ସମ୍ପାଦକୀୟ |

ବିକାଶର ମଳ

ବିକାଶର ମଳ

ବିଚିତ୍ର ବିଶ୍ୱାଳ
ବସ୍ତୁବାଦୀ ବିକାଶ ରାସ୍ତାରେ ଦୌଡ଼ି ଦୌଡ଼ି ଆମେ ଆସି ଏମିତି ଜାଗାରେ ପହଞ୍ଚିଯାଇଛୁ ଯେ, ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ ଉପକରଣ ଆମ ଜୀନର ଅଭିନ୍ନ ଅଙ୍ଗ ପାଲଟିଯାଇଛି। ଖାଦ୍ୟ, ବସ୍ତ୍ର, ବାସଗୃହ ପରି ମୋବାଇଲ୍‌, କମ୍ପ୍ୟୁଟର, ଲାପ୍‌ଟପ୍‌, ଟିଭି, ଫ୍ରିଜ୍‌, ଏଆର୍‌କଣ୍ଡିଶନର୍‌ ଆଦି ଇଲେକ୍ଟ୍ରୋନିକ୍‌ସ ଉପକରଣ ଆମକୁ ମୌଳିକ ଆବଶ୍ୟକତା ପରି ବୋଧ ହେବାକୁ ଆରମ୍ଭ କଲାଣି। ଭଳିକି ଭଳି ଇଲେକ୍ଟ୍ରୋନିକ୍ସ ଉପକରଣ ଆଧାରରେ ଏକ ଅଜବ ପ୍ରକାର ଭୋଗବାଦୀ ବିକାଶ ପଥରେ ଆଗେଇ ଚାଲିଛି ଆମ ଦୁନିଆ। ଯେପରି ଭାବେ ଆଜିର ବିକାଶ ପ୍ରକ୍ରିୟା ଆଗେଇ ଚାଲିଛି, ସେହି ହିସାବରେ ବିକାଶର ମଳ ବା ଇଲେକ୍ଟ୍ରୋନିକ୍ସ ଆବର୍ଜନା ବି ପାହାଡ଼ ପ୍ରମାଣେ ଗଦା ହେବାରେ ଲାଗିଛି ସମଗ୍ର ବିଶ୍ୱରେ। ଆସନ୍ତା ଦିନରେ ଏହି ଆବର୍ଜନା ହଁି ସମଗ୍ର ବିଶ୍ୱର ମୁଣ୍ଡବ୍ୟଥାର କାରଣ ହେବାକୁ ଯାଉଛି। ‘ଜାତିସଂଘ ପରିବେଶ କାର୍ଯ୍ୟକ୍ରମ’ର ଗବେଷଣା ଅନୁଯାୟୀ ଇଲେକ୍ଟ୍ରୋନିକ୍ସ ଉଦ୍ୟୋଗଗୁଡ଼ିକ ପ୍ରତିବର୍ଷ ୪୧ ମିଲିୟନ୍‌ ଟନ୍‌ ଆବର୍ଜନା ସୃଷ୍ଟି କରୁଛନ୍ତି। ଯେପରି ଭାବେ ଇଲେକ୍ଟ୍ରୋନିକ୍ସ ଉପକରଣର ଉପଭୋକ୍ତାମାନଙ୍କ ସଂଖ୍ୟା ବଢ଼ୁଛି ଓ ଇଲେକ୍ଟ୍ରୋନିକ୍ସ ଉପକରଣର ଆୟୁଷ କମିବାରେ ଲାଗୁଛି ଚଳିତବର୍ଷ ଏହି ଆବର୍ଜନାର ପରିମାଣ ୫୦ ମିଲିୟନ୍‌ ଟନ୍‌କୁ ଛୁଇଁବ ବୋଲି ଆକଳନ କରାଯାଉଛି। ଏହି ପ୍ରଚୁର ପରିମାଣର ବିଷାକ୍ତ ଆବର୍ଜନାକୁ ବଡ଼ ବଡ଼ ମାଫିଆମାନଙ୍କ ସହାୟତାରେ ବେଆଇନ୍‌ଭାବେ ବିକାଶଶୀଳ ଦେଶମାନଙ୍କରେ ଓ ସେମାନଙ୍କ ସମୁଦ୍ର ସୀମାରେ ଫୋପାଡ଼ି ଦିଆଯାଉଛି। ବିକଶିତ ଦେଶମାନଙ୍କରୁ ବାହାରୁଥିବା ପ୍ରଚୁର ପରିମାଣର ଇଲେକ୍ଟ୍ରୋନିକ୍ସ ଆବର୍ଜନାକୁ ପଶ୍ଚିମ ଆଫ୍ରିକା ଓ ଏସିଆ ମହାଦେଶର ଅନେକ ଦେଶରେ ଗଦା କରାଯାଉଛି, ଯାହାର ସ୍ବାସ୍ଥ୍ୟଗତ କୁପରିଣାମ ସେହି ଦେଶର ଜନସାଧାରଣଙ୍କୁ ଭୋଗିବାକୁ ପଡ଼ୁଛି। ପୁରୁଣା କମ୍ପ୍ୟୁଟର, ଅଚଳ ମୋବାଇଲ୍‌ ଫୋନ୍‌, ଅଚଳ ଟିଭି, ଫ୍ରିଜ୍‌, ଏସି, କଫି ମେଶିନ, ପ୍ରିଣ୍ଟର, ବୈଦ୍ୟୁତିକ କେବୁଲ୍‌ ଆଦି ରୂପରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟନ୍‌ ଇଲେକ୍ଟ୍ରୋନିକ୍ସ ଆବର୍ଜନା ସୃଷ୍ଟି ହେଉଛି। ଗବେଷଣା ଅନୁଯାୟୀ ଏହି ସବୁ ଆବର୍ଜନାରେ ପ୍ରଚୁର ପରିମାଣରେ ବିଷାକ୍ତ ତତ୍ତ୍ୱ ଭରିରହିଛି, ଯାହା ମଣିଷର ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ୧୯୯୭ ମସିହାରେ ଗୋଟିଏ କମ୍ପ୍ୟୁଟରର ହାରାହାରି ଆୟୁଷ ପ୍ରାୟ ୫ ବର୍ଷ ଥିବା ବେଳେ ସଂପ୍ରତି ଏହା ୨ ବର୍ଷକୁ କମିଯାଇଛି। ସେହିପରି ସଂପ୍ରତି ବିକାଶର ନାଭିନାଡ଼ ଭାବେ ପରିଚିତ ମୋବାଇଲ୍‌ ଫୋନ୍‌ର ଆୟୁଷ ବି ସର୍ବାଧିକ ୨ ବର୍ଷ ବୋଲି ବିବେଚନା କରାଯାଉଛି। ତେଣୁ ଅଚଳ ହେଉଥିବା ଏହିସବୁ ଉପକରଣ ଆମ ପୃଥିବୀରେ ଆବର୍ଜନା ରୂପେ ଜମା ହେଉଛି। ଏହିସବୁ ଆବର୍ଜନାର ବିକିରଣ ବହୁତ ଅଧିକ, ଯାହା ମଣିଷର ସ୍ବାସ୍ଥ୍ୟ, ଜୀବଜନ୍ତୁ ଓ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ତୃତୀୟ ବିଶ୍ୱର ତଥା ବିକାଶଶୀଳ ଦେଶର ଜନସାଧାରଣଙ୍କ ପ୍ରତି ଏହି ବିପଦ ଅତ୍ୟନ୍ତ ଅଧିକ। କାରଣ ବିକଶିତ ଦେଶମାନେ ଭିନ୍ନ ଭିନ୍ନ ବୈଶ୍ୱିକ ଆଇନ୍‌କାନୁନ୍‌ର ବାଟରେ ଏହି ସବୁ ଆବର୍ଜନାକୁ ବିକାଶଶୀଳ ଦେଶମାନଙ୍କୁ ରପ୍ତାନି କରି ସେଠାରେ ଜମା କରୁଛନ୍ତି ବା ପ୍ରକ୍ରିୟାକରଣ କରାଉଛନ୍ତି। ଏହିସବୁ ଇଲେକ୍ଟ୍ରୋନିକ୍ସ ଉପକରଣକୁ ଯେଉଁ ଦେଶରେ ପୋଡ଼ି ଦିଆଯାଉଛି, ପୋତି ଦିଆଯାଉଛି କିମ୍ବା ପ୍ରକ୍ରିୟାକରଣ କରାଯାଉଛି, ଏହାର ବିକିରଣଜନିତ କୁପ୍ରଭାବ ସେହି ଦେଶର ପରିବେଶ ଓ ଜନସାଧାରଣଙ୍କ ଉପରେ ପଡ଼ିବା ନିଶ୍ଚିତ। ଅନ୍ୟ ଦେଶର ଇଲେକ୍ଟ୍ରୋନିକ୍ସ ଆବର୍ଜନାକୁ ପ୍ରକ୍ରିୟାକରଣ କରୁଥିବା ଦେଶମାନଙ୍କ ମଧ୍ୟରୁ ଭାରତ ଗୋଟିଏ। ଏହି ଆବର୍ଜନା ବିଭିନ୍ନ ପ୍ରକାର ମାରାତ୍ମକ ରୋଗକୁ ଜନ୍ମ ଦେଉଛି ବୋଲି ଡାକ୍ତରମାନେ ମତ ଦେଉଛନ୍ତି। ଏହିସବୁ ଆବର୍ଜନାକୁ ଗୋଟିଏ ଦେଶରୁ ସମୁଦ୍ର ପଥ ଦେଇ ଆଉ ଗୋଟିଏ ଦେଶକୁ ନେବାକୁ ବିଭିନ୍ନ ପ୍ରକାର ଅପରାଧୀ କଂପାନୀମାନେ ବି କାମ କରୁଛନ୍ତି। ତୃତୀୟ ବିଶ୍ୱର ଦେଶମାନଙ୍କର ଦୁର୍ନୀତିଖୋର ନେତା ଓ ଅମଲାଙ୍କୁ ଧରି ଏହି ବେପାର ଖୁବ୍‌ ଜୋର୍‌ରେ ଚାଲୁଛି। ଯଦିଓ ଏହି ଅପରାଧୀ କଂପାନୀମାନେ ଇଲେକ୍ଟ୍ରୋନିକ୍ସ ଆବର୍ଜନାକୁ ନିରାପଦ ଭାବେ ପରିଚାଳନା କରିବା ପାଇଁ ମୋଟା ଅଙ୍କର ଟଙ୍କା ନିଅନ୍ତି ସେମାନେ ବେଆଇନ୍‌ ଭାବେ ଏହାକୁ ଖୋଲାରେ ଛାଡ଼ି ଦିଅନ୍ତି ବା ପୋଡ଼ି ଦିଅନ୍ତି। ଏହିସବୁ କଂପାନୀ ଅଚଳ ବ୍ୟାଟେରି, ଅଚଳ କମ୍ପ୍ୟୁଟର ମନିଟର ଆଦି ଇଲେକ୍ଟ୍ରୋନିକ୍‌ସ ଆବର୍ଜନାକୁ କୌଶଳ କରି ପ୍ଲାଷ୍ଟିକ୍‌ ଓ ଧାତବ ଟୁକୁଡ଼ା ଘୋଷଣା କରି ଫୋପାଡ଼ି ଦିଅନ୍ତି ବା ପୋଡ଼ି ଦିଅନ୍ତି। ଏହିସବୁ ଆବର୍ଜନାକୁ ଖୋଲାରେ ଫୋପାଡ଼ିଲେ ବା ପୋଡ଼ିଲେ ଏଥିରୁ ବିଭିନ୍ନ ପ୍ରକାର ଘାତକ ଗ୍ୟାସ୍‌ ନିର୍ଗତ ହୋଇଥାଏ, ଯାହା ମାରାତ୍ମକ କ୍ୟାନ୍‌ସର ଓ ଅନ୍ୟାନ୍ୟ ଜୀବନଘାତୀ ରୋଗର କାରଣ ହୋଇଥାଏ। ଜାତିସଂଘର ପରିବେଶ କାର୍ଯ୍ୟକ୍ରମର ଗବେଷଣା ଅନୁସାରେ ଏହିସବୁ ଇଲେକ୍ଟ୍ରୋନିକ୍‌ସ ଆବର୍ଜନାକୁ ଅତ୍ୟନ୍ତ ଯତ୍ନର ସହିତ ପରିଚାଳନା କରିବାକୁ ପଡ଼ିଥାଏ, ଯାହାଦ୍ୱାରା ପରିବେଶ ଓ ମାନବ ଶରୀର ଉପରେ କୁପ୍ରଭାବକୁ କମ୍‌ କରିହେବ। କିନ୍ତୁ ଏହା ବ୍ୟୟବହୁଳ ପ୍ରକ୍ରିିୟା ହୋଇଥିବାରୁ ଅନେକ ଦେଶ ଏହି ପ୍ରକ୍ରିୟା ଆପଣେଇବାକୁ ପଛଘୁଞ୍ଚା ଦେଇଥାନ୍ତି। ତେବେ ଏହାର ବିପଦ ସମଗ୍ର ବିଶ୍ୱକୁ ମୁଣ୍ଡେଇବାକୁ ହେବ ବୋଲି ଗବେଷକମାନେ ଚେତେଇ ଦେଇଛନ୍ତି। ଯଦିଓ ସଂପ୍ରତି ଇଲେକ୍ଟ୍ରୋନିକ୍‌ସ ଉପକରଣମାନ ଆମ ଜୀବନର ଏକ ଅଭିନ୍ନ ଅଂଗ ପାଲଟି ଯାଇଛନ୍ତି, କିନ୍ତୁ ଏହାର ଆବର୍ଜନାର କୁପରିଣାମକୁ ଭୁଲିଗଲେ ସମଗ୍ର ବିଶ୍ୱ ବିଷାକ୍ତ ଅଳିଆକୁଣ୍ଡରେ ପରିଣତ ହୋଇଯିବ। ଆମେ ଭୁଲିଯିବା ଉଚିତ ନୁହେଁ ଯେ, ଆମର ଅୟସଆରାମକୁ ବଢ଼େଇବା ପାଇଁ ଆମେ ଯେତେ ପରିମାଣରେ ଇଲେକ୍ଟ୍ରୋନିକ୍ସ ଉପକରଣ ବ୍ୟବହାର କରୁଛେ ସେତିକି ପରିମାଣରେ ଆବର୍ଜନାକୁ ବି ଜନ୍ମ ଦେଉଛେ। ବିକାଶ ପଛରେ ଧାଇଁ ଧାଇଁ ବିକାଶର ଏହି ମଳର କୁପ୍ରଭାବକୁ ଭୁଲିଯିବା ସମଗ୍ର ମାନବ ଜାତି ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହେବ। ତେଣୁ ଏହି ସବୁ ଆବର୍ଜନାର ସୁପରିଚାଳନା ଉପରେ ଗୁରୁତ୍ୱ ଦେବା ସହିତ ଇଲେକ୍ଟ୍ରୋନିକ୍ସ ଉପକରଣ ପାଇଁ ଆମ ମନରେ ଥିବା ଭୋକ ଉପରେ ବି ଲଗାମ୍‌ ଲଗାଇବାକୁ ହେବ। ତା’ହେଲେ ଆମ ଉତ୍ତରପିଢ଼ି ପାଇଁ ଆମେ ଏକ ବାସୋପଯୋଗୀ ପୃଥିବୀ ଛାଡ଼ି ଯାଇପାରିବା।
ମୋ-୯୪୩୮୪୬୮୪୭୪

All Right Reserved By

Model This Week

ନିକିତା

ସମ୍ପାଦକୀୟ |

ସଂଖ୍ୟାଗୁରୁ ମାନସିକତା

ସଂଖ୍ୟାଗୁରୁ ମାନସିକତା

ଆକାର ପଟେଲ ଭାରତୀୟ ଉପମହାଦେଶର ଉପନିବେଶୀୟ ପର ପରମ୍ପରା ମୁଖ୍ୟତଃ ଧାର୍ମିକ ରହିଆସିଛି ଏବଂ ସଂଖ୍ୟାଗୁରୁ ଧାର୍ମିକ ଗୋଷ୍ଠୀ ସଂଖ୍ୟାଲଘୁମାନଙ୍କ ବିରୋଧୀ ସାଜିଛନ୍ତି। ଶ୍ରୀଲଙ୍କାରେ ସଂଖ୍ୟାଗୁରୁ ବୌଦ୍ଧ ସିଂହଳୀମାନେ ଧର୍ମ ଓ ଭାଷାକୁ ନେଇ ତାମିଲମାନଙ୍କ ବିରୋଧରେ ଲଢ଼େଇ କରିଛନ୍ତି। ଭାରତରେ ବୌଦ୍ଧ ଓ ହିନ୍ଦୁମାନଙ୍କ ଭିତରେ ଘୃଣା ଭାବ ରହିଛି, ଯାହା ସଂଖ୍ୟାଗୁରୁତ୍ୱର ସ୍ବଭାବ। ଶ୍ରୀଲଙ୍କାର ଗୃହଯୁଦ୍ଧ ପ୍ରାୟ ୨୫ ବର୍ଷ ଧରି ଲାଗିରହିଥିଲା, ଯାହା ଫଳରେ ଶ୍ରୀଲଙ୍କାର ଅନେକ ନେତା ଓ ଭାରତର ରାଜୀବ ଗାନ୍ଧୀଙ୍କ ସମେତ ଲକ୍ଷାଧିକ ଲୋକ ମଲେ। ବାଂଲାଦେଶରେ ପ୍ରାଥମିକ ଜାତୀୟତାବାଦ ଭାଷା ଭିତ୍ତିରେ ଗଢ଼ିଉଠିଥିଲା ଏବଂ ଏହା ବଙ୍ଗାଳୀ ମୁସଲମାନ ଓ ହିନ୍ଦୁମାନଙ୍କୁ ପଶ୍ଚିମ ପାକିସ୍ତାନୀଙ୍କ ଦ୍ୱାରା ସେମାନଙ୍କ ଉପରେ ଜୋରଜବରଦସ୍ତ ଉର୍ଦ୍ଦୁଭାଷାକୁ ଲଦିଦିଆଯିବା ବିରୋଧରେ ଏକତ୍ରିତ କରିଥିଲା। ଆଶ୍ଚର୍ଯ୍ୟର କଥା ମହମ୍ମଦ ଅଲି ଜିନ୍ନା ଜଣେ ...

ବୋହୂଯୋଗ୍ୟା କନ୍ୟା

ବୋହୂଯୋଗ୍ୟା କନ୍ୟା

ପ୍ରକାଶ ତ୍ରିପାଠୀ ଗତ ରବିବାର ସାରେ ଆମେ କିଛି ବନ୍ଧୁ ପୁରୀ ବେଳାଭୂମିରେ ବସିଥିଲୁ। କର୍ମମୟ ଜୀବନରୁ କିଛି ମୁହୂର୍ତ୍ତ ବାହାର କରି ବନ୍ଧୁମାନଙ୍କ ସହ ଦୁଃଖସୁଖ ହେବା କେବଳ ଏହି ଛୁଟିଦିନମାନଙ୍କରେ ହିଁ ସମ୍ଭବ ହୋଇଥାଏ। ତାହା ପୁଣି ଅନିୟମିତ। ସେ ଯାହାହେଉ, ମଝିରେ ମଝିରେ ଏପରି ବନ୍ଧୁମିଳନ ମନରେ ପ୍ରସନ୍ନତା ଭରିଦିଏ ଓ ଆଳାପ ଆଲୋଚନା ଦ୍ୱାରା ମନ ବି ହାଲ୍‌କା ହୋଇଯାଏ। ସେଦିନ କଥାପ୍ରସଙ୍ଗରେ ଜଣେ ବନ୍ଧୁ କହିଲେ ଯେ, ଆଜି ତାଙ୍କ ଘରେ ଝିଅ ଓ ତା’ ମାଆ ମଧ୍ୟରେ ଝଗଡା ହୋଇଯାଇଛି। ଆମେ ଜାଣୁ ଯେ ବନ୍ଧୁଙ୍କ ପତ୍ନୀ ଅତି ସରଳ ଓ ଶାନ୍ତ ସ୍ବଭାବର। ...

 ‘ଲେସ୍‌’ର ଲେଖକ

‘ଲେସ୍‌’ର ଲେଖକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ଜର୍ନାଲିଜିମ୍‌, ସାହିତ୍ୟ ଓ ସଙ୍ଗୀତ ସଂଯୋଜନା କ୍ଷେତ୍ରରେ ‘ପୁଲିଜର ପୁରସ୍କାର’ ମର୍ଯ୍ୟାଦାଜନକ ସମ୍ମାନ ଭାବେ ପରିଚିତ। ହଙ୍ଗେରିଜନ୍ମିତ ଆମେରିକୀୟ ଖବରକାଗଜ ପ୍ରକାଶକ ତଥା ସାମ୍ବାଦିକ ଯୋଶେଫ୍‌ ପୁଲିଜରଙ୍କ ନାମାନୁଯାୟୀ ୧୯୧୭ ମସିହାରୁ ଏହି ସମ୍ମାନ ପ୍ରତିବର୍ଷ କଲମ୍ବିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଆସୁଛି। ୨୧ଟି କ୍ଷେତ୍ରରେ ଏହି ପୁରସ୍କାର ଦିଆଯାଉଥିବା ବେଳେ ୨୦୧୮ ପାଇଁ କାଳ୍ପନିକ ଲେଖା ସକାଶେ ଆଣ୍ଡ୍ର୍ୟୁ ସିଏନ ଗ୍ରୀର୍‌ ଯୋଗ୍ୟ ବିବେଚିତ ହୋଇଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ପୋଲିସ ପାଖକୁ ଗଲେ ପଇସା ନ ଦେଲେ କୌଣସି କାମ ହୁଏନାହିଁ। ଏହା ବାରମ୍ବାର ପ୍ରମାଣିତ ହୋଇଆସୁଛି। ଖାକି ବର୍ଦ୍ଦି ପିନ୍ଧିଥିବା ଅଧିକାଂଶ ବାବୁ ଅଭିଯୋଗକାରୀଙ୍କ ଆର୍ଥିକ କ୍ଷମତାକୁ ନ ଦେଖି ଅର୍ଥ ଦାବି କରନ୍ତି, ଯାହା ପୈଠ କରିବା କାଠିକର ପାଠ ହୋଇଯାଏ। ନିକଟରେ ବିହାର ବୈଶାଳୀ ଜିଲାର ଜଣେ ଅନାଥ ବାଳକ ଥାନାବାବୁଙ୍କ ଚାହିଦା ପୂରଣ ପାଇଁ ଭିକ୍ଷା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବୈଶାଳୀ ଜିଲା କଟହରାର ଚେହରାକଳା ଗ୍ରାମର ଜଣେ ଅନାଥ ବାଳକ ବିବେକଙ୍କଠାରୁ ସମ୍ପୃକ୍ତ ଅଞ୍ଚଳର ଜଣେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଜୋର୍‌ କରି ଜମି ନେଇଯାଇଥିଲେ। ବିବେକ ଏ ସମ୍ପର୍କରେ ପୋଲିସରେ ଅଭିଯୋଗ କରିବାକୁ ଥାନାକୁ ଗଲେ। ମାତ୍ର ଥାନାବାବୁ ତାଙ୍କୁ ଏଥିପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ। ...

 ଭବିଷ୍ୟତ ଗତିବିଧି

ଭବିଷ୍ୟତ ଗତିବିଧି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରିଷଦ (ସିବିଡିଟି)ର ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରଙ୍କ ଭବିଷ୍ୟତକୁ ନେଇ ଦିଲ୍ଲୀରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଆସନ୍ତା ମେ ଶେଷ ସୁଦ୍ଧା ଚନ୍ଦ୍ର ଅବସର ନେବାକୁ ଥିବାବେଳେ ସରକାର ତାଙ୍କ କାର୍ଯ୍ୟକାଳ ପୁଣିଥରେ ବୃଦ୍ଧି କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଏଠାରେ ସ୍ମରଣଯୋଗ୍ୟ ଯେ, ଗତବର୍ଷ ମେ ମାସରେ ଚନ୍ଦ୍ର ଅବସର ନେବାର ଥିଲା। କିନ୍ତୁ ତାଙ୍କ ଅବସରର କିଛିଦିନ ପୂର୍ବରୁ ମୋଦି ସରକାର ତାଙ୍କୁ ସିବିଡିଟିର ଅଧ୍ୟକ୍ଷ ଭାବେ ପୁନର୍ନିଯୁକ୍ତ କରିଥିଲେ। ସମ୍ପ୍ରତି ସରକାର ସିବିଡିଟିର ଦୁଇଟି ସଦସ୍ୟ ପଦ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଚନ୍ଦ୍ରଙ୍କ ଅବସର ପରେ ଖାଲି ହେବାକୁ ଥିବା ଅଧ୍ୟକ୍ଷ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରି ନ ଥିବାରୁ ଏପରି କଳ୍ପନାଜଳ୍ପନାକୁ ଖୋରାକ ମିଳିଯାଇଛି। ତେବେ ଆଉ କିଛି ଲୋକଙ୍କ ଅନୁମାନ ଅନୁସାରେ ଚନ୍ଦ୍ରଙ୍କୁ ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର କର୍ନଲ ସିଂଙ୍କ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ମୁଖ୍ୟ କରାଯାଇପାରେ।...

ବିଶ୍ୱାସ ନିକିତିରେ ଦେଶର ତଉଲ

ବିଶ୍ୱାସ ନିକିତିରେ ଦେଶର ତଉଲ

ସରଳ କୁମାର ଦାସ ଯେ କୌଣସି ସମାଜର ଉନ୍ନତି ଓ ପ୍ରଗତି ପାଇଁ ଦୃଢ଼ ଭାବେ ସଂସ୍ଥାପିତ, ବିଶ୍ୱସନୀୟ, ଉତ୍ତରଦାୟୀ, ପ୍ରଭାବୀ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ। ଅନୁଷ୍ଠାନଗୁଡ଼ିକ ସମାଜକୁ ତିଆରି କରୁଥିବା ଇଟାଖଣ୍ଡ ସଦୃଶ। ଜନସାଧାରଣଙ୍କର ସଂସ୍ଥା ଓ ବ୍ୟବସ୍ଥା ପ୍ରତି ଆସ୍ଥା ନ ରହିଲେ ଅରାଜକତା ଦେଖାଦେଇ ତାହା ସମାଜ ଓ ଦେଶର ସଂହତି ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ଥାଏ। ଲୋକଙ୍କ ଆସ୍ଥା ବିନା ଗୋଟିଏ ଦେଶ ତିଷ୍ଠି ରହିବା ଅସମ୍ଭବ ବୋଲି ବହୁ ଶତାବ୍ଦୀ ପୂର୍ବରୁ ଚୀନ ଦାର୍ଶନିକ କନ୍‌ଫୁସିଅସ୍‌ କହିଥିଲେ।...

ସାହିତ୍ୟ କାହିଁକି

ସାହିତ୍ୟ କାହିଁକି

ଶିବରାମ ଶତପଥୀ ସହିତ ଶବ୍ଦରେ ୟ ପ୍ରତ୍ୟୟ ଯୋଗ କରି ସାହିତ୍ୟ ଶବ୍ଦ ସୃଷ୍ଟ। ପଣ୍ଡିତମାନେ ବ୍ୟାଖ୍ୟା କରି କହିଛନ୍ତି ଯାହା ଜୀବାତ୍ମାକୁ ପରମାତ୍ମାଙ୍କ ସହିତ ମିଶାଏ ତାହା ସାହିତ୍ୟ। ତେବେ ଯୁଗେ ଯୁଗେ ସାହିତ୍ୟ ସୃଷ୍ଟି କରନ୍ତି ଅଳ୍ପକିଛି ସ୍ଥିତଧୀ ବ୍ୟକ୍ତି ଓ ସେଥିରେ ଆପ୍ୟାୟିତ ହୁଅନ୍ତି ଅସଂଖ୍ୟ ପାଠକଳ୍‌। ଯେପରି ଜଣେ ଭଗୀରଥ ଗଙ୍ଗାଙ୍କୁ ସ୍ବର୍ଗରୁ ଅବତରଣ କରାଇଥିଲେ। କେବଳ ଷାଠିଏ ସହସ୍ର ସଗର ପୁତ୍ର ନୁହନ୍ତି କୋଟି କୋଟି ବ୍ୟକ୍ତି ସେ ଜଳରେ ଅବଗାହନ ଓ ପାନ କରି ଉପକୃତ ହେଉଛନ୍ତି। ସାହିତ୍ୟ ସୃଷ୍ଟି ସେପରି ଶାଶ୍ୱତ ଓ ସାର୍ବଜନୀନ ହେବା ଆବଶ୍ୟକ।...

ଏଇ ଭାରତରେ

ଏଇ ଭାରତରେ

ବିବାହ ପୂର୍ବରୁ କନ୍ୟା ତା’ର ପ୍ରେମିକ ସହ ଫେରାର ହୋଇଯିବା ଫଳରେ ବରକୁ ଶିଶୁପାଳ ହୋଇ ଫେରିବାର ଉଦାହରଣ ଅନେକ ରହିଛି। କିନ୍ତୁ ବର ମଦ୍ୟପାନ କରି ବାହା ହେବାକୁ ଆସିଥିବାରୁ କନ୍ୟା ବିନା ଘରକୁ ଫେରିବା ଘଟଣା ଖୁବ୍‌ କମ୍‌ ଦେଖିବାକୁ ମିଳେ। ଏମିତି ଏକ ଘଟଣା ଗତ ମଙ୍ଗଳବାର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଶେଖପୁର ସରୌୟା ଗ୍ରାମରେ। କନ୍ୟା କୁମ୍‌କୁମ୍‌ ଖୁବ୍‌ ସାହସ ଦେଖାଇ ମଦ୍ୟପ ବରକୁ ଫେରାଇ ଦେଇଛନ୍ତି। କୁମ୍‌କୁମ୍‌ଙ୍କ ପରିବାର ରୁହନ୍ତି ଶେଖପୁର ସରୌୟା ଗ୍ରାମରେ। ତାଙ୍କର ବିବାହ ସ୍ଥିର ହୋଇଥିଲା ସେହି ଜିଲାର ଯଶଓ୍ବନ୍ତନଗର କସ୍‌ବେ ଗ୍ରାମର ଗୁଲ୍‌ଶନ୍‌ ଯାଦବଙ୍କ ସହ। କୁମ୍‌କୁମ୍‌ ଗୋଟିଏ ସର୍ତ୍ତ ରଖିଥିଲେ ଯେ, ବାହାଘରକୁ କେହି ମଦ ପିଇ ଆସିବେ ନାହିଁ। ବରଯାତ୍ରୀମାନଙ୍କୁ ଏଥିସକାଶେ ବାରଣ ମଧ୍ୟ କରାଯାଇଥିଲା। ...

ଆଜିର ଅର୍ଥନୀତି/ଏଟିଏମ୍‌ ସଂକଟ

ଆଜିର ଅର୍ଥନୀତି/ଏଟିଏମ୍‌ ସଂକଟ

ଅଟୋମେଟଡ୍‌ ଟେଲର ମେଶିନ୍‌ (ଏଟିଏମ୍‌)ଗୁଡ଼ିକରେ ପୁଣି ଟଙ୍କାର ଅଭାବ ଦେଖାଦେଇଛି। ଟଙ୍କା ଉଠାଇବା ପାଇଁ ଏ ବୈଶାଖ ମାସର ମୁଣ୍ଡଫଟା ଖରାରେ ଲୋକମାନେ ଗୋଟିଏ ଏଟିଏମ୍‌ରୁ ଆଉ ଗୋଟିଏ ଏଟିଏମ୍‌କୁ ଦୌଡ଼ୁଥିବାର ଦେଖାଯାଉଛି। ଏହି ନଗଦ ଟଙ୍କାର ସଂକଟ ବୁଧବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୁନା କିଣିବା ପାଇଁ ଚାହୁଁଥିବା ଲୋକଙ୍କ ଉତ୍ସାହରେ ପାଣି ପକେଇଦେଇଛି। ଛଅଟି ରାଜ୍ୟରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବାର ରିପୋର୍ଟ ମିଳିଥିବା ବେଳେ ଏହି ସମସ୍ୟା ଅସ୍ଥାୟୀ ଓ ତିନିଦିନ ଭିତରେ ଦୂର ହୋଇଯିବ ବୋଲି ଲୋକଙ୍କୁ ବୁଝାଇବାକୁ ଯାଇ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ନାକେଦମ୍‌ ହୋଇଯାଇଛନ୍ତି। ସେ ମଧ୍ୟ ଆଶ୍ୱାସନା ଦେଇ କହିଛନ୍ତି ଯେ, ନୋଟ୍‌ର ଅଭାବ ନାହିଁ ଏବଂ ବିମୁଦ୍ରୀକରଣ ପୂର୍ବରୁ ଯେତିକି ସଂଖ୍ୟକ ନୋଟ୍‌ ପ୍ରଚଳିତ ଥିଲା, ଏବେ ସେତିକି ପ୍ରଚଳିତ ଅଛି। ଯଦିଚ ଛଅଟି ରାଜ୍ୟରେ ଏଭଳି ସଂକଟ ଦେଖାଦେଇଥିବାର ରିପୋର୍ଟ ପ୍ରକାଶ ପାଇଛି, ସେ ସଂଖ୍ୟା ପ୍ରକୃତରେ ଆହୁରି ଅଧିକ ହୋଇପାରେ। ଓଡ଼ିଶାର ଅନେକ ଏଟିଏମ୍‌ରେ ଟଙ୍କା ନ ଥିବାର ଦେଖାଯାଉଛି ଏବଂ ଆଗରୁ ବି ଏପରି ସଂକଟ ଦେଖାଦେଇଥିବାର ରିପୋର୍ଟ ପ୍ରକାଶ ପାଇଛି। ...

ଘର ନୁହେଁ, ଭଲ ଜେଲ୍‌

ଘର ନୁହେଁ, ଭଲ ଜେଲ୍‌

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଦେଖାଯାଏ ଯେ, ଜାପାନର ଜେଲରେ ବହୁସଂଖ୍ୟକ ବୁଢୀ ବନ୍ଦୀ ଭାବେ ଅଛନ୍ତି। ସେମାନଙ୍କ ସଂଖ୍ୟା ଜଣକୁ ନିଶ୍ଚୟ ବିସ୍ମିତ କରିବ, ଦୁଃଖିତ କରିବ ମଧ୍ୟ। କେତେକ ବିଜ୍ଞ ବ୍ୟକ୍ତି ଏହା ଏକ ସମସ୍ୟା ବୋଲି ସନ୍ଦେହ କରି ଏହାର କାରଣ ଜାଣିବାକୁ କୌତୂହଳୀ ହେଲେ। ଅନୁଧ୍ୟାନରୁ ସ୍ପଷ୍ଟ ହେଲା ଯେ, ସେମାନଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତେ ଛୋଟ ଛୋଟ ଅପରାଧରେ ଜଡ଼ିତ। ପୁଣି ଜଣେ ଜଣେ ବନ୍ଦିନୀ ବହୁବାର ଏମିତି ଦୋଷ କରିଥିବାରୁ ଜେଲକୁ ଆସୁଛନ୍ତି। ଅଧିକାଂଶ ବୃଦ୍ଧା ଦୋକାନରୁ ଛୋଟ ଜିନିଷ ଚୋରି କରିବା ପରି ସାମାନ୍ୟ ଭୁଲ କାର୍ଯ୍ୟ କରିଥାନ୍ତି। ସେମାନଙ୍କ ମନକଥା ଜାଣିବାକୁ ଚେଷ୍ଟା କରାଯିବା ପରେ ଯାହା ପଦାକୁ ଆସିଲା ତାହା ଥିଲା ମର୍ମସ୍ପର୍ଶୀ। ସେମାନେ ଖୋଲାଖୋଲି ଭାବେ ସ୍ବୀକାର କଲେ ଯେ ସେମାନଙ୍କ ଘର ଦ୍ୱାର ଅଛି। ...

ଦିଶାହୀନ ଶିକ୍ଷା, ଦିଗହରା ଶିକ୍ଷକ

ଦିଶାହୀନ ଶିକ୍ଷା, ଦିଗହରା ଶିକ୍ଷକ

ଅଞ୍ଜନ ଚାନ୍ଦ ବିଦ୍ୟାଳୟ ଏକ କାର୍ଯ୍ୟାଳୟ ନୁହେଁ, ଏକ ମନ୍ଦିର। ଶିକ୍ଷାଦାନ କେବଳ ବୃତ୍ତି ନୁହେଁ, ଗୋଟିଏ ପୂଜା। ଶିକ୍ଷକ ବେତନଭୋଗୀ କର୍ମଚାରୀ ନୁହନ୍ତି, ଏକ ଆଦର୍ଶ। ଛାତ୍ରମାନେ ତାଙ୍କୁ ଅନୁସରଣ କରନ୍ତି। ତାଙ୍କ ପ୍ରଭାବରେ ପ୍ରଭାବିତ ହୁଅନ୍ତି। ଦେଶର ଭବିଷ୍ୟତ ନାଗରିକଙ୍କ ମୂଳଦୁଆ ଶିକ୍ଷକଙ୍କ ଦ୍ୱାରା ହିଁ ଗଠିତ ହୁଏ। ସୁତରାଂ ଶିକ୍ଷକମାନଙ୍କୁ ନିଜର କର୍ତ୍ତବ୍ୟ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିବାକୁ ହୁଏ। ସେଥିରେ ବ୍ୟତିକ୍ରମ ହେଲେ ଛାତ୍ରମାନେ କ୍ରମଶଃ ନଷ୍ଟପଥକୁ ଚାଲିଯାଆନ୍ତି। ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଏ। ଛାତ୍ରମାନେ ଅଣାୟତ୍ତ ଓ ଦୁଷ୍ଟ ହୋଇଯାଆନ୍ତି। ସାମ୍ପ୍ରତିକ ସମୟରେ ଯାହା ଅଧିକରୁ ଅଧିକ ଦେଖାଯାଉଛି ଓ ବିଦ୍ୟାଳୟର ପବିତ୍ର ପରିବେଶ କ୍ରମଶଃ ନଷ୍ଟ ହେଉଛି। ...

ଏଇ ଭାରତରେ

ଏଇ ଭାରତରେ

ସାରା ଦେଶରେ ପୋଲିସ ଚରିତ୍ରକୁ ନେଇ ଏକ ଅପବାଦ ରହିଛି। କୁହାଯାଏ ଏମାନଙ୍କ ମଧ୍ୟରୁ ଅଧିକାଂଶ ଲାଞ୍ଚୁଆ। ଏହିଭଳି ଲାଞ୍ଚୁଆ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସକାଶେ ସାରା ବିଭାଗ ବଦ୍‌ନାମ। ସେମାନେ କେବଳ ଲାଞ୍ଚୁଆ ନୁହନ୍ତି, ଖାଦ୍ୟଲୋଭୀ ମଧ୍ୟ। ନିକଟରେ ଉତ୍ତରପ୍ରଦେଶର ଜଣେ ଦାରୋଗା ଏବଂ କନଷ୍ଟେବଳଙ୍କ ବିରୋଧରେ ଏ ପ୍ରକାର ଅଭିଯୋଗ ଆସିଛି। ଏତଲା କପି ଦେବା ସକାଶେ ସେମାନେ ଅଭିଯୋଗକାରୀଙ୍କୁ ଖାଦ୍ୟର ଲମ୍ବା ତାଲିକା ଧରାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ଘଟିଛି ହସନଗଞ୍ଜ ଥାନାରେ। ଜଣେ ଯୁବକ ନିଜକୁ ଆଇପିଏସ୍‌ ଅଧିକାରୀଙ୍କ ପୁଅ ବୋଲି ପରିଚୟ ଦେଇ ସ୍ଥାନୀୟ ଏକ ରେଷ୍ଟୁରାଣ୍ଟର ମାଲିକ ରୋହିତ ବେରୀଙ୍କୁ ଠକିଥିଲେ। ଚଞ୍ଚକତା କରି ପ୍ରାୟ ୨୦ ହଜାର ଟଙ୍କାର ଖାଦ୍ୟ ବିଲ୍‌ ଦେଇ ନ ଥିଲେ। ଏ ସମ୍ପର୍କରେ ରୋହିତ ଏତଲା ପାଇଁ ପହଞ୍ଚିଲେ ହସନଗଞ୍ଜ ଥାନାରେ। ଥାନାବାବୁ କିନ୍ତୁ ଏତଲା ରଖିଲେ ନାହିଁ।...