ରାଜ୍ୟ |

ପୁରୀରେ ଆମିକସ୍‌ କ୍ୟୁରି: ଅଚାନକ ଶ୍ରୀମନ୍ଦିରରେ ପହଞ୍ଚିଲେ, ଏକା ଏକା ବୁଲିଲେ

ପୁରୀରେ ଆମିକସ୍‌ କ୍ୟୁରି: ଅଚାନକ ଶ୍ରୀମନ୍ଦିରରେ ପହଞ୍ଚିଲେ, ଏକା ଏକା ବୁଲିଲେ

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ନୂତନ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଶୁକ୍ରବାର ରାତିରେ ପୁରୀରେ ପହଞ୍ଚତ୍ଛନ୍ତି। ପୁରୀରେ ପହଞ୍ଚତ୍ବା କ୍ଷଣି ତାଙ୍କ ରହଣି ପାଇଁ ଉଦ୍ଦିଷ୍ଟ ହୋଟେଲକୁ ନ ଯାଇ ସିଧା ପହଞ୍ଚତ୍ଥିଲେ ଶ୍ରୀମନ୍ଦିରରେ। ଆମିକସ୍‌ କ୍ୟୁରିଙ୍କ ଅଚାନକ ଗସ୍ତକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଥିଲେ ସମସ୍ତେ। ରାତିରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ନା ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ନା ସେବକ କାହା ପାଖରେ ବି ଖବର ନ ଥିଲା। ହଠାତ ଆମିକସ୍‌ କ୍ୟୁରିଙ୍କୁ ମନ୍ଦିର ଭିତରେ ଦେଖି ସେବକ ଏବଂ କର୍ମଚାରୀଙ୍କ ମଧ୍ୟରେ ଏକପ୍ରକାର ଭୟ ଖେଳିଯାଇଥିଲା। ତାଙ୍କ ସହିତ ଆଇନ ବିଭାଗର ଓଏସ୍‌ଡି ଭାସ୍କର ଚନ୍ଦ୍ର ମିଶ୍ରଙ୍କୁ ଛାଡିଦେଲେ ଅନ୍ୟ କୌଣସି ଅଧିକାରୀ ନ ଥିଲେ। ସେ ଏକା ଏକା ମନ୍ଦିର ବୁଲିଥିଲେ। ଖବର ପାଇ ପ୍ରଶାସନିକ ଅଧିକାରୀ ଏବଂ ପ୍ରମୁଖ ସେବକ ଶ୍ରୀମନ୍ଦିରରେ ପହଞ୍ଚତ୍ବା ବେଳକୁ ଆମିକସ୍‌ କ୍ୟୁରି ଦର୍ଶନ ସାରି ଫେରିଥିଲେ ।

 ଶୁକ୍ରବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବା ପରେ ଆମିକସ୍‌ କ୍ୟୁରିଙ୍କୁ ଆଇନ ବିଭାଗର ଓଏସ୍‌ଡି ଭାସ୍କର ଚନ୍ଦ୍ର ମିଶ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ବିଶ୍ୱନାଥ ସାହୁ ପ୍ରମୁଖ ସ୍ବାଗତ କରି ପୁରୀ ଆଣିଥିଲେ। ହେଲେ ତାଙ୍କ ପାଇଁ ଉଦ୍ଦିଷ୍ଟ ହୋଟେଲକୁ ନ ଯାଇ ସିଧା ଶ୍ରୀମନ୍ଦିରକୁ ଯାଇଥିଲେ। ବାଇଶିପାହାଚ ଦେଇ ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହାପରେ ମୁକ୍ତିମଣ୍ଡପ, ବିମଳା ମନ୍ଦିର, ସରସ୍ବତୀ ମନ୍ଦିର, ବେଢାକାଳୀ ମନ୍ଦିର ଦର୍ଶନ କରି ଲକ୍ଷ୍ମୀ ମନ୍ଦିରକୁ ଯାଇଥିଲେ। ଲକ୍ଷ୍ମୀ ମନ୍ଦିରର ଜଣେ ସେବାୟତ ଆମିକସ୍‌ କ୍ୟୁରିଙ୍କୁ ଭିତରକୁ ନେଇ ମା’ଙ୍କ ଦର୍ଶନ କରାଇବା ସହ ଧାନକେଣ୍ଡା, ଶଙ୍ଖା, ସିନ୍ଦୂର, କଉଡ଼ି ଥିବା ଏକ ପୁଡ଼ିଆ ବ୍ୟାଗ୍‌ରେ ପୂରାଇ ପ୍ରଦାନ କରିଥିଲେ।  ସେଠାରୁ ଫେରି ସିଧା ଯାଇଥିଲେ ଆନନ୍ଦ ବଜାର। ଏହା ମଧ୍ୟରେ ତିଆରି ଚାଲିଥିବା ଶେଡ୍‌ ଦେଖିଥିଲେ। ସାଥିରେ ଥିବା ଆଇନ ବିଭାଗ ଓଏସ୍‌ଡି ତାଙ୍କୁ ଶେଡ୍‌ ସମ୍ପର୍କରେ ବୁଝାଇ ଦେଇଥିଲେ। ବେଢା ପରିସର ବୁଲି ହୋଟେଲ ମେ ଫେୟାରକୁ ଫେରିଥିଲେ ଆମିକସ୍‌ କ୍ୟୁରି। ହୋଟେଲରେ ପହଞ୍ଚତ୍ବା ପରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲାପାଳ  ଜ୍ୟୋତିପ୍ରକାଶ ଦାସ, ଏସ୍‌ପି ଉମାଶଙ୍କର ଦାସ ଓ ଉପଜିଲାପାଳ ଭବତାରଣ ସାହୁ ସେଠାରେ ତାଙ୍କୁ ସ୍ବାଗତ କରିଥିଲେ। ଏଠାରେ ସେ ରାତ୍ରିଯାପନ କରିବେ। ଶନିବାର ସକାଳ ୭ଟା ୩୦ରେ ପୁଣି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶନିବାର ପୂର୍ବାହ୍ନ ୧୧ଟା ୩୦ରେ ପ୍ରଥମେ ଜିଲା ଜଜ ଏବଂ ଏହା ପରେ ଗଜପତି ମହାରାଜାଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବେ। ପରେ ଦିନ ୨ଟାରେ ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍‌ପି ଏବଂ ଜିଲା ଜଜ୍‌ଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ଅଭିମୁଖେ ବାହରିବେ। ହେଲେ ହଠାତ୍‌ ତାଙ୍କ ଗସ୍ତସୂଚୀ ପରିବର୍ତ୍ତନ ହେବା ଏବଂ ରାତିରେ ଅଚାନକ ଶ୍ରୀମନ୍ଦିରକୁ ଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। 

All Right Reserved By

ରାଜ୍ୟ |

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ କାଞ୍ଜିପାଣି ନିକଟ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଏକ ଟ୍ରକ ଧକ୍କା ଦେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି।

ଓକିଲ ସଂଘ ନିର୍ବାଚନ: ୬ ପଦ ପାଇଁ ୧୩ ନାମାଙ୍କନପତ୍ର ଦାଖଲ

ଓକିଲ ସଂଘ ନିର୍ବାଚନ: ୬ ପଦ ପାଇଁ ୧୩ ନାମାଙ୍କନପତ୍ର ଦାଖଲ

ଅନୁଗୋଳ ଅଫିସ, ୧୯।୩: ଅନୁଗୋଳ କୋର୍ଟ କାର୍ଯ୍ୟାଳୟ ପରିସରରେ ଥିବା ନିର୍ବାଚନୀ କକ୍ଷରେ ଓକିଲ ସଂଘ ନିର୍ବାଚନ ପାଇଁ  ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି।  ୬ଟି ପଦ ପାଇଁ ମୋଟ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଭୂପେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। 

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ପାଟଣା,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ପାଟଣା-କରଞ୍ଜିଆ ରାସ୍ତାର ଧାନବେଣୀ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ଟାଟା ମ୍ୟାଜିକ୍‌ ଗାଡ଼ିରେ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରୁ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି। 

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକ ଅଫିସ,୯।୩: ମାଲଗୋଦାମ ପୋଲିସ ସୋମବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ବାଇଁ ଓରଫ ମନୁଆଙ୍କୁ ଏନ୍‌କାଉଣ୍ଟର କରିଛି। ଏଥିରେ ମନୋଜଙ୍କ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଏସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରୁ ୪ ବୋମା ଜବତ କରାଯାଇଛି।

ମାର୍ଚ୍ଚ ୨୧ରୁ ପୁରୀ ପୁସ୍ତକ ମେଳା

ମାର୍ଚ୍ଚ ୨୧ରୁ ପୁରୀ ପୁସ୍ତକ ମେଳା

ପୁରୀ ଅଫିସ,୧୯।୩: ସାମାଜିକ ଅନୁଷ୍ଠାନ ପ୍ରୟାସ ଆନୁକୂଲ୍ୟରେ ପୁରୀ ପୁସ୍ତକ ମେଳା ଆସନ୍ତା ମାର୍ଚ୍ଚ ୨୧ରୁ ଅନୁଷ୍ଠିତ ହେବ। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। 

ହକ୍‌ ମାଗୁଛି ଓଡ଼ିଶା ପଥପ୍ରାନ୍ତ ସଭା, କେନ୍ଦ୍ର  ବିରୋଧରେ ବର୍ଷିଲେ ଛାତ୍ର ବିଜେଡି ନେତା

ହକ୍‌ ମାଗୁଛି ଓଡ଼ିଶା ପଥପ୍ରାନ୍ତ ସଭା, କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ବିଜେଡି ନେତା

ପରଜଙ୍ଗ,(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ୨ନଂ ଜୋନର ମୁକ୍ତାପସୀ ପଞ୍ଚାୟତର ମୁକ୍ତାପସୀ  ଛକ ନିକଟରେ ମଙ୍ଗଳବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ  ହକ୍‌ମାଗୁଛି ଓଡିଶା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି।

ବିଜେଡିରୁ ବହିଷ୍କୃତ କୃଷ୍ଣଚନ୍ଦ୍ର ରାୟ, ପ୍ରସନ୍ନ ବରାଳ

ବିଜେଡିରୁ ବହିଷ୍କୃତ କୃଷ୍ଣଚନ୍ଦ୍ର ରାୟ, ପ୍ରସନ୍ନ ବରାଳ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣଚନ୍ଦ୍ର ରାୟ(ବାବୁ ସିଂହ) ଏବଂ ପ୍ରସନ୍ନ ବରାଳ(ବାବୁଲି)ଙ୍କୁ ମଙ୍ଗଳବାର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି।

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

ବରଗଡ଼ ଅଫିସ୍‌,୧୯।୩: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସୋମବାର ବିଳମ୍ବିତ ରାତିରେ ପ୍ରକାଶ ପାଇଥିଲା କଂଗ୍ରେସ ପ୍ରାର୍ଥୀ ତାଳିକା। ଏହି ତାଲିକାରୁ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ନାମ ନ ଥିବାରୁ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ତାଳିକାରୁ ବାଦ୍‌ ଦେବା ପରେ ତାଙ୍କ ସମର୍ଥକମାନେ ବାଧ୍ୟ କରିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। 

ବିଜେଡି ଛାଡିଲେ ପ୍ରମୋଦ

ବିଜେଡି ଛାଡିଲେ ପ୍ରମୋଦ

ଭୁବନେଶ୍ୱର, ୧୯।୩(ବ୍ୟୁରୋ):  ସୁନ୍ଦରଗଡ଼ ନେତ୍ରୀ କୁସୁମ ଟେଟେଙ୍କ ସହ ଆଉ ଜଣେ ବିଜେଡି ନେତା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ ହେଉଛନ୍ତି ପ୍ରମୋଦ ପଟ୍ଟନାୟକ। କଳାହାଣ୍ଡି ଜିଲା ବିଜେଡିର ସାଧାରଣ ସମ୍ପାଦକ ପଦରୁ ସେ ଇସ୍ତଫା ଦେଇଛନ୍ତି।  ପ୍ର

କେନ୍ଦୁଝରର  ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ:  ୨ ଗିରଫ

କେନ୍ଦୁଝରର ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ: ୨ ଗିରଫ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ଗ୍ରାମର ରୟା ନାୟକଙ୍କ ଘରୁ  ୩  କିଲୋ ୧ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ମିଛ: କୁସୁମ ଟେଟେ

ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ମିଛ: କୁସୁମ ଟେଟେ

ଭୁବନେଶ୍ୱର, ୧୯।୩(ବ୍ୟୁରୋ): ୨୦୧୪ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କୁସୁମ ଟେଟେ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସେ ତାଙ୍କର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

 ୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା ଜାତୀୟ ରାଜପଥ ରାଣୀତାଲ ନିକଟରୁ ମଙ୍ଗଳବାର ଏକ ମଦଭର୍ତ୍ତି  ବୋଲେରୋ ଜବତ କରାଯାଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା