ରାଜ୍ୟ | ଉପକୂଳ ଓଡିଶା

ବନ ଉଜାଡ଼ି ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା

ବନ ଉଜାଡ଼ି ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା

ପାରାଦୀପ,୨୩ା୨(ସ୍ବ.ପ୍ର.): ସରକାରୀ ନଥିପତ୍ରରେ ଏବେ ବି ପାରାଦୀପର ମହାନଦୀ ମୁହାଣଠାରୁ ଜଗତ୍‌ସିଂହପୁର ଜିଲାର ହରିଶପୁର-ମରିଚିପୁର ପର୍ଯ୍ୟନ୍ତ ବେଳାଭୂମିକୁ ସଂରକ୍ଷିତ ଜଙ୍ଗଲ କୁହାଯାଉଛି। ଏଥିସହ ୨୦୧୭-୧୮ ବର୍ଷରେ ସେହି ସଂରକ୍ଷିତ ଜଙ୍ଗଲରେ ଥିବା ପଶୁପକ୍ଷୀଙ୍କ ପାଇଁ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ପୋଖରୀ ଖୋଳାଯାଇଛି। ବନ୍ୟଜନ୍ତୁମାନେ ଖରାଦିନେ ଏହି ପୋଖରୀରୁ ପାଣି ପିଇବେ। ଜଙ୍ଗଲ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ଷଣ୍ଢକୁଦ ବସ୍ତି ଉପାନ୍ତ ବେଳାଭୂମିରେ ଏକ ବିଟ୍‌ ହାଉସ୍‌ ଅଛି। କିନ୍ତୁ ପରିତାପର ବିଷୟ ହେଲା ଏସବୁ କେବଳ ସାଇନବୋର୍ଡ ଓ କାଗଜପତ୍ରରେ ସୀମିତ ହୋଇ ରହିଛି। କାରଣ ପାରାଦୀପ ଟାଉନସିପ୍‌ ସଂଲଗ୍ନ ବେଳାଭୂମିରୁ ଏରସମା ବାଲିକୁଦା ପର୍ଯ୍ୟନ୍ତ ସଂରକ୍ଷିତ ହେନ୍ତାଳ ବଣର ଚିହ୍ନବର୍ଣ୍ଣ ନାହିଁ। ଯେଉଁ ଅଳ୍ପ କେତେକ ସ୍ଥାନରେ କିଛି ଗଛ ଦେଖାଯାଉଛି ସେଗୁଡିକ କେବଳ ଝାଉଁଗଛ। ତାହା ପୁଣି ମହାବାତ୍ୟା ପରେ ଲଗାଯାଇଛି। ରାଜନଗର ବନଖଣ୍ଡ ଅଧୀନ  ପାରାଦୀପ ବେଳାଭୂମି ଅଞ୍ଚଳରେ ୧୯୬୦ଦଶକରୁ ହେନ୍ତାଳବଣକୁ କ୍ରମଶଃ କଟାଯାଇ ସେଠାରେ ୧୫ଟି ବୃହତ୍‌ଶିଳ୍ପ ସ୍ଥାପିତ ହୋଇଛି। ଏହା ପରେ ମଧ୍ୟ ମହାନଦୀ ମୁହାଣ ସଂଲଗ୍ନ ଅଞ୍ଚଳରେ କିଛି ମାତ୍ରାରେ (୧୮୦ ବର୍ଗମିଟର) ଜଙ୍ଗଲ ଥିଲା। କିନ୍ତୁ ୨୦୧୪ ନଭେମ୍ବରରୁ ସେହି ଜଙ୍ଗଲକୁ ପର୍ଯ୍ୟାୟକ୍ରମେ ଶିଳ୍ପ ସମ୍ପ୍ରସାରଣ ପାଇଁ ପୋତା ଚାଲିଛି। ୨୦୦୫ରୁ ୨୦୧୨ ମଧ୍ୟରେ ପାରାଦୀପ ସଂଲଗ୍ନ ଢିଙ୍କିଆ ନୂଆଗଁା ଅଞ୍ଚଳରେ ପୋସ୍କୋ ପ୍ରକଳ୍ପ ପାଇଁ ଲକ୍ଷାଧିକ ଗଛ କଟାଯାଇ ଟାଙ୍ଗରା କରିଦିଆଯାଇଥିଲା। ସମୟକ୍ରମେ ସମୁଦ୍ର ବେଳାଭୂମି ଅଞ୍ଚଳ ସମ୍ପୂର୍ଣ୍ଣ ଖାଲି ହୋଇଗଲାଣି। କିନ୍ତୁ ସେହି ଅଞ୍ଚଳରେ ବନ୍ୟପ୍ରାଣୀ ପାଣି ପିଇବା ପାଇଁ ପୋଖରୀ ଖୋଳାଯିବା ଧର୍ମକୁ ଆଖିଠାର ସଦୃଶ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ, ୧୯୬୨ ଜାନୁୟାରୀ ୩ରେ ପାରାଦୀପ ବନ୍ଦର ଭିତ୍ତିପ୍ରସ୍ତର ପଡ଼ିଥିଲା। ଉକ୍ତ ସମୟ ପୂର୍ବରୁ ଏହି ବେଳାଭୂମି ଅଞ୍ଚଳ ଘଞ୍ଚ ହେନ୍ତାଳ ବଣ ଥିଲା ବୋଲି ବର୍ଷିୟାନ କୈବର୍ତ୍ତ ଯଜ୍ଞ ରାଉତ କୁହନ୍ତି। ୨୨୯୯୫ ଏକର ଅଞ୍ଚଳ ପରିବ୍ୟାପ୍ତ ୫୭ଟି ଛୋଟ ବଡ଼ନଦୀ ଜଗତ୍‌ସିଂହପୁର ଜିଲାର ସନ୍ତରାଠାରୁ କେନ୍ଦ୍ରାପଡା ଜିଲାର ମହାକାଳପଡ଼ା ପର୍ଯ୍ୟନ୍ତ ପ୍ରବାହିତ ହେଉଥିଲା। କିନ୍ତୁ ଶିଳ୍ପାୟନ ପ୍ରଭାବରେ ଜଙ୍ଗଲ ଉଜୁଡିଯିବା ସହ ନଦୀ ମଧ୍ୟ ସତ୍ତା ହରାଇଛି। ସେହି ଅଞ୍ଚଳରେ ବନବିଭାଗର ବିଟ୍‌ ହାଉସ ଜଙ୍ଗଲ ଜଗୁଛି। ସେହି ବିଟ୍‌ ହାଉସ୍‌ରେ ପ୍ରାୟତଃ କେହି ରହୁନାହାନ୍ତି। ଜନବସତିଠାରୁ ଦୂର ଉକ୍ତ ବିଟ୍‌ହାଉସ୍‌ରେ ବିଦ୍ୟୁତ୍‌ ଓ ପାଣି ଆଦି ସୁବିଧା ନାହିଁ। ସେଠାରେ ଚଳିବା କଷ୍ଟକର ବୋଲି ସମ୍ପୃକ୍ତ ଫରେଷ୍ଟ ଗାର୍ଡ ସୌଜେନ୍ଦ୍ର ଦାସ କୁହନ୍ତି। ପରିବର୍ତ୍ତିତ ଶିଳ୍ପାୟନ ପ୍ରଭାବରେ ଜଙ୍ଗଲ ଧ୍ୱଂସ ପାଇବା ସ୍ଥାନରେ ପୋଖରି ଖୋଳା ହେବା ସମ୍ପର୍କରେ କୁଜଙ୍ଗ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ଯେ ଏହା ବିଭାଗର ନିୟମିତ ପ୍ରକ୍ରିୟା। ଖରାଦିନେ ପଶୁ ପକ୍ଷୀ ପାଣି  ପିଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି। 

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ପୂରଣ ହେଲାନି ବିଜେଡିର ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି:ସ୍ବପ୍ନରେ ରହିଗଲା ସବୁ ଗାଁକୁ ପକ୍କା ରାସ୍ତା

ପୂରଣ ହେଲାନି ବିଜେଡିର ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି:ସ୍ବପ୍ନରେ ରହିଗଲା ସବୁ ଗାଁକୁ ପକ୍କା ରାସ୍ତା

ଭୁବନେଶ୍ୱର,୨୬ା୩:ରାଜ୍ୟର ସବୁ ଗଁାକୁ ପକ୍କା ରାସ୍ତା ସଂଯୋଗ କରିବାକୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜୁ ଜନତା ଦଳ (ବିଜେଡି) ପ୍ରତିଶ୍ରୁତି ଦେଇଥିଲା। ଶାସନର ଚତୁର୍ଥ ପାଳି ଶେଷ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବ ବୋଲି କୁହାଯାଇଥିଲେ ହେଁ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ।

ରାସ୍ତାପାର୍ଶ୍ୱରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ:   ପ୍ରତିବାଦ କରିବାରୁ କ୍ଲବ୍‌ ସଦସ୍ୟଙ୍କୁ ଖଣ୍ଡାରେ ହାଣିଲେ, ବୋମା ପକାଇଲେ, ପୋଲିସ ପୁଅ ସମ୍ପୃକ୍ତ

ରାସ୍ତାପାର୍ଶ୍ୱରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ: ପ୍ରତିବାଦ କରିବାରୁ କ୍ଲବ୍‌ ସଦସ୍ୟଙ୍କୁ ଖଣ୍ଡାରେ ହାଣିଲେ, ବୋମା ପକାଇଲେ, ପୋଲିସ ପୁଅ ସମ୍ପୃକ୍ତ

ଭୁବନେଶ୍ୱର,୨୬ା୩ (ବ୍ୟୁରୋ)- ରାସ୍ତାପାର୍ଶ୍ୱରେ ସର୍ବ ସମ୍ମୁଖରେ ଚାଲିଥିଲା ପ୍ରେମୀଯୁଗଳଙ୍କ ରୋମାନ୍ସ। ପ୍ରତିବାଦ କରିବାରୁ ଘଟିଛି ଲଙ୍କାକାଣ୍ଡ। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ  ନୟାପଲ୍ଲୀ ୟୁନିଟ୍‌ କ୍ଲବ୍‌ର ୨ଜଣ ଯୁବକ ଆହତ ହୋଇଛନ୍ତି।

ଡ୍ରେନ ଉପରୁ ନବଜାତ ଶିଶୁପୁତ୍ର ଉଦ୍ଧାର:  ଭେଣ୍ଟିଲେଟର ନ ଥିବା କହି ରେଫର କରିଦେଲେ ଡାକ୍ତର

ଡ୍ରେନ ଉପରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଭେଣ୍ଟିଲେଟର ନ ଥିବା କହି ରେଫର କରିଦେଲେ ଡାକ୍ତର

ଭୁବନେଶ୍ୱର,୨୬ା୩ (ବ୍ୟୁରୋ)- କ୍ୟାପିଟାଲ ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ବସ୍ତିର ଏକ ଡ୍ରେନ ଉପରୁ ସୋମବାର ଭୋର୍‌ ସମୟରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। 

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

କେନ୍ଦୁଝର, ୨୬ା୩ (ସ୍ବ.ପ୍ର.)-ସଦର ବ୍ଲକ ବୋଦାପଳସା ପଞ୍ଚାୟତ ଅଧୀନ କବିତ୍ରା ଗ୍ରାମ ସମସ୍ୟାକୁ ନେଇ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ ହେଁ ସମାଧାନ ହେଉନଥିବାରୁ ଜୋରଦାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଦକ୍ଷେପ ନ ନେଲେ ବାଧ୍ୟ ହୋଇ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଗ୍ରାମରେ କୌଣସି ଉନ୍ନତି ମୂଳକ କାମ ହେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରି ସୋମବାର ଜିଲାପାଳ ଙ୍କ କାର୍ଯ୍ୟାଳୟରେ ପୁଣି ଦାବିପତ୍ର ପ୍ରଦାନ କରିଛନ୍ତି। 

ଟିକେଟ୍‌ ମୋହରେ ପିତା:ପୁତ୍ର ପାଇଁ ଆସନ ଛାଡ଼ିବାକୁ ପ୍ରସ୍ତୁତ

ଟିକେଟ୍‌ ମୋହରେ ପିତା:ପୁତ୍ର ପାଇଁ ଆସନ ଛାଡ଼ିବାକୁ ପ୍ରସ୍ତୁତ

ଭୁବନେଶ୍ୱର,୨୬।୩(ବ୍ୟୁରୋ):ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି। ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୮ ଏବଂ ଏପ୍ରିଲ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶିତ ହେବ। 

ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା:ଭଦ୍ରକରୁ ପ୍ରଦୀପ, ଭଣ୍ଡାରିପୋଖରୀରୁ ବଦ୍ରିନାରାୟଣ

ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା:ଭଦ୍ରକରୁ ପ୍ରଦୀପ, ଭଣ୍ଡାରିପୋଖରୀରୁ ବଦ୍ରିନାରାୟଣ

ଭଦ୍ରକ ଅଫିସ, ୨୬।୩- ସୋମବାର ଭାଜପା ପକ୍ଷରୁ ଭଦ୍ରକର ୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରୁ ଭଦ୍ରକ ବିଧାନସଭା ଆସନ ପାଇଁ ଡା. ପ୍ରଦୀପ ନାୟକ ଓ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର ପାଇଁ ବଦ୍ରିନାରାୟଣ ଧଳଙ୍କ ନାମ ଘୋଷଣା ହୋଇଛି। ଏହି ଦୁଇଜଣଙ୍କ ନାମ ଘୋଷଣା ପରେ ଭଦ୍ରକ ଜିଲାର ୫ ବିଧାନସଭା କ୍ଷେତ୍ର ଲାଗି ସମସ୍ତ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି। 

ରାଉତପଡ଼ାରେ ‘ଘରେ ଘରେ ଶଙ୍ଖ’

ରାଉତପଡ଼ାରେ ‘ଘରେ ଘରେ ଶଙ୍ଖ’

ରୂପ୍‌ସା, ୨୬।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡ଼ା ପଞ୍ଚାୟତରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳାମୋର୍ଚ୍ଚା ସଭାପତି ପୂର୍ବତନ ସରପଞ୍ଚ ମିନତୀ ଯେନାଙ୍କ ପୌରୋହିତ୍ୟରେ ଏକ ସଭା ହୋଇଥିଲା। 

ହରିଣପଲ ଉଜାଡୁଛନ୍ତି ଫସଲ : ବିଟ୍‌ ହାଉସ୍‌ ଘେରାଉ କଲେ ଚାଷୀ

ହରିଣପଲ ଉଜାଡୁଛନ୍ତି ଫସଲ : ବିଟ୍‌ ହାଉସ୍‌ ଘେରାଉ କଲେ ଚାଷୀ

ରଘୁନାଥପୁର,୨୬।୩(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ଏରଡ଼ଙ୍ଗା ପଞ୍ଚାୟତରେ ହରିଣପଲ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ କରୁଛନ୍ତି। ଏହି ଗ୍ରାମ ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଛି। ତେଣୁ ଖରିଫ, ରବି ଫସଲ ସମୟରେ ହରିଣ ପଲ ଆସି ଫସଲ ନଷ୍ଟ କରିଦେଉଛନ୍ତି।

ନବୀନଙ୍କୁ ଟକ୍କର ଦେବେ ଶମ୍ଭୁ, ପୀତାମ୍ବର

ନବୀନଙ୍କୁ ଟକ୍କର ଦେବେ ଶମ୍ଭୁ, ପୀତାମ୍ବର

ହିଞ୍ଜିଳିକାଟୁ/ଶେରଗଡ,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା କ୍ଷେତ୍ରରେ ଚଳିତଥର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁକାବିଲା କରିବେ ଭାଜପା ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଓ କଂଗ୍ରେସର ଗଜପତି ଜିଲା ପ୍ରଭାରୀ ଶମ୍ଭୁ ପାଣିଗ୍ରାହୀ। ଉଭୟ ପୀତାମ୍ଭର ଓ ଶମ୍ଭୁ ପେସାରେ ଆଇନଜୀବୀ। ଶମ୍ଭୁ ଜିଲାରେ ସୂଚନା ଅଧିକାର କର୍ମୀ ଭାବେ ମଧ୍ୟ ପରିଚିତ। ନବୀନ ବୁଧବାର ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। 

ଆଇଏନ୍‌ଏସ ଚିଲିକାର ନୌସେନା ଅଧିକାରୀ ହେଲେ ଋତୁରାଜ

ଆଇଏନ୍‌ଏସ ଚିଲିକାର ନୌସେନା ଅଧିକାରୀ ହେଲେ ଋତୁରାଜ

ବ୍ରହ୍ମପୁର ଅଫିସ,୨୬ା୩-ଚିଲିକାସ୍ଥିତ ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ କେନ୍ଦ୍ର (ଆଇଏନ୍‌ଏସ୍‌)ର ନୌସେନା ଅଧିକାରୀ ତଥା ଓଡିଶା ପ୍ରଭାରୀ ଭାବେ କମୋଡର ଋତୁରାଜ ସାହୁ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ା କେନ୍ଦ୍ର ପୂର୍ବତନ ଅଧିକାରୀ କମୋଡର ମନୀଶ ମିଶ୍ର କମୋଡର ଋତୁରାଜଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ା ଏହି ଅବସରରେ କେନ୍ଦ୍ରର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ା

ବାଲିଗୁଡ଼ା,ଜି.ଉଦୟଗିରି ବିଧାନସଭା ଆସନ: ୫ ପ୍ରାର୍ଥିପତ୍ର ଦାଖଲ

ବାଲିଗୁଡ଼ା,ଜି.ଉଦୟଗିରି ବିଧାନସଭା ଆସନ: ୫ ପ୍ରାର୍ଥିପତ୍ର ଦାଖଲ

ବାଲିଗୁଡ଼ା/ଦାରିଙ୍ଗବାଡି, ୨୬ା୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡ଼ା ଓ ଜି.ଉଦୟଗିରି ବିଧାନସଭା ଆସନ ନିମନ୍ତେ ସୋମବାର ୭ମ ଦିନରେ ମୋଟ ୫ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।

୩ ନିର୍ବାଚନ ମଣ୍ଡଳୀରୁ ୯ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

୩ ନିର୍ବାଚନ ମଣ୍ଡଳୀରୁ ୯ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

ଭଞ୍ଜନଗର,୨୬।୩(ଡି.ଏନ.ଏ.)- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ସୋରଡ଼ା ଓ ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ ୧୮ରେ ମତଦାନ ହେବ। 


Model This Week

ରଶ୍ମି
Why Dharitri