ଅପରାଧ | ବ୍ରହ୍ମପୁର

ଦୁର୍ଘଟଣାରେ ଜଣେ ମୃତ

ଦୁର୍ଘଟଣାରେ ଜଣେ ମୃତ

ଫୁଲବାଣୀ ଅଫିସ, ୨୨।୨- ଫୁଲବାଣୀ ବ୍ଲକ କେରେଡିଠାରେ ଶୁକ୍ରବାର ୨ବାଇକ୍‌ ମୁହଁାମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଫିରିଙ୍ଗିଆ ଥାନା କାମ୍ବାପଡାର ନବଘନ କହଁର। ଗୁରୁତର ଦ୍ୱୟ ହେଲେ ଫିରିଙ୍ଗିଆ କାଳିପଙ୍ଗାର ବିବତ୍ସ ସାହୁ ଓ କେରେଡି ପଞ୍ଚାୟତ ଥାନାକାଟୁ ଗ୍ରାମର ଜଗନ୍ନାଥ ପ୍ରଧାନ। ମିଳିଥିବା ସୂଚନା ଅନୁସାରେ କେରେଡିରୁ ମାଘମାସ ଯାତ୍ରା ଦେଖି ଫେରୁଥିବା ବେଳେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ବିବତ୍ସଙ୍କ ଉପରେ ଗୋଟିଏ ଗାଡି ପିଟି ହୋଇଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ୩ଜଣଙ୍କୁ ଫୁଲବାଣୀ ମେଡିକାଲ ଆଣିଥିଲେ। ସେଠାରେ ନବଘନଙ୍କ ମୃତ୍ୟୁ ହୋଇଥିଲା।

All Right Reserved By

ଅପରାଧ | ବ୍ରହ୍ମପୁର

କେନ୍ଦୁଝରର  ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ:  ୨ ଗିରଫ

କେନ୍ଦୁଝରର ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ: ୨ ଗିରଫ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ଗ୍ରାମର ରୟା ନାୟକଙ୍କ ଘରୁ  ୩  କିଲୋ ୧ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

 ୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା ଜାତୀୟ ରାଜପଥ ରାଣୀତାଲ ନିକଟରୁ ମଙ୍ଗଳବାର ଏକ ମଦଭର୍ତ୍ତି  ବୋଲେରୋ ଜବତ କରାଯାଇଛି।

ନକଲି  ଜର୍ଦ୍ଦା  କାରଖାନରେ ଚଢ଼ାଉ : ଲକ୍ଷାଧିକ  ଟଙ୍କାର  ଜର୍ଦ୍ଦା , ଯନ୍ତ୍ରାଂଶ  ଜବତ

ନକଲି ଜର୍ଦ୍ଦା କାରଖାନରେ ଚଢ଼ାଉ : ଲକ୍ଷାଧିକ ଟଙ୍କାର ଜର୍ଦ୍ଦା , ଯନ୍ତ୍ରାଂଶ ଜବତ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା  ପୁରୁଣା ବଜାର ପୋଲିସ ସୋମବାର  ବିଳମ୍ବିତ  ରାତିରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି l ଥାନାଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ଛଡ଼ାକମହଲା  ସୁଲତାନନଗରରେ ବହୁଦିନ ଧରି  ଚାଲିଥିବା ଏହି  ନକଲି ଜର୍ଦ୍ଦା କାରଖାନା ଉପରେ  ଚଢ଼ାଉ କରାଯାଇଥିଲା।

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ବୌଦ୍ଧ, ୧୮।୩ (ସ୍ବ.ପ୍ର.)-   ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ  ସୋମବାର ବୌଦ୍ଧ ଭିଜିଲାନସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି। ଭିଲାନସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲାର ଜାମପାଲି ଗ୍ରାମର ସତ୍ୟ ପ୍ରଧାନ ନିଜ ଘରର ବିଦ୍ୟୁତ୍‌ ବିଲ ରେଗୁଲାର ପୈଠ କରୁଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ (ସାଉଥକୋ) ପକ୍ଷରୁ ୪୧ ହଜାର ଟଙ୍କା ଫାଇନ କରିଛନ୍ତି। 

୪ କୁଇଣ୍ଟାଲ ମହୁଲପୋଚ, ଦେଶୀ ରନ୍ଧାମଦ ଜବତ

୪ କୁଇଣ୍ଟାଲ ମହୁଲପୋଚ, ଦେଶୀ ରନ୍ଧାମଦ ଜବତ

କୋଲାବିରା,୧୮।୩ (ଡି.ଏନ.ଏ.): ଝାରସୁଗୁଡା ଜିଲା କୋଲାବିରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଶୀରନ୍ଧା ମଦ ପ୍ରସ୍ତୁତ କରାଯାଇ ବ୍ୟବସାୟ କରାଯାଉଛି। ଲୋକେ ଏହାକୁ ଆୟର ପନ୍ଥା ଭାବେ ଗ୍ରହଣ କରି ନେଉଛନ୍ତି। 

ପାଟ୍ରୋଲିଂ ବେଳେ ଧରାପଡିଲେ  ୧୦ ବାଇକ୍‌ ଜବତ: ୨ ଗିରଫ

ପାଟ୍ରୋଲିଂ ବେଳେ ଧରାପଡିଲେ ୧୦ ବାଇକ୍‌ ଜବତ: ୨ ଗିରଫ

କଟକ ଅଫିସ, ୧୮।୩- ରାତିରେ ପାଟ୍ରୋଲିଂ ବେଳେ ଚୌଦ୍ୱାର ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର ଗ୍ୟାଙ୍ଗ୍‌ର ୨ ଜଣ ସଦସ୍ୟ। ସେମାନେ ହେଲେ କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ଗାରଡପୁର ଅଞ୍ଚଳର ପ୍ରଦୀପ ସାହୁ ଓରଫ୍‌ ବାବୁଲି(୩୫) ଏବଂ ଟାଙ୍ଗୀ ଥାନା ଅନ୍ତର୍ଗତ ନରପଡା ଅଞ୍ଚଳର ଇନାମ ଖଁା(୨୬)। 

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ପାରଳାଖେମୁଣ୍ଡି, ୧୮ା୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ଶ୍ରୀଧର ନଗର ଅଞ୍ଚଳର ଏକ ଜାଲ୍‌ ନୋଟ୍‌ କାରଖାନା ଉପରେ ସୋମବାର ପୋଲିସ ଚଢାଉ କରିଛି।

ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ:  ବାଲିଆପାଳରେ ଆତଙ୍କ

ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ: ବାଲିଆପାଳରେ ଆତଙ୍କ

ବାଲିଆପାଳ, ୧୮ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ-କମର୍ଦ୍ଦା ରାସ୍ତାର ଗୁନାପୁର ଗ୍ରାମ ଗଡାପୋଲ ନିକଟରେ ବ୍ୟବସାୟିକ ଶତ୍ରୁତାରୁ ଜଣେ ବ୍ୟବସାୟୀଙ୍କୁ ରବିବାର ଅପରାହ୍ନରେ ଗୁଳିମାଡ ହୋଇଛି।

ବୋଲେରୋ ଚୋରି ଘଟଣା:  ଅନ୍ୟ ସହଯୋଗୀ ଗିରଫ

ବୋଲେରୋ ଚୋରି ଘଟଣା: ଅନ୍ୟ ସହଯୋଗୀ ଗିରଫ

ବଡବିଲ, ୧୮।୩ (ସ୍ବ.ପ୍ର.) - କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ଏକ ବୋଲେରୋ ଚୋରି ଘଟଣାରେ ସମ୍ପୃକ୍ତ ଅନ୍ୟତମ ସହଯୋଗୀଙ୍କୁ ଗିରଫ କରିଛି। 

ଧରାପଡ଼ିଲେ ଦୁଇ ବ୍ରାଉନସୁଗାର ବେପାରୀ

ଧରାପଡ଼ିଲେ ଦୁଇ ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର,୧୮ା୩(ବ୍ୟୁରୋ) : ବ୍ରାଉନସୁଗାର ବ୍ୟବସାୟୀଙ୍କ ଉପରେ ଏବେ    କମିଶନରେଟ ପୋଲିସ ଟାର୍ଗେଟ କରିଛି। ଏହି ଧଳା ଜହର କାରବାର ଉପରେ ରୋକ୍‌ ଲଗାଇବା ପାଇଁ ଚଢାଉ ଜୋରଦାର ହୋଇଛି। 

କଲ୍ୟାଣ ମଣ୍ଡପ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣା: ଦୁଇଦିନ ପରେ ବି ସୁରାକ ପାଉନି ପୋଲିସ

କଲ୍ୟାଣ ମଣ୍ଡପ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣା: ଦୁଇଦିନ ପରେ ବି ସୁରାକ ପାଉନି ପୋଲିସ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଶହୀଦନଗର ଥାନା ଅନ୍ତର୍ଗତ ଟଙ୍କପାଣି ରୋଡ୍‌ ସାଇ ମନ୍ଦିର ନିକଟ ଖଟାମିଠା କଲ୍ୟାଣ ମଣ୍ଡପରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ଜ୍ଞାନ ରଞ୍ଜନ ମଲ୍ଲିକଙ୍କ ଉପରକୁ ଶନିବାର ଭୋର୍‌ରେ ଗୁଳିମାଡ଼ ହୋଇଥିଲା। 

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଇଞ୍ଜିନିୟର ଗିରଫ

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଇଞ୍ଜିନିୟର ଗିରଫ

ଭୁବନେଶ୍ୱର,୧୮।୩ (ବ୍ୟୁରୋ) : ସ୍ତ୍ରୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମାରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଇଞ୍ଜିନିୟର ସ୍ବାମୀଙ୍କୁ ରବିବାର ଗିରଫ କରିଛି। ଅଭିଯୁକ୍ତ ସ୍ବାମୀ ହେଲେ ସାରଦା ପ୍ରସାଦ ମହାନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା