ବାଣିଜ୍ୟ |

ମହିଳାଙ୍କୁ ଶସକ୍ତ କରିଛି ଉଜ୍ଜ୍ୱଳା: ସୁଷମା ସ୍ବରାଜ

ମହିଳାଙ୍କୁ ଶସକ୍ତ କରିଛି ଉଜ୍ଜ୍ୱଳା: ସୁଷମା ସ୍ବରାଜ

ଭୁବନେଶ୍ୱର,୨୩-୨(ବ୍ୟୁରୋ): ଉଜ୍ଜ୍ୱଳା ଯୋଜନା ପରିବାରଗୁଡ଼ିକୁ କେବଳ ଗ୍ୟାସ ସିଲିଣ୍ଡର ପ୍ରଦାନ କରି ନାହିଁ। ଏହା ମହିଳାଙ୍କୁ ଶସକ୍ତ କରିବା ଦିଗରେ କାର୍ଯ୍ୟ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ କହିଛନ୍ତି। ଶୁକ୍ରବାର ସାରା ରାଜ୍ୟର ଜିଲାସ୍ତରରେ ଅନୁଷ୍ଠିତ ଉଜ୍ଜ୍ୱଳା ଦିବସ କାର୍ଯ୍ୟକ୍ରମରେ ସ୍ବରାଜ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓକନଫରେନ୍ସି ଯୋଗେ ସାମିଲ ହୋଇଥିଲେ। ଏହି ଅବସରରେ ସୁଷମା ସ୍ବରାଜ କହିଛନ୍ତି ଯେ, କାଠ ଦ୍ୱାରା ରୋଷେଇ ଯୋଗୁ ମହିଳାଙ୍କ ଅନେକ ସମୟ ଅପଚୟ ହେଉଥିଲା। ଏହା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ସହ ପରିବେଶକୁ ମଧ୍ୟ ପ୍ରଦୂଷଣ କରୁଥିଲା। ମାତ୍ର ଉଜ୍ଜ୍ୱଳା ଆସିବା ପରେ ମହିଳାମାନେ ଏସବୁ ସମସ୍ୟାରୁ ମୁକ୍ତି ପାଇଛନ୍ତି। ଉଜ୍ଜ୍ୱଳା ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। 

ଉଜ୍ଜ୍ୱଳା ହିତାଧିକାରୀଙ୍କ ସହ ଆଲୋଚନା କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଉଜ୍ଜ୍ୱଳା ଦ୍ୱାରା ଦେଶରେ ଏକ ନୂଆ କ୍ରାନ୍ତି ଆସିଛି। ପୂର୍ବରୁ ଏଲ୍‌ପିଜି ବିତରକ ସଂଖ୍ୟା ୧୩ ହଜାର ଥିବା ବେଳେ ଏହା ବର୍ତ୍ତମାନ ୨୩ ହଜାର ଟିପିଛି। ବିତରଣ କେନ୍ଦ୍ର ବୃଦ୍ଧି ସହ କମନ ସର୍ଭିସ ସେଣ୍ଟର ମଧ୍ୟ ଯୋଡାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ୩୦ ଜିଲାର ୬୦ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଭିଡ଼ିଓକନଫରେନ୍ସି ଯୋଗେ କଥାବାର୍ତ୍ତା ହୋଇଛନ୍ତି। ମହିଳା ହିତାଧିକାରୀ  ଉଜ୍ଜ୍ୱଳାକୁ ନେଇ ସେମାନଙ୍କ ଅଭିଜ୍ଞତା ଏଠାରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଏଲ୍‌ପିଜିର ସୁରକ୍ଷିତ ବ୍ୟବହାର ତଥା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। 

All Right Reserved By

ବାଣିଜ୍ୟ |

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

ନୂଆଦିଲ୍ଲୀ,୨୫।୩: ଲୋକ ସଭା ର୍ନିବାଚନର ଠିକ ପୂର୍ବରୁ ରୋଜଗାରକୁ ନେଇ ଏକ ସରକାରୀ ତଥ୍ୟ ସାମ୍ନାକୁ ଆସିଛି। କେବଳ ଜାନୁୟାରୀରେ ୮ ଲକ୍ଷ ୯୬ ହଜାର ବେରୋଜଗାରଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି। ଗତ ୧୭ମାସ ଭିତରେ ସମଗ୍ର ଦେଶରେ ୭୬ ଲକ୍ଷ ୪୮ ହଜାର ଲୋକଙ୍କୁ ରୋଜଗାର ମିଳିଛି ବୋଲି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ରିପୋର୍ଟରେ ପ୍ରକାଶ ପାଇଛି। 

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ନୂଆଦିଲ୍ଲୀ,୨୫-୩: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)ର ବିଦ୍ୟୁତ ସଂଯୋଗ ନ କାଟିବାକୁ ଟେଲିକମ ବିଭାଗ(ଡିଓଟି) ପକ୍ଷରୁ ରାଜ୍ୟ ସରକାରଗୁଡ଼ିକୁ ଅନୁରୋଧ କରାଯାଇଛି।

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ନୂଆଦିଲ୍ଲୀ,୨୫-୩: ଆମେରିକା କଟକଣା ଯୋଗୁ ଭେନେଜୁଏଲାରୁ ଭାରତ ଅଶୋଧିତ ତୈଳ ଆମଦାନୀ କରିପାରୁନି। ବ୍ରାଜିଲ ଓ ମେକ୍ସିକୋରୁ ଅଧିକ ତୈଳ ଆମଦାନୀ କରି ଭାରତ ଏହାର ଭରଣା କରିବାକୁ ଚାହୁଁଛି। 

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨୫-୩: ରାଜ୍ୟ ସରକାରଗୁଡ଼ିକ ବିଜୁଳି ବିଲ୍‌ ବାବଦରେ ବକେୟା ପ୍ରଦାନ କରୁ ନଥିବାରୁ ପ୍ରାୟ ଏକ ଡଜନ ବିଦ୍ୟୁତ ପ୍ରକଳ୍ପରେ ୩ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଏବେ ସଙ୍କଟଗ୍ରସ୍ତ ହୋଇଛି। ଏହି ପରିମାଣ ଅର୍ଥ ଏବେ ଏନ୍‌ପିଏ ବା ଅନାଦାୟ ଋଣ ହେବାକୁ ବସିଛି, ଯାହା ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ପାଇଁ ଶୁଭଙ୍କର ନୁହେଁ।

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ମୁମ୍ବାଇ,୨୫-୩: ଷ୍ଟକ୍‌ ମାର୍କେଟ ନିୟନ୍ତ୍ରକ ଭାରତୀୟ ପ୍ରତିଭୁତି ଏବଂ ବିନିମୟ ବୋର୍ଡ(ସେବି) ଆର୍ଥିକ ଠକେଇ ରୋକିବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଅଧିକ କ୍ଷମତା ଚାହୁଁଛି। 

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ନୂଆଦିଲ୍ଲୀ,୨୫-୩: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଏପ୍ରିଲ ସୁଦ୍ଧା ୧ କୋଟି ଶ୍ରମିକ ପଞ୍ଜୀକରଣ କରିସାରିଥିବେ ବୋଲି କେନ୍ଦ୍ର ସରକାର ଅନୁମାନ କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ,୨୫-୩: ଛୁଟି ପାଳନ ଓ ମହଙ୍ଗା ଟୁର୍‌ ଯିବା କଥା ଉଠିଲେ ଭାରତ ବିଶ୍ୱରେ ସର୍ବାଗ୍ରେ ରହିଛି। ଭାରତ ମହଙ୍ଗା ଟୁର୍‌ ଯିବାରେ ମେକ୍ସିକୋ, ଥାଇଲାଣ୍ଡ, ସ୍ପେନ, ତୁର୍କି, ଆମେରିକା ଓ ଚାଇନା ସମେତ ବିଶ୍ୱର ଅନ୍ୟ ଦେଶକୁ ପଛରେ ପକାଇ ଦେଇଛି। 

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ନୂଆଦିଲ୍ଲୀ,୨୫-୩: ଦେଶରେ ସାଧାରଣ ନିର୍ବାଚନ ଏପ୍ରିଲ ୧୧ରୁ ଆରମ୍ଭ ହେଉଛି। ନିର୍ବାଚନ ସମୟରେ ବେଆଇନ ଅର୍ଥ କାରବାର,ମଦ ଏବଂ ସୁନା ବ୍ୟବହାର ଉପରେ ରୋକ ଲଗାଇବା ଲାଗି ପଦକ୍ଷେପ ନିଆଯାଇଛି।

ସୁନା ଆମଦାନୀ ୫.୫% ହ୍ରାସ

ସୁନା ଆମଦାନୀ ୫.୫% ହ୍ରାସ

ନୂଆଦିଲ୍ଲୀ,୨୫-୩: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ମଧ୍ୟରେ ଦେଶରେ ସୁନା ଆମଦାନୀ ୫.୫% ହ୍ରାସ ପାଇ ୨୯.୫ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ମୁମ୍ବାଇ,୨୫-୩: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ ନୂଆ ନବଜୀବନ ପ୍ଳାନର ଶୁଭାରମ୍ଭ ହୋଇଛି। 

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ମୁମ୍ବାଇ,୨୫-୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହାର କ୍ୱିଜ ପ୍ରତିଯୋଗିତା ‘ନ୍ୟୁମେରୋ ୟୁନୋ ୨୦୧୯’ର ବିଜେତା ପୁରସ୍କୃତ କରାଯାଇଛି। 

ହ୍ୟୁଣ୍ଡାଇର ମେଗା ଏକ୍ସପେରିଏନ୍ସ କ୍ୟାମ୍ପ

ହ୍ୟୁଣ୍ଡାଇର ମେଗା ଏକ୍ସପେରିଏନ୍ସ କ୍ୟାମ୍ପ

ନୂଆଦିଲ୍ଲୀ,୨୫-୩: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ମେଗା ଏକ୍ସପେରିଏନ୍ସ ହ୍ୟୁଣ୍ଡାଇ କ୍ୟାମ୍ପ ଆୟୋଜିତ ହୋଇଯାଇଛି। 


Model This Week

ରଶ୍ମି
Why Dharitri