ରାଜ୍ୟ |

ପାରଦ ଉପରମୁହାଁ: ୩୯ ଡିଗ୍ରୀ ଟପିଲା

ପାରଦ ଉପରମୁହାଁ: ୩୯ ଡିଗ୍ରୀ ଟପିଲା

ଭୁବନେଶ୍ୱର,୨୩।୨(ବ୍ୟୁରୋ)-ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଶୁକ୍ରବାର ଭୁବନେଶ୍ୱର ଓ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲେସିୟସ ରେକର୍ଡ କରାଯାଇଛି। ସେହିପରି ରାଜ୍ୟର ୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କଟକର ସର୍ବୋଚ୍ଚ ତାପମାତ୍ରା ୩୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ ୩୬.୧, ତାଳଚେର ୩୬.୫, ଭବାନୀପାଟଣା ୩୭, ବଲାଙ୍ଗୀର  ୩୬.୫  ଏବଂ ସୋନପୁରରେ ସର୍ବାଧିକ ତାପମାତ୍ରା ୩୬.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। 

ଏଥିସହିତ ଆସନ୍ତା ୪୮ ଘଣ୍ଟା ମଧ୍ୟରେ  ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସୋନପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଆଦି ଜିଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। 


All Right Reserved By

ରାଜ୍ୟ |

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ କାଞ୍ଜିପାଣି ନିକଟ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଏକ ଟ୍ରକ ଧକ୍କା ଦେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି।

ଓକିଲ ସଂଘ ନିର୍ବାଚନ: ୬ ପଦ ପାଇଁ ୧୩ ନାମାଙ୍କନପତ୍ର ଦାଖଲ

ଓକିଲ ସଂଘ ନିର୍ବାଚନ: ୬ ପଦ ପାଇଁ ୧୩ ନାମାଙ୍କନପତ୍ର ଦାଖଲ

ଅନୁଗୋଳ ଅଫିସ, ୧୯।୩: ଅନୁଗୋଳ କୋର୍ଟ କାର୍ଯ୍ୟାଳୟ ପରିସରରେ ଥିବା ନିର୍ବାଚନୀ କକ୍ଷରେ ଓକିଲ ସଂଘ ନିର୍ବାଚନ ପାଇଁ  ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି।  ୬ଟି ପଦ ପାଇଁ ମୋଟ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଭୂପେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। 

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ପାଟଣା,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ପାଟଣା-କରଞ୍ଜିଆ ରାସ୍ତାର ଧାନବେଣୀ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ଟାଟା ମ୍ୟାଜିକ୍‌ ଗାଡ଼ିରେ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରୁ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି। 

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକ ଅଫିସ,୯।୩: ମାଲଗୋଦାମ ପୋଲିସ ସୋମବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ବାଇଁ ଓରଫ ମନୁଆଙ୍କୁ ଏନ୍‌କାଉଣ୍ଟର କରିଛି। ଏଥିରେ ମନୋଜଙ୍କ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଏସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରୁ ୪ ବୋମା ଜବତ କରାଯାଇଛି।

ମାର୍ଚ୍ଚ ୨୧ରୁ ପୁରୀ ପୁସ୍ତକ ମେଳା

ମାର୍ଚ୍ଚ ୨୧ରୁ ପୁରୀ ପୁସ୍ତକ ମେଳା

ପୁରୀ ଅଫିସ,୧୯।୩: ସାମାଜିକ ଅନୁଷ୍ଠାନ ପ୍ରୟାସ ଆନୁକୂଲ୍ୟରେ ପୁରୀ ପୁସ୍ତକ ମେଳା ଆସନ୍ତା ମାର୍ଚ୍ଚ ୨୧ରୁ ଅନୁଷ୍ଠିତ ହେବ। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। 

ହକ୍‌ ମାଗୁଛି ଓଡ଼ିଶା ପଥପ୍ରାନ୍ତ ସଭା, କେନ୍ଦ୍ର  ବିରୋଧରେ ବର୍ଷିଲେ ଛାତ୍ର ବିଜେଡି ନେତା

ହକ୍‌ ମାଗୁଛି ଓଡ଼ିଶା ପଥପ୍ରାନ୍ତ ସଭା, କେନ୍ଦ୍ର ବିରୋଧରେ ବର୍ଷିଲେ ଛାତ୍ର ବିଜେଡି ନେତା

ପରଜଙ୍ଗ,(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ୨ନଂ ଜୋନର ମୁକ୍ତାପସୀ ପଞ୍ଚାୟତର ମୁକ୍ତାପସୀ  ଛକ ନିକଟରେ ମଙ୍ଗଳବାର ପରଜଙ୍ଗ ବ୍ଲକ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ  ହକ୍‌ମାଗୁଛି ଓଡିଶା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି।

ବିଜେଡିରୁ ବହିଷ୍କୃତ କୃଷ୍ଣଚନ୍ଦ୍ର ରାୟ, ପ୍ରସନ୍ନ ବରାଳ

ବିଜେଡିରୁ ବହିଷ୍କୃତ କୃଷ୍ଣଚନ୍ଦ୍ର ରାୟ, ପ୍ରସନ୍ନ ବରାଳ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣଚନ୍ଦ୍ର ରାୟ(ବାବୁ ସିଂହ) ଏବଂ ପ୍ରସନ୍ନ ବରାଳ(ବାବୁଲି)ଙ୍କୁ ମଙ୍ଗଳବାର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି।

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ

ବରଗଡ଼ ଅଫିସ୍‌,୧୯।୩: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସୋମବାର ବିଳମ୍ବିତ ରାତିରେ ପ୍ରକାଶ ପାଇଥିଲା କଂଗ୍ରେସ ପ୍ରାର୍ଥୀ ତାଳିକା। ଏହି ତାଲିକାରୁ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ନାମ ନ ଥିବାରୁ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ତାଳିକାରୁ ବାଦ୍‌ ଦେବା ପରେ ତାଙ୍କ ସମର୍ଥକମାନେ ବାଧ୍ୟ କରିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। 

ବିଜେଡି ଛାଡିଲେ ପ୍ରମୋଦ

ବିଜେଡି ଛାଡିଲେ ପ୍ରମୋଦ

ଭୁବନେଶ୍ୱର, ୧୯।୩(ବ୍ୟୁରୋ):  ସୁନ୍ଦରଗଡ଼ ନେତ୍ରୀ କୁସୁମ ଟେଟେଙ୍କ ସହ ଆଉ ଜଣେ ବିଜେଡି ନେତା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ ହେଉଛନ୍ତି ପ୍ରମୋଦ ପଟ୍ଟନାୟକ। କଳାହାଣ୍ଡି ଜିଲା ବିଜେଡିର ସାଧାରଣ ସମ୍ପାଦକ ପଦରୁ ସେ ଇସ୍ତଫା ଦେଇଛନ୍ତି।  ପ୍ର

କେନ୍ଦୁଝରର  ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ:  ୨ ଗିରଫ

କେନ୍ଦୁଝରର ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ: ୨ ଗିରଫ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ଗ୍ରାମର ରୟା ନାୟକଙ୍କ ଘରୁ  ୩  କିଲୋ ୧ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ମିଛ: କୁସୁମ ଟେଟେ

ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ମିଛ: କୁସୁମ ଟେଟେ

ଭୁବନେଶ୍ୱର, ୧୯।୩(ବ୍ୟୁରୋ): ୨୦୧୪ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କୁସୁମ ଟେଟେ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସେ ତାଙ୍କର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

 ୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା ଜାତୀୟ ରାଜପଥ ରାଣୀତାଲ ନିକଟରୁ ମଙ୍ଗଳବାର ଏକ ମଦଭର୍ତ୍ତି  ବୋଲେରୋ ଜବତ କରାଯାଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା