, କିଶୋରୀ କନ୍ୟା, ଝିଅବୋହୂ ତୁମର ସୁରକ୍ଷିତ ତ ଏ ନଗ୍ରରେ? ସେଦିନ ଯନ୍ତା ବସେଇ ଯେଉଁ ବାଘକୁ କାବୁ କରିଥିଲ- ତା’ର ଦି’ଟା ରୂପ ନ ଥିଲା, ସେଥିପାଇଁ ସିସିଟିଭି ଫୁଟେଜ୍‌ରେ ତାକୁ ଚିହ୍ନିଲ। କିନ୍ତୁ ଏ ବହୁରୂପୀ ବାଘମାନଙ୍କୁ କିପରି ଚିହ୍ନିବ? 

ହୁସିଆର! ବାଘ ମାତିଛନ୍ତି- ବହୁରୂପୀ ବାଘ। ମଉସା ମଉସା କହି ମୁଣ୍ଡ ମୋଡୁଥିବା ବାଘ। ବେଳକାଳ ଉଣ୍ଡି ଘରେ ପଶି କଳାକନା ବୁଲାଇ ଶେଷରେ ତଣ୍ଟିକଣା କରି ଜୀବନ ନେଉଥିବା ବାଘ ଏମାନେ। ଏ ଠାଉରିଆ ବାଘମାନେ କେଉଁ ଯନ୍ତା ବା ଫାଶରେ ପଡିବେ? ପାଖରେ ବସି ପ୍ରୀତି ବଢ଼ାଇ ପରମ ଶତ୍ରୁ ସାଜନ୍ତି ଏମାନେ। ତାଙ୍କ ପ୍ରୀତିର ଭାଷା ବୁଝିଲା ବେଳକୁ ନେଡିଗୁଡ଼ କହୁଣିକୁ ବୋହି ସାରିଥାଏ। ସେତେବେଳକୁ ଏକା କୁଦାରେ ବାଘ ମାରିଥାନ୍ତି ଚମ୍ପଟ। ନଗ୍ରଜନେ, ଏମାନେ ତ ଯାହା ନେବାର କଥା ନେଲେ, ହେଲେ ଶେଷକୁ ନରଖାଦକ ସାଜି ସଂସାର ଉଜାଡି ଦେଉଛନ୍ତି। ବିଭିନ୍ନ ବାଗରେ, ବିଭିନ୍ନ ଢଙ୍ଗରେ ଆକ୍ରମଣ କରନ୍ତି ଏମାନେ ଓ କିଛି ବିପଦର ସୁରାକ୍‌ ପାଇଲେ ଘାଇଲା କରି ଖସିପଳାନ୍ତି। ଏମାନଙ୍କର ନଜର- ଘରର ଅର୍ଥ, ଅଳଙ୍କାର ଉପରେ। ସେ ଜଙ୍ଗଲୀ ବାଘକୁ ଯନ୍ତାରେ ଧରି ତମେ ବାହୁସ୍ଫୋଟ ମାରିଲ, ହେଲେ ତମ ଚାରିପାଖରେ ବୁଲୁଥିବା ଏ ଛଦ୍ମବେଶୀ ବାଘମାନଙ୍କୁ ଧରିବାର ଉପାୟ କ’ଣ?  

ତମ ଯନ୍ତାରେ ଧରାପଡିଥିବା ସେ ବାଘର ବା ଦୋଷ କ’ଣ ଥିଲା? ମାଂସ ଖାଇବା ତ ତା’ର ସ୍ବଭାବ... ଜଙ୍ଗଲରେ ମୁକ୍ତ ଭାବରେ ବିଚରଣ କରିବା ତା’ର ନୀତି। ହୁଏ ତ ତମ ସହରକୁ ସେ ଅଜାଣତରେ କୁଦି ପଡ଼ିଥିଲା, ସେଥିପାଇଁ ତମ ଆଖିରୁ ନିଦ ହଜିଗଲା... ଧରିନେଲ ତା’କୁ କାଇଦାରେ। ହେଲେ ତା’ ଚରାଭୂଇଁକୁ ତମେ ମଣିଷମାନେ କିଆଁ ଦଖଲ କରୁଛ? ତମେ ତା’ ବାସସ୍ଥଳୀକୁ ନଷ୍ଟଭ୍ରଷ୍ଟ କରି ନିଜ ବାସସ୍ଥଳୀ ବନାଇଲେ ସେ ତ ଧାଇଁବ ଆଡେ ସାଡେ... ଡେଇଁବ ତମ ପାଚେରିରୁ ପାଚେରିକୁ, ବୁଲିବ ତମ ବାଡିବାଗାନାରେ। ତା’ ବାସସ୍ଥଳୀକୁ ତମେ ଅନଧିକାର ପ୍ରବେଶ କଲେ ସେ ଆସିବ ତମ ସହରକୁ। ଏଥିରେ ତମ ଆଖିରୁ ନିଦ ହଜୁଛି କିଆଁ? ହୋ ନଗ୍ରଜନେ, ଆତ୍ମସମୀକ୍ଷା କର।

ତମରି ଭିତରେ ଯେଉଁ ନରଖାଦକମାନେ ବୁଲୁଛନ୍ତି- ସେମାନଙ୍କୁ କାବୁ କରିବାର କୌଶଳ ଆପଣାଅ। ମୁଖାପିନ୍ଧା ବାଘମାନେ ପ୍ରତିଦିନ ଆତଙ୍କ ଖେଳାଇ ସତର୍କତାର ସହିତ ଖସିଯାଉଛନ୍ତି- ସେମାନଙ୍କ ପାଇଁ ତିଆରି କଲ ଯନ୍ତା। ଯୌନଲିପ୍‌ସୁ ବାଘ, ରକ୍ତରେ ହୋରି ଖେଳୁଥିବା ବାଘ, ଦିନ ଦ୍ୱି’ପ୍ରହରରେ ଆଖିଦେଖେଇ ଦୋକାନ, ମଲ୍‌, ବ୍ୟାଙ୍କ୍‌ରୁ ଲୁଟୁଥିବା ବାଘ, ବେକରୁ, କାନରୁ ଗହଣା ଝାମ୍ପୁଥିବା ବାଘ, ଏଟିଏମ୍‌ରୁ ଅର୍ଥ ହଡପ କରୁଥିବା ବାଘ- ଏମାନଙ୍କ ଦୌରାତ୍ମ୍ୟରେ ନଗରଟା ଜଙ୍ଗଲ ପାଲଟିଗଲାଣି। ପଶୁରାଜର ହୁଂକାରରେ ଭୀତତ୍ରସ୍ତ ନଗ୍ରବାସୀ।  ଛାୟାସ୍ନିଗ୍‌ଧ ଘଞ୍ଚ ଜଙ୍ଗଲରେ ଅସଲି ବାଘ ସିନା ବିଚରଣ କରେ, ହେଲେ ଏଠି ଏ କଂକ୍ରିଟ୍‌ ଜଙ୍ଗଲରେ ମାତିଛନ୍ତି ବହୁରୂପୀ ବାଘ।

ତେଣୁ ହେ ବାଘଶିକାରୀ, ତମ ଯନ୍ତାରେ ପଡିଥିବା ସେ ବାଘକୁ ଦେଖି ଆଉ ନିଶରେ ହାତ ମାରନି, ଏଠି ହାଉଜାଉ ହେଉଥିବା ସହରୀ ବାଘମାନଙ୍କୁ କାବୁ କର ଯନ୍ତାରେ, ଫାଶରେ ଅବା ଟ୍ରାଙ୍କୁଲାଇଜରରେ। 

 ମୋ-୮୭୬୩୮୫୩୨୪୪

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା