ସମ୍ପାଦକୀୟ |

ନିରପେକ୍ଷ ତୃତୀୟ

ନିରପେକ୍ଷ ତୃତୀୟ

ଅଯୋଧ୍ୟାରେ ଷୋଡ଼ଶ ଶତାବ୍ଦୀର ବାବ୍ରୀ ମସଜିଦ୍‌କୁ ୧୯୯୨ ଡିସେମ୍ବର ୬ରେ କର ସେବକମାନେ ଭାଙ୍ଗି ଦେଇଥିଲେ। କର ସେବକମାନଙ୍କ ଜିଦ୍‌ ଯେ ରାମ ଜନ୍ମଭୂମି ସ୍ଥାନରେ ବାବ୍ରୀ ମସ୍‌ଜିଦ ନିର୍ମାଣ କରାଯାଇଥିବାରୁ ତାହା ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଦେଇଛି। ତେଣୁ ସେହି ସ୍ଥାନରେ ପୁନଃ ରାମଙ୍କୁ ଅବସ୍ଥାପିତ କରାଯିବା ଦରକାର ବୋଲି ହିନ୍ଦୁ ସଙ୍ଗଠନଗୁଡ଼ିକ ମଧ୍ୟ ଆଶା ବାନ୍ଧି ବସିଛନ୍ତି। ଦେଶର ଅନ୍ୟତମ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରତ୍ୟେକ ସାଧାରଣ ନିର୍ବାଚନ ଆସିଲେ ଅଯୋଧ୍ୟା ପ୍ରସଙ୍ଗକୁ ଚିଆଁଇ ଦେଇ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରିଛି। ଅନୁରୂପ ଭାବେ କଂଗ୍ରେସ ଉକ୍ତ ଘଟଣା ପାଇଁ ଭାଜପାକୁ ଦାୟୀ କରି ସଂଖ୍ୟାଲଘୁ ଭୋଟ କଥା ଚିନ୍ତା କରିଚାଲିଛି। କିନ୍ତୁ, ଦେଖିବାକୁ ଗଲେ, ଭାରତବର୍ଷରେ ମନ୍ଦିରର ଅଭାବ ନାହିଁ। ପ୍ରାଚୀନ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସକାଶେ କୌଣସି ବ୍ୟବସ୍ଥା ମଧ୍ୟ କରାଯାଇପାରୁ ନାହିଁ। ଏଭଳି ପ୍ରଚ୍ଛଦପଟରେ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ଏକ ନୂଆ ରାମ ମନ୍ଦିର  ହେଲେ ଭାରତ ଭଳି ବିରାଟକାୟ ଦେଶରେ କୌଣସି ପ୍ରଭାବ ପଡ଼ିବା କଥା ନୁହେଁ। କାରଣ ହିନ୍ଦୁ ଧର୍ମରେ ରାମ ଏକମାତ୍ର ଠାକୁର ନୁହନ୍ତି। 

ଆଇନଗତ ବିବାଦ ଦେଖିଲେ ବାବ୍ରୀ ମସ୍‌ଜିଦ୍‌ ଭଙ୍ଗ ପରେ ଏକାଧିକ ମାମଲା ଅଦାଲତରେ ଗଡ଼ି ଚାଲିଛି। ତେବେ ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ସଦ୍ୟ ନିଷ୍ପତ୍ତିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ମାର୍ଚ୍ଚ ୮ରେ ସର୍ବୋଚ୍ଚ ଅଦାଲତ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ୍‌ ଜମି ବିବାଦ ମାମଲାକୁ ମଧ୍ୟସ୍ଥ କମିଟିକୁ ହସ୍ତାନ୍ତର କରିଛନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏଫ୍‌.ଏମ୍‌.ଆଇ. କାଲିଫୁଲ୍ଲାଙ୍କ ନେତୃତ୍ୱରେ ଗଠିତ କମିଟିରେ ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭିଂର ସଂସ୍ଥାପକ ଶ୍ରୀଶ୍ରୀ ରବିଶଙ୍କର ଓ ଜଣାଶୁଣା ଆଇନଜୀବୀ ଶ୍ରୀରାମ ପଞ୍ଚୁ ସଦସ୍ୟ ଅଛନ୍ତି। ଦେଖିବାକୁ ଗଲେ ଏହି ୩ ମଧ୍ୟସ୍ଥ ହେଉଛନ୍ତି ତାମିଲନାଡୁର। ଆଲୋଚନା ହେଉଛି ଯେ, ଉତ୍ତର ଭାରତଭିତ୍ତିକ ଏହି ବିବାଦର ସମାଧାନ ଦିଗରେ ଦକ୍ଷିଣ ଭାରତୀୟଙ୍କ ନିଷ୍ପତ୍ତି ନିର୍ଣ୍ଣାୟକ ହେବ। ହେଲେ ୩ ମଧ୍ୟସ୍ଥଙ୍କୁ ଦେଖିଲେ କାଲିଫୁଲ୍ଲା ମୁସଲମାନ ସମ୍ପ୍ରଦାୟର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହିନ୍ଦୁ। ଏଭଳି ସ୍ଥଳେ ତୃତୀୟ ସଦସ୍ୟ ଭାବେ ବୌଦ୍ଧ, ଶିଖ୍‌ କିମ୍ବା ଅନ୍ୟ ଧର୍ମାବଲମ୍ବୀଙ୍କ ମଧ୍ୟରୁ କାହାକୁ ନିଆଯାଇପାରିଥାଆନ୍ତା। ପୁଣି ମଧ୍ୟସ୍ଥ ମଣ୍ଡଳୀରେ ଶ୍ରୀଶ୍ରୀ ରବିଶଙ୍କରଙ୍କୁ ନିଆଯାଇଥିବାରୁ ନୂଆ ବିବାଦ ଉପୁଜିଛି। ସେ ଏକଦା କହିଥିଲେ ଯେ, ଅଯୋଧ୍ୟା ମାମଲାରେ ଯଦି ମୁସଲମାନ ଜାଗା ଛାଡ଼ିବେ ନାହିଁ, ତାହା ହେଲେ ଭାରତରେ ସିରିଆ ଭଳି ସ୍ଥିତି ସୃଷ୍ଟି ହୋଇ ଗୃହଯୁଦ୍ଧ ହେବ। ଏଭଳି ମନ୍ତବ୍ୟ ରଖିଥିବା ବ୍ୟକ୍ତିଙ୍କଠାରୁ ନିରପେକ୍ଷ ମତ ପାଇବା କଷ୍ଟକର ହୋଇପଡ଼ିବ। ସୁପ୍ରିମକୋର୍ଟ ୩ ଜଣିଆ କମିଟିରେ ରବିଶଙ୍କରଙ୍କୁ ରଖିଥିବା ବିଷୟ ଘୋଷଣା ହେବା ପରେ ତାଙ୍କ ନିରପେକ୍ଷତା ଉପରେ ଏଆଇଏମ୍‌ଆଇଏମ୍‌ ନେତା ଆସାଦୁଦ୍ଦିନ ଓଓ୍ବାଇସି ପ୍ରଶ୍ନ ଉଠାଇଛନ୍ତି। ଓଓ୍ବାଇସିଙ୍କୁ ଆହୁରି ଅନେକେ ସମର୍ଥନ ମଧ୍ୟ କଲେଣି।   

ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦର ଜମିକୁ ନେଇ ଉଠିଥିବା ବିବାଦ ଦଓ୍ବୋନୀ ମାମଲା ଭିତରେ ସୀମିତ ରହୁ ନାହିଁ। ଏହା ସହିତ ଦୁଇ ଧର୍ମର ବିଶ୍ୱାସ ଜଡ଼ିତ ଥିବାରୁ ମଧ୍ୟସ୍ଥମାନେ ଏ ଦିଗରେ ଠିକ୍‌ ରାସ୍ତା ଦେଖାଇପାରିବେ ବୋଲି ଆଶା ରଖି ସର୍ବୋଚ୍ଚ ଅଦାଲତ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ୮ ସପ୍ତାହ ମଧ୍ୟରେ ସମସ୍ତ ପକ୍ଷଙ୍କ ସହ ଆଲୋଚନା ଶେଷ କରି ରିପୋର୍ଟ ଦେବା ଲାଗି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମାର୍ଚ୍ଚ ୧୦ରେ ନିର୍ବାଚନ କମିଶନ ପକ୍ଷରୁ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୧୧ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ମେ ୧୯ ଯାଏ ଚାଲିବ। ଏହି ପରିପ୍ରେକ୍ଷୀରେ ଅଯୋଧ୍ୟା ମାମଲା ସଂକ୍ରାନ୍ତ ମଧ୍ୟସ୍ଥଙ୍କ ରିପୋର୍ଟ ଆସିଲା ବେଳକୁ ନିର୍ବାଚନ ସରିଆସୁଥିବ। କିିନ୍ତୁ ଭାରତୀୟ ବ୍ୟବସ୍ଥାକୁ ଦେଖିଲେ କୌଣସି କମିଶନ ବା କମିଟି ନିର୍ଦ୍ଧାରିତ ସମୟରେ ରିପୋର୍ଟ ଦେବାର ନଜିର ମନେପଡ଼ୁ ନାହିଁ। ଏଥିରୁ ବୁଝିବାକୁ ହେବ ଯେ, ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ସଂକ୍ରାନ୍ତ ରାୟ ଆଉ ଏକ ସାଧାରଣ ନିର୍ବାଚନ ଅତିକ୍ରମ କରିଦେବ।  

ଅଯୋଧ୍ୟା କାଣ୍ଡର ଘଟଣାକ୍ରମ ଦେଖିଲେ ଏହା ଅସମାହିତ  ପ୍ରଶ୍ନ ସୃଷ୍ଟି କରିଚାଲିଛି। ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ଐତିହାସିକ ରାୟ ଦେଇଥିଲେ ଯେ, ୨.୭୭ ଏକର ବିବାଦୀୟ ଜମିକୁ ନିର୍ମୋହୀ ଆଖଡ଼ା, ସୁନ୍ନୀ ଓ୍ବାକଫ୍‌ ବୋର୍ଡ ଏବଂ ରାମଲାଲା ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯାଉ। ହେଲେ ଫଳ କିଛି ହେଲା ନାହିଁ। ଏବେ ନିର୍ବାଚନ ଚାପରୁ ରକ୍ଷା ପାଇବା ପାଇଁ  ମଧ୍ୟସ୍ଥ ଚିନ୍ତାଧାରା  ସର୍ବୋଚ୍ଚ ଅଦାଲତଙ୍କୁ ବେଶ୍‌ ସୁହାଇବ। ତେବେ ଏକ ଦୀର୍ଘବର୍ଷର ମାମଲାକୁ ମଧ୍ୟସ୍ଥ କମିଟି ହାତକୁ ଟେକି ଦିଆଯିବା ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଅସଙ୍ଗତ ମନେହେଉଛି।

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା