ଜାତୀୟ |

ମାତା ପିତାଙ୍କ ଅନ୍ତିମ ସଂସ୍କାର ପରେ ପୁଅ ସାଜିଲେ ବର

ମାତା ପିତାଙ୍କ ଅନ୍ତିମ ସଂସ୍କାର ପରେ ପୁଅ ସାଜିଲେ ବର

ରାୟବରେଲୀ,୨୨।୨:  ସକାଳେ ମାତା ପିତାଙ୍କ ଏକାସାଙ୍ଗରେ ଅନ୍ତିମ ସଂସ୍କାର କରିସାରିବା ପରେ ସଂଧ୍ୟାରେ ପୁଅ ସାଜିଲା ବର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାୟବରେଲୀ ଜିଲାର ଡଲମଉ ଅଞ୍ଚଳରେ। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁ୍‌ଥିଲେ ବି ସତ। ପିଲାଙ୍କ ବାହାଘର ସବୁ ମାତା ପିତାଙ୍କ ସ୍ବପ୍ନ ଥାଏ। ବିବାହରେ ନିଜର ଆଶା ଆକାଂକ୍ଷା ପୂରା କରିଥାନ୍ତି ମାତା ପିତା। ପୁଅକୁ ବର ବେଶରେ ଦେଖିବା ପାଇଁ ମା’ ସେହି ଦିନକୁ ଅନାଇଥାଏ। ପୁଅ ଝିଅ ମଧ୍ୟ ନିଜର ଜୀବନସାଥୀ ପାଇଁ କେତେ ସ୍ବପ୍ନ ସଜେଇଥାନ୍ତି। ହେଲେ ବିବାହ ପାଇଁ ଦେଖିଥିବା ସ୍ବପ୍ନ ଏଭଳି ପୂରା ହେବ କେହି କେବେ ଭାବି ନ ଥିବେ। ରାୟବରେଲୀରେ ନିଜ ପୁଅକୁ ବର ବେଶରେ ଦେଖିବା ପୂର୍ବରୁ ହିଁ ଆଖି ବୁଜିଦେଇଛନ୍ତି ମା’ ବାପା। ସୂଚନା ଅନୁଯାୟୀ ଗୁରୁବାର ଡଲମଉ ଅଞ୍ଚଳର କୁସମା ଓ ସ୍ବାମୀ ରାମନାରାୟଣଙ୍କ ପୁଅ ବାବୁର ବିବାହ ଆୟୋଜିତ ହୋଇଥିଲା।  ବୁଧବାର କୁସମା ଓ ରାମନାରାୟଣ ବିବାହ ପାଇଁ ଜିନିଷ କିଣିବା ପାଇଁ ବାଇକ୍‌ରେ ଯାଇଥିଲେ। ହେଲେ ଫେରିବା ବେଳକୁ ସାମନାପଟୁ ଆସୁଥିବା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା, ଯାହାଫଳରେ ଘଟଣାସ୍ଥଳରେ  ହିଁ ମୃତ୍ୟୁ ହୋଇଥିଲା। ଗୁରୁବାର ସକାଳେ ବାବୁ ପୁଅ ହେବାର ସମସ୍ତ କର୍ତ୍ତବ୍ୟ କରିଥିଲା। ସେମାନଙ୍କ ଶବଦାହ କରି ଘରକୁ ଫେରିବା ବେଳେ ସମ୍ପର୍କୀୟମାନେ ତାଙ୍କୁ ବର ହେବା ପାଇଁ ରାଜି କରାଇଥିଲେ। ସଂଧ୍ୟାରେ ବିବାହ ପାଇଁ ସବୁ ରୀତିନୀତି ଆରମ୍ଭ ହୋଇଥିଲା। ବାବୁ ବର ବେଶରେ ସଜେଇ ହୋଇଥିଲା ହେଲେ ମନରେ ତିଳେ ମାତ୍ର ଖୁସି ନ ଥିଲା। ଛାତିରେ ଭରିରହିଥିଲା ଛାତିଏ କୋହ। ରୋଶଣି ପାଇଁ ଗଁାଲୋକେ ରାଜି ନ ହେବାରୁ ଖାଲି ସମ୍ପର୍କୀୟ ଯାଇଥିଲେ। ରୋଶଣି ସମୟରେ ସବୁ ଲୋକଙ୍କ ମୁହଁରେ ହସ ବଦଳରେ ଆଖିରୁ ଝରୁଥିଲା ଲୁହ । ଏଭଳି ପରିସ୍ଥିତିକୁ ଦେଖି ଆସିଥିବା ବ୍ୟାଣ୍ଡ ପାର୍ଟି ମଧ୍ୟ ନିଜକୁ ସମ୍ଭାଳି  ନ ପାରି ଫେରିଯାଇଥିଲେ। ତା’ ପରଦିନ ଗଁାର କୌଣସି ଘରେ ଚୁଲି ଜଳି ନ ଥିଲା। ସବୁଠି ଚର୍ଚ୍ଚା ମୃତ କୁସମା ଓ ରାମନାରାୟଣଙ୍କ ମୃତ୍ୟୁକୁ ନେଇ। ଗତ ୨୪ ଘଣ୍ଟା ମଧ୍ୟରେ ବାବୁ ସହ ଭାଗ୍ୟ କିପରି ଖେଳ ଖେଳିଲା ତାହା କେହି ଅନୁମାନ ବି କରି ନ ଥିଲେ।


All Right Reserved By

ଜାତୀୟ |

ସହଯୋଗ କରୁ ନ ଥିବାରୁ ରବର୍ଟ ଭଦ୍ରାଙ୍କୁ ରିମାଣ୍ଡରେ ନେବାକୁ ଚାହୁଁଛି ଇଡି

ସହଯୋଗ କରୁ ନ ଥିବାରୁ ରବର୍ଟ ଭଦ୍ରାଙ୍କୁ ରିମାଣ୍ଡରେ ନେବାକୁ ଚାହୁଁଛି ଇଡି

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ବଢ଼ୁଛି ବିବାଦ।

ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇବାରୁ ମିଳିଲା ପୁରସ୍କାର

ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇବାରୁ ମିଳିଲା ପୁରସ୍କାର

ସୁରଟ, ୧୯।୩: ଗୁଜୁରାଟର ସୁରଟରେ ଜଣେ ସେଲ୍ସମ୍ୟାନ ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ତାର ମାଲିକଙ୍କୁ ଫେରାଇବାରୁ ତାଙ୍କୁ ପୁରସ୍କୁତ କରାଯାଇଛି। 

୧୪ ବର୍ଷ ବାଳକଙ୍କୁ ସାହସିକତା ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

୧୪ ବର୍ଷ ବାଳକଙ୍କୁ ସାହସିକତା ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୯।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସାହସିକତା ପାଇଁ କେତେଜଣ ଶହୀଦ ଯବାନଙ୍କ ପତ୍ନୀଙ୍କୁ କିର୍ତ୍ତୀ ଚକ୍ର ପ୍ରଦାନ କରିଛନ୍ତି। ତେବେ ସାହସିକତା ପାଇଁ ସେ ଜମ୍ମୁ-କଶ୍ମୀରର ଜଣେ ୧୪ ବର୍ଷ ବାଳକଙ୍କୁ ମଧ୍ୟ ସମ୍ମାନୀତ କରିଛନ୍ତି।

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସେନା ଓ ପୋଲିସ ଅଫିସର: ଗୋଇନ୍ଦା ବିଭାଗ ଜାରି କଲା ସତର୍କ ସୂଚନା

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସେନା ଓ ପୋଲିସ ଅଫିସର: ଗୋଇନ୍ଦା ବିଭାଗ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ,୧୯।୩: ଭାରତରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ଖଲିସ୍ତାନ ଆତଙ୍କବାଦୀଙ୍କ ସହାୟତା ନେଉଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଜାରି କରାଯାଇଛି ସତର୍କ ସୂଚନା। 

ପାକିସ୍ତାନ ପକ୍ଷରୁ ପୁଣି ମୋର୍ଟାର ସେଲିଂ ମାଡ଼: ସୀମାରେ ଉତ୍ତେଜନା

ପାକିସ୍ତାନ ପକ୍ଷରୁ ପୁଣି ମୋର୍ଟାର ସେଲିଂ ମାଡ଼: ସୀମାରେ ଉତ୍ତେଜନା

ଶ୍ରୀନଗର,୧୯।୩ : ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ମଙ୍ଗଳବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। 

କେରଳରେ ବ୍ୟାପୁଛି ବେଷ୍ଟ ନାଇଲ ଭାଇରସ୍‌

କେରଳରେ ବ୍ୟାପୁଛି ବେଷ୍ଟ ନାଇଲ ଭାଇରସ୍‌

ଥିରୁଭାନନ୍ତପୁରମ୍‌, ୧୯।୩: କେରଳରେ ବ୍ୟାପୁଛି ବେଷ୍ଟ ନାଇଲ ଭାଇରସ୍‌। ଏହି ଭୂତାଣୁ ମଣିଷଙ୍କ ଠାରୁ ଆରମ୍ଭ କରି ପକ୍ଷୀଙ୍କ ମଧ୍ୟରେ ବ୍ୟାପିଥାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଦ୍ୱିତୀୟ ପୋଷ୍ଟର ଟୁଇଟ୍‌ କଲେ ବିବେକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଦ୍ୱିତୀୟ ପୋଷ୍ଟର ଟୁଇଟ୍‌ କଲେ ବିବେକ

ମୁମ୍ବାଇ,୧୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମାଣ କରାଯାଇଥିବା ବଲିଉଡ୍‌ ବାୟୋପିକ୍‌ ମୁଭି  ‘ପିଏମ୍‌ ନରେନ୍ଦ୍ର ମୋଦି’ର ଦ୍ୱିତୀୟ ପୋଷ୍ଟରକୁ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ବିବେକ ଓବରଏ ମଙ୍ଗଳବାର ଟୁଇଟ୍‌ କରିଛନ୍ତି। 

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ନୂଆଦିଲ୍ଲୀ/କାବୁଲ: ଆଫଗାନିସ୍ତାନର ବାଘଲାନ ଅଞ୍ଚଳରୁ ପ୍ରାୟ ୧୦ମାସ ତଳେ ଅପହୃତ ହୋଇଥିବା ୭ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଭାରତ ଫେରିଥିବା ସୂଚନା ମିଳିଛି। 

ପ୍ରିୟଙ୍କାଙ୍କ ଟାର୍ଗେଟ୍‌ରେ ମୋଦି

ପ୍ରିୟଙ୍କାଙ୍କ ଟାର୍ଗେଟ୍‌ରେ ମୋଦି

ଲକ୍ଷ୍ନୌ,୧୯।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଟାର୍ଗେଟ୍‌।

ମୁମ୍ବାଇ ଆକ୍ରମଣକୁ ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଆକ୍ରମଣ କହିଲା ଚାଇନା

ମୁମ୍ବାଇ ଆକ୍ରମଣକୁ ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଆକ୍ରମଣ କହିଲା ଚାଇନା

ବେଜିଂ/ନୂଆଦିଲ୍ଲୀ,୧୯।୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ପାକିସ୍ତାନ ଆତଙ୍କବାଦୀ ମାସୁଦ ଆଝାରଙ୍କୁ ‘ଗ୍ଲୋବାଲ ଟେରରିଷ୍ଟ’ ଘୋଷଣା କରିବାକୁ ନେଇ ଚାଇନା ଏକ ପ୍ରକାର ଅମଙ୍ଗ ଥିଲା।

୨ ଯବାନଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ସମ୍ମାନ

୨ ଯବାନଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ସମ୍ମାନ

ନୂଆଦିଲ୍ଲୀ,୧୯।୩: ଦେଶସେବାରେ ପ୍ରାଣବଳୀ ଦେଇଥିବା ୨ ଯବାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମରଣୋତ୍ତର କୀର୍ତ୍ତିଚକ୍ର ସମ୍ମାନ ପ୍ରଦାନ କରିଛନ୍ତି। ଭାରତୀୟ ସେନା ଯବାନ ବିଜୟ କୁମାର ଏବଂ ସିଆର୍‌ପିଏଫ୍‌ କନଷ୍ଟେବଳ ପ୍ରଦୀପ କୁମାର ପଣ୍ଡାଙ୍କୁ ଏହି ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି।

୯୦ ହଜାର ଟଙ୍କାର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ପ୍ରିୟଙ୍କା

୯୦ ହଜାର ଟଙ୍କାର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ,୧୯।୩: ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଜାରି ରହିଛି। ପୂର୍ବରୁ ତାଙ୍କ ବିବାହ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କର ଦାମିକା ଡ୍ରେସ୍‌ ନେଇ ଆରମ୍ଭ ହୋଇଛି ଟୁପ୍‌ଟାପ୍‌।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା