ରାଜ୍ୟ |

ମିଳିଲାନି ଆଡମିଟ୍‌ କାର୍ଡ, ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚିତ

ମିଳିଲାନି ଆଡମିଟ୍‌ କାର୍ଡ, ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚିତ

ପୁରୀ ଅଫିସ,୨୨|୨: ଗତବର୍ଷ ମାଟ୍ରିକ ପରୀକ୍ଷା ମଝିରେ ବାପା ଚାଲିଗଲେ। ମାନସିକ ଅବସ୍ଥା ଠିକ୍‌ ରହିଲା ନାହିଁ। ପରୀକ୍ଷାରେ ଫେଲ୍‌ ହେଲି। ସପ୍ଲିମେଣ୍ଟାରୀ ପରୀକ୍ଷାରେ ଭଲ କରିପାରିଲି ନାହିଁ। ଆଶା କରିଥିଲି ଚଳିତବର୍ଷ ପରୀକ୍ଷା ଦେବି। ଏଥିପାଇଁ ସ୍କୁଲରେ ଫର୍ମ ଫିଲପ୍‌ କରିବା ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲି। ହେଲେ ସ୍କୁଲକୁ ଆଡମିଟ୍‌ କାର୍ଡ ପାଇଁ ଯିବାବେଳକୁ ମୋତେ ମନା କରାଗଲା, ତମେ ଫର୍ମ ଫିଲପ୍‌ କରିନାହଁ ବୋଲି କୁହାଗଲା। ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଏମିତି କାନ୍ଦି କାନ୍ଦି କହିଥିଲେ କଣାସ ବ୍ଲକ ଜି.ବି. ହାଇସ୍କୁଲର ଛାତ୍ର ଜ୍ଞାନେନ୍ଦ୍ର ପାଟ୍ଟଶାଣୀ। ରାତି ପାହିଲେ ମାଟ୍ରିକ ପରୀକ୍ଷା। ତେଣୁ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଶେଷ ମୁହୂର୍ତ୍ତରେ ନିରାଶ ହେବା ପରେ ମା’ଙ୍କ ସହ ଜିଲାପାଳଙ୍କୁ ସାକ୍ଷାତ୍‌ କରିବାକୁ ଆସିଥିଲେ ଜ୍ଞାନେନ୍ଦ୍ର। ହେଲେ ଏଥର ଆଉ ସମୟ ନାହିଁ। ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ତାଙ୍କୁ ପରାମର୍ଶ ଦେଇଥିଲେ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀ। ଚଳିତଥର ମାଟ୍ରିକ ପରୀକ୍ଷା ଦେଇ ନିଶ୍ଚିତ ପାସ୍‌ କରିବେ ଏବଂ କଲେଜରେ ପାଠ ପଢିବେ ବୋଲି ଜ୍ଞାନେନ୍ଦ୍ର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଭାଙ୍ଗିଯାଇଛି ।

ଜ୍ଞାନେନ୍ଦ୍ରଙ୍କ ମା’ ସୁକାନ୍ତି ଜିଲାପାଳଙ୍କୁ ପ୍ରଦାନ କରିଥିବା ଅନୁରୋଧ ପତ୍ରରେ ଦର୍ଶାଇଛନ୍ତି, ସ୍ବାମୀଙ୍କ ଦେହାନ୍ତ ପରେ ପୁଅଝିଅ ଦୁଇଜଣଙ୍କୁ ବହୁ କଷ୍ଟରେ ପାଠ ପଢାଉଛି। ଚଳିତବର୍ଷ ଝିଅ ସୁଚରିତା ରେଗୁଲାର ଓ ପୁଅ ଜ୍ଞାନେନ୍ଦ୍ର ଏକ୍ସ ରେଗୁଲାରରେ ପରୀକ୍ଷା ଦେବା ପାଇଁ କଣାସ ବ୍ଲକ ସାହୁପଡ଼ା ପଞ୍ଚାୟତ ଓହ୍ଲାଣସ୍ଥିତ ଗ୍ରାମେଶ୍ୱର ବିଶ୍ୱନାଥ (ଜିବି) ହାଇସ୍କୁଲରେ ଫର୍ମ ଫିଲପ୍‌ କରିଥିଲେ। ଗତ ୨୦ ତାରିଖରେ ସ୍କୁଲରୁ ଝିଅକୁ  ଆଡମିଟ୍‌ କାର୍ଡ ମିଳିଥିଲା, କିନ୍ତୁ ପୁଅକୁ  ଦିଆଯାଇ ନ ଥିଲା। ଏ ସଂକ୍ରାନ୍ତରେ ମୁଁ ସ୍କୁଲକୁ ଯାଇ ପ୍ରଧାନଶିକ୍ଷକ ଶ୍ରୀବତ୍ସ ରାହଡସିଂଙ୍କୁ ସାକ୍ଷାତ୍‌ କରିଥିଲି। ତୁମ ପୁଅ ଫର୍ମ ଫିଲପ୍‌ କରିନାହିଁ ବୋଲି ପ୍ରଧାନଶିକ୍ଷକ କହିଥିଲେ। କିନ୍ତୁ ପୁଅ ଫର୍ମ ଫିଲପ୍‌ କରିଥିବା ନେଇ ସାଙ୍ଗ ଓ ଝିଅ ଦେଖିଥିବା କହୁଥିଲେ ମଧ୍ୟ ସେ ଏହାକୁ ମାନୁନାହନ୍ତି।  ଫଳରେ ଦୁଇଦିନ ହେଲାଣି ପୁଅ ମାନସିକ ଦୁଶ୍ଚିନ୍ତାରେ ରହୁଛି । ତେଣୁ ଏହାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ସହ ପୁଅ କିପରି ପରୀକ୍ଷା ଦେଇପାରିବ ତାହାର ବ୍ୟବସ୍ଥା କରିବାକୁ ସୁକାନ୍ତି ଗୁହାରି କରିଛନ୍ତି।

ଛାତ୍ର ଜ୍ଞାନେନ୍ଦ୍ର କହିଛନ୍ତି, ସେ ଫର୍ମ ଫିଲପ୍‌ ଲାଗି ଗତବର୍ଷର ଆଡ୍‌ମିଟ୍‌ କାର୍ଡ, ପାସ୍‌ପୋର୍ଟ ସାଇଜ୍‌ ଫଟୋ, ୪୫୦ ଟଙ୍କା ପ୍ରଧାନ ଶିକ୍ଷକଙ୍କୁ ଦେଇଥିଲେ। ଏଥିସହ ଏକ ସାଦା କାଗଜରେ ଦସ୍ତଖତ ମଧ୍ୟ କରିଥିଲେ। ଏ ସଂକ୍ରାନ୍ତରେ ପ୍ରଧାନଶିକ୍ଷକ ରାହଡ଼ସିଂ କହିଛନ୍ତି, ଜ୍ଞାନେନ୍ଦ୍ର ଆଦୌ ଫର୍ମ ଫିଲପ୍‌ କରି ନାହାନ୍ତି। କୌଣସି ଡକ୍ୟୁମେଣ୍ଟ ମଧ୍ୟ ଦେଇ ନାହାନ୍ତି। ଏକ୍ସ ରେଗୁଲାର ପାଇଁ ଫର୍ମ ଫିଲପ୍‌ କରିଥିବା ଅନ୍ୟ ପିଲାମାନେ ଏକାଧିକଥର ଯୋଗାଯୋଗ କରି କନ୍‌ଫର୍ମ ହୋଇଛନ୍ତି। ହେଲେ ଜ୍ଞାନେନ୍ଦ୍ର ସେମିତି ଯୋଗାଯୋଗ କରି ନାହାନ୍ତି, କେବଳ ଥରେ ଆସିଥିବା ସେ କହିଛନ୍ତି।

ଜିଲା ଶିକ୍ଷାଧିକାରୀ ହୃଷୀକେଶ କାଣ୍ଡି କହିଛନ୍ତି, ଅଭିଯୋଗ ହେବା ପରେ  ଏ ବିଷୟରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ ଫର୍ମ ଫିଲପ୍‌ କରି ନ ଥିବା କହୁଛନ୍ତି। ଏ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲି। କିନ୍ତୁ ପରୀକ୍ଷା ଦେବା ଆଉ ସମ୍ଭବ ନୁହେଁ ବୋଲି ଉତ୍ତର ମିଳିଥିଲା। ତେଣୁ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ଲାଗି ସମ୍ପୃକ୍ତ ଛାତ୍ରଙ୍କୁ ପରାମର୍ଶ ଦେଇଛୁ। ଅନ୍ୟପକ୍ଷରେ ଛାତ୍ର ଜଣଙ୍କ ଟଙ୍କା ଦେଇଛନ୍ତି ବୋଲି ମଧ୍ୟ କହୁଛନ୍ତି। ଏମିତି ବି ସ୍କୁଲ କର୍ତ୍ତୃପକ୍ଷ ଭୁଲ୍‌ରେ ତାଙ୍କର ଫର୍ମ ଫିଲପ୍‌ କରି ନ ଥାଇ ପାରନ୍ତି। ଏହି ଘଟଣାରେ ଛାତ୍ରଙ୍କ ଅଭିଯୋଗପତ୍ର ରଖାଯାଇଛି। କିଏ ଦୋଷୀ ଏବଂ କିଏ ନିର୍ଦ୍ଦୋଷ ତାହା ଦେଖିବୁ ବୋଲି ଜିଲା ଶିକ୍ଷାଧିକାରୀ କହିଛନ୍ତି।

All Right Reserved By

ରାଜ୍ୟ |

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ  ୧ଲକ୍ଷ ୯ହଜାର ଟଙ୍କା  ଜବତ

କୋରାପୁଟ କଂଗ୍ରେସ ପ୍ରାର୍ଥୀଙ୍କ କାର୍‌ରୁ ୧ଲକ୍ଷ ୯ହଜାର ଟଙ୍କା ଜବତ

କୋରାପୁଟ,୨୨।୩(ସ୍ବ.ପ୍ର)- କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କୁଷ୍ଣ କୁଲଦୀପଙ୍କ  କାର୍‌ରୁ ନିର୍ବାଚନ ସ୍କ୍ବାଡ୍‌ ଶୁକ୍ରବାର  ୧ ଲକ୍ଷ ୯ ହଜାର ୫୦୦ ଟଙ୍କା ଜବତ କରିଛି। ସ୍ଥାନୀୟ ଓଏମ୍‌ପି ନିକଟରେ ଚେକିଂ ଚାଲିଥିବା ସମୟରେ ଏହି ଟଙ୍କା ଜବତ କରାଯାଇଛି। 

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ହୋଲି ହେଲା କାଳ: ପାଣିରେ ବୁଡି ଯୁବକ ମୃତ

ରସୁଲପୁର/ଯାଜପୁର ରୋଡ,୨୨।୩(ଡି.ଏନ.ଏ./ନି.ପ୍ର.)-ହୋଲି ଖେଳି ସାରିବା ପରେ ନଦୀରେ ଗାଧୋଉଥିବାବେଳେ ଶୁକ୍ରବାର ଅପରାହ୍ନରେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଇଶ୍ୱରପୁର ଗ୍ରାମର ନିରଞ୍ଜନ ପରମାଣିକ(୨୦)। ସେ ସାଙ୍ଗମାନଙ୍କ ସହିତ ହୋଲି ଖେଳି ସାରି ଅପରାହ୍ନରେ ଖରସ୍ରୋତା ନଦୀର ଜଇପୁର ଘାଟରେ ଗାଧୋଉଥିଲେ।

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ହୋଲି ଖେଳରୁ ମହାଭାରତ: ଜୟପୁରରେ ଗୋଷ୍ଠୀସଂଘର୍ଷ, ୩୦ ଆହତ

ଜୟପୁର, ୨୨।୩(ନି.ପ୍ର.)-ହୋଲି ଖେଳକୁ ନେଇ ଜୟପୁର ବାପୁଜୀ ନଗର ଓ ଡେପୁଗୁଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେଇଥିବା ନେଇ ସୂଚନା ମିଳିଛି। ଉଭୟ ସାହିର ଲୋକେ ପରସ୍ପରକୁ ଠେଙ୍ଗା ବାଡିରେ ଆକ୍ରମଣ କରିବା ସହ ଢେଲା ମାଡ଼ କରିଛନ୍ତି। ଏଥିରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ନୂଆଦିଲୀ/ଭୁବନେଶ୍ୱର,୨୨।୩ (ବ୍ୟୁରୋ) : କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା ଶୁକ୍ରବାର ପ୍ରକାଶ ପାଇପାରେ। ଏଥିପାଇଁ ଦିଲୀର ୧୦ ଲୋଧିରୋଡ୍‌ରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରିରହିଛି।

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ସାରା ରାଜ୍ୟରେ ହୋଲିକୁ ନେଇ ଉତ୍ସବର ମାହୋଲ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡାରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୬ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ଫିକାପଡିଲା ପାରାଦୀପ ରାଜନୈତିକ ହୋଲି, ଭାଜପା ଛାଡିଲେ ଗତିକୃଷ୍ଣ

ପାରାଦୀପ,୨୨।୩(ସ୍ବ.ପ୍ର.)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ପାରାଦୀପ ରାଜନୀତିରେ ସେତେମାତ୍ରାରେ ଅସ୍ଥିରତା ସୃଷ୍ଟି ହେବାରେ ଲାଗିଛି। ଗତବର୍ଷ ସେପ୍ଟେମ୍ବର ୧୨ରେ ବିଜେଡି ସ୍ଥାନୀୟ ବିଧାୟକ ଡା.ଦାମୋଦର ରାଉତଙ୍କୁ ବହିଷ୍କାର କରିବା ପରେ ୩ ପ୍ରମୁଖ ଦଳ ମଧ୍ୟରେ ଅସ୍ଥିରତା ଲାଗି ରହିଛି।

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

ଖୋର୍ଦ୍ଧା ଅଫିସ,୨୨।୩: ଖୋର୍ଦ୍ଧା ତହସିଲ ମଳିପଡା ନିକଟସ୍ଥ କଳିଙ୍ଗ ପାହାଡ଼ରେ ଶୁକ୍ରବାର ପୂର୍ବାହ୍ନରେ ପଥର ବିସ୍ଫୋରଣ ସମୟରେ ଅତଡ଼ା ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା: ଭାଜପାରୁ ଲଢ଼ିବେ ଅର୍ଚ୍ଚନା, ବିଜେଡିରୁ ସାଲୁଗା

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନମଣ୍ଡଳୀର ସାଧାରଣ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନା ପ୍ରଧାନଙ୍କୁ  ଗୁରୁବାର  ଭାଜପା ପକ୍ଷରୁ ଟିକେଟ୍‌ ମିଳିଛି। ଏ ନେଇ ଅର୍ଚ୍ଚନା ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଓ ସହଯୋଗୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । 

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଅଫିସ, ୨୨।୩ : ପୁରୀ ସହରରେ ହୋଲିର ମାହୋଲ ଚାଲିଥିବାବେଳେ ରେଳଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ନଂ ପ୍ଲାଟଫର୍ମରେ ରହିଥିବା ତପସ୍ବିନୀ ଏକ୍ସପ୍ରେସ ବଗି ନଂ(୩,୪ ଏବଂ ୫)ରେ କୌଣସି କାରଣରୁ ଅପରାହ୍ନ ୧ଟାରେ ନିଆଁ ଲାଗିଥିଲା।

 ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଶତାଧିକ ଲିଟର ଦେଶୀ ମଦ, ତାଡ଼ି ଜବତ: ୪ ଗିରଫ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅବକାରୀ ବିଭାଗ ପକ୍ଷରୁ   ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ  ୫୫ ଲିଟର ଦେଶୀ ମଦ, ୧୨୦ ଲିଟର ଖଜୁରି  ଓ ସଲପ ତାଡ଼ି ଜବତ କରାଯାଇଛି।

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ:    ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାରକୁ ରୋକିବା ପାଇଁ ପ୍ରୟାସ: ଏସ୍‌ଏସ୍‌ଟି ଟିମ୍‌ର ସ୍ଥିତି ଅନୁଧ୍ୟାନ

ଦାରିଙ୍ଗବାଡ଼ି,୨୨।୩(ଡି.ଏନ୍‌.ଏ): ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ  ପ୍ରୟାସ ଆରମ୍ଭ ହୋଇଛି । ଭୋଟରଙ୍କୁ ପ୍ରାର୍ଥୀ ଏବଂ ବିଭିନ୍ନ ଦଳ ପକ୍ଷରୁ ପ୍ରଭାବିତ କରିବା ଆଶଙ୍କା କରାଯାଇ ପ୍ରଶାସନ ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଛି।

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ଗୁରୁବାର ଭାଜପା ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁଠୁ କିଏ ଲଢ଼ିବେ.. 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା