ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଦାଦନ ଖଟିବାକୁ ଯାଇ ବନ୍ଧା ପଡ଼ିଛି ୧୪ ଜୀବନ : କଣ୍ଟାବାଞ୍ଜି କହି ନେଇଯାଇଥିଲେ ହାଇଦ୍ରାବାଦ

ଦାଦନ ଖଟିବାକୁ ଯାଇ ବନ୍ଧା ପଡ଼ିଛି ୧୪ ଜୀବନ : କଣ୍ଟାବାଞ୍ଜି କହି ନେଇଯାଇଥିଲେ ହାଇଦ୍ରାବାଦ

ଅନୁଗୋଳ ଅଫିସ, ୨୩।୨ ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ବନ୍ଧା ପଡ଼ିଛନ୍ତି ଅନୁଗୋଳର ୧୪ ଶ୍ରମିକ। ଏପରି କି ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଅନୁଗୋଳ ବନ୍ତଳା ଅଞ୍ଚଳର ଏହି ଶ୍ରମିକମାନେ। ତୁରନ୍ତ ଉଦ୍ଧାର କରା ନ ଗଲେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କୌଶଳକ୍ରମେ ସେଠାରୁ ଖସି ଆସିଥିବା ବନ୍ତଳା ଅଞ୍ଚଳର ଗଗନ ବେହେରା ଜିଲାପାଳ ମନୋଜ କୁମାର ମହନ୍ତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ଦେଖାଯାଇଛି। 

ଅଭିଯୋଗରେ ଦର୍ଶାଯାଇଛି ଯେ, ବନ୍ତଳା ଅଞ୍ଚଳର ଜଣେ ଯୁବକ ଇଟାଭାଟିରେ କାର୍ଯ୍ୟ ଦେବାକୁ କହି ଜାନୁୟାରୀ ୧୬ରେ କେତେଜଣ ଶ୍ରମିକଙ୍କୁ ବଲାଙ୍ଗୀର କଣ୍ଟାବାଞ୍ଜି ନେଇ ଯାଇଥିଲେ। ହେଲେ ଏହାପର ଦିନ ସେମାନଙ୍କୁ ହାଇଦ୍ରାବାଦ ପୋଇତାପାଲି ପଠାଇ ଦିଆଯାଇଥିଲା। ସେଠାରେ ଇଟା ଭାଟି ମାଲିକ ଅଧିକ କାର୍ଯ୍ୟ କରାଇବା ସହ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଏପରି କି ଘରକୁ ଯିବାକୁ କହିବାରୁ ଭାଟି ମାଲିକ ହାତ ଗୋଡ଼ ବାନ୍ଧି ଶ୍ରମିକମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଖାଇବା ପିଇବା ମଧ୍ୟ ବନ୍ଦ କରିଦେଇଥିଲେ। ନିର୍ଯାତନା ସହି ନ ପାରି ଗଗନ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ଜଣେ ଅଜଣା ବ୍ୟକ୍ତିଙ୍କ ସହାୟତାରେ ସେ ମେଡିକାଲରୁ ଖସି ଆସିଥିଲେ। ତୁରନ୍ତ ଅନ୍ୟମାନଙ୍କୁ ଭାଟି ମାଲିକଙ୍କ ନିର୍ଯାତନାରୁ ରକ୍ଷା କରିବାକୁ ଗଗନ ନିବେଦନ କରିଛନ୍ତି। ଏ ନେଇ ଜିଲାପାଳ କହିଛନ୍ତି, ଶ୍ରମ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଦାଦନମାନଙ୍କୁ କିପରି ସେଠାରୁ ଉଦ୍ଧାର କରାଯିବ ସେ ନେଇ ବ୍ୟବସ୍ଥା କରାଯିବ।

All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ଜାତୀୟ ରାଜପଥ ୫୨୦ର ରିମୁଳିଠାରୁ କୋଇଡା ପର୍ଯ୍ୟନ୍ତ ଚାରିଲେନ୍‌ ରାସ୍ତା କାମ ଚାଲୁ ରହିଛି। ଏହି କାମ ପାଇଁ ପ୍ରଥମେ ୨୦୧୧ ମସିହାରେ ଟେଣ୍ଡର ହୋଇଥିଲା।

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ମୌଳିକ ସୁବିଧାରୁ ବଞ୍ଚିତ ବାଂଶପାଳ ବ୍ଲକର କେନ୍ଦୁଘାଟି ଓ କାଶିଆ ଗ୍ରାମର ଲୋକମାନେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବା ସହ ପ୍ରଚାର ପାଇଁ ନେତାଙ୍କୁ ଗ୍ରାମରେ ପୂରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। 

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

କପ୍ତିପଦା,୨୦ା୩ (ଡି.ଏନ.ଏ)- ମଣ୍ଡି ଠିକ୍‌ ସମୟରେ ଖୋଲୁନି। ଖୋଲିଲେ ବି ଚାଷୀଙ୍କ ଧାନ କିଣାଯାଉନି। ମିଲର ଏବଂ ପ୍ରଶାସନର ଭିତିରି ସମ୍ପର୍କ ହେତୁ ଚାଷୀଙ୍କ ଧାନ ମଣ୍ଡିରେ କିଣାଯାଉନି ।

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ତିହିଡ଼ି, ୨୦।୩ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସେବା ସମବାୟ ସମିତିରେ ୧ ହଜାର ବସ୍ତା ଧାନ ପଡ଼ିରହିଛି। ମିଲର ଧାନ ଉଠାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ବଳଙ୍ଗା,୨୦।୩(ଡି.ଏନ୍‌.ଏ.): ବଳଙ୍ଗା ଥାନା ଅନ୍ତର୍ଗତ ସାଇଁଶଶାସନ ପଞ୍ଚାୟତ ଭଗବତୀପୁର ଗ୍ରାମର ଶରତ କୁମାର ରଥ (ଟୁଟୁ) ୫୨ ବର୍ଷ ଧାନକଳ ଚଳାଉ ଥିବାବେଳେ  ଅସାବଧାନତା ବଶତଃ କଳ ଫିତାରେ ହାତ ଏବଂ ମୁଣ୍ଡ ପଶିଯାଇଥିଲା।

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ବାଲିଅନ୍ତା,୨୦।୩(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ବେଣୁପୁର ମୌଜା ବିଲଗହୀରରେ ମାଟି ଖୋଳା କାର୍ଯ୍ୟରେ ନିୟୋଜିତ ଥିବା ଏକ ଜେସିବି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। 

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ବୌଦ୍ଧ,୨୦।୩(ସ୍ବ.ପ୍ର): ସାରା ରାଜ୍ୟରେ ଟିକେଟ ବଣ୍ଟନ ନେଇ କସରତ ଚାଲିଥିବା ବେଳେ ବୌଦ୍ଧରେ କଂଗ୍ରେସର ଟିକେଟ ବଣ୍ଟନ ନେଇ କର୍ମୀ ଓ ନେତାଙ୍କ ଅସନ୍ତେ।ଷ ବୃଦ୍ଧି ପାଇଛି । 

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ବିଜେଡିରୁ ଇସ୍ତଫା, ହାତ ଧରିପାରନ୍ତି ପ୍ରଶାନ୍ତ

ରାଉରକେଲା ଅଫିସ,୨୦।୩: ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ଯୁବନେତା ପ୍ରଶାନ୍ତ ସେଠୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। 

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

କଳାପଥର ଡାକ ପିଅନଙ୍କୁ ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ

ସୋନପୁର,୨୦।୩(ନି.ପ୍ର.): ସୋନପୁର ଥାନା ଏସ୍‌ କଳାପଥର ଡାକ ପିଅନ ଶତୃଘ୍ନ ଷାଣ୍ଢ(୫୫)ଙ୍କୁ ବୁଧବାର ଭୋର ସମୟରେ କେହି ନିର୍ମମ ଭାବେ ହତ୍ୟା କରିଛନ୍ତି ।   ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । 

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଜାତୀୟ ରାଜପଥରେ ଭ୍ରୂଣ: ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପକାଇ ଚାଲିଯାଇଥିବା ଅଭିଯୋଗ

ଲୋଇସିଂହା,୨୦।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। 

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: କେନ୍ଦ୍ରସରକାର ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ନ ଦେବାରୁ କ୍ଷୋଭ

ରିଆମାଳ,୨୦।୩ (ଡି.ଏନ.ଏ.): ଦେବଗଡ଼ ଜିଲା ରିଆମାଳ ହାଟ ପଡ଼ିଆଠାରେ ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭିଜିଲାନ୍ସ ଜାଲରେ ଛେଲାଗଡ଼ ଆର୍‌ଆଇ :୧ହଜାର ଟଙ୍କା ଲାଞ୍ଚ ନେଉଥିଲେ

ପାରଳାଖେମୁଣ୍ଡି, ୨୦ା୩(ସ୍ବ.ପ୍ର.): ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଲାଗଡର ରାଜସ୍ବ ନିରୀକ୍ଷକ (ଆର୍‌. ଆଇ) ଚିନ୍ତାମଣି ପାଣିଗ୍ରାହୀ ବୁଧବାର ୧ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା