ସମ୍ପାଦକୀୟ |

ଓଡ଼ିଆ ଭାଷା: ଶାସ୍ତ୍ରୀୟତା ଓ ଉତ୍ତରଦାୟ

ଓଡ଼ିଆ ଭାଷା: ଶାସ୍ତ୍ରୀୟତା ଓ ଉତ୍ତରଦାୟ

ଡ. ତମସାରାଣୀ ଦାସମହାପାତ୍ର

ଆଞ୍ଚଳିକ ଭାଷାଗୁଡ଼ିକର ବିକାଶ ଉଦ୍ଦେଶ୍ୟରେ ୨୦୦୪ ମସିହାରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏକ ଅଧିନିୟମ ଜାରି କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ, ଯେଉଁ ଭାଷା ପ୍ରାଚୀନ, ଅପ୍ରତିହତ ଓ ଅବିଚ୍ଛିନ୍ନ ଭାବେ ମୌଳିକ ସଂସ୍କୃତିକୁ ବହନ କରୁଥିବ ଏବଂ  ସୁଦୀର୍ଘ ସାହିତ୍ୟ ପରମ୍ପରାରେ ସମୃଦ୍ଧ ହୋଇଥିବ, ସେ ଭାଷା କ୍ଲାସିକାଲ୍‌ ପର୍ଯ୍ୟାୟଭୁକ୍ତ ହୋଇପାରିବ। ଏହି କ୍ରମରେ ପ୍ରଥମେ ତାମିଲଭାଷା ଦ୍ରାବିଡ଼ ପରିବାରର ପ୍ରାଚୀନ ଓ ସମୃଦ୍ଧ ଭାଷା ବୋଲି ଦାବିକରି ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତହେଲା ଓ ତତ୍‌ପରେ ସଂସ୍କୃତ ଭାଷା ଏହି ମାନ୍ୟତା ପାଇଲା। ୨୦୦୬ ମସିହାରେ କେନ୍ଦ୍ର ସରକାର ପୁନଶ୍ଚ ଶାସ୍ତ୍ରୀୟ ମାନ୍ୟତାର ଚାରିଟି ମାନଦଣ୍ଡ ଘୋଷଣାକଲେ, ସେଗୁଡ଼ିକ ଯଥାକ୍ରମେ- ୧. ଶାସ୍ତ୍ରୀୟମାନ୍ୟତା ଦାବି କରୁଥିବା ଭାଷାଭାଷୀ ଜାତିର ୧୫୦୦ରୁ ୨୦୦୦ ବର୍ଷର ଲିପିବଦ୍ଧ ଇତିହାସ ଓ ସଂସ୍କୃତିର ପ୍ରାଚୀନ ଐତିହ୍ୟ ଥିବ, ୨. ଯୁଗଯୁଗ ଧରି ମହତ୍ତ୍ୱପୂର୍ଣ୍ଣ ବୋଲି ମନେକରାଯାଉଥିବା ପ୍ରାଚୀନ ସାହିତ୍ୟ ଓ ଗ୍ରନ୍ଥ ରଚନାର ପରମ୍ପରା ଥିବ, ୩. ଅନ୍ୟ କୌଣସି ଭାଷା ଦ୍ୱାରା ପ୍ରଭାବିତ ନ ହୋଇ ବା ଧାର ନ ଧାରି ମୌଳିକ ସୃଷ୍ଟି ସମ୍ଭାରରେ ସମୃଦ୍ଧ ହୋଇଥିବ ଏବଂ ୪. ଆଧୁନିକ ଭାଷାଠାରୁ ସମ୍ପୂର୍ଣ୍ଣ ଭାବେ ସ୍ବତନ୍ତ୍ର ଓ ବୈଶିଷ୍ଟ୍ୟପୂର୍ଣ୍ଣ ହୋଇଥିବାରୁ ସେହି ପ୍ରାଚୀନ ଭାଷା ଓ ତା’ର ଉପଜାତି ଆଧୁନିକ ଭାଷା ଭିତରେ ଅବିଚ୍ଛିନ୍ନତା ରହିଥିବ।
ସୁତରାଂ ଏହିସବୁ ଲକ୍ଷଣଯୁକ୍ତ ଭାଷା ଶାସ୍ତ୍ରୀୟମାନ୍ୟତା ପାଇବାକୁ ହକ୍‌ଦାର। କେନ୍ଦ୍ର ସରକାର ସେହି ଭାଷାର ବିକାଶ, ପ୍ରଚାର, ପ୍ରସାର ଶିକ୍ଷା ଗବେଷଣା ଓ ଅନ୍ତର୍ଜାତୀୟ ମର୍ଯ୍ୟାଦାପ୍ରାପ୍ତି ନିମନ୍ତେ ନିମ୍ନଲିଖିତ ପଦକ୍ଷେପମାନ ଗ୍ରହଣ କରିବେ, ଯଥା- ସେହି ଭାଷାର ଗବେଷଣା, ଅଧ୍ୟୟନ ପାଇଁ ଉଚ୍ଚମାନର ଗବେଷଣା ପ୍ରତିଷ୍ଠାନ ସ୍ଥାପିତ ହେବ। ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ ଅନୁମୋଦିତ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରଫେସରିଆଲ୍‌ ଚେୟାର ପ୍ରତିଷ୍ଠା ହେବା ସହ ଏକଶହ କୋଟି ଟଙ୍କା ଅନୁଦାନ ମିଳିବ।
ଏତଦ୍‌ବ୍ୟତୀତ ସେହି ଭାଷାସାହିତ୍ୟରେ ଉଚ୍ଚାଙ୍ଗ ଗବେଷଣା କରୁଥିବା ଗବେଷକମାନଙ୍କ ପାଇଁ ବର୍ଷକୁ ଦୁଇଟି ମୂଲ୍ୟବାନ ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ ବ୍ୟବସ୍ଥା ହେବା ସହ ସେହି ଭାଷାର ପ୍ରଚାର, ପ୍ରସାର ତଥା ଅନ୍ତର୍ଜାତୀୟ ଅଧ୍ୟୟନ କେନ୍ଦ୍ର ଓ ଦ୍ୱିପାକ୍ଷିକ ସମ୍ପର୍କ ତଥା ଉନ୍ନତିକଳ୍ପେ ପ୍ରତିବର୍ଷ କେନ୍ଦ୍ର ବଜେଟରୁ ୫ କୋଟି ଟଙ୍କା ଅନୁଦାନ ମିଳିବ।
ବହୁ ଆନନ୍ଦର କଥା, ଓଡ଼ିଆ ଭାଷା ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ବିଧିବଦ୍ଧ ଭାବରେ ଶାସ୍ତ୍ରୀୟ ଭାଷା ଘୋଷିତ ହେଲା। କହିବା ବାହୁଲ୍ୟ, ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବକାଳୀନ ସମସ୍ତ ଶାସ୍ତ୍ରୀୟ ଲକ୍ଷଣଯୁକ୍ତ ପ୍ରାଚୀନ ସମୃଦ୍ଧ ଭାଷା। ଲିପି ଓ ଭାଷାବିକାଶର କ୍ରମବିବର୍ତ୍ତନ, ସଂରଚନାର ସ୍ବାତନ୍ତ୍ର୍ୟ, ଦାର୍ଶନିକ ତଥା ଭାଷାତାତ୍ତ୍ୱିକ ଭିତ୍ତିଭୂମି ସହ ଆହରଣଶୀଳତା ତଥା ଏହାର ମୌଳିକ ସାହିତ୍ୟ ପରମ୍ପରା ଆଦିକୁ ଅବଲୋକନ କଲେ ଏହି ଭାଷାର ସ୍ବତନ୍ତ୍ରତା ଓ ପ୍ରାଚୀନତା ବେଶ୍‌ ଲକ୍ଷଣୀୟ। ଇଣ୍ଡୋୟୁରୋପୀୟ ଭାଷା ପରିବାରର ଏକ ମହତ୍ତ୍ୱପୂର୍ଣ୍ଣ ଶାଖା ଭାରତୀୟ ଆର୍ଯ୍ୟଭାଷା। ଏହି ଗୋଷ୍ଠୀର ପ୍ରମୁଖ ଭାଷା ହେଉଛି ଓଡ଼ିଆ। 
ଶାସ୍ତ୍ରୀୟ ଲକ୍ଷଣ ଦୃଷ୍ଟିରୁ ଯଦି ଓଡ଼ିଆ ଭାଷାକୁ ଅନୁଧ୍ୟାନ କରାଯାଏ, ତେବେ ଆମେ ଜାଣୁ ଉତ୍କଳ, କଳିଙ୍ଗ, ଉଡ୍ର, କୋଶଳ, କଙ୍ଗୋଦ, ଉଡ୍ର ଆଦି ଓଡ଼ିଶାର ପ୍ରାଚୀନ ନାମ। ଏହାର ସୁଦୀର୍ଘ ଇତିହାସ, ସଂସ୍କୃତି ଓ ପରମ୍ପରା, କଳାନୈପୁଣ୍ୟ, ସମୃଦ୍ଧ ବାଣିଜ୍ୟ ପରମ୍ପରା, ସମରକୌଶଳର ଦକ୍ଷତା, ସାହସ ଆଦିର ଲିପିବଦ୍ଧ ଇତିହାସର ପ୍ରମାଣ ଦିଏ ବିଦେଶାଗତ ବହୁ ଜ୍ଞାନୀ, ଦୂତମାନଙ୍କର ବିଭିନ୍ନ ବିବରଣୀ, ଶିଳାଲେଖ, ତାମ୍ରପତ୍ର ଓ ପ୍ରାଚୀନ ସାହିତ୍ୟ। ଓଡ଼ିଶା ରାଜ୍ୟର ପ୍ରାଚୀନତା ମହାଭାରତ, ହରିବଂଶ, ସ୍କନ୍ଦ ପୁରାଣ ଆଦି ଗ୍ରନ୍ଥରେ କଳିଙ୍ଗ, ଉତ୍କଳର ସବିଶେଷ ବର୍ଣ୍ଣନା, ପୁଣି ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରମାଗଧୀ ଓ ଉଡ୍ରବିଭାଷାର ସୂଚନା, ଲଳିତବିସ୍ତରରେ ବୁଦ୍ଧଦେବ ଶିଖିଥିବା ୬୪ ଗୋଟି ଲିପି ମଧ୍ୟରୁ ‘ଉଗ୍ରିଲିପି’ ବା ଯାହାକୁ ‘ଉଡ୍ରୀଲିପି’ ବୋଲି କୁହାଯାଏ, ଲିିପିତାତ୍ତ୍ୱିକ ଦୃଷ୍ଟିରୁ ନିରୀକ୍ଷଣ କଲେ ଏହା ୨୦୦୦ ବର୍ଷ ପୂର୍ବର। ଏଥିସହିତ ସମ୍ରାଟ ଅଶୋକ ଓ ଖାରବେଳଙ୍କ ଶିଳାଲେଖରେ ଥିବା ଅବିକଳ ଓଡ଼ିଆଶବ୍ଦ ପ୍ରାଚୀନ ଓଡ଼ିଆ ଲିପିର ପ୍ରମାଣଦିଏ।
ନିଜସ୍ବ ମୌଳିକ ସାହିତ୍ୟରଚନା ପ୍ରତି ଦୃଷ୍ଟିଦେଲେ, ପ୍ରତ୍ୟେକ ଭାଷାର ଉନ୍ମେଷ କାଳରେ ମହାଭାରତ, ରାମାୟଣ ଓ ପୁରାଣମାନ ରଚିତ ହେବା ପରି ଓଡ଼ିଆ ଭାଷା ଆଦ୍ୟରେ ଓଡ଼ିଆ ନାଥ ସିଦ୍ଧାଚାର୍ଯ୍ୟଙ୍କ ଚର୍ଯ୍ୟାଗୀତିକା, ସାରଳାଦାସଙ୍କ ମହାଭାରତ, ବଳରାମ ଦାସଙ୍କ ରାମାୟଣ ଓ ଜଗନ୍ନାଥ ଦାସଙ୍କ ଭାଗବତ, ଅଚ୍ୟୁତାନନ୍ଦଙ୍କ ହରିବଂଶ ପୁରାଣ ଆଦି ବୃହତ୍‌ ରଚନାଠାରୁ ଆରମ୍ଭ କରି ଭଞ୍ଜଯୁଗୀୟ କାବ୍ୟ ସାହିତ୍ୟ, ପଦାବଳୀ ସାହିତ୍ୟ ଓ ପରେ ପରେ ଆଧୁନିକ ଯୁଗର ଗଦ୍ୟ, ପଦ୍ୟ, କାବ୍ୟାଦି ବହୁ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟିର ପରମ୍ପରା ଅବିଚ୍ଛିନ୍ନ ଭାବେ ରହିଆସିଛି, ଯାହା ଓଡ଼ିଆ ସାହିତ୍ୟର ନିଜସ୍ବ ମୌଳିକ ରଚନା, କାହାଠାରୁ ଧାରଅଣା ନୁହେଁ। ତେଣୁ ଏହା ନିର୍ବିବାବଦରେ କୁହାଯାଇପାରେ ଯେ, ଓଡ଼ିଆ ଏକ ଶାସ୍ତ୍ରୀୟ ଲକ୍ଷଣଯୁକ୍ତ ଉଚ୍ଚାଙ୍ଗ ଭାଷା। 
ଓଡ଼ିଆ ଭାଷା ଶାସ୍ତ୍ରୀୟମାନ୍ୟତା ପାଇବା ପରେ ରାଜ୍ୟ ସରକାର ଓଡ଼ିଆ ଭାଷାର ସମୃଦ୍ଧି ଓ ଗବେଷଣା ପାଇଁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସାରଳାଦାସ ଚେୟାର ପ୍ରତିଷ୍ଠା କରିବା ସହ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କବି ସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ଚେୟାର ପ୍ରତିଷ୍ଠା ପାଇଁ ଆବଶ୍ୟକ ତଥ୍ୟ ସହିତ ଅର୍ଥ ପ୍ରଦାନ କରିସାରିଛନ୍ତି। ଓଡ଼ିଶା ସରକାରୀ ଭାଷା ଅଧିନିୟମ ୧୯୫୪ର ସଂଶୋଧନ କରି ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ପ୍ରଚଳନ କରିଛନ୍ତି। ଓଡ଼ିଆ ଭାଷାର ବିକାଶ, ପ୍ରସାର, ଶିକ୍ଷା ତଥା ଗବେଷଣା ଓ ଅଧ୍ୟୟନ ପାଇଁ ଉଚ୍ଚମାନର ଗବେଷଣା ପ୍ରତିଷ୍ଠାନ ସ୍ଥାପନ ନିମନ୍ତେ ରାଜ୍ୟ ସରକାର ଭିତ୍ତିଭୂମି ସହିତ ସମସ୍ତ ଆନୁଷଙ୍ଗିକ ବିଷୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିସାରିଛନ୍ତି, ଯାହା ସମ୍ଭବତଃ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ। 
ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କାର୍ଯ୍ୟ ମଧ୍ୟ ତ୍ୱରାନ୍ବିତ ହୋଇ ଆଗେଇ ଚାଲିଛି। ଏହାଛଡ଼ା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗୁଜରାଟର ଗାନ୍ଧୀନଗର ଓ ହାଇଦ୍ରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୁନ୍ତଳାକୁମାରୀ ଓ ମଧୁସୂଦନ ରାଓଙ୍କ ନାମରେ ଦୁଇଟି ପ୍ରଫେସରିଆଲ ଚେୟାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିିଆଯାଇଛି। ଭାଷାର ବିକାଶ ତଥା ଅଭିବୃଦ୍ଧି କେବଳ ସରକାରୀ ତପତ୍ରତାରେ ସମ୍ଭବ ହୁଏନାହିଁ। ଏଥିପାଇଁ ସାମୂହିକ ଉଦ୍ୟମ ଲୋଡ଼ା। ଆଜିର ସମାଜ ଭାଷାରେ ତଥ୍ୟ ଖୋଜୁଛି। ପ୍ରତିଯୋଗିତାମୂଳକ ଭାବନାରେ ଜୀବନ ଆଗେଇ ଚାଲିଛି, ତା’ ସହିତ ଖାପ୍‌ ଖୁଆଇ ଭାଷା ମଧ୍ୟ ଜ୍ଞାନବିଜ୍ଞାନର କୌଶଳ ହେବାକୁ ଚାହୁଁଛି। ଯେଉଁ ଭାଷାରେ ତଥ୍ୟ ଭଣ୍ଡାର ବେଶି, ମାଧ୍ୟମ ବେଶି, ସେ ଭାଷାର ଆଦର ବେଶି। ସେଥିପାଇଁ ପ୍ରତିଯୋଗିତାର ଘୋଡ଼ାଦୌଡ଼ରେ ବିବଶ ହୋଇ ଅଭିଭାବକମାନେ ଇଂରେଜ ଭାଷାର ସର୍ବାଧିକ ଜ୍ଞାନକୌଶଳ ଲାଗି ପିଲାମାନଙ୍କୁ ଇଂଲିଶ ପଢ଼ାଇବାକୁ ଆଜି ବାଧ୍ୟ ହେଉଛନ୍ତି। ଓଡ଼ିଆ ପାଠ୍ୟପୁସ୍ତକର ଗତାନୁଗତିକ ଧାରା, ଏଥିରେ ନୂତନ ଭାବେ ସଂଯୋଜିତ ହେଉଥିବା ପ୍ରଯୁକ୍ତିବିଦ୍ୟା ଓ କମ୍ପ୍ୟୁଟର ଆଦିର ବ୍ୟବହାର ଓଡ଼ିଆ ଭାଷାରେ ନ ହେବା ଦ୍ୱାରା ଆମ ଭାଷା ପଛେଇଯାଉଛି। ଓଡ଼ିଶାରେ ଥିବା ବିଭିନ୍ନ ଉପଭାଷା/ଆଞ୍ଚଳିକ ଭାଷା, ଜନଜାତିଙ୍କ ଭାଷା ସଂସ୍କୃତିକୁ ଉଜ୍ଜୀବିତ କରି ମୁଖ୍ୟଭାଷା ସହ ଏଗୁଡ଼ିକର ଆଦାନପ୍ରଦାନ ବଢ଼ାଇବା ସହ ଓଡ଼ିଆ ଶବ୍ଦଭଣ୍ଡାରକୁ ଅଧିକ ସମୃଦ୍ଧ କରିବାର ଆବଶ୍ୟକତା ରହିଛି । ବ୍ୟକ୍ତିଗତ ବା ଗୋଷ୍ଠୀଗତ ଉଦ୍ୟମରେ  ସରକାରୀ ଆର୍ଥିକ ଅନୁଦାନ ଭିତ୍ତିରେ ଏ କାର୍ଯ୍ୟ ସମ୍ପାଦିତ ହୋଇପାରିବ। ଏଥିପାଇଁ ଆମେ ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆଜି ଶାସ୍ତ୍ରୀୟମାନ୍ୟତା ପ୍ରାପ୍ତି ଦିବସରେ ଏହା ଏକ ସଙ୍କଳ୍ପ ହେଉ।
ନିର୍ଦ୍ଦେଶକ, ଓଡ଼ିଆ ଭାଷା ପ୍ରତିଷ୍ଠାନ, ସଂସ୍କୃତି ଭବନ,  ଭୁବନେଶ୍ୱର, ମୋ- ୮୮୯୫୬୦୦୮୦୪
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା