ସମ୍ପାଦକୀୟ |

ଭେଜାଲ ଚିକେନ୍‌

ଭେଜାଲ ଚିକେନ୍‌
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆପଣ ଖାଦ୍ୟ ବେପାରୀଙ୍କଠାରୁ ଏବଂ ସାଣ୍ଡ୍‌ଓ୍ବିଚ୍‌ ପ୍ରଭୃତିରେ ଚିକେନ୍‌ ନାମରେ ଯାହା କିଣନ୍ତି, ତାହା କ’ଣ ପ୍ରକୃତରେ ଚିକେନ୍‌? ବୋଧହୁଏ ନୁହେଁ। ସବ୍‌ଓ୍ବେ ହେଉଛି ଏକ ଗୋଷ୍ଠୀ ଯେଉଁମାନେ ସ୍ବାସ୍ଥ୍ୟ-ସଚେତନ ଗ୍ରାହକଙ୍କୁ ଟାର୍ଗେଟ୍‌ କରିଥାନ୍ତି, ଯେଉଁମାନେ ଅନ୍ୟ ଫାଷ୍ଟ୍‌ଫୁଡ୍‌ ଖାଇବାକୁ ପସନ୍ଦ କରନ୍ତି ନାହିଁ। ତେବେ ଏହା କ’ଣ ପ୍ରକୃତରେ ସ୍ବାସ୍ଥ୍ୟକର? ନିକଟରେ ସିବିସି ମାର୍କେଟ୍‌ପ୍ଲେସ୍‌ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସବ୍‌ଓ୍ବେ ଚିକେନ୍‌ ସାଣ୍ଡ୍‌ଓ୍ବିଚ୍‌ରେ ମାତ୍ର ୪୨.୮% ଚିକେନ୍‌ ବ୍ୟବହାର କରାଯାଇଥାଏ। ଓଭେନ୍‌ରେ ସେକାଯାଇଥିବା ଯେଉଁ ସାଲାଡ୍‌ ସାଣ୍ଡ୍‌ଓ୍ବିଚ୍‌କୁ ସେମାନେ ସ୍ବାସ୍ଥ୍ୟକର ବୋଲି ଦାବି କରନ୍ତି, ସେଥିରେ ମାତ୍ର ୫୩.୬% ଚିକେନ୍‌ ଥାଏ। ବାକି ସେଥିରେ ଥାଏ ଜିନ୍‌-ପରିବର୍ତ୍ତିତ ଶସ୍ତା ସୋୟା ପ୍ରୋଟିନ୍‌ ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ପରୀକ୍ଷା କରାଯାଇଥିବା ସାଣ୍ଡ୍‌ଓ୍ବିଚ୍‌ଗୁଡ଼ିକରେ ୫୦ଟି ଉପାଦାନ ମିଳିଛି ଏବଂ କେବଳ ଚିକେନ୍‌ରୁ ୧୬ଟି ଉପାଦାନ ମିଳିଛି। ଏହା ଟ୍ରେଣ୍ଟ ୟୁନିଭର୍ସିଟି ସ୍ଥିତ ଓ୍ବାଇଲ୍‌ଡଲାଇଫ୍‌ ଫରେନ୍‌ସିକ୍‌ ଡିଏନ୍‌ଏ ଲାବରେଟୋରୀରେ ପରୀକ୍ଷା କରାଯାଇଥିଲା। ସବ୍‌ଓ୍ବେରେ ବିକ୍ରି ହେଉଥିବା ତଥାକଥିତ ଚିକେନ୍‌ରେ ୮୫-୯୦% ଚିକେନ୍‌ ଥିବା ଜଣାପଡ଼ିଥିଲା। ପ୍ରକ୍ରିୟାକୃତ ଚିକେନ୍‌ ମଧ୍ୟ ଏକ ମିଶ୍ରଣ। ଅନ୍ୟ ଯେଉଁ ଚାରିଟା ଜିନିଷ ପରୀକ୍ଷା କରାଯାଇଥିଲା, ସେଗୁଡ଼ିକ ହେଉଛି: ଓ୍ବେଣ୍ଡିଜ୍‌, ମ୍ୟାକ୍‌ଡୋନାଲ୍‌ଡସ, ଏଏଣ୍ଡ୍‌ଡବ୍ଲ୍ୟୁ ଏବଂ ଟିମ୍‌ ହର୍ଟନ୍ସ। ଖାଦ୍ୟ ବିଜ୍ଞାନୀମାନଙ୍କ କହିବା ଅନୁସାରେ ଫୁଡ୍‌ ଚେନ୍‌ଗୁଡ଼ିକ ବିକ୍ରି କରୁଥିବା ମାଂସରେ ‘ରିଷ୍ଟ୍ରକ୍ଚର୍ଡ ଉତ୍ପାଦ ବ୍ୟବହାର କରନ୍ତି। ସେମାନେ ଏହାକୁ ପିଙ୍କ୍‌ ସ୍ଲାଇମ୍‌ ବୋଲି କୁହନ୍ତି। ଏହି ସ୍ଲାଇମ୍‌ (ବହଳିଆ ପଦାର୍ଥ)ର ଫଟୋ ଖାଦ୍ୟ ଶିଳ୍ପରେ କାମ କରୁଥିବା କେହି ଜଣେ ଲୁଚାଇ ନେଟ୍‌ରେ ଛାଡ଼ିଦେବା ଫଳରେ ୨୦୧୦ ମସିହାରୁ ଏହା ନେଟ୍‌ରେ ଉପଲବ୍ଧ ହେଉଛି। ପିଙ୍କ୍‌ ସ୍ଲାଇମ୍‌ ସମେତ ରିଷ୍ଟ୍ରକ୍ଚର୍ଡ ଉତ୍ପାଦରେ ଛୋଟ ମାଂସ ବା ବଟା ମାଂସ ରହିବା କଥା। କିନ୍ତୁ ଏଥିରେ ଅନ୍ୟାନ୍ୟ ଜିନିଷ, ରାସାୟନିକ ଦ୍ରବ୍ୟ, ପ୍ରଚୁର ମନୋସୋଡିୟମ୍‌ ଗ୍ଲୁଟାମେଟ୍‌ ବା ଏମ୍‌ଏସ୍‌ଜି (ଯାହା ସ୍ନାୟୁ ପାଇଁ ବିଷାକ୍ତ ଓ କ୍ଷତିକାରକ) ଏବଂ ଅଧିକ ସମୟ ରହିବା ଓ ସ୍ବାଦ ବଢ଼ାଇବା ପାଇଁ ତଥା ଫିଲର ହିସାବରେ ସୋୟା ପ୍ରୋଟିନ୍‌ ପ୍ରଭୃତି ମିଶାଯାଉଛି। ଏହି ମାଂସ ଏତେ ଦୁର୍ଗନ୍ଧଯୁକ୍ତ ଯେ ତାକୁ ଖାଇବା ଉପଯୋଗୀ କରିବା ପାଇଁ ସେଥିରେ ଏମ୍‌ଏସ୍‌ଜି ଓ ଅନ୍ୟାନ୍ୟ ଆଡିଟିଭ୍‌ ମିଶାଇବାକୁ ପଡ଼ିଥାଏ। ତା’ପରେ ରଙ୍ଗ ବି ଦିଆଯାଏ। ସ୍ଲାଇମ୍‌ରେ ଜୀବାଣୁ ଭର୍ତ୍ତି ହୋଇ ରହିଥିବାରୁ ତାକୁ ଜୀବାଣୁଶୂନ୍ୟ କରିବା ପାଇଁ ଆମୋନିଆରେ ବୁଡ଼ାଯାଏ। ତା’ପରେ ଏହାକୁ ବିଭିନ୍ନ କିସମର ଚିକେନ୍‌ଜାତ ଖାଦ୍ୟରେ ବ୍ୟବହାର କରାଯାଏ। ଚିକେନ୍‌ର ପ୍ରକ୍ରିୟାକରଣ କେମିତି କରାଯାଏ? ଏହା ଏକ ଭେଜାଲ ମିଶ୍ରଣକାରୀ ପ୍ରକ୍ରିୟା। ଯେଉଁ କୁକୁଡ଼ା ଆମକୁ ମୋଟା ଓ ମାଂସଳ ଦେଖାଯାଏ, ସେଥିରେ ୪୩% ପାଣି ଭର୍ତ୍ତି କରାଯାଇଥାଏ। ପ୍ରକୃତ କୁକୁଡ଼ା ମାଂସ ସେଥିରେ ୫୧% ଥାଏ। ଏହି ‘ପ୍ଲାଷ୍ଟିକ୍‌’ ଚିକେନ୍‌ର ଅଧିକାଂଶ ମସଲା ଓ ରଙ୍ଗଦିଆ ଚିକେନ୍‌ ନାମରେ ହୋଟେଲ, ଚାଇନିଜ୍‌ ରେଷ୍ଟୁରାଣ୍ଟ, ଢାବା ପ୍ରଭୃତିକୁ ଯାଇଥାଏ। ଉକ୍ତ ପିଙ୍କ୍‌ ସ୍ଲାଇମ୍‌ରୁ ପ୍ରସ୍ତୁତ ସସେଜ୍‌, ସାଲାମି, ଲଞ୍ଚନ୍‌ ମାଂସ, ନଗେଟ୍‌, ବର୍ଗର ପ୍ରଭୃତି ତେଜରାତି ଦୋକାନ ଓ ସୁପର୍‌ମାର୍କେଟ୍‌ ପ୍ରଭୃତିରେ ବିକ୍ରି କରାଯାଏ। ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ୬୦ ପ୍ରତିଶତ ଚିକେନ୍‌ ଥିବା ଚିକେନ୍‌ ବ୍ରେଷ୍ଟ୍‌ ଓ ଫିଲେଟ୍‌ (ଅସ୍ଥି ନ ଥିବା କୁକୁଡ଼ା ମାଂସ) ପ୍ରସ୍ତୁତ କରି ବିକ୍ରି କରାଯାଉଛି। ତେବେ ଏଥିରେ ବାକି ୪୦% କ’ଣ ରହୁଛି? ସେଗୁଡ଼ିକ ହେଉଛି: ଏକ୍ସଟେଣ୍ଡର (ମକାମଣ୍ଡ, ଗହମ ଅଟା, ବାସି ପାଉଁରୁଟି ଇତ୍ୟାଦି), ଫିଲର (ଶସ୍ତା ବର୍ଗରରେ ଦିଆଯାଉଥିବା ପାଉଁରୁଟି ଗୁଣ୍ଡ, କାସାଭା, ଆଳୁ ବା ଚାଉଳ ଗୁଣ୍ଡ), ପାଣି ଇତ୍ୟାଦି। ଆପଣ ନେଟ୍‌ ଦେଖନ୍ତୁ। ଆପଣ ଟିଭିପି ବା ଟେକ୍ସଚର୍ଡ ଭେଜିଟେବୁଲ୍‌ ପ୍ରୋଟିନ୍‌ ନାମରେ କମ୍ପାନୀ ବିଜ୍ଞାପନ ଦେଖିପାରିବେ। ବଟା ଗୋମାଂସ ବା ତୁର୍କୀମାଂସର ବିକଳ୍ପ ଭାବରେ ଟିଭିପିକୁ ବ୍ୟବହାର କରାଯାଇପାରିବ ବୋଲି ବିଜ୍ଞାପନ ଦିଆଯାଇଥାଏ। ଏହା ନିରାମିଷାଶୀମାନେ ବ୍ୟବହାର କରନ୍ତି ନାହିଁ। ମାଂସ ଉତ୍ପାଦ ବିକ୍ରି କରୁଥିବା ଲୋକମାନେ ହିଁ ଏହା ବ୍ୟବହାର କରିଥାନ୍ତି। ସାଧାରଣତଃ ଫିଙ୍ଗାଯାଉଥିବା ଶବର ଦେହାଂଶ, ଯଥା ଘୁଷୁରି ଚମଡ଼ା, ପେଶୀ ପ୍ରଭୃତି, ତରଳା ଚମଡ଼ା ଓ ଅସ୍ଥିରୁ ପ୍ରସ୍ତୁତ ସ୍ବଚ୍ଛ ବହଳିଆ ପଦାର୍ଥ ବା ଜିଲାଟିନ୍‌ ଏଥିରେ ମିଶାଯାଏ। ସସେଜ୍‌ ହେଉଛି ଆଉ ଏକ ମାଂସ ଉତ୍ପାଦ। ଏହା ତଟକା ବା ଫ୍ରିଜ୍‌ରୁ କାଢ଼ି ଗରମ କରି ପରଷାଯାଏ। ଏଥିରେ ୬୦% ମାଂସ, ୧୫% ପାଣି ଏବଂ ୨୫% ଏକ୍ସଟେଣ୍ଡର୍‌ ଓ ଫିଲର୍‌ ଥାଏ। ଲିସେଷ୍ଟର୍‌ଶାୟାର୍‌ ଟ୍ରେଡିଂ ଷ୍ଟାଣ୍ଡାର୍ଡସ ଚିକେନ୍‌ ନଗେଟ୍‌ର ମାନ ସମ୍ପର୍କରେ ଏକ ଅଭିଯୋଗ ପାଇବା ପରେ ୧୭ଟି ବଡ଼ ବଡ଼ ଦୋକାନରୁ ସଂଗ୍ରହ କରିଥିବା ୨୧ଟି ନମୁନା ପରୀକ୍ଷା କଲା। ମାଂସର ପରିମାଣ ସମ୍ପର୍କରେ ଏକତୃତୀୟାଂଶ ନମୁନାରେ ଭୁଲ୍‌ ତଥ୍ୟ ଦିଆଯାଇଥିଲା। ଯେତିକି ମାଂସ ଅଛି ବୋଲି ପ୍ୟାକେଟ୍‌ ଉପରେ ଲେଖା ଥିଲା, ସେଥିରୁ ଗୋଟିକରେ ୧୬% ଓ ଆଉ ଗୋଟିକରେ ୩୦% କମ୍‌ ଥିଲା। ଭେଙ୍କିଜ୍‌ ହେଉଛି ପ୍ରକ୍ରିୟାକୃତ କୁକୁଡ଼ାମାଂସ ବିକ୍ରି କରୁଥିବା ଏକ ଭାରତୀୟ ବ୍ରାଣ୍ଡ୍‌। ସେମାନେ ବିକ୍ରି କରୁଥିବା ଚିକେନ୍‌ ଫ୍ରାଙ୍କ୍‌ରେ ୭୦%, ଚିକେନ୍‌ ଲଲିପପ୍‌ରେ ୩୦%, ମାଂସ ବଲ୍‌ରେ ୬୦%, ଚିକେନ୍‌ ସଲାମିରେ ୫୫% ଏବଂ ମୁର୍ଗ ମସାଲାରେ ୩୦% ମାଂସ ଅଛି। ପ୍ରକ୍ରିୟାକରଣ ପାଇଁ ରଖାଯାଇଥିବା କୁକୁଡ଼ାଙ୍କ ପାଖରୁ ତଦନ୍ତକାରୀ ଦଳ ପୁନଃଚକ୍ରିତ ପେଟ୍‌ ଖାଦ୍ୟ, ଘୁଷୁରି ଓ ଗୋରୁ ପ୍ରୋଟିନ୍‌ ଭର୍ତ୍ତି ହୋଇଥିବା କୁକୁଡ଼ା ବ୍ରେଷ୍ଟ୍‌, ନିଷିଦ୍ଧ କ୍ୟାନ୍‌ସରକାରକ ଆଣ୍ଟିବାୟୋଟିକ୍ସ ପ୍ରଭୃତି ପାଇଛନ୍ତି। ତେଣୁ କୁକୁଡ଼ା ମାଂସ ନାମରେ ଆପଣ ଯାହା ଖାଉଛନ୍ତି, ସେଥିରେ ଗୋରୁ ଓ ଘୁଷୁରି ପ୍ରଭୃତି ଅନ୍ୟ ପ୍ରାଣୀଙ୍କ ମାଂସ ବି ଥାଇପାରେ। ମାଞ୍ଚେଷ୍ଟରସ୍ଥିତ ପବ୍ଲିକ୍‌ ଆନାଲିଷ୍ଟ ଲାବରେଟୋରୀରେ ଡିଏନ୍‌ଏ ପରୀକ୍ଷାରୁ ଏହା ପ୍ରମାଣିତ ହୋଇଛି। ‘ହଲାଲ୍‌’ ମାର୍କା କୁକୁଡ଼ା ମାଂସରେ ଘୁଷୁରି ମାଂସ ଥିବା ଜଣାପଡ଼ିଛି। ଏହାର ଛଅମାସ ପରେ ଆୟର୍ଲାଣ୍ଡ କର୍ତ୍ତୃପକ୍ଷ କୁକୁଡ଼ାମାଂସରେ ଗୋରୁମାଂସ ମିଶାଯାଉଥିବା ଓ ତାହା ଉପଭୋକ୍ତାଙ୍କଠାରୁ ଗୋପନ ରଖାଯାଉଥିବା ପ୍ରକାଶ କରିଛନ୍ତି। ଓଲନ୍ଦାଜ ପ୍ରସେସରଙ୍କଠାରୁ ସଂଗୃହୀତ ୧୭ଟି ନମୁନାରୁ ଏହା ପ୍ରମାଣିତ ହୋଇଛି। କେତେକ ଖାଦ୍ୟ ନିର୍ମାତା ହାଇଡ୍ରୋଲାଇଜ୍‌ଡ ପ୍ରୋଟିନ୍‌ ମିଶାଉଛନ୍ତି ବୋଲି ସଫେଇ ଦିଅନ୍ତି। ତେବେ ଏହା ହେଉଛି ଉଚ୍ଚ ତାପମାତ୍ରାରେ ବା ରାସାୟନିକ ହାଇଡ୍ରୋଲିସିସ୍‌ ପ୍ରକ୍ରିୟାରେ କୁକୁଡ଼ାମାଂସରେ ଅନ୍ୟ ପ୍ରାଣୀଙ୍କ ଅଦରକାରୀ ଅଙ୍ଗ ଯଥା ଚମଡ଼ା, ପର, ହାଡ଼, ଖୁରା ପ୍ରଭୃତି ବାଟି ବା ଗୁଣ୍ଡ କରି ମିଶାଇବା। ମ୍ୟାକ୍‌ଡୋନାଲ୍‌ଡ ପରି କମ୍ପାନୀ ଏକ୍ସପାୟାରୀ ଡେଟ୍‌ ପାରି ହେବାର ପ୍ରାୟ ଏକ ବର୍ଷ ପରେ କୁକୁଡ଼ାମାଂସ ବିକ୍ରି କରିବାର ଦୃଷ୍ଟାନ୍ତ ଅଛି। ସାଂଘାଇ ହୁସି ଫୁଡ୍‌ ଏକବର୍ଷ ତଳର ବାସି କୁକୁଡ଼ାମାଂସକୁ ମ୍ୟାକ୍‌ଡୋନାଲ୍‌ଡ ଏବଂ କେଏଫ୍‌ସି ଓ ପିଜାହଟ୍‌ ମାଲିକ ୟୁମ୍‌ ବ୍ରାଣ୍ଡ୍‌କୁ ବିକ୍ରି କରିଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା। ଲାଭଖୋର ମାଂସଶିଳ୍ପ କେବଳ ନିଜର ଲାଭ ଉପରେ ନଜର ଦେଇଥାଏ। ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ତା’ର ଖାତିର ନ ଥାଏ। ମାଂସ ଖାଇବା ହେଉଛି ଖରାପ, କିନ୍ତୁ ଏପରି ପ୍ରକ୍ରିୟାକୃତ ମାଂସ ଅତ୍ୟନ୍ତ ଖରାପ ଏବଂ ସମ୍ପୂର୍ଣ୍ଣ ଖାଦ୍ୟ ଅନୁପଯୋଗୀ। ଏ କଥା ଜାଣିଲା ପରେ ଆପଣ ଦୋକାନରୁ ସାଣ୍ଡ୍‌ଓ୍ବିଚ୍‌, ପିଜାହଟ୍‌, ବର୍ଗର, ସସେଜ୍‌ ପ୍ରଭୃତି କିଣି ଆପଣଙ୍କ ପିଲାକୁ ଖାଇବାକୁ ଦେବେ କି? Email: gandhim@nic.in
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...