ରାଜ୍ୟ | ରାୟଗଡା

ମାଲକାନଗିରିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଗର୍ଭବତୀଙ୍କ ପରେ ଏବେ ଖଟିଆରେ ବୁହାହେଲେ ଗୁରୁତର ରୋଗୀ

ମାଲକାନଗିରିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଗର୍ଭବତୀଙ୍କ ପରେ ଏବେ ଖଟିଆରେ ବୁହାହେଲେ ଗୁରୁତର ରୋଗୀ

ଚିତ୍ରକୋଣ୍ଡା,୨୩।୨(ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଲାଗି ବିଭିନ୍ନ ବ୍ୟବସ୍ଥା କରୁଛନ୍ତି। ଗର୍ଭବତୀ ମହିଳାଙ୍କ ପାଇଁ ୧୦୨ ଓ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ମାତ୍ର ମାଲକାନଗିରି ଜିଲାରେ ଏଭଳି ସୁବିଧା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ପ୍ରଥମେ ଗର୍ଭବତୀ ମହିଳାଙ୍କ ପରେ ଏବେ ଗୁରୁତର ରୋଗୀ ମଧ୍ୟ ଖଟିଆ ଅଥବା ଭାରରେ ବୁହା ହେବା ଘଟଣା ସାମ୍ନାକୁ ଆସୁଛି। ଏହି ପ୍ରକାରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ବଡ଼ପଦର ପଞ୍ଚାୟତ ମେଟାଗୁଡ଼ା ଗ୍ରାମର ଜଣେ ମହିଳା ଗୁରୁତର ହୋଇ ଖଟିଆରେ ବୁହା ହୋଇ ଡାକ୍ତରଖାନା ଆସିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। 

ସୂଚନାନୁଯାୟୀ, ଘରୋଇ କଳହକୁ କେନ୍ଦ୍ର କରି ଉକ୍ତ ଗ୍ରାମର ସେତୁ ଖରାଙ୍କ ସ୍ତ୍ରୀ ସିଲି ଖରା(୩୬) ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହା ଜାଣିପାରି ପରିବାର ଲୋକେ ସଙ୍ଗେସଙ୍ଗେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ଆମ୍ବୁଲାନ୍ସ ନ ଆସିବାରୁ ପରିବାର ଲୋକେ ଓ ସମ୍ପର୍କୀୟ ମିଶି ତାଙ୍କୁ ଖଟିଆରେ ବୋହି ଦୁଇ କିମି ଦୂର ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ  ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ଜିଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

All Right Reserved By

ରାଜ୍ୟ | ରାୟଗଡା

ଆସ୍କା ବିଧାନସଭା ଆସନ ଝୁଲାଇ ରଖିଲା ଭାଜପା

ଆସ୍କା ବିଧାନସଭା ଆସନ ଝୁଲାଇ ରଖିଲା ଭାଜପା

ଭୁବନେଶ୍ୱର,୨୨।୩:  ଭାଜପା ପକ୍ଷରୁ ଗୁରୁବାର ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ୯୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକାରେ ଆସ୍କା ଆସନ ବାଦ୍‌ ପଡ଼ିଛି।

ପ୍ରକାଶ ପାଇଲା  ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ପ୍ରକାଶ ପାଇଲା ବିଧାନସଭା ଲାଗି ଭାଜପାର ପ୍ରାର୍ଥୀ ତାଲିକା : ୯୯ ଟି ଆସନ ଲାଗି ନାମ ଘୋଷଣା କଲା ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର୨୧/୩(ବ୍ୟୁରୋ): ଗୁରୁବାର ଭାଜପା ପକ୍ଷରୁ ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।

ପ୍ରକାଶ ପାଇଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାରୁ ୧୦

ପ୍ରକାଶ ପାଇଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାରୁ ୧୦

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧।୩(ଡି.ଏନ୍‌.ଏ.): ୨୦୧୯ ଲୋକ ସଭା ନିର୍ବାଚନ ଲାଗି ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଗୁରୁବାର ପ୍ରକାଶ ପାଇଛି। 

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭାଜପାରେ ମିଶିଲେ ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଭୁବନ ୨୧।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରବାଳକାନ୍ତି ସାହୁ ଗୁରୁବାର ଭାଜପାରେ ଯୋଗଦେଇଛନ୍ତ। ଜିଲା ଉପସଭାପତି ଶତ୍ରୁଘ୍ନ ଜେନାଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

୫ ବର୍ଷର ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

କଟକ ଅଫିସ,୨୧।୩: କଟକ ଜିଲା ଜଗତପୁର ଅଞ୍ଚଳରେ ୫ ବର୍ଷର ଜଣେ ନାବାଳିକାକୁ ବୁଧବାର ବଳାତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ୪୦ ବର୍ଷର ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। 

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼: ଜଣେ ମୃତ

ଝାରସୁଗୁଡା,୨୧।୩: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳର ମଣ୍ଡଳିଆସ୍ଥିତ ଏକ ଜଳାଶୟ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି  ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। 

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ସ୍ବାମୀଙ୍କ ଚିକିତ୍ସା ପାଇଁ ୩ ବର୍ଷର ଝିଅକୁ ବିକିଲେ ମା’

ଭୁବନେଶ୍ୱର,୨୧।୩(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଗୁରୁବାର ସକାଳେ ଭିଡ଼ ଦେଖିବାକୁ ମିଳିଛି। ନୟାଗଡ଼ର ଜଣେ ମହିଳା ତାଙ୍କ ୩ ବର୍ଷର ଝିଅକୁ ଅନ୍ୟ ଜଣଙ୍କୁ ବିକୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି। 

ବିଜେଡି ଛାଡ଼ିଲେ ବାସନ୍ତୀ

ବିଜେଡି ଛାଡ଼ିଲେ ବାସନ୍ତୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ):  ଗଜପତି ଜିଲା ମୋହନା ବିଧାୟିକା ବାସନ୍ତି ମଲ୍ଲିକ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ। ଏଯାବତ୍‌ ୩ ଏମ୍‌ପି ଏବଂ ୫ ବିଧାୟକ ବିଜେଡି ଛାଡ଼ିଥିବା ଜଣାପଡ଼ିଛି। 

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

ଝୁଲଣ ମଣ୍ଡପରେ ଝୁଲିରେ ରାଧାକୃଷ୍ଣ, ଶୁଣିଲେ ନୂଆ ପାଞ୍ଜି

କାକଟପୁର,୨୧।୩(ଡି.ଏନ୍‌.ଏ.): ଫଗୁଦଶମୀଠାରୁ ଗାଁ ଗାଁ ବୁଲି ଚାଚେରୀ ଭୋଗ ଖାଇଥିବା ପ୍ରଭୁ ରାଧାକୃଷ୍ଣ ଗୁରୁବାର ଅପରାହ୍ନରେ ସ୍ବମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିର ପାଖରେ ଥିବା ଝୁଲଣ ମଣ୍ଡପ, ଦୋଳବେଦିରେ ସଜିତ ବିମାନରେ ରାଧାକୃଷ୍ଣଙ୍କୁ ଝୁଲାଇ ଦିଆଯାଇଛି।

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭାଜପାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଭୁବନେଶ୍ୱର, ୨୧।୩(ବ୍ୟୁରୋ): ଭାଜପାରେ ଯୋଗଦେଲେ ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ। ଗୁରୁବାର ଭାଜପା କାର୍ଯ୍ୟାଳୟରେ ଆୟୋଜିତ  ମିଶ୍ରଣ ପର୍ବରେ ସେ ସାମିଲ ହୋଇଛନ୍ତି।  

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ, ୫ ଅଟକ

ବଲାଙ୍ଗୀର ଅଫିସ,୨୧।୩ : ବଲାଙ୍ଗୀର ମାଲଗୋଦାମପଡ଼ାରୁ ଚାଲାଣ ହେଉଥିବା ବିପୁଳ ପରିମାଣର ବେଆଇନ କଫ୍‌ ସିରପ୍‌କୁ ଗୁରୁବାର ବଲାଙ୍ଗୀର ପୋଲିସ ଜବତ କରିବା ସହ ଏହି ମାମଲାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।

ହାତ ଧରିବେ ପ୍ରତ୍ୟୁଷା

ହାତ ଧରିବେ ପ୍ରତ୍ୟୁଷା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଜଣଙ୍କ ପରେ ଜଣେ ନେତା ଦଳବଦଳ ନୀତି ଆପଣାଉଛନ୍ତି। ବିଶେଷକରି ରାଜ୍ୟର ପ୍ରମୁଖ ଦଳ ବିଜେଡିରୁ ଅଧିକାଂଶ ନେତା ଦଳ ଛାଡ଼ି ଭାଜପା ଓ କଂଗ୍ରେସ ମୁହାଁ ହେଉଛନ୍ତି। ଏହି କ୍ରମରେ ବୁଧବାର ବିଜେଡି ଛାଡ଼ିଥିଲେ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସେ ଏବେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା