ବାଲେଶ୍ୱର

ଜବରଦଖଲରେ ବାବା ଆଖଣ୍ଡଳମଣିଙ୍କ ଜମି

ଜବରଦଖଲରେ ବାବା ଆଖଣ୍ଡଳମଣିଙ୍କ ଜମି

ଆରଡ଼ି, ୨୩।୨ (ଡି.ଏନ.ଏ.) - ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ  ବାବା ଆଖଣ୍ଡଳମଣିଙ୍କ ନାମରେ ଥିବା ୭୦ ଡେସିମିଲ ଭୂସମ୍ପତ୍ତିକୁ ଜଣେ ବ୍ୟକ୍ତି ଜବରଦଖଲ କରିଛନ୍ତି। ସେ ଚଞ୍ଚକତା କରି ଏହି ଜମିକୁ ନିଜ ନାମରେ କରାଇ ନେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଜବରଦଖଲ ଉଚ୍ଛେଦ ନ ହେଲେ ମନ୍ଦିର ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି କରିବା ସହ ଆନ୍ଦୋଳନ କରିବେ ବୋଲି ସେବାୟତମାନେ ଚେତାବନୀ ଦେଇଛନ୍ତି। ଏଥିସହିତ ସ୍ଥାନୀୟ ବାସିନ୍ଦା ମନ୍ଦିର ପରିଚାଳକଙ୍କୁ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଦାବି ଜଣାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ପରିଚାଳକ ବିଦ୍ୟାଧର ପଲାଇ ଜବରଦଖଲକୁ ନେଇ ଉପୁଜିଥିବା ଆଇନଗତ ବିବାଦ ସମ୍ପର୍କରେ ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତ ଓ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ପୀତାମ୍ବର ସାମଲଙ୍କୁ ଜଣାଇଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ମନ୍ଦିର ପରିଚାଳକ ଶୁକ୍ରବାର ମଧ୍ୟାହ୍ନରେ ଆରଡ଼ି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ଉଲ୍ଲେଖନୀୟ ଯେ, ଦେଶ ସ୍ବାଧୀନତା ପୂର୍ବରୁ କନିକାରାଜା ଶ୍ରୀଶ୍ରୀ ଆଖଣ୍ଡଳେଶ୍ୱର ମହାଦେବଙ୍କ ନାମରେ ଏହି ସମ୍ପତ୍ତି ରେଜିଷ୍ଟ୍ରି କରିଥିଲେ। ପରବର୍ତ୍ତୀ ସମୟରେ ୧୯୭୦ ମସିହାରେ ଉକ୍ତ ଜମିରୁ ୧୦ ଡେସିମିଲ କେତେକ ବ୍ୟକ୍ତି ନିଜ ନାମରେ କରିବାକୁ ଦେବୋତ୍ତର ବିଭାଗ ନିକଟରେ ଆବେଦନ କରିଥିଲେ। ପରେ ଏ ବିଷୟରେ ଆଲୋଚନା କରାଯାଇ ଆପୋଷ ବୁଝାମଣା କରାଯାଇଥିଲା। କିନ୍ତୁ  ୧୯୮୨ ମସିହା ସେଟେଲମେଣ୍ଟ ବେଳେ ସମସ୍ତ ଜମିକୁ ଦୁଇଜଣ ବ୍ୟକ୍ତି ନିଜ ନାମରେ କରାଇ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ବଂଶଧର ଏବେ ସେହି ଜମି ଚାରିପଟେ ବାଡ଼ ବୁଜି ନିଜ ଆୟତ୍ତକୁ ଆଣୁଥିବା ଲୋକେ ଅଭିଯୋଗ କରିଥିଲେ। ତୁରନ୍ତ ଉକ୍ତ ଜମି ଜବରଦଖଲ ଉଚ୍ଛେଦ କରାଯାଇ ସମସ୍ତ ଜମିକୁ ଆଖଣ୍ଡଳେଶ୍ୱର ମହାଦେବଙ୍କ ନାମରେ ରଖାଯିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ କହିଛନ୍ତି, ଜବରଦଖଲ ବାବଦରେ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଯାଇଛି। ସମାଧାନ ପାଇଁ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆରଡ଼ି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ କହିଛନ୍ତି ଯେ, ଜମି ଜବରଦଖଲ ନେଇ ମନ୍ଦିର ପରିଚାଳକ ଲିଖିତ ଭାବେ ଜଣାଇଛନ୍ତି। କ୍ଷେତ୍ର ପରିଦର୍ଶନ ପରେ ପଦକ୍ଷେପ ନିଆଯିବ।  


All Right Reserved By

ବାଲେଶ୍ୱର

ବଡବିଲରେ ଆର୍ଥିକ ଦୁର୍ବଳଙ୍କୁ ମିଳିବ ମାଗଣା ଆମ୍ବୁଲାନ୍ସ ସେବା

ବଡବିଲରେ ଆର୍ଥିକ ଦୁର୍ବଳଙ୍କୁ ମିଳିବ ମାଗଣା ଆମ୍ବୁଲାନ୍ସ ସେବା

ବଡବିଲ, ୨୧।୩ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳରେ ଆର୍ଥିକ ଦୁର୍ବଳଙ୍କୁ ମାଗଣା ଆମ୍ବୁଲାନ୍ସ ସେବା ମିଳିବ। ସ୍ଥାନୀୟ ଏକ ଘରୋଇ କମ୍ପାନୀ ଦ୍ୱାରା ଯୁବ ସଙ୍ଗଠନ ପ୍ରୟାସକୁ ଏହି ଆମ୍ବୁଲାନ୍ସ ହସ୍ତାନ୍ତର କରାଯାଇଥିଲାବେଳେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ସଂପୃକ୍ତ ଘରୋଇ କମ୍ପାନୀର ପଦାଧିକାରୀ ଯୋଗଦେଇ ଥିଲାବେଳେ ସଙ୍ଗଠନର କର୍ମକର୍ତ୍ତା, ସଦସ୍ୟ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ।

ହଜିବାକୁ ବସିଲାଣି ଚଟିଆ

ହଜିବାକୁ ବସିଲାଣି ଚଟିଆ

କେନ୍ଦୁଝର, ୨୧।୩ (ସ୍ବ.ପ୍ର)- ଏକଦା ଗାଗଣ୍ଡା ଓ ସହର ଘରବାଡି, ଗଛରେ ଭରପୁର ଥିବା ଚଟିଆ ଚଢେଇ ଆଉ ଦେଖିବାକୁ ମିଳୁନାହିଁ କିମ୍ବା ତାର ଶବ୍ଦ ଶୁଭୁନାହିଁ।  ଏଣେତେଣେ ବସୁଥିବା ମୋବାଇଲ ଟାଓ୍ବାର ପ୍ରଭାବରେ ଏମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ତେବେ ଏହା ସତ୍ତ୍ୱେ ରାସ୍ତା କଡରୁ କଟି ଯାଉଥିବା ଗଛ, ବାଡିବଗିଚାରେ ଲଗାଯାଉଥିବା ଅଦରକାରୀ ସୌଖୀନ ଗଛ, କଙ୍କ୍ରିଟ ଜଙ୍ଗଲ ଯୋଗୁଁ ବୃଦ୍ଧି ପାଉଥିବା ଉତ୍ତାପ ଏହି ଚଢେଇର ଲୋପ ହେବାର କାରଣ ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି।

ମିଳୁନି ପରିଶ୍ରମର ମୂଲ୍ୟ : ପାଳୁଅ ଚାଷକୁ ମିଳୁନି ପ୍ରୋତ୍ସାହନ

ମିଳୁନି ପରିଶ୍ରମର ମୂଲ୍ୟ : ପାଳୁଅ ଚାଷକୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ୨୧।୩ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ବଣପାହାଡ ଅଞ୍ଚଳରେ ବିଶେଷ କରି ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଆଦି ଆଦିବାସୀ ଅଧ୍ୟୁଷିତ ଇଲାକାରେ ଜଳବାୟୁ ପାଳୁଅ, ହଳଦୀ, ଅଦା, ଖମ୍ବଆଳୁ, ଓଲୁଅ, ସାରୁ ଆଦି ଚାଷ ପାଇଁ ଅନୁକୂଳ।  ଏଥିପାଇଁ ବଜାର ବ୍ୟବସ୍ଥା ଏବଂ ପ୍ରୋତ୍ସାହନ ମିଳିଲେ ଏହି ଚାଷ କରୁଥିବା ବନବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ ।  ଏହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେଲେ ସେମାନେ ଜଙ୍ଗଲ କାଟି କାଠ ବିକିବା କାମରୁ ନିବୃତ ହୋଇ ପାରିବେ ବୋଲି ମତ ପ୍ରକାଶ ପାଉଛି।

ଶିକୁଳିରେ ବନ୍ଧା ଦୈତାରୀଙ୍କ ଜୀବନ

ଶିକୁଳିରେ ବନ୍ଧା ଦୈତାରୀଙ୍କ ଜୀବନ

ରାଇସୁଆଁ, ୨୧।୩ (ଡି.ଏନ.ଏ.)-ସରକାର ଗରିବ ନିରାଶ୍ରୟ ଏବଂ ଅସହାୟ ମାନସିକ ରୋଗୀଙ୍କ ଥଇଥାନ ପାଇଁ ଯୋଜନା ପରେ ଯୋଜନା କରିଛନ୍ତି। ମାତ୍ର କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଉପର କୁସୁମିତା ଗ୍ରାମର ପୂର୍ବତନ ପ୍ରାଥମିକ ଶିକ୍ଷକ ଦୈତାରୀ ପ୍ରଧାନଙ୍କ କ୍ଷେତ୍ରରେ ଏହା  ଦେଖିବାକୁ ମିଳିନାହିଁ। ତାଙ୍କ ବୟସ ୬୫ରୁ ଊର୍ଦ୍ଧ୍ୱ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେ ବାଂଶପାଳ ବ୍ଲକର ପଣସନେସା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଆଦିବାସୀଙ୍କୁ ଶିକ୍ଷାଦାନ କରିବା ସହ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଚେଷ୍ଟା କରିବା ସହ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ବହୁ ଚେଷ୍ଟା କରୁଥିଲେ।

ଭୁଆବନ୍ଧରେ ମାଟି ଖନନକୁ ଗ୍ରାମବାସୀଙ୍କ ବିରୋଧ

ଭୁଆବନ୍ଧରେ ମାଟି ଖନନକୁ ଗ୍ରାମବାସୀଙ୍କ ବିରୋଧ

ଭୋଗରାଇ,୨୧।୩(ଡି.ଏନ.ଏ.)- ବାଲେଶ୍ୱର ଜିଲାରେ  ଭୋଁସଲା ସାହେବ ଅମଳରେ ନିର୍ମିତ ବାଟଗ୍ରାମ-ମାନକୁଣ୍ଡା ବନ୍ୟା  ପ୍ରତିରୋଧ ଭୁଆବନ୍ଧର  ଉତ୍ତରପାର୍ଶ୍ୱ ତଳେ ଡ୍ରେନେଜ ବିଭାଗ ପକ୍ଷରୁ ମାଟି ଖନନ କରାଯାଥିବାରୁ ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ସୁବର୍ଣ୍ଣରେଖାର ବନ୍ୟା ଦାଉରୁ ରକ୍ଷା ପାଇଁ ଦକ୍ଷିଣ ଭୋଗରାଇର ୩୨ ପଞ୍ଚାୟତର ଜନସାଧାରଣଙ୍କୁ ଏହି ବନ୍ଧ ସୁରକ୍ଷା ଦେଇଆସୁଛି।

ତିନି ପଞ୍ଚାୟତରେ ଘରେ ଘରେ ଶଙ୍ଖ

ତିନି ପଞ୍ଚାୟତରେ ଘରେ ଘରେ ଶଙ୍ଖ

ହାଟଡିହୀ, ୨୧।୩(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହୀ ବ୍ଲକର ତିନି ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଞ୍ଚୋଳ, ପଞ୍ଚୁଗୋଛିଆ ଓ ଅକାରୁଆ ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଇଞ୍ଚୋଳ ପଞ୍ଚାୟତରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଓ ଅଭିମନ୍ୟୁ ସେଠୀଙ୍କ ନେତୃତ୍ୱରେ ଜିଲା ସଭାପତି ବିମ୍ବାଧର ବିଶ୍ୱାଳ ଉକ୍ତ କାର୍ଯ୍ୟକ୍ରମକୁ ଶଙ୍ଖ ଫୁଙ୍କି ଉଦ୍‌ଘାଟନ କରିଥିଲେ ।

କଂଗ୍ରେସର ପ୍ରାକ୍‌  ନିର୍ବାଚନୀ ରାଲି

କଂଗ୍ରେସର ପ୍ରାକ୍‌ ନିର୍ବାଚନୀ ରାଲି

ଆନନ୍ଦପୁର,୨୧। ୩(ସ୍ବ.ପ୍ର.)- ଆନନ୍ଦପୁର ନିର୍ବାଚନମଣ୍ଡଳୀର ଗୟଳମୁଣ୍ଡା ଠାରେ କଂଗ୍ରେସ  ପକ୍ଷରୁ ଏକ ନିର୍ବାଚନ ରାଲି ଦଖିବାକୁ ମିଳିଛି। ଗୟଳମୁଣ୍ଡା ପଞ୍ଚାୟତର ଭାଲୁଘେରା ଠାରୁ ଏହି ରାଲି ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିବା ସହିତ କୋହ୍ଲଡିହା ନିକଟ ଏକ ପଡିଆରେ କର୍ମୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। 

ରଜାବନ୍ଧ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କଲେ

ରଜାବନ୍ଧ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କଲେ

ଚମ୍ପୁଆ, ୨୧।୩(ଡି.ଏନ.ଏ.)- ଦୀର୍ଘଦିନ ଧରି ପୋତିହୋଇ ପଡିଥିବା ଚମ୍ପୁଆ ରଜାବନ୍ଧର କରାଯାଉଥିବା ପୁନରୁଦ୍ଧାର କାର୍ଯ୍ୟକୁ ବୁଧବାର ଜିଲା କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ସୁଧାକର ବେହେରା ତଦାରଖ କରିଛନ୍ତି।

ମେଧାବୃତ୍ତି ପରୀକ୍ଷା ଫଳ: ମଧୁସୂଦନ ପାତ୍ର ପ୍ରଥମ

ମେଧାବୃତ୍ତି ପରୀକ୍ଷା ଫଳ: ମଧୁସୂଦନ ପାତ୍ର ପ୍ରଥମ

ଆନନ୍ଦପୁର, ୨୧। ୩(ସ୍ବ.ପ୍ର.)-ଚଳିତ ଶିକ୍ଷାବର୍ଷ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାଫଳ ପ୍ରକାଶ ପାଇଛି। ଆନନ୍ଦପୁର ପୌରପରିଷଦ ଘସିପୁରାଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ର ମଧୁସୂଦନ ପାତ୍ର ୮୫ ପ୍ରତିଶତ ମାର୍କ ରଖି ପୌରପରିଷଦରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ମିନି ଟ୍ରକ ଧକ୍କାରେ ଯୁବକ ମୃତ

ମିନି ଟ୍ରକ ଧକ୍କାରେ ଯୁବକ ମୃତ

ବାରିପଦା ଅଫିସ,୨୧।୩-ମୟୂରଭଞ୍ଜଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଜାମବଣି ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ଚିପ୍ସ ବୋଝେଇ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। 

ବିଦେଶୀ ମଦ ଜବତ, ଜଣେ ଗିରଫ

ବିଦେଶୀ ମଦ ଜବତ, ଜଣେ ଗିରଫ

ହାଟଡିହୀ, ୨୧।୩(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ନନ୍ଦିପଦା ଥାନା ଜଳସରପୁର ଗ୍ରାମର ଖଗେଶ୍ୱର ରାଉତଙ୍କୁ ମଦ ବିକ୍ରି କରୁଥିବା ଅଭିଯୋଗରେ ନନ୍ଦିପଦା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

କଂଗ୍ରେସ ଛାଡ଼ିଲେ ଜଳେଶ୍ୱର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ, କହିଲେ ଏହା ଏବେ ବ୍ୟବସାୟୀଙ୍କ ଦଳ ହୋଇଯାଇଛି

କଂଗ୍ରେସ ଛାଡ଼ିଲେ ଜଳେଶ୍ୱର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ, କହିଲେ ଏହା ଏବେ ବ୍ୟବସାୟୀଙ୍କ ଦଳ ହୋଇଯାଇଛି

ଭୁବନେଶ୍ୱର,୨୧।୩(ବ୍ୟୁରୋ): କଂଗ୍ରେସରୁ ଇସ୍ତଫା ଦେଲେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ। କଂଗ୍ରେସ ଏବେ ସାଧାରଣ ଲୋକଙ୍କ ଦଳ ହୋଇ ରହିନାହିଁ, ବରଂ ବ୍ୟବସାୟୀଙ୍କ ଦଳ ହୋଇଯାଇଛି ବୋଲି ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ଏଥିସହ ଦଳରେ ତାଙ୍କୁ ଅବହେଳା କରାଯାଉଥିବାରୁ ଗୁରୁବାର ସେ ଦଳ ଛାଡ଼ିଥିବା ପ୍ରକାଶ କରିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା