ବାଣିଜ୍ୟ |

ନାଗରିକ ଅଧିକାର ସୁରକ୍ଷା;ଫେସ୍‌ବୁକ, ହ୍ବାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ ଅଧିକାରୀଙ୍କୁ ତଲବ

ନାଗରିକ ଅଧିକାର ସୁରକ୍ଷା;ଫେସ୍‌ବୁକ, ହ୍ବାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ ଅଧିକାରୀଙ୍କୁ ତଲବ

ନୂଆଦିଲ୍ଲୀ,୨୩-୨:  ସୋସିଆଲ ମିଡିଆରେ ନାଗରିକଙ୍କ ଅଧିକାର ସୁରକ୍ଷା ଲାଗି ଆଲୋଚନା କରିବା ଉଦ୍ଦେଶ୍ୟରେ ସଂସଦୀୟ କମିଟି ଫେସ୍‌ବୁକ, ଏହାର ମେସେଜିଂ ସର୍ଭିସ ହ୍ବାଟ୍ସଆପ୍‌ ଓ ଫଟୋ ଶେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମର ବରିଷ୍ଠ ଅଧିକାରୀଙ୍କୁ ହାଜର ହେବା ଲାଗି ତଲବ କରିଛନ୍ତି। ଆସନ୍ତା ମାସ ୬ରେ ସେମାନଙ୍କୁ ହାଜର ହେବାକୁ ଏମ୍‌ପି ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟି ନିର୍ଦ୍ଦେଶ ଦେଇଛନ୍ତି। ଏଥିପୂର୍ବରୁ ଟୁଇଟର ସିଇଓଙ୍କୁ ମଧ୍ୟ କମିଟି ହାଜର ହେବାକୁ ନିର୍ଦ୍ଦେଶ ଦେଇସାରିଛି। ଉଲ୍ଲେଖାଥାଉ କି, ରାଜନୈତିକ ସ୍ତରୀୟ ମିଛ ଖବର ପ୍ରଚାର କରିବାର ବଡ଼ ମାଧ୍ୟମ ହୋଇଛି ଫେସବୁକ୍‌। ଆଉ ୨/୩ ମାସ ପରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ଉକ୍ତ ଟେକ୍ନୋଲୋଜି କମ୍ପାନୀଙ୍କ ଉପରେ ଏବେ ସମସ୍ତଙ୍କ ନଜର ପଡିଛି। 

ଟୁଇଟର ସିଇଓ ହାଜର ହେବେନି

ଟୁଇଟର ସିଇଓ ଜ୍ୟାକ୍‌ ଡୋର୍ସି ସଂସଦୀୟ କମିଟି ସମ୍ମୁଖରେ ହାଜର ହେବେ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତାଙ୍କ ସ୍ଥାନରେ ଟୁଇଟର ଲୋକ ନୀତିର ଗ୍ଲୋବାଲ ଭାଇସ ପ୍ରେସିଡେଣ୍ଟ କଲିନ କ୍ରୋଓ୍ବେଲ ହାଜର ହେବେ ବୋଲି କୁହାଯାଇଛି। ସୂଚନାଥାଉ କି, ସଂସଦୀୟ କମିଟି ଡୋର୍ସିଙ୍କୁ ଆସନ୍ତା ୨୫ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। 

All Right Reserved By

ବାଣିଜ୍ୟ |

ମୁଦ୍ରାନୀତି ଘୋଷଣା ପୂର୍ବରୁ ଜେଟ୍‌ଲୀଙ୍କୁ ଭେଟିଲେ ଗଭର୍ନର

ମୁଦ୍ରାନୀତି ଘୋଷଣା ପୂର୍ବରୁ ଜେଟ୍‌ଲୀଙ୍କୁ ଭେଟିଲେ ଗଭର୍ନର

ନୂଆଦିଲ୍ଲୀ,୨୬-୩: ଆସନ୍ତା ଆର୍ଥିକ ବର୍ଷ ଲାଗି ଏପ୍ରିଲ ୨ରୁ ୪ ଯାଏ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପ୍ରଥମ ଦ୍ୱିମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକ ବସିବାକୁ ଯାଉଛି। ଏହାପୂର୍ବରୁ ଗଭର୍ନର ଶକ୍ତିକାନ୍ତ ଦାସ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଭେଟିଛନ୍ତି। ଦୁହିଁଙ୍କ ମଧ୍ୟରେ ବର୍ତ୍ତମାନର ଆର୍ଥିକ ପରିସ୍ଥିତି ନେଇ ଆଲୋଚନା ହୋଇଥିବା ମନେ କରାଯାଉଛି। ବୈଠକ ଶେଷରେ ଦାସ କହିଛନ୍ତି ଯେ, ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। 

ଆଇବିସି ପରେ ୧୨ହଜାର ମାମଲା ଦାଏର

ଆଇବିସି ପରେ ୧୨ହଜାର ମାମଲା ଦାଏର

ନୂଆଦିଲ୍ଲୀ,୨୬-୩: ଦେଶରେ ଦେବାଳିଆ ଆଇନ(ଆଇବିସି) ଲାଗୁ ହେବା ପରେ ଏବଂ ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଟି) ଗଠନ ହେବା ପରେ ୧୨ ହଜାର ମାମଲା ଦାଏର କରାଯାଇଛି ବୋଲି ସୋମବାର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। କର୍ପୋରେଟ ବ୍ୟାପାର ସଚିବ ଇଞ୍ଜେଟି ଶ୍ରୀନିବାସ କହିଛନ୍ତି ଯେ, ଏନ୍‌ସିଏଲ୍‌ଟି ଦେବାଳିଆ ସମ୍ପର୍କିତ ମାମଲାର ସମାଧାନ ତ୍ୱରାନ୍ବିତ କରିଛନ୍ତି। 

ଜେଟ୍‌ ଏୟାରଓ୍ବେଜ ଛାଡ଼ିଲେ ଗୋୟଲ

ଜେଟ୍‌ ଏୟାରଓ୍ବେଜ ଛାଡ଼ିଲେ ଗୋୟଲ

ନୂଆଦିଲ୍ଲୀ,୨୬-୩: ଋଣରେ ବୁଡ଼ି ଯାଇଥିବା ଜେଟ୍‌ ଏୟାରଓ୍ବେଜକୁ ସଙ୍କଟରୁ ରକ୍ଷା କରିବା ଲାଗି ପ୍ରମୋଟର ନରେଶ ଗୋୟଲ ଦୀର୍ଘ ୨୬ ବର୍ଷ ପରେ ସୋମବାର ବୋର୍ଡ ତଥା ଅଧ୍ୟକ୍ଷ ପଦରୁ ହଟିଯାଇଛନ୍ତି। ତାଙ୍କ ସ୍ତ୍ରୀ ଅନୀତା ମଧ୍ୟ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଏହି ଦୁଇଜଣଙ୍କ ସହ ବୋର୍ଡରେ ଥିବା କମ୍ପାନୀର ଅନ୍ୟତମ ଅଂଶୀଦାର ଏଟିହାଦର ଜଣେ ସଦସ୍ୟ ମଧ୍ୟ ଓହରି ଯାଇଛନ୍ତି। ଏଥିପୂର୍ବରୁ ଗୋୟଲ ନିଜ ଆଡୁ ଇସ୍ତଫା ଦେବାର ପ୍ରସ୍ତାବ ଦେଇଥିଲେ। ୫୧% ଅଂଶଧନ ରଖିଥିବା ନରେଶ କମ୍ପାନୀର ସଙ୍କଟ ସମୟରେ କର୍ମଚାରୀମାନଙ୍କୁ ଏକ ଭାବବିହ୍ବଳ ପତ୍ର ଲେଖି ସେମାନଙ୍କ ସହାୟତା ମାଗିବା ସହ କମ୍ପାନୀକୁ ବଞ୍ଚାଇବା ଲାଗି ଯେକୌଣସି ବଳିଦାନ ଦେବାକୁ ପ୍ରସ୍ତୁତ ଥିବା କହିଥିଲେ।

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

ନୂଆଦିଲ୍ଲୀ,୨୫।୩: ଲୋକ ସଭା ର୍ନିବାଚନର ଠିକ ପୂର୍ବରୁ ରୋଜଗାରକୁ ନେଇ ଏକ ସରକାରୀ ତଥ୍ୟ ସାମ୍ନାକୁ ଆସିଛି। କେବଳ ଜାନୁୟାରୀରେ ୮ ଲକ୍ଷ ୯୬ ହଜାର ବେରୋଜଗାରଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି। ଗତ ୧୭ମାସ ଭିତରେ ସମଗ୍ର ଦେଶରେ ୭୬ ଲକ୍ଷ ୪୮ ହଜାର ଲୋକଙ୍କୁ ରୋଜଗାର ମିଳିଛି ବୋଲି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ରିପୋର୍ଟରେ ପ୍ରକାଶ ପାଇଛି। 

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ନୂଆଦିଲ୍ଲୀ,୨୫-୩: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)ର ବିଦ୍ୟୁତ ସଂଯୋଗ ନ କାଟିବାକୁ ଟେଲିକମ ବିଭାଗ(ଡିଓଟି) ପକ୍ଷରୁ ରାଜ୍ୟ ସରକାରଗୁଡ଼ିକୁ ଅନୁରୋଧ କରାଯାଇଛି।

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ନୂଆଦିଲ୍ଲୀ,୨୫-୩: ଆମେରିକା କଟକଣା ଯୋଗୁ ଭେନେଜୁଏଲାରୁ ଭାରତ ଅଶୋଧିତ ତୈଳ ଆମଦାନୀ କରିପାରୁନି। ବ୍ରାଜିଲ ଓ ମେକ୍ସିକୋରୁ ଅଧିକ ତୈଳ ଆମଦାନୀ କରି ଭାରତ ଏହାର ଭରଣା କରିବାକୁ ଚାହୁଁଛି। 

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨୫-୩: ରାଜ୍ୟ ସରକାରଗୁଡ଼ିକ ବିଜୁଳି ବିଲ୍‌ ବାବଦରେ ବକେୟା ପ୍ରଦାନ କରୁ ନଥିବାରୁ ପ୍ରାୟ ଏକ ଡଜନ ବିଦ୍ୟୁତ ପ୍ରକଳ୍ପରେ ୩ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଏବେ ସଙ୍କଟଗ୍ରସ୍ତ ହୋଇଛି। ଏହି ପରିମାଣ ଅର୍ଥ ଏବେ ଏନ୍‌ପିଏ ବା ଅନାଦାୟ ଋଣ ହେବାକୁ ବସିଛି, ଯାହା ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ପାଇଁ ଶୁଭଙ୍କର ନୁହେଁ।

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ମୁମ୍ବାଇ,୨୫-୩: ଷ୍ଟକ୍‌ ମାର୍କେଟ ନିୟନ୍ତ୍ରକ ଭାରତୀୟ ପ୍ରତିଭୁତି ଏବଂ ବିନିମୟ ବୋର୍ଡ(ସେବି) ଆର୍ଥିକ ଠକେଇ ରୋକିବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଅଧିକ କ୍ଷମତା ଚାହୁଁଛି। 

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ନୂଆଦିଲ୍ଲୀ,୨୫-୩: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଏପ୍ରିଲ ସୁଦ୍ଧା ୧ କୋଟି ଶ୍ରମିକ ପଞ୍ଜୀକରଣ କରିସାରିଥିବେ ବୋଲି କେନ୍ଦ୍ର ସରକାର ଅନୁମାନ କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ,୨୫-୩: ଛୁଟି ପାଳନ ଓ ମହଙ୍ଗା ଟୁର୍‌ ଯିବା କଥା ଉଠିଲେ ଭାରତ ବିଶ୍ୱରେ ସର୍ବାଗ୍ରେ ରହିଛି। ଭାରତ ମହଙ୍ଗା ଟୁର୍‌ ଯିବାରେ ମେକ୍ସିକୋ, ଥାଇଲାଣ୍ଡ, ସ୍ପେନ, ତୁର୍କି, ଆମେରିକା ଓ ଚାଇନା ସମେତ ବିଶ୍ୱର ଅନ୍ୟ ଦେଶକୁ ପଛରେ ପକାଇ ଦେଇଛି। 

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ନୂଆଦିଲ୍ଲୀ,୨୫-୩: ଦେଶରେ ସାଧାରଣ ନିର୍ବାଚନ ଏପ୍ରିଲ ୧୧ରୁ ଆରମ୍ଭ ହେଉଛି। ନିର୍ବାଚନ ସମୟରେ ବେଆଇନ ଅର୍ଥ କାରବାର,ମଦ ଏବଂ ସୁନା ବ୍ୟବହାର ଉପରେ ରୋକ ଲଗାଇବା ଲାଗି ପଦକ୍ଷେପ ନିଆଯାଇଛି।

ସୁନା ଆମଦାନୀ ୫.୫% ହ୍ରାସ

ସୁନା ଆମଦାନୀ ୫.୫% ହ୍ରାସ

ନୂଆଦିଲ୍ଲୀ,୨୫-୩: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ମଧ୍ୟରେ ଦେଶରେ ସୁନା ଆମଦାନୀ ୫.୫% ହ୍ରାସ ପାଇ ୨୯.୫ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Model This Week

ରଶ୍ମି
Why Dharitri