ବ୍ରହ୍ମପୁର

ନବବଧୂ ହତ୍ୟା ମାମଲା : ସ୍ବାମୀଙ୍କୁ ୧୦, ଶାଶୁଙ୍କୁ ୭ ବର୍ଷ କାରାଦଣ୍ଡାଦେଶ

ନବବଧୂ ହତ୍ୟା ମାମଲା : ସ୍ବାମୀଙ୍କୁ ୧୦, ଶାଶୁଙ୍କୁ ୭ ବର୍ଷ କାରାଦଣ୍ଡାଦେଶ

ବ୍ରହ୍ମପୁର ଅଫିସ୍‌,୨୩ା୨-ଏକ ନବବଧୂ ହତ୍ୟା ମାମଲାର ବିଚାର କରି ବ୍ରହ୍ମପୁରସ୍ଥିତ ଏଡିଜେ-୨ କୋର୍ଟ  ବିଚାରପତି ଦୀପକ କୁମାର ଶୁକ୍ରବାର ଅଭିଯୁକ୍ତ ସ୍ବାମୀ ଏବଂ ଶାଶୁଙ୍କୁ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ସ୍ବାମୀ ପ୍ରତାପ ଆଚାର୍ଯ୍ୟ ୧୦ ବର୍ଷ ସଶ୍ରମ ଜେଲ ଭୋଗିବା ସହ ତାଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ରାୟରେ ଉଲ୍ଲେଖ ରହିଛି। ଜରିମାନା ଅନାଦେୟ ଅଧିକା ୧ ବର୍ଷ ଜେଲ୍‌  ଭୋଗିବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଶାଶୁ ଶଶିକଳା ଆଚାର୍ଯ୍ୟ  ୭ ବର୍ଷ ଜେଲ୍‌ ଭୋଗିବେ ବୋଲି ଶୁଣାଣି ହୋଇଛି।

୨୦୧୨ ମେ ୧୬ରେ ପାଟପୁର ଥାନା ଶ୍ରୀଚନ୍ଦନପୁର ଗ୍ରାମର ଶ୍ରୀହର୍ଷ ତ୍ରିପାଠୀଙ୍କ ଝିଅ ସୁଲୋଚନାଙ୍କ ସହିତ ନିସ୍ତିପୁର ଗ୍ରାମର  ପ୍ରତାପଙ୍କର ବିବାହ ହୋଇଥିଲା। ବିବାହ ବେଳେ ଯୌତୁକ ବାବଦକୁ ୫୧ ହଜାର ଟଙ୍କା ଓ ସୁନାମୁଦି ଦିଆଯାଇଥିଲା। ପରେ ବାପଘରୁ ଏକ ସୁନା ଚେନ୍‌ ଆଣିବାକୁ ସୁଲୋଚନାଙ୍କୁ ପ୍ରତାପ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିଲେ। ୨୦୧୨ ଜୁଲାଇ ୨୬ରେ ଅର୍ଥାତ୍‌ ବିବାହର ୭୦ ଦିନ ପରେ ସ୍ବାମୀ ଓ ଶାଶୁ କିରୋସିନ ଢାଳି ନିଆଁ ଲଗାଇ ସୁଲୋଚନାଙ୍କୁ  ହତ୍ୟା କରିଥିଲେ ବୋଲି ତାଙ୍କ ବାପା ଶ୍ରୀହର୍ଷ  ପାଟପୁର ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ନଂ.୯୨/୧୨ରେ ରୁଜୁ କରି ସ୍ବାମୀ ପ୍ରତାପ ଓ ଶାଶୁ ଶଶିକଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସେଠୀ ଏବଂ ଜ୍ଞାନରଞ୍ଜନ ମିଶ୍ର କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବା ପରେ ମାମଲାର ବିଚାର ଆରମ୍ଭ ହୋଇଥିଲା। ମୋଟ ୧୯ ଜଣଙ୍କର ସାକ୍ଷ୍ୟ ବୟାନ ଓ ପ୍ରମାଣକୁ ଆଧାର କରି ଅଦାଲତ ଉପରୋକ୍ତ ରାୟ ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି କୁରେଶୁ ଚନ୍ଦ୍ର ଗୌଡ ମୋକଦ୍ଦମା ପରିଚାଳନା କରୁଥିଲେ।


All Right Reserved By

ବ୍ରହ୍ମପୁର

ପ୍ରଶାସନ ହଟାଇଲା ପୋଷ୍ଟର, ହୋଡିଂ

ପ୍ରଶାସନ ହଟାଇଲା ପୋଷ୍ଟର, ହୋଡିଂ

ହିଞ୍ଜିଳିକାଟୁ,୨୧।୩(ଡି.ଏନ୍‌.ଏ)-ସାଧାରଣ ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ଗୁରୁବାର ହିଞ୍ଜିଳିକାଟୁ ବ୍ଲକ ଓ ମ୍ୟୁନିସିପାଲଟିର ବିଭିନ୍ନ ସ୍ଥାନରେ ଲାଗିଥିବା ହୋଡିଂ ଓ ପୋଷ୍ଟରକୁ ପ୍ରଶାସନ ପକ୍ଷରୁ ଜବତ କରାଯାଇଛି।

ଚନ୍ଦ୍ରଗିରିରେ ଦୋଳ ଉତ୍ସବ ପାଳିତ

ଚନ୍ଦ୍ରଗିରିରେ ଦୋଳ ଉତ୍ସବ ପାଳିତ

ଚନ୍ଦ୍ରଗିରି,୨୧।୩(ଡି.ଏନ୍‌.ଏ.)-ମୋହନା ବ୍ଲକ ଚନ୍ଦ୍ରଗିରି ଗ୍ରାମାଞ୍ଚଳରେ ଦୋଳ ପୂର୍ଣ୍ଣିମା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ଏଥିରେ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ରାଧା କୃଷ୍ଣଙ୍କ ପ୍ରତିମାନଙ୍କୁ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରିବା ପରେ ବିଗ୍ରହମାନଙ୍କୁ ବିଭିନ୍ନ ରଙ୍ଗରେ ଫଗୁରେ ହୋଲି ଉତ୍ସବ ପାଳନ କରାଯାଇଥିଲା।

୭ ଜଣ ଦାଖଲ କଲେ ପାର୍ଥିପତ୍ର

ଛତ୍ରପୁର,୨୧। ୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଗୁରୁବାର  ସନ୍ଧ୍ୟାରେ ୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏ ନେଇ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।  ବ୍ରହ୍ମପୁର ଲୋକ ସଭା ଆସନ ପାଇଁ ଚନ୍ଦ୍ରଶେଖର ସାହୁ (ବିଜେଡି), ସୋମନାଥ ବେହେରା (କମ୍ୟୁନିଷ୍ଟ ) ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଶଙ୍ଖ ଧରି ମଇଦାନରେ ଲତିକା, ବନ୍ଧୁମିଳନ କାର୍ଯ୍ୟକ୍ରମ

ଶଙ୍ଖ ଧରି ମଇଦାନରେ ଲତିକା, ବନ୍ଧୁମିଳନ କାର୍ଯ୍ୟକ୍ରମ

ବେଗୁନିଆପଡ଼ା, ୨୧।୩(ଡି.ଏନ୍‌.ଏ.)- କବିସୂର୍ଯ୍ୟନଗର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥତ୍ନୀ ଲତିକା ପ୍ରଧାନ ଶଙ୍ଖ ଧରି ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ସଭାପତି ବିଜୟ କୁମାର ଦୋରାଙ୍କ ଅଧ୍ୟକ୍ଷତାରେ  ଗୁରୁବାର ବେଗୁନିଆପଡ଼ାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଲତିକା କୋଦଳାକୁ ଆସିବା ପରେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ପରେ କୋଦଳା ଏନ୍‌ଏସିରେ ବିଜେଡି କର୍ମୀଙ୍କୁ ନେଇ ଏକ ବୈଠକ ହୋଇଥିଲା।

ଗଞ୍ଜେଇ ସହ ମଦ ଜବତ, ୨ ଗିରଫ

ଗଞ୍ଜେଇ ସହ ମଦ ଜବତ, ୨ ଗିରଫ

ଛତ୍ରପୁର,୨୧।୩(ଡି.ଏନ୍‌.ଏ.)- ଦିଗପହଣ୍ଡି ଓ ବ୍ରହ୍ମପୁର ଅଞ୍ଚଳରେ  ବେଆଇନ ଗଞ୍ଜେଇ ଓ ମଦ କାରବାର ଉପରେ ଗୁରୁବାର  ଚଢ଼ାଉ କରାଯାଇଛି ।

ବଡ଼ଗଡ଼ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ

ବଡ଼ଗଡ଼ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ

ସୋରଡା,୨୧।୩(ଡି.ଏନ୍‌.ଏ.)- ସୋରଡା ବ୍ଲକ ବଡ଼ଗଡ଼ ଥାନା ଇଲାକାର ଗାଙ୍ଗପୁର ଓ ବଡ଼ଗଡ଼  ଅଞ୍ଚଳରେ ବଡଗଡ  ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏଥିରେ ବଡ଼ଗଡ଼ ଥାନା ଡେପୁଟି ଏସ୍‌ପି(ପ୍ରୋବେସନାରୀ) ଦେବଜ୍ୟୋତି ଦାଶଙ୍କ ତତ୍ତ୍ୱାବଧାନରେ ବଡ଼ଗଡ଼ ପୋଲିସ, ଆଇଆର୍‌ବି ଦଳ ପ୍ରମୁଖ ସାମିଲ ଥିଲେ।

ଘରକୁ ଧକ୍କା ଦେଲା ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ଲୋକେ

ଘରକୁ ଧକ୍କା ଦେଲା ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ଲୋକେ

ବେଗୁନିଆପଡ଼ା,୨୧।୩(ଡି.ଏନ୍‌.ଏ.)- ବେଗୁନିଆପଡ଼ା ଫାଣ୍ଡି ପୁସ୍ତପୁର୍‌ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ମୁଖ୍ୟ ରାସ୍ତାରେ ଯାଉଥିବା ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ସାଇକେଲ ଦୋକାନ ସହ ଆଉ ଏକ ଘରକୁ ଧକ୍କା ଦେଇଛି।

ସୋରଡ଼ାରେ ଦୋଳ ପୂର୍ଣିମା

ସୋରଡ଼ା,୨୧।୩(ଡି.ଏନ୍‌.ଏ.)- ସୋରଡ଼ାରେ ଦୋଳ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ବିଭିନ୍ନ ମନ୍ଦିରର ଠାକୁରଙ୍କ ନଗର ପରିକ୍ରମା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ପୂର୍ଣ୍ଣିମା ଓ ହୋଲିକା ଦହନରେ ବିଭିନ୍ନ ସମସ୍ୟା ଦୂର ହେବା ସହ ଏହି ଭସ୍ମ ଦେବାଧିଦେବ ମହାଦେବଙ୍କ ଅତି ପ୍ରିୟ ହୋଇଥାଏ। ତେଣୁ ଭକ୍ତମାନେ ହୋଲିକା ଦହନ ଭସ୍ମକୁ ଘର ଚାରିଆଡେ ପକାଇଥାନ୍ତି।

ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା

ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା

ଶେରଗଡ଼,୨୧।୩(ଡି.ଏନ୍‌.ଏ.)- ଶେରଗଡ଼ ବିଜେଡି ପକ୍ଷରୁ ହକ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ମହୁପଦରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଓଡ଼ିଶାକୁ ଅଣଦେଖା କରିବା, ରାଜ୍ୟ ସରକାରଙ୍କୁ ସହାୟତା ନ କରିବା ଆଦି ନେଇ ଆଲୋଚନା ହୋଇଥିଲା।

ଆସିକା, ବ୍ରହ୍ମପୁର ଲୋକସଭା ଆସନ : ନାମାଙ୍କନ ପତ୍ର ଦାଖଲ କଲେ ଚକ୍ରଧର

ଆସିକା, ବ୍ରହ୍ମପୁର ଲୋକସଭା ଆସନ : ନାମାଙ୍କନ ପତ୍ର ଦାଖଲ କଲେ ଚକ୍ରଧର

ଛତ୍ରପୁର,୨୧।୩(ଡି.ଏନ୍‌.ଏ.)-ବ୍ରହ୍ମପୁର ଓ ଆସିକା ଲୋକସଭା ଆସନ ପାଇଁ ସ୍ବାଧୀନ ପାର୍ଥି ଭାବେ ଚକ୍ରଧର ସାହୁ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ବ୍ରହ୍ମପୁର ଲୋକସଭା ଆସନ : ନାମାଙ୍କନ ପତ୍ର ଦାଖଲ କଲେ ଚନ୍ଦ୍ରଶେଖର

ବ୍ରହ୍ମପୁର ଲୋକସଭା ଆସନ : ନାମାଙ୍କନ ପତ୍ର ଦାଖଲ କଲେ ଚନ୍ଦ୍ରଶେଖର

ଛତ୍ରପୁର,୨୧।୩(ଡି.ଏନ୍‌.ଏ.)-ବ୍ରହ୍ମପୁର ଲୋକସଭା ଆସନ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ (ବିଜେଡି) ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚନ୍ଦ୍ରଶେଖର ନିଜ ସମର୍ଥକଙ୍କୁ ନେଇ ଏକ ଶୋଭାଯାତ୍ରାରେ ଆସି ଛତ୍ରପୁର ସ୍ଥିତ ଡିଆର୍‌ଡିଏ କାର୍ଯ୍ୟାଳୟରେ ରିଟର୍ନିଂ ଅଫିସର ତଥା ଡିଆର୍‌ଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କଠାରେ ୪ ସେଟ୍‌  ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଡକାୟତି ଯୋଜନା ପଣ୍ଡ, ୫ ଗିରଫ: ବନ୍ଧୁକ, ବୋମା, ମାରଣାସ୍ତ୍ର ଜବତ

ଡକାୟତି ଯୋଜନା ପଣ୍ଡ, ୫ ଗିରଫ: ବନ୍ଧୁକ, ବୋମା, ମାରଣାସ୍ତ୍ର ଜବତ

ବ୍ରହ୍ମପୁର ଅଫିସ୍‌,୨୧।୩- ଡକାୟତି ଯୋଜନା କରୁଥିବା ବେଳେ ଟାଉନ୍‌ ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ୫ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନେ ହେଲେ ଗେଟ୍‌ବଜାର ଏ.ଶ୍ରୀନିବାସ ରାଓ(୫୧) ଓରଫ୍‌ କୋକୋ, କୁନା ସେଠୀ(୨୨), ଗାନ୍ଧୀନଗର ଚତୁର୍ଥ ଲେନ୍‌ର ସନ୍ଦିପ ଅଗ୍ରୱାଲ୍‌(୩୪) ଓରଫ୍‌ ସେଣ୍ଡି, ଖାଜା ସାହିର ଆଲିୟାସ୍‌ ଖାନ୍‌(୨୦) ଏବଂ ରଙ୍ଗୁଣିବନ୍ଧ ସାହିର କାହ୍ନୁ ପଣ୍ଡା(୨୬)।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା