ରାଜ୍ୟ |

ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ: ଭାଜପାରୁ ମହାଶ୍ୱେତା, କଂଗ୍ରେସରୁ ଯୁବ ଆଶାୟୀ

ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ: ଭାଜପାରୁ ମହାଶ୍ୱେତା, କଂଗ୍ରେସରୁ ଯୁବ ଆଶାୟୀ

ପୁରୀ ଅଫିସ,୨୩।୨(ହେମନ୍ତ ନାୟକ):  ପୁରୀ ଜିଲା ଅନ୍ତର୍ଗତ ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପୁରୀ ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ। ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଏହା ମହେଶ୍ୱର ମହାନ୍ତିଙ୍କ କବ୍‌ଜାରେ ରହିଆସିଛି। ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ ମଧ୍ୟ ସଫଳତା ପାଇନାହାନ୍ତି। ହେଲେ ଏଥର ପଟ ପରିବର୍ତ୍ତନ ହେବାର ଚର୍ଚ୍ଚା ଜୋର୍‌ ଧରିଛି। ବିଗତ ୨ଟି ନିର୍ବାଚନ ଫଳାଫଳକୁ ଦେଖିଲେ ଦଳ ନୁହେଁ, ଜଣେ ବ୍ୟକ୍ତି ହିଁ ମହେଶ୍ୱରଙ୍କୁ ଟକ୍କର ଦେବାକୁ ଚେଷ୍ଟା କରୁଥିଲେ। ଏଥର ସେ ପୁରୀ ଜିଲାରୁ ମୁହଁ ଫେରାଇ କଟକ ଜିଲା ଆଠଗଡ଼ ମୁହଁା ହୋଇଛନ୍ତି। ମହେଶ୍ୱରଙ୍କୁ ଗାଦିଚ୍ୟୁତ କରିବା ସହଜ ନୁହେଁ, କିନ୍ତୁ ପରିବର୍ତ୍ତନର ହ୍ବାୱା ବହୁଥିବାରୁ ଏହାକୁ ବିରୋଧୀ ଠିକ୍‌ ଢଙ୍ଗରେ ଆଗେଇ ନେଲେ ସଫଳ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହି ନିର୍ବାଚନମଣ୍ଡଳୀରେ ରହିଛି ପୁରୀ ସହର। ହେଲେ ସହରବାସୀ ସମସ୍ୟାରୁ କେବେ ମୁକୁଳି ପାରୁନାହାନ୍ତି। ବିଶେଷକରି ଡ୍ରେନେଜ ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି। ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ କୁମାର ଦାଶ କହିଛନ୍ତି, ଅସରାଏ ବର୍ଷା ହେଲେ ନଳାପାଣିରେ ଉବୁଟୁବୁ ହେଉଛି ବଡ଼ଦାଣ୍ଡ। ଘରେ ଘରେ ପଶୁଛି ଡ୍ରେନ୍‌ ପାଣି। ଏହି ମନୁଷ୍ୟକୃତ ତ୍ରୁଟି ପାଇଁ ବିଗତ ଦିନରେ ମହାପ୍ରଭୁଙ୍କ ରଥ ବି ଗଡ଼ିଛି ନଳା ପାଣିରେ। ସେମିତି ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ଅଧାରୁ ଅଧିକ ପଦବୀ ଖାଲି। ଅଧିକାଂଶ ମେଶିନ ଅଚଳ। ଉପଯୁକ୍ତ ଭିତ୍ତିଭୂମି ଅଭାବରୁ ରୋଗୀଙ୍କୁ କଟକ, ଭୁବନେଶ୍ୱର ରେଫର କରିବାର ମାନସିକତା ଡାକ୍ତରଙ୍କ ମନରେ ବସା ବାନ୍ଧିଲାଣି। ସେହିପରି ଅଧିକାଂଶ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି ବୋଲି ଦାଶ କହିଛନ୍ତି। କୌଣସି ବଡ଼ ଶିଳ୍ପ କିମ୍ବା କାରଖାନା ନ ଥିବାରୁ ବେକାର ଯୁବତୀଯୁବକଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି। ବିଭିନ୍ନ ସମୟରେ ଶ୍ରୀମନ୍ଦିରରେ ବିଭ୍ରାଟ ଏବଂ ବିଶୃଙ୍ଖଳା କେବଳ ଜିଲାକୁ ନୁହେଁ ରାଜ୍ୟକୁ ବି ବଦ୍‌ନାମ କରୁଛି। ହେଲେ ଏ ସବୁରୁ ଫାଇଦା ହାସଲ କରିବା ପାଇଁ ବିରୋଧୀ ଠିକ୍‌ ରଣନୀତି ପ୍ରସ୍ତୁତ କରିପାରୁନାହାନ୍ତି। ଫଳରେ ବିଜେଡି ଏକଚାଟିଆ ଭାବେ କ୍ଷମତା ଦଖଲ କରିଆସୁଛି ବୋଲି କୁହାଯାଉଛି।

ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ବିଧାୟକ ତଥା ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି ପୁଣି ଟିକେଟ ପାଇବାକୁ ଦୃଢ ଆଶା ରଖିଛନ୍ତି। ଲଗାତର ୫ଥର ସେ ବିଧାନସଭାକୁ ଜିତି ଆସିଛନ୍ତି। ସେ ଗତ ନିର୍ବାଚନରେ ୭୬,୭୬୦ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ୪୨,୦୩୯ ଖଣ୍ଡ ଭୋଟ ପାଇଥିଲେ। ମହେଶ୍ୱର ୩୪,୭୨୧ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ଏଥର ପୁଣି ଭାଜପାରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା କୃଷ୍ଣଚନ୍ଦ୍ର ପଣ୍ଡା ୧୭,୫୬୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୨୦୦୯ ନିର୍ବାଚନକୁ ଦୃଷ୍ଟି ଦେଲେ ମହେଶ୍ୱର ୬୧,୩୨୮  ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଉମାବଲ୍ଲଭ ରଥ ଭାଜପା ଟିକେଟ୍‌ରୁ ଲଢ଼ି ୪୭,୯୩୪  ଭୋଟ ପାଇଥିଲେ। କଂଗ୍ରେସର ଉତ୍ତମ ଆଚାର୍ଯ୍ୟ ୬,୮୩୨ ଭୋଟ ପାଇଥିଲେ। ତେବେ ଏଥିରୁ ସ୍ପଷ୍ଟ ହେଉଛି ମହେଶ୍ୱରଙ୍କ ସହିତ ଉମାବଲ୍ଲଭ ହିଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। କାରଣ ୨୦୦୯ରେ ଉମାବଲ୍ଲଭ ଭାଜପାରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ୨୦୧୪ରେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ୨୦୦୯ରେ ଭାଜପା ୪୭,୯୩୪ ଭୋଟ ଭାଜପା ପାଇଥିବା ବେଳେ ୨୦୧୪ରେ ଭାଜପା ୧୭,୫୬୦ ପାଇ ତୃତୀୟରେ ଥିଲା। 

ଏଥର ଉମାବଲ୍ଲଭ ଆଠଗଡ଼ରୁ କଂଗ୍ରେସର ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ। ହେଲେ ବିଜେଡି ଟିକେଟକୁ ନେଇ ଏଥର ଅନ୍ୟ କେହି ଆଶାୟୀ ଆଗକୁ ଆସିନାହାନ୍ତି। ଏ ସମ୍ପର୍କରେ ମହେଶ୍ୱରଙ୍କୁ ପଚରାଯିବାରୁ ତାହା ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକ ସଭା ଆସନରୁ ଲଢିବା ନେଇ ହେଉଥିବା ଚର୍ଚ୍ଚା ସମ୍ପର୍କରେ ପଚରାଯିବାରୁ ବିଜେଡି ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି, ଯିଏ ଠିଆ ହୁଅନ୍ତୁ କୌଣସି ଫରକ୍‌ ପଡିବ ନାହିଁ ବୋଲି ମହେଶ୍ୱର କହିଛନ୍ତି।

ଅନ୍ୟପକ୍ଷରେ ପୁରୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ୩ ଆଶାୟୀ ପ୍ରାର୍ଥୀଙ୍କ ନଁା ଏବେ ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ସେମାନେ ହେଲେ ଅଭିନେତ୍ରୀ ମହାଶ୍ୱେତା ରାୟ, କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର।  ମହାପାତ୍ର କହିଛନ୍ତି, ସାଢ଼େ ୫ ବର୍ଷ ହେବ ଜିଲା ସଭାପତି ଭାବେ ସେ ଦାୟିତ୍ୱ ତୁଲାଇ ଆସିଛନ୍ତି। ଦଳ ଯେତେବେଳେ ଯାହା ନିର୍ଦ୍ଦେଶ ଦେବ ତାହାକୁ ସେ ପାଳନ କରିବେ। ସେହିପରି ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ହୋଇଥିବା କୃଷ୍ଣଚନ୍ଦ୍ର ପଣ୍ଡା ଦଳୀୟ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚତ୍ବାକୁ ପ୍ରୟାସ ଜାରି ରଖିଛନ୍ତି। ସେ କହିଛନ୍ତି, ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ଜଣେ ଶୃଙ୍ଖଳିତ କର୍ମୀ ଭାବେ ସେ ତାହା କରିଆସିଛନ୍ତି। କାହାକୁ ଟିକେଟ ମିଳିବ ନ ମିଳିବ ତାହା ଦଳର ପାର୍ଲମେଣ୍ଟ ବୋର୍ଡ ନିଷ୍ପତ୍ତି ନେବ। କେହି ଆଶା କରିବା କିଛି ଖରାପ ନୁହେଁ। କିନ୍ତୁ ଦଳରେ ଗୋଷ୍ଠୀ କନ୍ଦଳ ଥିବା ଯାହା ଚର୍ଚ୍ଚା ହେଉଛି ତାହା ଭୁଲ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଦଳୀୟ ସୂତ୍ରରୁ ମହାଶ୍ୱେତାଙ୍କ ନଁା ମଧ୍ୟ ଚର୍ଚ୍ଚାରେ ରହିଛି। ଏନେଇ ମହାଶ୍ୱେତା କହିଛନ୍ତି, ଯାହା ଚର୍ଚ୍ଚା ହେଉଛି ତାହା ଚର୍ଚ୍ଚାରେ ଥାଉ। ମୋତେ ପାର୍ଟି ଅଫିସ୍‌ରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ। ଯଦି ଦଳ ମୋତେ କୌଣସି ଦାୟିତ୍ୱ ଦିଏ ତେବେ ନିଶ୍ଚିତ ତାହାକୁ ତୁଲାଇବି।

ଅନ୍ୟପକ୍ଷରେ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ କଂଗ୍ରେସ ଏଠାରେ ଉଠିପାରୁନି। ୧୯୮୦ରୁ ୮୫ ପର୍ଯ୍ୟନ୍ତ କଂଗ୍ରେସର ଗଦାଧର ମିଶ୍ର ବିଧାୟକ ହୋଇଥିଲେ। ଏହା ପରଠୁ ଏହି ଜାତୀୟ ଦଳର ସ୍ଥିତିରେ ସୁଧାର ଆସୁନାହିଁ। ବିଶେଷକରି ନିର୍ବାଚନମଣ୍ଡଳୀ ବାସିନ୍ଦାଙ୍କ ସହ ସମ୍ପର୍କ ନ ଥିବା ଲୋକଙ୍କୁ ଏଠାରୁ ପ୍ରାର୍ଥୀ କରାଯାଉଥିବାରୁ ଦଳ ସଙ୍ଗଠିତ ହୋଇପାରୁନି ବୋଲି କର୍ମୀ କହୁଛନ୍ତି। କିନ୍ତୁ ଏଥର ନିର୍ବାଚନ ଲଢିବା ପାଇଁ କଂଗ୍ରେସର ଲମ୍ବା ଆଶାୟୀ ରହିଛନ୍ତି। ଯୁବନେତା ଅରୋପ୍ରସାଦ ମିଶ୍ର, ପିସିସି ମୁଖପାତ୍ର ବିନାୟକ ଦାସ ମହାପାତ୍ର, ବିଶ୍ୱଜିତ ମହାନ୍ତି, ସୁଜିତ ମହାପାତ୍ର ପ୍ରାର୍ଥୀ ହେବା ନେଇ ଆଶା ରଖିଛନ୍ତି। ବିନାୟକ ଦାସ ମହାପାତ୍ର କହିଛନ୍ତି,  ୩୦ ବର୍ଷ ହେବ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାମ କରିଆସିଛି। ଦଳ ମୋତେ ମୁଖପାତ୍ରର ଦାୟିତ୍ୱ ଦେଇଛି। ଟିକେଟ କାହାକୁ ମିଳିବ ତାହା ଦଳ ହିଁ ନିଷ୍ପତ୍ତି ନେବ। କିନ୍ତୁ ମୁଁ ଆଶା ରଖିଛି। ଅରୋପ୍ରସାଦ ମିଶ୍ର କହିଛନ୍ତି, ଯୁବ ପ୍ରାର୍ଥୀଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଫୋକସ ରହିଥିବାରୁ ଆଶାବାଦୀ ଅଛି। ୧୪ ବର୍ଷ ହେଲା ଯୁବ ଛାତ୍ର ସଙ୍ଗଠନରେ ଯୋଡ଼ି ହୋଇରହିଛି। ଛାତ୍ର କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ରହିଥିଲି। ତେଣୁ ଟିକେଟ ପାଇଁ ଆଶା ରଖିଛି। ବିଶ୍ୱଜିତ ମହାନ୍ତି କହିଛନ୍ତି, ଉମାବଲ୍ଲଭଙ୍କ ସ୍ଥାନରେ ଏଠାରେ ଏଥର ଦଳ ଜଣେ ଯୁବ ଚେହେରାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ରହିଛି। ତେଣୁ ଦଳର ଜଣେ ଯୁବ କର୍ମୀ ଭାବେ ମୁଁ ଟିକେଟ ପାଇବି ବୋଲି ଆଶା ରଖିଛି। ସୁଜିତ ମହାପାତ୍ର କହିଛନ୍ତି, ଦୀର୍ଘବର୍ଷ ହେଲା ଦଳ ସହିତ ରହିଆସିଛି। ଲୋକଙ୍କୁ ସାଙ୍ଗରେ ନେଇ ସଙ୍ଗଠନକୁ ଦୃଢ଼ କରିଛି। ନିର୍ମଳ ଭାବମୂର୍ତ୍ତି ଏବଂ ଯୁବ ଚେହେରାଙ୍କୁ ଦଳ ଚାହୁଁଥିବାରୁ ମୁଁ ଆଶାବାଦୀ। ଏମାନଙ୍କ ବ୍ୟତୀତ ଦଳ ଏବେ ବି ପୁରୀ ପାଇଁ ଅନ୍ୟ କେତେଜଣଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି। ନିର୍ବାଚନ ଯେତେ ପାଖଉଛି କଂଗ୍ରେସର ଅଙ୍କ ସେତେ ଜଟିଳ ହେବାରେ ଲାଗିଛି। 

All Right Reserved By

ରାଜ୍ୟ |

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟ ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ତେନ୍ତୁଳିମୂଳ (ମଶାଣିଆ ନୂଆସାହି) ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଆହତ ହୋଇଛନ୍ତି। 

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କୋଣାର୍କ,୨୩।୩ (ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗ ରାସ୍ତାର ସାହୁ ଖଣତା ନିକଟରେ ଶନିବାର ପୂର୍ବାହ୍ନ ୧୦ଟାରେ ମାରୁତି କାର ସହ ୟାମାହା ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। 

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ଭବାନୀ ଶଙ୍କର ନାୟକ ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ

ପାଟଣା,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ଦଳୀୟ ପ୍ରାର୍ଥୀ ଭାବେ ଭବାନୀ ଶଙ୍କର ନାୟକଙ୍କ ନାମ ଘୋଷଣା କରାଯାଇଛି।

ବିଦେଶୀ ମଦ ଜବତ: ଜଣେ ଗିରଫ

ବିଦେଶୀ ମଦ ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୩।୩:  ଭଦ୍ରକ ସଦର  ଅବକାରୀ ଟିମ ଶନିବାର ଚଢ଼ାଉ କରି ରାଣୀତାଲ ଅନ୍ତର୍ଗତ ଚୁଡ଼ଙ୍ଗପୁର ନିକଟରୁ ବ୍ୟାପକ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ ଅଫିସ,୨୩।୩: ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ଷ୍ଟେସନ ଅଧୀକ୍ଷକଙ୍କ ଏତାଲା କ୍ରମେ ଶନିବାର  ଜିଆର୍‌ପି ଓ ଆର୍‌ପିଏଫ୍‌ରେ ଆପରାଧିକ ମାମଲା ରୁଜୁ ହୋଇଛି। ଅଧୀକ୍ଷକ ସୋରେନ କୁମାର ନସ୍କରଙ୍କ ଅଭିଯୋଗ ଅନୁଯାୟୀ ଅଗ୍ନିକାଣ୍ଡ ଫଛରେଥିବା କାରଣର ସତ୍ୟାସତ୍ୟ  ଉନ୍ମୋଚନ କରାଯାଉ ବୋଲି ଏତାଲାରେ ଦର୍ଶାଇଛନ୍ତି। 

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ହାତ ନୁହେଁ, ପଦ୍ମ ଧରିଲେ ପ୍ରତ୍ୟୁଷା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ନିକଟରେ ବିଜେଡି ଛାଡ଼ିଥିବା କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ବିଧାୟକ ଦଳ ନେତା କେ.ଭି. ସିଂ ଦେଓଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଭାଜପାରେ ଯୋଗ ଦେଇଛନ୍ତି। 

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ରଣପୁରରୁ ଲଢ଼ିବେ ସବ୍ୟସାଚୀଙ୍କ ସ୍ତ୍ରୀ ମିଲି ପଣ୍ଡା

ଭୁବନେଶ୍ୱର,୨୩।୩(ବ୍ୟୁରୋ): କଂଗ୍ରେସ ପକ୍ଷରୁ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୪ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରଣପୁର ବିଧାନସଭା ଆସନରୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ଓରଫ ମିଲି ପଣ୍ଡାଙ୍କୁ ଟିକେଟ୍‌ ମିଳିଥିବା ଦେଖିବାକୁ ମିଳିଛି। 

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ  ଲଢ଼ିବାକୁ ନିଷ୍ପତ୍ତି

ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଆଶାୟୀଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନଭାବେ ଲଢ଼ିବାକୁ ନିଷ୍ପତ୍ତି

ଗୁଣପୁର,୨୩।୩(ଡି.ଏନ୍‌.ଏ.):  ୨୦୧୯ ଓଡ଼ିଶା ବିଧାନସଭା ନିିର୍ବାଚନ ଲାଗି ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ୨୨ଟି ଆସନ ଲାଗି ନାମ ଘୋଷଣା କରାଯାଇଛି। 

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ବିସ୍ମୟଙ୍କ ବଦଳରେ ଲଢ଼ିବେ ପ୍ରଫୁଲ୍ଲ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ (ନଂ. ୧୩୪) ନିମନ୍ତେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇଛି। 

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡିରୁ ଲଢ଼ିବେ ପିଙ୍କି ପ୍ରଧାନ

ଦିଗପହଣ୍ଡି, ୨୩।୩(ଡି.ଏନ୍‌.ଏ.): ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଶୁକ୍ରବାର ଆଉ ୨୨ଟି ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

୭ ମହିଳା

୭ ମହିଳା

ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁ ଛକାପଞ୍ଝା ପରେ ଶୁକ୍ରବାର କଂଗ୍ରେସ ବିଧାନସଭା ଆସନ ଲାଗି ୫୪ ଜଣିଆ ପ୍ରାର୍ଥୀପତ୍ର ତାଲିକା ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି କେବଳ ୭ ମହିଳା। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା