ରାଜ୍ୟ | ସମ୍ବଲପୁର

ଆତଁକ୍‌ ଖେଲେଇଛେ କିଡ଼ନୀ ବେମାର

ଆତଁକ୍‌ ଖେଲେଇଛେ କିଡ଼ନୀ ବେମାର

ଲୋଇସିଂହା, ୨୩।୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କର୍ଲିପାଟ ଗଁାରେ ଗଲା ବଛରକେତେ ହେଲା କିଡ଼ନୀ ରୋଗ୍‌ ଚିନ୍‌ତାଜନକ ପରିସ୍ଥିତି ସୁରୁଷ୍‌ଟି କରିଛେ। ଗଲା ଅଢ଼େ ବଛର ଭିତରେ ୮ରୁ ୧୦ ଝନ୍‌ ଲୁକ୍‌କର କିଡ଼ନୀ ବେମାରରେ ଜୀବନ୍‌ ଗଲାନ। ଗଁାରେ ଏହେଦେ ୧୦ରୁ ଅଧ୍‌କା ଲୋକ୍‌ କିଡ଼ନୀ ବେମାର ସଂଗେ ଯୁଝୁଛନ୍‌। ଇ ବାବ୍‌ଦେ ଜିଲା ପରଶାସନ ଆର ସୁଆସ୍‌ତିଅ ବିଭାଗ ଜାନିଥିଲେ ବି ଯେନ୍‌ହିସାବେ ପଦକ୍ଷେପ ନେବାର କଥା ନାଇଁ ନେଉଥିବାର ଗଁାବାସୀ ଅଭିଯୋଗ୍‌ କରିଛନ୍‌। ମଝ୍‌ଲି ବଏସିଆ ଲୁକ୍‌କର ଉତାରୁ ଏହେଦେ ଯୁବକମାନେ କିଡ଼ନୀ ରୋଗ୍‌ର ଶିକାର ହେଉଛନ୍‌। ଯେନ୍‌ଥିର ଲାଗି ଗଁାବାସୀ ଭଏଭୀତ ଅବସ୍‌ତାରେ ଅଛନ୍‌।

ଲୋଇସିଂହା ପଁଚେତ୍‌ର କଲିପାଟ ଗଁା। ଲୋଇସିଂହା କଲେଜ ପଛ୍‌ଫାଲର ଡଂଗର ତଲେ ଥିବାର ଇ ଗଁାରେ ଏଭ୍‌ତକ ୧୦ ଝନ୍‌ କିଡ଼ନୀ ରୋଗ୍‌ରେ ମଲେନ। ସୁଦାମ ପଧାନ(୩୭), ଶ୍ରୀପତି ପଧାନ(୩୭), ତରଣୀସେନ ପଧାନ(୪୨), ଗୌର ପଧାନ(୪୫), ଲାଏବାନୀ ପଦାନ(୪୫), ଶିବ ପଧାନ(୫୦), ନିଳାମ୍ବର ପଧାନ(୫୫), ତୁଲସୀ ନାଗ(୫୦), ପୁଡୁ ପଧାନ, କାଳିଆ ପଧାନ ପରମୁଖ ଆକ୍‌ରଁାତ ହେଇ ବଲାଙ୍ଗୀର, ବୁର୍ଲା, କଟକ ଆଦି ଜାଗାରେ ଚିକିସତ୍ିତ ହେଉଛନ୍‌। ସଭେ ନିହାତି ଗରିବ୍‌ ହେଇଥିଲା ବେଲେ ସେମାନେ ମାସକିଆ ଉଷୋକଷାର ଖରଚ୍‌ ବି ଉଠେଇ ନାଇଁପାରବାର। ଫିଦିନ ଉଷୋ ନାଇଁ ଖାଏଲେ ଦିହିପା ବିଗଡ଼ି ଯାଉଛେ। ଧାର ଉଧାର କରି ଚିକିସତ୍ିତ ହେଉଛନ୍‌। ଇ ସମକର ଚିକିସତ୍ାରେ ଏହେଦେ ଟଁକା ବଡ଼ଭାରି ବାଧକ ସାଜିଛେ। 

ଗଁାରେ ପାଖାପାଖି ୧୫୦ ପରିବାର ବାସ କରୁଥିଲାବେଲେ ଲୋକ୍‌ ସଂଖ୍ୟା ୭ ଶହ। ଗଁାରେ ଥିବାର ନଲ୍‌ଚୁଅଁା ଭିତରୁ ୨ଟା ବେଭାର କରିହେଉଛେ, ଉନିଆ ନଲ୍‌ଚୁଅଁାମାନକର ପାଏନ୍‌ ଖାଇ ନାଇଁ ହେବାର। କେତେ ନଲ୍‌ଚୁଅଁା ପାସେ ପାଏନ୍‌ ଟୁଡ଼ିକରି ରହେବାର ଲାଗି ପାଏନ୍‌ରେ ପୋକ୍‌ ବାହାରୁଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଗଁା ପାସେ ଆରଡବ୍ଲୁଏସଏସ ଅଫିସ ଆର ପାଏନ୍‌ ଟଁାକି ଅଛେ। ଇଠାନୁ ଜଡ଼ାମୁଣ୍ଡା, ଭେର୍ଣ୍ଣିଆ ପଡ଼ାକେ ପାଇପରେ ପାଏନ୍‌ ଯୁଗେଇ ଦିଆଯାଉଥିଲେ ବି ୧ କି.ମି. ଦୂରେ ଥିବାର କର୍ଲିପାଟକେ ନାଇଁଯିବାର। ପାଏନ୍‌ ସମସିଆର ଲାଗି କିଡ଼ନୀ ବେମାର ବଢ଼ୁଥିବାର ଗଁାବାସୀ ଆଶଁକା କରୁଛନ୍‌। କିଡ଼ନୀ ସମସିଆ ନେଇ ଅଭିଯୋଗ କଲେ ଜିଲା ପରଶାସନ ପାଏନ୍‌ ନମୂନା ନେଇ ଚୁପ୍‌ ମାରି ବସୁଛେ, କେହେନ୍‌ସି ପରତିକାର ବେବସ୍‌ତା ନାଇଁ କରବାର ବଲି ଗଁାବାସୀ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଥାନୀୟ ଭାରପ୍ରାପ୍ତ ଚିକିସତ୍ା ଅଧ୍‌କାରୀ ସ୍ମିତା ଶତପଥୀ କହିଛନ୍‌ ଯେ, କିଡ଼ନୀ ପରଭାବିତ କଦଳୀପାଲି, କର୍ଲିପାଟ ଆର ପତ୍ରପାଲି ବାବ୍‌ଦେ ଜିଲା ମୁଖିଆ ଚିକିସତ୍ା ଅଧ୍‌କାରୀକୁଁ ଚିଠି ଲେଖି ଜନେଇଛେଁ। ସମସିଆ ବାବ୍‌ଦେ ରାଏଜ୍‌ ସରକାରକୁଁ ଜନେଇ ଦରକାରି ପଦକ୍ଷେପ ନେବାକେ ଚିଠିରେ ଲେଖିଥିବାର ସେ କହିଛନ୍‌। ସେନ୍‌ତା କଦଳୀପାଲିରେ ସ୍ବାସ୍ଥ୍ୟ କ୍ୟାମ୍ପ ବି କରାଯାଇଥିବାର କଥା ସେ କହିଥିଲେ।

All Right Reserved By

ରାଜ୍ୟ | ସମ୍ବଲପୁର

ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ନିର୍ମମ ହତ୍ୟା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ନିର୍ମମ ହତ୍ୟା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

କୋଳିମାଟି(ଡି.ଏନ.ଏ)/ଆନନ୍ଦପୁର(ସ୍ବ.ପ୍ର.),୨୬ା୦୩: କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଘସିପୁରା ଥାନା ଅଧିନରେ ଧକୋଠା ବଜାରରେ ଘଟିଛି ଏକ ଅଭାବନୀୟ ଘଟଣା।

ଯୁବ ଆଇନଜୀବୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ମାମଲା  ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ

ଯୁବ ଆଇନଜୀବୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ମାମଲା ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୫ା୩- ଯୁବ ଆଇନଜୀବୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ଉପରେ ୪ ମାସ ମଧ୍ୟରେ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରୀ ଓ ବିଚାରପତି ଜଷ୍ଟିସ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କ ରିପ୍ରେଜେଣ୍ଟେଶନ ଆଧାରରେ ପଦକ୍ଷେପ ଗ୍ରହଣ କରିବାକୁ ଆଦେଶରେ ସ୍ପଷ୍ଟ କରିଛନ୍ତି।

ବିଜେପୁର ପାଇଁ ସନତଙ୍କୁ ପ୍ରାର୍ଥୀ କଲା ଭାଜପା

ବିଜେପୁର ପାଇଁ ସନତଙ୍କୁ ପ୍ରାର୍ଥୀ କଲା ଭାଜପା

ଭୁବନେଶ୍ୱର ୨୬/୩(ବ୍ୟୁରୋ):  ଆଗାମୀ ବିଧାନସଭା ନିର୍ବାଚନ ଲାଗି ବହୁ ଚର୍ଚ୍ଚିତ ବିଜେପୁର ଆସନ ପାଇଁ  ଭାଜପା ସୋମବାର  ରାତିରେ ପ୍ରାର୍ଥୀ ଘୋଷଣା କରିଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ସନତ ଗଡ଼ତିଆ।

ନାଟମଣ୍ଡପ ମରାମତି ମାମଲା  ଆମିକସ୍‌ କ୍ୟୁରୀ ଦେବେ ସତ୍ୟପାଠ

ନାଟମଣ୍ଡପ ମରାମତି ମାମଲା ଆମିକସ୍‌ କ୍ୟୁରୀ ଦେବେ ସତ୍ୟପାଠ

କଟକ ଅଫିସ, ୨୬ା୩- ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ନାଟମଣ୍ଡପ ମରାମତି ଉପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା।

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ ମାମଲା  ମରାମତି ଅଗ୍ରଗତି ଉପରେ ରିପୋର୍ଟ ମାଗିଲେ ହାଇକୋର୍ଟ

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ ମାମଲା ମରାମତି ଅଗ୍ରଗତି ଉପରେ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ ଅଫିସ, ୨୬ା୩- କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ପାଇଁ ଭାରତୀୟ ପ୍ରନତ୍ତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ହାଇକୋର୍ଟଙ୍କୁ ୬ ମାସ ସମୟ ମାଗିଥିଲା। ଏହି ୬ ମାସ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ସୂର୍ଯ୍ୟମନ୍ଦିରର ମରାମତି କାର୍ଯ୍ୟ କିପରି କରାଯିବ ତାହାର ସବିଶେଷ ତଥ୍ୟ ଏଏସ୍‌ଆଇ ପକ୍ଷରୁ ପୂର୍ବରୁ ସତ୍ୟପାଠ ଆକାରରେ ହାଇକୋର୍ଟରେ ଦାଖଲ କରାଯାଇଥିଲା।

ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ମାମଲା  ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଖାରଜ

ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ମାମଲା ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଖାରଜ

କଟକ ଅଫିସ, ୨୬ା୩- ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ସୋମବାର ହାଇକୋର୍ଟରେ ଖାରଜ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଥିବା ପ୍ରାଥମିକ ପ୍ରମାଣ ଓ ମାମଲାର ସମ୍ବେଦନଶୀଳତାକୁ ଆଧାର କରି ହାଇକୋର୍ଟ ୧୯ ପୃଷ୍ଠା ସମ୍ବଳିତ ଏହି ରାୟ ଦେଇଛନ୍ତି। 

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସମ୍ବିତ୍‌ ଆରମ୍ଭ କଲେ ପ୍ରଚାର ଅଭିଯାନ

ପୁରୀ ଅଫିସ,୨୬ା୩: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ବିଭିନ୍ନ ଦଳ ପକ୍ଷରୁ ରାଜନୀତି ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଆରମ୍ଭ କରିଦେଲେଣି ପ୍ରସ୍ତୁତି। କିପରି ଭୋଟରଙ୍କୁ ମନାଇବେ ତାହା ଉପରେ ରଖିଛନ୍ତି ଫୋକସ। 

ପେଣ୍ଟିଂ ନିଲାମ ରୋକିବାକୁ ନୋଟିସ ଦେଲେ ନୀରବ ମୋଦି

ପେଣ୍ଟିଂ ନିଲାମ ରୋକିବାକୁ ନୋଟିସ ଦେଲେ ନୀରବ ମୋଦି

ନୂଆଦିଲ୍ଲୀ,୨୬-୩: ମୁମ୍ବାଇର ସ୍ବତନ୍ତ୍ର ଅଦାଲତ ଆୟକର ବିଭାଗକୁ ନୀରବ ମୋଦି ଓ ତାଙ୍କ ଭୁତ କମ୍ପାନୀ କେମ୍‌ଲଟ ଏଣ୍ଟରପ୍ରାଇଜେସର ୬୮ ପେଣ୍ଟିଂ ନିଲାମ କରିବାକୁ ଅନୁମତି ଦେଇଛନ୍ତି। 

ଘରୋଇ ବିଦ୍ୟାଳୟ ମାନୁନାହାନ୍ତି ନିର୍ଦ୍ଦେଶାବଳୀ

ଘରୋଇ ବିଦ୍ୟାଳୟ ମାନୁନାହାନ୍ତି ନିର୍ଦ୍ଦେଶାବଳୀ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ସମସ୍ତ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏନ୍‌ସିଇଆର୍‌ଟି ପୁସ୍ତକ ପ୍ରଚଳନ ଏବଂ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ କୌଣସି ହୋମ୍‌ଓ୍ବର୍କ ନ ଦେବାକୁ ନିୟମ ରହିଛି। 

  ୭୪ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ:  ୩୨୯ଜଣଙ୍କୁ ପିଏଚ୍‌ଡି ଓ ଡିଲିଟ୍‌ ଉପାଧି

୭୪ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ: ୩୨୯ଜଣଙ୍କୁ ପିଏଚ୍‌ଡି ଓ ଡିଲିଟ୍‌ ଉପାଧି

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ଉପାଧି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୨୦୧୬-୧୭ ଶିକ୍ଷାବର୍ଷରେ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି, ଡିଲିଟ୍‌, ଡିଏସ୍‌ସି ଉପାଧି ତଥା ବିଭିନ୍ନ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ବିଭିନ୍ନ ବିଷୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିବା ପିଲାଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। 

ସି.ଭି. ରମଣ କଲେଜରେ ହୋଲି ପାଳିଲେ ବିଦେଶୀ ଛାତ୍ରୀଛାତ୍ର

ସି.ଭି. ରମଣ କଲେଜରେ ହୋଲି ପାଳିଲେ ବିଦେଶୀ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୬।୩(ବ୍ୟୁରୋ): ସି.ଭି. ରମଣ କଲେଜ ପରିସରରେ ବିଦେଶୀ ଛାତ୍ରୀଛାତ୍ର ଓ ଅଧ୍ୟାପକ ହୋଲି ଉତ୍ସବକୁ ଆଡ଼ମ୍ବର ସହ ପାଳନ କରିଛନ୍ତି। ସୁଦୂର ସିରିଆ, ବାଂଲାଦେଶ ଓ ନେପାଳରୁ ଆସି ଏଠାରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ହୋଲି ଉତ୍ସବ ରଖାଯାଇଥିଲା। 

ପୂରଣ ହେଲାନି ବିଜେଡିର ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି:ସ୍ବପ୍ନରେ ରହିଗଲା ସବୁ ଗାଁକୁ ପକ୍କା ରାସ୍ତା

ପୂରଣ ହେଲାନି ବିଜେଡିର ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି:ସ୍ବପ୍ନରେ ରହିଗଲା ସବୁ ଗାଁକୁ ପକ୍କା ରାସ୍ତା

ଭୁବନେଶ୍ୱର,୨୬ା୩:ରାଜ୍ୟର ସବୁ ଗଁାକୁ ପକ୍କା ରାସ୍ତା ସଂଯୋଗ କରିବାକୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜୁ ଜନତା ଦଳ (ବିଜେଡି) ପ୍ରତିଶ୍ରୁତି ଦେଇଥିଲା। ଶାସନର ଚତୁର୍ଥ ପାଳି ଶେଷ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବ ବୋଲି କୁହାଯାଇଥିଲେ ହେଁ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ।


Model This Week

ରଶ୍ମି
Why Dharitri