ବାଲେଶ୍ୱର

ବି ଏଣ୍ଡ ଏ କାରଖାନା ସମ୍ମୁଖରେ ଶ୍ରମିକଙ୍କ ଧାରଣା

ବି ଏଣ୍ଡ ଏ କାରଖାନା ସମ୍ମୁଖରେ ଶ୍ରମିକଙ୍କ ଧାରଣା

ରେମୁଣା, ୨୩।୨(ଡି.ଏନ.ଏ.)-ରେମୁଣା ବାଲଗୋପାଲପୁରସ୍ଥିତ ‘ବି ଏଣ୍ଡ ଏ ପ୍ୟାକେଜିଂ ଇଣ୍ଡିଆ ଲିମିଟେଡ’ କାରଖାନାର ଶ୍ରମିକ ଏବଂ କର୍ମଚାରୀ ୨୦ ଦଫା ଦାବି ନେଇ ଶୁକ୍ରବାରଠାରୁ କାରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଅନ୍ୟାୟ ଭାବେ ଚାକିରିରୁ ବହିଷ୍କାର କରାଯାଇଥିବା ୨ଜଣଙ୍କୁ  ପୁନଃ ନିଯୁକ୍ତି, କର୍ମଚାରୀଙ୍କ ଉପରୁ ମିଥ୍ୟା ଅଭିଯୋଗ ପ୍ରତ୍ୟାହାର, ପ୍ରକଳ୍ପରେ ହେରଫେର ଏବଂ ନିମ୍ନମାନର କାମର ତଦନ୍ତ, କର୍ତ୍ତୃପକ୍ଷଙ୍କ ଅନାବଶ୍ୟକ ହସ୍ତକ୍ଷେପ ବନ୍ଦ କରିବା, ଶ୍ରମିକଙ୍କୁ ଯଥା ସମୟରେ ପ୍ରାପ୍ୟ ପ୍ରଦାନ କରିବା, ସାଇକେଲ ଓ ମୋଟର ସାଇକେଲ ପାଇଁ ପାର୍କିଂ ବ୍ୟବସ୍ଥା କରିବା ଦାବିରେ ଏହି ଧାରଣା ଦିଆଯାଇଛି ା ଦାବିଗୁଡିକ ମଧ୍ୟରୁ ଅନେକ ଅପ୍ରାସଙ୍ଗିକ ଏବଂ ଆଉ କେତୋଟି ଦାବି ନିଶ୍ଚିତ ପୂରଣ କରାଯିବ ବୋଲି ସେମାନେ କହିଛନ୍ତି। ତେବେ ଧାରଣାରତ ଶ୍ରମିକମାନେ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ କରିବେ ବୋଲି  କହିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଜାରି ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ୧ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ା


All Right Reserved By

ବାଲେଶ୍ୱର

ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ନିର୍ମମ ହତ୍ୟା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ନିର୍ମମ ହତ୍ୟା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

କୋଳିମାଟି(ଡି.ଏନ.ଏ)/ଆନନ୍ଦପୁର(ସ୍ବ.ପ୍ର.),୨୬ା୦୩: କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଘସିପୁରା ଥାନା ଅଧିନରେ ଧକୋଠା ବଜାରରେ ଘଟିଛି ଏକ ଅଭାବନୀୟ ଘଟଣା।

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

କେନ୍ଦୁଝର, ୨୬ା୩ (ସ୍ବ.ପ୍ର.)-ସଦର ବ୍ଲକ ବୋଦାପଳସା ପଞ୍ଚାୟତ ଅଧୀନ କବିତ୍ରା ଗ୍ରାମ ସମସ୍ୟାକୁ ନେଇ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ ହେଁ ସମାଧାନ ହେଉନଥିବାରୁ ଜୋରଦାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଦକ୍ଷେପ ନ ନେଲେ ବାଧ୍ୟ ହୋଇ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଗ୍ରାମରେ କୌଣସି ଉନ୍ନତି ମୂଳକ କାମ ହେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରି ସୋମବାର ଜିଲାପାଳ ଙ୍କ କାର୍ଯ୍ୟାଳୟରେ ପୁଣି ଦାବିପତ୍ର ପ୍ରଦାନ କରିଛନ୍ତି। 

ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଯୁବକ ଗିରଫ

ପାଟଣା,୨୬।୩(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ବେଗନା ପଞ୍ଚାୟତ ସୁହାଗପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗରେ ଜଣେ ୨୧ ବର୍ଷର ଯୁବକଙ୍କୁ  ପାଟଣା ପୋଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। 

ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା:ଭଦ୍ରକରୁ ପ୍ରଦୀପ, ଭଣ୍ଡାରିପୋଖରୀରୁ ବଦ୍ରିନାରାୟଣ

ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା:ଭଦ୍ରକରୁ ପ୍ରଦୀପ, ଭଣ୍ଡାରିପୋଖରୀରୁ ବଦ୍ରିନାରାୟଣ

ଭଦ୍ରକ ଅଫିସ, ୨୬।୩- ସୋମବାର ଭାଜପା ପକ୍ଷରୁ ଭଦ୍ରକର ୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରୁ ଭଦ୍ରକ ବିଧାନସଭା ଆସନ ପାଇଁ ଡା. ପ୍ରଦୀପ ନାୟକ ଓ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର ପାଇଁ ବଦ୍ରିନାରାୟଣ ଧଳଙ୍କ ନାମ ଘୋଷଣା ହୋଇଛି। ଏହି ଦୁଇଜଣଙ୍କ ନାମ ଘୋଷଣା ପରେ ଭଦ୍ରକ ଜିଲାର ୫ ବିଧାନସଭା କ୍ଷେତ୍ର ଲାଗି ସମସ୍ତ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି। 

ରାଉତପଡ଼ାରେ ‘ଘରେ ଘରେ ଶଙ୍ଖ’

ରାଉତପଡ଼ାରେ ‘ଘରେ ଘରେ ଶଙ୍ଖ’

ରୂପ୍‌ସା, ୨୬।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡ଼ା ପଞ୍ଚାୟତରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳାମୋର୍ଚ୍ଚା ସଭାପତି ପୂର୍ବତନ ସରପଞ୍ଚ ମିନତୀ ଯେନାଙ୍କ ପୌରୋହିତ୍ୟରେ ଏକ ସଭା ହୋଇଥିଲା। 

ଯୁବତୀଙ୍କୁ ହତ୍ୟା ଘଟଣା:ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ

ଯୁବତୀଙ୍କୁ ହତ୍ୟା ଘଟଣା:ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ

ରେମୁଣା, ୨୬।୩(ଡି.ଏନ.ଏ.)-ରେମୁଣା ଥାନା ନରହରିପୁର ପଞ୍ଚାୟତ ଅଧୀନ ବାଙ୍ଗର ଗାଁର ହରିଶ୍ଚନ୍ଦ୍ର ବେହେରାଙ୍କ ଝିଅ ସୁପ୍ରିୟା (୨୦)ଙ୍କୁ  ଗତ ୧୪ ତାରିଖରେ  ଏକ ବାଉଁଶବୁଦା ନିକଟରେ ଗଳା କାଟି ହତ୍ୟା କରାଯାଇଥିଲା। 

ଡକାୟତି ଯୋଜନା ପଣ୍ଡ, ମାରଣାସ୍ତ୍ର ସହ ୯ ଗିରଫ

ଡକାୟତି ଯୋଜନା ପଣ୍ଡ, ମାରଣାସ୍ତ୍ର ସହ ୯ ଗିରଫ

ବାଲେଶ୍ୱର ଅଫିସ, ୨୫।୩-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅନ୍ତର୍ଗତ ଫିରିଙ୍ଗିପାଟଣା ଅଞ୍ଚଳର ଏକ ପରିତ୍ୟକ୍ତ ଘରେ ରବିବାର ରାତି ପ୍ରାୟ ୧୨ଟା ୪୦ମିନିଟ୍‌ରେ ୯ଜଣ ଡକାୟତ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପାଟ୍ରୋଲିଂ କରୁଥିବା ପୋଲିସ ହାତରେ ଧରାପଡ଼ିଛନ୍ତି। 

ମୁଣ୍ଡା ସମ୍ପ୍ରଦାୟର ବାଆବଙ୍ଗା ପରବ:  ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ବି ଗୁରୁତ୍ୱ

ମୁଣ୍ଡା ସମ୍ପ୍ରଦାୟର ବାଆବଙ୍ଗା ପରବ: ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ବି ଗୁରୁତ୍ୱ

ବାରିପଦା ଅଫିସ,୨୪।୩- ଶିମିଳିପାଳ ମୁଣ୍ଡାରୀ ସଙ୍ଗୀତ ନୃତ୍ୟ କଳାବିକାଶ କେନ୍ଦ୍ର ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲା ଶାମାଖୁଣ୍ଠା ବ୍ଲକ ଅନ୍ତର୍ଗତ ବଡ଼କୁଚିଆମରା ଗ୍ରାମରେ ମୁଣ୍ଡା ସମାଜର ବାଆବଙ୍ଗା ପରବ ପାଳିତ ହୋଇଯାଇଛି।

ବିଦ୍ୟୁତ ନେଲା ମହିଳାଙ୍କ ଜୀବନ

ବିଦ୍ୟୁତ ନେଲା ମହିଳାଙ୍କ ଜୀବନ

ଯୋଡା, ୨୫।୩ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସ୍ଥିତ ଗୁରୁବେଡା ପିଏଚ୍‌ଡି ଲାଇନ ଯାଇଥିବା ଏକ ବିଦ୍ୟୁତ ତାରରେ  କରେଣ୍ଟ ଲାଗି ଜଣେ ଅଚିହ୍ନା ମହିଳାଙ୍କ ମୃତ୍ୟୁ ଘଟିଛି । 

ଜବରଦଖଲରେ ବିଶ୍ରାମାଗାର  ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଜବରଦଖଲରେ ବିଶ୍ରାମାଗାର ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ଧାରଣା

ଭୋଗରାଇ,୨୫।୩(ଡି.ଏନ.ଏ.)-ସରକାରୀ ଗୃହ ଜବରଦଖଲମୁକ୍ତ ଦାବିରେ ଭୋଗରାଇ ବ୍ଲକ ଜୟରାମପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସୋମବାର ଭୋଗରାଇ ତହସିଲ କାର୍ଯ୍ୟାଳୟରେ ୪ ଘଣ୍ଟା ପ୍ରତୀକ ଧାରଣା ଦେଇଥିଲେ। 

ଖୁମକୁଟ୍‌ଠାରେ ହାତୀଛୁଆ ମୃତ

ଖୁମକୁଟ୍‌ଠାରେ ହାତୀଛୁଆ ମୃତ

ସଜନାଗଡ଼, ୨୫।୩(ଡି.ଏନ.ଏ.)-ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟର ଖୁମକୁଟ୍‌ଠାରେ ଏକ ଛୁଆହାତୀର ମୃତ୍ୟୁ ଘଟିଛି। ଏହା ଏକ ଅଣ୍ଡିରା ହାତୀ ଛୁଆ ଏବଂ ଏହାର ବୟସ ୧୦ବର୍ଷ। ଛୁଆହାତୀର ମୃତ୍ୟୁ ରକ୍ତହୀନତା କାରଣରୁ ହୋଇପାରେ ବୋଲି ଅନୁମାନ କରାଯାଉଛି। 

ଧାମରା ବନ୍ଦରରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଧାମରା ବନ୍ଦରରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଚାନ୍ଦବାଲି, ୨୫।୩ (ଡି.ଏନ.ଏ) - ଭଦ୍ରକ ଜିଲା ଧାମରା ବନ୍ଦରରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। 


Model This Week

ରଶ୍ମି
Why Dharitri