ବାଲେଶ୍ୱର

ସାଇକେଲରେ ଭାରତ ଭ୍ରମଣ କରିବେ ତ୍ରିଲୋଚନ: ଲୋକଙ୍କୁ ଦେବେ ଯକ୍ଷ୍ମା ସଚେତନତା ବାର୍ତ୍ତା

ସାଇକେଲରେ ଭାରତ ଭ୍ରମଣ କରିବେ ତ୍ରିଲୋଚନ:  ଲୋକଙ୍କୁ ଦେବେ ଯକ୍ଷ୍ମା ସଚେତନତା ବାର୍ତ୍ତା

ଭଦ୍ରକ ଅଫିସ, ୨୩।୨ - ଜନସଚେତନତା ଦ୍ୱାରା ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ଭାବେ  ନିୟନ୍ତ୍ରଣ କରାଯାଇପାରିବ। ଏହି ଲକ୍ଷ୍ୟ ନେଇ ଭଦ୍ରକ ଜିଲା ତିହିଡ଼ି କାଳିମେଘାର ଯୁବକ ତ୍ରିଲୋଚନ ମହାଳିକ ସାଇକେଲରେ ଭାରତ ଭ୍ରମଣ କରି ସଚେତନତା ବାର୍ତ୍ତା ପ୍ରଚାର ପାଇଁ ଆଗଭର ହୋଇଛନ୍ତି। ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ବିଶ୍ୱ ଯକ୍ଷ୍ମା ଦିବସରେ ସେ ଭଦ୍ରକରୁ ଯାତ୍ରାରେ ବାହାରିବେ। ୨୫୦ ଦିନ ବ୍ୟାପି ସାଇକେଲରେ ୧୧,୦୦୦ କି.ମି. ପରିକ୍ରମା କରି ସେ ସଚେତନତା ବାର୍ତ୍ତା ପ୍ରଚାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ପରିକ୍ରମା ସମୟରେ ବିଭିନ୍ନ ଅଞ୍ଚଳରେ ପ୍ରଚାରପତ୍ର, ସଚେତନତା ଶୋଭାଯାତ୍ରା ଓ  ଜନସଭା କରି ଲୋକଙ୍କୁ ଯକ୍ଷ୍ମା ସମ୍ପର୍କରେ ସଚେତନ କରିବେ। ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ଭଦ୍ରକକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯୋଜନା ରଖିଛନ୍ତି। ଭଦ୍ରକ ରୋଟାରି କ୍ଲବ ଦ୍ୱାରା ପ୍ରାୟୋଜିତ ଏହି ସଚେତନତା ଫଳପ୍ରଦ ହେବ ବୋଲି ରୋଟାରିଆନ ଡା. ପ୍ରଭାସ କୁମାର ମହାନ୍ତି ଆଶା ପ୍ରକାଶ କରିଛନ୍ତି। ଏ ନେଇ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଭଦ୍ରକ ରୋଟାରି କ୍ଲବ ସଭାପତି ଅଜିତ୍‌ କୁମାର ଦାସ, ଡା. ସୁଧୀରଞ୍ଜନ ନାୟକ, ଇଂ. ଅମ୍ବିକା ବଲ୍ଲଭ ସ୍ବାଇଁ, ଭଦ୍ରକ ଜିଲା ଯକ୍ଷ୍ମା ପ୍ରକଳ୍ପ ସଂଯୋଜକ ନିବାସ ପାଢ଼ୀ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।  


All Right Reserved By

ବାଲେଶ୍ୱର

ଧାନର  ଅଭାବୀ ବ୍ରିକି: ଜିଲା ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ

ଧାନର ଅଭାବୀ ବ୍ରିକି: ଜିଲା ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ

ବାଲେଶ୍ୱର ଅଫିସ,୨୦।୩:  ବାଲେଶ୍ୱର ଜିଲାରେ ଧାନର ଅଭାବୀ ବିକ୍ରି ଦିନକୁ ଦିନ ବଢ଼ିବାରେ ଲାଗିଛି। ଉତ୍ପାଦନ ତୁଳନାରେ ସରକାର କମ୍‌ ଟାର୍ଗେଟ ରଖି ଧାନ କିଣିବାରୁ ଅନେକ ଚାଷୀ ଧାନ ବିକି  ନ ପାରି ହତାଶ ହୋଇଛନ୍ତି। ସରକାର ବଳକା ଧାନ କିଣିବେ ବୋଲି କହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ ା  ଏହାର ପ୍ରତିବାଦରେ ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ବରୁଣସିଂ, ଶେରଗଡ଼, ମହାରାଜପୁର ପଞ୍ଚାୟତର ଚାଷୀମାନେ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଘେରାଉ କରିଥିଲେ।  ଦାବି ପୂରଣ ନ ହେଲେ ଆସନ୍ତା ୨୯ ତାରିଖରେ ସେମାନେ  ଜାତୀୟ ରାଜପଥରେ ଆମରଣ ଅନଶନ କରିବେ ଚେତାବନୀ ଦେଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। 

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ଜାତୀୟ ରାଜପଥ ୫୨୦ର ରିମୁଳିଠାରୁ କୋଇଡା ପର୍ଯ୍ୟନ୍ତ ଚାରିଲେନ୍‌ ରାସ୍ତା କାମ ଚାଲୁ ରହିଛି। ଏହି କାମ ପାଇଁ ପ୍ରଥମେ ୨୦୧୧ ମସିହାରେ ଟେଣ୍ଡର ହୋଇଥିଲା।

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ମୌଳିକ ସୁବିଧାରୁ ବଞ୍ଚିତ ବାଂଶପାଳ ବ୍ଲକର କେନ୍ଦୁଘାଟି ଓ କାଶିଆ ଗ୍ରାମର ଲୋକମାନେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବା ସହ ପ୍ରଚାର ପାଇଁ ନେତାଙ୍କୁ ଗ୍ରାମରେ ପୂରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। 

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

ମଣ୍ଡିରେ କିଣା ହେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ୫ଘଣ୍ଟା ପ୍ରତିବାଦ

କପ୍ତିପଦା,୨୦ା୩ (ଡି.ଏନ.ଏ)- ମଣ୍ଡି ଠିକ୍‌ ସମୟରେ ଖୋଲୁନି। ଖୋଲିଲେ ବି ଚାଷୀଙ୍କ ଧାନ କିଣାଯାଉନି। ମିଲର ଏବଂ ପ୍ରଶାସନର ଭିତିରି ସମ୍ପର୍କ ହେତୁ ଚାଷୀଙ୍କ ଧାନ ମଣ୍ଡିରେ କିଣାଯାଉନି ।

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ତିହିଡ଼ି, ୨୦।୩ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସେବା ସମବାୟ ସମିତିରେ ୧ ହଜାର ବସ୍ତା ଧାନ ପଡ଼ିରହିଛି। ମିଲର ଧାନ ଉଠାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ବିଜେଡିର ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: ବାସୁଦେବପୁର ୧୭ ନଂ. ଜୋନ୍‌ର ଦଳୀୟ ସମାବେଶ

ବିଜେଡିର ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ: ବାସୁଦେବପୁର ୧୭ ନଂ. ଜୋନ୍‌ର ଦଳୀୟ ସମାବେଶ

ବାସୁଦେବପୁର, ୨୦।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୧୭ ନଂ. ଜିଲା ପରିଷଦ ଜୋନ୍‌ର ଆରୁହା ପଞ୍ଚାୟତର ଟେରାଛକଠାରେ ବିଜେଡିର ହକ୍‌ ମାଗୁଡି ଓଡ଼ିଶା କାର୍ଯ୍ୟକ୍ରମ ଯୁବ ବିଜେଡି ସଭାପତି ଅସିତ୍‌ ଦାଶଙ୍କ ସଭାପତିତ୍ୱରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। 

୧୦୦୦ ଲିଟର ମଦ ବୋଝେଇ ବୋଲେରୋ ଜବତ

୧୦୦୦ ଲିଟର ମଦ ବୋଝେଇ ବୋଲେରୋ ଜବତ

ଭଦ୍ରକ ଅଫିସ, ୨୦।୩: ଭଦ୍ରକ ଜିଲା ମିର୍ଜାପୁର ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ପୁରୁଣା ବଜାର ପୋଲିସ ୧୦୦୦ ଲିଟର ଦେଶୀ ମଦ ବୋଝେଇ ଏକ ବୋଲେରୋ ଜବତ କରିଛି l 

ଦୂଷିତ ପାଣି ନେଲାଣି ୧୫ ଜୀବନ:  ବ୍ୟାପୁଛି କିଡ୍‌ନୀ ବେମାରୀ

ଦୂଷିତ ପାଣି ନେଲାଣି ୧୫ ଜୀବନ: ବ୍ୟାପୁଛି କିଡ୍‌ନୀ ବେମାରୀ

ଆନନ୍ଦପୁର, ୨୦।୩(ସ୍ବ.ପ୍ର.)- ଆନନ୍ଦପୁର ବ୍ଲକ କୋଡ଼ପଡା ପଞ୍ଚାୟତର ତନେଇପାଳ ଗାଁ। ଦୀର୍ଘ ବର୍ଷ ଧରି ଯେଉଁଠି ମୁଖ୍ୟ ସମସ୍ୟା ହେଉଛି କିଡ୍‌ନୀ ରୋଗ।

୬୭ ବର୍ଷରେ ଦୋଳ ମେଳଣ: ମଣ୍ଡପରେ ଶୋଭା ପାଉଛନ୍ତି ରାଧାକୃଷ୍ଣ

୬୭ ବର୍ଷରେ ଦୋଳ ମେଳଣ: ମଣ୍ଡପରେ ଶୋଭା ପାଉଛନ୍ତି ରାଧାକୃଷ୍ଣ

ଝୁମ୍ପୁରା, ୨୦।୩ (ଡି.ଏନ.ଏ.)-ଝୁମ୍ପୁରା ଦୋଳ ପଡିଆ ଠାରେ ୧୬ ତାରିଖଠାରୁ ଆରମ୍ଭ ହୋଇଛି ଦୋଳ ଉତ୍ସବ।  ପରମ୍ପରାର ସ୍ମୃତି ବହନ କରୁଥିବା ଝୁମ୍ପୁରା ଦୋଳ ଉତ୍ସବ ଚଳିତ ବର୍ଷ ୬୭ ବର୍ଷରେ ପଦାର୍ପଣ କରିଛି। ଉତ୍ସବ ଆରମ୍ଭରୁ ପ୍ରତିକୂଳ ପାଗ ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଭିଡ କିଛିଟା କମ୍‌ ପରିଲକ୍ଷିତ ହେଉଥିଲେ ହେଁ, ଗ୍ରାମବାସୀଙ୍କ ଭିତରେ ଉତ୍ସାହ କମ ହୋଇନାହିଁ। 

ନିର୍ବାଚନ ଲାଗି ପୋଲିସ ଅଧିକାରୀଙ୍କୁ ତାଲିମ: ‘ଦାୟିତ୍ୱ ପାଳନ ବେଳେ ନିରପେକ୍ଷତା ଅବଲମ୍ବନ କର’

ନିର୍ବାଚନ ଲାଗି ପୋଲିସ ଅଧିକାରୀଙ୍କୁ ତାଲିମ: ‘ଦାୟିତ୍ୱ ପାଳନ ବେଳେ ନିରପେକ୍ଷତା ଅବଲମ୍ବନ କର’

ବାଲେଶ୍ୱର ଅଫିସ, ୨୦।୩-ବାଲେଶ୍ୱର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ମଙ୍ଗଳବାର ଆଗାମୀ ସାଧାରଣ ନିର୍ବାଚନ-୨୦୧୯ କାର୍ଯ୍ୟରେ ମୁତୟନ ହେବାକୁ ଥିବା ପୋଲିସ ଅଧିକାରୀମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଏଟିଏମ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌

ଏଟିଏମ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌

ବସ୍ତା, ୨୦।୩(ସ୍ବ.ପ୍ର)-ସିଂଲା ଥାନା ରଘୁନାଥପୁର ପଞ୍ଚାୟତର କାଣ୍ଡଗାଁସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌କୁ ଦୁର୍ବୁତ୍ତମାନେ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ କରିନେଇଛନ୍ତି। ଏନେଇ ବ୍ୟାଙ୍କର ଶାଖା ପରିଚାଳକଙ୍କ ଥାନାରେ ଲିଖିତ ଅଭିଯୋଗ ପରେ ବାଲେଶ୍ୱର ଏସ୍‌ପିଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। 

ପରିବେଶ ଆଇନ ଉଲ୍ଲଘଂନ ମହଙ୍ଗା ପଡିଲା:  ସେକସରାଇ ବାଲିଖାଦାନ ବନ୍ଦ କଲେ ତହସିଲଦାର

ପରିବେଶ ଆଇନ ଉଲ୍ଲଘଂନ ମହଙ୍ଗା ପଡିଲା: ସେକସରାଇ ବାଲିଖାଦାନ ବନ୍ଦ କଲେ ତହସିଲଦାର

ଜଳେଶ୍ୱର, ୨୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ସେକ୍‌ସରାଇ(ଖ) ବାଲିଖାଦାନରେ ସମସ୍ତ ପରିବେଶ ଆଇନକୁ ଉଲ୍ଲଂଘନ କରାଯାଇ ବେଆଇନ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ହୋଇଥିଲା।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା