ମେଟ୍ରୋ |

ଭିତରକାଠରେ ବାନ୍ତି, ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ଭିତରକାଠରେ ବାନ୍ତି, ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ପୁରୀ ଅଫିସ,୨୩।୨: ଶ୍ରୀମନ୍ଦିରରେ ଶୁକ୍ରବାର ବଡ଼ ମହାସ୍ନାନ ହୋଇଛି। ଭିତରକାଠ ନିକଟରେ ବାନ୍ତି ପଡିଥିବାରୁ ଠାକୁରଙ୍କ ବଡ଼ ମହାସ୍ନାନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚନ୍ଦନଲାଗି ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଭିତରକାଠ ନିକଟରେ ବାନ୍ତି ପଡିଥିବା ଦେଖିବାକୁ ମିଳିଥିଲା। ଏହା ଜଣାପଡିବା ପରେ ସେହିଠାରେ ହିଁ ନୀତି ଅଟକିଥିଲା। ଏହାପରେ ବଡ଼ ମହାସ୍ନାନ ପାଇଁ ବିଧି ଆରମ୍ଭ ହୋଇଥିଲା। ମହାସ୍ନାନ ପୂଜା ସରିବା ପରେ ପୁଣି ଠାକୁରଙ୍କ ନୀତି ଯେଉଁଠୁ ଅଟକିଥିଲା ସେହିଠାରୁ ଆରମ୍ଭ ହୋଇଥିଲା। ଏଥିପାଇଁ ନୀତିରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇଥିବା ଜଣାପଡିଛି । ତେବେ ସେଠାରେ କିପରି ବାନ୍ତି ପଡିଲା ତାହା ସ୍ପଷ୍ଟ ଜଣାପଡି ନ ଥିଲା।

All Right Reserved By

ମେଟ୍ରୋ |

ରାଜଧାନୀରୁ ରନ୍ଧାମଦ ଜବତ, ୯ ଗିରଫ

ରାଜଧାନୀରୁ ରନ୍ଧାମଦ ଜବତ, ୯ ଗିରଫ

କଟକରୋଡ, ୨୩।୩(ଡି.ଏନ୍‌.ଏ.): ଭୁବନେଶ୍ୱର ଅବକାରୀ ରେଞ୍ଜ, କଟକ ଫ୍ଲାଇଂ ସ୍କ୍ବାଡ୍‌ ଓ କମିଶନରେଟ୍‌ ପୋଲିସ ମିଳିତ ଭାବେ ରାଜଧାନୀର ନୟାପଲ୍ଲୀ ଥାନା ଅଧୀନ ସାଲିଆ ସାହି ଅଞ୍ଚଳରେ ଶନିବାର ସକାଳେ ଚଢ଼ାଉ କରି ୯ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। 

ଦୁର୍ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ: ପୋଲିସ ଫୋର୍ସ ମୁତୟନ

ଦୁର୍ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ: ପୋଲିସ ଫୋର୍ସ ମୁତୟନ

କଣ୍ଟାପଡ଼ା, ୨୩।୩(ଡି.ଏନ୍‌.ଏ.): କଟକ ଜିଲା ଓଲଟପୁର ଥାନା ଅନ୍ତର୍ଗତ ମଉଜପୁର ଗ୍ରାମର ଜଣେ ଯୁବକଙ୍କ ବାଇକ୍‌କୁ ଅଡ଼ଶପୁର ବେଢ଼ାସାହିର ୩ ଯୁବକଙ୍କ ଅନ୍ୟ ଏକ ବାଇକ୍‌ ଶୁକ୍ରବାର ଧକ୍କା ଦେଇଥିଲା। ଏହି ଘଟଣାକୁ ନେଇ ଉଭୟ ଗ୍ରାମ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟ ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ତେନ୍ତୁଳିମୂଳ (ମଶାଣିଆ ନୂଆସାହି) ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଆହତ ହୋଇଛନ୍ତି। 

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କୋଣାର୍କ,୨୩।୩ (ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗ ରାସ୍ତାର ସାହୁ ଖଣତା ନିକଟରେ ଶନିବାର ପୂର୍ବାହ୍ନ ୧୦ଟାରେ ମାରୁତି କାର ସହ ୟାମାହା ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। 

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ ଅଫିସ,୨୩।୩: ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ଷ୍ଟେସନ ଅଧୀକ୍ଷକଙ୍କ ଏତାଲା କ୍ରମେ ଶନିବାର  ଜିଆର୍‌ପି ଓ ଆର୍‌ପିଏଫ୍‌ରେ ଆପରାଧିକ ମାମଲା ରୁଜୁ ହୋଇଛି। ଅଧୀକ୍ଷକ ସୋରେନ କୁମାର ନସ୍କରଙ୍କ ଅଭିଯୋଗ ଅନୁଯାୟୀ ଅଗ୍ନିକାଣ୍ଡ ଫଛରେଥିବା କାରଣର ସତ୍ୟାସତ୍ୟ  ଉନ୍ମୋଚନ କରାଯାଉ ବୋଲି ଏତାଲାରେ ଦର୍ଶାଇଛନ୍ତି। 

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ନିକଟରେ ବିଜେଡି ଛାଡ଼ିଥିବା କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ବିଧାୟକ ଦଳ ନେତା କେ.ଭି. ସିଂ ଦେଓଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ଯୋଗ ଦେଇଛନ୍ତି। 

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ଭୁବନେଶ୍ୱର,୨୩।୩(ବ୍ୟୁରୋ): କଂଗ୍ରେସ ପକ୍ଷରୁ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରଣପୁର ବିଧାନସଭା ଆସନରୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ଓରଫ ମିଲି ପଣ୍ଡାଙ୍କୁ ଟିକେଟ୍‌ ମିଳିଥିବା ଦେଖିବାକୁ ମିଳିଛି। 

ପ୍ରକାଶ ପାଇଲା ଭାଜପା ର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ପୁରୀରୁ ଲଢ଼ିବେ ଡା. ସମ୍ବିତ ପାତ୍ର

ପ୍ରକାଶ ପାଇଲା ଭାଜପା ର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ପୁରୀରୁ ଲଢ଼ିବେ ଡା. ସମ୍ବିତ ପାତ୍ର

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୩/୩(ବ୍ୟୁରୋ)-  ଲୋକସଭା ନିର୍ବାଚନ ପାଇଁ ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୫ ଆସନ ଲାଗି ନାମ ଘୋଷଣା ହୋଇଛି।

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ମାମଲା: ରାଜ୍ୟ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ଆଦେଶ

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ମାମଲା: ରାଜ୍ୟ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ଆଦେଶ

କଟକ ଅଫିସ,୨୨।୩: ୨୦୧୪ ମସିହାରେ ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରୀପାଲିରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ଗୋପ,୨୨।୩(ଡି.ଏନ୍‌.ଏ.): ଗୋପ ପୋଲିସ ହୋଲିପର୍ବକୁ ଶାନ୍ତିଶୃଙ୍ଖଳାରେ କରିବା ଲାଗି ଥାନା ଅଧୀନରେ ଥିବା କେତେକ ଚୋରା ମଦ ବେପାରୀଙ୍କ ସହ ପ୍ରାୟ ୧୦୦ ରୁ ଅଧିକ ଦେଶୀବିଦେଶୀ ମଦ ବୋତଲ ଜବତ କରିଛି। 

ଟ୍ରେନ୍‌ ଧକ୍କାରେ ହରିଣ ମୃତ, ଧଳତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ପ୍ରାଚୀର କରିବା ଦାବି

ଟ୍ରେନ୍‌ ଧକ୍କାରେ ହରିଣ ମୃତ, ଧଳତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ପ୍ରାଚୀର କରିବା ଦାବି

ରଘୁନାଥପୁର,୨୨।୩(ଡି.ଏନ୍‌.ଏ.): ଗୋପାଳପୁର ଛପଲିଆ ନିକଟରେ ଶୁକ୍ରବାର ଭୋର ସମୟରେ ଟ୍ରେନ୍‌ ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି। ଖାଦ୍ୟ ଅନ୍ବେଷଣରେ ଧଳତଙ୍ଗଗଡ଼ ଜଙ୍ଗଲରୁ ଶତାଧିକ ହରିଣ ଆସିଥିବା ବେଳେ ଗୋଟିଏ ହରିଣକୁ ଟ୍ରେନ୍‌ ଧକ୍କା ଦେଇଥିଲା। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା