ସମ୍ପାଦକୀୟ |

ହିନ୍ଦୁ କିଏ

ହିନ୍ଦୁ କିଏ
ଦେବଦତ୍ତ ପଟ୍ଟନାୟକ ଦିନେ ଜଣେ ସାମ୍ବାଦିକା ବାରମ୍ବାର କହିଚାଲିଥିଲେ କର୍ମତତ୍ତ୍ୱ ତାଙ୍କ ପାଇଁ କିପରି ସମସ୍ୟା ସୃଷ୍ଟି କରିଥିଲା। ଅବଶ୍ୟ ସେ କର୍ମ ସମ୍ବନ୍ଧରେ ଯାହା ବୁଝିଥିଲେ, ତାହା ଆପଣ ଊନବିଂଶ ଶତାବ୍ଦୀର ଖ୍ରୀଷ୍ଟିଆନ୍‌ ମିଶନାରୀଙ୍କ ପାଖରେ ପାଇବେ, ଯାହାଙ୍କର ଏଜେଣ୍ଡା ଥିଲା ତାଙ୍କ ଧର୍ମ ହିଁ ବାସ୍ତବ ଧର୍ମ ବୋଲି ପ୍ରମାଣ କରିବା। ୟୁରୋପୀୟ ପ୍ରାଚୀନବାଦୀମାନଙ୍କ କର୍ମବାଦ ସହ ହିନ୍ଦୁ ଦର୍ଶନର ସାମଞ୍ଜସ୍ୟ ରହିଛି। ହିନ୍ଦୁମାନଙ୍କ ପରି ସେମାନେ ଭାବୁଥିଲେ ଯେ ସବୁକିଛି ପୂର୍ବ ନିର୍ଦ୍ଧାରିତ। ମଣିଷ ଚାହିଁଲେ ନିଜର ସ୍ବାଧୀନ ଇଚ୍ଛାଶକ୍ତି ବଳରେ କିଛି ବି ବଦଳାଇଦେଇ ପାରିବ ନାହିଁ। ମିଶନାରୀମାନେ ଯୁକ୍ତି କରୁଥିଲେ ଯେ ହିନ୍ଦୁଧର୍ମରେ କେହି ଚାହିଁଲେ ନିଜର ଜାତି ବଦଳାଇପାରିବ ନାହିଁ। ସେ ଯେଉଁ କୁଳରେ ଜନ୍ମ ହୋଇଛି, ସେହି ଜାତିର ବୋଲି ପରିଗଣିତ ହୋଇଥାଏ। କିନ୍ତୁ ଖ୍ରୀଷ୍ଟିଆନ ଧର୍ମରେ ଜଣେ ନିଜର ଜାତି ବଦଳାଇପାରିବ। କାରଣ ଖ୍ରୀଷ୍ଟିଆନ ଧର୍ମରେ ସ୍ବାଧୀନ ଇଚ୍ଛା ଓ ପସନ୍ଦକୁ ଗୁରୁତ୍ୱ ଦିଆଯାଏ। ବିଂଶ ଶତାବ୍ଦୀରେ ଏହି ଯୁକ୍ତିରୁ ଜନ୍ମଲାଭ କଲା ଯୁକ୍ତିବାଦ ଓ ଧର୍ମନିରପେକ୍ଷତାବାଦ। ଯୁକ୍ତିବାଦୀମାନେ ତର୍କ କଲେ ଯେ, ନିଜର ପସନ୍ଦ କରିବାର ସ୍ବାଧୀନ ଅଧିକାର ଥିବାରୁ ଈଶ୍ୱର ବିଶ୍ୱାସ ଆଦି ଭଳି ଅଯୌକ୍ତିକ ଅନ୍ଧବିଶ୍ୱାସ ବଦଳରେ ଯାହା ତର୍କସଙ୍ଗତ ତାକୁ ହିଁ ଗ୍ରହଣ କରିବା ଉଚିତ। ବର୍ତ୍ତମାନ ଅଗ୍ରଣୀ ନ୍ୟୁରୋବାୟୋଲୋଜିଷ୍ଟମାନେ କହୁଛନ୍ତି ଯେ, ସମ୍ଭବତଃ ସ୍ବାଧୀନ ଇଚ୍ଛା ହେଉଛି ଏକ ମାନବୀୟ ଭ୍ରମ ଏବଂ ଖ୍ରୀଷ୍ଟିୟାନମାନଙ୍କ ଦ୍ୱାରା ସୃଷ୍ଟ ଏକ ଅନ୍ଧବିଶ୍ୱାସ। ମଣିଷର ମସ୍ତିଷ୍କ ହେଉଛି ଅତ୍ୟନ୍ତ ଜଟିଳ, ଯାହା ପରିବେଶରେ ନିଜେ ସ୍ବାଧୀନ ଭାବରେ ବଞ୍ଚୁଛି ବୋଲି ବିଶ୍ୱାସ ସୃଷ୍ଟି କରି ନିଜକୁ ହିଁ ବୋକା ବନାଏ। ତେବେ ହିନ୍ଦୁଧର୍ମ କ’ଣ ଭାଗ୍ୟବାଦୀ? ଏହାର ଉତ୍ତର ଉଭୟ ହଁ ଓ ନା। ପ୍ରସଙ୍ଗ ଉପରେ ଉତ୍ତର ନିର୍ଭର କରେ। କାରଣ କର୍ମ ମାନେ ଉଭୟ କ୍ରିୟା ଓ ପ୍ରତିକ୍ରିୟା। ବେଦରେ କର୍ମ ମାନେ ଧାର୍ମିକ ବିଧିବିଧାନ ପାଳନ କରିବା। ଉପନିଷଦରେ କର୍ମ ମାନେ ପ୍ରତିକ୍ରିୟା: ଆମର ବର୍ତ୍ତମାନ ଅବସ୍ଥା ହେଉଛି ଅତୀତ କର୍ମର ଫଳଶ୍ରୁତି। ବୌଦ୍ଧ ଜାତକ କହେ: ଭଲ କର୍ମ କଲେ ଭଲ ଫଳ ମିଳେ। ତେଣୁ ଆପଣ ବର୍ତ୍ତମାନ ଯଦି ଭଲ କାମ କରିବେ, ତେବେ ତାହା ଭବିଷ୍ୟତକୁ ବଦଳାଇଦେଇପାରିବ। ଏହା ମଧ୍ୟ କର୍ମ। ହିନ୍ଦୁ ପୁରାଣ ରାମାୟଣ ଓ ମହାଭାରତ ଅନୁସାରେ ଭବିତବ୍ୟକୁ ବଦଳାଇବା ସହଜ ନୁହେଁ। ଏ ବିଶ୍ୱରେ ଅନେକ ଶକ୍ତିର ପ୍ରଭାବ ଆମ ଉପରେ ଥାଏ ଏବଂ ସେସବୁ ଆମ ନିୟନ୍ତ୍ରଣରେ ନ ଥାଏ। ସେଥିପାଇଁ ଆମର ଜୀବନ ଆମ ସ୍ବାଧୀନ ଇଚ୍ଛା ଅନୁସାରେ ପରିଚାଳିତ ହୁଏ ନାହିଁ, ବରଂ ଅନ୍ୟମାନଙ୍କ ଇଚ୍ଛା ଆମ ଉପରେ କାର୍ଯ୍ୟକାରୀ ହୁଏ। ରାମ ନିଜ ଇଚ୍ଛାରେ ବା ତାଙ୍କ ପିତା ଦଶରଥଙ୍କ ଆଦେଶ ପାଳନ କରିବାକୁ ବନକୁ ଯାଇ ନ ଥିଲେ। ସେ ଯାଇଥିଲେ ତାଙ୍କ ବିମାତା କୈକେୟୀଙ୍କ ଇଚ୍ଛା ପୂରଣ କରିବା ପାଇଁ। କୈକେୟୀଙ୍କୁ ଏକଦା ଦଶରଥ ଦୁଇଟି ବର ପ୍ରଦାନ କରିଥିଲେ। ସେହି ବର ସେ ଦରକାର ବେଳେ ମାଗିନେବେ ବୋଲି କହିଥିଲେ। ଧାଈ ମନ୍ଥରାର ପ୍ରରୋଚନାରେ ନିଜ ପୁଅକୁ ନିରଙ୍କୁଶଭାବେ ରାଜା କରାଇବା ପାଇଁ କୈକେୟୀ ଦଶରଥଙ୍କଠାରୁ ପ୍ରଥମ ବରରେ ରାମଙ୍କ ୧୪ ବର୍ଷ ବନବାସ ଓ ଦ୍ୱିତୀୟ ବରରେ ଭରତଙ୍କ ପାଇଁ ରାଜଗାଦି ମାଗିନେଲେ। ତା’ପରେ ଆମେ ଜାଣିଲୁ ଯେ ରାମ ହେଉଛନ୍ତି ଭଗବାନ୍‌ ବିଷ୍ଣୁଙ୍କ ଅବତାର। ରାବଣ ପରି ପାପୀମାନଙ୍କୁ ବିନାଶ କରି ଧର୍ମ ସଂସ୍ଥାପନ ପାଇଁ ତାଙ୍କର ଆବିର୍ଭାବ। ରାବଣର ଦୁଷ୍କର୍ମରୁ ହିଁ ରାମଙ୍କ ଭଗବତ୍ତା ପ୍ରକଟିତ। ପୁଣି ରାମଙ୍କ ଅବତାର ଗ୍ରହଣ ପଛରେ ଅନ୍ୟ କାହାଣୀ ବି ଅଛି। ପୃଥିବୀରେ ମଣିଷ ରୂପରେ ଜନ୍ମଗ୍ରହଣ କରିବା ପାଇଁ ଶୁକ୍ରାଚାର୍ଯ୍ୟ ବିଷ୍ଣୁଙ୍କୁ ଅଭିଶାପ ଦେଇଥିଲେ ଏବଂ ବିଷ୍ଣୁ ତାହା ମଥାପାତି ଗ୍ରହଣ କରିନେଇଥିଲେ। ରାମଙ୍କ ବନବାସ ପଛରେ କାହିଁକି ଅନେକ ଆଶୀର୍ବାଦ ଓ ଅଭିଶାପର କାହାଣୀ ରହିଛି? ଗୋଟିଏ ଘଟଣା ପଛରେ ଅନେକ କାରଣ ଥାଏ ବୋଲି ଏହା ଆମକୁ ଜଣାଇଦେଉଛି। ତେଣୁ କୌଣସି ଘଟଣା ବ୍ୟକ୍ତିଗତ ନିୟନ୍ତ୍ରଣରେ ନ ଥାଏ। ଅବଶ୍ୟ ମୋର ସାମ୍ବାଦିକ ବନ୍ଧୁ ଓ ମିଶନାରୀମାନେ କହିବେ ଯେ, ଏସବୁ ବାହାନା, କାରଣ ନୁହେଁ। ଊନବିଂଶ ଶତାବ୍ଦୀରେ ସମସ୍ତେ ପ୍ରମାଣ କରିବାକୁ ଚାହିଁଲେ ଯେ ସବୁ ଧର୍ମ ସମାନ। କିନ୍ତୁ ପ୍ରକୃତରେ ସବୁ ଧର୍ମ ସମାନ ନୁହେଁ। ପ୍ରତ୍ୟେକ ଧର୍ମରେ ଭିନ୍ନ ଭିନ୍ନ ମତବାଦ ରହିଛି। ଆବ୍ରାହମୀୟ ବିଶ୍ୱାସ ଅନୁସାରେ ଈଶ୍ୱରଙ୍କ ଇଚ୍ଛାରେ ଶୂନ୍ୟରୁ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି। କିନ୍ତୁ ହିନ୍ଦୁ ପୁରାଣ ମତରେ ବିଷ୍ଣୁଙ୍କ ନିଦ୍ରାଭଙ୍ଗ ହେବାରୁ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି। ଏଣୁ ଉଭୟ ଧର୍ମର ବିଶ୍ୱାସରେ ଭିନ୍ନତା ରହିଛି। ସାମାଜିକ ପରମ୍ପରା ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଜାତିରେ ଜନ୍ମ ହୋଇଥାନ୍ତି। ଆପଣ ଚାହିଁଲେ ନିଜର ଜାତି ବା ଲିଙ୍ଗ ବଦଳାଇପାରିବେ ନାହିଁ। ନିଜର ପତି ବା ପତ୍ନୀକୁ ବି ଆପଣ ବଦଳାଇପାରିବେ ନାହିଁ। ଜାତି ଅନୁସାରେ କୌଳିକ ବୃତ୍ତି ବା କର୍ମ ବି ନିର୍ଦ୍ଧାରିତ ହୁଏ। ତେବେ ହିନ୍ଦୁଧର୍ମରେ ଏହି ପରମ୍ପରା ଓ ନିୟମ କିଏ ତିଆରି କଲା? କୌଣସି ହିନ୍ଦୁ ତାହା ଜାଣନ୍ତି ନାହିଁ। କିନ୍ତୁ ଊନବିଂଶ ଶତାବ୍ଦୀରେ ୟୁରୋପୀୟ ଅନୁବାଦକମାନେ ଆମ ମନରେ ବିଶ୍ୱାସ ଜନ୍ମାଇ ଦେଇଛନ୍ତି ଯେ, ଏହି ନିୟମ ମନୁ ତିଆରି କରିଛନ୍ତି, ଯିଏ ଇଜିପ୍ଟରେ ମୋସାଙ୍କ ସହ ତୁଳନୀୟ। ଆମେ ବିଶ୍ୱାସ କରିବାକୁ ଚାହୁଁ ଯେ, ସ୍ବାଧୀନ ଇଚ୍ଛା ମାଧ୍ୟମରେ ଜାତିବାଦକୁ ଲଦିଦିଆଯାଇଛି। ପୁଣି ସେହି ସ୍ବାଧୀନ ଇଚ୍ଛା ମାଧ୍ୟମରେ ଜାତିବାଦକୁ ଧ୍ୱଂସ କରିଦିଆଯାଇପାରେ। ବିକଳ୍ପ ଭାବେ ବିଚାର କଲେ ଯେତେବେଳେ ଆମେ ନିଦ୍ରାଗତ ଥାଉ, ସେତେବେଳେ ସଇତାନ ରାଜୁତି କରେ। ଯେତେବେଳେ ଆମେ ଅନ୍ୟମାନଙ୍କ ପ୍ରତି ଧ୍ୟାନ ଦେଉ ନାହିଁ, ସେତେବେଳେ ସମାଜରେ ଜାତିଗତ ଉଚ୍ଚନୀଚ ଭେଦଭାବ ସୃଷ୍ଟି ହୋଇ ସମାଜ ଖଣ୍ଡବିଖଣ୍ଡିତ ହୋଇଯାଏ। ଯେତେବେଳେ ଆମେ ଜାଗ୍ରତ ଥାଉ ସେତେବେଳେ ସବୁ ଭଲ କାମ ହୁଏ। ବର୍ତ୍ତମାନ ଆମେ ଜାତିବାଦର କୁପରିଣାମ ବିଷୟରେ ସଚେତନ। ତେଣୁ ଆମେ ଏପରି କ୍ରିୟା (କର୍ମ) କରିପାରିବା ଯାହାର ପ୍ରତିକ୍ରିୟା (କର୍ମ) ଜାତିବାଦକୁ ଧ୍ୱଂସ କରିଦେବ। ଏହା ଭାଗ୍ୟବାଦ ନୁହେଁ। ଏହା ଆମର ଦାୟିତ୍ୱ। କିନ୍ତୁ ଆମେ ଜାଣୁ ଯେ, ପ୍ରତ୍ୟେକ ହସ୍ତକ୍ଷେପ (କର୍ମ)ର ନିଜସ୍ବ ପରିଣତି (କର୍ମ) ରହିଛି। ତେଣୁ ରାଷ୍ଟ୍ରର ସକାରାତ୍ମକ ଭେଦଭାବକୁ ହିନ୍ଦୁ ପରମ୍ପରାର ବିରୋଧୀ ଓ ପ୍ରତିହିଂସାମୂଳକ ବୋଲି ବିଚାର କରାଯାଇପାରେ। (ଲେଖକ ଜଣେ ବିଶିଷ୍ଟ ପୁରାଣବିତ୍‌ ଏବଂ ପୁରାଣଶାସ୍ତ୍ର ଉପରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକଗୁଡ଼ିକ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ନ ବୁକ୍‌ ଡିପୋ, ଫୋନ୍‌- ୦୬୭୪-୨୫୩୪୩୭୩, modbooks.bbsr@gmail.comରେ ଉପଲବ୍ଧ।) ଲେଖକଙ୍କ ଇମେଲ୍‌: devdutt@devdutt.com
All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ କୃଷିକୁ ଅଣଦେଖା

ଆଜିର ଅର୍ଥନୀତି/ କୃଷିକୁ ଅଣଦେଖା

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଏହି ଅବସରରେ ୧୮୩ଟି ପ୍ରସ୍ତାବ ମାଧ୍ୟମରେ ୪.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି। ଯଦି ପ୍ରତିଶ୍ରୁତି ପୂର୍ଣ୍ଣରୂପେ କାର୍ଯ୍ୟକାରୀ ହୁଏ, ତେବେ ଏହାଦ୍ୱାରା ପାଞ୍ଚଲକ୍ଷରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ। ଉକ୍ତ ଚାରିଦିନିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସହ ଅଂଶୀଦାର ଭାବେ ଏହି ପ୍ରଚେଷ୍ଟାରେ ସାମିଲ ହେବା ପାଇଁ ଭାରତର ୨୧ଟି ରାଜ୍ୟ ଏବଂ ଭାରତ ବାହାରୁ ୨୦ରୁ ଊର୍ଦ୍ଧ୍ୱ ଦେଶର ଅଂଶଗ୍ରହଣକାରୀ ଯୋଗ ...

ଖବରକାଗଜର ଅନବଦ୍ୟ ସେବା

ଖବରକାଗଜର ଅନବଦ୍ୟ ସେବା

ବୈକୁଣ୍ଠନାଥ ମିଶ୍ର

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଖବରକାଗଜ ଏକ ବଳିଷ୍ଠ ତଥା ଲୋକପ୍ର୍ରିୟ ଗଣମାଧ୍ୟମ। ଅଧୁନା ଖବରକାଗଜଗୁଡିକ ପାଠକୀୟ ଆଦୃତି ସହ ବ୍ୟବସାୟିକ ସଫଳତା ହାସଲ କରିଛନ୍ତି। ସହରଠାରୁ ଗ୍ରାମାଞ୍ଚଳ ଓ ଧନୀଠାରୁ ଦରିଦ୍ର ସବୁଠାରେ ଖବରକାଗଜର ଜନପ୍ରିୟତା ପରିଦୃଷ୍ଟ। ବେତାର ଓ ଦୂରଦର୍ଶନରେ ଖବର ପ୍ରସାରିତ ହେଉଥିଲେ ମଧ୍ୟ ଏଗୁଡିକର ସମୟାନୁବର୍ତ୍ତିତା ବହୁ ସମୟରେ ଖବର ଶ୍ରବଣରେ ବ୍ୟାଘାତ ଉପୁଜାଏ। ନିର୍ଦ୍ଧାରିତ ସମୟରେ ଟିଭି ପାଖରେ ନ ବସିଲେ ଖବର ହାତଛଡ଼ା ହୋଇଯାଏ। ବିଦ୍ୟୁତ୍‌ ବିଭ୍ରାଟ କି...

ବୋଝର ଛାଇ

ବୋଝର ଛାଇ

ଡ. ସୁବାସ ଚନ୍ଦ୍ର ପାତ୍ର

କୁହାଯାଏ ବୋଝର ଓଜନ ବୋଝଟିକୁ ଓଜନିଆ କରିଦିଏନି ବରଂ ତାକୁ ଓଜନିଆ କରିଦିଏ ବହନ କରିବାର ଶୈଳୀ ବା କୌଶଳ। ମୁଣ୍ଡରେ ବୁହାଯାଉଥିବା ବୋଝ ହୁଏ ତ କାନ୍ଧକୁ ହାଲୁକା ଲାଗିପାରେ, ଖାଲିକାନ୍ଧରେ ବୁହାଯାଉଥିବା ବୋଝକୁ ବାହୁଙ୍ଗିରେ ବହନ କଲେ ତାହା ଅପେକ୍ଷାକୃତ ହାଲୁକା ଲାଗିପାରେ; କାନ୍ଧ ବା ମୁଣ୍ଡରେ ବୁହାଯାଉଥିବା ବୋଝକୁ ଗୋଟିଏ ଚକଲଗା ଠେଲାରେ ନେଲେ ତାହା ଆହୁରି ହାଲୁକା ଲାଗିବ ଏବଂ ସେଥିରେ ଆଉ ଟିକିଏ ଅଧିକ ବୋଝ ଲଦିଦେବାକୁ ହୁଏ ତ ଲୋଭ ବି ଆସିପାରେ। ...

ଏଇ ଭାରତରେ

ଏଇ ଭାରତରେ

ସମାଜରେ ଅନେକ ସ୍ଥଳରେ ଦେଖାଯାଏ ଶାଶୁ-ବୋହୂଙ୍କ ମଧ୍ୟରେ ପଡେନାହିଁ। ନିତିଦିନ କଳିକଜିଆ ଲାଗେ। ଏପରି କି ଶାଶୁବୋହୂ ମଧ୍ୟରେ ଅହି-ନକୁଳ ସମ୍ପର୍କ ଦେଖିବାକୁ ମିଳେ। କିନ୍ତୁ କେତେକ ସ୍ଥଳରେ ବୋହୂ ଜଣକ ଶାଶୁଙ୍କ ଆଜ୍ଞାଧୀନ ହୋଇ ଚଳିଥାଆନ୍ତି। ...

କୁକୁଡ଼ା ମାଂସରେ ବିଷ

କୁକୁଡ଼ା ମାଂସରେ ବିଷ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

”ଆମ ଘରକୁ କିଛି ଅତିଥି ଆସିଛନ୍ତି। ପ୍ରିୟେ! ସେମାନଙ୍କ ପାଇଁ ଆର୍ସେନିକ୍‌ ବିଷଯୁକ୍ତ ସ୍ବାଦିଷ୍ଠ କୁକୁଡ଼ାମାଂସ ତରକାରି ତିଆରି କର। କ’ଣ, କରିପାରିବନି? ତା’ହେଲେ ଚାଲ ସେମାନଙ୍କୁ ଏକ ଭଲ ହୋଟେଲକୁ ନେଇ ଆର୍ସେନିକ୍‌ ବିଷଯୁକ୍ତ ତନ୍ଦୁରି ଚିକେନ୍‌ ଖାଇବାକୁ ଦେବା।“- ଏହା କୌଣସି ସଦ୍ୟ ବଲିଉଡ୍‌ ହତ୍ୟାରହସ୍ୟ ସ୍କ୍ରିପ୍ଟର ପଂକ୍ତି ନୁହେଁ। ଏହା ବାସ୍ତବ ଜୀବନର ଘଟଣା। ଆର୍ସେନିକ୍‌ ଏପରି ଏକ ମାରାତ୍ମକ ବିଷ, ଯାହାଦ୍ୱାରା ବିଭିନ୍ନ ନାଟକ, ଉପନ୍ୟାସ ଓ ଚଳଚ୍ଚିତ୍ର ପ୍ରଭୃତିର କେତେ ଚରିତ୍ରଙ୍କୁ ହତ୍ୟା କରାଯାଇଛି...

ଛାତ୍ର ସଂସଦ ନିର୍ବାଚନ: ଏକ ଅନୁଶୀଳନ

ଛାତ୍ର ସଂସଦ ନିର୍ବାଚନ: ଏକ ଅନୁଶୀଳନ

ଅଚ୍ୟୁତ ସାମନ୍ତ

ମୋର ମନେପଡ଼େ ଆମ ବିଦ୍ୟାଳୟରେ ଶ୍ରେଣୀପ୍ରତିନିଧି ବା ମନିଟର ଚୟନ କରାଯାଏ। ଶ୍ରେଣୀ ପ୍ରତିନିଧି ବ୍ୟତୀତ ସମଗ୍ର ବିଦ୍ୟାଳୟର ଛାତ୍ରପ୍ରତିନିଧି ମଧ୍ୟ ଚୟନ କରାଯାଏ। ମୁଁ କଟକ ଜିଲା ରଘୁନାଥପୁର ଅନ୍ତର୍ଗତ କଲରାବାଙ୍କ ପ୍ରାଥମିକ ବିଦ୍ୟାଳୟ, ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରରେ ମାଧ୍ୟମିକ ଶିକ୍ଷା ଲାଭ କରିଥିଲି। ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ିବା ସମୟରେ ମଧ୍ୟ ମୋତେ ଶ୍ରେଣୀପ୍ରତିନିଧିର ଦାୟିତ୍ୱ ଦିଆଯାଇଥିଲା। ବିଦ୍ୟାଳୟରେ ଅନେକ ସ୍ବଚ୍ଛଳ ଓ ସ୍ବାସ୍ଥ୍ୟବାନ୍‌ ପିଲା ଥାଉଥାଉ ମୋତେ କାହିଁକି ମନିଟର କରାଯାଉଛି ବୋଲି ଜାଣିପାରୁ ନ ଥିଲି। ପରେ ଜାଣିବାକୁ ପାଇଲି, ମୁଁ ଶ୍ରେଣୀରେ ଓ ସ୍କୁଲ୍‌ରେ ଭଲ ପାଠ ପଢ଼ୁଥିବାରୁ ...

ମିଛ ଭିକାରି, ମିଛ ଭେକ

ମିଛ ଭିକାରି, ମିଛ ଭେକ

ଛନ୍ଦା ମିଶ୍ର

କୁହାଯାଏ, ଭେକ ଥିଲେ ଭିକ ମିଳେ। କୋଟ୍‌, ଟାଇ ପିନ୍ଧା ଭଦ୍ରବ୍ୟକ୍ତିଟି ପାଇଁ ଆପଣଙ୍କ ପକେଟରୁ ଦୁଇଟଙ୍କିଆଟିଏ ବାହାରିବ କି? ତେଣୁ ଭିକ ମାଗିବାକୁ ଆସୁଥିବା ଲୋକେ ଚିରାଫଟା ପିନ୍ଧି, ଆଲୁରୁବାଲୁରୁ ମୁଣ୍ଡ କରି, ଛିଣ୍ଡାଚପଲ ଓ କଣା ଟିଣଡବା ଧରି ଆପଣଙ୍କ ନିକଟରେ ହାତ ପତାନ୍ତି। ତାଙ୍କ ଦୟନୀୟ ଅବସ୍ଥା ଦେଖି ଆପଣଙ୍କ ପାଖରେ ଥିବା ଖୁଚୁରାଗୁଡ଼ିକ ଟିଣଡବା ଭିତରକୁ ଡେଇଁପଡିବାକୁ ବିକଳ ହୋଇଉଠନ୍ତି। ଆଉ ଭିକ୍ଷାପ୍ରାର୍ଥୀ ଯଦି ବିକଳାଙ୍ଗ ବା ସାଥିରେ ଥାଏ ଲଙ୍ଗଳା ଶିଶୁଟିଏ, ତେବେ ଆପଣଙ୍କ ମୁଣାରେ ଥିବା କାଗଜ ନୋଟ୍‌ଗୁଡ଼ିକ ବି ହୋଇଉଠନ୍ତି ଚଞ୍ଚଳ। ମନ୍ଦିରଗୁଡ଼ିକରେ ଆମଠାରୁ ଦାନ ଗ୍ରହଣ କରିବା ପାଇଁ ଯେଉଁ ଜୁଲମ ହୁଏ, ...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନର ଯୁଗକୁ ଇଣ୍ଟରନେଟ୍‌ ଯୁଗ କୁହାଯାଉଥିବା ବେଳେ ଏବକାର ପିଲାମାନେ ମଧ୍ୟ କୌଣସି ଗୁଣରେ କମ୍‌ ନୁହନ୍ତି। ସହଜାତ ଗୁଣ ଯୋଗୁ କେତେକ ପିଲା ଖୁବ୍‌ କମ୍‌ ବୟସରେ ଅସାଧ୍ୟ ସାଧନ କରିପାରନ୍ତି ଯାହା ଜଣେ ବୟସ୍କ ଲୋକ ପକ୍ଷରେ ସମ୍ଭବ ହୋଇ ନ ଥାଏ। ଏପରି ଜଣେ ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ମୁମ୍ବାଇର ୧୩ ବର୍ଷ ବୟସ୍କା ପିଙ୍ଗ୍‌ଲା ରାହୁଲ। ତାଙ୍କୁ ବୁଧବାର ‘ଡୁଡଲ୍‌ ଫର୍‌...

ସମ୍ପାଦକୀୟ/ ଖର୍ଚ୍ଚ କେତେ

ସମ୍ପାଦକୀୟ/ ଖର୍ଚ୍ଚ କେତେ

କିଛି ବର୍ଷ ହେବ ଦେଖିବାକୁ ମିଳୁଛି କୌଣସି ରାଜ୍ୟ, ସହର ବା ସ୍ଥାନର ନାମ ପରିବର୍ତ୍ତନ କରିବାରେ ଭାରତୀୟମାନେ ଆନନ୍ଦ ଅନୁଭବ କରୁଛନ୍ତି। ଦୀର୍ଘବର୍ଷ ଧରି ରହିଆସିଥିବା ନାମ ବଦଳରେ ଆଞ୍ଚଳିକ କିମ୍ବା ସ୍ଥାନୀୟ ସ୍ବାଦ ଥିବା ଏକ ନାମ ଦିଆଗଲେ ତାହା ଅଧିକ ଗ୍ରହଣୀୟ ହେବ ବୋଲି ଯୁକ୍ତି କରାଯାଉଛି। ବାସ୍ତବ କ୍ଷେତ୍ରରେ ନାମ ପରିବର୍ତ୍ତନ ପରେ କେଉଁ ପ୍ରକାର ବିକାଶ ସମ୍ପୃକ୍ତ ଅଞ୍ଚଳରେ ଘଟୁଛି, ତାହା ଉପରେ କେହି ଗବେଷଣା କରୁଥିବା ଭଳି ମନେହେଉ ନାହିଁ। କେତେକ ରାଜନୈତିକ ଦଳ ଭୋଟ ଧ୍ରୁବୀକରଣ କରି ସେଥିରୁ ଫାଇଦା ନେବା ଉଦ୍ଦେଶ୍ୟରେ ଏଭଳି କରୁଛନ୍ତି ବୋଲି ସ୍ପଷ୍ଟ ଜଣାପଡ଼ୁଛି। ସଦ୍ୟ ଘଟଣାକୁ ଦେଖିଲେ, ...

କୃଷି ବୀମା: ବୀମା ନୁହେଁ ଠକେଇ

କୃଷି ବୀମା: ବୀମା ନୁହେଁ ଠକେଇ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

ପି. ସାଇନାଥ ଏମିତି ଜଣେ ମହାନ୍‌ କୃଷି ଓ ସାମାଜିକ ଗବେଷକ ଯିଏ ନିଜେ ସଂଗ୍ରହ କରିଥିବା ଦୃଢ଼ ପ୍ରମାଣ ମାଧ୍ୟମରେ ନିରାଟ ସତକଥାକୁ ଖୁବ୍‌ ରୋକଠୋକ୍‌ ଭାବେ କହନ୍ତି। ଏଇ ନିକଟରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହୋଇଥିବା ଓ ହେଉଥିବା ଠକେଇ ରାଫାଲ ଦୁର୍ନୀତିଠାରୁ କାହିଁରେ କେତେ ଅଧିକ। ସେ ଖାଲି ଅଭିଯୋଗ କରିନାହାନ୍ତି, ତା’ର ଠୋସ୍‌ ପ୍ରମାଣ ବି ଦେଇଛନ୍ତି। ମହାରାଷ୍ଟ୍ରର ଏକ ଜିଲାରେ ପ୍ରାୟ ତିନିଲକ୍ଷ କୃଷକ ସୋୟାବିନ ଫସଲ ପାଇଁ ବୀମା କରିଥିଲେ। ବୀମା ବାବଦକୁ ଚାଷୀମାନେ ୧୯.୨ କୋଟି ଟଙ୍କା ପ୍ରିମିୟମ୍‌ ଦେଇଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପୈଠ ପ୍ରିମିୟମ୍‌ ମିଶାଇ ...

ଶିଶୁ ବିସ୍ଥାପନ ସମସ୍ୟା ଓ ସମାଧାନ

ଶିଶୁ ବିସ୍ଥାପନ ସମସ୍ୟା ଓ ସମାଧାନ

ଶେଖ୍‌ ଫରିଦ୍‌ଉଦ୍ଦିନ

ସମଗ୍ର ବିଶ୍ୱରେ ପାଖାପାଖି ପାଞ୍ଚ କୋଟି ଶିଶୁ ଯୁଦ୍ଧ, ହିଂସା ଓ ଅତ୍ୟାଚାର ଯୋଗୁ ନିଜ ଦେଶରୁ ବିତାଡ଼ିତ ଅଥବା ବିସ୍ଥାପିତ ହୋଇଥିବା ଜାତିସଂଘର ଶିଶୁ କାର୍ଯ୍ୟକ୍ରମ ରିପୋର୍ଟରେ କୁହାଯାଇଛି। ମିଳିତ ଜାତିସଂଘ ଆନ୍ତର୍ଜାତିକ ଶିଶୁ ଜରୁରୀ ପାଣ୍ଠି ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ସମୁଦ୍ରରେ ବୁଡ଼ିଯାଇଥିବା ଶିଶୁ ଆୟାଲାନ୍‌ କୁର୍ଦ୍ଦିଙ୍କ କୁନି ଶରୀର ହେଉ ଅଥବା ଆକ୍ରମଣ ବିଧ୍ୱସ୍ତ ଗୃହ ଭିତରୁ ଉଦ୍ଧାର ପାଇଥିବା ଓମରାନ୍‌ ଡାକନିଶ୍‌ଙ୍କ ରକ୍ତାକ୍ତ ମୁହଁ, ଏସବୁ ଦେଖିଲେ ବିଶ୍ୱରେ ଶିଶୁ କେତେ ମାତ୍ରାରେ ନିର୍ଯାତିତ ତାହା ସ୍ପଷ୍ଟ ବାରିହୁଏ। ପ୍ରତ୍ୟେକ ବାଳିକା, ବାଳକଙ୍କ ଏପରି ଦୟନୀୟ ଛବିରୁ ବୁଝାପଡ଼େ ବିଶ୍ୱରେ ବହୁ ନିୟୁତ ଶିଶୁ ବିପଦରେ ଅଛନ୍ତି। ...

ଏଇ ଭାରତରେ

ଏଇ ଭାରତରେ

ସାମ୍ପ୍ରଦାୟିକ ଭେଦଭାବକୁ ନେଇ ସମ୍ପ୍ରତି ଚାରିଆଡ଼େ ବିଦ୍ୱେଷ ଭାବ ସୃଷ୍ଟି ହେଉଥିବାବେଳେ ଗୁଜରାଟ ଅହମଦାବାଦ ଜିଲା ଶାହପୁରର ଏକ ଘଟଣା ଏହାର ବ୍ୟତିକ୍ରମ ଭଳି ମନେହେଉଛି। ଏଠାରେ ଗୋଟିଏ ମାଙ୍କଡ଼ର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ହିନ୍ଦୁ ଓ ...