ସମ୍ପାଦକୀୟ |

ସାବତ ମାଆର ପୁଅ

ସାବତ ମାଆର ପୁଅ

ମନ-ମାନଚିତ୍ର/ଡ. ନରହରି ବେହେରା

ସଂସାରରେ ଭାଗ୍ୟବାନ ସନ୍ତାନଟିଏ ହିଁ ମାଆର ସ୍ନେହ ଲାଭ କରିଥାଏ। ତାହାଠାରୁ ସେ ସନ୍ତାନ ଆହୁରି ଅଧିକ ଭାଗ୍ୟବାନ, ଯିଏ ସାବତ ମାଆଠାରୁ ମାଆର ସ୍ନେହ ପାଇଥାଏ। ଯେଉଁ ସାବତ ମାଆ ନିଜ ସନ୍ତାନ ପରି ଅନ୍ୟ ସନ୍ତାନକୁ ମାଆର ସ୍ନେହ ଦେଇପାରନ୍ତି, ସେ ସର୍ବଦା ନମସ୍ୟା। ମାତ୍ର ଅଧିକାଂଶ କ୍ଷେତ୍ରରେ ସାବତ ମାଆଠାରୁ ଏ ସ୍ନେହ ମିଳେନାହିଁ। 

ଦିନେ ସମ୍ରାଟ୍‌ ସୁଲେମାନଙ୍କ ନିକଟରେ ଗୋଟିଏ ଶିଶୁପୁତ୍ରକୁ ଧରି ଦୁଇଜଣ ମହିଳା ଆସି ପହଞ୍ଚତ୍ଲେ। ଏ ଦୁଇ ମହିଳା ସେହି ଶିଶୁପୁତ୍ରକୁ ନିଜର ସନ୍ତାନ ବୋଲି ଦାବି କଲେ। ସମ୍ରାଟ୍‌ ଥିଲେ ବିଚାର-ବିଚକ୍ଷଣ। ସେ କିଛି ମୁହୂର୍ତ୍ତ ଚିନ୍ତାକରି ଶିଶୁ ପୁତ୍ରଟିକୁ ଦୁଇଖଣ୍ଡ କରି ଦୁଇ ମହିଳାଙ୍କ ମଧ୍ୟରେ ବାଣ୍ଟିଦେବା ପାଇଁ ଦୂତକୁ ଆଦେଶ ଦେଲେ। ଏଥିରେ ନକଲି ମାଆଟି ଖୁସିହୋଇ ସମ୍ରାଟ୍‌ଙ୍କ ଆଦେଶକୁ ସ୍ବୀକୃତି ଜଣାଇଲା। ମାତ୍ର ପ୍ରକୃତ ମାଆଟି କାନ୍ଦି କାନ୍ଦି ସମ୍ରାଟ୍‌ଙ୍କ ନିକଟରେ ଅଳିକରି କହିଲା- ମୋ ପୁଅକୁ ଦୁଇଖଣ୍ଡ କରି କାଟିବାର ଆବଶ୍ୟକତା ନାହିଁ ସମ୍ରାଟ୍‌, ବରଂ ସେ ଏ ଶିଶୁପୁତ୍ରଟିକୁ ଏକାକୀ ନେଇଯାଉ, ମୋ ପୁଅ ବଞ୍ଚି ରହିଥାଉ। ଏହା ହିଁ ପ୍ରକୃତ ମାଆ ଓ ସାବତ ମାଆ ମଧ୍ୟରେ ପ୍ରଭେଦ। 

ଆଜି ଆମେ ଯେଉଁ ସାବତ ମାଆର କଥା କହିବାକୁ ଚାହୁଁଛୁ, ସେ ସେହି ସାମାଜିକ ସ୍ବୀକୃତି ଲାଭ କରିଥିବା ସାବତ ମାଆ ନୁହେଁ। ସେ ହେଉଛନ୍ତି ଏହି ବିଷମ ଭାବ ରଖିଥିବା ପ୍ରଶାସନ। ଆମେ ଜାଣୁ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚିତ ପ୍ରତିନିଧିମାନେ ହିଁ ବିଧିବିଧାନ ଏବଂ ସମ୍ବିଧାନକୁ ପ୍ରଚଳନ କରିଥାନ୍ତି। ଦୁଃଖୀ, ଦରିଦ୍ର ଓ ସାଧାରଣ ଜନତାର ସେମାନେ ହିଁ ମାଆବାପା। ସେମାନଙ୍କ ପାଖରେ ସମଭାବ ରହିବା ଉଚିତ। ସେମାନେ ଯଦି ସମାଜରେ ଥିବା ବିଭିନ୍ନ ବର୍ଗର ମଣିଷଙ୍କ ପ୍ରତି ଭିନ୍ନ ଭିନ୍ନ ଦୃଷ୍ଟି ଦିଅନ୍ତି, ତେବେ ସେମାନଙ୍କଠାରେ ଏହି ସାବତ ମାଆପଣିଆ ରହିଛି ବୋଲି କହିବାକୁ ହେବ।

ଆମେ ଜାଣୁ ଯେତେ ଛାଟିପିଟି ହେଲେ ବି ଭାରତ ଆଗାମୀ ପଚାଶ ବର୍ଷ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟାଧିରୁ ମୁକୁଳିବାର ସମ୍ଭାବନା ନାହିଁ। ସଂରକ୍ଷଣର ଆବଶ୍ୟକତା ଅଛି କି ନାହିଁ ତାହା ଏକ ଭିନ୍ନ ପ୍ରସଙ୍ଗ ଏବଂ ସେ ସଂକ୍ରାନ୍ତରେ କିଛି ଅଭିବ୍ୟକ୍ତି ରଖିବା ଏ ପ୍ରବନ୍ଧର ଉଦ୍ଦେଶ୍ୟ ନୁହେଁ। ମାତ୍ର ଦିନକୁ ଦିନ ଆମ ଶାସନର ଡୋରି ଧରିଥିବା ଶାସକ ବା ସରକାର ପଦବାଚ୍ୟ ବାବୁମାନେ କାହିଁକି ସାଧାରଣବର୍ଗଙ୍କ ପାଇଁ କଠୋର ହୋଇପଡ଼ୁଛନ୍ତି ସେ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିବା ଏହାର ଲକ୍ଷ୍ୟ। 

ପ୍ରଥମେ ଓଡ଼ିଶା କଥା ବିଚାର କରାଯାଉ। ସାଧାରଣ ବର୍ଗର ପିଲାମାନେ ସଂରକ୍ଷଣ ବ୍ୟାଧିରେ ଶଢ଼ୁଥିବାବେଳେ ଏବେ ତାଙ୍କ ଉପରେ ସରକାର ଆଉ ଗୋଟିଏ ଦଣ୍ଡବିଧାନ କରିଛନ୍ତି। ରାଜ୍ୟ ସରକାରଙ୍କ ଓଡ଼ିଶା ପ୍ରଶାସନିକ ସେବା, ଓଡ଼ିଶା ଅର୍ଥ ସେବା ପ୍ରଭୃତି ଗୋଟିଏ ଗୋଟିଏ ସମ୍ମାନଜନକ ବୃତ୍ତି ଭାବରେ ଗଣାହୋଇଥାଏ। ଏଥିପାଇଁ ପ୍ରାୟ ସବୁ ବିଦ୍ୟାର୍ଥୀ ଆଶାୟୀ ଥା’ନ୍ତି। ନିଜକୁ ପ୍ରସ୍ତୁତ ମଧ୍ୟ କରିଥା’ନ୍ତି। ମାତ୍ର ଦୁଃଖର ବିଷୟ, ସାଧାରଣ ବର୍ଗର ଗରିବ ପିଲାଟିଏ କୌଣସି ସଂରକ୍ଷଣ ସୁବିଧା ପାଉ ନ ଥିବାବେଳେ ଓପିଏସ୍‌ସି କର୍ତ୍ତୃପକ୍ଷ ଏବେ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ମାତ୍ର ଚାରୋଟି ସୁଯୋଗ ପ୍ରଦାନ କରିଛନ୍ତି। ୨୦୧୫ ପର୍ଯ୍ୟନ୍ତ ସାଧାରଣ ବର୍ଗର ପରୀକ୍ଷାର୍ଥୀମାନେ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପାଇଁ ଛ’ଥର ପରୀକ୍ଷା ଦେଇପାରୁଥିଲେ। ମାତ୍ର କର୍ତ୍ତୃପକ୍ଷ କାହିଁକି ଏହି ସୁଯୋଗ ଚାରିଥରକୁ ହ୍ରାସ କରିଦେଲେ ଏବଂ ଏହା ମୂଳରେ କି ଯୁକ୍ତି ଅଛି, ତାହା ଜଣାପଡ଼ୁ ନାହିଁ। ସାଧାରଣ ବର୍ଗର ପରୀକ୍ଷାର୍ଥୀମାନେ ସଂରକ୍ଷଣର ସୁବିଧା ପାଉ ନ ଥିବାରୁ ଏହି ଛଅଥର ସୁଯୋଗ ତାଙ୍କ ପାଇଁ ଏକମାତ୍ର ସାନ୍ତ୍ୱନା ଥିଲା। ମାତ୍ର ଏତିକି ବି ଆମ ବଡ଼ବଡ଼ିଆଙ୍କ ଆଖିରେ ଗଲାନାହିଁ। ପରୀକ୍ଷା ଦେବାର ସୁଯୋଗକୁ ଛ’ଥରରୁ ଚାରିଥରକୁ ଖସାଇଦେଲେ। ସାମାଜିକ ଓ ଆର୍ଥିକ ପଛୁଆ ବର୍ଗର ପରୀକ୍ଷାର୍ଥୀମାନେ ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷା ପାଇଁ ସାତଥର ସୁଯୋଗ ପାଇଥାନ୍ତି। ଅନ୍ୟପକ୍ଷରେ ଏସ୍‌ସି ଏବଂ ଏସ୍‌ଟି ପରୀକ୍ଷାର୍ଥୀମାନଙ୍କ ପାଇଁ ଅନିର୍ଦ୍ଦିଷ୍ଟ ଥର ପରୀକ୍ଷା ଦେବାର ସୁଯୋଗ ଅଛି। 

ଏଠାରେ ଆଉ ଗୋଟିଏ କଥା ଉଲ୍ଲେଖ କରାଯାଇପାରେ  ଯେ, ଜଣେ ପରୀକ୍ଷାର୍ଥୀ ଯଦି ପ୍ରିଲିମିନାରି ପରୀକ୍ଷାରେ ଗୋଟିଏ ବିଷୟରେ ପରୀକ୍ଷା ଦେଇ କୌଣସି କାରଣବଶତଃ ଆଉ ପରୀକ୍ଷା ଦେଇପାରିଲା ନାହିଁ, ତେବେ ତାକୁ ଗୋଟିଏ ସୁଯୋଗ ହରାଇବାକୁ ପଡ଼ିବ। ଜଣେ ପରୀକ୍ଷାର୍ଥୀ କେତେ ପ୍ରତିକୂଳ ପରିସ୍ଥିତିରେ ପରୀକ୍ଷା ଦେଇଥାଏ, ସେକଥା ଆମେ ସବୁ ପ୍ରାୟ ଊଣାଅଧିକେ ଜାଣୁ। ତା’ସତ୍ତ୍ୱେ ସଂରକ୍ଷଣ ବା ପରୀକ୍ଷା ଦେୟ ପ୍ରଭୃତିରେ କୌଣସି ସୁବିଧା ପାଉ ନ ଥିବା ସାଧାରଣ ବର୍ଗଙ୍କୁ ମାତ୍ର ଚାରିଥର ପରୀକ୍ଷା ଦେବାର ସୁଯୋଗ ଦେବା ଏକ ବୈମାତୃକ ବିଚାର ନୁହେଁ କି? ଏପରି ନିୟମ ସୂଚାଇ ଦେଉନାହିଁ କି, ଯିଏ ପାଉଛି ସବୁ ପାଉ, ଯିଏ ନ ପାଉଛି ସେ ଚୁଲିକୁ ଯାଉ। ଏଠାରେ ମନେପଡ଼ୁଛି ଗୋଟିଏ ଢଗ- ବଡ଼ ପୁଅ ବାପର, ସାନ ପୁଅ ମାଆର, ମଝିଆ କାହାର? ସେହିପରି ଏ ସାଧାରଣ ବର୍ଗ ଖଣ୍ଡେ ଚାକିରି ପାଇଁ କାହାର ଆଶ୍ରୟ ନେବେ- ତାହା ହିଁ ପ୍ରଶ୍ନ। 

ଏ କ୍ଷେତ୍ରରେ କେନ୍ଦ୍ରୀୟ ଲୋକ ସେବା ଆୟୋଗ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଏବେ ଭାରତୀୟ ସିଭିଲ ସର୍ଭିସେସ୍‌ ପରୀକ୍ଷା ଜଣେ ସାଧାରଣ ବର୍ଗର ପରୀକ୍ଷାର୍ଥୀ ତିରିଶ ବର୍ଷ ପର୍ଯ୍ୟନ୍ତ ଏବଂ ସର୍ବାଧିକ ଛଅଥର ଦେଇପାରୁଛନ୍ତି। ମାତ୍ର ନୀତି ଆୟୋଗ ଏବେ ସେମାନଙ୍କ ସର୍ବାଧିକ ବୟସ ସୀମା ତିରିଶରୁ ସତେଇଶ ବର୍ଷକୁ ଖସାଇ ଦେବା ପାଇଁ ସ୍ଥିର କରିଛନ୍ତି। ଅବଶ୍ୟ ସେ ସହସା ଏ ପଦକ୍ଷେପ ନେବେନାହିଁ ବୋଲି ଜଣାଯାଇଛି। ୨୦୨୨-୨୩ ମସିହାଠାରୁ ପର୍ଯ୍ୟାୟକ୍ରମେ ସେ ଏହି ବ୍ୟବସ୍ଥା ଗ୍ରହଣ କରିବେ ବୋଲି ପ୍ରକାଶ ପାଇଛି। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି, ଏପରି ସଣ୍ଢୁଆସି ଆକ୍ରମଣ ଏହି ସାଧାରଣ ବର୍ଗର ପିଲାମାନଙ୍କ ପାଇଁ କାହିଁକି? କେତେବେଳେ ବୟସକୁ କାଟ୍‌ଛାଣ୍ଟ କରାଯାଉଛି ତ ପୁଣି କେତେବେଳେ ତାଙ୍କୁ ପରୀକ୍ଷା ସୁଯୋଗରୁ ବଞ୍ଚତ୍ତ କରାଯାଉଛି। ସାଧାରଣ ବର୍ଗ ସତରେ କ’ଣ ସାବତ ମାଆର ପୁଅ?

ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ୍‌, ଭଦ୍ରକ, narahari1965@gmail.com


All Right Reserved By

ସମ୍ପାଦକୀୟ |

ଶବଦାହରେ ଘଷି

ଶବଦାହରେ ଘଷି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ମୁସଲମାନମାନେ ମୃତ ଲୋକର ଶବକୁ ପୋତିଦିଅନ୍ତି ଏବଂ ହିନ୍ଦୁମାନେ ତାକୁ ଅଗ୍ନିରେ ଦାହ କରନ୍ତି। ପାରମ୍ପରିକ ଭାବେ ଦାହ ପାଇଁ କାଠ ବ୍ୟବହୃତ ହୋଇ ଆସୁଥିବା ବେଳେ ଆଜିକାଲି ବିଦ୍ୟୁତ୍‌ଶକ୍ତି ଓ ଗ୍ୟାସ୍‌ ମଧ୍ୟ ବ୍ୟବହୃତ ହେଲାଣି।  କିନ୍ତୁ ଆଜିକାଲି ଜାଳେଣି କାଠର ଘୋର ଅଭାବ। ଦିଲ୍ଲୀରେ ସରକାରୀ ଗାର୍ଡନରମାନେ ଗଛର ଅଳ୍ପ କିଛି ଛୋଟ ଡାଳ କାଟିବାର ଛଳନା କରନ୍ତି। କିନ୍ତୁ ସେମାନେ ପ୍ରାୟ ସବୁ ବଡ଼ ବଡ଼ ଡାଳ କାଟନ୍ତି ଓ ସେସବୁକୁ ନିଗମବୋଧ ଘା..

ଅଶ୍ଳୀଳତାକୁ ନେଇ ଛଳନା

ଅଶ୍ଳୀଳତାକୁ ନେଇ ଛଳନା

ଡ. ସୁବାସ ଚନ୍ଦ୍ର ପାତ୍ର

ଅଶ୍ଳୀଳତାକୁ ନେଇ ମଣିଷର ଛଳନା ଇତିହାସ ପରି ପୁରୁଣା। କିଛିଦିନ ତଳେ ଖଣ୍ଡଗିରି ଯାତ୍ରା ମହୋତ୍ସବ ଅବସରରେ କୌଣସି ଏକ ଅପେରା ମଞ୍ଚ ଉପରେ ମନୋରଞ୍ଜନ ଆଳରେ ଜଣେ ମହିଳା କଳାକାର ଅଙ୍ଗ ପ୍ରଦର୍ଶନ ସହ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାର ଅଭିଯୋଗ ଆସିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲ ତାଙ୍କ ସହ ସାକ୍ଷାତ୍‌କାର ପ୍ରସାରଣ କଲେ ଏବଂ ଆଉ କେତେକ ଚ୍ୟାନେଲ ପ୍ରତିବାଦ ବାହାନାରେ ସେହି ତଥାକଥିତ ନଗ୍ନ ନୃତ୍ୟକୁ ବାରମ୍ବାର ପ୍ରଦର୍ଶନ ମଧ୍ୟ କଲେ। ଜଣେ ରାଜାଙ୍କୁ ଯଦି ତାଙ୍କ ପାର୍ଷଦ କହେ, ‘ମଣିମା, ଆପଣଙ୍କ ବଡ଼ଗୁଣ ହେଲା ଆପଣ ତୋଷାମଦି ଭଲପାଆନ୍ତି ନାହିଁ,’ ଏ କଥାଟି ଯେମିତି ଏକ ତୋଷା..

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର

ସ୍ବଚ୍ଛ ପାନୀୟ ଜଳ ଆମ ଅଧିକାର


ବିକାଶ କୁମାର ପତି

ଚିରନ୍ତନ ବିକାଶ ଲକ୍ଷ୍ୟ ସମସ୍ତଙ୍କୁ ୨୦୩୦ ସୁଦ୍ଧା ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍‌, କେହି ବି ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେନି। କିନ୍ତୁ ଆଜି ବି ଲକ୍ଷ ଲକ୍ଷ ଲୋକ ସ୍ବଚ୍ଛ ପାନୀୟ ଜଳ ବିନା ବଞ୍ଚୁଛନ୍ତି- ତାଙ୍କ ପରିବାର, ବିଦ୍ୟାଳୟ, କର୍ମକ୍ଷେତ୍ର, ସବୁଠି ବଞ୍ଚିବା ପାଇଁ ଓ ତୃଷ୍ଣା ମେଣ୍ଟେଇବା ପାଇଁ କଷ୍ଟ କରୁଛନ୍ତି। ଜାତିସଂଘର ଜଳ ଉପରେ କାମ କରୁ..

ଏଇ ଭାରତରେ

ଏଇ ଭାରତରେ

କୁହାଯାଏ ବିବାହ ଯୋଡ଼ି ଈଶ୍ୱରଙ୍କ ଦରବାରରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ଖଣ୍ଡନ କରିବା ସହଜ ନୁହେଁ। ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଏପରି ଏକ ବିରଳ ବାହାଘର ସମ୍ପନ୍ନ ହୋଇଛି। ଖଣ୍ଡଓ୍ବା ଅନ୍ତର୍ଗତ ପୁନାସା ଗଁାର ବାସିନ୍ଦା ଧନେଶ ରାଜବୈଦ ନିମାଡ ନିବାସୀ ଚେତନା ଶର୍ମାଙ୍କୁ ବିବାହ କରିଛନ୍ତି। ଉଭୟ କନ୍ୟା ଓ ବରଙ୍କ ଉଚ୍ଚତା ୩୬ ଇଞ୍ଚ। ଉଚ୍ଚତା କମ୍‌ ..

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା