Dharitri News
ଅନ୍ତର୍ଜାତୀୟ |

ୟମନ ରାଜଧାନୀରେ ବିମାନ ଆକ୍ରମଣ: ୧୧ ଆତଙ୍କବାଦୀ ମୃତ

ୟମନ ରାଜଧାନୀରେ ବିମାନ ଆକ୍ରମଣ: ୧୧ ଆତଙ୍କବାଦୀ ମୃତ ୟମନ,୧୧।୧୧: ୟମନରେ ସେନା ଅପରେସନ୍‌ ସମୟରେ ଅଲକାଏଦାର ୧୧ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ୟମନର ଦକ୍ଷିଣ ପୂର୍ବ ଅଞ୍ଚଳରେ ସଂଯୁକ୍ତ ଆରବ ଏମିରେଟ୍ସରେ ୟମନ ଦ୍ୱାରା ସମର୍ଥିତ ଆତଙ୍କବାଦୀ ବିରୋଧି ସେନା କିଛି ଅଞ୍ଚଳକୁ ଆତଙ୍କବାଦୀ ମୁକ୍ତ କରିବାକୁ ଏହି ଅଭିଯାନ ଆରମ୍ଭ କରିଛନ୍ତି।

ଅନ୍ତର୍ଜାତୀୟ |

ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ସୃଷ୍ଟି କରିଛି ଆହ୍ବାନ

ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ସୃଷ୍ଟି କରିଛି ଆହ୍ବାନ

ଡାଭୋସ୍‌, ୨୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଜରଲାଣ୍ଡର ଡାଭୋସ୍‌ରେ ଅନ୍ତର୍ଜାତୀୟ ବ୍ୟବସାୟିକ ପରିଷଦ ଉଦ୍‌ଘାଟନୀ ଉତ୍ସବରେ ମଙ୍ଗଳବାର ନିଜ ବକ୍ତବ୍ୟ ରଖିଛନ୍ତି।

ଆମେରିକାରେ ଭୂକମ୍ପ: ସୁନାମୀ ଚେତାବନୀ

ଆମେରିକାରେ ଭୂକମ୍ପ: ସୁନାମୀ ଚେତାବନୀ

ଓ୍ବାଶିଂଟନ,୨୩।୧: ଆମେରିକାର ଆଲାସ୍କା ଉପକୂଳରେ ମଙ୍ଗଳବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂବିଜ୍ଞାନିଙ୍କ ସର୍ଭେ ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୨ ରହିଛି। ଏହାକୁ ଦେଖି ତୁରନ୍ତ ସୁନାମୀ ଚେତାବନୀ ଦିଆଯାଇଛି। ଆଲାସ୍କାର କିଛି ଅଂଶ ଓ କାନାଡାରେ ଏନେଇ ସତର୍କ ସୂଚନା ଦିଆଯାଇଛି।

ବୟସ ୭ ବର୍ଷ, କାମ ହୋମ୍‌ ଡେଲିଭରି

ବୟସ ୭ ବର୍ଷ, କାମ ହୋମ୍‌ ଡେଲିଭରି

ପେଇଚିଙ୍ଗ,୨୩।୧: ସୋସିଆଲ ମିଡିଆରେ ଏବେ ଜଣେ ୭ ବର୍ଷ ପିଲାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଛୋଟ ପିଲାଟି ଘର ଘର ବୁଲି ଜିନିଷ ବିତରଣ କରୁଛି। ଯେଉଁ ବୟସରେ ସ୍କୁଲ ବ୍ୟାଗ୍‌ କାନ୍ଧରେ ପକାଇବା କଥା ସେ ବୟସରେ ଶିଶୁଟି ବିଭିନ୍ନ ଜିନିଷର ବୋଝ ବୋହି ହୋମ୍‌ ଡେଲିଭରି ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ସୀମାରେ ପାକ୍‌ ସେନା ମୁଖ୍ୟ

ସୀମାରେ ପାକ୍‌ ସେନା ମୁଖ୍ୟ

ଇସଲାମାବାଦ,୨୩।୧: ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଗୁଳିଗୋଳା ବିନିମୟରେ ଅଶାନ୍ତି ଲାଗି ରହିଛି। ଇତି ମଧ୍ୟରେ ପାକ୍‌ ସେନା ମୁଖ୍ୟ ଜେନେରାଲ୍‌ କମର ଜାବେଦ୍‌ ବାଜଓ୍ବା ସୀମାରେ ମୁତୟନ ଥିବା ପାକ୍‌ ସେନାଙ୍କୁ ଭେଟିଛନ୍ତି।

ଫିଲିପାଇନ୍ସର ସର୍ବାଧିକ ସକ୍ରିୟ ଜ୍ୱାଳାମୁଖୀ

ଫିଲିପାଇନ୍ସର ସର୍ବାଧିକ ସକ୍ରିୟ ଜ୍ୱାଳାମୁଖୀ

ମାନିଲା,୨୩।୧: ଫିଲିପାଇନ୍ସର ସବୁଠାରୁ ସକ୍ରିୟ ଜ୍ୱାଳାମୁଖୀ ମାଉଣ୍ଟ ମେୟନ୍‌ ପାହାଡ଼ରେ ସୋମବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଆକାଶକୁ ବହୁ ପରିମାଣର ଧୂଆଁ ଓ ପାଉଁଶ ଉଠୁଥିବା ଦେଖିବାକୁ ମିଳିଥିଲା। ସମୁଦ୍ର ପତ୍ତନଠାରୁ ଏହା ୨୪୬୨ ମିଟର ଉଚ୍ଚରେ ଅବସ୍ଥିତ।

ଚାଇନା ତିଆରି କରିବ ନିଜସ୍ବ ମ୍ୟାନଗ୍ରୁଭ୍‌ ମ୍ୟୁଜିୟମ୍‌

ଚାଇନା ତିଆରି କରିବ ନିଜସ୍ବ ମ୍ୟାନଗ୍ରୁଭ୍‌ ମ୍ୟୁଜିୟମ୍‌

ବେଜିଂ,୨୩।୧: ଚାଇନା ସେନ୍‌ଜେନ୍‌ରେ ଏକ ନିଜସ୍ବ ପାଣିକୂଳ କାଦୁଅ ପଙ୍କରେ ମାଟି ଉପରକୁ ଚେର କାଢି ବଢୁଥିବା ଗ୍ରୀଷ୍ମମଣ୍ଡଳୀୟ ଗଛର ସଂଗ୍ରହାଳୟ (ମ୍ୟାନଗ୍ରୁଭ୍‌ ମ୍ୟୁଜିୟମ)ତିଆରି କରିବ।

 ଆମେରିକା ଉପରେ ଆଣବିକ ଆକ୍ରମଣ କରିବ ଉତ୍ତରକୋରିଆ: ସିଆଇଏ

ଆମେରିକା ଉପରେ ଆଣବିକ ଆକ୍ରମଣ କରିବ ଉତ୍ତରକୋରିଆ: ସିଆଇଏ

ଓ୍ବାଶିଂଟନ, ୨୩।୧: ଆମେରିକା ଉପରେ ଆଗାମୀ କିଛି ମାସ ମଧ୍ୟରେ ଉତ୍ତରକୋରିଆ ଆଣବିକ ଆକ୍ରମଣ କରିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଆମେରିକା ସେଣ୍ଟ୍ରାଲ ଇଣ୍ଟେଲଜେନ୍ସ ଏଜେନ୍ସି(ସିଆଇଏ) ପକ୍ଷରୁ ସୂଚିତ କରାଯାଇଛି।

 ପାକିସ୍ତାନ ଉପରେ ବଢ଼ିଲା ଆମେରିକା ଚାପ

ପାକିସ୍ତାନ ଉପରେ ବଢ଼ିଲା ଆମେରିକା ଚାପ

ଓ୍ବାଶିଂଟନ, ୨୩।୧: ଆଫଗାନୀସ୍ଥାନ କାବୁଲର ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଉପରେ ଆମେରିକାର ଚାପ ବଢ଼ିବାରେ ଲାଗିଛି।

କଲମ୍ବିଆ ଭୂସ୍ଖଳନ: ୧୩ ମୃତ

କଲମ୍ବିଆ ଭୂସ୍ଖଳନ: ୧୩ ମୃତ

ବୋଗୋଟା,୨୨।୧: କଲମ୍ବିଆରେ ହୋଇଥିବା ଭୂସ୍ଖଳନରେ ଏକ ବସ୍‌ ଖାଲ ମଧ୍ୟକୁ ଖସି ପଡିବା ଫଳରେ ଜଣେ ଶିଶୁ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାଟି ତୁକେରେସ୍‌ ସହର ନିକଟ ବାଲେ ଅଞ୍ଚଳରେ ଘଟିଛି।

ଚାଇନା ନୌସେନାରେ ଇଲୋକ୍ଟ୍ରନିକ୍ସ୍‌ ଯୁଦ୍ଧବିମାନ ସାମିଲ

ଚାଇନା ନୌସେନାରେ ଇଲୋକ୍ଟ୍ରନିକ୍ସ୍‌ ଯୁଦ୍ଧବିମାନ ସାମିଲ

ବେଜିଂ, ୨୨।୧: ଚାଇନା ନୌସେନାରେ ଅତ୍ୟାଧୁନିକ ଇଲୋକ୍ଟ୍ରନିକ୍ସ୍‌ ଯୁଦ୍ଧବିମାନକୁ ସାମିଲ୍‌ କରାଯାଇଛି। ଏହାଦ୍ୱାରା ନୌସେନାର ଶକ୍ତି ବୃଦ୍ଧି ପାଇବ ବୋଲି ଚାଇନା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୋମବାର ସୂଚିତ କରାଯାଇଛି

ଜାତିସଂଘ ସଦସ୍ୟ ଅପହୃତ

ଜାତିସଂଘ ସଦସ୍ୟ ଅପହୃତ

କାବୁଲ, ୨୨।୧: ଜଣେ ଜାତିସଂଘ ମହିଳା ସଦସ୍ୟ ଏବଂ ତାଙ୍କ ଝିଅଙ୍କୁ ଆଫଗାନୀସ୍ତାନ କାବୁଲର ଖୈର କାହାନ୍‌ଠାରୁ ଅପହରଣ କରି ନିଆଯାଇଛି। ସଦସ୍ୟ ଜଣଙ୍କ ତାଙ୍କ ଝିଅକୁ ସୋମବାର ସ୍କୁଲରେ ଛାଡିବାକୁ ଯାଉଥିବା ବେଳେ ଏପରି ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ରୋହିଙ୍ଗ୍ୟାଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ: ବାଂଲାଦେଶ

ରୋହିଙ୍ଗ୍ୟାଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ: ବାଂଲାଦେଶ

ଢ଼ାକା, ୨୨।୧: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ ବୋଲି ବଂଲାଦେଶ କହିଛି। ଏହା ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି।