ବାଣିଜ୍ୟ |

ଜେଏସ୍‌ପିଏଲ୍‌କୁ ଫିକି ସିଏସ୍‌ଆର୍‌ ପୁରସ୍କାର

ଜେଏସ୍‌ପିଏଲ୍‌କୁ ଫିକି ସିଏସ୍‌ଆର୍‌ ପୁରସ୍କାର

ନୂଆଦିଲ୍ଲୀ,୨୩-୨: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ ( ଜେଏସ୍‌ପିଏଲ୍‌)କୁ ଫିକି ସିଏସ୍‌ଆର୍‌ ପୁରସ୍କାର ମିଳିଛି। ମହିଳା ଶସକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି କମ୍ପାନୀ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ୧୭ତମ ଫିକି ସିଏସ୍‌ଆର୍‌ ସମିଟ କାର୍ଯ୍ୟକ୍ରମରେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁଙ୍କଠାରୁ ଜେଏସ୍‌ପିଏଲ ଫାଉଣ୍ଡେସନର ସହ ଅଧ୍ୟକ୍ଷା ସାଲୁ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ଲାଭ କରି ଅତ୍ୟନ୍ତ ଖୁସି ବୋଲି ସାଲୁ  କହିଛନ୍ତି। ରାଷ୍ଟ୍ରର ବିକାଶ ଦିଗରେ ମହିଳାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କ ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟଧାରା ଗ୍ରହଣ କରାଯାଉଥିବା ସେ ମତ ରଖିଛନ୍ତି। ପୁରସ୍କାର ଲାଗି ସେ ଫିକିକୁ ଧନ୍ୟବାଦ ପ୍ରଦାନ କରିଛନ୍ତି। କମ୍ପାନୀ ଅନୁଗୋଳ ଜିଲାରେ କିଶୋରୀ ଏକ୍ସପ୍ରେସ, ମହିଳା ଏବଂ ଶିଶୁ ବିକାଶ କାର୍ଯ୍ୟକ୍ରମ ବାତ୍ସଲ୍ୟ, କ୍ଷୁଦ୍ର ବ୍ୟବସାୟ ଆରମ୍ଭ ଲାଗି ମହିଳାଙ୍କୁ ପ୍ରଶିକ୍ଷଣ ଏବଂ ସହାୟତା, ଓପି ଜିନ୍ଦଲ କମ୍ୟୁନିଟି କଲେଜ ଦ୍ୱାରା କୌଶଳ ବିକାଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବା ସୂଚନା ଦେଇଛି। 

All Right Reserved By

ବାଣିଜ୍ୟ |

ଜେଟ୍‌ ଏୟାରଓ୍ବେଜ ଛାଡ଼ିଲେ ଗୋୟଲ

ଜେଟ୍‌ ଏୟାରଓ୍ବେଜ ଛାଡ଼ିଲେ ଗୋୟଲ

ନୂଆଦିଲ୍ଲୀ,୨୬-୩: ଋଣରେ ବୁଡ଼ି ଯାଇଥିବା ଜେଟ୍‌ ଏୟାରଓ୍ବେଜକୁ ସଙ୍କଟରୁ ରକ୍ଷା କରିବା ଲାଗି ପ୍ରମୋଟର ନରେଶ ଗୋୟଲ ଦୀର୍ଘ ୨୬ ବର୍ଷ ପରେ ସୋମବାର ବୋର୍ଡ ତଥା ଅଧ୍ୟକ୍ଷ ପଦରୁ ହଟିଯାଇଛନ୍ତି। ତାଙ୍କ ସ୍ତ୍ରୀ ଅନୀତା ମଧ୍ୟ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଏହି ଦୁଇଜଣଙ୍କ ସହ ବୋର୍ଡରେ ଥିବା କମ୍ପାନୀର ଅନ୍ୟତମ ଅଂଶୀଦାର ଏଟିହାଦର ଜଣେ ସଦସ୍ୟ ମଧ୍ୟ ଓହରି ଯାଇଛନ୍ତି। ଏଥିପୂର୍ବରୁ ଗୋୟଲ ନିଜ ଆଡୁ ଇସ୍ତଫା ଦେବାର ପ୍ରସ୍ତାବ ଦେଇଥିଲେ। ୫୧% ଅଂଶଧନ ରଖିଥିବା ନରେଶ କମ୍ପାନୀର ସଙ୍କଟ ସମୟରେ କର୍ମଚାରୀମାନଙ୍କୁ ଏକ ଭାବବିହ୍ବଳ ପତ୍ର ଲେଖି ସେମାନଙ୍କ ସହାୟତା ମାଗିବା ସହ କମ୍ପାନୀକୁ ବଞ୍ଚାଇବା ଲାଗି ଯେକୌଣସି ବଳିଦାନ ଦେବାକୁ ପ୍ରସ୍ତୁତ ଥିବା କହିଥିଲେ।

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

ନୂଆଦିଲ୍ଲୀ,୨୫।୩: ଲୋକ ସଭା ର୍ନିବାଚନର ଠିକ ପୂର୍ବରୁ ରୋଜଗାରକୁ ନେଇ ଏକ ସରକାରୀ ତଥ୍ୟ ସାମ୍ନାକୁ ଆସିଛି। କେବଳ ଜାନୁୟାରୀରେ ୮ ଲକ୍ଷ ୯୬ ହଜାର ବେରୋଜଗାରଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି। ଗତ ୧୭ମାସ ଭିତରେ ସମଗ୍ର ଦେଶରେ ୭୬ ଲକ୍ଷ ୪୮ ହଜାର ଲୋକଙ୍କୁ ରୋଜଗାର ମିଳିଛି ବୋଲି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ରିପୋର୍ଟରେ ପ୍ରକାଶ ପାଇଛି। 

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ନୂଆଦିଲ୍ଲୀ,୨୫-୩: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)ର ବିଦ୍ୟୁତ ସଂଯୋଗ ନ କାଟିବାକୁ ଟେଲିକମ ବିଭାଗ(ଡିଓଟି) ପକ୍ଷରୁ ରାଜ୍ୟ ସରକାରଗୁଡ଼ିକୁ ଅନୁରୋଧ କରାଯାଇଛି।

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ନୂଆଦିଲ୍ଲୀ,୨୫-୩: ଆମେରିକା କଟକଣା ଯୋଗୁ ଭେନେଜୁଏଲାରୁ ଭାରତ ଅଶୋଧିତ ତୈଳ ଆମଦାନୀ କରିପାରୁନି। ବ୍ରାଜିଲ ଓ ମେକ୍ସିକୋରୁ ଅଧିକ ତୈଳ ଆମଦାନୀ କରି ଭାରତ ଏହାର ଭରଣା କରିବାକୁ ଚାହୁଁଛି। 

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨୫-୩: ରାଜ୍ୟ ସରକାରଗୁଡ଼ିକ ବିଜୁଳି ବିଲ୍‌ ବାବଦରେ ବକେୟା ପ୍ରଦାନ କରୁ ନଥିବାରୁ ପ୍ରାୟ ଏକ ଡଜନ ବିଦ୍ୟୁତ ପ୍ରକଳ୍ପରେ ୩ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଏବେ ସଙ୍କଟଗ୍ରସ୍ତ ହୋଇଛି। ଏହି ପରିମାଣ ଅର୍ଥ ଏବେ ଏନ୍‌ପିଏ ବା ଅନାଦାୟ ଋଣ ହେବାକୁ ବସିଛି, ଯାହା ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ପାଇଁ ଶୁଭଙ୍କର ନୁହେଁ।

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ମୁମ୍ବାଇ,୨୫-୩: ଷ୍ଟକ୍‌ ମାର୍କେଟ ନିୟନ୍ତ୍ରକ ଭାରତୀୟ ପ୍ରତିଭୁତି ଏବଂ ବିନିମୟ ବୋର୍ଡ(ସେବି) ଆର୍ଥିକ ଠକେଇ ରୋକିବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଅଧିକ କ୍ଷମତା ଚାହୁଁଛି। 

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ନୂଆଦିଲ୍ଲୀ,୨୫-୩: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଏପ୍ରିଲ ସୁଦ୍ଧା ୧ କୋଟି ଶ୍ରମିକ ପଞ୍ଜୀକରଣ କରିସାରିଥିବେ ବୋଲି କେନ୍ଦ୍ର ସରକାର ଅନୁମାନ କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ,୨୫-୩: ଛୁଟି ପାଳନ ଓ ମହଙ୍ଗା ଟୁର୍‌ ଯିବା କଥା ଉଠିଲେ ଭାରତ ବିଶ୍ୱରେ ସର୍ବାଗ୍ରେ ରହିଛି। ଭାରତ ମହଙ୍ଗା ଟୁର୍‌ ଯିବାରେ ମେକ୍ସିକୋ, ଥାଇଲାଣ୍ଡ, ସ୍ପେନ, ତୁର୍କି, ଆମେରିକା ଓ ଚାଇନା ସମେତ ବିଶ୍ୱର ଅନ୍ୟ ଦେଶକୁ ପଛରେ ପକାଇ ଦେଇଛି। 

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ନୂଆଦିଲ୍ଲୀ,୨୫-୩: ଦେଶରେ ସାଧାରଣ ନିର୍ବାଚନ ଏପ୍ରିଲ ୧୧ରୁ ଆରମ୍ଭ ହେଉଛି। ନିର୍ବାଚନ ସମୟରେ ବେଆଇନ ଅର୍ଥ କାରବାର,ମଦ ଏବଂ ସୁନା ବ୍ୟବହାର ଉପରେ ରୋକ ଲଗାଇବା ଲାଗି ପଦକ୍ଷେପ ନିଆଯାଇଛି।

ସୁନା ଆମଦାନୀ ୫.୫% ହ୍ରାସ

ସୁନା ଆମଦାନୀ ୫.୫% ହ୍ରାସ

ନୂଆଦିଲ୍ଲୀ,୨୫-୩: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ମଧ୍ୟରେ ଦେଶରେ ସୁନା ଆମଦାନୀ ୫.୫% ହ୍ରାସ ପାଇ ୨୯.୫ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ମୁମ୍ବାଇ,୨୫-୩: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ ନୂଆ ନବଜୀବନ ପ୍ଳାନର ଶୁଭାରମ୍ଭ ହୋଇଛି। 

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ମୁମ୍ବାଇ,୨୫-୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହାର କ୍ୱିଜ ପ୍ରତିଯୋଗିତା ‘ନ୍ୟୁମେରୋ ୟୁନୋ ୨୦୧୯’ର ବିଜେତା ପୁରସ୍କୃତ କରାଯାଇଛି। 


Model This Week

ରଶ୍ମି
Why Dharitri