ଜୀବନଚର୍ଯ୍ୟା |

ସେଲିବ୍ରିଟିଙ୍କ ପରଫ୍ୟୁମ୍‌

ସେଲିବ୍ରିଟିଙ୍କ ପରଫ୍ୟୁମ୍‌

ଅନ୍‌ସ୍କ୍ରିନ୍‌ ହେଉକି ଅଫ୍‌ସ୍କ୍ରିନ୍‌, ସେଲିବ୍ରିଟିମାନେ ସବୁବେଳେ ପରଫେକ୍ଟ ଦେଖାଯିବାକୁ ଚେଷ୍ଟା କରନ୍ତି । ତେଣୁ ମେକ୍‌ଅପ୍‌ଠୁ ଆରମ୍ଭ କରି ଆଉଟ୍‌ଫିଟ୍‌, ଆସେସରିଜ୍‌ ପ୍ରତି ଧ୍ୟାନ ଦେବା ସହ  ଗହଳି ଭିତରେ ବାରି ହୋଇପଡିବା ଲାଗି ଖାସ୍‌ ପର୍‌ଫ୍ୟୁମ୍‌ ବି ବ୍ୟବହାର କରନ୍ତି । ଜାଣନ୍ତୁ ବଲିଉଡ୍‌ ଡିଭାମାନେ ବ୍ୟବହାର କରୁଥିବା କିଛି ଖାସ୍‌ ପର୍‌ଫ୍ୟୁମ୍‌ ସମ୍ପର୍କରେ...

କଙ୍ଗନା ରାଣାଓ୍ବତ୍‌-ସବୁବେଳେ କଣ୍ଟ୍ରୋଭର୍ସିରେ ରହୁଥିବା ତଥା ଛୋଟିଆ ସହରରୁ ଆସି ସୁପରଷ୍ଟାର ହୋଇପାରିଥିବା କଙ୍ଗନା ମହକନ୍ତି ‘ଚ୍ୟାନେଲ୍‌ ନଂ ୫’ ନାମକ ପର୍‌ଫ୍ୟୁମ୍‌ରେ। ଏହି ସିଗ୍‌ନେଚର୍‌ ପର୍‌ଫ୍ୟୁମ୍‌ର ୧୦୦ମି.ଲିର ମୂଲ୍ୟ ହେଉଛି ୧୦,୦୦୦ଟଙ୍କା। 

କ୍ୟାଟ୍ରିନା କୈଫ- କ୍ୟାଟ୍ରିନାଙ୍କ ପସନ୍ଦର ପର୍‌ଫ୍ୟୁମ୍‌ ହେଉଛି ‘ଗୁସି ରସ୍‌’। ୧୯୯୯ରେ ଲୋକାର୍ପିତ ହୋଇଥିବା ଏହି ପର୍‌ଫ୍ୟୁମ୍‌ର ୭୫ମି.ଲିର ମୂଲ୍ୟ ୫୦୦୦ଟଙ୍କା। ଏହାର ତାଜା ପ୍ରସ୍ଫୁଟିତ ଫୁଲର ମହକ କ୍ୟାଟ୍ରିନାଙ୍କୁ ବହୁତ ଭଲ ଲାଗିଥାଏ। 

ଆଲିଆ ଭଟ୍ଟ- କ୍ୟୁଟ୍‌ ଆଲିଆ ଭଟ୍ଟ ପଡିଛନ୍ତି ‘ଅର୍ମାନି କୋଡ୍‌’ ପର୍‌ଫ୍ୟୁମ୍‌ ପ୍ରେମରେ। ଉକ୍ତ ପର୍‌ଫ୍ୟୁମ୍‌ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ହେଁ ଆଲିଆଙ୍କୁ ବହୁତ ଭଲ ଲାଗେ। ତେଣୁ ସେ ଏହାକୁ ବ୍ୟବହାର କରନ୍ତି। ଏହାର ମୂଲ୍ୟ ହେଉଛି ୫୦୦୦-୫୫୦୦ଟଙ୍କା।

କରିନା କପୁର ଖାଁ- କରିନାଙ୍କ ପସନ୍ଦ ‘ଜିନ୍‌ ପଲ୍‌ ଗଲ୍ଟିୟର୍‌ଙ୍କ କ୍ଲାସିକ୍‌’ ପର୍‌ଫ୍ୟୁମ୍‌, ଯାହାର ମୂଲ୍ୟ ହେଉଛି ୫୦୦୦ ଟଙ୍କା। 

ସୋନମ୍‌ କପୁର- ଫ୍ରୁଟି ସ୍ମେଲ୍‌ ତଥା ଫଳର ମହକ ହେଉଥିବା ‘ମାଇକେଲ୍‌ କୋର୍ସ’ ପର୍‌ଫ୍ୟୁମ୍‌ ସୋନମ୍‌ଙ୍କର ଭାରି ପ୍ରିୟ। ଏହାର ୧୦୦ମି.ଲି.ର ମୂଲ୍ୟ ହେଉଛି ୬,୫୦୦ଟଙ୍କା।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ- ଯାହାଙ୍କ ଲୁକ୍‌ ଓ ମହକ ଆତ୍ମବିଶ୍ୱାସରେ ଭରା, ସେ ହେଉଛନ୍ତି ଐଶ୍ୱର୍ଯ୍ୟା। ତେବେ ଏହି ବ୍ୟୁଟି କୁଇନ୍‌ଙ୍କ ପସନ୍ଦର ପର୍‌ଫ୍ୟୁମ୍‌ ହେଉଛି ‘କ୍ଲିନିକ୍ୟୁ ହାପି’। ପର୍‌ଫ୍ୟୁମ୍‌ରୁ ହେଉଥିବା ତାଜା ସକାଳର ଫ୍ରୁଟି ଫ୍ଲାଓ୍ବାରି ସୁଗନ୍ଧ, ଐଶ୍ୱର୍ଯ୍ୟାଙ୍କୁ ମତୁଆଲା କରିଥାଏ। ଏହି ପର୍‌ଫ୍ୟୁମ୍‌ର ୧୦୦ ମି.ଲି.ର ମୂଲ୍ୟ ହେଉଛି ୪୦୦୦ଟଙ୍କା।

ପ୍ରିୟଙ୍କା ଚୋପ୍ରା- ପିସିଙ୍କର ପସନ୍ଦ ‘ରାଲ୍‌ଫ ଲୌରେନ୍‌ ରୋମାନ୍ସ’ ପର୍‌ଫ୍ୟୁମ୍‌।  ହେରି ଫ୍ରେମଣ୍ଟ ତିଆରି କରିଥିବା ଉକ୍ତ ପର୍‌ଫ୍ୟୁମ୍‌ର ୧୦୦ମି.ଲି.ର ମୂଲ୍ୟ ହେଉଛି ୫୦୦୦ଟଙ୍କା।

ଶିଳ୍ପା ସେଟ୍ଟୀ-  ୧୯୯୯ରେ ଫ୍ରାନ୍ସିସ୍‌ କୁର୍କଜିଆନ୍‌ ତିଆରି କରିଥିବା ‘ଏଲିଜାବେଥ୍‌ ଆର୍ଡେନ୍‌ ଗ୍ରୀନ୍‌ ଟି’ ପର୍‌ଫ୍ୟୁମ୍‌ ଶିଳ୍ପା ସେଟ୍ଟୀଙ୍କର ବେଶ୍‌ ପ୍ରିୟ। ଶିଳ୍ପା ନିଜେ ‘ଏସ୍‌ ୨’ ନାମକ ଏକ ପର୍‌ଫ୍ୟୁମ୍‌ ବ୍ରାଣ୍ଡର ମାଲିକାଣୀ ହୋଇଥିଲେ ହେଁ ତାଙ୍କର ପ୍ରିୟ ପର୍‌ଫ୍ୟୁମ୍‌ ହେଉଛି ‘ଏଲିଜାବେଥ୍‌ ଆର୍ଡେନ୍‌ ଗ୍ରୀନ୍‌ ଟି’।

ଦୀପିକା ପାଦୁକୋନ୍‌- ଦୀପିକା ଗୋଟିଏ ନୁହେଁ ତିନୋଟି ବ୍ରାଣ୍ଡର ପର୍‌ଫ୍ୟୁମ୍‌ ପସନ୍ଦ କରନ୍ତି। ସେଗୁଡିକ ହେଉଛି ହୁଗୋ ବସ୍‌, ରାଲ୍‌ଫ ଲୌରେନ୍‌ ଏବଂ ଏଷ୍ଟି ଲୌଡେର୍‌। କେତେବେଳେ କେଉଁ ପର୍‌ଫ୍ୟୁମ୍‌ ବ୍ୟବହାର କଲେ ତାଙ୍କ ମହକରେ ସମସ୍ତେ ମତୁଆଲା ହୋଇଯିବେ ତାହା ସେ ବେଶ୍‌ ଜାଣନ୍ତି।


     


All Right Reserved By

ଜୀବନଚର୍ଯ୍ୟା |

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ବାଇଗଣ ପ୍ରତି ଲୋକଙ୍କର ଏକ ପସନ୍ଦର ପରିବା। ଏଥିରେ ଅନେକ ପୋଷକତତ୍ତ୍ୱ ରହିଛି। ୧୫ ଶହ ଶତାବ୍ଦୀରୁ ଭାରତରେ ଏହି ପରିବା ଚାଷ ଆରମ୍ଭ ହୋଇଥିଲା। 

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ମେବବହୁଳତାରୁ ଦୂରେଇ ରହିବା ପାଇଁ କେତେକ ଉଷୁମ ପାଣିରେ ମହୁ ମିଶାଇ ପିଇଥାନ୍ତି। ତେବେ ଏହା ପିଇଲେ ଶରୀରରେ ବିଷ କ୍ରିୟା ସୃଷ୍ଟି ହୋଇଥାଏ ଆୟୁବେର୍ଦରେ ଉଲ୍ଲେଖ ରହିଛି। ମହୁ ଅନେକ ପୋଷକ ତତ୍ତ୍ୱରେ ଭରପୁର।

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ  ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ ଶରୀର ପାଇଁ ବିଶେଷ ଉପକାରୀ ହୋଇଥାଏ। 

ଉଡେନ୍‌ ବାସନର ଯତ୍ନ

ଉଡେନ୍‌ ବାସନର ଯତ୍ନ

ଲେମ୍ବୁ: ଉଡେନ ବାସନକୁ ସଫା କରିବାକୁ ହେଲେ ଲେମ୍ବୁରସର ବ୍ୟବହାର କରିବା ବହୁତ ଭଲ। ଏଥିପାଇଁ ଆପଣ ଗରମପାଣିରେ ଲେମ୍ବୁରସ କେଇ ବୁନ୍ଦା ମିଶାଇ ଦିଅନ୍ତୁ। ଏଥିରେ ୧୫ମିନିଟ୍‌ ବୁଡ଼ାଇ ଛାଡ଼ି ଦିଅନ୍ତୁ। ପୁଣି ଏହାକୁ କାଢ଼ି ଶୁଖିଲା କପଡ଼ାରେ ପୋଛି ସଫାକରି ଦିଅନ୍ତୁ। 

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ କିଛି ପାଣି ଗ୍ୟାସରେ ଗରମ କରନ୍ତୁ। ପାଣି ଫୁଟିବାକୁ ଆରମ୍ଭ କଲେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏହାପରେ ସୋୟାବିନ୍‌କୁ ପକାଇ ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଢାଙ୍କି ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସୋୟାବିନ୍‌କୁ ପାଣିରୁ କାଢ଼ି ତାକୁ ଭଲଭାବେ ହାତରେ ଚିପୁଡି  ଏକ ପାତ୍ରରେ ରଖନ୍ତୁ। ଏବେ ସେହି ପାତ୍ରରେ ଅଦା ରସୁଣ ପେଷ୍ଟ, ହଳଦୀ, ଦହି, ବେସନ, କର୍ନଫ୍ଲୋର,

ହୋଲି ସମୟରେ  କେଶର ଯତ୍ନ

ହୋଲି ସମୟରେ କେଶର ଯତ୍ନ

ହୋଲି ରଙ୍ଗର ଖେଳ। ଏହି ପର୍ବରେ ଚାରିଆଡ଼େ ଖାଲି ରଙ୍ଗ। ଏଥିରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗାଇଥାନ୍ତି। କେମିକାଲଯୁକ୍ତ ରଙ୍ଗରୁ କିପରି କେଶକୁ ରକ୍ଷା କରିବେ । କେଶରେ ରଙ୍ଗ ଲଗାଇବା ଦ୍ୱାରା କେଶ ଡ୍ରାଏ ହୋଇଯାଏ,କେଶ ଝଡ଼ିବା,କେଶର ଚମକ କମିବା ଏକ ସାଧାରଣ ସମସ୍ୟା ।

ଅସ୍ବାଭାବିକ ଗର୍ଭାଶୟ, ଗର୍ଭପାତ

ଅସ୍ବାଭାବିକ ଗର୍ଭାଶୟ, ଗର୍ଭପାତ

ଡା. ଲିପ୍‌ସା ମିଶ୍ର 

ବେଳେବେଳେ ଗର୍ଭାଶୟରେ ହେଉଥିବା ବନ୍ଧ୍ୟାତ୍ୱ ଜନ୍ମଜାତ ହୋଇପାରେ (ଜନ୍ମଗତ ତ୍ରୁଟି) । ବନ୍ଧ୍ୟାତ୍ୱ ବ୍ୟତୀତ, ସେଗୁଡ଼ିକ ଅସ୍ବାଭାବିକ ଗର୍ଭପାତର କାରଣ ହୋଇପାରେ ଏବଂ ଗର୍ଭଧାରଣ ପାଇଁ ଅସୁବିଧା ସୃଷ୍ଟିକରିପାରେ।

ଏକ ଅସ୍ବାଭାବିକ ଗର୍ଭାଶୟ ସହିତ ସମ୍ପୂର୍ଣ୍ଣ ଗର୍ଭଧାରଣର ସମ୍ଭାବନା ଖୁବ୍‌ କମ୍‌ ରହିଥାଏ । 

ହୋଲି ଖେଳିବା ପୂର୍ବରୁ..

ହୋଲି ଖେଳିବା ପୂର୍ବରୁ..

ହୋଲି ଖେଳିବା ପୂର୍ବରୁ ଆପଣ ନିଜ ଶରୀର ଏବଂ କେଶରେ ଭଲ ଭାବରେ  ତେଲ ଲଗାଇ ଦିଅନ୍ତୁ। ତେଲ ଲଗାଇବା ଦ୍ୱାରା ଏହା ଶରୀର ସଂସ୍ପର୍ଶରେ ଏତେଟା ଆସି ନ ଥାଏ ଫଳରେ ତ୍ୱଚା ଏବଂ କେଶକୁ ରଙ୍ଗ ଦାଉରୁ ରକ୍ଷା ମିଳିଥାଏ। 

ଅର୍ଶରୁ ଦୂରେଇ ରହିବା ପାଇଁ ଦରଫୁଟା ଭାତ ଉତୁରା ପେଜରେ ପିଅନ୍ତୁ ଚାମଚେ ଏହି କ୍ଷୀର...

ଅର୍ଶରୁ ଦୂରେଇ ରହିବା ପାଇଁ ଦରଫୁଟା ଭାତ ଉତୁରା ପେଜରେ ପିଅନ୍ତୁ ଚାମଚେ ଏହି କ୍ଷୀର...

ଅମୃତଭଣ୍ଡାରେ ଭରି ରହିଛି ଅନେକ ଅମୃତ ଗୁଣ। ଏହାର ବହୁ ଔଷଧୀୟ ଗୁଣ ଥିବାରୁ ଖାଦ୍ୟରେ ଏହାକୁ ନିୟମିତ ଗ୍ରହଣ କଲେ ଅନେକ ରୋଗ ଦୂର ହୁଏ। 

ମୁଖମଣ୍ଡଳରେ  ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ମୁଖମଣ୍ଡଳରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସ୍ବାସ୍ଥ୍ୟ ସମ୍ବନ୍ଧିତ ଛୋଟ ଛୋଟ ସମସ୍ୟା ପାଇଁ କେତେକ ଡାକ୍ତରଙ୍କ ସହିତ ପରାମର୍ଶ କରିଥାନ୍ତି । କିନ୍ତୁ କେତେକ ସମସ୍ୟା ଘରୋଇ ଉପଚାରରେ ସହଜରେ ଦୂର ହୋଇପାରିଥାଏ। 

ଗୋରା ହେବା ପାଇଁ ଖାଆନ୍ତୁ ଏହି ଲଡ଼ୁ

ଗୋରା ହେବା ପାଇଁ ଖାଆନ୍ତୁ ଏହି ଲଡ଼ୁ

ଚିନାବାଦାମ, କାହାକୁ ଭଜା ପସନ୍ଦ ତ କାହାକୁ କଞ୍ଚା। ତେବେ ଏହି ବାଦାମ ଲଡୁର ରହିଛି ଅନେକ ଉପକାରୀ ଗୁଣ। ଜାଣନ୍ତୁ ସେ ସମ୍ପର୍କରେ...

ଶାଓ୍ବାରରେ ଗାଧୋଇଲେ ମିଳିଥାଏ ଏହି ଫାଇଦା

ଶାଓ୍ବାରରେ ଗାଧୋଇଲେ ମିଳିଥାଏ ଏହି ଫାଇଦା

ଝିଅମାନେ ସବୁବେଳେ ଚାହିଁଥାନ୍ତି କେମିତି ତାଙ୍କ ତ୍ୱଚା ଗ୍ଲୋ କରୁ। ଖାସ୍‌ ଏଥିପାଇଁ ଭଲ ବ୍ରାଣ୍ଡର ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ ଉତ୍ତମ ଖାଦ୍ୟ ଏବଂ ବ୍ୟାୟାମ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି ତ୍ୱଚାର ଯତ୍ନ ନେବା ପାଇଁ ଶାଓ୍ବାରଠାରୁ ଆଉ ଭଲ କିଛି ଉପାୟ ନାହିଁ। ସ୍କିନ୍‌ ଆଣ୍ଡ ବ୍ୟୁଟି ବିଶେଷଜ୍ଞ ବିଶାଲ ମୁଦ୍‌ଗିଲ୍‌ କୁହନ୍ତି ଯଦି ତ୍ୱଚାର ଯତ୍ନ ନେବାକୁ ଚାହୁଁଛନ୍ତି ତେବେ ଶାଓ୍ବାରରେ ଗାଧୋଇବା ପ୍ରତି ଧ୍ୟାନ ଦିଅନ୍ତୁ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା