ବ୍ରହ୍ମପୁର

ସଚେତନତା ଅଭାବରୁ ଉଦ୍ଦେଶ୍ୟ ପୂରଣ ହେଉନି : ଦୁଇମାସରେ ଆଶ୍ରୟକୁ ଆସିଛନ୍ତି ୨୦୦

ସଚେତନତା ଅଭାବରୁ ଉଦ୍ଦେଶ୍ୟ ପୂରଣ ହେଉନି :  ଦୁଇମାସରେ ଆଶ୍ରୟକୁ ଆସିଛନ୍ତି ୨୦୦

ବ୍ରହ୍ମପୁର ଅଫିସ,୨୩ା୨-ବ୍ୟବସାୟ ତଥା ରୋଜଗାର କରିବା ଉଦ୍ଦେଶ୍ୟରେ ଅନେକ ମହିଳା ଓ ପୁରୁଷ ବ୍ରହ୍ମପୁରକୁ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସହରର ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି, ରିକ୍ସାଟାଣି, ମୂଲ ମଜୁରୀ ଲାଗି ପେଟ ପୋଷୁଛନ୍ତି। କାମ ସାରି ଏମାନେ ରାଜରାସ୍ତା, ବସଷ୍ଟାଣ୍ଡ, ରେଳଷ୍ଟେଶନ ଏପରିକି ରିକ୍ସା ଉପରେ ରାତିରେ ଆଶ୍ରୟ ନେଉଛନ୍ତି। ଏଭଳି ଅସହାୟ ତଥା ବାସହୀନଙ୍କୁ ଆଶ୍ରୟ ଦେବାକୁ ପାୟଲ ହଲ ସମ୍ମୁଖରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ୨୦୧୮ ଡିସେମ୍ବର ୧ରେ ଖୋଲିଛି ଆଶ୍ରୟସ୍ଥଳୀ। ଜାତୀୟ ସହରାଞ୍ଚଳ ଜୀବିକା ମିଶନ(ଏନୟୁଏଲଏମ) ଅଧୀନରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଭି.ଜେଏସଏସ ଦ୍ୱାରା ଏହା ପରିଚାଳିତ ହେଉଛି। ଏଥିରେ ୬୦ ମହିଳା ଓ ପୁରୁଷଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଆଶ୍ରୟସ୍ଥଳୀ ଖୋଲିବାର ଦୁଇ ମାସରୁ ଉର୍ଦ୍ଧ୍ୱ ହୋଇଥିଲେ ବି ମୂଳ ଉଦ୍ଦେଶ୍ୟ ପୂରଣ ହୋଇପାରି ନାହିଁ। ୨ ମାସରେ ୨୦୦ ଲୋକ ଆଶ୍ରୟ ନେବାକୁ ଆସିଥିବା ବେଳେ ଏବେ ମାତ୍ର ୫ ବାସହୀନ ଭିକ୍ଷୁକ ଓ ରିକ୍ସା ଚାଳକ ରହିଛନ୍ତି। ଆଶ୍ରୟସ୍ଥଳୀର ମୂଳ ଉଦ୍ଦେଶ୍ୟ ପୂରଣ ପାଇଁ ଜନ ସଚେତନତା ଅଭାବ ଥିବା ଚର୍ଚ୍ଚା ହୋଇଛି। 

ଦକ୍ଷିଣ ଓଡିଶାରେ ବାଣିଜ୍ୟର କେନ୍ଦ୍ରସ୍ଥଳୀ ଗଞ୍ଜାମ ଜିଲା ବ୍ରହ୍ମପୁରକୁ ପ୍ରତ୍ୟେକ ଦିନ ଜିଲା ତଥା ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ଲୋକ ବିଭିନ୍ନ କାର୍ଯ୍ୟ, ବ୍ୟବସାୟ ତଥା ରୋଜଗାର ଆଶାରେ ଆସିଥାନ୍ତି। ରାତିରେ ସେମାନେ ରେଳଷ୍ଟେଶନ, ବସଷ୍ଟାଣ୍ଡ, ରାସ୍ତାପାର୍ଶ୍ୱ, ମନ୍ଦିର ନଚେତ ଖୋଲା ଆକାଶ ତଳେ ଶୋଇଥାନ୍ତି। ବହୁ  ଦାବି ପରେ ବିଏମସି ପକ୍ଷରୁ ୪୦ ଲକ୍ଷ ଟଙ୍କା ବ୍ୟୟରେ ରାତି ଆଶ୍ରୟସ୍ଥଳୀ ନିର୍ମିତ ହୋଇଥିଲା। ଏଥିରେ ୬୦ ମହିଳା ଓ ପୁରୁଷ ରହିବା ପାଇଁ ଶଯ୍ୟା, ବେଡସିଟ, ଶୌଚାଳୟର ସୁବିଧା  କରାଯାଇଛି। ହେଲେ ଆଶ୍ରୟସ୍ଥଳୀ ଖୋଲିବାର ଦୁଇମାସ ପରେ ବି ଅନେକ ଏ ସମ୍ପର୍କରେ ଅବଗତ ହୋଇପାରି ନ ଥିବାରୁ ବାହାରେ ରାତି କାଟୁଛନ୍ତି। ଆଶ୍ରୟରେ ଏବେ  ମାତ୍ର ୫ ଜଣ ନିୟମିତ ରହୁଛନ୍ତି। ସେମାନଙ୍କ ମଧ୍ୟରେ ୨ ରିକ୍ସାଚାଳକ ଓ ୩ ଭିକ୍ଷୁକ ରହିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ପାଖରେ ଆଧାର କାର୍ଡ, ଭୋଟ ପରିଚୟ ପତ୍ର, ରାଶନ କାର୍ଡ କିମ୍ବା ଭତ୍ତା କାର୍ଡ ଭଳି କୌଣସି ଏକ ପରିଚୟପତ୍ର ନ ଥିଲେ ଆଶ୍ରୟରେ ରହିପାରିବେ ନାହିଁ ବୋଲି ଏହାର ଗାଇଡ ଲାଇନରେ ରହିଛି। ତେଣୁ ଖୋଲା ଆକାଶତଳେ ରହୁଥିବା ଅସହାୟମାନେ ଆଶ୍ରୟକୁ ଆସିପାରୁ ନ ଥିବା ମଧ୍ୟ ଚର୍ଚ୍ଚା ହେଉଛି। 

ଏ ନେଇ ଆଶ୍ରୟସ୍ଥଳୀର ମ୍ୟାନେଜର ବିରେନ ମିତ୍ର ନାୟକ କହିଛନ୍ତି, ଏଠାରେ ରହିବାକୁ ଥିବା ବାସହୀନଙ୍କ ବୟସ ସୀମା ୪୫ରୁ ୬୦ ବର୍ଷ ମଧ୍ୟରେ ରହିଛି। ସେମାନଙ୍କୁ ଯେ କୌଣସି ଏକ ପରିଚୟ ପତ୍ର ଦେବାକୁ ପଡିବ। ଯେଉଁମାନଙ୍କ କୌଣସି ପ୍ରକାର ପରିଚୟପତ୍ର ନାହିଁ ସେମାନଙ୍କୁ ନୂତନ ଏକ କାର୍ଡ ପ୍ରଦାନ କରିବା ବ୍ୟବସ୍ଥା ମଧ୍ୟ ରହିଛି।

ବିଏମସି କମିଶନର ଚକ୍ରୱର୍ତ୍ତୀ ସିଂ ରାଠୋର କହିଛନ୍ତି, ଅଧିକରୁ ଅଧିକ ବାସହୀନଙ୍କୁ ଏହି ଆଶ୍ରୟସ୍ଥଳୀକୁ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ଦିଲ୍ଲୀର ଏକ ସଂସ୍ଥା ସହରରେ  ଥିବା ବାସହୀନଙ୍କ ସର୍ଭେ କରିଛି। ରିପୋର୍ଟ ଆସିବା ପରେ ସମସ୍ତ ବାସହୀନଙ୍କୁ ଆଶ୍ରୟସ୍ଥଳୀ ଅଣାଯିବା ଦିଗରେ ପଦକ୍ଷେପ ନିଆଯିବ। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ପ୍ରଚାରପତ୍ର ମାଧ୍ୟମରେ ସହରବାସୀଙ୍କୁ ସଚେତନ କରାଯାଉଛି। ଆଶ୍ରୟସ୍ଥଳୀ ଦୂର ହେଉଥିବାରୁ ଷ୍ଟେଶନ, ବଡବଜାର, ସାନବଜାର ଅଞ୍ଚଳରେ ଖୋଲାଆକାଶ ତଳେ ରହୁଥିବା ବାସହୀନମାନେ ଆସିବାକୁ ରାଜି ହେଇନାହାନ୍ତି। 

ଆଶ୍ରୟରେ ରହୁଥିବା ରିକ୍ସାଚାଳକ ସାନଖେମୁଣ୍ଡି ବ୍ଲକ ଲକ୍ଷ୍ମୀନାରାୟଣପୁରର ଦୟାନଧି ନାୟକ କହିଛନ୍ତି ଯେ, ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅଙ୍କୁ ନେଇ ମୋର ପରିବାର। ୩୨ ବର୍ଷ ହେଲା ବ୍ରହ୍ମପୁରରେ ରିକ୍ସା ଚଲାଇ ପରିବାର ପୋଷୁଛି। ଦିନସାରା ପରିଶ୍ରମ କଲେ ମାତ୍ର ୧୦୦ କିମ୍ବା ୨୦୦ ଟଙ୍କା ମିଳୁଛି। ଭଡା ଘର ନେବା ମୋ ପାଇଁ ଅସମ୍ଭବ। ତେଣୁ ରିକ୍ସାରେ ରାତି କଟୁଥିଲା।  ଶୀତ, ବର୍ଷାରେ ରାସ୍ତା ପାର୍ଶ୍ୱରେ ରିକ୍ସାରେ ଶୋଇବା ବେଳେ ପୋଲିସ ଓ ବିଭିନ୍ନ ଅସାମାଜିକ ଲୋକଙ୍କ ଦ୍ୱାରା ବହୁତ ହଇରାଣ ହୋଇଛି। ଏବେ ୧୫ ଦିନ ହେଲା ଆଶ୍ରୟସ୍ଥଳୀ କଥା କହି କେହି ଜଣେ ମୋତେ ଏଠାକୁ ଆଣିଛନ୍ତି। ଏବେ ଶାନ୍ତିରେ ରାତିରେ ଶୋଇ ସକାଳୁ ରୋଜଗାର କରିବାକୁ ଯାଉଛି। 

ସୂଚନାଯୋଗ୍ୟ, ନୂଆବସଷ୍ଟାଣ୍ଡ ରୋଡ ପାୟଲ ହଲ ସମ୍ମୁଖରେ ଖୋଲାଯାଇଥିବା ଏହି ଆଶ୍ରୟସ୍ଥଳୀର ପରିଚାଳନା ପାଇଁ ୮ କର୍ମଚାରୀ ରହିଛନ୍ତି। ଏନୟୁଏଲଏମର ଗାଇଡଲାଇନ ଅନୁଯାୟୀ ଉକ୍ତ କର୍ମଚାରୀଙ୍କ ମଧ୍ୟରେ ଜଣେ ମ୍ୟାନେଜର, ଦୁଇଜଣ କମ୍ୟୁନିଟି ମୋବିଲାଇଜର, ୩ କେୟାର ଟେକର, ଜଣେ ଝାଡୁଦାର, ଜଣେ ସାନିଟେସନ ୱାର୍କର ରହିଛନ୍ତି। କମ୍ୟୁନିଟି ମୋବିଲାଇଜରମାନେ ବିିଏମସି ତଥା ଏନୟୁଏଲଏମର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଚାରପତ୍ର ମାଧ୍ୟମରେ ଆଶ୍ରୟସ୍ଥଳୀ ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଛନ୍ତି। ଆଶ୍ରୟରେ ଆଗାମୀ ଦିନରେ ରାତ୍ରି ଓ ଦିନରେ ଖାଦ୍ୟ  ବ୍ୟବସ୍ଥା କରାଯିବାକୁ ଯୋଜନା ଥିବା ଏନୟୁଏଲଏମ ପକ୍ଷରୁ ସୂଚନା ମିଳିଛି।


All Right Reserved By

ବ୍ରହ୍ମପୁର

ନବୀନଙ୍କୁ ଟକ୍କର ଦେବେ ଶମ୍ଭୁ, ପୀତାମ୍ବର

ନବୀନଙ୍କୁ ଟକ୍କର ଦେବେ ଶମ୍ଭୁ, ପୀତାମ୍ବର

ହିଞ୍ଜିଳିକାଟୁ/ଶେରଗଡ,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା କ୍ଷେତ୍ରରେ ଚଳିତଥର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁକାବିଲା କରିବେ ଭାଜପା ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଓ କଂଗ୍ରେସର ଗଜପତି ଜିଲା ପ୍ରଭାରୀ ଶମ୍ଭୁ ପାଣିଗ୍ରାହୀ। ଉଭୟ ପୀତାମ୍ଭର ଓ ଶମ୍ଭୁ ପେସାରେ ଆଇନଜୀବୀ। ଶମ୍ଭୁ ଜିଲାରେ ସୂଚନା ଅଧିକାର କର୍ମୀ ଭାବେ ମଧ୍ୟ ପରିଚିତ। ନବୀନ ବୁଧବାର ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। 

ଛୁଟି ପରେ ହେଲା ନାମାଙ୍କନପତ୍ର ଦାଖଲ

ଛତ୍ରପୁର,୨୬ା୩(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ବ୍ରହ୍ମପୁର ଲୋକସଭା ଏବଂ ଏହା ଅଧୀନ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ସୋମବାର ଶେଷ ହୋଇଛି। 

ଆଇଏନ୍‌ଏସ ଚିଲିକାର ନୌସେନା ଅଧିକାରୀ ହେଲେ ଋତୁରାଜ

ଆଇଏନ୍‌ଏସ ଚିଲିକାର ନୌସେନା ଅଧିକାରୀ ହେଲେ ଋତୁରାଜ

ବ୍ରହ୍ମପୁର ଅଫିସ,୨୬ା୩-ଚିଲିକାସ୍ଥିତ ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ କେନ୍ଦ୍ର (ଆଇଏନ୍‌ଏସ୍‌)ର ନୌସେନା ଅଧିକାରୀ ତଥା ଓଡିଶା ପ୍ରଭାରୀ ଭାବେ କମୋଡର ଋତୁରାଜ ସାହୁ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ା କେନ୍ଦ୍ର ପୂର୍ବତନ ଅଧିକାରୀ କମୋଡର ମନୀଶ ମିଶ୍ର କମୋଡର ଋତୁରାଜଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ା ଏହି ଅବସରରେ କେନ୍ଦ୍ରର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ା

ବାଲିଗୁଡ଼ା,ଜି.ଉଦୟଗିରି ବିଧାନସଭା ଆସନ: ୫ ପ୍ରାର୍ଥିପତ୍ର ଦାଖଲ

ବାଲିଗୁଡ଼ା,ଜି.ଉଦୟଗିରି ବିଧାନସଭା ଆସନ: ୫ ପ୍ରାର୍ଥିପତ୍ର ଦାଖଲ

ବାଲିଗୁଡ଼ା/ଦାରିଙ୍ଗବାଡି, ୨୬ା୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡ଼ା ଓ ଜି.ଉଦୟଗିରି ବିଧାନସଭା ଆସନ ନିମନ୍ତେ ସୋମବାର ୭ମ ଦିନରେ ମୋଟ ୫ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।

କଂଗ୍ରେସ ପ୍ରାର୍ଥୀ ହେଲେ ଶ୍ୟାମଘନ

କଂଗ୍ରେସ ପ୍ରାର୍ଥୀ ହେଲେ ଶ୍ୟାମଘନ

ଦାରିଙ୍ଗବାଡ଼ି,୨୬।୩(ଡି.ଏନ.ଏ)- କନ୍ଧମାଳ ଜିଲା ଜି.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ପକ୍ଷରୁ ଶ୍ୟାମଘନ ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମଙ୍ଗଳବାର  ସେ  ବାଲିଗୁଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ପ୍ରମାଣପତ୍ର ଯୋଗାଡ଼ କରୁଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ଜି. ଉଦୟଗିରି ବିଧାୟକ ଥିବା କଂଗ୍ରେସର ଯାକବ ପ୍ରଧାନଙ୍କୁ ଦଳ ପୁଣିଥରେ ଟିକେଟ ଦେଇ ନ ଥିବାରୁ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 

୩ ନିର୍ବାଚନ ମଣ୍ଡଳୀରୁ ୯ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

୩ ନିର୍ବାଚନ ମଣ୍ଡଳୀରୁ ୯ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

ଭଞ୍ଜନଗର,୨୬।୩(ଡି.ଏନ.ଏ.)- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ସୋରଡ଼ା ଓ ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ ୧୮ରେ ମତଦାନ ହେବ। 

ଭାଜପାରେ ଯୋଗଦେଲେ ଗଞ୍ଜାମ ଜିଲା ବିଜେଡି ଉପସଭାପତି

ଭାଜପାରେ ଯୋଗଦେଲେ ଗଞ୍ଜାମ ଜିଲା ବିଜେଡି ଉପସଭାପତି

ପୁରୁଷୋତ୍ତମପୁର,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବିଜେଡି ଉପସଭାପତି ତଥା ଜିଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡାଙ୍କ ସ୍ବାମୀ ଅରୁଣ କୁମାର ପଣ୍ଡା ସୋମବାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି। ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମୀର ମହାନ୍ତିଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଛନ୍ତି।

ପୋଷ୍ଟର ଚିରାକୁ ନେଇ ଉତ୍ତେଜନା, ଥାନାରେ ଏତଲା

ପୋଷ୍ଟର ଚିରାକୁ ନେଇ ଉତ୍ତେଜନା, ଥାନାରେ ଏତଲା

ଦିଗପହଣ୍ଡି,୨୫ା୩(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଗୌଡ଼ଗାଁରେ ବିଜେଡିର ପୋଷ୍ଟର ଚିରାକୁ କେନ୍ଦ୍ରକରି ଚାପା ଉତ୍ତେଜନା ଲାଗି ରହିଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ବଜାର ଛକରେ ଥିବା ଅମର ବେହେରାଙ୍କ ଘର କାନ୍ଥରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋ ସମ୍ବଳିତ ପୋଷ୍ଟରକୁ କେହି ଉପାଡି ନେଇଥିଲେ। ସୋମବାର ସକାଳେ ଏନେଇ ଭାଜପା ଗୋଷ୍ଠୀର ଯୁବକଙ୍କ ସହ କଥା କଟାକଟି ଓ ଯୁକ୍ତିତର୍କ ହୋଇଥିଲା। ସନ୍ଧ୍ୟାରେ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଭାଜପାର କେତେଜଣ କର୍ମୀ ଜବରଦସ୍ତ ଅମରଙ୍କ ଛାତ ଉପରେ ଚଢ଼ି ପୋଷ୍ଟର ଉପାଡ଼ି ନେବା ସହ ତାଙ୍କୁ ଧମକ ଚମକ ଦେଇଥିବା ସେ କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତି।

ବୃଦ୍ଧାଙ୍କ ଆକାଉଣ୍ଟରୁ ୩୫ ହଜାର ଗାଏବ

ବୃଦ୍ଧାଙ୍କ ଆକାଉଣ୍ଟରୁ ୩୫ ହଜାର ଗାଏବ

ଦାରିଙ୍ଗବାଡ଼ି,୨୫।୩(ଡି.ଏନ.ଏ)- ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟବ୍ୟାଙ୍କରେ ଥିବା ଜଣେ ବୃଦ୍ଧାଙ୍କ ଜମାଖାତାରୁ ୩୫ ହଜାର ଟଙ୍କା କେହି ଦୁର୍ବୃତ୍ତ ଚଞ୍ଚକତା କରି ଗାଏବ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ଭ୍ରମରବାଡ଼ି ପଞ୍ଚାୟତ କେରୁବାଡ଼ି ଗ୍ରାମ ଶ୍ରାମବାଡ଼ି ସାହିର ସୁଜନା ନାୟକ। ସୋମବାର ସେ ଶାଖା ପରିଚାଳକ କିଶୋର ଚନ୍ଦ୍ର ସେଠୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ ସହ ସୁଜନାଙ୍କ ଦସ୍ତଖତକୁ ଯାଞ୍ଚ କରୁଥିବା ଶାଖା ପରିଚାଳକ ସେଠୀ କହିଛନ୍ତି।

ଠକେଇ ମାମଲା: ଅଭିଯୁକ୍ତଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ

ଦିଗପହଣ୍ଡି,୨୫।୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପାଟପୁର ଥାନା ଜିଉରା ଗ୍ରାମର ବାବୁ ସେଠୀଙ୍କୁ ମୁମ୍ବାଇ ଦହିସର ଥାନା ପୋଲିସ ସୋମବାର ଘରୁ ଉଠାଇ ନେଇଛି। ଦହିସର ଥାନା ମାମଲା ନଂ.୧୧୬/୧୯ ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଟ୍ରାନଜିଟ୍‌ ରିମାଣ୍ଡରେ ନେବା ପାଇଁ ସାନଖେମୁଣ୍ଡି ଗ୍ରାମ ନ୍ୟାୟାଳୟ ମାଜିଷ୍ଟ୍ରେଟଙ୍କ ନିକଟରେ ଦହିସର ଥାନା ସବ୍‌ଇନ୍ସପେକ୍ଟର ଶ୍ରୀକାନ୍ତ ଏସ. ମଗର ଲିଖିତ ଆବେଦନ କରିଥିଲେ।

ହିଞ୍ଜିଳିକାଟୁ, ବେଲଗଁ।ରେ ଦଣ୍ଡଯାତ୍ରା  ଆରମ୍ଭ

ହିଞ୍ଜିଳିକାଟୁ, ବେଲଗଁ।ରେ ଦଣ୍ଡଯାତ୍ରା ଆରମ୍ଭ

ହିଞ୍ଜିଳିକାଟୁ,୨୫।୩(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ଓ  ବେଲଗାଁରେ ସୋମବାର ୨୧ ଦିନିଆ ଦଣ୍ଡଯାତ୍ରାର ଶୁଭାରମ୍ଭ ହୋଇଛି। ହିଞ୍ଜିଳିସ୍ଥିତ ହରଗାୈରୀ ଦଣ୍ଡକାଳୀ ବଡ଼ପୁଞ୍ଜା ଓ ସାନପୁଞ୍ଜା ପକ୍ଷରୁ  ମାନସିକଧାରୀ ଦଣ୍ଡୁଆମାନେ ହାତରେ ପିଞ୍ଛମୁଠା, ବାନାଧରି ଢୋଲ, ମହୁରି ବଜାଇ ସହର ପରିକ୍ରମା କରିଥିଲେ। ମାନସିକଧାରୀଙ୍କ ଭକ୍ତମାନେ ପୂଜା ନୈବେଦ୍ୟ ଓ ପୂର୍ଣ୍ଣକୁମ୍ଭ ରଖି ଦଣ୍ଡକାଳୀଙ୍କୁ ସ୍ବାଗତ କରିଥିଲେ। ସହର ପରିକ୍ରମାପରେ ମୂଳପୀଠରେ ପ୍ରଥମ ଦିନ ଧୂଳିଦଣ୍ଡ ଓ ଜଳଦଣ୍ଡ ହୋଇଥିଲା। ମଧ୍ୟରାତିରେ ଅଗ୍ନିଦଣ୍ଡ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଥିଲା ଗାଁ ଦାଣ୍ଡ। ଚଳିତବର୍ଷ ବଡପୁଞ୍ଜା ନାଟ୍ୟ ସଂସଦ ପକ୍ଷରୁ ‘କିଣି ନେଲା ମନ କଳା ନାଗର’ ଓ ସାନପୁଞ୍ଜା ପକ୍ଷରୁ ‘ଅଧେ ତୋର ଅଧେ ମୋର’ ଏବଂ ବେଲଗାଁ ଦଣ୍ଡକାଳୀ ନାଟ୍ୟ ସଂସଦର ‘ଅଲକ୍ଷଣୀ’ ସାମାଜିକ ନାଟକ ପରିବେଷଣ କରାଯାଉଛି।

୧୫ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

୧୫ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ବୁଗୁଡ଼ା,୨୫।୩(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଭଗବାନପୁର ଗ୍ରାମର ପ୍ରଫୁଲ ସାହୁଙ୍କ ଦୋକାନଘରୁ ସୋମବାର ମଧ୍ୟାହ୍ନରେ ୧୫ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି। ଦୋକାନ ଘରେ ସାପ ଥିବାଦେଖି ପ୍ରଫୁଲ୍ଲ ବି.କରଡ଼ାବାଡ଼ିର ସ୍ନେକ୍‌ ହେଲପ୍‌ ଲାଇନ ସଦସ୍ୟ ହରିଶ ପାଢ଼ୀଙ୍କୁ ଡ଼ାକିଥିଲେ। ଖବର ପାଇ ହରିଶ ଘଟଣାସ୍ଥଳରେ ପହଞ୍ଚତ୍ ସାପଟିକୁ ଉଦ୍ଧାର କରିଥିଲେ। ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିବା କହିଛନ୍ତି।


Model This Week

ରଶ୍ମି
Why Dharitri