ବାଣିଜ୍ୟ |

ଲଏଡ୍‌ ଆଣିଲା ନୂଆ ଗ୍ରାଣ୍ଡେ ଏସି

ଲଏଡ୍‌ ଆଣିଲା ନୂଆ ଗ୍ରାଣ୍ଡେ ଏସି

ଭୁବନେଶ୍ୱର,୨୩-୨(ବ୍ୟୁରୋ): ପ୍ରମୁଖ କମ୍ପାନୀ ଲଏଡ୍‌ ପକ୍ଷରୁ ବଜାରକୁ ନୂଆ ଗ୍ରାଣ୍ଡେ ସିରିଜର ଏୟାର କଣ୍ଡିଶନର ଆସିଛି। ଭୁବନେଶ୍ୱରର ରାଜ ଇଲେକଟ୍ରୋନିକ୍ସ ଶୋ’ରୁମରେ କମ୍ପାନୀର ସିଇଓ ଶଶି ଅରୋରା ଏବଂ ଶୋ’ରୁମର ସ୍ବତ୍ତ୍ୱାଧିକାରୀ ପ୍ରକାଶ ବିଶ୍ୱାଳ ଏହି ମଡେଲଗୁଡ଼ିକୁ ବଜାର ପ୍ରବେଶ କରାଇଥିଲେ। ଏହା କମ୍ପାନୀର ସଦ୍ୟତମ ଏୟାର କଣ୍ଡିସନର ଶୃଙ୍ଖଳା। ଏହାର ତ୍ୱରିତ କୁଲିଂ ବିଶେଷତା ରହିଛି। ସେହିଭଳି ରୁମ୍‌ ପ୍ରଦୂଷଣକୁ ରୋକିବା ଲାଗି ଏଥିରେ ଅତ୍ୟାଧୁନିକ ଫିଲଟର ରହିଛି। ଲୁକ୍ସ ଦୃଷ୍ଟିକୋଣରୁ ଏହା ଉତ୍ତମ ବୋଲି ସିଇଓ ଅରୋରା କହିଛନ୍ତି। ସେ କହିଛନ୍ତି, ଲଏଡ୍‌ ଲାଗି ଓଡ଼ିଶା ବଜାର ଏକ ପ୍ରମୁଖ ଅଭିବୃଦ୍ଧିଶୀଳ ବଜାର। ଏଠାରେ ତାପମାତ୍ର ଅଧିକ ରହୁଥିବାରୁ ଏସି ବିକ୍ରି ଉନ୍ନତ ହୋଇଥାଏ। ଏଠାରେ ଭଲ ସ୍ଥିତିରେ ରହିଛୁ। ଓଡ଼ିଶା ବଜାରରେ ନମ୍ବର ଓ୍ବାନ ସ୍ଥାନରେ ରହିବା ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ବିତରଣ ଶୃଙ୍ଖଳାରେ ନୂଆ ନୂଆ ଅଂଶୀଦାରଙ୍କୁ ଯୋଡାଯାଉଛି। ରାଜ୍ୟରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ ଦିଗରେ ସହାୟକ ହେବା ନେଇ ଆଶାବାଦୀ ରହିଛୁ। ସେହିଭଳି ଉତ୍ପାଦ ଶୃଙ୍ଖଳା ବୃଦ୍ଧି ଉପରେ କମ୍ପାନୀ ଧ୍ୟାନ ଦେଉଥିବା ଅରୋରା କହିଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ ଗତବର୍ଷ ଦୀପାବଳୀରେ କମ୍ପାନୀ ୟୁଲେଡ ଟିଭି ବଜାରକୁ ଛାଡ଼ିଛି। ନୂଆ ପ୍ରଡକ୍ଟ ଆଣିବା ଧାରା ଜାରି ରହିଛି। ଏହାବାଦ କମ୍ପାନୀର ବିଗ୍‌ ଓ୍ବାଶିଂ ମେଶିନ ରେଞ୍ଜ , ଚେଷ୍ଟ ଫ୍ରିଜର ରେଞ୍ଜ ରହିଛି। ଅଭିବୃଦ୍ଧି ଧାରା ବଜାୟ ରଖିବା ଲାଗି ନୂଆ ଟେକ୍ନୋଲୋଜି ଏବଂ ନୂଆ ମଡେଲ ଆଣୁଛୁ। ନୂଆ ଗ୍ରାଣ୍ଡେ ବର୍ଗରେ ଏନର୍ଜି ଏଫିସିଏନ୍ସିକୁ ନଜରରେ ରଖି ବିଭିନ୍ନ ବର୍ଗର ଏସି ମଡେଲ ବିଭିନ୍ନ ପ୍ରାଇସ ରେଞ୍ଜରେ ସାମିଲ ରହିଥିବା ସେ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ପୂର୍ବାଞ୍ଚଳ ଜୋନ ମୁଖ୍ୟ ଶୈଳେନ୍ଦ୍ର କୁମାର, ଭୁବନେଶ୍ୱର ବ୍ରାଞ୍ଚ ମୁଖ୍ୟ ଗୌତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ବାଣିଜ୍ୟ |

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

କେବଳ ଜାନୁୟାରୀରେ ୯ଲକ୍ଷ ବେରୋଜଗାରୀଙ୍କୁ ମିଳିଛି ନିଯୁକ୍ତି

ନୂଆଦିଲ୍ଲୀ,୨୫।୩: ଲୋକ ସଭା ର୍ନିବାଚନର ଠିକ ପୂର୍ବରୁ ରୋଜଗାରକୁ ନେଇ ଏକ ସରକାରୀ ତଥ୍ୟ ସାମ୍ନାକୁ ଆସିଛି। କେବଳ ଜାନୁୟାରୀରେ ୮ ଲକ୍ଷ ୯୬ ହଜାର ବେରୋଜଗାରଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି। ଗତ ୧୭ମାସ ଭିତରେ ସମଗ୍ର ଦେଶରେ ୭୬ ଲକ୍ଷ ୪୮ ହଜାର ଲୋକଙ୍କୁ ରୋଜଗାର ମିଳିଛି ବୋଲି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ରିପୋର୍ଟରେ ପ୍ରକାଶ ପାଇଛି। 

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ନୂଆଦିଲ୍ଲୀ,୨୫-୩: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)ର ବିଦ୍ୟୁତ ସଂଯୋଗ ନ କାଟିବାକୁ ଟେଲିକମ ବିଭାଗ(ଡିଓଟି) ପକ୍ଷରୁ ରାଜ୍ୟ ସରକାରଗୁଡ଼ିକୁ ଅନୁରୋଧ କରାଯାଇଛି।

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ନୂଆଦିଲ୍ଲୀ,୨୫-୩: ଆମେରିକା କଟକଣା ଯୋଗୁ ଭେନେଜୁଏଲାରୁ ଭାରତ ଅଶୋଧିତ ତୈଳ ଆମଦାନୀ କରିପାରୁନି। ବ୍ରାଜିଲ ଓ ମେକ୍ସିକୋରୁ ଅଧିକ ତୈଳ ଆମଦାନୀ କରି ଭାରତ ଏହାର ଭରଣା କରିବାକୁ ଚାହୁଁଛି। 

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨୫-୩: ରାଜ୍ୟ ସରକାରଗୁଡ଼ିକ ବିଜୁଳି ବିଲ୍‌ ବାବଦରେ ବକେୟା ପ୍ରଦାନ କରୁ ନଥିବାରୁ ପ୍ରାୟ ଏକ ଡଜନ ବିଦ୍ୟୁତ ପ୍ରକଳ୍ପରେ ୩ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଏବେ ସଙ୍କଟଗ୍ରସ୍ତ ହୋଇଛି। ଏହି ପରିମାଣ ଅର୍ଥ ଏବେ ଏନ୍‌ପିଏ ବା ଅନାଦାୟ ଋଣ ହେବାକୁ ବସିଛି, ଯାହା ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ପାଇଁ ଶୁଭଙ୍କର ନୁହେଁ।

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ମୁମ୍ବାଇ,୨୫-୩: ଷ୍ଟକ୍‌ ମାର୍କେଟ ନିୟନ୍ତ୍ରକ ଭାରତୀୟ ପ୍ରତିଭୁତି ଏବଂ ବିନିମୟ ବୋର୍ଡ(ସେବି) ଆର୍ଥିକ ଠକେଇ ରୋକିବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଅଧିକ କ୍ଷମତା ଚାହୁଁଛି। 

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ନୂଆଦିଲ୍ଲୀ,୨୫-୩: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଏପ୍ରିଲ ସୁଦ୍ଧା ୧ କୋଟି ଶ୍ରମିକ ପଞ୍ଜୀକରଣ କରିସାରିଥିବେ ବୋଲି କେନ୍ଦ୍ର ସରକାର ଅନୁମାନ କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ,୨୫-୩: ଛୁଟି ପାଳନ ଓ ମହଙ୍ଗା ଟୁର୍‌ ଯିବା କଥା ଉଠିଲେ ଭାରତ ବିଶ୍ୱରେ ସର୍ବାଗ୍ରେ ରହିଛି। ଭାରତ ମହଙ୍ଗା ଟୁର୍‌ ଯିବାରେ ମେକ୍ସିକୋ, ଥାଇଲାଣ୍ଡ, ସ୍ପେନ, ତୁର୍କି, ଆମେରିକା ଓ ଚାଇନା ସମେତ ବିଶ୍ୱର ଅନ୍ୟ ଦେଶକୁ ପଛରେ ପକାଇ ଦେଇଛି। 

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ନୂଆଦିଲ୍ଲୀ,୨୫-୩: ଦେଶରେ ସାଧାରଣ ନିର୍ବାଚନ ଏପ୍ରିଲ ୧୧ରୁ ଆରମ୍ଭ ହେଉଛି। ନିର୍ବାଚନ ସମୟରେ ବେଆଇନ ଅର୍ଥ କାରବାର,ମଦ ଏବଂ ସୁନା ବ୍ୟବହାର ଉପରେ ରୋକ ଲଗାଇବା ଲାଗି ପଦକ୍ଷେପ ନିଆଯାଇଛି।

ସୁନା ଆମଦାନୀ ୫.୫% ହ୍ରାସ

ସୁନା ଆମଦାନୀ ୫.୫% ହ୍ରାସ

ନୂଆଦିଲ୍ଲୀ,୨୫-୩: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ମଧ୍ୟରେ ଦେଶରେ ସୁନା ଆମଦାନୀ ୫.୫% ହ୍ରାସ ପାଇ ୨୯.୫ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ମୁମ୍ବାଇ,୨୫-୩: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ ନୂଆ ନବଜୀବନ ପ୍ଳାନର ଶୁଭାରମ୍ଭ ହୋଇଛି। 

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ମୁମ୍ବାଇ,୨୫-୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହାର କ୍ୱିଜ ପ୍ରତିଯୋଗିତା ‘ନ୍ୟୁମେରୋ ୟୁନୋ ୨୦୧୯’ର ବିଜେତା ପୁରସ୍କୃତ କରାଯାଇଛି। 

ହ୍ୟୁଣ୍ଡାଇର ମେଗା ଏକ୍ସପେରିଏନ୍ସ କ୍ୟାମ୍ପ

ହ୍ୟୁଣ୍ଡାଇର ମେଗା ଏକ୍ସପେରିଏନ୍ସ କ୍ୟାମ୍ପ

ନୂଆଦିଲ୍ଲୀ,୨୫-୩: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ମେଗା ଏକ୍ସପେରିଏନ୍ସ ହ୍ୟୁଣ୍ଡାଇ କ୍ୟାମ୍ପ ଆୟୋଜିତ ହୋଇଯାଇଛି। 


Model This Week

ରଶ୍ମି
Why Dharitri