ସମ୍ପାଦକୀୟ |

କଳା ଓ ଅଶ୍ଳୀଳତା

କଳା ଓ ଅଶ୍ଳୀଳତା

ଡ. ଚିନ୍ତାମଣି ପଣ୍ଡା

ଗତ ଖାରବେଳ ମହୋତ୍ସବରେ ଦର୍ଶକଙ୍କ ମନୋରଞ୍ଜନ ନିମିତ୍ତ ଯାତ୍ରା ଜଗତର କଳାକାରଙ୍କ ଦ୍ୱାରା ପ୍ରତିଯୋଗିତାମୂଳକ ଅଙ୍ଗ ପ୍ରଦର୍ଶନ କରାଯାଉଥିବାର ଅଭିଯୋଗ ଏତେ ତୀବ୍ର ଥିଲା ଯେ କିଛି ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଚିତ୍କାରରେ ଖଣ୍ଡଗିରିର ବୁକୁ ଥରିଉଠିବା ସହିତ-ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲା। ଆରକ୍ଷୀବାହିନୀର ହସ୍ତକ୍ଷେପ ପର୍ଯ୍ୟନ୍ତ କଥା ଗଲା ଏବଂ ଏହି ଅଶ୍ଳୀଳତାକୁ ସୀମାବଦ୍ଧ କରିବା ପାଇଁ ଏକ ଲକ୍ଷ୍ମଣରେଖାର ଆବଶ୍ୟକତା ଅନୁଭୂତ ହେଲା। 
ଏହିପରି ଦିନେ ୨୦୧୬ ଫେବୃୟାରୀର ଏକ ଶୀତୁଆ ସନ୍ଧ୍ୟାରେ ରବୀନ୍ଦ୍ରମଣ୍ଡପରେ ପ୍ରଦର୍ଶିତ ‘ସୋନ୍‌କା’ ନାମକ ଏକ ମଞ୍ଚ ନାଟକ ଦର୍ଶକଙ୍କ ମଧ୍ୟରେ ହୋହଲ୍ଲା ସୃଷ୍ଟି କରିଥିଲା। ନାଜୀ ଶାସନର ଅତ୍ୟାଚାରକୁ ମଞ୍ଚରେ ନାଟ୍ୟ ରୂପାନ୍ତର କରିବାକୁ ଯାଇ ଜାତୀୟ ନାଟକ ବିଦ୍ୟାଳୟ ଆନୁକୂଲ୍ୟରେ ପୋଲାଣ୍ଡର ଏକ ନାଟ୍ୟଦଳ ଏହି ନାଟକଟିକୁ ପ୍ରଦର୍ଶନ କରୁଥାନ୍ତି। ଏକ ବଳାତ୍କାର ଦୃଶ୍ୟକୁ ଜୀବନ୍ତ କରିବା ଆଳରେ ଜଣେ ମହିଳା କଳାକାର ମଞ୍ଚରେ ହଠାତ୍‌ ତାଙ୍କ ବକ୍ଷୋଜକୁ ଅନାବୃତ୍ତ କରିପକାଇଲେ, ଯାହାକି ଦର୍ଶକମାନଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା। ପ୍ରତିକ୍ରିୟାରେ ନାଟକର ପରିସମାପ୍ତି ପରେ ଦର୍ଶକଙ୍କ ସମ୍ମିଳିତ ପ୍ରତିବାଦର ସ୍ବର ଏତେ ଶାଣିତ ଥିଲା ଯେ ବାଧ୍ୟହୋଇ ଉପସ୍ଥିତ ସଂସ୍କୃତି ମନ୍ତ୍ରୀଙ୍କୁ ବିବୃତି ରଖିବାକୁ ପଡିଲା। ଏହା ଉପରେ ‘ସୋନ୍‌କା’ ଶୀର୍ଷକରେ ‘ଧରିତ୍ରୀ’ ପକ୍ଷରୁ ଯେଉଁ ସମ୍ପାଦକୀୟଟି ପ୍ରକାଶିତ ହେଲା ତାହା ଏଠାରେ ପ୍ରଣିଧାନଯୋଗ୍ୟ। ସମ୍ପାଦକ ମହୋଦୟ ସମସ୍ତଙ୍କ ଭାବନାର ଊର୍ଦ୍ଧ୍ୱକୁ ଉଠିଯାଇ ମତ ଦେଇଥିଲେ ଯେ, ନାଟକଟିକୁ କଳାକୁଶଳ ଦୃଷ୍ଟିଭଙ୍ଗୀରେ ବିଚାର ନ କରି ଶାଳୀନତାର ଲକ୍ଷ୍ମଣରେଖା ଟାଣିବା ବୋଧେ ଆମର ହୀନମନ୍ୟତା। ଉଦାହରଣରେ ସେ ପୁରୀର ଶ୍ରୀମନ୍ଦିର ଓ କୋଣାର୍କର ସୂର୍ଯ୍ୟମନ୍ଦିର ଗାତ୍ରରେ ଖୋଦିତ ନଗ୍ନ କଳାକୃତି ସବୁକୁ ଆମେ ଅଶ୍ଳୀଳ ଦୃଷ୍ଟିଭଙ୍ଗୀରେ ଦେଖି ନ ଥିବା ବେଳେ ନାଟକଟିକୁ ଏପରି ଦୃଷ୍ଟିଭଙ୍ଗୀରେ ଦେଖିବାର ତାତ୍ପର୍ଯ୍ୟକୁ ଅନୁଶୀଳନ କଲେ। ଉତ୍କୃଷ୍ଟ କଳାର ଦେଶ ଏ ଉତ୍କଳ। ତଦାନୀନ୍ତନ କୁଶଳୀ ଶିଳ୍ପୀଗଣ ତଥା ଦର୍ଶକବୃନ୍ଦ ଅନ୍ତତଃପକ୍ଷେ କଳା ଭାସ୍କର୍ଯ୍ୟର ମହତ୍ତ୍ୱକୁ ଯେଉଁ ଦୃଷ୍ଟିରେ ଗ୍ରହଣ କରିଥିଲେ ତା’ର ପଟାନ୍ତର ନାହିଁ। ନଚେତ୍‌ ଚାରିଆଡୁ ବିରୋଧାଭାସରେ ଏସବୁ କଳାକୃତି ସ୍ବକୀୟ ସ୍ଥିତି ହରାଇ ଇତିହାସ ପାଲଟି ଯାଇଥାନ୍ତା। 
ଏହି ପରିପ୍ରେକ୍ଷୀରେ ଦୃଷ୍ଟାନ୍ତଟିଏ ମନକୁ ଆସେ। ଥରେ ଗୁରୁକୁଳରେ ଦୁଇଜଣ ବ୍ରହ୍ମଚାରୀ ଶିକ୍ଷାନବୀଶ ଆଶ୍ରମ ନିକଟସ୍ଥ ନଦୀରେ ସନ୍ଧ୍ୟା ତର୍ପଣ କରୁ କରୁ ହଠାତ୍‌ ସ୍ରୋତରେ ଏକ ତରୁଣୀର ସଂଜ୍ଞାହୀନ ନିସ୍ତେଜ ଶରୀର ଭାସିଯାଉଥିବାର ଦେଖିଲେ। ପ୍ରଥମ ଶିଷ୍ୟଙ୍କ ବାରଣକୁ ନ ମାନି ଦ୍ୱିତୀୟ ଶିଷ୍ୟ ସହସା ନଦୀସ୍ରୋତକୁ ଲମ୍ଫ ଦେଇ କିଶୋରୀର ଶରୀରଟିକୁ ଉଦ୍ଧାର କରି କୂଳକୁ ଆଣିଲେ। ସଂଜ୍ଞା ଫେରାଇବା ପାଇଁ ବିଭିନ୍ନ ଉପଚାର କରିବା ଦ୍ୱାରା ସାଷ୍ଟାମ ହେବାରୁ ତରୁଣୀଟିର ନଗ୍ନ ଶରୀରକୁ ନିଜ ବସ୍ତ୍ରରେ ଆବୃତ୍ତ କରି ମସ୍ତକରେ ବୋହି ନିକଟସ୍ଥ ଜନପଦରେ ଛାଡି ଦେଇଆସିଲେ। ତଡିତ୍‌-ବେଗରେ ଗୁରୁଙ୍କ ପାଖରେ ଏ ଦୃଶ୍ୟର ନିଚ୍ଛକ ଅବତାରଣା ପୂର୍ବକ ପ୍ରଥମ ଶିଷ୍ୟ ଜଣକ ଦ୍ୱିତୀୟ ଶିଷ୍ୟଙ୍କ ଧୃଷ୍ଟତା ହେତୁ ବ୍ରହ୍ମଚର୍ଯ୍ୟ ବ୍ରତ ନାରୀ ଅଙ୍ଗ ସ୍ପର୍ଶ ଦ୍ୱାରା ଭଗ୍ନ ହୋଇଥିବାର ପ୍ରମାଣ ରଖିଲେ। ଗୁରୁ ନିରୁତ୍ତର ରହିବାରୁ ପରଦିନ ପୁନଶ୍ଚ ଶିଷ୍ୟ ଜଣକ କଥାଛଳରେ ଘଟଣାଟିର ପୁନରାବୃତ୍ତି ପୂର୍ବକ, ନିଜ ଶରୀରକୁ ଅର୍ଦ୍ଧାବୃତ୍ତ କରି ଏକ ନାରୀକୁ ସେ ବସ୍ତ୍ର ଦେଇଥିବାରୁ  ବ୍ରହ୍ମଚର୍ଯ୍ୟ ନଷ୍ଟ ହୋଇଥିବାର ଅଭିଯୋଗ ବାଢିଲେ। ତଥାପି ଗୁରୁ ନୀରବ ରହିବାର ଦେଖି ତୃତୀୟ ଦିନ ସେ ଆପତ୍ତି କଲେ ଯେ ଏକ ନାରୀର ଅର୍ଦ୍ଧାବୃତ୍ତ ଶରୀରକୁ ମୁଣ୍ଡରେ ବୋହି ଜନପଦକୁ ନେଇଥିବାରୁ ଉକ୍ତ ଶିଷ୍ୟ ବ୍ରହ୍ମଚର୍ଯ୍ୟ-ଭ୍ରଷ୍ଟ ହୋଇଛନ୍ତି ଏବଂ ତାଙ୍କୁ ଆଶ୍ରମରୁ ବହିଷ୍କାର କରାଯାଉ। 
ଗୁରୁ ଏଥର କହିଲେ- ବତ୍ସ, ସେ ଯେଉଁ କାର୍ଯ୍ୟ କଲା ତାହା ଏକ ବ୍ରହ୍ମଚାରୀ ପକ୍ଷେ ଅନୁଚିତ ହେଲେ ବି ଏକ କଲ୍ୟାଣକାରୀ ପଦକ୍ଷେପ। ତେଣୁ କର୍ତ୍ତବ୍ୟ ଦାୟରେ ମନ ଭିତରେ କୌଣସି ଆବିଳତା ନ ରଖି କାର୍ଯ୍ୟଟିକୁ ତୁଲାଇଥିବାରୁ ସ୍ବାଭାବିକ ଭାବେ ସେ ଘଟଣାଟି ବିସ୍ମୃତ ହୋଇଥିବା ବେଳେ ତୁମ ମନରେ ତାହା ଏପର୍ଯ୍ୟନ୍ତ ଉଜ୍ଜୀବିତ ରହିଛି। ଏହାଦ୍ୱାରା ତୁମର ମାନସିକ ବ୍ରହ୍ମଚର୍ଯ୍ୟ ନଷ୍ଟ ହୋଇନାହିଁ କି? ତେଣୁ ପାପର ବୋଝକୁ ସେ ନୁହେଁ ବରଂ ତୁମେ ମୁଣ୍ଡେଇଛ। ଶିଷ୍ୟ ଜଣକ ଏହା ଶୁଣି ନିଜର ଭୁଲ୍‌ ବୁଝିପାରିଲେି। ଏଇ ପରିପ୍ରେକ୍ଷୀରେ ଆମେ ଯଦି କଳାକାରମାନଙ୍କର କଳାକୁଶଳତାକୁ ଉପଭୋଗ ନ କରି ଅଶ୍ଳୀଳତାକୁ ନଜର ଦେବା ତେବେ ଏହା ଆମର ନିଜସ୍ବ ଦୃଷ୍ଟିଭଙ୍ଗୀ ବୋଲି ବୁଝିବାକୁ ହେବ। ଆଜିକାଲି ଭଜନ ସମାରୋହଠାରୁ ଆରମ୍ଭ କରି ସଙ୍ଗୀତ ସନ୍ଧ୍ୟା ଏପରି କି ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଉଦଣ୍ଡ ନୃତ୍ୟ ନ ଥିଲେ ଏ ପିଢିର ଦର୍ଶକଙ୍କ ମନଛୁଆଁ ହୋଇ ପାରୁନାହିଁ। ରାତ୍ରିର ବିଳମ୍ବିତ ପ୍ରହରରେ ଛାତ୍ରାବାସମାନଙ୍କରେ ଚାଲୁଥିବା ନୃତ୍ୟ ସଙ୍ଗୀତ ଆସରରେ ମଦମତ୍ତ ଛାତ୍ରଙ୍କ ସମ୍ମୁଖରେ ଅନୂଢା ତରୁଣୀଙ୍କର ଉଦର ନୃତ୍ୟ (ବେଲି ଡ୍ୟାନ୍ସ) କେଉଁ ଆଭିଜାତ୍ୟପୂର୍ଣ୍ଣ ମଧୁଶାଳାର ନର୍ତ୍ତକୀମାନଙ୍କ ଅଙ୍ଗସୌଷ୍ଠବ ପ୍ରଦର୍ଶନଠାରୁ କମ୍‌ ଅଶ୍ଳୀଳ କି ଆପତ୍ତିଜନକ ନୁହେଁ। ବାହାରେ ସମ୍ପୂର୍ଣ୍ଣ ପାରିବାରିକ ବୋଲି ଫଳକ ଲଗାଇ ଚଳଚ୍ଚିତ୍ର କିମ୍ବା ଯାତ୍ରା ଜଗତରେ ଅଶ୍ଳୀଳ ନୃତ୍ୟର ପ୍ରଦର୍ଶନ ଆପତ୍ତିଜନକ ନିଶ୍ଚୟ। ଏହାକୁ ଆମର ରକ୍ଷଣଶୀଳ ସମାଜ ସ୍ବୀକୃତି ଦେଇଦେଲେ କ୍ରମେ ତାହା ଆଜିର ଗ୍ରାହକଙ୍କ ଚାହିଦା ନାମରେ ବଢିବଢି ଅଶ୍ଳୀଳତାରୁ ନଗ୍ନତାରେ ଯେ ରୂପାନ୍ତରିତ ହୋଇ ନ ଯିବ ଏଥିରେ ଲେଶ-ମାତ୍ର ସନ୍ଦେହ ନାହିଁ, ଅତଏବ ଆଗରୁ ଏ ଦିଗଟି ପ୍ରତି ଆମେ ସଚେତନ ରହିବା ସମୀଚୀନ ମନେହୁଏ। ମୋ-୯୪୩୭୧୮୫୧୭୫
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା