ଅପରାଧ | ଅନଗୁଳ-ଢେଙ୍କାନାଳ

କପି କରି ଧରାପଡିଲେ ୧୦ ପରୀକ୍ଷାର୍ଥୀ

କପି କରି ଧରାପଡିଲେ ୧୦ ପରୀକ୍ଷାର୍ଥୀ

ଢେଙ୍କାନାଳ ଅଫିସ,୨୨।୨- ଢେଙ୍କାନାଳ ଜିଲାରେ ଶୁକ୍ରବାର ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ ମାତୃଭାଷା ବିଷୟରେ କପିକରି ୧୦ ଜଣ ଛାତ୍ରୀଛାତ୍ର ଧରାପଡିଛନ୍ତି। କପି ରୋକିବା ପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ୪ଟି ସ୍କ୍ବାଡ ଗଠିତ ହୋଇଥିଲା। ସେଥିମଧ୍ୟରେ ଏକ ସ୍ବତନ୍ତ୍ର ସ୍କ୍ବାଡ ରହିଥିଲା। ଜିଲାର ଦାଣ୍ଡିମାଳ ହାଇସ୍କୁଲ କେନ୍ଦ୍ରରେ ଜଣେ, ଶ୍ରୀଲୋକନାଥ ସରକାରୀ ଉଚ୍ଚ ବିଦ୍ୟାଳୟ କାଶିଡିହିରେ ୨ଜଣ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭୁବନରେ ଜଣେ, ଅଷ୍ଟଶମ୍ଭୁ ବିଦ୍ୟା ନିକେତନ କୁଆଁଳୋରେ ୩ଜଣ, ସରକାରୀ ହାଇସ୍କୁଲ କଙ୍କଡାସୋଡାରେ ୩ଜଣ ପରୀକ୍ଷାର୍ଥୀ କପିକରି ଧରାପଡିଥିବା ଜିଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡା ଜଣାଇଛନ୍ତି ା ସକାଳ ୯ଟା ବେଳେ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷୟିତ୍ରୀ ଶିକ୍ଷକମାନେ ସ୍କୁଲ ଫାଟକ ବାହାରୁ ଯାଞ୍ଚକରି ପରୀକ୍ଷା କେନ୍ଦ୍ର ଭିତରକୁ ଛାଡିଥିଲେ। ଢେଙ୍କାନାଳ ସହରସ୍ଥିତ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିବସରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

All Right Reserved By

ଅପରାଧ | ଅନଗୁଳ-ଢେଙ୍କାନାଳ

୨୦ ହଜାର ଝାମ୍ପିନେଲେ ଦୁର୍ବୃତ୍ତ

୨୦ ହଜାର ଝାମ୍ପିନେଲେ ଦୁର୍ବୃତ୍ତ

ଓଡ଼ଗାଁ, ୨୬।୩(ସ୍ବ.ପ୍ର.)-ସ୍ଥାନୀୟ ଲକ୍ଷ୍ମୀ ବଜାର ଛକରେ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟ୍‌ ହୋଇଛି। ସେ ଲସି ପିଇବାକୁ ପାଖ ଦୋକାନକୁ ଯିବା ବେଳେ ମୋପେଡରେ ଟାଙ୍ଗିଥିବା ଟଙ୍କାଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତମାନେ ଝାମ୍ପି ନେଇଛନ୍ତି।  

ପୋଷ୍ଟର ଚିରାକୁ ନେଇ ଉତ୍ତେଜନା, ଥାନାରେ ଏତଲା

ପୋଷ୍ଟର ଚିରାକୁ ନେଇ ଉତ୍ତେଜନା, ଥାନାରେ ଏତଲା

ଦିଗପହଣ୍ଡି,୨୫ା୩(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଗୌଡ଼ଗାଁରେ ବିଜେଡିର ପୋଷ୍ଟର ଚିରାକୁ କେନ୍ଦ୍ରକରି ଚାପା ଉତ୍ତେଜନା ଲାଗି ରହିଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ବଜାର ଛକରେ ଥିବା ଅମର ବେହେରାଙ୍କ ଘର କାନ୍ଥରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋ ସମ୍ବଳିତ ପୋଷ୍ଟରକୁ କେହି ଉପାଡି ନେଇଥିଲେ। ସୋମବାର ସକାଳେ ଏନେଇ ଭାଜପା ଗୋଷ୍ଠୀର ଯୁବକଙ୍କ ସହ କଥା କଟାକଟି ଓ ଯୁକ୍ତିତର୍କ ହୋଇଥିଲା। ସନ୍ଧ୍ୟାରେ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଭାଜପାର କେତେଜଣ କର୍ମୀ ଜବରଦସ୍ତ ଅମରଙ୍କ ଛାତ ଉପରେ ଚଢ଼ି ପୋଷ୍ଟର ଉପାଡ଼ି ନେବା ସହ ତାଙ୍କୁ ଧମକ ଚମକ ଦେଇଥିବା ସେ କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତି।

ବୃଦ୍ଧାଙ୍କ ଆକାଉଣ୍ଟରୁ ୩୫ ହଜାର ଗାଏବ

ବୃଦ୍ଧାଙ୍କ ଆକାଉଣ୍ଟରୁ ୩୫ ହଜାର ଗାଏବ

ଦାରିଙ୍ଗବାଡ଼ି,୨୫।୩(ଡି.ଏନ.ଏ)- ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟବ୍ୟାଙ୍କରେ ଥିବା ଜଣେ ବୃଦ୍ଧାଙ୍କ ଜମାଖାତାରୁ ୩୫ ହଜାର ଟଙ୍କା କେହି ଦୁର୍ବୃତ୍ତ ଚଞ୍ଚକତା କରି ଗାଏବ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ଭ୍ରମରବାଡ଼ି ପଞ୍ଚାୟତ କେରୁବାଡ଼ି ଗ୍ରାମ ଶ୍ରାମବାଡ଼ି ସାହିର ସୁଜନା ନାୟକ। ସୋମବାର ସେ ଶାଖା ପରିଚାଳକ କିଶୋର ଚନ୍ଦ୍ର ସେଠୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ ସହ ସୁଜନାଙ୍କ ଦସ୍ତଖତକୁ ଯାଞ୍ଚ କରୁଥିବା ଶାଖା ପରିଚାଳକ ସେଠୀ କହିଛନ୍ତି।

ଠକେଇ ମାମଲା: ଅଭିଯୁକ୍ତଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ

ଦିଗପହଣ୍ଡି,୨୫।୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପାଟପୁର ଥାନା ଜିଉରା ଗ୍ରାମର ବାବୁ ସେଠୀଙ୍କୁ ମୁମ୍ବାଇ ଦହିସର ଥାନା ପୋଲିସ ସୋମବାର ଘରୁ ଉଠାଇ ନେଇଛି। ଦହିସର ଥାନା ମାମଲା ନଂ.୧୧୬/୧୯ ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଟ୍ରାନଜିଟ୍‌ ରିମାଣ୍ଡରେ ନେବା ପାଇଁ ସାନଖେମୁଣ୍ଡି ଗ୍ରାମ ନ୍ୟାୟାଳୟ ମାଜିଷ୍ଟ୍ରେଟଙ୍କ ନିକଟରେ ଦହିସର ଥାନା ସବ୍‌ଇନ୍ସପେକ୍ଟର ଶ୍ରୀକାନ୍ତ ଏସ. ମଗର ଲିଖିତ ଆବେଦନ କରିଥିଲେ।

ବେଆଇନ ବନ୍ଧୁକ ରଖି ଗିରଫ

ବେଆଇନ ବନ୍ଧୁକ ରଖି ଗିରଫ

ଘଣ୍ଟାପଡା, ୨୫।୩ (ଡି.ଏନ.ଏ):କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ଉମା ଗ୍ରାମରେ ରବିବାର ପୋଲିସ ଚଢାଉ କରି ବେଆଇନ ଭାବେ ବନ୍ଧୁକ ରଖିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। 

ନାବାଳିକାଙ୍କୁ ଅପହରଣ ମାମଲା:  ଅଭିଯୁକ୍ତ କୋର୍ଟଚାଲାଣ

ନାବାଳିକାଙ୍କୁ ଅପହରଣ ମାମଲା: ଅଭିଯୁକ୍ତ କୋର୍ଟଚାଲାଣ

ଭୁବନ,୨୫ା୩(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଯମୁନାକୋଟ ଗ୍ରାମର କାର୍ତ୍ତିକ ନାୟକ (୧୯)କୁ ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। 

୨ୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

୨ୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ପରଜଙ୍ଗ,୨୫ା୩(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କୁ ରବିବାର ରାତିରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। 

ଡକାୟତି ଯୋଜନା ପଣ୍ଡ, ମାରଣାସ୍ତ୍ର ସହ ୯ ଗିରଫ

ଡକାୟତି ଯୋଜନା ପଣ୍ଡ, ମାରଣାସ୍ତ୍ର ସହ ୯ ଗିରଫ

ବାଲେଶ୍ୱର ଅଫିସ, ୨୫।୩-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅନ୍ତର୍ଗତ ଫିରିଙ୍ଗିପାଟଣା ଅଞ୍ଚଳର ଏକ ପରିତ୍ୟକ୍ତ ଘରେ ରବିବାର ରାତି ପ୍ରାୟ ୧୨ଟା ୪୦ମିନିଟ୍‌ରେ ୯ଜଣ ଡକାୟତ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପାଟ୍ରୋଲିଂ କରୁଥିବା ପୋଲିସ ହାତରେ ଧରାପଡ଼ିଛନ୍ତି। 

ଡକାୟତି ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

ଡକାୟତି ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

କଟକରୋଡ, ୨୫।୩(ଡି.ଏନ୍‌.ଏ.): ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ରବିବାର ରାତିରେ ବଡ଼ଗଡ଼ ପୋଲିସ ଗିରଫ କରିଛି। 

କଲେଜ ଅଧ୍ୟକ୍ଷଙ୍କୁ ଉଠାଇ ନେଲେ ଯୁବକ

କଲେଜ ଅଧ୍ୟକ୍ଷଙ୍କୁ ଉଠାଇ ନେଲେ ଯୁବକ

ରଣପୁର,୨୫ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ଦର୍ପନାରାୟଣପୁର କଲେଜ ଅଧ୍ୟକ୍ଷଙ୍କୁ ସୋମବାର ଅପରାହ୍ନରେ ମୁହଁରେ କଳାକପଡ଼ା ବାନ୍ଧିଥିବା ଦୁଇ ଯୁବକ କଲେଜ ଭିତରୁ ଉଠାଇ ନେଇ ଇଟାମାଟି ଥାନା ଲାଠିପଡ଼ା ଗ୍ରାମରେ ଏକ କୋଠରିରେ ବନ୍ଦ କରି ରଖିଥିଲେ।

ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ଆହତ

ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ଆହତ

ରାଉରକେଲା ଅଫିସ,୨୫ା୩ : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରୁଟକୁପିଢ଼ି-ଚିକଟଚଣ୍ଡୀ ଫରେଷ୍ଟ ରୋଡ୍‌ରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ତିର୍କୀ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁରେ ଗୁଳି ବାଜିଥିବାବେଳେ ତାଙ୍କୁ ଆଇଜିଏଚ୍‌୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରେଲଓ୍ବେ ସାଇଡ୍‌ରୁ ଚ୍ୟାନେଲ ଚୋରି: କବାଡ଼ିଆଙ୍କୁ ବାନ୍ଧିଲା ପୋଲିସ

ରେଲଓ୍ବେ ସାଇଡ୍‌ରୁ ଚ୍ୟାନେଲ ଚୋରି: କବାଡ଼ିଆଙ୍କୁ ବାନ୍ଧିଲା ପୋଲିସ

ପରଜଙ୍ଗ, ୨୫।୩(ଡି.ଏନ୍‌.ଏ.) ପରଜଙ୍ଗ ଥାନା ବାରିହାପୁର ଗ୍ରାମ ନିକଟରେ ନିର୍ମାଣାଧୀନ ରେଳପଥର ବେକେନ୍‌ ଇମ୍ଫା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ୍‌ କ୍ୟାମ୍ପ ସାଇଡ୍‌ରୁ ୭ଟି ଲୁହା ଚ୍ୟାନେଲ ଚୋରି ଅଭିଯୋଗରେ କବାଡ଼ିଆ ବିନୟ ସାହୁଙ୍କୁ ପୋଲିସ ଗିରଫ କରିଛି। 


Model This Week

ରଶ୍ମି
Why Dharitri