ଜାତୀୟ |

ଆମରଣ ଅନଶନରେ ବସିବେ କେଜ୍‌ରିଓ୍ବାଲ

ଆମରଣ ଅନଶନରେ ବସିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୨୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ପାହ୍ୟା ଦେବାପାଇଁ ଅଡି ବସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ଆସନ୍ତା ମାର୍ଚ୍ଚ ୧ରୁ ଏନେଇ ଅନିର୍ଦ୍ଦିଷ୍ଟକାଳ ପାଇଁ ଆମରଣ ଅନଶନରେ ବସିବେ ବୋଲି ସେ ଘୋଷଣା କରିଛନ୍ତି। ଶନିବାର ଦିଲ୍ଲୀ ବିଧାନସଭାରେ କେଜ୍‌ରିଓ୍ବାଲ କହିଛନ୍ତି, ପୂର୍ଣ୍ଣରାଜ୍ୟ ପାଇଁ ଦିଲ୍ଲୀବାସୀଙ୍କୁ ଏକାଠି ଲଢିବାକୁ ହେବ। ପୂର୍ଣ୍ଣରାଜ୍ୟ ପାଇବା ପରେ ଦିଲ୍ଲୀକୁ ଲଣ୍ଡନ, ସିଙ୍ଗାପୁର ଓ ପ୍ୟାରିସ୍‌ ସହର ଭଳି ଗଢିତୋଳିବା ସହଜ ହେବ ବୋଲି ସେ କହିଛନ୍ତି। ଦିଲ୍ଲୀ ପୂର୍ଣ୍ଣରାଜ୍ୟ ଭାବେ ମାନ୍ୟତା ପାଇଲେ ୧୦ବର୍ଷ ଭିତରେ ପ୍ରତି ପରିବାରକୁ ଏକ ପକ୍କା ଘର ଦିଆଯିବ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

All Right Reserved By

ଜାତୀୟ |

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନ/ନୂଆଦିଲ୍ଲୀ,୨୦।୩: ପିଏନ୍‌ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ନୀରବ ମୋଦୀଙ୍କୁ ବୁଧବାର ଲଣ୍ଡନ ପୋଲିସ ଗିରଫ କରିଛି। ପୋଲିସ ଗିରଫ କରିବା ପରେ ଭାରତୀୟ ସମୟାନୁସାରେ ତାଙ୍କୁ ସନ୍ଧ୍ୟା ସାଢ଼େ ୫ଟାରେ ଓ୍ବେଷ୍ଟମିନ୍ସଷ୍ଟର ମାଜିଷ୍ଟେଟ କୋର୍ଟରେ ହାଜର କରାଯାଇଥିଲା। 

ଶାସ୍ତ୍ରୀଙ୍କ ମୂର୍ତ୍ତିରେ ପ୍ରିୟଙ୍କା ଫୁଲମାଳ ଚଢ଼ାଇବା ପରେ ଶୁଦ୍ଧିକରଣ କଲା ଭାଜପା

ଶାସ୍ତ୍ରୀଙ୍କ ମୂର୍ତ୍ତିରେ ପ୍ରିୟଙ୍କା ଫୁଲମାଳ ଚଢ଼ାଇବା ପରେ ଶୁଦ୍ଧିକରଣ କଲା ଭାଜପା

ବାରାନସୀ, ୨୦।୩: ମୋଦିଙ୍କ ନିର୍ବାଚନ କ୍ଷେତ୍ରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରଣ ହୁଙ୍କାର। ବାରାନସୀରେ ପ୍ରଚାର ପୂର୍ବରୁ ପ୍ରିୟଙ୍କା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। 

ଗଣିତ ଅଧ୍ୟାପକ ପାଲଟିଲେ ଲଭ୍‌ ଗୁରୁ: ଛାତ୍ରୀଙ୍କୁ ଲଭ୍‌ ଫର୍ମୁଲା ଶିଖାଇ ନିଲମ୍ବିତ

ଗଣିତ ଅଧ୍ୟାପକ ପାଲଟିଲେ ଲଭ୍‌ ଗୁରୁ: ଛାତ୍ରୀଙ୍କୁ ଲଭ୍‌ ଫର୍ମୁଲା ଶିଖାଇ ନିଲମ୍ବିତ

କରନାଲ,୨୦।୩ : ମହଙ୍ଗା ପଡିଲା ଛାତ୍ରୀଙ୍କ ଲଭ୍‌ ଗୁରୁ ହେବା। ଛାତ୍ରୀଙ୍କୁ ଲଭ ଫର୍ମୁଲା ଶିଖାଇ ଅଧ୍ୟାପକ ନିଲମ୍ବିତ। 

ମାୟାବତୀଙ୍କ ବଡ଼ ଘୋଷଣା: ଲଢ଼ିବେନି ଲୋକସଭା ନିର୍ବାଚନ

ମାୟାବତୀଙ୍କ ବଡ଼ ଘୋଷଣା: ଲଢ଼ିବେନି ଲୋକସଭା ନିର୍ବାଚନ

ଲକ୍ଷ୍ନୌ,୨୦।୩ : ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ମାୟାବତୀ ଚଳିତ ଲୋକସଭା ନିର୍ବାଚନ ନ ଲଢ଼ିବାକୁ ଘୋଷଣା କରିଛନ୍ତି। 

ମୋଦିଙ୍କ ଗଡରେ ପ୍ରିୟଙ୍କାଙ୍କ ରଣ ହୁଙ୍କାର: କଂଗ୍ରେସ-ବିଜେପି କର୍ମକର୍ତ୍ତା ଧସ୍ତାଧସ୍ତି

ମୋଦିଙ୍କ ଗଡରେ ପ୍ରିୟଙ୍କାଙ୍କ ରଣ ହୁଙ୍କାର: କଂଗ୍ରେସ-ବିଜେପି କର୍ମକର୍ତ୍ତା ଧସ୍ତାଧସ୍ତି

ବାରାନସୀ,୨୦।୩: ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୋଦିଙ୍କ ନିର୍ବାଚନ କ୍ଷେତ୍ର ବାରାନସୀରେ ପହଞ୍ଚିଛନ୍ତି।  ଏହି ପ୍ରଚାର ସମୟରେ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ମୁହଁ।ମୁହିଁ ହୋଇଛନ୍ତି। 

ଶକ୍ତି ପରୀକ୍ଷାରେ ଜିତିଲେ ପ୍ରମୋଦ ସାଓ୍ବନ୍ତ

ଶକ୍ତି ପରୀକ୍ଷାରେ ଜିତିଲେ ପ୍ରମୋଦ ସାଓ୍ବନ୍ତ

ପାଣାଜୀ, ୨୦।୩: ଗୋଆର ନୂଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ବୁଧବାର ବିଧାନସଭାରେ ଦେଇଛନ୍ତି ଶକ୍ତି ପରୀକ୍ଷା। ଶକ୍ତି ପରୀକ୍ଷାରେ ସାଓ୍ବନ୍ତ ଜିତିଛନ୍ତି। ଏଥିରେ ତାଙ୍କ ସପକ୍ଷରେ ୨୦ଟି ଭୋଟ୍‌ ପଡ଼ିଥିଲା। 

୫ ବର୍ଷରେ ୧୫୩ ଏମ୍‌ପିଙ୍କ ସମ୍ପତ୍ତିରେ ୧୪୨ ପ୍ରତିଶତ ବୃଦ୍ଧି ପାଇଥିଲା: ପ୍ରଥମ ସ୍ଥାନରେ ଶତ୍ରୁଘ୍ନ ସିହ୍ନା

୫ ବର୍ଷରେ ୧୫୩ ଏମ୍‌ପିଙ୍କ ସମ୍ପତ୍ତିରେ ୧୪୨ ପ୍ରତିଶତ ବୃଦ୍ଧି ପାଇଥିଲା: ପ୍ରଥମ ସ୍ଥାନରେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ,୨୦।୩: ଆଗକୁ ଲୋକସଭା ନିର୍ବାଚନ। ଇତିମଧ୍ୟରେ  ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌)ପକ୍ଷରୁ ଜାରି ହୋଇଛି ଏକ ରିପୋର୍ଟ। 

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ନୂଆଦିଲ୍ଲୀ/ବର୍ଲିନ,୨୦।୩: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ଜର୍ମାନୀ। 

ହିମାଲୟାନ୍‌ କୁଇନ୍‌ ଏକ୍ସପ୍ରେସ୍‌ର ୪ବଗି ଲାଇନଚ୍ୟୁତ

ହିମାଲୟାନ୍‌ କୁଇନ୍‌ ଏକ୍ସପ୍ରେସ୍‌ର ୪ବଗି ଲାଇନଚ୍ୟୁତ

ଅମ୍ବାଲା,୨୦।୩: ହିମାଲୟାନ୍‌ କୁଇନ୍‌ ଏକ୍ସପ୍ରେସ୍‌ର ୪ବଗି ବୁଧବାର ଲାଇନଚ୍ୟୁତ  ହୋଇଛି।

ଅରୁଣାଚଳ ପ୍ରଦେଶରେ ଭାଜପାକୁ ଝଟ୍‌କା: ୨ ମନ୍ତ୍ରୀଙ୍କ ସମେତ ୧୪ ବିଧାୟକ ବାଡ଼ ଡେଇଁଲେ

ଅରୁଣାଚଳ ପ୍ରଦେଶରେ ଭାଜପାକୁ ଝଟ୍‌କା: ୨ ମନ୍ତ୍ରୀଙ୍କ ସମେତ ୧୪ ବିଧାୟକ ବାଡ଼ ଡେଇଁଲେ

ଇଟାନଗର,୨୦।୩: ଅରୁଣାଚଳ ପ୍ରଦେଶରେ ଶାସକ ଭାଜପାକୁ ଶକ୍ତ ଝଟ୍‌କା ଲାଗିଛି। ଏଠାରେ ଶାସକ ଭାଜପାର ୨ ମନ୍ତ୍ରୀଙ୍କ ସମେତ ୧୪ ବିଧାୟକ ବାଡ଼ ଡେଇଁ ନ୍ୟାସନାଲ ପିପୁଲସ୍‌ ପାର୍ଟି(ଏନ୍‌ପିପି)ରେ ଯୋଗଦେଇଛନ୍ତି।

ଟୁଇଟରରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟା

ଟୁଇଟରରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟା

ମୁମ୍ବାଇ,୨୦।୩: ଟୁଇଟରରେ ଏବେ ଦବଙ୍ଗ ଭାଇଜାନ୍‌ ସଲମାନ୍‌ ଖାଁ ଏବଂ ଚୁଲ୍‌ବୁଲୀ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଏକ ଫଟୋ ନେଇ ଚର୍ଚ୍ଚା ଜାରି ରହିଛି। ଫଟୋରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟାଙ୍କୁ ଦେଖିବାକୁ ମିଳୁଛି। 

ରାଜନୀତି କରିବେ ସନ୍ନି ଲିଓନ୍‌

ରାଜନୀତି କରିବେ ସନ୍ନି ଲିଓନ୍‌

ମୁମ୍ବାଇ,୨୦।୩: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ ରାଜନୀତି କରିବେ। ମାନେ ରିୟଲ ଲାଇଫ୍‌ରେ ନୁହେଁ। ସେ ଏକ ତାମିଲ୍‌ ଫିଲ୍ମରେ ରାଜନେତ୍ରୀ ଭାବେ ଅଭିନୟ କରିବେ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା