ଫୁରସତ |

ଶାରିରୀକ ସମ୍ପର୍କ ଅପେକ୍ଷା ପ୍ରେମାଳାପକୁ ଗୁରୁତ୍ୱ ଦିଅନ୍ତି ପୁରୁଷ

ଶାରିରୀକ ସମ୍ପର୍କ ଅପେକ୍ଷା ପ୍ରେମାଳାପକୁ ଗୁରୁତ୍ୱ ଦିଅନ୍ତି ପୁରୁଷ

ଲଣ୍ଡନ: ଅନେକ ଭାବନ୍ତି ଯେ, ପୁରୁଷମାନେ ଶାରିରୀକ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦିଅନ୍ତି। ମାତ୍ର ବୈଜ୍ଞାନିକମାନେ ଅନୁଧ୍ୟାନରୁ ଜାଣି ପାରିଛନ୍ତି ଯେ, ପୁରୁଷମାନେ ପ୍ରେମାଳପ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି। ପୁରୁଷଙ୍କର ଏପରି ମନୋଭାବକୁ ବ୍ରୋମାନ୍ସ୍‌ କୁହାଯାଇଥାଏ। ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହେଲେ ପୁରୁଷ ଏହାକୁ ନେଇ ବେଶ୍‌ ରେମାଣ୍ଟିକ୍‌ ହୋଇଯାଇଥାନ୍ତି। ଫଳରେ ସେମାନଙ୍କ ମଧ୍ୟରେ ସୃଜନାତ୍ମକ ଭାବନା ସୃଷ୍ଟି ହୋଇଥାଏ। ଏହି ସମୟରେ ସେମାନଙ୍କଠାରେ କବିତା ଏବଂ ରୋମାଣ୍ଟିକ୍‌ ଭାବନାର ଉଦ୍ରେକ ହୋଇଥାଏ। ନିଜର ଭାବାବେଗ ପ୍ରକାଶ ପାଇଁ ସେମାନେ ବ୍ରୋମାନ୍ସ୍‌ ବା ପ୍ରେମାଳାପର ସାହାର୍ଯ୍ୟ ନେଇଥାନ୍ତି। ଏହାଦ୍ୱାରା ସେମାନଙ୍କ ହେଟ୍ରୋସେକ୍ସୁଆଲ୍‌ ସମ୍ପର୍କରେ ବାଧା ସୃଷ୍ଟି ହୋଇଥାଏ ବୋଲି ଗବେଷକ କହିଛନ୍ତି। ପୁରୁଷଙ୍କ ଏଭଳି ଆବେଗ ଭରା କଥାକୁ ମହିଳା ସାଥି ପସନ୍ଦ କରିଥାନ୍ତି। ମାତ୍ର ସେମାନେ ସ୍ଥଳ ବିଶେଷରେ ଶାରିରୀକ ସମ୍ପର୍କକୁ ପ୍ରାଧାନ୍ୟ ଦେଇଥାନ୍ତି। ଏହା ଦ୍ୱାରା ସେମାନଙ୍କର ସମ୍ପର୍କ ସୁରକ୍ଷିତ ରହିପାରିବ ବୋଲି ମହିଳା ସାଥି ଚିନ୍ତା କରିଥାନ୍ତି। ଅନ୍ୟପକ୍ଷରେ ପୁରୁଷ ମନରେ ଅଧିକାର ସାବ୍ୟସ୍ତ ଭାବନା ଅଧିକ ସୃଷ୍ଟି ହେଉଥିବାର ଦେଖିବାକୁ ମିଳିଥାଏ। ଏହା ସମ୍ପର୍କକୁ ସଦୃଢ଼ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।

All Right Reserved By

ଫୁରସତ |

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍‌ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍‌ ଡାଇବେଟିସ୍‌ ଓ ମାନସିକ ରୋଗ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ।

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ୍‌ ତାଙ୍କ ଟୁଇଟର ଆକାଉଣ୍ଟରେ ଭିଡିଓଟି ଶେୟାର କରିବା ସହ ଏକ ଭାବପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛନ୍ତି।

ସେବାମନସ୍କ ପ୍ରିୟଙ୍କା

ସେବାମନସ୍କ ପ୍ରିୟଙ୍କା

ଜାତୀୟ ସେବା ଯୋଜନାରେ ସାମିଲ ହୋଇ ସମାଜ ସେବା କରିବାକୁ ତାଙ୍କୁ ମିଳିଛି ପ୍ରେରଣା। କଲେଜରେ ପାଠ ପଢିବା ବେଳେ ବିଭିନ୍ନ ସେବା କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ। ଥରେ ଜିଲା ପ୍ରଶାସନ ପକ୍ଷରୁ ପରିଚାଳିତ ହେଉଥିବା ଏକ ଶିଶୁ ଯତ୍ନ ଅନୁଷ୍ଠାନରେ ଏନଏସଏସ ପକ୍ଷରୁ ଦିନିକିଆ କ୍ୟାମ୍ପ ପଡିଥିଲା।

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ସମରେଶ ରାଉତରାୟ, ନଁ। ଶୁଣିବା ମାତ୍ରେ ଆଖି ଆଗରେ ନାଚିଉଠେ ତାଙ୍କ ଖଳନାୟକ ଭୂମିକାରେ ଅଭିନୟ। କିଛିଟା ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବି ଖଳନାୟକ ଭୂମିକା ପାଇଁ ସେ ଦର୍ଶକଙ୍କ ପାଖରେ ଅଧିକ ପରିଚିତ।

ନିଜ କଥା: ଭୁଲ୍‌ ବାଛିବାକୁ ସୁଯୋଗ ଦିଏନା

ନିଜ କଥା: ଭୁଲ୍‌ ବାଛିବାକୁ ସୁଯୋଗ ଦିଏନା

ମୋ ଭୁଲ୍‌କୁ ଆଉ ଜଣେ କିଏ ବାଛୁ ସେ ସୁଯୋଗ ମୁଁ କାହାରିକୁ କେବେ ଦେଇନି। କାରଣ ଭୁଲ୍‌କୁ ମୁଁ କେବେ ପ୍ରଶ୍ରୟ ଦିଏନା। ମୋର ମିତ୍ର ଅଧିକ ହେଲେ ଶତ୍ରୁ କିଏ ମୁଁ ଜାଣେନା।

‘ତରିଫାଁ’ ଅନ୍‌ପ୍ଲଗ୍‌ଡ ପଛରେ: ଓଡ଼ିଆ ଝିଅ ଲିଜା ମିଶ୍ର

‘ତରିଫାଁ’ ଅନ୍‌ପ୍ଲଗ୍‌ଡ ପଛରେ: ଓଡ଼ିଆ ଝିଅ ଲିଜା ମିଶ୍ର

କିଛିଦିନ ତଳେ ରିଲିଜ ହୋଇଥିବା ବହୁଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ବୀରେ ଦି ଓ୍ବେଡିଂ’ର ‘ତରିଫଁା’ ଗୀତ ଏବେ ବି ଅଧିକାଂଶଙ୍କ ପ୍ଲେଲିଷ୍ଟ୍‌ରେ ମୋଷ୍ଟ ପ୍ଲେଡ୍‌ ଟ୍ରାକ୍‌ଭାବେ ରହିଛି। ଗୀତର ଅରିଜିନାଲ ଟ୍ରାକ୍‌ ଯେତେ ଟ୍ରେଣ୍ଡ ନ କରିଛି, ଏହାର ଅନ୍‌ପ୍ଲଗ୍‌ଡ ଭର୍ସନ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି।

୩ମିନିଟ୍‌ ଆଗରୁ ଲଞ୍ଜ ବ୍ରେକ୍‌ ନେଇ ହରାଇଲେ ବେତନ

୩ମିନିଟ୍‌ ଆଗରୁ ଲଞ୍ଜ ବ୍ରେକ୍‌ ନେଇ ହରାଇଲେ ବେତନ

ଟୋକିଓ: କାର୍ଯ୍ୟାଳୟରେ ଥିବା ସମୟରେ ବାରମ୍ବାର ସିଟ୍‌ ଛାଡିବା ଓ ୩ ମିନିଟ୍‌ ଆଗରୁ ଲଞ୍ଚ ବ୍ରେକ୍‌ ନେବା ଏବେ ମହଙ୍ଗା ପଡିଛି ଜାପାନର କର୍ମଚାରୀଙ୍କୁ। ପଶ୍ଚିମ ଜାପାନର କୋବୋରେ ଥିବା ଓ୍ବାଟରଓ୍ବାର୍କସ୍‌ ବ୍ୟୁରୋରେ କାର୍ଯ୍ୟରତ ଜଣେ କର୍ମଚାରୀ ୭ ମାସ ଭିତରେ ୨୬ଥର ଲଞ୍ଚ ବ୍ରେକ୍‌ ପୂର୍ବରୁ ସିଟ୍‌ ଛାଡିଥିବା ଅଭିଯୋଗ ହୋଇଥିଲା।

ଇଣ୍ଟରନେଟ୍‌ ବ୍ୟବହାରରେ ଭାରତୀୟ ବୟସ୍କ ବିଶ୍ୱରେ ସବୁଠୁ ପଛୁଆ

ଇଣ୍ଟରନେଟ୍‌ ବ୍ୟବହାରରେ ଭାରତୀୟ ବୟସ୍କ ବିଶ୍ୱରେ ସବୁଠୁ ପଛୁଆ

ସାନ୍‌ ଫ୍ରାନ୍ସିସ୍‌କୋ: ଡିଜିଟାଲ୍‌ ଇଣ୍ଡିଆ ନେଇ ଭାରତ ସରକାର ଉଦ୍ୟମ ଚଳାଇଥିଲେ ସୁଦ୍ଧା ଦେଶରେ ଏବେ ବି କେବଳ ଏକ ଚତୁର୍ଥାଂଶ ପ୍ରାପ୍ତ ବୟସ୍କ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ଇଣ୍ଟରନେଟ୍‌ ବ୍ୟବହାର କରିବାରେ ଭାରତୀୟ ବୟସ୍କ ହେଉଛନ୍ତି ବିଶ୍ୱରେ ସବୁଠୁ ପଛୁଆ।

ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧିଲେ ଅନୁକ୍ରିଥୀ

ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧିଲେ ଅନୁକ୍ରିଥୀ

ବମ୍ବେ: ମିସ୍‌ ଇଣ୍ଡିଆ ମୁକୁଟ ପିନ୍ଧିଲେ ତାମିଲନାଡ଼ୁର ୧୯ ବର୍ଷୀୟା ଅନୁକ୍ରିଥୀ ଭାସ୍‌। ଏଠାରେ ଅନୁଷ୍ଠିତ ଫେମିନା ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡ ୨୦୧୮ ପ୍ରତିଯୋଗିତାରେ ଦେଶର କୋଣ ଅନୁକୋଣରୁ ଭାଗ ନେଇଥିବା ସୁନ୍ଦରୀଙ୍କୁ ପଛରେ ପକାଇ ମର୍ଯ୍ୟାଦାଜନକ ଟାଇଟ୍‌ଲ ହାସଲ କରିଛନ୍ତି ଟ୍ରିଚି ସହରର ଅନୁକ୍ରିଥୀ।

ଶୋଇଥିବା ଅବସ୍ଥାରେ ବି ଆଖି ଥାଏ ଜାଗ୍ରତ

ଶୋଇଥିବା ଅବସ୍ଥାରେ ବି ଆଖି ଥାଏ ଜାଗ୍ରତ

ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ। ସାରା ଶରୀର ଗଭୀର ନିଦ୍ରାରେ ଚଳତ୍‌ଶକ୍ତି ହୀନ ହୋଇଥିବାବେଳେ ଆଖି ରହିଥାଏ ସଜାଗ। ଏନେଇ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। ଦୀର୍ଘଦିନ ଧରି ଗବେଷଣା କରିବା ପରେ ସେମାନେ ଏସମ୍ପର୍କିତ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି।

ଜୁଇ ଚିତା ସାମ୍ନାରେ ନିଆଯାଏ ସାତଫେରା

ଜୁଇ ଚିତା ସାମ୍ନାରେ ନିଆଯାଏ ସାତଫେରା

ବିହାର ଦରଭଙ୍ଗା ଅଞ୍ଚଳରେ ରହିଛି ଏପରି ଏକ ସ୍ଥାନ ଯେଉଁଠି ଜୁଇ ଚିତା ଜଳୁଥିବା ସମୟରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପାଇଁ ବାନ୍ଧିହୋଇଥାନ୍ତି ନବବିବାହିତ ଯୋଡ଼ା। ସେଠାକାର ଶ୍ୟାମା ମାଇ ମନ୍ଦିରରେ ଏପରି ଘଟଣା ଦେଖିବାକୁ ମିଳିଥାଏ। ଏହି ମନ୍ଦିର ଶ୍ମଶାନ ମଧ୍ୟରେ ରହିଛି।

ପୁରାତନ ବୃକ୍ଷରାଜିର ନବକଳେବର

ପୁରାତନ ବୃକ୍ଷରାଜିର ନବକଳେବର

କାଲିଫର୍ନିଆ: ବଢୁଥିବା ତାପମାତ୍ରା ଏବଂ ବଦଳୁଥିବା ପାଣିପାଗକୁ ଦୃଷ୍ଟିରେ ରଖି କାଲିଫର୍ନିଆର ୟୋସେମାଇଟ୍‌ ଜାତୀୟ ଉଦ୍ୟାନଠାରେ ଥିବା ହଜାର ହଜାର ବର୍ଷର ପୁରୁଣା ବୃକ୍ଷରାଜିକୁ ପୁନରୁଦ୍ଧାର କରାଯାଇ ନୂଆରୂପ ଦିଆଯାଇଛି। ୪୦ ମିଲିୟନ ଡଲାର ବିନିମୟରେ ଏହି ବୃକ୍ଷଗୁଡିକର ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା।

Model This Week

ପ୍ରଭାତ